< ଆୟୁବ 9 >

1 ଏଥିରେ ଆୟୁବ ଉତ୍ତର କରି କହିଲା,
Jobu sì dáhùn ó sì wí pé,
2 “ଏହା ସତ୍ୟ ବୋଲି ମୁଁ ନିଶ୍ଚୟ ଜାଣେ; ମାତ୍ର କିପରି ମନୁଷ୍ୟ ପରମେଶ୍ୱରଙ୍କ ନିକଟରେ ଧାର୍ମିକ ହୋଇପାରେ?
“Èmi mọ̀ pe bẹ́ẹ̀ ni ní òtítọ́. Báwo ní ènìyàn yóò ha ti ṣe jẹ́ aláre níwájú Ọlọ́run?
3 ସେ ତାହା ସଙ୍ଗେ ବାଦାନୁବାଦ କରିବାକୁ ଇଚ୍ଛା କଲେ, ମନୁଷ୍ୟ ତାହାଙ୍କୁ ସହସ୍ର କଥା ମଧ୍ୟରୁ ଗୋଟିକର ଉତ୍ତର ଦେଇ ପାରିବ ନାହିଁ।
Bí ó bá ṣe pé yóò bá a jà, òun kì yóò lè dalóhùn kan nínú ẹgbẹ̀rún ọ̀rọ̀.
4 ସେ ମନରେ ଜ୍ଞାନବାନ ଓ ବଳରେ ପରାକ୍ରାନ୍ତ; କିଏ ତାହାଙ୍କ ବିରୁଦ୍ଧରେ ଆପଣାକୁ ପ୍ରବଳ କରି ମଙ୍ଗଳ ପାଇଅଛି?
Ọlọ́gbọ́n nínú àwọn alágbára ní ipa ní Òun. Ta ni ó ṣe agídí sí i tí ó sì gbé fún rí?
5 ସେ ପର୍ବତଗଣକୁ ସ୍ଥାନାନ୍ତର କରନ୍ତି, ସେ ଆପଣା କ୍ରୋଧରେ ସେମାନଙ୍କୁ ଓଲଟାଇ ପକାଇବା ବେଳେ ସେମାନେ ତାହା ଜାଣନ୍ତି ନାହିଁ।
Ẹni tí ó sí òkè nídìí tí wọn kò sì mọ́: tí ó taari wọn ṣubú ní ìbínú rẹ̀.
6 ସେ ପୃଥିବୀକୁ ସ୍ୱ ସ୍ଥାନରୁ ହଲାଇ ଦିଅନ୍ତି ଓ ତହିଁର ସ୍ତମ୍ଭମାନ ଟଳଟଳ ହୁଏ।
Tí ó mi ilẹ̀ ayé tìtì kúrò ní ipò rẹ̀, ọwọ̀n rẹ̀ sì mì tìtì.
7 ସେ ବାରଣ କଲେ, ସୂର୍ଯ୍ୟ ଉଦିତ ହୁଏ ନାହିଁ ଓ ସେ ତାରାଗଣକୁ ବନ୍ଦ କରି ମୁଦ୍ରାଙ୍କିତ କରନ୍ତି।
Ó pàṣẹ fún oòrùn kò sì le è ràn, kí ó sì dí ìmọ́lẹ̀ ìràwọ̀ mọ́.
8 ସେ ଏକାକୀ ଆକାଶମଣ୍ଡଳ ପ୍ରସାରନ୍ତି ଓ ସମୁଦ୍ରର ତରଙ୍ଗ ଉପରେ ଗମନ କରନ୍ତି।
Òun nìkan ṣoṣo ni ó ta ojú ọ̀run, ti ó sì ń rìn lórí ìgbì Òkun.
9 ସେ ସପ୍ତର୍ଷି, ମୃଗଶୀର୍ଷ ଓ କୃତ୍ତିକା ଓ ଦକ୍ଷିଣସ୍ଥ ମଣ୍ଡଳ ସୃଷ୍ଟି କରନ୍ତି।
Ẹni tí ó dá ìràwọ̀ Beari àti Orioni, Pleiadesi àti ìràwọ̀ púpọ̀ ti gúúsù.
10 ସେ ଅନୁଦ୍ଦେଶ୍ୟ ମହାକାର୍ଯ୍ୟ ଓ ଅସଂଖ୍ୟ ଆଶ୍ଚର୍ଯ୍ୟକ୍ରିୟା କରନ୍ତି।
Ẹni tí ń ṣe ohun tí ó tóbi jù àwárí lọ, àní ohun ìyanu láìní iye.
11 ଦେଖ, ସେ ମୋʼ ନିକଟରେ ଗମନ କରନ୍ତି, ମାତ୍ର ମୁଁ ତାହାଙ୍କୁ ଦେଖେ ନାହିଁ; ମଧ୍ୟ ସେ ଚାଲିଗଲେ, ମୁଁ ତାହାଙ୍କୁ ଚିହ୍ନେ ନାହିଁ।
Kíyèsi i, ó ń kọjá lọ ní ẹ̀bá ọ̀dọ̀ mi, èmi kò sì rí i, ó sì kọjá síwájú, bẹ́ẹ̀ ni èmi kò rí ojú rẹ̀.
12 ଦେଖ, ସେ ଶିକାର ଧରିଲେ, କିଏ ତାହାଙ୍କୁ ନିବାରଣ କରିପାରେ? ତୁମ୍ଭେ କଅଣ କରୁଅଛ, ଏହା କିଏ ତାହାଙ୍କୁ କହିବ?
Kíyèsi i, ó já a gbà lọ, ta ni ó lè fà á padà? Ta ni yóò bi í pé kí ni ìwọ ń ṣe nì?
13 ପରମେଶ୍ୱର ଆପଣା କ୍ରୋଧ ପ୍ରତ୍ୟାହାର କରିବେ ନାହିଁ; ରାହବର ସହାୟଗଣ ତାହାଙ୍କ ପାଦ ତଳେ ନତ ହୁଅନ୍ତି।
Ọlọ́run kò ní fa ìbínú rẹ̀ sẹ́yìn, àwọn onírànlọ́wọ́ ti Rahabu a sì tẹríba lábẹ́ rẹ̀.
14 ତେବେ ମୁଁ ତାହାଙ୍କୁ କେତେ ଅଳ୍ପ ଉତ୍ତର ଦେବି? ଓ ତାହାଙ୍କ ସଙ୍ଗେ ଯୁକ୍ତି କରିବାକୁ ଆପଣା କଥା ବାଛିବି?
“Kí ní ṣe tí èmi ti n o fi ba ṣàròyé? Tí èmi yóò fi ma ṣe àwáwí?
15 ମୁଁ ଧାର୍ମିକ ହେଲେ ହେଁ ତାହାଙ୍କୁ ଉତ୍ତର ଦିଅନ୍ତି ନାହିଁ; ମୁଁ ଆପଣା ବିପକ୍ଷ ନିକଟରେ ବିନତି କରନ୍ତି।
Bí ó tilẹ̀ ṣe pé mo ṣe aláìlẹ́bi, èmi kò gbọdọ̀ dá a lóhùn; ṣùgbọ́n èmi ó gbàdúrà fún àánú.
16 ଯଦି ମୁଁ ଡାକିଥାʼନ୍ତି ଓ ସେ ମୋତେ ଉତ୍ତର ଦେଇଥାʼନ୍ତେ, ତେବେ ହେଁ ସେ ମୋʼ ରବରେ ମନୋଯୋଗ କଲେ ବୋଲି ମୁଁ ବିଶ୍ୱାସ କରନ୍ତି ନାହିଁ।
Bí èmi bá sì ké pè é, tí Òun sì dá mi lóhùn, èmi kì yóò sì gbàgbọ́ pé, Òun ti fetí sí ohùn mi.
17 କାରଣ ସେ ବତାସରେ ମୋତେ ଭାଙ୍ଗି ପକାନ୍ତି ଓ ଅକାରଣରେ ମୋହର କ୍ଷତ ବୃଦ୍ଧି କରନ୍ତି।
Nítorí pé òun yóò lọ̀ mí lúúlúú pẹ̀lú ìjì ńlá, ó sọ ọgbẹ́ mi di púpọ̀ láìnídìí.
18 ସେ ମୋତେ ନିଶ୍ୱାସ ମାରିବାକୁ ଦିଅନ୍ତି ନାହିଁ, ମାତ୍ର ମୋତେ ତିକ୍ତତାରେ ପୂର୍ଣ୍ଣ କରନ୍ତି।
Òun kì yóò jẹ́ kí èmi kí ó rí ẹ̀mí mi, ṣùgbọ́n ó mú ohun kíkorò kún un fún mi.
19 ଆମ୍ଭେମାନେ ବିକ୍ରମୀର ବଳର କଥା କହିଲେ, ଦେଖ, ସେ ଅଛନ୍ତି! ଓ ବିଚାରର କଥା କହିଲେ, କିଏ ମୋʼ ପାଇଁ ସମୟ ନିରୂପଣ କରିବ?
Bí mo bá sọ ti agbára, wò ó! Alágbára ni, tàbí ní ti ìdájọ́, ta ni yóò dá àkókò fún mi láti rò?
20 ମୁଁ ଧାର୍ମିକ ହେଲେ ହେଁ ମୋର ନିଜ ମୁଖ ମୋତେ ଦୋଷୀ କରିବ। ମୁଁ ସିଦ୍ଧ ହେଲେ ହେଁ ମୋତେ କୁଟିଳ ବୋଲି ତାହା ପ୍ରମାଣ କରିବ।
Bí mo tilẹ̀ dá ara mi láre, ẹnu ara mi yóò dá mi lẹ́bi; bí mo wí pé olódodo ni èmi yóò sì fi mí hàn ní ẹni ẹ̀bi.
21 ମୁଁ ସିଦ୍ଧ, ମୁଁ ଆପଣାକୁ ମାନ୍ୟ କରେ ନାହିଁ; ମୁଁ ଆପଣା ଜୀବନକୁ ତୁଚ୍ଛ କରେ।
“Olóòótọ́ ni mo ṣe, síbẹ̀ èmi kò kíyèsi ara mi, ayé mi ní èmi ìbá máa gàn.
22 ସବୁ ତ ସମାନ; ଏଥିପାଇଁ ମୁଁ କହେ, ସେ ସିଦ୍ଧ ଓ ଦୁଷ୍ଟକୁ ସଂହାର କରନ୍ତି।
Ohùn kan náà ni, nítorí náà ni èmi ṣe sọ: ‘Òun a pa ẹni òtítọ́ àti ènìyàn búburú pẹ̀lú.’
23 ଯଦି କୋରଡ଼ା ହଠାତ୍‍ ମାରି ପକାଏ, ସେ ନିର୍ଦ୍ଦୋଷର ପରୀକ୍ଷାରେ ହସିବେ।
Bí ìjàǹbá bá pa ni lójijì, yóò rẹ́rìn-ín nínú ìdààmú aláìṣẹ̀.
24 ପୃଥିବୀ ଦୁଷ୍ଟମାନଙ୍କ ହସ୍ତରେ ସମର୍ପିତ ହୋଇଅଛି; ସେ ତହିଁର ବିଚାରକର୍ତ୍ତୃଗଣର ମୁଖ ଆଚ୍ଛାଦନ କରନ୍ତି; ଯଦି ସେ ନ କରନ୍ତି, ତେବେ ଆଉ କିଏ?
Nígbà tí a bá fi ayé lé ọwọ́ ènìyàn búburú; ó sì bo àwọn onídàájọ́ rẹ̀ lójú; bí kò bá rí bẹ́ẹ̀ ǹjẹ́ ta ni?
25 ମୋହର ଦିନସବୁ ଡାକ ଅପେକ୍ଷା ଶୀଘ୍ରଗାମୀ; ତାହାସବୁ ପଳାଇଯାଏ, କୌଣସି ମଙ୍ଗଳର ଦର୍ଶନ ପାଏ ନାହିଁ।
“Ǹjẹ́ nísinsin yìí ọjọ́ mi yára ju oníṣẹ́ lọ, wọ́n fò lọ, wọn kò rí ayọ̀.
26 ତାହାସବୁ ବେଗଗାମୀ ଜାହାଜ ପରି ଓ ଶିକାର ଉପରେ ଝାମ୍ପ ମାରିବା ଉତ୍କ୍ରୋଶ ପକ୍ଷୀ ପରି ଚାଲିଯାଏ।
Wọ́n kọjá lọ bí ọkọ̀ eèsún papirusi tí ń sáré lọ; bí idì tí ń yára si ohùn ọdẹ.
27 ଯଦି ମୁଁ କହେ, ‘ମୁଁ ଆପଣା ବିଳାପ ଭୁଲିଯିବି, ମୁଁ ଆପଣା ବିଷଣ୍ଣ ମୁଖ ଦୂର କରି ହୃଷ୍ଟଚିତ୍ତ ହେବି;’
Bí èmi bá wí pé, ‘Èmi ó gbàgbé arò ìbìnújẹ́ mi, èmi ó fi ọkàn lélẹ̀, èmi ó sì rẹ ara mi lẹ́kún.’
28 ମୁଁ ଆପଣା ସକଳ ଦୁଃଖ ବିଷୟରେ ଭୀତ ହୁଏ, ମୁଁ ଜାଣେ, ତୁମ୍ଭେ ମୋତେ ନିର୍ଦ୍ଦୋଷ ଜ୍ଞାନ କରିବ ନାହିଁ।
Ẹ̀rù ìbànújẹ́ mi gbogbo bà mí, èmi mọ̀ pé ìwọ kì yóò mú mi bí aláìṣẹ̀.
29 ମୁଁ ଦୋଷୀକୃତ ହେବି; ତେବେ ମୁଁ କାହିଁକି ବୃଥା ପରିଶ୍ରମ କରୁଅଛି?
Bí ó bá ṣe pé ènìyàn búburú ni èmi, ǹjẹ́ kí ni èmi ń ṣe làálàá lásán sí?
30 ଯଦି ମୁଁ ହିମଜଳରେ ଆପଣାକୁ ଧୌତ କରେ ଓ ଆପଣା ହସ୍ତ ଅତିଶୟ ପରିଷ୍କାର କରେ,
Bí mo tilẹ̀ fi ọṣẹ dídì wẹ ara mi, tí mo fi omi aró wẹ ọwọ́ mi mọ́,
31 ତେବେ ହେଁ ତୁମ୍ଭେ ମୋତେ ଗର୍ତ୍ତରେ ମଗ୍ନ କରିବ ଓ ମୋହର ନିଜ ବସ୍ତ୍ର ମୋତେ ଘୃଣା କରିବ।
síbẹ̀ ìwọ ó gbé mi wọ inú ihò ọ̀gọ̀dọ̀ aṣọ ara mi yóò sọ mi di ìríra.
32 କାରଣ ସେ ମୋʼ ପରି ମନୁଷ୍ୟ ନୁହନ୍ତି ଯେ, ମୁଁ ତାହାଙ୍କୁ ଉତ୍ତର ଦେବି ଓ ଆମ୍ଭେମାନେ ଏକତ୍ର ବିଚାର ସ୍ଥାନକୁ ଆସିବା।
“Nítorí Òun kì í ṣe ènìyàn bí èmi, tí èmi ó fi dá a lóhùn tí àwa o fi pàdé ní ìdájọ́.
33 ଆମ୍ଭ ଦୁହିଁଙ୍କ ଉପରେ ହସ୍ତାର୍ପଣ କରିବାକୁ ସମର୍ଥ କୌଣସି ମଧ୍ୟସ୍ଥ ଆମ୍ଭମାନଙ୍କ ମଧ୍ୟରେ ନାହିଁ।
Bẹ́ẹ̀ ni kò sí alátúnṣe kan ní agbede-méjì wa tí ìbá fi ọwọ́ rẹ̀ lé àwa méjèèjì lára.
34 ସେ ମୋʼ ଠାରୁ ଆପଣା ଯଷ୍ଟି ଦୂର କରନ୍ତୁ ଓ ତାହାଙ୍କ ଭୟଙ୍କରତା ମୋତେ ଭୀତ ନ କରୁ;
Kí ẹnìkan sá à mú ọ̀pá Ọlọ́run kúrò lára mi, kí ìbẹ̀rù rẹ̀ kí ó má sì ṣe dáyà fò mí.
35 ତେବେ ମୁଁ ତାହାଙ୍କୁ ଭୟ ନ କରି କଥା କହିବି; କାରଣ ମୁଁ ନିଜେ ସେହିପରି ନୁହେଁ।
Nígbà náà ni èmi ìbá sọ̀rọ̀, èmi kì bá sì bẹ̀rù rẹ̀; ṣùgbọ́n bí ó tí dúró tì mí, kò ri bẹ́ẹ̀ fún mi.

< ଆୟୁବ 9 >