< ଆୟୁବ 6 >
1 ଏଥିରେ ଆୟୁବ ଉତ୍ତର କରି କହିଲା,
And Job made answer and said,
2 “ଆହା, ଯଦି ମୋହର ଦୁଃଖ ତୌଲା ଯାଇଥାʼନ୍ତା ଓ ମୋହର ଦୁର୍ଗତି ତରାଜୁରେ ଏକତ୍ର ରଖା ଯାଇଥାʼନ୍ତା!
If only my passion might be measured, and put into the scales against my trouble!
3 ତେବେ ତାହା ଏତେବେଳେ ସମୁଦ୍ର ବାଲିଠାରୁ ଭାରୀ ହୁଅନ୍ତା; ଏଣୁ ମୋହର ବାକ୍ୟ ଅବିବେଚନାଯୁକ୍ତ ହୋଇଅଛି।
For then its weight would be more than the sand of the seas: because of this my words have been uncontrolled.
4 କାରଣ ସର୍ବଶକ୍ତିମାନଙ୍କ ତୀରସବୁ ମୋର ଅନ୍ତରରେ ଅଛି, ମୋହର ପ୍ରାଣ ତହିଁର ବିଷ ପାନ କରୁଅଛି; ପରମେଶ୍ୱରଙ୍କ ଭୟରୂପ ସୈନ୍ୟ ମୋʼ ପ୍ରତିକୂଳରେ ଶ୍ରେଣୀବଦ୍ଧ ହୁଅନ୍ତି।
For the arrows of the Ruler of all are present with me, and their poison goes deep into my spirit: his army of fears is put in order against me.
5 ଘାସ ଥିଲେ କʼଣ ବନ୍ୟ ଗର୍ଦ୍ଦଭ ବୋବାଏ? ଆହାର ପାଖରେ କʼଣ ଗୋରୁ ହମାଳେ?
Does the ass of the fields give out his voice when he has grass? or does the ox make sounds over his food?
6 ଅସ୍ୱାଦ ଦ୍ରବ୍ୟ କʼଣ ଲବଣ ବିନା ଭୋଜନ କରାଯାଇପାରେ? ଅବା ଡିମ୍ବର ଲାଳରେ କି କିଛି ସ୍ୱାଦ ଅଛି?
Will a man take food which has no taste without salt? or is there any taste in the soft substance of purslain?
7 ମୋହର ପ୍ରାଣ ତାହା ସ୍ପର୍ଶ କରିବାକୁ ଅସମ୍ମତ; ତାହାସବୁ ମୋʼ ପ୍ରତି ଘୃଣିତ ଭକ୍ଷ୍ୟ ସ୍ୱରୂପ।
My soul has no desire for such things, they are as disease in my food.
8 ଆହା, ଯେବେ ମୁଁ ଆପଣା ବାଞ୍ଛିତ ବିଷୟ ପ୍ରାପ୍ତ ହୁଅନ୍ତି; ଯାହା ମୁଁ ଅପେକ୍ଷା କରେ, ତାହା ଯେବେ ପରମେଶ୍ୱର ମୋତେ ଦିଅନ୍ତେ।
If only I might have an answer to my prayer, and God would give me my desire!
9 ହଁ, ଯେବେ ପରମେଶ୍ୱର ଅନୁଗ୍ରହ କରି ମୋତେ ଚୂର୍ଣ୍ଣ କରନ୍ତେ; ଯେବେ ସେ ଆପଣା ହସ୍ତ ମୁକୁଳା କରି ମୋତେ ଛେଦନ କରି ପକାନ୍ତେ!
If only he would be pleased to put an end to me; and would let loose his hand, so that I might be cut off!
10 ତାହାହେଲେ, ଏବେ ହେଁ ମୁଁ ସାନ୍ତ୍ୱନାପ୍ରାପ୍ତ ହୁଅନ୍ତି; ହଁ, ମୁଁ ନିର୍ଦ୍ଦୟ ଯାତନା ମଧ୍ୟରେ ହେଁ ଅତ୍ୟନ୍ତ ଆନନ୍ଦ କରନ୍ତି; କାରଣ ମୁଁ ଧର୍ମମୟଙ୍କର ବାକ୍ୟସବୁ ଅସ୍ୱୀକାର କରି ନାହିଁ।
So I would still have comfort, and I would have joy in the pains of death, for I have not been false to the words of the Holy One.
11 ମୋହର ବଳ କଅଣ ଯେ, ମୁଁ ଅପେକ୍ଷା କରିବି? ମୋହର ପରିଣାମ କଅଣ ଯେ, ମୁଁ ସହିଷ୍ଣୁ ହେବି?
Have I strength to go on waiting, or have I any end to be looking forward to?
12 ମୋହର ବଳ କʼଣ ପ୍ରସ୍ତରମାନଙ୍କର ବଳ? ଅବା ମୋହର ମାଂସ କʼଣ ପିତ୍ତଳ?
Is my strength the strength of stones, or is my flesh brass?
13 ମୋʼ ଦ୍ୱାରା ମୋହର କିଛି ଉପକାର ନାହିଁ ଓ ଫଳଦାୟକ କର୍ମଣ୍ୟତା ମୋʼ ଠାରୁ ସମ୍ପୂର୍ଣ୍ଣ ଦୂରୀକୃତ ହୋଇଅଛି, ଏହା କʼଣ ସତ୍ୟ ନୁହେଁ?
I have no help in myself, and wisdom is completely gone from me.
14 କ୍ଷୀଣ ହେବାକୁ ଉଦ୍ୟତ ଲୋକ ପ୍ରତି, ମଧ୍ୟ ସର୍ବଶକ୍ତିମାନଙ୍କ ଭୟତ୍ୟାଗୀ ଲୋକ ପ୍ରତି ବନ୍ଧୁଠାରୁ ଦୟା ପ୍ରକାଶିତ ହେବା ଉଚିତ।
He whose heart is shut against his friend has given up the fear of the Ruler of all.
15 ମୋହର ଭ୍ରାତୃଗଣ ନଦୀ ତୁଲ୍ୟ, ପ୍ରବାହିତ ନଦୀସ୍ରୋତ ତୁଲ୍ୟ ପ୍ରବଞ୍ଚନା କରିଅଛନ୍ତି;
My friends have been false like a stream, like streams in the valleys which come to an end:
16 ତାହାସବୁ ହିମ ସକାଶୁ କୃଷ୍ଣବର୍ଣ୍ଣ ଓ ତହିଁ ମଧ୍ୟରେ ତୁଷାର ଲୀନ ହୁଏ;
Which are dark because of the ice, and the snow falling into them;
17 ନଦୀ ଉତ୍ତପ୍ତ ହେଲେ, ତାହା ଲୁପ୍ତ ହୁଏ; ଗ୍ରୀଷ୍ମ ପାଇଲେ ସ୍ୱ ସ୍ଥାନରୁ ଅନ୍ତର୍ହିତ ହୁଏ।
Under the burning sun they are cut off, and come to nothing because of the heat.
18 ପଥିକ ଦଳ ତହିଁ ନିକଟ ଦେଇ ଯାତ୍ରା କରିବା ବେଳେ ପଥ ଛାଡ଼ନ୍ତି; ସେମାନେ ମରୁଭୂମିକୁ ଯାଇ ବିନଷ୍ଟ ହୁଅନ୍ତି।
The camel-trains go out of their way; they go up into the waste and come to destruction.
19 ତେମାର ପଥିକ ଦଳ ଅନ୍ଵେଷଣ କଲେ, ଶିବାର ଯାତ୍ରୀ ଦଳ ତହିଁ ପାଇଁ ଅପେକ୍ଷା କଲେ।
The camel-trains of Tema were searching with care, the bands of Sheba were waiting for them:
20 ସେମାନେ ପ୍ରତ୍ୟାଶା କରିଥିବା ସକାଶୁ ଲଜ୍ଜିତ ହେଲେ; ସେମାନେ ସେଠାରେ ଉପସ୍ଥିତ ହୋଇ ଘାବରା ହେଲେ।
They were put to shame because of their hope; they came and their hope was gone.
21 ଦେଖ, ଏବେ ତୁମ୍ଭେମାନେ କିଛି ନୁହଁ; ତୁମ୍ଭେମାନେ ବିପତ୍ତି ଦେଖି ଭୀତ ହେଉଅଛ।
So have you now become to me; you see my sad condition and are in fear.
22 ‘ମୋତେ କିଛି ଦିଅ,’ ଅବା ‘ତୁମ୍ଭମାନଙ୍କ ସମ୍ପତ୍ତିରୁ ମୋʼ ପାଇଁ ଉପହାର ଯାଚ,’
Did I say, Give me something? or, Make a payment for me out of your wealth?
23 କିଅବା ‘ବିପକ୍ଷ ହସ୍ତରୁ ମୋତେ ଉଦ୍ଧାର କର,’ ଅଥବା ‘ଉପଦ୍ରବୀମାନଙ୍କ ହସ୍ତରୁ ମୋତେ ମୁକ୍ତ କର, ଏହା କି ମୁଁ କହିଲି?’
Or, Get me out of the power of my hater? or, Give money so that I may be free from the power of the cruel ones?
24 ମୋତେ ଶିକ୍ଷା ଦିଅ, ତହିଁରେ ମୁଁ ନୀରବ ହେବି ଓ ମୁଁ କେଉଁ ବିଷୟରେ ଭୁଲିଗଲି, ତାହା ମୋତେ ବୁଝାଇ ଦିଅ।
Give me teaching and I will be quiet; and make me see my error.
25 ସରଳ ବାକ୍ୟ କିପରି ପ୍ରବଳ! ମାତ୍ର ତୁମ୍ଭମାନଙ୍କ ତର୍କ କେଉଁ ଦୋଷ ବ୍ୟକ୍ତ କରେ?
How pleasing are upright words! but what force is there in your arguments?
26 ତୁମ୍ଭେମାନେ କʼଣ ଶବ୍ଦର ଦୋଷ ଧରିବାକୁ କଳ୍ପନା କରୁଅଛ? କାରଣ ନିରାଶ ଲୋକର ବାକ୍ୟ ବାୟୁ ତୁଲ୍ୟ।
My words may seem wrong to you, but the words of him who has no hope are for the wind.
27 ହଁ, ତୁମ୍ଭେମାନେ ପିତୃହୀନ ପାଇଁ ଗୁଲିବାଣ୍ଟ କରିବ ଓ ଆପଣା ବନ୍ଧୁକୁ ବାଣିଜ୍ୟ ଦ୍ରବ୍ୟ କରିବ।
Truly, you are such as would give up the child of a dead man to his creditors, and would make a profit out of your friend.
28 ଏହେତୁ ଏବେ ଅନୁଗ୍ରହ କରି ମୋʼ ପ୍ରତି ଦୃଷ୍ଟି କର; କାରଣ ମୁଁ ନିଶ୍ଚୟ ତୁମ୍ଭ ମୁଖ ଆଗରେ ମିଥ୍ୟା କହିବି ନାହିଁ।
Now then, let your eyes be turned to me, for truly I will not say what is false to your face.
29 ମୁଁ ବିନୟ କରୁଅଛି, ଫେର, କୌଣସି ଅନ୍ୟାୟ ନ ହେଉ; ହଁ, ପୁନର୍ବାର ଫେର, ମୋହର ଗୁହାରି ଯଥାର୍ଥ।
Let your minds be changed, and do not have an evil opinion of me; yes, be changed, for my righteousness is still in me.
30 ମୋʼ ଜିହ୍ୱାରେ କʼଣ ଅନ୍ୟାୟ ଅଛି? ମୋହର ରସନେନ୍ଦ୍ରିୟ କʼଣ ଅନିଷ୍ଟ ବିଷୟ ବାରି ନ ପାରେ?
Is there evil in my tongue? is not the cause of my trouble clear to me?