< ଆୟୁବ 16 >
1 ଏଥିରେ ଆୟୁବ ଉତ୍ତର କରି କହିଲା,
Ìgbà náà ní Jobu dáhùn, ó sì wí pé,
2 “ମୁଁ ଏପରି ଅନେକ କଥା ଶୁଣିଅଛି; ତୁମ୍ଭେ ସମସ୍ତେ ଦୁଃଖଦାୟକ ସାନ୍ତ୍ୱନାକାରୀ ଅଟ।
“Èmi ti gbọ́ irú ohun púpọ̀ bẹ́ẹ̀ rí ayọnilẹ́nu onítùnú ènìyàn ní gbogbo yín.
3 ଅସାର କଥାରେ କି ଶେଷ ଥାଏ? ଉତ୍ତର ଦେବା ପାଇଁ ତୁମ୍ଭକୁ କେଉଁ କଥା ଉତ୍ତେଜିତ କରୁଅଛି?
Ọ̀rọ̀ asán lè ni òpin? Tàbí kí ni ó gbó ọ láyà tí ìwọ fi dáhùn?
4 ମୁଁ ମଧ୍ୟ ତୁମ୍ଭମାନଙ୍କ ପରି କହି ପାରନ୍ତି; ଯଦି ତୁମ୍ଭମାନଙ୍କ ପ୍ରାଣ ମୋର ପ୍ରାଣର ଅବସ୍ଥାରେ ଥାʼନ୍ତା, ତେବେ ମୁଁ ତୁମ୍ଭମାନଙ୍କ ବିରୁଦ୍ଧରେ ବାକ୍ୟମାଳା ଏକତ୍ର ଖଞ୍ଜି ପାରନ୍ତି ଓ ତୁମ୍ଭମାନଙ୍କ ପ୍ରତି ଆପଣା ମୁଣ୍ଡ ହଲାଇ ପାରନ୍ତି।
Èmi pẹ̀lú le sọ bí ẹ̀yin; bí ọkàn yín bá wà ní ipò ọkàn mi, èmi le sọ ọ̀rọ̀ dáradára púpọ̀ sí yín ní ọrùn, èmi a sì mi orí mi sí i yín.
5 ମାତ୍ର ମୁଁ ଆପଣା ମୁଖରେ ତୁମ୍ଭମାନଙ୍କୁ ସବଳ କରନ୍ତି ଓ ମୋʼ ଓଷ୍ଠାଧରର ସାନ୍ତ୍ୱନା ତୁମ୍ଭମାନଙ୍କ ଦୁଃଖରେ ଉପଶମ କରନ୍ତା।
Èmi ìbá fi ọ̀rọ̀ ẹnu mi gbà yín ni ìyànjú, àti ṣíṣí ètè mi ìbá sì tu ìbìnújẹ́ yín.
6 ମୁଁ କଥା କହିଲେ ହେଁ ମୋʼ ଦୁଃଖର ଉପଶମ ହେଉ ନାହିଁ; ମୁଁ ନୀରବ ହେଲେ ହେଁ ମୋହର ଆରାମ ହୁଏ ନାହିଁ।
“Bí èmi tilẹ̀ sọ̀rọ̀, ìbìnújẹ́ mi kò lọ; bí mo sì tilẹ̀ dákẹ́, níbo ni ìtùnú mí ko kúrò?
7 ମାତ୍ର ସେ ଏବେ ମୋତେ କ୍ଳାନ୍ତ କରିଅଛନ୍ତି; ତୁମ୍ଭେ ମୋହର ସକଳ ସଙ୍ଗୀଦଳ ଶୂନ୍ୟ କରିଅଛ।
Ṣùgbọ́n nísinsin yìí, ó dá mi lágara; ìwọ Ọlọ́run mú gbogbo ẹgbẹ́ mi takété.
8 ପୁଣି, ତୁମ୍ଭେ ମୋତେ ଦୃଢ଼ କରି ଧରିଅଛ, ଏହା ମୋର ପ୍ରତିକୂଳରେ ସାକ୍ଷୀ ହୁଏ; ଆଉ, ମୋʼ କ୍ଷୀଣତା ମୋʼ ପ୍ରତିକୂଳରେ ଉଠି ମୋʼ ମୁଖ ଆଗରେ ସାକ୍ଷ୍ୟ ଦିଏ।
Ìwọ fi ìhunjọ kùn mí lára, èyí tí o jẹ́rìí tì mí; àti rírù tí ó hàn lára mi, ó jẹ́rìí tì mí ní ojú.
9 ସେ ନିଜ କୋପରେ ମୋତେ ବିଦୀର୍ଣ୍ଣ ଓ ତାଡ଼ନା କରିଅଛନ୍ତି; ସେ ମୋʼ ଉପରେ ଦନ୍ତ କଡ଼ମଡ଼ କରିଅଛନ୍ତି; ମୋହର ବିପକ୍ଷ ମୋʼ ଉପରେ ଆପଣା ଚକ୍ଷୁ ତୀବ୍ର କରିଅଛି।
Ọlọ́run fi i ìbínú rẹ̀ fà mí ya, ó sì gbóguntì mí; ó pa eyín rẹ̀ keke sí mi, ọ̀tá mi sì gbójú rẹ̀ sí mi.
10 ସେମାନେ ମୋʼ ଉପରେ ଆପଣା ଆପଣା ମୁଖ ମେଲା କରିଅଛନ୍ତି; ସେମାନେ ଧିକ୍କାରପୂର୍ବକ ମୋʼ ଗାଲରେ ମାରିଅଛନ୍ତି; ସେମାନେ ମୋʼ ବିରୁଦ୍ଧରେ ଏକତ୍ରିତ ହୁଅନ୍ତି।
Wọ́n ti fi ẹnu wọn yẹ̀yẹ́ mi; Wọ́n gbá mi ní ẹ̀rẹ̀kẹ́ ni ìgbá ẹ̀gàn; wọ́n kó ara wọn pọ̀ sí mi.
11 ପରମେଶ୍ୱର ମୋତେ ଅଧାର୍ମିକମାନଙ୍କ ନିକଟରେ ସମର୍ପଣ କରନ୍ତି ଓ ମୋତେ ଦୁଷ୍ଟମାନଙ୍କ ହସ୍ତରେ ପକାଇ ଦିଅନ୍ତି।
Ọlọ́run ti fi mí lé ọwọ́ ẹni búburú, ó sì mú mi ṣubú sí ọwọ́ ènìyàn ìkà.
12 ମୁଁ ଆରାମରେ ଥିଲି, ସେ ମୋତେ ଭଗ୍ନ କଲେ; ହଁ, ମୋʼ ବେକ ଧରି ମୋତେ କଚାଡ଼ି ଖଣ୍ଡ ଖଣ୍ଡ କରିଅଛନ୍ତି; ମଧ୍ୟ ସେ ମୋତେ ଆପଣାର ଲକ୍ଷ୍ୟ ରୂପେ ସ୍ଥାପନ କରିଅଛନ୍ତି।
Mo ti jókòó jẹ́ẹ́, ṣùgbọ́n ó fà mí já; ó sì dì mí ni ọrùn mú, ó sì gbọ̀n mí túútúú, ó sì gbé mi kalẹ̀ láti ṣe àmì ìtafàsí rẹ̀;
13 ତାହାଙ୍କ ଧନୁର୍ଦ୍ଧରମାନେ ମୋତେ ଚାରିଆଡ଼େ ଘେରିଅଛନ୍ତି, ସେ ମୋହର ବୃକକ୍ ବିଦୀର୍ଣ୍ଣ କରନ୍ତି ଓ ଦୟା କରନ୍ତି ନାହିଁ; ସେ ମୋହର ପିତ୍ତ ଭୂମିରେ ଢାଳନ୍ତି।
àwọn tafàtafà rẹ̀ dúró yí mi káàkiri. Ó là mí láyà pẹ̀rẹ̀, kò si dá sí, ó sì tú òróòro ara mi dà sílẹ̀.
14 ସେ ମୋତେ ଭାଙ୍ଗିଭାଙ୍ଗି ଭାଙ୍ଗି ପକାନ୍ତି; ସେ ବୀର ପରି ମୋର ଉପରକୁ ଧାଇଁ ଆସନ୍ତି।
Ìbàjẹ́ lórí ìbàjẹ́ ní ó fi bà mí jẹ́; ó súré kọlù mi bí jagunjagun.
15 ମୁଁ ଆପଣା ଚର୍ମ ଉପରେ ଅଖା ସିଁଇଅଛି ଓ ଆପଣା ଶୃଙ୍ଗ ଧୂଳିରେ ରଖିଅଛି।
“Mo rán aṣọ ọ̀fọ̀ bò ara mi, mo sì rẹ̀ ìwo mi sílẹ̀ nínú erùpẹ̀.
16 ରୋଦନରେ ମୋହର ମୁଖ ବିକୃତ ହୋଇଅଛି ଓ ମୃତ୍ୟୁଚ୍ଛାୟା ମୋʼ ଚକ୍ଷୁର ପତା ଉପରେ ଅଛି।
Ojú mi ti pọ́n fún ẹkún, òjìji ikú sì ṣẹ́ sí ìpéǹpéjú mi.
17 ତଥାପି ମୋʼ ହସ୍ତରେ ଦୌରାତ୍ମ୍ୟ ନାହିଁ ଓ ମୋହର ପ୍ରାର୍ଥନା ନିର୍ମଳ।
Kì í ṣe nítorí àìṣòótọ́ kan ní ọwọ́ mi; àdúrà mi sì mọ́ pẹ̀lú.
18 ଗୋ ପୃଥିବୀ, ମୋହର ରକ୍ତ ଆଚ୍ଛାଦନ କର ନାହିଁ ଓ ମୋହର କ୍ରନ୍ଦନ କୌଣସି ବିଶ୍ରାମ-ସ୍ଥାନ ନ ପାଉ।
“Háà! Ilẹ̀ ayé, ìwọ má ṣe bò ẹ̀jẹ̀ mi, kí ẹkún mi má ṣe wà ní ipò kan.
19 ଏବେ ମଧ୍ୟ ଦେଖ, ମୋହର ସାକ୍ଷୀ ସ୍ୱର୍ଗରେ ଅଛନ୍ତି ଓ ମୋʼ ପକ୍ଷରେ ପ୍ରମାଣଦାତା ସ୍ୱର୍ଗରେ ଅଛନ୍ତି।
Ǹjẹ́ nísinsin yìí kíyèsi i, ẹlẹ́rìí mi ń bẹ ní ọ̀run, ẹ̀rí mi sì ń bẹ lókè ọ̀run.
20 ମୋʼ ମିତ୍ରଗଣ ମୋତେ ତୁଚ୍ଛ କରନ୍ତି; ମାତ୍ର ମୋହର ଚକ୍ଷୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଲୋତକ ଢାଳେ;
Àwọn ọ̀rẹ́ mi ń fi mí ṣẹ̀sín, ṣùgbọ́n ojú mi ń da omijé sọ́dọ̀ Ọlọ́run,
21 ଯେପରି ସେ ପରମେଶ୍ୱରଙ୍କ ନିକଟରେ ମନୁଷ୍ୟର ଓ ପ୍ରତିବାସୀ ନିକଟରେ ମନୁଷ୍ୟପୁତ୍ରର ନ୍ୟାୟ ରକ୍ଷା କରିବେ।
ìbá ṣe pé ẹnìkan le è máa ṣe alágbàwí fún ẹnìkejì lọ́dọ̀ Ọlọ́run, bí ènìyàn kan ti í ṣe alágbàwí fún ẹnìkejì rẹ̀.
22 କାରଣ ଅଳ୍ପ ବର୍ଷ ଗତ ହେଲେ ଯେଉଁ ପଥରେ ଯାଇ ମୁଁ ଫେରି ଆସିବି ନାହିଁ, ସେହି ପଥରେ ମୁଁ ଯିବି।
“Nítorí nígbà tí iye ọdún díẹ̀ rékọjá tán, nígbà náà ni èmi ó lọ sí ibi tí èmi kì yóò padà bọ̀.”