< ଆୟୁବ 33 >

1 ଯାହାହେଉ, ବିନୟ କରୁଅଛି, ହେ ଆୟୁବ, ମୋʼ କଥା ଶୁଣ ଓ ମୋହର ସମସ୍ତ ବାକ୍ୟରେ କର୍ଣ୍ଣପାତ କର।
“Ǹjẹ́ nítorí náà, Jobu, èmí bẹ̀ ọ, gbọ́ ọ̀rọ̀ mi kí o sì fetísí ọ̀rọ̀ mi!
2 ଏବେ ଦେଖ, ମୁଁ ଆପଣା ମୁଖ ଫିଟାଉଅଛି, ମୋʼ ଜିହ୍ୱା ମୋʼ ମୁଖ ଭିତରେ କଥା କହିଅଛି।
Kíyèsi i nísinsin yìí, èmí ya ẹnu mi, ahọ́n mi sì sọ̀rọ̀ ní ẹnu mi.
3 ମୋʼ ବାକ୍ୟ ମୋʼ ଅନ୍ତଃକରଣର ସରଳତା ପ୍ରକାଶ କରିବ ଓ ମୋହର ଓଷ୍ଠାଧର ଯାହା ଜାଣେ, ତାହା ସରଳ ଭାବରେ କହିବ।
Ọ̀rọ̀ mi yóò sì jásí ìdúró ṣinṣin ọkàn mi, ètè mi yóò sì sọ ìmọ̀ mi jáde dájúdájú.
4 ପରମେଶ୍ୱରଙ୍କ ଆତ୍ମା ମୋତେ ସୃଷ୍ଟି କରିଅଛନ୍ତି ଓ ସର୍ବଶକ୍ତିମାନଙ୍କ ନିଶ୍ୱାସ ମୋତେ ଜୀବନ ଦିଅନ୍ତି।
Ẹ̀mí Ọlọ́run ni ó tí dá mi, àti ìmísí Olódùmarè ni ó ti fún mi ní ìyè.
5 ତୁମ୍ଭେ ପାରିଲେ, ମୋତେ ଉତ୍ତର ଦିଅ, ମୋʼ ସମ୍ମୁଖରେ ଆପଣା ବାକ୍ୟ ସଜାଇ ଠିଆ ହୁଅ।
Bí ìwọ bá le dá mi lóhùn, tò ọ̀rọ̀ rẹ̀ lẹ́sẹẹsẹ níwájú mi;
6 ଦେଖ, ପରମେଶ୍ୱରଙ୍କ ପ୍ରତି ତୁମ୍ଭେ ଯେପରି, ମୁଁ ସେପରି ଅଟେ, ମୁଁ ମଧ୍ୟ ମୃତ୍ତିକାରୁ ନିର୍ମିତ ହୋଇଅଛି।
kíyèsi i, bí ìwọ ṣe jẹ́ ti Ọlọ́run, bẹ́ẹ̀ ni èmi náà; láti amọ̀ wá ni a sì ti dá mi pẹ̀lú.
7 ଦେଖ, ମୋହର ଭୟାନକତା ତୁମ୍ଭକୁ ଭୀତ କରିବ ନାହିଁ, କିଅବା ମୋହର ଭାର ତୁମ୍ଭ ଉପରେ ଭାରୀ ହେବ ନାହିଁ।
Kíyèsi i, ẹ̀rù ńlá mi kì yóò bà ọ; bẹ́ẹ̀ ni ọwọ́ mi kì yóò wúwo sí ọ lára.
8 ନିଶ୍ଚୟ ତୁମ୍ଭେ ମୋହର କର୍ଣ୍ଣଗୋଚରରେ କହିଅଛ ଓ ମୁଁ ତୁମ୍ଭ ବାକ୍ୟର ରବ ଶୁଣିଅଛି, ଯଥା,
“Nítòótọ́ ìwọ sọ ní etí mi, èmí sì gbọ́ ọ̀rọ̀ rẹ̀ wí pé,
9 ‘ମୁଁ ଶୁଚି, ଅପରାଧରହିତ; ମୁଁ ନିର୍ଦ୍ଦୋଷ, ମଧ୍ୟ ମୋʼ ଠାରେ ଅଧର୍ମ ନାହିଁ;
‘Èmi mọ́, láìní ìrékọjá, aláìṣẹ̀ ní èmi; bẹ́ẹ̀ àìṣedéédéé kò sí ní ọwọ́ mi.
10 ଦେଖ, ସେ ମୋʼ ଛିଦ୍ର ଅନ୍ଵେଷଣ କରନ୍ତି, ସେ ମୋତେ ଆପଣା ଶତ୍ରୁ ବୋଲି ଗଣନ୍ତି;
Kíyèsi i, Ọlọ́run ti rí àìṣedéédéé pẹ̀lú mi; ó kà mí sì ọ̀tá rẹ̀.
11 ସେ ଯନ୍ତାରେ ମୋହର ପାଦ ରଖନ୍ତି, ସେ ମୋହର ସମସ୍ତ ପଥ ନିରୀକ୍ଷଣ କରନ୍ତି।’
Ó kan ẹ̀ṣẹ̀ mi sínú àbà; o kíyèsi ipa ọ̀nà mi gbogbo.’
12 ଦେଖ, ମୁଁ ତୁମ୍ଭକୁ ଉତ୍ତର ଦେବି, ଏ ବିଷୟରେ ତୁମ୍ଭେ ଯଥାର୍ଥ ନୁହଁ; କାରଣ ପରମେଶ୍ୱର ମନୁଷ୍ୟ ଅପେକ୍ଷା ମହାନ ଅଟନ୍ତି।
“Kíyèsi i, nínú èyí ìwọ ṣìnà! Èmi ó dá ọ lóhùn pé, Ọlọ́run tóbi jù ènìyàn lọ!
13 ତୁମ୍ଭେ କାହିଁକି ତାହାଙ୍କ ସଙ୍ଗେ ବିବାଦ କରୁଅଛ? ଯେଣୁ ସେ ଆପଣାର କୌଣସି ବିଷୟର କାରଣ ଜଣାନ୍ତି ନାହିଁ।
Nítorí kí ni ìwọ ṣe ń bá a jà, wí pé, òun kò ní sọ ọ̀rọ̀ kan nítorí iṣẹ́ rẹ̀?
14 ପରମେଶ୍ୱର ଥରେ କହନ୍ତି, ଦୁଇ ଥର ହିଁ କହନ୍ତି, ତଥାପି ମନୁଷ୍ୟ ତହିଁରେ ମନ ଦିଏ ନାହିଁ;
Nítorí pe Ọlọ́run sọ̀rọ̀ lẹ́ẹ̀kan, àní, lẹ́ẹ̀kejì, ṣùgbọ́n ènìyàn kò róye rẹ̀.
15 ସ୍ୱପ୍ନରେ, ରାତ୍ରିକାଳୀନ ଦର୍ଶନରେ; ମନୁଷ୍ୟମାନେ ଘୋର ନିଦ୍ରାରେ ମଗ୍ନ ହେବା ବେଳେ, ଶଯ୍ୟାରେ ଘୁମାଇବା ବେଳେ,
Nínú àlá, ní ojúran òru, nígbà tí orun èjìká bá kùn ènìyàn lọ, ní sísùn lórí ibùsùn,
16 ସେ ମନୁଷ୍ୟମାନଙ୍କର କର୍ଣ୍ଣ ମୁକ୍ତ କରନ୍ତି ଓ ସେମାନଙ୍କର ଶିକ୍ଷା ମୋହରାଙ୍କିତ କରନ୍ତି,
nígbà náà ni ó lè sọ̀rọ̀ ní etí wọn, yóò sì dẹ́rùbà wọ́n pẹ̀lú ìbáwí,
17 ତଦ୍ଦ୍ୱାରା ସେ ମନୁଷ୍ୟକୁ ତାହାର ସଂକଳ୍ପରୁ ନିବୃତ୍ତ କରନ୍ତି ଓ ମନୁଷ୍ୟଠାରୁ ଅହଙ୍କାର ଗୁପ୍ତ କରନ୍ତି।
kí ó lè fa ènìyàn sẹ́yìn kúrò nínú ètè rẹ̀; kí ó sì pa ìgbéraga mọ́ kúrò lọ́dọ̀ ènìyàn;
18 ସେ ତାହାର ପ୍ରାଣକୁ ଗର୍ତ୍ତରୁ ଓ ତାହାର ଜୀବନକୁ ଖଡ୍ଗାଘାତରୁ ଅଟକାଇ ରଖନ୍ତି।
Ó sì fa ọkàn rẹ̀ padà kúrò nínú isà òkú, àti ẹ̀mí rẹ̀ láti ṣègbé lọ́wọ́ idà.
19 ମଧ୍ୟ ସେ ଆପଣା ଶଯ୍ୟାରେ ବ୍ୟଥା ଦ୍ୱାରା ଓ ଆପଣା ଅସ୍ଥି ମଧ୍ୟରେ ନିରନ୍ତର ଯୁଦ୍ଧ ଦ୍ୱାରା ଶାସ୍ତି ପାଏ;
“A sì nà án lórí ibùsùn ìrora rẹ̀; pẹ̀lúpẹ̀lú a fi ìjà egungun rẹ̀ ti ó dúró pẹ́ nà án,
20 ତେଣୁ ତାହାର ଜୀବନ ଆହାରକୁ ଓ ତାହାର ପ୍ରାଣ ସୁସ୍ୱାଦୁ ଭକ୍ଷ୍ୟକୁ ଘୃଣା କରେ।
bẹ́ẹ̀ ni ẹ̀mí rẹ kọ oúnjẹ, ọkàn rẹ̀ sì kọ oúnjẹ dídùn.
21 ତାହାର ମାଂସ କ୍ଷୟ ପାଇ ଅଦୃଶ୍ୟ ହୁଏ ଓ ତାହାର ଅଦୃଶ୍ୟ ଥିବା ଅସ୍ଥିସବୁ ଦେଖାଯାଏ।
Ẹran-ara rẹ̀ run, títí a kò sì fi lè rí i mọ́ egungun rẹ̀ tí a kò tí rí sì ta jáde.
22 ଆହୁରି, ତାହାର ପ୍ରାଣ ଗର୍ତ୍ତର ଓ ତାହାର ଜୀବନ ସଂହାର କର ସନ୍ନିକଟ ହୁଏ।
Àní, ọkàn rẹ̀ sì súnmọ́ isà òkú, ẹ̀mí rẹ̀ sì súnmọ́ ọ̀dọ̀ àwọn ìránṣẹ́ ikú.
23 ଯଦି ମନୁଷ୍ୟକୁ ତାହାର କର୍ତ୍ତବ୍ୟତା ଦେଖାଇବା ପାଇଁ ତାହା ସଙ୍ଗେ ଜଣେ ଦୂତ, ସହସ୍ର ମଧ୍ୟରୁ ଜଣେ ଅର୍ଥକାରକ ଥାଏ;
Bí angẹli kan ba wà lọ́dọ̀ rẹ̀, ẹni tí ń ṣe alágbàwí, ọ̀kan nínú ẹgbẹ̀rún láti fi ọ̀nà pípé hàn ni,
24 ତେବେ ସେ ତାହାକୁ କୃପା କରି କହିବେ, ‘ଗର୍ତ୍ତଗମନରୁ ତାହାକୁ ଉଦ୍ଧାର କର, ମୁଁ ପ୍ରାୟଶ୍ଚିତ୍ତ ପାଇଅଛି।
nígbà náà ni ó ṣe oore-ọ̀fẹ́ fún un ó sì wí pé, gbà á kúrò nínú lílọ sínú isà òkú; èmi ti rà á padà.
25 ତାହାର ମାଂସ ବାଳକର ମାଂସ ଅପେକ୍ଷା ସତେଜ ହେବ; ସେ ଆପଣା ଯୌବନ ଦିନ ପୁନର୍ବାର ପାଇବ;’
Ara rẹ̀ yóò sì di ọ̀tun bí i ti ọmọ kékeré, yóò sì tún padà sí ọjọ́ ìgbà èwe rẹ̀;
26 ସେ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରେ ଓ ସେ ତାହା ପ୍ରତି ପ୍ରସନ୍ନ ହୁଅନ୍ତି; ତେଣୁ ସେ ଆନନ୍ଦରେ ତାହାଙ୍କ ମୁଖ ଦର୍ଶନ କରେ; ଆଉ, ସେ ମନୁଷ୍ୟକୁ ତାହାର ଧାର୍ମିକତା ପୁନର୍ବାର ଦିଅନ୍ତି।
Ó gbàdúrà sọ́dọ̀ Ọlọ́run, òun sì ṣe ojúrere rẹ̀, o sì rí ojú rẹ̀ pẹ̀lú ayọ̀, òhun o san òdodo rẹ̀ padà fún ènìyàn.
27 ସେ ମନୁଷ୍ୟମାନଙ୍କ ସାକ୍ଷାତରେ ଗାନ କରି କହେ, ‘ମୁଁ ପାପ କରିଅଛି ଓ ନ୍ୟାୟର ବିପରୀତ କରିଅଛି ଓ ତାହା ମୋହର ଲାଭଜନକ ହୋଇ ନାହିଁ।
Ó wá sọ́dọ̀ ènìyàn ó sì wí pé, ‘Èmi ṣẹ̀, kò sì ṣí èyí tí o tọ́, mo sì ti yí èyí tí ó tọ́ po, a kò sì san ẹ̀san rẹ̀ fún mi;
28 ସେ ମୋହର ପ୍ରାଣକୁ ଗର୍ତ୍ତଗମନରୁ ମୁକ୍ତ କରିଅଛନ୍ତି ଓ ମୋହର ଜୀବନ ଆଲୁଅ ଦେଖିବ।’
Ọlọ́run ti gba ọkàn mi kúrò nínú lílọ sínú ihò, ẹ̀mí mi yóò wà láti jẹ adùn ìmọ́lẹ̀ ayé.’
29 ଦେଖ, ମନୁଷ୍ୟ ଯେପରି ଜୀବିତ ଲୋକଙ୍କ ଦୀପ୍ତିରେ ଦୀପ୍ତିମାନ ହେବ, ଏଥିପାଇଁ ଗର୍ତ୍ତରୁ ତାହାର ପ୍ରାଣ ଫେରାଇ ଆଣିବାକୁ,
“Wò ó! Nǹkan wọ̀nyí ni Ọlọ́run máa ń ṣe fún ènìyàn nígbà méjì àti nígbà mẹ́ta,
30 ପରମେଶ୍ୱର ତାହା ସହିତ ଦୁଇ ଥର, ମଧ୍ୟ ତିନି ଥର ଏହିସବୁ ବ୍ୟବହାର କରନ୍ତି।
láti mú ọkàn rẹ padà kúrò nínú isà òkú, láti fi ìmọ́lẹ̀ alààyè han sí i.
31 ହେ ଆୟୁବ, ମନୋଯୋଗ କରି ମୋʼ କଥା ଶୁଣ; ତୁମ୍ଭେ ନୀରବ ହୁଅ, ମୁଁ କଥା କହିବି।
“Jobu, kíyèsi i gidigidi, kí o sì fetí sí mi; pa ẹnu rẹ mọ́, èmi ó sì máa sọ ọ́.
32 ତୁମ୍ଭର କହିବାର କୌଣସି ବିଷୟ ଥିଲେ, ମୋତେ ଉତ୍ତର ଦିଅ; କୁହ, କାରଣ ତୁମ୍ଭକୁ ନିର୍ଦ୍ଦୋଷ କରିବାକୁ ମୋର ଇଚ୍ଛା।
Bí ìwọ bá sì ní ohun wí, dá mi lóhùn; máa sọ, nítorí pé èmi fẹ́ dá ọ láre.
33 ନୋହିଲେ ମୋʼ କଥା ଶୁଣ; ନୀରବ ହୁଅ, ଆଉ ମୁଁ ତୁମ୍ଭକୁ ଜ୍ଞାନ ଶିଖାଇବି।”
Bí bẹ́ẹ̀ kọ́, gbọ́ tèmi; pa ẹnu rẹ mọ́, èmi ó sì kọ́ ọ ní ọgbọ́n.”

< ଆୟୁବ 33 >