< ଆୟୁବ 20 >

1 ଏଥିଉତ୍ତାରେ ନାମାଥୀୟ ସୋଫର ଉତ୍ତର କରି କହିଲା,
Ìgbà náà ní Sofari, ará Naama dáhùn, ó sì wí pé,
2 “ଏଥିପାଇଁ ମୋର ଅନ୍ତରସ୍ଥ ଚଞ୍ଚଳତା ସକାଶୁ ମୋହର ଚିନ୍ତା ମୋତେ ଉତ୍ତର ଦିଏ।
“Nítorí náà ní ìrò inú mi dá mi lóhùn, àti nítorí èyí náà ní mo sì yára si gidigidi.
3 ମୁଁ ଯେଉଁ ଅନୁଯୋଗ ଶୁଣିଲି, ତାହା ମୋତେ ଲଜ୍ଜିତ କରେ ଏବଂ ମୋହର ବୁଦ୍ଧିବିଶିଷ୍ଟ ଆତ୍ମା ମୋତେ ଉତ୍ତର ଦିଏ।
Mo ti gbọ́ ẹ̀san ẹ̀gàn mi, ẹ̀mí òye mi sì dá mi lóhùn.
4 ତୁମ୍ଭେ କʼଣ ଏହା ଜାଣ ନାହିଁ ଯେ, ପୁରାତନ କାଳରୁ, ପୃଥିବୀରେ ମନୁଷ୍ୟର ସ୍ଥାପନଠାରୁ
“Ìwọ kò mọ̀ èyí rí ní ìgbà àtijọ́, láti ìgbà tí a sọ ènìyàn lọ́jọ̀ sílé ayé,
5 ଦୁଷ୍ଟର ଜୟଧ୍ୱନି ଅଳ୍ପ କାଳ ଓ ଅଧାର୍ମିକର ଆନନ୍ଦ କ୍ଷଣମାତ୍ର ସ୍ଥାୟୀ?
pé, orin ayọ̀ ènìyàn búburú, ìgbà kúkúrú ni, àti pé, ní ìṣẹ́jú kan ní ayọ̀ àgàbàgebè?
6 ଯଦ୍ୟପି ତାହାର ମହତ୍ତ୍ୱ ଆକାଶ ପର୍ଯ୍ୟନ୍ତ ଉଠେ ଓ ତାହାର ମସ୍ତକ ମେଘ ସ୍ପର୍ଶ କରେ;
Bí ọláńlá rẹ̀ tilẹ̀ gòkè dé ọ̀run, ti orí rẹ̀ sì kan àwọsánmọ̀;
7 ତଥାପି ସେ ଆପଣା ମଳ ତୁଲ୍ୟ ଅନନ୍ତକାଳ ନଷ୍ଟ ହେବ; ଯେଉଁମାନେ ତାହାକୁ ଦେଖିଥିଲେ, ସେମାନେ କହିବେ, ସେ କାହିଁ?
ṣùgbọ́n yóò ṣègbé láéláé bí ìgbẹ́ ara rẹ̀; àwọn tí ó ti rí i rí yóò wí pé, ‘Òun ha dà?’
8 ସେ ସ୍ୱପ୍ନ ତୁଲ୍ୟ ଉଡ଼ିଯିବ, ଆଉ ଦେଖାଯିବ ନାହିଁ; ହଁ, ସେ ରାତ୍ରିକାଳୀନ ଦର୍ଶନ ତୁଲ୍ୟ ଦୂରୀକୃତ ହେବ।
Yóò fò lọ bí àlá, a kì yóò sì rí i, àní a ó lé e lọ bi ìran òru.
9 ଯେଉଁ ଚକ୍ଷୁ ତାହାକୁ ଦେଖିଲା, ଆଉ ତାହାକୁ ଦେଖିବ ନାହିଁ; କିଅବା ତାହାର ବାସସ୍ଥାନ ତାହାକୁ ଆଉ ଦେଖିବ ନାହିଁ।
Ojú tí ó ti rí i rí kì yóò sì rí i mọ́, bẹ́ẹ̀ ni ibùjókòó rẹ̀ kì yóò sì ri i mọ́.
10 ତାହାର ସନ୍ତାନଗଣ ଦରିଦ୍ରମାନଙ୍କର ଅନୁଗ୍ରହ ଚେଷ୍ଟା କରିବେ ଓ ତାହାର ସନ୍ତାନଗଣ ତାହାର ସମ୍ପତ୍ତି ଫେରାଇ ଦେବେ।
Àwọn ọmọ rẹ̀ yóò máa wá àti rí ojúrere lọ́dọ̀ tálákà, ọwọ́ rẹ̀ yóò sì kó ọrọ̀ wọn padà.
11 ତାହାର ଅସ୍ଥି ତାହାର ଯୌବନରେ ପରିପୂର୍ଣ୍ଣ, ମାତ୍ର ତାହା ତାହା ସଙ୍ଗେ ଧୂଳିରେ ଶୟନ କରିବ।
Egungun rẹ̀ kún fún agbára ìgbà èwe rẹ̀, tí yóò bá a dùbúlẹ̀ nínú erùpẹ̀.
12 ଯଦ୍ୟପି ଦୁଷ୍ଟତା ତାହାର ମୁଖକୁ ସୁମିଷ୍ଟ ଲାଗେ, ଯଦ୍ୟପି ସେ ଆପଣା ଜିହ୍ୱା ତଳେ ତାହା ଲୁଚାଇ ରଖେ;
“Bí ìwà búburú tilẹ̀ dún ní ẹnu rẹ̀, bí ó tilẹ̀ pa á mọ́ nísàlẹ̀ ahọ́n rẹ̀,
13 ଯଦ୍ୟପି ସେ ତାହା ଯାକି ରଖି ନ ଛାଡ଼େ, ମାତ୍ର ଆପଣା ମୁଖ ମଧ୍ୟରେ ରଖିଥାଏ;
bí ó tilẹ̀ dá a sì, tí kò si kọ̀ ọ́ sílẹ̀, tí ó pa á mọ́ síbẹ̀ ní ẹnu rẹ̀,
14 ତଥାପି ତାହାର ଆହାର ଉଦରରେ ବିକୃତ ହୁଏ, ତାହା ତାହାର ଅନ୍ତରରେ କାଳସର୍ପର ଗରଳ ସ୍ୱରୂପ।
ṣùgbọ́n oúnjẹ rẹ̀ nínú ikùn rẹ̀ ti yípadà, ó jásí òróró paramọ́lẹ̀ nínú rẹ̀;
15 ସେ ଧନ ଗ୍ରାସ କରିଅଛି ଓ ସେ ପୁନର୍ବାର ତାହା ଉଦ୍ଗାର କରିବ; ପରମେଶ୍ୱର ତାହାର ଉଦରରୁ ତାହାସବୁ ଦୂର କରିବେ।
Ó ti gbé ọrọ̀ mì, yóò sì tún bí i jáde; Ọlọ́run yóò pọ̀ ọ́ yọ jáde láti inú rẹ̀ wá.
16 ସେ କାଳସର୍ପର ବିଷ ଚୁଷିବ; ବିଷଧରର ଜିହ୍ୱା ତାହାକୁ ବଧ କରିବ।
Ó ti fà oró paramọ́lẹ̀ mú; ahọ́n ejò olóró ní yóò pa á.
17 ସେ ନଦୀମାନ, ଅର୍ଥାତ୍‍, ମଧୁ ଓ ନବନୀତ ପ୍ରବାହୀ ସ୍ରୋତମାନ ଦେଖିବ ନାହିଁ।
Kì yóò rí odò wọ̀n-ọn-nì, ìṣàn omi, odò tí ń ṣàn fún oyin àti ti òrí-àmọ́.
18 ସେ ଯହିଁ ପାଇଁ ପରିଶ୍ରମ କଲା, ତାହା ଫେରାଇ ଦେବ ଓ ଗ୍ରାସ କରିବ ନାହିଁ; ସେ ଆପଣା ପ୍ରାପ୍ତ ସମ୍ପତ୍ତି ଅନୁସାରେ ଆନନ୍ଦ କରିବ ନାହିଁ।
Ohun tí ó ṣiṣẹ́ fún ni yóò mú un padà, kí yóò sì gbé e mì; gẹ́gẹ́ bí ọrọ̀ tí ó ní, kì yóò sì ìgbádùn nínú rẹ̀.
19 କାରଣ ସେ ଦରିଦ୍ରକୁ ଉପଦ୍ରବ ଓ ତ୍ୟାଗ କରିଅଛି; ସେ ଦୌରାତ୍ମ୍ୟପୂର୍ବକ ଗୃହ ଅପହରଣ କରିଅଛି; ଆଉ ତାହା ନିର୍ମାଣ କରିବ ନାହିଁ।
Nítorí tí ó fi owó rẹ̀ ni tálákà lára, ó sì ti pẹ̀yìndà si wọ́n; nítorí ti ó fi agbára gbé ilé tí òun kò kọ́.
20 ସେ ଆପଣା ଅନ୍ତରରେ କିଛି ଶାନ୍ତି ପାଇଲା ନାହିଁ, ଏଣୁ ସେ ଆପଣା ଇଷ୍ଟ ବସ୍ତୁରୁ କିଛି ହିଁ ରକ୍ଷା କରି ପାରିବ ନାହିଁ।
“Nítorí òun kò mọ̀ ìwà pẹ̀lẹ́ nínú ara rẹ̀, kì yóò sì gbà nínú èyí tí ọkàn rẹ̀ fẹ́ sílẹ̀.
21 ଯାହା ସେ ଗ୍ରାସ କଲା ନାହିଁ, ଏପରି କିଛି ନ ଥିଲା; ଏହେତୁ ତାହାର ସୁଦଶା ସ୍ଥାୟୀ ରହିବ ନାହିଁ।
Ohun kan kò kù fún jíjẹ́ rẹ̀; nítorí náà ọ̀rọ̀ rẹ̀ kì yóò dúró pẹ́.
22 ସେ ଆପଣା ପ୍ରଚୁରତାର ପୂର୍ଣ୍ଣତାରେ କଷ୍ଟ ଭୋଗ କରିବ; ଦୁର୍ଦ୍ଦଶାଗ୍ରସ୍ତ ପ୍ରତ୍ୟେକର ହସ୍ତ ତାହାକୁ ଆକ୍ରମଣ କରିବ।
Nínú ànító rẹ̀, ìdààmú yóò dé bá a; àwọn ènìyàn búburú yóò dáwọ́jọ lé e lórí.
23 ସେ ଆପଣା ଉଦର ପୂର୍ଣ୍ଣ କରିବାକୁ ଉଦ୍ୟତ ହେବା ସମୟରେ ପରମେଶ୍ୱର ତାହା ଉପରେ ଆପଣା କୋପର ପ୍ରଚଣ୍ଡତା ନିକ୍ଷେପ କରିବେ ଓ ସେ ଭୋଜନ କରୁଥିବା ସମୟରେ ତାହା ଉପରେ ତାହା ବୃଷ୍ଟି କରିବେ।
Yóò sì ṣe, nígbà tí ó bá fẹ́ jẹun, Ọlọ́run yóò fà ríru ìbínú rẹ̀ sí í lórí, nígbà tó bá ń jẹun lọ́wọ́, yóò sì rọ òjò ìbínú rẹ̀ lé e lórí.
24 ସେ ଲୌହ ଅସ୍ତ୍ର ନିକଟରୁ ପଳାଇବ, ଆଉ ପିତ୍ତଳଧନୁର ତୀର ତାହାକୁ ବିଦ୍ଧ କରିବ।
Bi o tilẹ̀ sá kúrò lọ́wọ́ ohun ìjà ìrìn; ọrun akọ irin ní yóò ta a po yọ.
25 ସେ ତାହା ଟାଣେ ଓ ତାହା ତାହାର ଶରୀରରୁ ବାହାରି ଆସେ; ହଁ, ତାହାର ପିତ୍ତସ୍ଥଳୀରୁ ତେଜସ୍କର ତୀରାଗ୍ର ନିର୍ଗତ ହୁଏ; ସେ ନାନା ଭୟରେ ଆକ୍ରାନ୍ତ।
O fà á yọ, ó sì jáde kúrò lára; idà dídán ní ń jáde láti inú òróòro wá. Ẹ̀rù ńlá ń bẹ ní ara rẹ̀;
26 ସମୁଦାୟ ଅନ୍ଧକାର ତାହାର ଧନ ରୂପେ ସଞ୍ଚିତ ହୁଏ; ମନୁଷ୍ୟର ଅଫୁଙ୍କା ଅଗ୍ନି ତାହାକୁ ଗ୍ରାସ କରିବ; ତାହା ତାହାର ତମ୍ବୁରେ ଅବଶିଷ୍ଟସକଳ ଭସ୍ମ କରିବ।
òkùnkùn biribiri ní a ti pamọ́ fún ìṣúra rẹ̀. Iná ti a kò fẹ́ ní yóò jó o run yóò sì jẹ èyí tí ó kù nínú àgọ́ rẹ̀ run.
27 ଆକାଶମଣ୍ଡଳ ତାହାର ଅଧର୍ମ ପ୍ରକାଶ କରିବ ଓ ପୃଥିବୀ ତାହାର ବିପକ୍ଷରେ ଉଠିବ।
Ọ̀run yóò fi ẹ̀ṣẹ̀ rẹ hàn, ayé yóò sì dìde dúró sí i.
28 ତାହାର ଗୃହର ସମ୍ପତ୍ତି ଉଡ଼ିଯିବ, ପରମେଶ୍ୱରଙ୍କ କ୍ରୋଧର ଦିନରେ ତାହାର ସର୍ବସ୍ୱ ବହିଯିବ।
Ìbísí ilé rẹ̀ yóò kọjá lọ, àti ohun ìní rẹ̀ yóò sàn dànù lọ ni ọjọ́ ìbínú Ọlọ́run.
29 ପରମେଶ୍ୱରଙ୍କଠାରୁ ଦୁଷ୍ଟ ଲୋକର ଏହି ବାଣ୍ଟ ଓ ତାହା ପାଇଁ ଏହା ହିଁ ପରମେଶ୍ୱରଙ୍କ ନିରୂପିତ ଅଧିକାର।”
Èyí ni ìpín ènìyàn búburú láti ọ̀dọ̀ Ọlọ́run wá, àti ogún tí a yàn sílẹ̀ fún un láti ọ̀dọ̀ Ọlọ́run.”

< ଆୟୁବ 20 >