< ଯିରିମୀୟ 9 >
1 ଆଃ, ଯେବେ ମୋହର ମସ୍ତକ ଜଳମୟ ଓ ମୋର ଚକ୍ଷୁ ଲୋତକର ଝର ସ୍ୱରୂପ ହୁଅନ୍ତା, ତେବେ ମୁଁ ଆପଣା ଲୋକମାନଙ୍କ କନ୍ୟାର ହତ ଲୋକମାନଙ୍କ ନିମନ୍ତେ ଦିବାରାତ୍ର କ୍ରନ୍ଦନ କରିପାରନ୍ତି!
恨不得我的頭髮變成水源,我的眼化為淚泉,好能日夜哭泣我被殺死的女兒──人民!
2 ଆଃ, ପଥିକମାନଙ୍କର ବସା ପରି ଯଦି ପ୍ରାନ୍ତରରେ ମୋର ଗୋଟିଏ ବସା ଥାʼନ୍ତା, ତେବେ ମୁଁ ନିଜ ଲୋକମାନଙ୍କୁ ତ୍ୟାଗ କରି ସେମାନଙ୍କଠାରୁ ସ୍ଥାନାନ୍ତରକୁ ଯାଇ ପାରନ୍ତି! କାରଣ ସେମାନେ ସମସ୍ତେ ବ୍ୟଭିଚାରୀ, ବିଶ୍ୱାସଘାତକ ଲୋକଙ୍କର ସମାଜ।
誰能在o石我找一個旅棧,叫我好離開我的人民,離他們而遠去﹖因為都是些亂之徒,是一群反叛;
3 ପୁଣି, ସେମାନେ ଅସତ୍ୟତା ନିମନ୍ତେ ଆପଣା ଆପଣା ଜିହ୍ୱାରୂପ ଧନୁକୁ ବକ୍ର କରନ୍ତି; ଆଉ, ସେମାନେ ଦେଶରେ ବଳିଷ୍ଠ ହୋଇଅଛନ୍ତି, ମାତ୍ର ସତ୍ୟତା ପକ୍ଷରେ ନୁହେଁ; କାରଣ ସେମାନେ ଦୁଷ୍ଟତା ଉପରେ ଦୁଷ୍ଟତା କରିବା ପାଇଁ ଅଗ୍ରସର ହୁଅନ୍ତି, ସେମାନେ ଆମ୍ଭଙ୍କୁ ଜାଣନ୍ତି ନାହିଁ, ଏହା ସଦାପ୍ରଭୁ କହନ୍ତି।
他們彎起像弓的舌頭,使 在地上得勢的,是虛偽而不是誠實,因為他們變本加厲作惡,全不理睬我──上主的斷語。
4 ତୁମ୍ଭେମାନେ ପ୍ରତ୍ୟେକେ ଆପଣା ମିତ୍ରଗଣ ବିଷୟରେ ସାବଧାନ ହୁଅ ଓ କୌଣସି ଭ୍ରାତାଠାରେ ବିଶ୍ୱାସ କର ନାହିଁ; କାରଣ ପ୍ରତ୍ୟେକ ଭ୍ରାତା ନିତାନ୍ତ ଅପହରଣ କରିବ ଓ ପ୍ରତ୍ୟେକ ମିତ୍ର ନିନ୍ଦା ଘେନି ବୁଲିବ।
你們應各自提防自己的近人,不要信任弟兄,因為所有的弟兄都愛好欺詐,一般的近人都好說讒言;
5 ଆଉ, ସେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀକୁ ପ୍ରବଞ୍ଚନା କରିବେ ଓ ସତ୍ୟ କଥା କହିବେ ନାହିଁ; ସେମାନେ ଆପଣା ଆପଣା ଜିହ୍ୱାକୁ ମିଥ୍ୟା କହିବା ପାଇଁ ଶିଖାଇଅଛନ୍ତି; ସେମାନେ ଅଧର୍ମ କରିବା ପାଇଁ ଆପଣାମାନଙ୍କୁ ବ୍ୟସ୍ତ କରନ୍ତି।
人都欺騙自己的近人,不講實話,使自己的舌頭慣於說謊,謁力行惡,
6 ପ୍ରବଞ୍ଚନା ମଧ୍ୟରେ ତୁମ୍ଭର ବସତି ସ୍ଥାନ ଅଛି; ସଦାପ୍ରଭୁ କହନ୍ତି, ସେମାନେ ପ୍ରବଞ୍ଚନା ସକାଶୁ ଆମ୍ଭକୁ ଜାଣିବାକୁ ଅସ୍ୱୀକାର କରନ୍ତି।
不願悔悟,卻強暴上又加強暴,欺詐上又加欺詐,全不理睬我──上主的斷語。
7 ଏହେତୁ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଆମ୍ଭେ ସେମାନଙ୍କୁ ତରଳାଇବା ଓ ସେମାନଙ୍କୁ ପରୀକ୍ଷା କରିବା; କାରଣ ଆମ୍ଭ ଲୋକଙ୍କର କନ୍ୟା ହେତୁରୁ ଏହାଛଡ଼ା ଆଉ କଅଣ କରିବା?
為此萬軍的上主這樣說:「看,我要將他們淨化,提煉;否則,我將怎樣處理我的女兒──人民──的邪惡﹖
8 ସେମାନଙ୍କର ଜିହ୍ୱା ପ୍ରାଣନାଶକ ତୀର ସ୍ୱରୂପ; ତାହା ପ୍ରବଞ୍ଚନାର କଥା କହେ; ଲୋକେ ମୁଖରେ ପ୍ରତିବାସୀ ସଙ୍ଗେ ପ୍ରେମାଳାପ କରନ୍ତି, ମାତ୍ର ଅନ୍ତରେ ଛକି ବସନ୍ତି।
他們的舌頭像毒箭,好出詐言;嘴上對鄰友說話溫和,心中卻設計陷害。
9 ସଦାପ୍ରଭୁ କହନ୍ତି, ଆମ୍ଭେ କʼଣ ସେମାନଙ୍କୁ ଏହିସବୁର ପ୍ରତିଫଳ ଦେବା ନାହିଁ? ଏହି ପ୍ରକାର ଗୋଷ୍ଠୀଠାରୁ ଆମ୍ଭର ପ୍ରାଣ କʼଣ ପରିଶୋଧ ନେବ ନାହିଁ?
為這些事我豈能不懲罰﹖──上主的斷語──像這樣的一個民族,我豈能不圖報復﹖
10 ମୁଁ ପର୍ବତମାନର ବିଷୟରେ ରୋଦନ ଓ ହାହାକାର ଓ ପ୍ରାନ୍ତରସ୍ଥ ଚରାସ୍ଥାନସକଳର ବିଷୟରେ ବିଳାପ କରିବି, କାରଣ ସେସବୁ ଦଗ୍ଧ ହୋଇଅଛି ଓ ତହିଁର ମଧ୍ୟଦେଇ କେହି ଗତାୟାତ କରେ ନାହିଁ; ଅଥବା ଲୋକମାନେ ପଶୁପଲର ରବ ଶୁଣି ପାରନ୍ତି ନାହିଁ; ଆକାଶସ୍ଥ ପକ୍ଷୀଗଣ ଓ ଭୂଚର ପଶୁଗଣ ଉଭୟ ପଳାୟନ କରିଅଛନ୍ତି, ସେମାନେ ଚାଲି ଯାଇଅଛନ୍ତି।
我要為群山號咷痛哭,為原野高唱哀歌,因為全都被焚毀,沒有人往來,再聽不到牲畜的聲音;自天空的飛鳥到地上的走獸,都逃去無蹤。
11 ପୁଣି, ଆମ୍ଭେ ଯିରୂଶାଲମକୁ ଢିପି ଓ ଶୃଗାଳଗଣର ବାସସ୍ଥାନ କରିବା; ଆଉ, ଆମ୍ଭେ ଯିହୁଦାର ନଗରସମୂହକୁ ନିବାସୀବିହୀନ ଧ୍ୱଂସସ୍ଥାନ କରିବା।”
我要使耶路撒冷成為廢壚,成為豺狼的巢穴;使猶大的城市荒涼,無人居住。
12 ଏହା ଯେ ବୁଝିପାରେ, ଏପରି ଜ୍ଞାନୀ ମନୁଷ୍ୟ କିଏ ଅଛି? ଓ ଏହା ବ୍ୟକ୍ତ କରିବା ପାଇଁ ସଦାପ୍ରଭୁଙ୍କର ମୁଖ ଯାହାକୁ ଜ୍ଞାତ କରାଇଅଛି, ଏପରି ବ୍ୟକ୍ତି କିଏ? ଦେଶ କି ନିମନ୍ତେ ବିନଷ୍ଟ ଓ ପ୍ରାନ୍ତର ତୁଲ୍ୟ ଦଗ୍ଧ ହେଲା ଯେ, କେହି ତହିଁର ମଧ୍ୟଦେଇ ଗତାୟାତ କରେ ନାହିଁ?
誰夠聰明,明白這事﹖上主親口吩咐誰公佈這事﹖「為什麼像這地方遭受毀滅,荒蕪得有如無人經過的曠野﹖」
13 ଆହୁରି, ସଦାପ୍ରଭୁ କହନ୍ତି, “କାରଣ ଏହି, ଆମ୍ଭେ ସେମାନଙ୍କ ସମ୍ମୁଖରେ ଆପଣାର ଯେଉଁ ବ୍ୟବସ୍ଥା ରଖିଲୁ, ତାହା ସେମାନେ ତ୍ୟାଗ କରିଅଛନ୍ତି ଓ ଆମ୍ଭର ବାକ୍ୟ ପାଳନ କରି ନାହାନ୍ତି, କିଅବା ତଦନୁସାରେ ଆଚରଣ କରି ନାହାନ୍ତି;
上主說:因為他們離棄了我給他們立的法律,沒有聽從我的聲音,沒有按照法律而行;
14 ମାତ୍ର ଆପଣା ଆପଣା ଅନ୍ତଃକରଣର ଅବାଧ୍ୟତାନୁସାରେ ଓ ସେମାନଙ୍କ ପୂର୍ବପୁରୁଷମାନଙ୍କ ଶିକ୍ଷାମତେ ବାଲ୍ ନାମକ ଦେବଗଣର ଅନୁଗାମୀ ହୋଇ ଆଚରଣ କରିଅଛନ୍ତି।
反而去順從自己頑固的心,追隨祖先教給他們的巴耳神。
15 ଏଥିପାଇଁ ଇସ୍ରାଏଲର ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ସେମାନଙ୍କୁ, ଅର୍ଥାତ୍, ଏହି ଲୋକମାନଙ୍କୁ ତିକ୍ତ ଫଳ ଭୋଜନ କରାଇବା ଓ ବିଷବୃକ୍ଷର ରସ ସେମାନଙ୍କୁ ପାନ କରିବାକୁ ଦେବା।
為此萬軍的上主,以色列的天主這樣說:看,我必使這人民吃毒艾,飲毒水;
16 ଆହୁରି, ଯେଉଁମାନଙ୍କୁ ସେମାନେ କିଅବା ସେମାନଙ୍କର ପୂର୍ବପୁରୁଷମାନେ ଜାଣି ନାହାନ୍ତି, ଏପରି ନାନା ଦେଶୀୟମାନଙ୍କ ମଧ୍ୟରେ ଆମ୍ଭେ ସେମାନଙ୍କୁ ଛିନ୍ନଭିନ୍ନ କରିବା; ପୁଣି, ଆମ୍ଭେ ଯେପର୍ଯ୍ୟନ୍ତ ସେମାନଙ୍କୁ ସଂହାର ନ କରୁ, ସେପର୍ଯ୍ୟନ୍ତ ଆମ୍ଭେ ସେମାନଙ୍କ ପଛେ ପଛେ ଖଡ୍ଗ ପଠାଇବା।”
使他們流離到他們和他們祖先素不相識的民族中;派刀劍追擊他們,直至將他們完全消滅。
17 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ବିବେଚନା କର ଓ ବିଳାପକାରିଣୀ ସ୍ତ୍ରୀମାନଙ୍କୁ ଆସିବା ପାଇଁ ଡାକ ଓ ନିପୁଣା ସ୍ତ୍ରୀମାନଙ୍କର ଆସିବା ପାଇଁ ଲୋକ ପଠାଅ;
萬軍的上主這樣說:你們應該明白,快召哀悼的婦女來,派人去叫擅長哭泣的女人來,
18 ଆମ୍ଭମାନଙ୍କର ଚକ୍ଷୁ ଯେପରି ଲୋତକରେ ଭାସିଯିବ ଓ ଆମ୍ଭମାନଙ୍କ ଚକ୍ଷୁପତାରୁ ଜଳଧାରା ନିର୍ଗତ ହେବ, ଏଥିପାଇଁ ସେମାନେ ଶୀଘ୍ର ଆସି ଆମ୍ଭମାନଙ୍କ ନିମନ୍ତେ ହାହାକାର କରନ୍ତୁ।
叫她們迅速前來,我們啼哭,使我們的眼睛流下眼淚,使我們的睫毛湧出睙水,
19 କାରଣ ସିୟୋନଠାରୁ ଏହି ହାହାକାର ଶବ୍ଦ ଶୁଣା ଯାଉଅଛି, ‘ଆମ୍ଭେମାନେ କିପରି ବିନଷ୍ଟ ହୋଇଅଛୁ! ଲୋକମାନେ ଆମ୍ଭମାନଙ୍କର ବାସସ୍ଥାନ ଭୂମିସାତ୍ କରିବାରୁ ଆମ୍ଭେମାନେ ଦେଶ ତ୍ୟାଗ କରି ଅତିଶୟ ଲଜ୍ଜିତ ହୋଇଅଛୁ।’”
因為從熙雍那裏可以聽到哭聲:我們怎樣崩潰了,受了許多多大的恥辱! 竟要離開本國,拋棄我們的家園!
20 ତଥାପି ଆଗୋ ସ୍ତ୍ରୀମାନେ, ସଦାପ୍ରଭୁଙ୍କର ବାକ୍ୟ ଶୁଣ ଓ ତୁମ୍ଭମାନଙ୍କର କର୍ଣ୍ଣ ତାହାଙ୍କର ମୁଖନିର୍ଗତ ବାକ୍ୟ ଗ୍ରହଣ କରୁ, ଆଉ ତୁମ୍ଭେମାନେ ଆପଣା ଆପଣା କନ୍ୟାମାନଙ୍କୁ ହାହାକାର କରିବାର ଓ ପ୍ରତ୍ୟେକେ ଆପଣା ପ୍ରତିବାସିନୀକୁ ବିଳାପ କରିବାର ଶିକ୍ଷା ଦିଅ।
妳們婦女! 都應聽清上主的話,親耳聆聽衪口授的言詞;教妳們的女兒痛哭,彼此互相學唱哀歌:
21 କାରଣ ମୃତ୍ୟୁୁ ଆମ୍ଭମାନଙ୍କର ଝରକା ଦେଇ ଆସି ଆମ୍ଭମାନଙ୍କ ଅଟ୍ଟାଳିକାମାନରେ ପ୍ରବେଶ କରିଅଛି; ସେ ବାହାରେ ବାଳକମାନଙ୍କୁ ଓ ଛକରେ ଯୁବାମାନଙ୍କୁ ଉଚ୍ଛିନ୍ନ କରିବାକୁ ଉଦ୍ୟତ।
因為死亡已從我們的窗戶爬進來,進入了我們的宮殿,殲滅了街上的孩童,和廣場上的青年。
22 କୁହ, “ସଦାପ୍ରଭୁ ଏହି କଥା କହନ୍ତି, ‘ମନୁଷ୍ୟମାନଙ୍କର ଶବ ଖତ ପରି ଓ ଶସ୍ୟଚ୍ଛେଦକର ପଶ୍ଚାତ୍ ପଡ଼ିଥିବା ଅଳ୍ପ ଅଳ୍ପ ଶସ୍ୟ ପରି କ୍ଷେତ୍ରରେ ପଡ଼ି ରହିବ, କେହି ସେସବୁକୁ ସଂଗ୍ରହ କରିବେ ନାହିଁ।’”
你應這樣說──上主的斷語──人的屍體僵臥著,好像在田野裏的糞堆;又像遺留在收割者後面無人拾取的麥束。
23 ସଦାପ୍ରଭୁ ଏହି କଥା କହନ୍ତି, “ଜ୍ଞାନବାନ ଆପଣା ଜ୍ଞାନରେ ଦର୍ପ ନ କରୁ, କିଅବା ବଳବାନ ଆପଣା ବଳରେ ଦର୍ପ ନ କରୁ, ଧନବାନ ଆପଣା ଧନରେ ଦର୍ପ ନ କରୁ;
上主這樣說:「智者不應誇耀自己的智慧,力士不應誇耀自己的力量,富人不應誇耀自己的財富。
24 ମାତ୍ର ଯେବେ କେହି ଦର୍ପ କରେ, ତେବେ ସେ ଆମ୍ଭକୁ ଚିହ୍ନେ ଓ ଜାଣେ ବୋଲି ଦର୍ପ କରୁ; ଆମ୍ଭେ ସଦାପ୍ରଭୁ, ପୃଥିବୀରେ ସ୍ନେହପୂର୍ଣ୍ଣ କରୁଣା, ବିଚାର ଓ ଧର୍ମ ସାଧନ କରୁ, କାରଣ ସଦାପ୍ରଭୁ କହନ୍ତି, ଏସବୁରେ ଆମ୍ଭର ସନ୍ତୋଷ ଥାଏ।
凡要誇耀的,只應該在「知道和認識我」這件事誇耀,因為在地上是我,上主,施行仁慈、公道和正義,因為我喜愛這樣事──上主的斷語。
25 ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ଯେଉଁ ସମୟରେ ସୁନ୍ନତ ଲୋକମାନଙ୍କୁ ସେମାନଙ୍କର ଅସୁନ୍ନତ ଅନୁସାରେ ଦଣ୍ଡ ଦେବା, ଏପରି ସମୟ ଆସୁଅଛି;
看,時日將到──上主的斷語──我要懲罰所有受過割損而仍存有包皮的人,
26 ଆମ୍ଭେ ମିସରକୁ ଓ ଯିହୁଦାକୁ, ଇଦୋମକୁ, ଅମ୍ମୋନ-ସନ୍ତାନଗଣକୁ ଓ ମୋୟାବକୁ, ଆପଣା ଆପଣା କେଶ କୋଣ ମୁଣ୍ଡନକାରୀ ପ୍ରାନ୍ତରବାସୀ ସମସ୍ତଙ୍କୁ ଦଣ୍ଡ ଦେବା; କାରଣ ସକଳ ଗୋଷ୍ଠୀ ଅସୁନ୍ନତ, ପୁଣି ସମଗ୍ର ଇସ୍ରାଏଲ ବଂଶ ଅନ୍ତଃକରଣରେ ଅସୁନ୍ନତ ଅଟନ୍ତି।”
即埃及、猶大、厄東、阿孟子民、摩阿布和所有住在曠野剃除鬚髮的人,因為這一切民族都未受過割損,至於以色列全家卻是未受過內心的割損」。