< ଆୟୁବ 18 >

1 ଏଥିଉତ୍ତାରେ ଶୂହୀୟ ବିଲ୍‍ଦଦ୍‍ ଉତ୍ତର କରି କହିଲା, ତୁମ୍ଭେମାନେ କେତେ କାଳ କଥା ଧରିବା ପାଇଁ ଜାଲ ପାତିବ?
Ìgbà náà ni Bilidadi, ará Ṣuhi, dáhùn, ó sì wí pé,
2 “ବିବେଚନା କର, ତହିଁ ଉତ୍ତାରେ ଆମ୍ଭେମାନେ କହିବା।
“Nígbà wo ni ẹ̀yin yóò tó fi ìdí ọ̀rọ̀ tì; ẹ rò ó, nígbẹ̀yìn rẹ̀ ni àwa ó tó máa sọ.
3 ଆମ୍ଭେମାନେ କାହିଁକି ପଶୁ ପରି ଗଣା ଯାଉଅଛୁ ଓ ତୁମ୍ଭମାନଙ୍କ ଦୃଷ୍ଟିରେ ଅଶୁଚି ହୋଇଅଛୁ?
Nítorí kí ni a ṣe ń kà wá sí bí ẹranko, tí a sì ń kà wá si bí ẹni ẹ̀gàn ní ojú yín?
4 କ୍ରୋଧରେ ଆପଣାକୁ ବିଦୀର୍ଣ୍ଣ କରୁଅଛ ଯେ ତୁମ୍ଭେ, ତୁମ୍ଭ ପାଇଁ କʼଣ ପୃଥିବୀ ପରିତ୍ୟକ୍ତ ହେବ? ଅବା ଶୈଳ କʼଣ ସ୍ୱ ସ୍ଥାନରୁ ଦୂରୀକୃତ ହେବ?
Ìwọ fa ara rẹ ya pẹ́rẹpẹ̀rẹ nínú ìbínú rẹ̀; kí a ha kọ ayé sílẹ̀ nítorí rẹ̀ bi? Tàbí kí a sí àpáta kúrò ní ipò rẹ̀?
5 ହଁ, ଦୁଷ୍ଟର ଦୀପ୍ତି ନିଭାଯିବ ଓ ତାହାର ଅଗ୍ନିକଣା ନିସ୍ତେଜ ହେବ।
“Nítòótọ́ ìmọ́lẹ̀ ènìyàn búburú ni a ó pa kúrò, ọ̀wọ́-iná rẹ̀ kì yóò sì tan ìmọ́lẹ̀.
6 ତାହାର ତମ୍ବୁରେ ଆଲୁଅ ଅନ୍ଧାର ହେବ ଓ ତାହାର ଉପରିସ୍ଥ ପ୍ରଦୀପ ନିଭାଯିବ।
Ìmọ́lẹ̀ yóò di òkùnkùn nínú àgọ́ rẹ̀, fìtílà ẹ̀gbẹ́ rẹ̀ ni a ó sì pa pẹ̀lú.
7 ତାହାର ସାମର୍ଥ୍ୟର ଗତି ସଙ୍କୁଚିତ ହେବ ଓ ତାହାର ନିଜ ମନ୍ତ୍ରଣା ତାହାକୁ ତଳେ ପକାଇବ।
Ìrìn ẹsẹ̀ agbára rẹ̀ yóò di fífọ; ète òun tìkára rẹ̀ ni yóò bí i ṣubú.
8 ସେ ଆପଣା ଚରଣ ଦ୍ୱାରା ଜାଲରେ ପଡ଼େ ଓ ସେ ଫାନ୍ଦ ଉପରେ ଗମନାଗମନ କରେ।
Nípa ẹ̀ṣẹ̀ òun tìkára rẹ̀ ó ti bọ́ sínú àwọ̀n, ó sì rìn lórí okùn dídẹ.
9 ଫାଶ ତାହାର ଗୋଇଠିକି ଧରିବ ଓ ଜାଲ ତାହାକୁ ଧରିବ।
Tàkúté ni yóò mú un ní gìgísẹ̀, àwọn àwọ̀n tí a dẹ yóò sì ṣẹ́gun rẹ̀.
10 ତାହା ପାଇଁ ଫାଶ ଭୂମିରେ ଗୁପ୍ତ ଅଛି ଓ ପଥରେ ତାହା ପାଇଁ ଯନ୍ତା ଅଛି।
A dẹkùn sílẹ̀ fún un lórí ilẹ̀, a sì wà ọ̀fìn fún un lójú ọ̀nà.
11 ଭୟଙ୍କରତା ତାହାକୁ ଚତୁର୍ଦ୍ଦିଗରେ ଭୀତ କରିବ ଓ ତାହାର ଗୋଡ଼େ ଗୋଡ଼େ ଗୋଡ଼ାଇବ।
Ẹ̀rù ńlá yóò bà á ní ìhà gbogbo, yóò sì lé e dé ẹsẹ̀ rẹ̀.
12 ତାହାର ବଳ କ୍ଷୁଧାରେ କ୍ଷୀଣ ହେବ ଓ ତାହାର ଶେଷ ସମୟକୁ ବିପଦ ପ୍ରସ୍ତୁତ ଥିବ।
Àìlera rẹ̀ yóò di púpọ̀ fún ebi, ìparun yóò dìde dúró sí i nígbà tí ó bá ṣubú.
13 ତାହା ତାହାର ଶରୀରର ଅବୟବସବୁ ଗ୍ରାସ କରିବ, ହଁ, ମୃତ୍ୟୁର ପ୍ରଥମଜାତ ତାହାର ଅବୟବସବୁ ଗ୍ରାସ କରିବ।
Yóò jẹ ẹ̀yà ara rẹ̀; ikú àkọ́bí ni yóò jẹ agbára rẹ̀ run.
14 ସେ ଆପଣା ବିଶ୍ୱାସ-ସ୍ଥଳରୂପ ତମ୍ବୁରୁ ଉତ୍ପାଟିତ ହେବ ଓ ସେ ଭୟଙ୍କର ରାଜା ନିକଟକୁ ଅଣାଯିବ।
A ó fà á tu kúrò nínú àgọ́ tí ó gbẹ́kẹ̀lé, a ó sì mú un tọ ọba ẹ̀rù ńlá nì lọ.
15 ତାହାର ଅସମ୍ପର୍କୀୟ ଲୋକ ତାହାର ତମ୍ବୁରେ ବାସ କରିବ, ତାହାର ନିବାସ ସ୍ଥାନ ଉପରେ ଗନ୍ଧକ ବିଞ୍ଚାଯିବ।
Yóò sì máa jókòó nínú àgọ́ rẹ̀ èyí tí í ṣe tirẹ̀; sulfuru ti o jóná ni a ó fún káàkiri ibùgbé rẹ̀.
16 ତଳେ ତାହାର ମୂଳ ଶୁଷ୍କ ହେବ ଓ ଉପରେ ତାହାର ଶାଖା ଉଚ୍ଛିନ୍ନ ହେବ।
Gbòǹgbò rẹ̀ yóò gbẹ níṣàlẹ̀, a ó sì ké ẹ̀ka rẹ̀ kúrò lókè.
17 ପୃଥିବୀରୁ ତାହାର ସ୍ମୃତି ଲୁପ୍ତ ହେବ ଓ ପଥରେ କେହି ତାହାର ନାମ ଧରିବ ନାହିଁ।
Ìrántí rẹ̀ yóò parun kúrò ni ayé, kì yóò sí orúkọ rẹ̀ ní ìgboro ìlú.
18 ସେ ଆଲୁଅରୁ ଅନ୍ଧାରକୁ ତଡ଼ାଯିବ ଓ ଜଗତରୁ ଘଉଡ଼ାଯିବ।
A ó sì lé e láti inú ìmọ́lẹ̀ sí inú òkùnkùn, a ó sì lé e kúrò ní ayé.
19 ଆପଣା ଲୋକଙ୍କ ମଧ୍ୟରେ ତାହାର ପୁତ୍ର କି ପୌତ୍ର ରହିବେ ନାହିଁ, କିଅବା ତାହାର ପ୍ରବାସ ସ୍ଥାନରେ କେହି ରହିବେ ନାହିଁ।
Kì yóò ní ọmọ tàbí ọmọ ọmọ nínú àwọn ènìyàn rẹ̀, bẹ́ẹ̀ ni kò sí ẹnikẹ́ni tí yóò kù nínú agbo ilé rẹ̀.
20 ଯେପରି ପୂର୍ବବର୍ତ୍ତୀ ଲୋକମାନେ ତାହାର ବିନାଶର ଦିନ ଲାଗି ଭୀତ ହୋଇଥିଲେ, ସେପରି ପଶ୍ଚିମବର୍ତ୍ତୀ ଲୋକମାନେ ଚମତ୍କୃତ ହେବେ।
Ẹnu yóò ya àwọn ìran ti ìwọ̀-oòrùn sí ìgbà ọjọ́ rẹ̀, gẹ́gẹ́ bí ẹ̀rù ìwárìrì ti í bá àwọn ìran ti ìlà-oòrùn.
21 ନିଶ୍ଚୟ ଅଧାର୍ମିକର ବସତି ଏହିପରି ଓ ପରମେଶ୍ୱରଙ୍କୁ ନ ଜାଣିବା ଲୋକର ସ୍ଥାନ ଏହି।”
Nítòótọ́ irú bẹ́ẹ̀ ni ibùgbé àwọn ènìyàn búburú, èyí sì ni ipò ẹni tí kò mọ̀ Ọlọ́run.”

< ଆୟୁବ 18 >