< ଆୟୁବ 16 >
1 ଏଥିରେ ଆୟୁବ ଉତ୍ତର କରି କହିଲା,
約伯回答說:
2 “ମୁଁ ଏପରି ଅନେକ କଥା ଶୁଣିଅଛି; ତୁମ୍ଭେ ସମସ୍ତେ ଦୁଃଖଦାୟକ ସାନ୍ତ୍ୱନାକାରୀ ଅଟ।
像這樣的話,我聽了許多;你們的安慰反使人煩惱。
3 ଅସାର କଥାରେ କି ଶେଷ ଥାଏ? ଉତ୍ତର ଦେବା ପାଇଁ ତୁମ୍ଭକୁ କେଉଁ କଥା ଉତ୍ତେଜିତ କରୁଅଛି?
這些風涼話何時了﹖或者有什麼事迫你非說不可﹖
4 ମୁଁ ମଧ୍ୟ ତୁମ୍ଭମାନଙ୍କ ପରି କହି ପାରନ୍ତି; ଯଦି ତୁମ୍ଭମାନଙ୍କ ପ୍ରାଣ ମୋର ପ୍ରାଣର ଅବସ୍ଥାରେ ଥାʼନ୍ତା, ତେବେ ମୁଁ ତୁମ୍ଭମାନଙ୍କ ବିରୁଦ୍ଧରେ ବାକ୍ୟମାଳା ଏକତ୍ର ଖଞ୍ଜି ପାରନ୍ତି ଓ ତୁମ୍ଭମାନଙ୍କ ପ୍ରତି ଆପଣା ମୁଣ୍ଡ ହଲାଇ ପାରନ୍ତି।
若是你們處在我的境遇中,我也會說像你們所說的話,也會花言巧語譏笑你們,向你們搖頭。
5 ମାତ୍ର ମୁଁ ଆପଣା ମୁଖରେ ତୁମ୍ଭମାନଙ୍କୁ ସବଳ କରନ୍ତି ଓ ମୋʼ ଓଷ୍ଠାଧରର ସାନ୍ତ୍ୱନା ତୁମ୍ଭମାନଙ୍କ ଦୁଃଖରେ ଉପଶମ କରନ୍ତା।
我也會以口舌寬慰你們,搖唇鼓舌來減輕你們的痛苦。
6 ମୁଁ କଥା କହିଲେ ହେଁ ମୋʼ ଦୁଃଖର ଉପଶମ ହେଉ ନାହିଁ; ମୁଁ ନୀରବ ହେଲେ ହେଁ ମୋହର ଆରାମ ହୁଏ ନାହିଁ।
我若講話,痛苦並不停止;我若閉口不言,難道痛苦就離開我﹖
7 ମାତ୍ର ସେ ଏବେ ମୋତେ କ୍ଳାନ୍ତ କରିଅଛନ୍ତି; ତୁମ୍ଭେ ମୋହର ସକଳ ସଙ୍ଗୀଦଳ ଶୂନ୍ୟ କରିଅଛ।
現今天主的確叫我厭倦,使我每個親人都遠離了我;
8 ପୁଣି, ତୁମ୍ଭେ ମୋତେ ଦୃଢ଼ କରି ଧରିଅଛ, ଏହା ମୋର ପ୍ରତିକୂଳରେ ସାକ୍ଷୀ ହୁଏ; ଆଉ, ମୋʼ କ୍ଷୀଣତା ମୋʼ ପ୍ରତିକୂଳରେ ଉଠି ମୋʼ ମୁଖ ଆଗରେ ସାକ୍ଷ୍ୟ ଦିଏ।
使我憔悴,以指證我;使我消瘦,當面非難我。
9 ସେ ନିଜ କୋପରେ ମୋତେ ବିଦୀର୍ଣ୍ଣ ଓ ତାଡ଼ନା କରିଅଛନ୍ତି; ସେ ମୋʼ ଉପରେ ଦନ୍ତ କଡ଼ମଡ଼ କରିଅଛନ୍ତି; ମୋହର ବିପକ୍ଷ ମୋʼ ଉପରେ ଆପଣା ଚକ୍ଷୁ ତୀବ୍ର କରିଅଛି।
他在憤怒中撕裂我,窘迫我,向我咬牙切齒;我仇人鋒利的眼睛常盯著我。
10 ସେମାନେ ମୋʼ ଉପରେ ଆପଣା ଆପଣା ମୁଖ ମେଲା କରିଅଛନ୍ତି; ସେମାନେ ଧିକ୍କାରପୂର୍ବକ ମୋʼ ଗାଲରେ ମାରିଅଛନ୍ତି; ସେମାନେ ମୋʼ ବିରୁଦ୍ଧରେ ଏକତ୍ରିତ ହୁଅନ୍ତି।
他們張開大口想吞噬我,責罵著打我的面頰,一起擁上前來攻擊我。
11 ପରମେଶ୍ୱର ମୋତେ ଅଧାର୍ମିକମାନଙ୍କ ନିକଟରେ ସମର୍ପଣ କରନ୍ତି ଓ ମୋତେ ଦୁଷ୍ଟମାନଙ୍କ ହସ୍ତରେ ପକାଇ ଦିଅନ୍ତି।
天主將我交於不義之人,將我丟在惡人手中。
12 ମୁଁ ଆରାମରେ ଥିଲି, ସେ ମୋତେ ଭଗ୍ନ କଲେ; ହଁ, ମୋʼ ବେକ ଧରି ମୋତେ କଚାଡ଼ି ଖଣ୍ଡ ଖଣ୍ଡ କରିଅଛନ୍ତି; ମଧ୍ୟ ସେ ମୋତେ ଆପଣାର ଲକ୍ଷ୍ୟ ରୂପେ ସ୍ଥାପନ କରିଅଛନ୍ତି।
我原來安寧,他卻折磨我,抓住我的脖子,粉碎我,又拿我當作他的箭靶。
13 ତାହାଙ୍କ ଧନୁର୍ଦ୍ଧରମାନେ ମୋତେ ଚାରିଆଡ଼େ ଘେରିଅଛନ୍ତି, ସେ ମୋହର ବୃକକ୍ ବିଦୀର୍ଣ୍ଣ କରନ୍ତି ଓ ଦୟା କରନ୍ତି ନାହିଁ; ସେ ମୋହର ପିତ୍ତ ଭୂମିରେ ଢାଳନ୍ତି।
他的箭矢四面射擊我,射穿我的腰,毫不留情,使我的膽傾流於地。
14 ସେ ମୋତେ ଭାଙ୍ଗିଭାଙ୍ଗି ଭାଙ୍ଗି ପକାନ୍ତି; ସେ ବୀର ପରି ମୋର ଉପରକୁ ଧାଇଁ ଆସନ୍ତି।
他將我撕裂粉碎,有如武士向我跑來。
15 ମୁଁ ଆପଣା ଚର୍ମ ଉପରେ ଅଖା ସିଁଇଅଛି ଓ ଆପଣା ଶୃଙ୍ଗ ଧୂଳିରେ ରଖିଅଛି।
我縫麻衣包裹我的皮膚,使我額角插入塵土。
16 ରୋଦନରେ ମୋହର ମୁଖ ବିକୃତ ହୋଇଅଛି ଓ ମୃତ୍ୟୁଚ୍ଛାୟା ମୋʼ ଚକ୍ଷୁର ପତା ଉପରେ ଅଛି।
我的臉因哭泣發紅,我睫眉間滿是暗影;
17 ତଥାପି ମୋʼ ହସ୍ତରେ ଦୌରାତ୍ମ୍ୟ ନାହିଁ ଓ ମୋହର ପ୍ରାର୍ଥନା ନିର୍ମଳ।
我的手雖沒有行過殘暴的事,而我的祈禱,又往往純正。
18 ଗୋ ପୃଥିବୀ, ମୋହର ରକ୍ତ ଆଚ୍ଛାଦନ କର ନାହିଁ ଓ ମୋହର କ୍ରନ୍ଦନ କୌଣସି ବିଶ୍ରାମ-ସ୍ଥାନ ନ ପାଉ।
地啊! 不要掩蓋我的血。願我的呼聲無休息的餘地!
19 ଏବେ ମଧ୍ୟ ଦେଖ, ମୋହର ସାକ୍ଷୀ ସ୍ୱର୍ଗରେ ଅଛନ୍ତି ଓ ମୋʼ ପକ୍ଷରେ ପ୍ରମାଣଦାତା ସ୍ୱର୍ଗରେ ଅଛନ୍ତି।
看啊! 連現今在天上有我的見證,在高處有我的中保。
20 ମୋʼ ମିତ୍ରଗଣ ମୋତେ ତୁଚ୍ଛ କରନ୍ତି; ମାତ୍ର ମୋହର ଚକ୍ଷୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଲୋତକ ଢାଳେ;
我的哀號上徹於天,在天主前我的雙目流淚不止。
21 ଯେପରି ସେ ପରମେଶ୍ୱରଙ୍କ ନିକଟରେ ମନୁଷ୍ୟର ଓ ପ୍ରତିବାସୀ ନିକଟରେ ମନୁଷ୍ୟପୁତ୍ରର ନ୍ୟାୟ ରକ୍ଷା କରିବେ।
惟願人與天主之間有一中人,猶如人與人之間一樣!
22 କାରଣ ଅଳ୍ପ ବର୍ଷ ଗତ ହେଲେ ଯେଉଁ ପଥରେ ଯାଇ ମୁଁ ଫେରି ଆସିବି ନାହିଁ, ସେହି ପଥରେ ମୁଁ ଯିବି।
因為我的年數將盡,快要走上那條一去不返的路途。