< ଆୟୁବ 41 >

1 ତୁମ୍ଭେ କି ବନଶୀ ଦ୍ୱାରା ଲିବିୟାଥନକୁ ଓଟାରି ପାର? ଅବା ରଜ୍ଜୁରେ ତାହାର ଜିହ୍ୱା ତଳକୁ ଚାପିପାର?
“Ǹjẹ́ ìwọ le è fi ìwọ̀ fa Lefitani jáde? Tàbí ìwọ lè fi okùn so ahọ́n rẹ̀ mọ́lẹ̀?
2 ତୁମ୍ଭେ କି ତାହାର ନାସାରେ ଦଉଡ଼ି ଦେଇ ପାର? ଅବା ଅଙ୍କୁଶରେ ତାହାର ଥୋମଣି ଫୋଡ଼ିପାର?
Ìwọ lè fi okùn bọ̀ ọ́ ní í mú, tàbí fi ìwọ̀ ẹ̀gún gun ní ẹ̀rẹ̀kẹ́?
3 ସେ କି ତୁମ୍ଭ ନିକଟରେ ଅନେକ ବିନତି କରିବ? ଅବା ସେ କି ତୁମ୍ଭକୁ କୋମଳ କଥା କହିବ?
Òun ha jẹ́ bẹ ẹ̀bẹ̀ fún àánú lọ́dọ̀ rẹ ní ọ̀pọ̀lọpọ̀ bí òun ha bá ọ sọ̀rọ̀ pẹ̀lẹ́?
4 ତୁମ୍ଭେ ତାହାକୁ ଚିରକାଳ ଦାସ କରି ରଖିବା ପାଇଁ ସେ କି ତୁମ୍ଭ ସଙ୍ଗେ ନିୟମ କରିବ?
Òun ha bá ọ dá májẹ̀mú bí? Ìwọ ó ha máa mú ṣe ẹrú láéláé bí?
5 ପକ୍ଷୀ ସଙ୍ଗେ ଖେଳିଲା ପରି ତୁମ୍ଭେ କି ତାହା ସଙ୍ଗେ ଖେଳିବ? ଅବା ତୁମ୍ଭେ କି ଆପଣା ବାଳିକାମାନଙ୍କ ନିମନ୍ତେ ତାହାକୁ ବାନ୍ଧି ରଖିବ?
Ìwọ ha lè ba sáré bí ẹni pé ẹyẹ ni, tàbí ìwọ ó dè é fún àwọn ọmọbìnrin ìránṣẹ́ rẹ̀?
6 ମତ୍ସ୍ୟଧାରୀଦଳ କି ତାହାକୁ ବାଣିଜ୍ୟ ଦ୍ରବ୍ୟ କରିବେ? ସେମାନେ କି ବଣିକମାନଙ୍କ ମଧ୍ୟରେ ତାହାକୁ ଭାଗବିଭାଗ କରିବେ?
Ẹgbẹ́ àwọn apẹja yóò ha máa tà á bí? Wọn ó ha pín láàrín àwọn oníṣòwò?
7 ତୁମ୍ଭେ କି ଲୌହ ଅଙ୍କୁଶରେ ତାହାର ଚର୍ମ, ଅବା ତେଣ୍ଟାରେ ତାହାର ମସ୍ତକ ବିନ୍ଧିପାର?
Ìwọ ha lè fi ọ̀kọ̀-irin gun awọ rẹ̀, tàbí orí rẹ̀ pẹ̀lú ọ̀kọ̀ ìpẹja.
8 ତାହା ଉପରେ ତୁମ୍ଭେ ହସ୍ତକ୍ଷେପ କର; ଯୁଦ୍ଧ ସ୍ମରଣ କର, ପୁଣି ସେପରି ଆଉ କର ନାହିଁ।
Fi ọwọ́ rẹ lé e lára, ìwọ ó rántí ìjà náà, ìwọ kì yóò sì ṣe bẹ́ẹ̀ mọ́.
9 ଦେଖ, ତାହା ବିଷୟକ ପ୍ରତ୍ୟାଶା ବୃଥା; କେହି ତାହାକୁ ଦେଖିବାମାତ୍ର କି ତଳେ ପଡ଼ିଯିବ ନାହିଁ?
Kíyèsi, ìgbìyànjú láti mú un ní asán; ní kìkì ìrí rẹ̀ ara kì yóò ha rọ̀ ọ́ wẹ̀sì?
10 ତାହାକୁ ଯେ ଜଗାଇବ, ଏପରି ସାହସିକ କେହି ନାହିଁ; ତେବେ ଆମ୍ଭ ସମ୍ମୁଖରେ କିଏ ଛିଡ଼ା ହୋଇପାରେ?
Kò sí ẹni aláyà lílé tí ó lè ru sókè. Ǹjẹ́ ta ni ó lè dúró níwájú mi.
11 କିଏ ଆଗେ ଆମ୍ଭକୁ ଦେଇଅଛି ଯେ, ଆମ୍ଭେ ତାହାକୁ ପରିଶୋଧ କରିବା? ସମୁଦାୟ ଆକାଶମଣ୍ଡଳ ତଳେ ଯାହା କିଛି ଅଛି, ସବୁ ହିଁ ଆମ୍ଭର।
Ta ni ó kọ́kọ́ ṣe fún mi, tí èmi ìbá fi san án fún un? Ohunkóhun ti ń bẹ lábẹ́ ọ̀run gbogbo, tèmi ni.
12 ତାହାର ଅଙ୍ଗପ୍ରତ୍ୟଙ୍ଗ, ଅବା ମହାପରାକ୍ରମ, ଅବା ତାହାର ସୁନ୍ଦର ଗଠନ ବିଷୟରେ ଆମ୍ଭେ ନୀରବ ରହିବା ନାହିଁ।
“Èmi kì yóò fi ẹ̀yà ara Lefitani, tàbí ipá rẹ, tàbí ìhámọ́ra rẹ tí ó ní ẹwà pamọ́.
13 ତାହାର ବାହାର ବସ୍ତ୍ର କିଏ କାଢ଼ିପାରେ? କିଏ ତାହାର ଦନ୍ତଶ୍ରେଣୀଦ୍ୱୟ ମଧ୍ୟକୁ ଆସିବ?
Ta ni yóò lè rídìí aṣọ àpáta rẹ̀? Tàbí ta ni ó lè súnmọ́ ọ̀nà méjì eyín rẹ̀?
14 କିଏ ତାହାର ମୁଖରୁ କବାଟ ଫିଟାଇପାରେ? ତାହାର ଦନ୍ତର ଚତୁର୍ଦ୍ଦିଗରେ ତ୍ରାସ ଥାଏ।
Ta ni ó lè ṣí ìlẹ̀kùn iwájú rẹ̀? Àyíká ẹ̀yin rẹ ni ìbẹ̀rù ńlá.
15 ତାହାର ଶକ୍ତ କାତିସବୁ ତାହାର ଦର୍ପର ବିଷୟ, ତାହା ଦୃଢ଼ ରୂପେ ମୋହରାଙ୍କିତ ହେଲା ପରି ଏକତ୍ର ବନ୍ଦ ହୋଇଅଛି।
Ìpẹ́ lílé ní ìgbéraga rẹ̀; ó pàdé pọ̀ tímọ́tímọ́ bí àmì èdìdì.
16 ଏକଆରେକର ଏତେ ନିକଟ ଯେ, ବାୟୁ ତହିଁରେ ପ୍ରବେଶ କରିପାରେ ନାହିଁ।
Èkínní fi ara mọ́ èkejì tó bẹ́ẹ̀ tí afẹ́fẹ́ kò lè wọ àárín wọn.
17 ତାହାସବୁ ପରସ୍ପର ସଂଯୁକ୍ତ; ତାହାସବୁ ଏପରି ଏକତ୍ର ଲାଗି ରହିଅଛି ଯେ, ଭିନ୍ନ କରାଯାଇପାରେ ନାହିଁ।
Èkínní fi ara mọ́ èkejì rẹ̀; wọ́n lè wọ́n pọ̀ tí a kò lè mọ̀ wọ́n.
18 ତାହାର ଛିଙ୍କରୁ ଆଲୁଅ ଝଟକେ ଓ ତାହାର ଚକ୍ଷୁ ଅରୁଣର ଚକ୍ଷୁପତା ସଦୃଶ।
Nípa sí sin rẹ̀ ìmọ́lẹ̀ á mọ́, ojú rẹ̀ a sì dàbí ìpéǹpéjú òwúrọ̀.
19 ତାହାର ମୁଖରୁ ଜ୍ୱଳନ୍ତ ମଶାଲ ନିର୍ଗତ ହୁଏ ଓ ଅଗ୍ନିକଣା ଉଡ଼େ।
Láti ẹnu rẹ ni ọ̀wọ́-iná ti jáde wá, ìpẹ́pẹ́ iná a sì ta jáde.
20 ଯେପରି ରନ୍ଧାହାଣ୍ଡିରୁ ଓ ଜ୍ୱଳନ୍ତ ତୃଣରୁ, ସେପରି ତାହାର ନାସାରନ୍ଧ୍ରରୁ ଧୂମ ନିର୍ଗତ ହୁଏ।
Láti ihò imú rẹ ni èéfín ti jáde wá, bí ẹni pé láti inú ìkòkò tí a fẹ́ iná ìfèéfèé lábẹ́ rẹ̀.
21 ତାହାର ନିଶ୍ୱାସ ଅଙ୍ଗାର ଜ୍ୱଳାଏ ଓ ତାହାର ମୁଖରୁ ଅଗ୍ନିଶିଖା ନିର୍ଗତ ହୁଏ।
Èémí rẹ̀ tiná bọ ẹ̀yin iná, ọ̀wọ́-iná sì ti ẹnu rẹ̀ jáde.
22 ତାହାର ଗ୍ରୀବାରେ ଶକ୍ତି ଅବସ୍ଥିତି କରେ ଓ ତାହା ସମ୍ମୁଖରେ ତ୍ରାସ ନୃତ୍ୟ କରେ।
Ní ọrùn rẹ̀ ní agbára kù sí, àti ìbànújẹ́ àyà sì padà di ayọ̀ níwájú rẹ̀.
23 ତାହାର ମାଂସର ପରସ୍ତ ଏକତ୍ର ସଂଯୁକ୍ତ ଥାଏ; ତାହାସବୁ ତାହା ଉପରେ ଦୃଢ଼ବଦ୍ଧ ଥାଏ; ତାହାସବୁ ଘୁଞ୍ଚାଯାଇ ପାରେ ନାହିଁ।
Jabajaba ẹran rẹ̀ dìjọ pọ̀, wọ́n múra gírí fún ara wọn, a kò lè sí wọn ní ipò.
24 ତାହାର ହୃଦୟ ପ୍ରସ୍ତର ପରି ଦୃଢ଼ ଓ ଚକିର ତଳପଟ ପରି ଦୃଢ଼।
Àyà rẹ̀ dúró gbagidi bí òkúta, àní, ó le bi ìyá ọlọ.
25 ସେ ଉଠିଲେ, ବିକ୍ରମୀମାନେ ଭୟଗ୍ରସ୍ତ ହୁଅନ୍ତି; ଭୟ ସକାଶୁ ସେମାନେ ହତବୁଦ୍ଧି ହୁଅନ୍ତି।
Nígbà tí ó bá gbé ara rẹ̀ sókè, àwọn alágbára bẹ̀rù; nítorí ìbẹ̀rù ńlá, wọ́n dààmú.
26 କେହି ତାହା ଉପରେ ଖଡ୍ଗ ଲଗାଇଲେ, କିଛି ହୁଏ ନାହିଁ; ବର୍ଚ୍ଛା, ଶୂଳ କି ତୀକ୍ଷ୍ଣ ତୀର ବିଫଳ ହୁଏ।
Ọ̀kọ̀ tàbí idà, tàbí ọfà, ẹni tí ó ṣá a kò lè rán an.
27 ସେ ଲୁହାକୁ କୁଟା ପରି ଓ ପିତ୍ତଳକୁ ସଢ଼ା କାଠ କରି ଗଣେ।
Ó ká irin sí ibi koríko gbígbẹ àti idẹ si bi igi híhù.
28 ତୀର ତାହାକୁ ତଡ଼ାଇ ପାରେ ନାହିଁ ଓ ଛାଟିଣୀ ପଥର ତାହା ପ୍ରତି ନଡ଼ା ପରି ହୁଏ।
Ọfà kò lè mú un sá; òkúta kànnakánná lọ́dọ̀ rẹ̀ dàbí àgékù koríko.
29 ଗଦା ତୃଣ ତୁଲ୍ୟ ଗଣିତ ହୁଏ; ବର୍ଚ୍ଛା ବଳରେ ଆସିବା ବେଳେ ସେ ହସେ।
Ó ka ẹṣin sí bí àgékù ìdì koríko; ó rẹ́rìn-ín sí mímì ọ̀kọ̀.
30 ତାହାର ନିମ୍ନଭାଗ ତୀକ୍ଷ୍ଣ ଖପରା ପରି; ସେ କାଦୁଅ ଉପରେ କଣ୍ଟାର ମଇ ଚଳାଏ।
Òkúta mímú ń bẹ nísàlẹ̀ abẹ́ rẹ̀, ó sì tẹ́ ohun mímú ṣóńṣó sórí ẹrẹ̀.
31 ସେ ଗଭୀର ଜଳକୁ ହାଣ୍ଡି ଜଳ ପରି ଫୁଟାଏ; ସେ ସମୁଦ୍ରକୁ ଲେପ ପରି କରେ।
Ó mú ibú omi hó bí ìkòkò; ó sọ̀ agbami òkun dàbí kólòbó ìkunra.
32 ସେ ଆପଣା ପଛେ ପଛେ ପଥ ଉଜ୍ଜ୍ୱଳ କରେ; କେହି ମନେ କରିପାରେ, ଜଳଧି ପକ୍ୱକେଶ ହେଲା;
Ó mú ipa ọ̀nà tan lẹ́yìn rẹ̀; ènìyàn a máa ka ibú sí ewú arúgbó.
33 ପୃଥିବୀରେ ତାହା ପରି ଭୟରହିତ ହୋଇ କେହି ସୃଷ୍ଟ ହୋଇ ନାହିଁ।
Lórí ilẹ̀ ayé kò sí ẹni tí ó dàbí rẹ̀, tí a dá láìní ìbẹ̀rù.
34 ସେ ସକଳ ଉଚ୍ଚ ବିଷୟ ଦେଖେ, ସେ ଯାବତୀୟ ଗର୍ବର ସନ୍ତାନଗଣ ଉପରେ ରାଜା ଅଟେ।”
Ó bojú wo ohun gíga gbogbo, ó sì nìkan jásí ọba lórí gbogbo àwọn ọmọ ìgbéraga.”

< ଆୟୁବ 41 >