< ଯିରିମୀୟ 51 >

1 ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଆମ୍ଭେ ବାବିଲ ବିରୁଦ୍ଧରେ ଓ ଲେବ-କାମାଇ ନିବାସୀମାନଙ୍କ ବିରୁଦ୍ଧରେ ଏକ ବିନାଶକ ବାୟୁ ଉତ୍ପନ୍ନ କରିବା।
Tako govori Gospod: »Glej, vzdignil se bom zoper Babilon in zoper tiste, ki prebivajo v njihovi sredi, ki se vzdigujejo zoper mene, rušilni veter.
2 ପୁଣି, ଆମ୍ଭେ ବିଦେଶୀମାନଙ୍କୁ ବାବିଲକୁ ପ୍ରେରଣ କରିବା, ସେମାନେ ତାହାକୁ ଝାଡ଼ି ତାହାର ଦେଶ ଶୂନ୍ୟ କରିବେ; କାରଣ ବିପଦ ଦିନରେ ସେମାନେ ଚତୁର୍ଦ୍ଦିଗରେ ତାହାର ବିପକ୍ଷ ହେବେ।
V Babilon bom poslal prepihovalce, ki ga bodo prevejáli in izpraznili bodo njegovo deželo, kajti v dnevu stiske bodo zoper njega naokoli.
3 ଧନୁର୍ଦ୍ଧାରୀ ଆପଣା ଧନୁରେ ଗୁଣ ନ ଦେଉ ଓ ସେ ଆପଣା ସାଞ୍ଜୁଆ ପିନ୍ଧି ଉତ୍ଥିତ ନ ହେଉ; ତୁମ୍ଭେମାନେ ତାହାର ଯୁବକଗଣକୁ ଦୟା କର ନାହିଁ; ତାହାର ସୈନ୍ୟସକଳକୁ ସମ୍ପୂର୍ଣ୍ଣ ରୂପେ ବିନାଶ କର।
Zoper tistega, ki napenja, naj lokostrelec napne svoj lok in zoper tistega, ki se dviguje v svojem oklepu in ne prizanašajte njegovim mladeničem. Popolnoma uničite vso njegovo vojsko.
4 ତହିଁରେ ସେମାନେ କଲ୍‍ଦୀୟ ଦେଶରେ ହତ ଓ ରାଜଦାଣ୍ଡରେ ବିଦ୍ଧ ହୋଇ ପଡ଼ିବେ।
Tako bodo umorjeni padli v deželi Kaldejcev in tisti, ki so prebodeni, na njegovih ulicah.
5 କାରଣ ଇସ୍ରାଏଲର ଧର୍ମସ୍ୱରୂପଙ୍କ ବିରୁଦ୍ଧ ଦୋଷରେ ସେମାନଙ୍କ ଦେଶ ପରିପୂର୍ଣ୍ଣ ହେଲେ ମଧ୍ୟ ଇସ୍ରାଏଲ କିଅବା ଯିହୁଦା ଆପଣା ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁଙ୍କ ଦ୍ୱାରା ପରିତ୍ୟକ୍ତ ହୋଇ ନାହାନ୍ତି।
Kajti Izrael ni bil pozabljen niti Juda od svojega Boga, od Gospoda nad bojevniki; čeprav je bila njihova dežela napolnjena z grehom zoper Svetega Izraelovega.
6 ତୁମ୍ଭେମାନେ ବାବିଲ ମଧ୍ୟରୁ ପଳାଅ ଓ ପ୍ରତ୍ୟେକ ଜଣ ଆପଣା ଆପଣା ପ୍ରାଣ ରକ୍ଷା କର; ତାହାର ଅଧର୍ମରେ ଉଚ୍ଛିନ୍ନ ହୁଅ ନାହିଁ; କାରଣ ସଦାପ୍ରଭୁଙ୍କର ପ୍ରତିଶୋଧ ନେବାର ସମୟ ଏହି; ସେ ତାହାକୁ ପ୍ରତିଫଳ ଦେବେ।
Bežite iz srede Babilona in osvobodite vsakdo svojo dušo. Ne bodite odrezani v njegovi krivičnosti, kajti to je čas Gospodovega maščevanja; on mu bo povrnil povračilo.
7 ବାବିଲ ସଦାପ୍ରଭୁଙ୍କ ହସ୍ତରେ ଏକ ସୁବର୍ଣ୍ଣ ପାତ୍ର ସ୍ୱରୂପ ହୋଇଅଛି, ତାହା ସମୁଦାୟ ପୃଥିବୀକୁ ମତ୍ତ କରିଅଛି; ଗୋଷ୍ଠୀୟମାନେ ତାହାର ଦ୍ରାକ୍ଷାରସ ପାନ କରିଅଛନ୍ତି; ଏହେତୁ ଗୋଷ୍ଠୀୟମାନେ ପାଗଳ ହୋଇଅଛନ୍ତି।
Babilon je bil zlata čaša v Gospodovi roki, ki je vso zemljo opijanil. Narodi so pili od njegovega vina; zato so narodi besni.
8 ବାବିଲ ଅକସ୍ମାତ୍‍ ପତିତ ଓ ବିନଷ୍ଟ ହୋଇଅଛି; ତାହା ପାଇଁ ହାହାକାର କର; ତାହାର ବେଦନାର ପାଇଁ ଔଷଧ ନିଅ, କେଜାଣି ସେ ସୁସ୍ଥ ହୋଇ ପାରିବ।
Babilon je nenadoma padel in bil uničen. Tulite za njim; vzemite balzam za njegovo bolečino, če bo tako, da bi bil lahko ozdravljen.
9 ଆମ୍ଭେମାନେ ବାବିଲକୁ ସୁସ୍ଥ କରିବାକୁ ଇଚ୍ଛା କରୁ, ମାତ୍ର ସେ ସୁସ୍ଥ ହେଲା ନାହିଁ; ଆସ, ଆମ୍ଭେମାନେ ତାହାକୁ ପରିତ୍ୟାଗ କରି ପ୍ରତ୍ୟେକେ ଆପଣା ଆପଣା ଦେଶକୁ ଯାଉ; କାରଣ ତାହାର ଦଣ୍ଡ ଗଗନସ୍ପର୍ଶୀ ଓ ଆକାଶ ପର୍ଯ୍ୟନ୍ତ ଉଚ୍ଚୀକୃତ ଅଛି।
Ozdravili bi Babilon, toda ta ni ozdravljen. Zapustite ga in naj gremo vsak v svojo lastno deželo, kajti njegova sodba sega do nebes in povzdignjen je gor, celó do neba.
10 ସଦାପ୍ରଭୁ ଆମ୍ଭମାନଙ୍କର ଧାର୍ମିକତା ପ୍ରକାଶ କରିଅଛନ୍ତି; ଆସ, ଆମ୍ଭେମାନେ ସିୟୋନରେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କର କ୍ରିୟା ପ୍ରକାଶ କରୁ।
Gospod je privedel našo pravičnost. Pridite, razglasimo na Sionu delo Gospoda, našega Boga.
11 ତୁମ୍ଭେମାନେ ତୀର ତୀକ୍ଷ୍ଣ କର; ଦୃଢ଼ କରି ଢାଲ ଧର; ସଦାପ୍ରଭୁ ମାଦୀୟ ରାଜାଗଣର ମନ ଉତ୍ତେଜିତ କରିଅଛନ୍ତି; କାରଣ ବାବିଲକୁ ନଷ୍ଟ କରିବା ପାଇଁ ତାହା ବିରୁଦ୍ଧରେ ତାହାଙ୍କର ସଂକଳ୍ପ ଅଛି; ଯେହେତୁ ଏହା ସଦାପ୍ରଭୁଙ୍କର ଦାତବ୍ୟ ପ୍ରତିଶୋଧ, ତାହାଙ୍କର ମନ୍ଦିର ନିମିତ୍ତକ ପ୍ରତିଶୋଧ ଅଟେ।
Puščice naredi svetle; zberi ščite. Gospod je vzdignil duha medijskih kraljev, kajti njegov naklep je zoper Babilon, da ga uniči, kajti to je to maščevanje od Gospoda, maščevanje od njegovega templja.
12 ବାବିଲର ପ୍ରାଚୀର ବିରୁଦ୍ଧରେ ଧ୍ୱଜା ସ୍ଥାପନ କର, ରକ୍ଷକଦଳ ଦୃଢ଼ କର, ପ୍ରହରୀଗଣ ନିଯୁକ୍ତ କର, ଗୋପନ ସ୍ଥାନରେ ସୈନ୍ୟ ରଖ: କାରଣ ସଦାପ୍ରଭୁ ବାବିଲର ନିବାସୀମାନଙ୍କ ବିଷୟରେ ଯାହା କହିଲେ, ତାହା ସଂକଳ୍ପ କରି ସିଦ୍ଧ କରିଅଛନ୍ତି।
Postavi prapor na zidove Babilona, okrepi stražo, postavi stražarje, pripravi zasede, kajti Gospod je tako zasnoval in storil to, kar je govoril, zoper prebivalce Babilona.
13 ହେ ଜଳରାଶିର ଉପରେ ବାସକାରିଣୀ ଓ ଧନ ସମ୍ପତ୍ତିରେ ଐଶ୍ୱର୍ଯ୍ୟଶାଳିନୀ, ତୁମ୍ଭର ଅନ୍ତିମକାଳ, ତୁମ୍ଭର ଅନ୍ୟାୟ ଲାଭର ସୀମା ଉପସ୍ଥିତ।
Oh ti, ki prebivaš nad mnogimi vodami, obilen v zakladih, tvoj konec je prišel in mera tvoje pohlepnosti.
14 ସୈନ୍ୟାଧିପତି ସଦାପ୍ରଭୁ ଆପଣା ନାମରେ ଏହି ଶପଥ କରିଅଛନ୍ତି, ନିଶ୍ଚୟ ଆମ୍ଭେ ତୁମ୍ଭକୁ ପତଙ୍ଗ ପରି ଜନତାରେ ପୂର୍ଣ୍ଣ କରିବା; ଆଉ, ସେମାନେ ତୁମ୍ଭ ବିରୁଦ୍ଧରେ ସିଂହନାଦ ଉଠାଇବେ।
Gospod nad bojevniki je prisegel pri samem sebi, rekoč: »Zagotovo te bom napolnil z ljudmi kakor z gosenicami; in vzdignili bodo krik zoper tebe.
15 ସେ ଆପଣା ପରାକ୍ରମରେ ପୃଥିବୀ ନିର୍ମାଣ କରିଅଛନ୍ତି, ସେ ଆପଣା ଜ୍ଞାନରେ ଜଗତ ସ୍ଥାପନ କରିଅଛନ୍ତି ଓ ଆପଣା ବୁଦ୍ଧିରେ ସେ ଗଗନମଣ୍ଡଳ ବିସ୍ତାର କରିଅଛନ୍ତି।
Zemljo je naredil s svojo močjo, zemeljski [krog] je utrdil s svojo modrostjo in nebesa razprostrl s svojo razumnostjo.
16 ଯେତେବେଳେ ସେ ଆପଣା ରବ ଉଚ୍ଚାରଣ କରନ୍ତି, ସେତେବେଳେ ଆକାଶରେ ଜଳରାଶିର ଶବ୍ଦ ହୁଅଇ ଓ ପୃଥିବୀର ପ୍ରାନ୍ତରୁ ସେ ବାଷ୍ପ ଉତ୍ଥାପନ କରାନ୍ତି; ସେ ବୃଷ୍ଟି ନିମନ୍ତେ ବିଦ୍ୟୁତ୍ ସୃଷ୍ଟି କରନ୍ତି ଓ ଆପଣା ଭଣ୍ଡାରସମୂହରୁ ବାୟୁ ବାହାର କରି ଆଣନ୍ତି।
Kadar on izusti svoj glas, je na nebu množica vodá; in on povzroča meglicam, da se vzdignejo od koncev zemlje. On dela bliske z dežjem in prinaša veter iz svojih zakladnic.
17 ପ୍ରତ୍ୟେକ ମନୁଷ୍ୟ ପଶୁବତ୍‍ ହୋଇଅଛି ଓ ଜ୍ଞାନବିହୀନ ଅଟେ; ପ୍ରତ୍ୟେକ ସ୍ୱର୍ଣ୍ଣକାର ଆପଣା ଖୋଦିତ ପ୍ରତିମା ଦ୍ୱାରା ଲଜ୍ଜିତ ହୋଇଅଛି; କାରଣ ତାହାର ଛାଞ୍ଚରେ ଢଳା ପ୍ରତିମା ମିଥ୍ୟା ଓ ସେମାନଙ୍କଠାରେ ଶ୍ୱାସବାୟୁ ନାହିଁ।
Vsak mož je s svojim spoznanjem brutalen, vsak livar je osramočen z rezano podobo, kajti njegova ulita podoba je neresnica in ni diha v njih.
18 ସେସବୁ ଅସାର ଓ ମାୟାର କର୍ମ; ପୁଣି, ପ୍ରତିଫଳ ପାଇବା ସମୟରେ ସେମାନେ ବିନଷ୍ଟ ହେବେ।
Te so ničevosti, delo zmot. V času njihovega obiskanja bodo izginile.
19 ଯେ ଯାକୁବର ବାଣ୍ଟ ସ୍ୱରୂପ, ସେ ଏସବୁର ପରି ନୁହନ୍ତି। କାରଣ ସେ ସକଳ ବସ୍ତୁର ଗଠନକାରୀ; ପୁଣି, ଇସ୍ରାଏଲ ତାହାଙ୍କର ଅଧିକାର ସ୍ୱରୂପ ବଂଶ; ତାହାଙ୍କର ନାମ ସୈନ୍ୟାଧିପତି ସଦାପ୍ରଭୁ।
Jakobov delež ni enak njihovemu; kajti on je tvorec vseh stvari, in Izrael je palica njegove dediščine. Gospod nad bojevniki je njegovo ime.
20 ତୁମ୍ଭେ ଆମ୍ଭର ଗଦା ଓ ଯୁଦ୍ଧର ଅସ୍ତ୍ର ସ୍ୱରୂପ; ପୁଣି, ଆମ୍ଭେ ତୁମ୍ଭ ଦ୍ୱାରା ନାନା ଗୋଷ୍ଠୀଙ୍କୁ ଚୂର୍ଣ୍ଣ କରିବା ଓ ତୁମ୍ଭ ଦ୍ୱାରା ନାନା ରାଜ୍ୟକୁ ସଂହାର କରିବା;
Ti si moja bojna sekira in bojna orožja, kajti s teboj bom narode razbil na koščke in s teboj bom uničil kraljestva;
21 ପୁଣି, ତୁମ୍ଭ ଦ୍ୱାରା ଆମ୍ଭେ ଅଶ୍ୱ ଓ ତଦାରୋହୀକୁ ଚୂର୍ଣ୍ଣ କରିବା, ଆଉ ରଥ ଓ ତଦାରୋହୀକୁ ଚୂର୍ଣ୍ଣ କରିବା;
in s teboj bom razbil na koščke konja in njegovega jezdeca; in s teboj bom razbil na koščke bojni voz in njegovega voznika;
22 ପୁଣି, ତୁମ୍ଭ ଦ୍ୱାରା ଆମ୍ଭେ ପୁରୁଷ ଓ ସ୍ତ୍ରୀକୁ ଚୂର୍ଣ୍ଣ କରିବା ଓ ତୁମ୍ଭ ଦ୍ୱାରା ଆମ୍ଭେ ବୃଦ୍ଧ ଓ ବାଳକକୁ ଚୂର୍ଣ୍ଣ କରିବା ଓ ତୁମ୍ଭ ଦ୍ୱାରା ଆମ୍ଭେ ଯୁବକ ଓ ଯୁବତୀକି ଚୂର୍ଣ୍ଣ କରିବା;
s teboj bom razbil na koščke moškega in žensko; in s teboj bom razbil na koščke starega in mladega; in s teboj bom razbil na koščke mladeniča in deklo;
23 ପୁଣି, ତୁମ୍ଭ ଦ୍ୱାରା ଆମ୍ଭେ ପାଳକ ଓ ତାହାର ପଲକୁ ଚୂର୍ଣ୍ଣ କରିବା ଓ ତୁମ୍ଭ ଦ୍ୱାରା ଆମ୍ଭେ କୃଷକକୁ ଓ ତାହାର ହଳ ବଳଦକୁ ଚୂର୍ଣ୍ଣ କରିବା; ଆଉ, ତୁମ୍ଭ ଦ୍ୱାରା ଆମ୍ଭେ ଦେଶାଧ୍ୟକ୍ଷ ଓ ଅଧିପତିଗଣକୁ ଚୂର୍ଣ୍ଣ କରିବା।
prav tako bom s teboj razbil na koščke pastirja in njegov trop; in s teboj bom razbil na koščke poljedelca in njegov jarem volov; in s teboj bom razbil na koščke poveljnike in vladarje.
24 ପୁଣି, ଆମ୍ଭେ ବାବିଲକୁ ଓ କଲ୍‍ଦୀୟ ନିବାସୀସକଳକୁ, ସିୟୋନରେ ତୁମ୍ଭମାନଙ୍କ ଦୃଷ୍ଟିଗୋଚରରେ ସେମାନଙ୍କ କୃତ ସକଳ ଦୁଷ୍କର୍ମର ପ୍ରତିଫଳ ଦେବା, ଏହା ସଦାପ୍ରଭୁ କହନ୍ତି।
In povrnil bom Babilonu in vsem prebivalcem Kaldeje vse njihovo zlo, ki so ga storili na Sionu v vašem pogledu, ‹ govori Gospod.
25 ହେ ବିନାଶକ ପର୍ବତ, ତୁମ୍ଭେ ସମୁଦାୟ ପୃଥିବୀକୁ ବିନାଶ କରୁଅଛ, ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ତୁମ୍ଭର ବିପକ୍ଷ ଅଟୁ; ଆଉ, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବା ଓ ଶୈଳରୁ ତୁମ୍ଭକୁ ଗଡ଼ାଇ ପକାଇ ଏକ ଦଗ୍ଧ ପର୍ବତ କରିବା।
›Glej, jaz sem zoper tebe, oh uničujoča gora, ‹ govori Gospod, ›ki uničuješ vso zemljo. Svojo roko bom iztegnil nadte in te zvalil dol iz skal in te naredil požgano goro.
26 ଆଉ, ଲୋକମାନେ କୋଣ କିଅବା ଭିତ୍ତିମୂଳ ନିମନ୍ତେ ତୁମ୍ଭଠାରୁ ପ୍ରସ୍ତର ନେବେ ନାହିଁ; ମାତ୍ର ସଦାପ୍ରଭୁ କହନ୍ତି, ତୁମ୍ଭେ ଚିରକାଳ ଧ୍ୱଂସସ୍ଥାନ ହୋଇ ରହିବ।
In ne bodo vzeli od tebe kamna za temeljni kamen niti kamna za temelje; temveč boš zapuščena na veke, ‹ govori Gospod.
27 ତୁମ୍ଭେମାନେ ଦେଶରେ ଧ୍ୱଜା ସ୍ଥାପନ କର, ଗୋଷ୍ଠୀୟମାନଙ୍କ ମଧ୍ୟରେ ତୂରୀ ବଜାଅ, ଗୋଷ୍ଠୀୟମାନଙ୍କୁ ତାହା ବିରୁଦ୍ଧରେ ପ୍ରସ୍ତୁତ କର, ଆରାରାଟ୍‍, ମିନ୍ନି ଓ ଅସ୍କିନସ୍‍, ଏହିସବୁ ରାଜ୍ୟକୁ ତାହାର ବିରୁଦ୍ଧରେ ଏକତ୍ର ଡାକ, ତାହାର ବିରୁଦ୍ଧରେ ସେନାପତି ବର୍ଗଙ୍କୁ ନିଯୁକ୍ତ କର ଓ କର୍କଶ ପତଙ୍ଗ ପରି ଅଶ୍ୱଗଣକୁ ପଠାଅ।
Postavite prapor v deželi, zatrobite na šofar med narodi, pripravite narode zoper njega, skličite skupaj zoper njega kraljestva Ararát, Miní in Aškenáz; določite poveljnika zoper njega; naredite konjem, da pridejo gor kakor dlakave gosenice.
28 ତାହାର ବିରୁଦ୍ଧରେ ଗୋଷ୍ଠୀୟମାନଙ୍କୁ, ମାଦୀୟ ରାଜାଗଣଙ୍କୁ, ସେମାନଙ୍କର ଦେଶାଧ୍ୟକ୍ଷ ଓ ତହିଁର ଅଧିପତିଗଣକୁ ଓ ତାହାର କର୍ତ୍ତୃତ୍ୱାଧୀନ ସମୁଦାୟ ଦେଶକୁ ପ୍ରସ୍ତୁତ କର।
Pripravite zoper njega narode s kralji iz Medije, njihove poveljnike, vse njihove vladarje in vso deželo njegovega gospostva.
29 ପୁଣି, ଦେଶ କମ୍ପିତ ଓ ବେଦନାଗ୍ରସ୍ତ ହେଉଅଛି, କାରଣ ବାବିଲ ଦେଶକୁ ଧ୍ୱଂସିତ ଓ ନିବାସୀଶୂନ୍ୟ କରିବା ପାଇଁ ବାବିଲ ବିରୁଦ୍ଧରେ ସଦାପ୍ରଭୁଙ୍କର ସଂକଳ୍ପ ସଫଳ ହେଉଅଛି।
In dežela bo trepetala in tarnala, kajti vsak Gospodov namen zoper Babilon se bo izpolnil, da stori babilonsko deželo opustošenje brez prebivalca.
30 ବାବିଲର ବୀରଗଣ ଯୁଦ୍ଧରୁ କ୍ଷାନ୍ତ ହୋଇଅଛନ୍ତି, ସେମାନେ ଆପଣାମାନଙ୍କର ଗଡ଼ ମଧ୍ୟରେ ରହୁଛନ୍ତି; ସେମାନଙ୍କର ବଳ ଊଣା ହୋଇଅଛି; ସେମାନେ ସ୍ତ୍ରୀମାନଙ୍କ ସମାନ ହୋଇଅଛନ୍ତି, ତାହାର ବାସସ୍ଥାନସବୁ ଦଗ୍ଧ, ତାହାର ହୁଡ଼କାସବୁ ଭଗ୍ନ ହୋଇଅଛି।
Mogočni babilonski možje so se prenehali bojevati, ostali so v svojih utrdbah. Njihova moč je odpovedala; postali so kakor ženske. Požgali so njegova bivališča; njegovi zapahi so zlomljeni.
31 ବାବିଲ ରାଜାର ନଗର ଚତୁର୍ଦ୍ଦିଗରେ ହସ୍ତଗତ ହୋଇଅଛି, ଏହି ସମ୍ବାଦ ତାହାକୁ ଦେବା ନିମନ୍ତେ ଏକ ଧାଉଡ଼ିଆ ଅନ୍ୟ ଧାଉଡ଼ିଆର ଓ ଏକ ଦୂତ ଅନ୍ୟ ଦୂତ ସହିତ ଭେଟିବାକୁ ଦୌଡ଼ିବେ,
En tekač bo tekel, da sreča drugega in en poslanec, da sreča drugega, da pokaže babilonskemu kralju, da je njegovo mesto zavzeto na enem koncu
32 ପୁଣି, ପାରଘାଟସବୁ ହସ୍ତଗତ ହୋଇଅଛି, ନଳବଣସବୁ ଅଗ୍ନିରେ ଦଗ୍ଧ ଓ ଯୋଦ୍ଧାମାନେ ଭୟଗ୍ରସ୍ତ ହୋଇଅଛନ୍ତି।
in da so prehodi osvojeni in trstje so požgali z ognjem in bojevniki so zgroženi.‹
33 କାରଣ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ବାବିଲର କନ୍ୟା ଶସ୍ୟମର୍ଦ୍ଦନ ସମୟର ଖଳା ସ୍ୱରୂପ; ଆଉ, ଅଳ୍ପ କାଳ ମଧ୍ୟରେ ତାହା ପାଇଁ ଶସ୍ୟଚ୍ଛେଦନର ସମୟ ଉପସ୍ଥିତ ହେବ।”
Kajti tako govori Gospod nad bojevniki, Izraelov Bog: ›Babilonska hči je podobna mlatišču, čas je, da jo mlatijo, vendar še malo in čas njene žetve bo prišel.
34 “ବାବିଲର ରାଜା ନବୂଖଦ୍‍ନିତ୍ସର ମୋତେ ଗ୍ରାସ କରିଅଛି, ସେ ମୋତେ ଚୂର୍ଣ୍ଣ କରିଅଛି, ସେ ମୋତେ ଶୂନ୍ୟପାତ୍ର ସ୍ୱରୂପ କରିଅଛି, ସେ ନାଗସର୍ପ ପରି ମୋତେ ଗ୍ରାସ କରିଅଛି, ମୋହର ସୁଖାଦ୍ୟ ଦ୍ରବ୍ୟରେ ସେ ଉଦର ପୂର୍ଣ୍ଣ କରିଅଛି, ସେ ମୋତେ ଦୂର କରିଦେଇଅଛି।”
Babilonski kralj Nebukadnezar me je požrl, zdrobil me je, naredil me je za prazno posodo, požrl me je kakor zmaj, svoj trebuh je napolnil z mojimi posladki, vrgel me je ven.
35 ସିୟୋନ ନିବାସିନୀ କହିବ, “ମୋʼ ପ୍ରତି ଓ ମୋʼ ମାଂସ ପ୍ରତି କୃତ ଦୌରାତ୍ମ୍ୟ ବାବିଲ ଉପରେ ବର୍ତ୍ତୁ” ଓ ଯିରୂଶାଲମ କହିବ, “ମୋʼ ରକ୍ତର ଦାୟ କଲ୍‍ଦୀୟ ନିବାସୀମାନଙ୍କ ଉପରେ ବର୍ତ୍ତୁ।”
›Nasilje, storjeno meni in mojemu mesu, naj bo nad Babilonom; ‹ bo rekel prebivalec Siona in moja kri nad prebivalci Kaldeje, bo rekla [prestolnica] Jeruzalem.
36 ଏହେତୁ ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଆମ୍ଭେ ତୁମ୍ଭର ବିବାଦ ନିଷ୍ପନ୍ନ କରିବା ଓ ତୁମ୍ଭ ନିମନ୍ତେ ପ୍ରତିଶୋଧ ନେବା। ପୁଣି, ଆମ୍ଭେ ତାହାର ସମୁଦ୍ରକୁ ଜଳଶୂନ୍ୟ ଓ ତାହାର ନିର୍ଝରକୁ ଶୁଷ୍କ କରିବା।
Zato tako govori Gospod: ›Glej, jaz bom zagovarjal tvojo pravdo in se zate maščeval; posušil bom njegovo morje in posušil njegove izvire.
37 ପୁଣି, ବାବିଲ ଢିପିମୟ ଶୃଗାଳମାନର ବାସସ୍ଥାନ, ବିସ୍ମୟାସ୍ପଦ, ଶୀସ୍‍ ଶବ୍ଦର ବିଷୟ ଓ ନିବାସୀବିହୀନ ହେବ।
In Babilon bo spremenjen v razvaline, bivališče za zmaje, osuplost in posmeh, brez prebivalca.
38 ସେମାନେ ଏକତ୍ର ଯୁବା ସିଂହ ପରି ଗର୍ଜ୍ଜନ କରିବେ; ସେମାନେ ସିଂହଛୁଆ ପରି ଘୋରନାଦ କରିବେ।
Skupaj bodo rjoveli kakor levi. Kričali bodo kakor levji mladiči.
39 ସଦାପ୍ରଭୁ କହନ୍ତି, ସେମାନେ ଉତ୍ତପ୍ତ ହେଲା ଉତ୍ତାରେ ଆମ୍ଭେ ସେମାନଙ୍କର ଭୋଜ ପ୍ରସ୍ତୁତ କରିବା, ପୁଣି ସେମାନେ ଯେପରି ଆହ୍ଲାଦିତ ହେବେ, ଏଥିପାଇଁ ଆମ୍ଭେ ସେମାନଙ୍କୁ ମତ୍ତ କରିବା, ତହିଁରେ ସେମାନେ ଚିର ନିଦ୍ରାରେ ନିଦ୍ରିତ ହୋଇ ଆଉ ଜାଗରିତ ହେବେ ନାହିଁ।
V njihovi vročini bom naredil njihove praznike in jaz jih bom opijanil, da se bodo lahko veselili in zaspali nenehno spanje in se ne bodo zbudili, ‹ govori Gospod.
40 ଆମ୍ଭେ ସେମାନଙ୍କୁ ମେଷଗଣର ତୁଲ୍ୟ, ଛାଗମାନଙ୍କ ସହିତ ମେଷଗଣର ତୁଲ୍ୟ ବଧ ସ୍ଥାନକୁ ଆଣିବା।
›Privedel jih bom dol kakor jagnjeta h klanju, kakor ovne s kozli.
41 ଶେଶକ୍‍ କିପରି ପରହସ୍ତଗତ ହୋଇଅଛି! ଓ ସମୁଦାୟ ପୃଥିବୀର ପ୍ରଶଂସାପାତ୍ର କିପରି ହଠାତ୍‍ ଧରା ପଡ଼ିଅଛି! ଗୋଷ୍ଠୀସମୂହର ମଧ୍ୟରେ ବାବିଲ କିପରି ଧ୍ୱଂସସ୍ଥାନ ହୋଇଅଛି!
Kako je Šešáh zajet! In kako je hvala celotne zemlje presenečena! Kako je Babilon postal osuplost med narodi!
42 ବାବିଲ ଉପରେ ସମୁଦ୍ର ମାଡ଼ି ଆସିଅଛି; ସେ ତହିଁର ଲହରୀମାଳାରେ ଆଚ୍ଛାଦିତ ହୋଇଅଛି।
Morje se je vzdignilo nad Babilon. Pokrit je z množico njegovih valov.
43 ତାହାର ନଗରସକଳ ଧ୍ୱଂସସ୍ଥାନ ଓ ଶୁଷ୍କ ଭୂମି ଓ ପ୍ରାନ୍ତର ହୋଇଅଛି, ସେ ଦେଶ ମଧ୍ୟରେ କୌଣସି ମନୁଷ୍ୟ ବାସ କରେ ନାହିଁ, କିଅବା ତହିଁ ମଧ୍ୟଦେଇ କୌଣସି ମନୁଷ୍ୟ-ସନ୍ତାନ ଗମନାଗମନ କରେ ନାହିଁ।
Njegova mesta so opustošenje, suha dežela in divjina, dežela, v kateri noben človek ne prebiva niti katerikoli človeški sin tam ne gre skozi.
44 ପୁଣି, ଆମ୍ଭେ ବାବିଲରେ ବେଲ୍ ଦେବତାକୁ ପ୍ରତିଫଳ ଦେବା ଓ ଯାହା ସେ ଗିଳିଅଛି, ଆମ୍ଭେ ତାହାର ମୁଖରୁ ତାହା ବାହାର କରିବା ଓ ଗୋଷ୍ଠୀୟମାନେ ଆଉ ତାହା ନିକଟକୁ ଧାବମାନ ହେବେ ନାହିଁ; ଆହୁରି ବାବିଲର ପ୍ରାଚୀର ପଡ଼ିଯିବ।
V Babilonu bom kaznoval Bela in iz njegovih ust bom osvobodil to, kar je požrl. Narodi se ne bodo več stekali k njemu. Da, babilonsko obzidje bo padlo.
45 ହେ ଆମ୍ଭର ଲୋକେ, ତୁମ୍ଭେମାନେ ତାହାର ମଧ୍ୟରୁ ବାହାରି ଯାଅ ଓ ପ୍ରତ୍ୟେକ ଲୋକ ସଦାପ୍ରଭୁଙ୍କ ପ୍ରଚଣ୍ଡ କ୍ରୋଧରୁ ଆପଣା ଆପଣାକୁ ରକ୍ଷା କରୁ।
Moje ljudstvo, pojdite ven iz njegove srede in osvobodite vsak človek svojo dušo pred kruto Gospodovo jezo.
46 ପୁଣି, ତୁମ୍ଭେମାନେ ଆପଣା ହୃଦୟକୁ କ୍ଷୀଣ ହେବାକୁ ଦିଅ ନାହିଁ, କିଅବା ଦେଶ ମଧ୍ୟରେ ଯେଉଁ ଜନରବ ଶୁଣାଯିବ, ତହିଁ ସକାଶୁ ଭୀତ ହୁଅ ନାହିଁ; କାରଣ ଏକ ବର୍ଷ ଏକ ଜନରବ ଉଠିବ, ଅନ୍ୟ ବର୍ଷ ଅନ୍ୟ ଏକ ଜନରବ ଉଠିବ, ପୁଣି ଦେଶରେ ଦୌରାତ୍ମ୍ୟ ଓ ଶାସନକର୍ତ୍ତା ଶାସନକର୍ତ୍ତାର ବିପକ୍ଷ ହେବ।
In da ne bi vaše srce oslabelo in se boste bali zaradi govorice, ki jo bo slišati v deželi; govorica, bo tako prišla v enem letu in potem bo v drugem letu prišla govorica in nasilje v deželi, vladar zoper vladarja.
47 ଏହେତୁ ଦେଖ, ଯେଉଁ ସମୟରେ ଆମ୍ଭେ ବାବିଲର ଖୋଦିତ ପ୍ରତିମାଗଣକୁ ପ୍ରତିଫଳ ଦେବା ଓ ତାହାର ସମୁଦାୟ ଦେଶ ଲଜ୍ଜିତ ହେବ, ଆଉ ତାହାର ହତ ଲୋକମାନେ ତାହା ମଧ୍ୟରେ ପଡ଼ିବେ, ଏପରି ସମୟ ଆସୁଅଛି।
Zatorej glejte, prihajajo dnevi, ko bom naredil sodbo nad rezanimi podobami Babilona in njegova celotna dežela bo zbegana in vsi njegovi umorjeni bodo padli v njegovi sredi.
48 ସେସମୟରେ ସ୍ୱର୍ଗ ଓ ପୃଥିବୀ ଓ ତନ୍ମଧ୍ୟସ୍ଥିତସକଳ ବାବିଲ ବିଷୟରେ ଆନନ୍ଦଗାନ କରିବେ; କାରଣ ସଦାପ୍ରଭୁ କହନ୍ତି, ଉତ୍ତର ଦିଗରୁ ବିନାଶକଗଣ ତାହା ବିରୁଦ୍ଧରେ ଆସିବେ।
Potem bodo nebo in zemlja in vse, kar je na njej, peli zaradi Babilona, kajti plenilci bodo prišli k njemu iz severa, ‹ govori Gospod.
49 ବାବିଲ ଯେପରି ଇସ୍ରାଏଲର ହତ ଲୋକମାନଙ୍କୁ ନିପାତିତ କରାଇଅଛି, ସେପରି ସମୁଦାୟ ଦେଶର ହତ ଲୋକମାନେ ବାବିଲରେ ପତିତ ହେବେ।
›Kakor je Babilon storil umorjenim iz Izraela, da padejo, tako bodo pri Babilonu padli umorjeni iz vse zemlje.
50 ହେ ଖଡ୍ଗରୁ ରକ୍ଷାପ୍ରାପ୍ତ ଲୋକମାନେ, ତୁମ୍ଭେମାନେ ଚାଲିଯାଅ, ସ୍ଥିର ହୋଇ ଠିଆ ହୁଅ ନାହିଁ! ଦୂର ଦେଶରୁ ସଦାପ୍ରଭୁଙ୍କୁ ସ୍ମରଣ କର ଓ ଯିରୂଶାଲମ ତୁମ୍ଭମାନଙ୍କ ମନରେ ପଡ଼ୁ।
Vi, ki ste pobegnili meču, pojdite proč, ne stojte pri miru. Spomnite se Gospoda od daleč in Jeruzalem naj pride v vaše misli.
51 ‘ଆମ୍ଭେମାନେ ନିନ୍ଦା କଥା ଶୁଣିବାରୁ ଲଜ୍ଜିତ ହୋଇଅଛୁ; ଅପମାନ ଆମ୍ଭମାନଙ୍କ ମୁଖକୁ ଆଚ୍ଛାଦିତ କରିଅଛି; କାରଣ ବିଦେଶୀମାନେ ସଦାପ୍ରଭୁଙ୍କ ଗୃହର ସକଳ ପବିତ୍ର ସ୍ଥାନରେ ପ୍ରବେଶ କରିଅଛନ୍ତି।’
Zbegani smo, ker smo slišali grajo. Sramota je pokrila naše obraze, kajti tujci so prišli v svetišča Gospodove hiše.
52 ଏଣୁକରି ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ଆମ୍ଭେ ତାହାର ଖୋଦିତ ପ୍ରତିମାଗଣକୁ ପ୍ରତିଫଳ ଦେବା, ଏପରି ସମୟ ଆସୁଅଛି ଓ କ୍ଷତବିକ୍ଷତ ଲୋକମାନେ ତାହାର ଦେଶର ସର୍ବତ୍ର କାତରୋକ୍ତି କରିବେ।
Zato, glejte, prihajajo dnevi, ‹ govori Gospod, da bom naredil sodbo nad njegovimi rezanimi podobami, in po vsej njegovi deželi bodo ranjeni stokali.
53 ସଦାପ୍ରଭୁ କହନ୍ତି, ଯଦ୍ୟପି ବାବିଲ ଆକାଶ ପର୍ଯ୍ୟନ୍ତ ଉଠିବ, ଆଉ ଯଦ୍ୟପି ସେ ଆପଣା ବଳରୂପ ଉଚ୍ଚ ଦୁର୍ଗକୁ ଦୃଢ଼ କରିବ, ତଥାପି ଆମ୍ଭ ନିକଟରୁ ବିନାଶକମାନେ ତାହାର ମଧ୍ୟରେ ଉପସ୍ଥିତ ହେବେ।
Čeprav bi se Babilon povzpel do neba in četudi bi utrdil višino svoje moči, vendar bodo od mene prišli k njemu plenitelji, ‹ govori Gospod.
54 ବାବିଲରୁ କ୍ରନ୍ଦନର ରବ ଓ କଲ୍‍ଦୀୟମାନଙ୍କ ଦେଶରୁ ମହାବିନାଶର ଶବ୍ଦ ଉଠୁଅଛି!
Zvok krika prihaja iz Babilona in velika poguba od dežele Kaldejcev,
55 କାରଣ ସଦାପ୍ରଭୁ ବାବିଲକୁ ଉଚ୍ଛିନ୍ନ କରୁଅଛନ୍ତି ଓ ତହିଁ ମଧ୍ୟରୁ ମହାରବ କ୍ଷାନ୍ତ କରୁଅଛନ୍ତି; ସେମାନଙ୍କର ତରଙ୍ଗସକଳ ଜଳରାଶି ପରି ଗର୍ଜ୍ଜନ କରୁଅଛି, ସେମାନଙ୍କର କଲ୍ଲୋଳ ଧ୍ୱନି ଶୁଣା ଯାଉଅଛି।
ker je Gospod oplenil Babilon in iz njega uničil močan glas; ko njegovi valovi rjovijo kakor velike vode, je izusten hrup njihovega glasu,
56 କାରଣ ତାହା ବିରୁଦ୍ଧରେ, ହଁ, ବାବିଲର ବିରୁଦ୍ଧରେ ବିନାଶକ ଆସିଅଛି ଓ ତାହାର ବୀରମାନେ ଧରା ଯାଇଅଛନ୍ତି, ସେମାନଙ୍କର ଧନୁସବୁ ଖଣ୍ଡ ଖଣ୍ଡ ହୋଇ ଭଙ୍ଗା ଯାଇଅଛି; କାରଣ ସଦାପ୍ରଭୁ ପ୍ରତିଫଳଦାତା ପରମେଶ୍ୱର ଅଟନ୍ତି, ସେ ନିଶ୍ଚୟ ସମୁଚିତ ପ୍ରତିଫଳ ଦେବେ।
ker je plenilec prišel nadenj, celó nad Babilon in so njegovi mogočni možje zajeti, vsak izmed njihovih lokov je zlomljen, kajti Gospod Bog povračil bo zagotovo poplačal.
57 ପୁଣି, ଆମ୍ଭେ ତାହାର ଅଧିପତିଗଣକୁ ଓ ତାହାର ଜ୍ଞାନୀ ଲୋକମାନଙ୍କୁ ଓ ତାହାର ଦେଶାଧ୍ୟକ୍ଷ ଓ ଅଧିପତିଗଣକୁ ଓ ତାହାର ବୀରପୁରୁଷମାନଙ୍କୁ ମତ୍ତ କରାଇବା; ତହିଁରେ ସେମାନେ ଚିର ନିଦ୍ରାରେ ନିଦ୍ରିତ ହୋଇ ଆଉ ଜାଗରିତ ହେବେ ନାହିଁ ଏହା ରାଜା କହନ୍ତି, ସୈନ୍ୟାଧିପତି ସଦାପ୍ରଭୁ ତାହାଙ୍କର ନାମ।
Opijanil bom njegove prince, njegove modre može, njegove poveljnike, njegove vladarje ter njegove mogočne može in spali bodo neprestano spanje in ne bodo se zbudili, ‹ govori kralj, katerega ime je Gospod nad bojevniki.
58 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ବାବିଲର ପ୍ରଶସ୍ତ ପ୍ରାଚୀର ସମ୍ପୂର୍ଣ୍ଣ ଉତ୍ପାଟିତ ହେବ ଓ ତାହାର ଉଚ୍ଚ ଦ୍ୱାରସବୁ ଅଗ୍ନିରେ ଦଗ୍ଧ ହେବ; ପୁଣି, ଲୋକବୃନ୍ଦ ଅସାରତାର ନିମନ୍ତେ ଓ ଗୋଷ୍ଠୀଗଣ ଅଗ୍ନି ନିମନ୍ତେ ପରିଶ୍ରମ କରିବେ; ଆଉ ସେମାନେ କ୍ଳାନ୍ତ ହେବେ।”
Tako govori Gospod nad bojevniki: ›Široki zidovi Babilona bodo popolnoma porušeni in njegova visoka velika vrata bodo sežgana z ognjem; in ljudstvo se bo zaman trudilo in narod v ognju in izmučeni bodo.‹«
59 ଯିହୁଦାର ରାଜା ସିଦିକୀୟଙ୍କ ରାଜତ୍ଵର ଚତୁର୍ଥ ବର୍ଷରେ ମହସେୟର ପୌତ୍ର ନେରୀୟର ପୁତ୍ର ସରାୟ ଯେଉଁ ସମୟରେ ରାଜା ସଙ୍ଗେ ବାବିଲକୁ ଗଲା, ସେ ସମୟରେ ଯିରିମୀୟ ଭବିଷ୍ୟଦ୍‍ବକ୍ତା ସରାୟକୁ ଯାହା ଆଜ୍ଞା କରିଥିଲେ, ତହିଁର ବୃତ୍ତାନ୍ତ। ଏହି ସରାୟ ରାଜଗୃହର ପ୍ରଧାନ ଅଧ୍ୟକ୍ଷ ଥିଲା।
Beseda, ki jo je prerok Jeremija zapovedal Serajáju, Nerijájevemu sinu, Maasejájevemu sinu, ko je s Sedekíjem, Judovim kraljem, odšel v Babilon, v četrtem letu njegovega kraljevanja. In ta Serajá je bil tih princ.
60 ଆଉ, ବାବିଲର ଭବିଷ୍ୟତ ଅମଙ୍ଗଳର ସକଳ କଥା, ଅର୍ଥାତ୍‍, ବାବିଲ ବିଷୟରେ ଏହି ଯେସକଳ କଥା ଲିଖିତ ଅଛି, ତାହା ଯିରିମୀୟ ଗୋଟିଏ ନଳାକାର ପୁସ୍ତକରେ ଲେଖିଲେ।
Tako je Jeremija zapisal v knjigo vse zlo, ki naj bi prišlo nad Babilon, celó vse te besede, ki so zapisane zoper Babilon.
61 ପୁଣି, ଯିରିମୀୟ ସରାୟକୁ କହିଲେ, “ଦେଖ, ତୁମ୍ଭେ ବାବିଲରେ ଉପସ୍ଥିତ ହେଲା ଉତ୍ତାରେ ଏହିସବୁ କଥା ପାଠ କରିବ,
Jeremija je rekel Serajáju: »Ko prideš v Babilon in boš videl in boš bral vse te besede;
62 ଆଉ କହିବ, ‘ହେ ସଦାପ୍ରଭୁ, ତୁମ୍ଭେ ଏହି ସ୍ଥାନ ବିଷୟରେ କହିଅଛ ଯେ, ତୁମ୍ଭେ ତାହା ଉଚ୍ଛିନ୍ନ କରିବ, ତହିଁ ମଧ୍ୟରେ ମନୁଷ୍ୟ କି ପଶୁ କେହି ବାସ କରିବ ନାହିଁ, ମାତ୍ର ତାହା ଚିରକାଳ ଧ୍ୱଂସସ୍ଥାନ ହେବ।’
potem boš rekel: »Oh Gospod, ti si govoril zoper ta kraj, da ga odrežeš, da nihče ne bo ostal v njem niti človek niti žival, temveč da bo ta zapuščen na veke.
63 ପୁଣି, ଏହି ନଳାକାର ପୁସ୍ତକ ପାଠ କରିବାର ସମାପ୍ତ କଲା ଉତ୍ତାରେ ତୁମ୍ଭେ ତହିଁରେ ଖଣ୍ଡେ ପଥର ବାନ୍ଧି ଫରାତ୍‍ ନଦୀର ମଧ୍ୟସ୍ଥାନରେ ତାହା ପକାଇ ଦେବ;
In zgodilo se bo, ko narediš konec branju te knjige, da boš k njej privezal kamen in jo vrgel v sredo Evfrata
64 ଆଉ, ତୁମ୍ଭେ କହିବ, ‘ଆମ୍ଭେ (ସଦାପ୍ରଭୁ) ବାବିଲ ଉପରେ ଯେଉଁ ଅମଙ୍ଗଳ ଘଟାଇବା, ତହିଁ ସକାଶୁ ସେ ଏରୂପ ମଗ୍ନ ହୋଇ ପୁନର୍ବାର ଉଠିବ ନାହିଁ; ପୁଣି, ଲୋକମାନେ କ୍ଳାନ୍ତ ହେବେ।’” ଯିରିମୀୟଙ୍କ ବାକ୍ୟ ଏତିକି।
in rekel boš: ›Tako bo Babilon potonil in ne bo se vzdignil od zla, ki ga bom privedel nadenj in izmučeni bodo.‹« Do tu so Jeremijeve besede.

< ଯିରିମୀୟ 51 >