< ଆୟୁବ 8 >

1 ଏଉତ୍ତାରେ ଶୂହୀୟ ବିଲ୍‍ଦଦ୍‍ ଉତ୍ତର କରି କହିଲା,
ויען בלדד השוחי ויאמר
2 “ତୁମ୍ଭେ କେତେ କାଳ ଏହିସବୁ କଥା କହିବ? ଓ ତୁମ୍ଭ ମୁଖର ବାକ୍ୟ କେତେ କାଳ ପ୍ରବଳ ବାୟୁ ତୁଲ୍ୟ ହେବ?
עד-אן תמלל-אלה ורוח כביר אמרי-פיך
3 ପରମେଶ୍ୱର କʼଣ ବିଚାର ବିପରୀତ କରନ୍ତି? ଅଥବା ସର୍ବଶକ୍ତିମାନ କʼଣ ନ୍ୟାୟ ବିପରୀତ କରନ୍ତି?
האל יעות משפט ואם-שדי יעות-צדק
4 ଯେବେ ତୁମ୍ଭର ସନ୍ତାନଗଣ ତାହାଙ୍କ ବିରୁଦ୍ଧରେ ପାପ କରିଅଛନ୍ତି ଓ ସେ ସେମାନଙ୍କୁ ସେମାନଙ୍କ ଅଧର୍ମର ହସ୍ତରେ ସମର୍ପଣ କରିଅଛନ୍ତି;
אם-בניך חטאו-לו וישלחם ביד-פשעם
5 ଯଦି ତୁମ୍ଭେ ଯତ୍ନପୂର୍ବକ ପରମେଶ୍ୱରଙ୍କର ଅନ୍ଵେଷଣ କର; ଓ ସର୍ବଶକ୍ତିମାନଙ୍କ ନିକଟରେ ଆପଣା ନିବେଦନ ଜଣାନ୍ତ;
אם-אתה תשחר אל-אל ואל-שדי תתחנן
6 ଯଦି ତୁମ୍ଭେ ନିର୍ମଳ ଓ ସରଳ ଥାʼନ୍ତ, ତେବେ ସେ ନିଶ୍ଚୟ ଏକ୍ଷଣେ ତୁମ୍ଭ ପକ୍ଷରେ ଜାଗ୍ରତ ହୁଅନ୍ତେ, ଆଉ ତୁମ୍ଭର ଧର୍ମନିବାସକୁ ସମୃଦ୍ଧିଶାଳୀ କରନ୍ତେ।
אם-זך וישר אתה כי-עתה יעיר עליך ושלם נות צדקך
7 ଆଉ, ତୁମ୍ଭର ପ୍ରଥମାବସ୍ଥା କ୍ଷୁଦ୍ର ହେଲେ ହେଁ ତୁମ୍ଭର ଶେଷାବସ୍ଥା ଅତିଶୟ ଉନ୍ନତ ହୁଅନ୍ତା।
והיה ראשיתך מצער ואחריתך ישגה מאד
8 କାରଣ ବିନୟ କରୁଅଛି, ପୂର୍ବକାଳୀନ ଲୋକଙ୍କୁ ପଚାର ଓ ସେମାନଙ୍କ ପିତୃଗଣ ଅନୁସନ୍ଧାନ କରି ଯାହା ପାଇଅଛନ୍ତି, ତହିଁରେ ମନୋଯୋଗ କର;
כי-שאל-נא לדר רישון וכונן לחקר אבותם
9 କାରଣ ଆମ୍ଭେମାନେ ତ କାଲିର ଲୋକ ଓ କିଛି ଜାଣୁ ନାହୁଁ, ଯେଣୁ ପୃଥିବୀରେ ଆମ୍ଭମାନଙ୍କ ଦିନ ଛାୟା ସ୍ୱରୂପ;
כי-תמול אנחנו ולא נדע כי צל ימינו עלי-ארץ
10 ସେମାନେ କʼଣ ତୁମ୍ଭକୁ ଶିକ୍ଷା ଦେବେ ନାହିଁ ଓ ଜଣାଇବେ ନାହିଁ, ପୁଣି ଆପଣା ଆପଣା ଅନ୍ତଃକରଣରୁ କʼଣ ବାକ୍ୟ ଉଚ୍ଚାରଣ କରିବେ ନାହିଁ?
הלא-הם יורוך יאמרו לך ומלבם יוצאו מלים
11 ପଙ୍କ ବିନା କʼଣ ନଳ ବଢ଼ିପାରେ? ଜଳ ବିନା କʼଣ ସନ୍ତରା ବଢ଼ିପାରେ?
היגאה-גמא בלא בצה ישגה-אחו בלי-מים
12 ତାହା ସତେଜ ଥାଉ ଥାଉ ଓ କଟା ନୋହୁଣୁ ଅନ୍ୟାନ୍ୟ ତୃଣ ପୂର୍ବରୁ ଶୁଷ୍କ ହୁଏ।
עדנו באבו לא יקטף ולפני כל-חציר ייבש
13 ଯେଉଁମାନେ ପରମେଶ୍ୱରଙ୍କୁ ପାସୋରନ୍ତି, ସେସମସ୍ତଙ୍କର ପଥ ଏହି ପ୍ରକାର ଓ ଧର୍ମହୀନ ଲୋକର ଭରସା ବିନଷ୍ଟ ହେବ,
כן--ארחות כל-שכחי אל ותקות חנף תאבד
14 ତାହାର ପ୍ରତ୍ୟାଶା ଉଚ୍ଛିନ୍ନ ହେବ, ଯେଣୁ ତାହାର ଆଶ୍ରୟ ମାକଡ଼ସାର ଜାଲ ସ୍ୱରୂପ।
אשר-יקוט כסלו ובית עכביש מבטחו
15 ସେ ଆପଣା ଗୃହ ଉପରେ ଆଉଜିବ, ମାତ୍ର ତାହା ସ୍ଥିର ରହିବ ନାହିଁ; ସେ ତାହା ଦୃଢ଼ କରି ଅବଲମ୍ବନ କରିବ, ମାତ୍ର ତାହା ରହିବ ନାହିଁ।
ישען על-ביתו ולא יעמד יחזיק בו ולא יקום
16 ସେ ସୂର୍ଯ୍ୟ ସାକ୍ଷାତରେ ସତେଜ ହୁଏ, ତାହାର କୋମଳ ଶାଖା ତାହାର ଉଦ୍ୟାନରେ ମାଡ଼ିଯାଏ।
רטב הוא לפני-שמש ועל גנתו ינקתו תצא
17 ତାହାର ଚେର ପ୍ରସ୍ତରରାଶିରେ ଜଡ଼ିତ ହୁଏ, ସେ ପ୍ରସ୍ତରର ସ୍ଥଳ ଦେଖେ।
על-גל שרשיו יסבכו בית אבנים יחזה
18 ଯଦି ସେ ଆପଣା ସ୍ଥାନରୁ ବିନଷ୍ଟ ହେବ, ତେବେ ସେହି ସ୍ଥାନ ତାହାକୁ ଅସ୍ୱୀକାର କରି କହିବ, ‘ମୁଁ ତୁମ୍ଭକୁ ଦେଖି ନାହିଁ।’
אם-יבלענו ממקמו וכחש בו לא ראיתיך
19 ଦେଖ, ଏହି ତାହାର ଗତିର ଆମୋଦ, ଏଉତ୍ତାରେ ଭୂମିରୁ ଅନ୍ୟମାନେ ଉଠିବେ।
הן-הוא משוש דרכו ומעפר אחר יצמחו
20 ଦେଖ, ପରମେଶ୍ୱର ସିଦ୍ଧ ଲୋକକୁ ଦୂର କରିବେ ନାହିଁ, କିଅବା ସେ ଦୁଷ୍କର୍ମକାରୀମାନଙ୍କୁ ଧରି ରଖିବେ ନାହିଁ।
הן-אל לא ימאס-תם ולא-יחזיק ביד-מרעים
21 ତେବେ ହେଁ ସେ ତୁମ୍ଭ ମୁଖକୁ ହାସ୍ୟରେ ଓ ତୁମ୍ଭ ଓଷ୍ଠାଧରକୁ ଆନନ୍ଦଧ୍ୱନିରେ ପୂର୍ଣ୍ଣ କରିବେ।
עד-ימלה שחוק פיך ושפתיך תרועה
22 ତୁମ୍ଭର ଘୃଣାକାରୀମାନେ ଲଜ୍ଜା ପରିହିତ ହେବେ ଓ ଦୁଷ୍ଟର ତମ୍ବୁ ଆଉ ରହିବ ନାହିଁ।”
שנאיך ילבשו-בשת ואהל רשעים איננו

< ଆୟୁବ 8 >