< ଯିରିମୀୟ 50 >
1 ସଦାପ୍ରଭୁ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କ ଦ୍ୱାରା ବାବିଲ ବିଷୟରେ, କଲ୍ଦୀୟମାନଙ୍କ ଦେଶ ବିଷୟରେ ଯାହା କହିଲେ, ତାହା ଏହି, ଯଥା।
Verbum quod locutus est Dominus de Babylone et de terra Chaldæorum, in manu Jeremiæ prophetæ.
2 “ତୁମ୍ଭେମାନେ ଗୋଷ୍ଠୀଗଣ ମଧ୍ୟରେ ପ୍ରକାଶ କରି ପ୍ରଚାର କର ଓ ଧ୍ୱଜା ଉଠାଅ; ପ୍ରଚାର କର ଓ ଗୋପନ ନ କରି କୁହ, ବାବିଲ ହସ୍ତଗତ ହେଲା, ବେଲ୍ ଲଜ୍ଜିତ ହେଲା, ମରୋଦକ୍ ବିସ୍ମିତ ହେଲା; ତାହାର ପ୍ରତିମାଗଣ ଲଜ୍ଜିତ ହେଲେ ଓ ତାହାର ଦେବତା ସକଳ ବିସ୍ମିତ ହେଲେ।
[Annuntiate in gentibus, et auditum facite: levate signum, prædicate, et nolite celare: dicite: Capta est Babylon, confusus est Bel, victus est Merodach, confusa sunt sculptilia ejus, superata sunt idola eorum.
3 କାରଣ ଉତ୍ତର ଦିଗରୁ ଏକ ଗୋଷ୍ଠୀ ତାହା ବିରୁଦ୍ଧରେ ଉଠି ଆସୁଅଛନ୍ତି, ସେମାନେ ତାହାର ଦେଶ ଧ୍ୱଂସ କରିବେ ଓ ତହିଁ ମଧ୍ୟରେ କେହି ବାସ କରିବ ନାହିଁ; ମନୁଷ୍ୟ ଓ ପଶୁ ଉଭୟ ପଳାଇଲେ, ସେମାନେ ଚାଲିଗଲେ।
Quoniam ascendit contra eam gens ab aquilone, quæ ponet terram ejus in solitudinem, et non erit qui habitet in ea ab homine usque ad pecus: et moti sunt, et abierunt.
4 ସଦାପ୍ରଭୁ କହନ୍ତି, ସେଦିନରେ ଓ ସେସମୟରେ ଇସ୍ରାଏଲର ସନ୍ତାନଗଣ ଓ ଯିହୁଦାର ସନ୍ତାନଗଣ ଏକତ୍ର ହୋଇ ଆସିବେ; ସେମାନେ କ୍ରନ୍ଦନ କରୁ କରୁ ପଥରେ ଗମନ କରିବେ ଓ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କର ଅନ୍ୱେଷଣ କରିବେ।
In diebus illis, et in tempore illo, ait Dominus, venient filii Israël ipsi et filii Juda simul: ambulantes et flentes properabunt, et Dominum Deum suum quærent:
5 ସେମାନେ ସିୟୋନର ବିଷୟ ପଚାରିବେ, ତହିଁଆଡ଼େ ମୁଖ କରି କହିବେ, ‘ତୁମ୍ଭେମାନେ ଆସ, ଅନନ୍ତକାଳସ୍ଥାୟୀ ଅବିସ୍ମରଣୀୟ ନିୟମ ଦ୍ୱାରା ସଦାପ୍ରଭୁଙ୍କଠାରେ ଆସକ୍ତ ହୁଅ।’
in Sion interrogabunt viam, huc facies eorum: venient, et apponentur ad Dominum fœdere sempiterno, quod nulla oblivione delebitur.
6 ଆମ୍ଭର ଲୋକମାନେ ହଜିଲା ମେଷ ହୋଇଅଛନ୍ତି, ସେମାନଙ୍କର ପାଳକମାନେ ସେମାନଙ୍କୁ ବିପଥରେ ଗମନ କରାଇଅଛନ୍ତି, ନାନା ପର୍ବତରେ ସେମାନଙ୍କୁ ପଥ ହୁଡ଼ାଇ ଭ୍ରମଣ କରାଇଅଛନ୍ତି; ସେମାନେ ପର୍ବତରୁ ଉପପର୍ବତକୁ ଗମନ କରିଅଛନ୍ତି, ସେମାନେ ଆପଣାମାନଙ୍କର ବିଶ୍ରାମ-ସ୍ଥାନ ପାସୋରିଅଛନ୍ତି।
Grex perditus factus est populus meus: pastores eorum seduxerunt eos, feceruntque vagari in montibus: de monte in collem transierunt; obliti sunt cubilis sui.
7 ଯେଉଁମାନେ ସେମାନଙ୍କୁ ପାଇଲେ, ସେସମସ୍ତେ ସେମାନଙ୍କୁ ଗ୍ରାସ କରିଅଛନ୍ତି ଓ ସେମାନଙ୍କର ବିପକ୍ଷମାନେ କହିଲେ, ‘ଆମ୍ଭେମାନେ ଦୋଷ କରୁ ନାହୁଁ, କାରଣ ସେମାନେ ଧର୍ମନିବାସ ସଦାପ୍ରଭୁଙ୍କର, ଆପଣାମାନଙ୍କର ପୂର୍ବପୁରୁଷଗଣର ଆଶାଭୂମି ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛନ୍ତି।’
Omnes qui invenerunt comederunt eos, et hostes eorum dixerunt: Non peccavimus: pro eo quod peccaverunt Domino decori justitiæ, et exspectationi patrum eorum Domino.
8 ତୁମ୍ଭେମାନେ ବାବିଲ ମଧ୍ୟରୁ ପଳାଅ ଓ କଲ୍ଦୀୟମାନଙ୍କ ଦେଶ ମଧ୍ୟରୁ ବାହାରି ଯାଅ, ପୁଣି ପଲର ଅଗ୍ରଗାମୀ ଛାଗ ସ୍ୱରୂପ ହୁଅ।
Recedite de medio Babylonis, et de terra Chaldæorum egredimini, et estote quasi hædi ante gregem.
9 କାରଣ ଦେଖ, ଆମ୍ଭେ ଉତ୍ତର ଦେଶରୁ ମହା ମହାଗୋଷ୍ଠୀର ସମାଜକୁ ଉତ୍ତେଜିତ କରି ବାବିଲ ବିରୁଦ୍ଧରେ ସେମାନଙ୍କୁ ଗମନ କରାଇବା; ଆଉ, ସେମାନେ ତାହା ବିରୁଦ୍ଧରେ ଆପଣାମାନଙ୍କୁ ସଜାଇବେ; ତହିଁରେ ତାହା ଶତ୍ରୁର ହସ୍ତଗତ ହେବ; ସେମାନଙ୍କର ତୀର ନିପୁଣ ବୀର ପୁରୁଷର ତୀର ପରି ହେବ, କୌଣସି ତୀର ବିଫଳ ହେବ ନାହିଁ।
Quoniam ecce ego suscito, et adducam in Babylonem congregationem gentium magnarum de terra aquilonis, et præparabuntur adversus eam, et inde capietur: sagitta ejus quasi viri fortis interfectoris: non revertetur vacua.
10 ପୁଣି, କଲ୍ଦୀୟା ଲୁଟିତ ଦ୍ରବ୍ୟ ହେବ, ସଦାପ୍ରଭୁ କହନ୍ତି, ଯେଉଁମାନେ ତାହା ଲୁଟିବେ, ସେସମସ୍ତେ ପରିତୃପ୍ତ ହେବେ।
Et erit Chaldæa in prædam: omnes vastantes eam replebuntur, ait Dominus.
11 ହେ ଆମ୍ଭର ଅଧିକାର ଅପହରଣକାରୀମାନେ, ତୁମ୍ଭେମାନେ ଆନନ୍ଦ ଓ ଉଲ୍ଲାସ କରୁଅଛ, ତୁମ୍ଭେମାନେ ଶସ୍ୟମର୍ଦ୍ଦନକାରିଣୀ ଗାଭୀ ପରି କୁଦା ମାରୁଅଛ ଓ ବଳବାନ ଅଶ୍ୱ ପରି ନାସା ଶବ୍ଦ କରୁଅଛ;
Quoniam exsultatis, et magna loquimini, diripientes hæreditatem meam: quoniam effusi estis sicut vituli super herbam, et mugistis sicut tauri:
12 ଏଥିପାଇଁ ତୁମ୍ଭମାନଙ୍କର ମାତା ଅତିଶୟ ଲଜ୍ଜିତା ହେବ; ତୁମ୍ଭମାନଙ୍କର ପ୍ରସବକାରିଣୀ ହତାଶା ହେବ; ଦେଖ, ସେ ଗୋଷ୍ଠୀଗଣ ମଧ୍ୟରେ ସର୍ବପଶ୍ଚାତ୍ ହେବ, ପ୍ରାନ୍ତର, ଶୁଷ୍କସ୍ଥାନ ଓ ମରୁଭୂମି ହେବ।
confusa est mater vestra nimis, et adæquata pulveri, quæ genuit vos: ecce novissima erit in gentibus, deserta, invia, et arens.
13 ସଦାପ୍ରଭୁଙ୍କ କୋପ ସକାଶୁ ସେ ବସତିବିଶିଷ୍ଟ ହେବ ନାହିଁ, ମାତ୍ର ସମ୍ପୂର୍ଣ୍ଣ ଧ୍ୱଂସସ୍ଥାନ ହେବ; ଯେ ପ୍ରତ୍ୟେକ ଲୋକ ବାବିଲର ନିକଟ ଦେଇ ଯିବ, ସେ ବିସ୍ମିତ ହେବ ଓ ତାହାର ସକଳ ଦଣ୍ଡ ସକାଶୁ ଶୀସ୍ ଶବ୍ଦ କରିବ।
Ab ira Domini non habitabitur, sed redigetur tota in solitudinem: omnis qui transibit per Babylonem stupebit, et sibilabit super universis plagis ejus.
14 ହେ ଧନୁରେ ଗୁଣଦାୟୀ ଲୋକ ସମସ୍ତେ, ତୁମ୍ଭେମାନେ ବାବିଲର ବିରୁଦ୍ଧରେ ଚାରିଆଡ଼େ ସୈନ୍ୟ ସଜାଅ; କୁଣ୍ଠିତ ନ ହୋଇ ତାହା ପ୍ରତି ତୀର ନିକ୍ଷେପ କର; କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛି।
Præparamini contra Babylonem per circuitum, omnes qui tenditis arcum: debellate eam, non parcatis jaculis, quia Domino peccavit.
15 ତାହାର ଚତୁର୍ଦ୍ଦିଗରେ ସିଂହନାଦ କର, ସେ ଆପଣାକୁ ସମର୍ପଣ କରିଅଛନ୍ତି; ତାହାର ଗଡ଼ସକଳ ପତିତ ଓ ତାହାର ପ୍ରାଚୀରସକଳ ଉତ୍ପାଟିତ ହୋଇଅଛି; କାରଣ ଏହା ସଦାପ୍ରଭୁଙ୍କର ଦାତବ୍ୟ ପ୍ରତିଶୋଧ; ତାହାଠାରୁ ପ୍ରତିଶୋଧ ନିଅ; ସେ ଯେପରି କରିଅଛି, ସେପରି ତାହା ପ୍ରତି କର।
Clamate adversus eam, ubique dedit manum: ceciderunt fundamenta ejus, destructi sunt muri ejus, quoniam ultio Domini est: ultionem accipite de ea: sicut fecit, facite ei.
16 ତୁମ୍ଭେମାନେ ବାବିଲରୁ ବୀଜବାପକକୁ ଓ ଶସ୍ୟ ସଂଗ୍ରହ ସମୟରେ ଦା ଧରିବା ଲୋକଙ୍କୁ ଉଚ୍ଛିନ୍ନ କର, ଉତ୍ପୀଡ଼କ ଖଡ୍ଗ ଭୟରେ ସେମାନେ ପ୍ରତ୍ୟେକେ ଆପଣା ଆପଣା ଲୋକଙ୍କ ନିକଟକୁ ଫେରିଯିବେ ଓ ସେମାନେ ପ୍ରତ୍ୟେକେ ଆପଣା ଆପଣା ଦେଶକୁ ପଳାଇବେ।
Disperdite satorem de Babylone, et tenentem falcem in tempore messis: a facie gladii columbæ unusquisque ad populum suum convertetur, et singuli ad terram suam fugient.
17 ଇସ୍ରାଏଲ ଛିନ୍ନଭିନ୍ନ ମେଷ ସ୍ୱରୂପ; ସିଂହମାନେ ତାହାକୁ ତଡ଼ି ଦେଇଅଛନ୍ତି; ପ୍ରଥମରେ ଅଶୂରର ରାଜା ତାହାକୁ ଗ୍ରାସ କଲା; ଆଉ, ଶେଷରେ ବାବିଲର ରାଜା ଏହି ନବୂଖଦ୍ନିତ୍ସର ତାହାର ହାଡ଼ସବୁ ଭାଙ୍ଗି ପକାଇଅଛି।
Grex dispersus Israël: leones ejecerunt eum. Primus comedit eum rex Assur: iste novissimus exossavit eum Nabuchodonosor rex Babylonis.
18 ଏହେତୁ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଦେଖ, ଆମ୍ଭେ ଅଶୂରର ରାଜାକୁ ଯେପରି ଦଣ୍ଡ ଦେଇଅଛୁ, ସେପରି ବାବିଲର ରାଜାକୁ ଓ ତାହାର ଦେଶକୁ ଆମ୍ଭେ ଦଣ୍ଡ ହେବା।
Propterea hæc dicit Dominus exercituum, Deus Israël: Ecce ego visitabo regem Babylonis et terram ejus, sicut visitavi regem Assur:
19 ପୁଣି, ଆମ୍ଭେ ଇସ୍ରାଏଲକୁ ପୁନର୍ବାର ତାହାର ଚରାସ୍ଥାନକୁ ଆଣିବା ଓ ସେ କର୍ମିଲ ଓ ବାଶନର ଉପରେ ଚରିବ, ଆଉ ଇଫ୍ରୟିମର ପର୍ବତମାନର ଉପରେ ଓ ଗିଲୀୟଦରେ ତାହାର ପ୍ରାଣ ତୃପ୍ତ ହେବ।
et reducam Israël ad habitaculum suum: et pascetur Carmelum et Basan, et in monte Ephraim et Galaad saturabitur anima ejus.
20 ସଦାପ୍ରଭୁ କହନ୍ତି, ସେହି ଦିନରେ ଓ ସେହି ସମୟରେ ଇସ୍ରାଏଲର ଅଧର୍ମ ଅନ୍ୱେଷଣ କରାଯିବ, ମାତ୍ର କିଛି ମିଳିବ ନାହିଁ ଓ ଯିହୁଦାର ପାପ ଅନ୍ୱେଷଣ କରାଯିବ, ମାତ୍ର ତାହା ମିଳିବ ନାହିଁ। କାରଣ ଆମ୍ଭେ ଯେଉଁମାନଙ୍କୁ ଅବଶିଷ୍ଟ ରଖିବା, ସେମାନଙ୍କୁ କ୍ଷମା କରିବା।
In diebus illis, et in tempore illo, ait Dominus, quæretur iniquitas Israël, et non erit, et peccatum Juda, et non invenietur: quoniam propitius ero eis quos reliquero.
21 ସଦାପ୍ରଭୁ କହନ୍ତି, ତୁମ୍ଭେ ମରାଥୟିମ୍ (ଦ୍ୱିଗୁଣ ଦ୍ରୋହ) ଦେଶର ବିରୁଦ୍ଧରେ ଓ ପକୋଦ (ପ୍ରତିଫଳପୁର) ନିବାସୀମାନଙ୍କ ବିରୁଦ୍ଧରେ ଉଠିଯାଅ; ସେମାନଙ୍କର ପଶ୍ଚାତ୍ ପଶ୍ଚାତ୍ ଯାଇ ସେମାନଙ୍କୁ ବଧ କରି ନିଃଶେଷ ରୂପେ ବିନାଶ କର ଓ ଆମ୍ଭେ ତୁମ୍ଭକୁ ଯାହା ଯାହା ଆଜ୍ଞା କରିଅଛୁ, ତଦନୁସାରେ କର।
Super terram dominantium ascende, et super habitatores ejus visita: dissipa, et interfice quæ post eos sunt, ait Dominus, et fac juxta omnia quæ præcepi tibi.
22 ଦେଶରେ ସଂଗ୍ରାମର ଓ ମହାବିନାଶର ଶବ୍ଦ ହେଉଅଛି।
Vox belli in terra, et contritio magna.
23 ସମୁଦାୟ ପୃଥିବୀର ହାତୁଡ଼ି କିପରି ଛିନ୍ନ ଓ ଭଗ୍ନ ହୋଇଅଛି! ଗୋଷ୍ଠୀଗଣ ମଧ୍ୟରେ ବାବିଲ କିପରି ଉତ୍ସନ୍ନ ହୋଇଅଛି!
Quomodo confractus est et contritus malleus universæ terræ? quomodo versa est in desertum Babylon in gentibus?
24 ହେ ବାବିଲ, ଆମ୍ଭେ ତୁମ୍ଭ ପାଇଁ ଫାନ୍ଦ ପାତିଅଛୁ, ଆଉ ତୁମ୍ଭେ ନ ଜାଣି ତହିଁରେ ଧରା ପଡ଼ିଅଛ, ତୁମ୍ଭର ଅନୁସନ୍ଧାନ ମିଳିଅଛି, ମଧ୍ୟ ତୁମ୍ଭେ ଧରା ପଡ଼ିଅଛ, କାରଣ ତୁମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧରେ ଯୁଦ୍ଧ କରିଅଛ।
Illaqueavi te, et capta es, Babylon, et nesciebas: inventa es et apprehensa, quoniam Dominum provocasti.
25 ସଦାପ୍ରଭୁ ଆପଣା ଅସ୍ତ୍ରାଗାର ଫିଟାଇ ଆପଣା କ୍ରୋଧରୂପ ଅସ୍ତ୍ରସବୁ ବାହାର କରି ଆଣିଅଛନ୍ତି, କାରଣ କଲ୍ଦୀୟମାନଙ୍କ ଦେଶରେ ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁଙ୍କର ଗୋଟିଏ କାର୍ଯ୍ୟ କରିବାର ଅଛି।
Aperuit Dominus thesaurum suum, et protulit vasa iræ suæ, quoniam opus est Domino Deo exercituum, in terra Chaldæorum.
26 ତୁମ୍ଭେମାନେ ପ୍ରାନ୍ତ ସୀମାରୁ ତାହାର ବିରୁଦ୍ଧରେ ଆସ, ତାହାର ଭଣ୍ଡାରସବୁ ଫିଟାଅ; ତାହାକୁ ସମ୍ପୂର୍ଣ୍ଣ ରୂପେ ବିନାଶ କରି ରାଶି ପରି ଢିପି କର; ତାହାର କିଛି ଅବଶିଷ୍ଟ ରଖ ନାହିଁ।
Venite ad eam ab extremis finibus; aperite ut exeant qui conculcent eam: tollite de via lapides, et redigite in acervos: et interficite eam, nec sit quidquam reliquum.
27 ତାହାର ବୃଷସବୁକୁ ବଧ କର; ସେସବୁ ବଧ ସ୍ଥାନକୁ ଯାଉନ୍ତୁ; ସେମାନେ ସନ୍ତାପର ପାତ୍ର! କାରଣ ସେମାନଙ୍କର ଦିନ, ସେମାନଙ୍କ ପ୍ରତିଫଳର ସମୟ ଉପସ୍ଥିତ ହେଲା।
Dissipate universos fortes ejus: descendant in occisionem: væ eis, quia venit dies eorum, tempus visitationis eorum!
28 ଯେଉଁ ପଳାତକମାନେ ଓ ବାବିଲ ଦେଶରୁ ରକ୍ଷାପ୍ରାପ୍ତ ଲୋକମାନେ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କର ପ୍ରତିଶୋଧ ନେବାର, ହଁ, ତାହାଙ୍କ ମନ୍ଦିର ହେତୁରୁ ପ୍ରତିଶୋଧ ନେବାର ବିଷୟ ସିୟୋନରେ ପ୍ରକାଶ କରିବାକୁ ଯାଉଅଛନ୍ତି, ଏହା ସେମାନଙ୍କର ରବ।
Vox fugientium, et eorum qui evaserunt de terra Babylonis, ut annuntient in Sion ultionem Domini Dei nostri, ultionem templi ejus.
29 ଧନୁର୍ଦ୍ଧାରୀମାନଙ୍କୁ, ଧନୁରେ ଗୁଣଦାୟୀ ସମସ୍ତଙ୍କୁ ବାବିଲ ବିରୁଦ୍ଧରେ ଏକତ୍ର ଡାକ; ତାହା ବିରୁଦ୍ଧରେ ଚାରିଆଡ଼େ ଛାଉଣି ସ୍ଥାପନ କର; ତହିଁରୁ କାହାକୁ ରକ୍ଷା ପାଇବାକୁ ଦିଅ ନାହିଁ; ତାହାର କର୍ମାନୁସାରେ ତାହାକୁ ପ୍ରତିଫଳ ଦିଅ; ସେ ଯେପରି କରିଅଛି, ତାହା ପ୍ରତି ସେପରି କର; କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ଇସ୍ରାଏଲର ଧର୍ମସ୍ୱରୂପଙ୍କ ବିରୁଦ୍ଧରେ ଦର୍ପ କରିଅଛି।
Annuntiate in Babylonem plurimis, omnibus qui tendunt arcum: consistite adversus eam per gyrum, et nullus evadat: reddite ei secundum opus suum: juxta omnia quæ fecit, facite illi, quia contra Dominum erecta est, adversum Sanctum Israël.
30 ଏହେତୁ ସଦାପ୍ରଭୁ କହନ୍ତି, ସେଦିନରେ ତାହାର ଯୁବକଗଣ ରାଜଦାଣ୍ଡରେ ପତିତ ହେବେ ଓ ତାହାର ଯୋଦ୍ଧା ସମସ୍ତେ ନୀରବ କରାଯିବେ।
Idcirco cadent juvenes ejus in plateis ejus, et omnes viri bellatores ejus conticescent in die illa, ait Dominus.
31 ହେ ଅହଙ୍କାରୀ, ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ତୁମ୍ଭର ବିପକ୍ଷ ଅଟୁ, କାରଣ ତୁମ୍ଭର ଦିନ, ତୁମ୍ଭକୁ ଆମ୍ଭର ପ୍ରତିଫଳ ଦେବାର ସମୟ ଉପସ୍ଥିତ।
Ecce ego ad te, superbe! dicit Dominus Deus exercituum: quia venit dies tuus, tempus visitationis tuæ.
32 ତହିଁରେ ସେ ଅହଙ୍କାରୀ ଜନ ଝୁଣ୍ଟି କରି ପଡ଼ିବ ଓ କେହି ତାହାକୁ ଉଠାଇବ ନାହିଁ; ପୁଣି, ଆମ୍ଭେ ତାହାର ନଗରସମୂହରେ ଅଗ୍ନି ଲଗାଇବା ଓ ତାହା ତାହାର ଚତୁର୍ଦ୍ଦିଗସ୍ଥ ସକଳ ଗ୍ରାସ କରିବ।
Et cadet superbus, et corruet, et non erit qui suscitet eum: et succendam ignem in urbibus ejus, et devorabit omnia in circuitu ejus.
33 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଇସ୍ରାଏଲ-ସନ୍ତାନଗଣ ଓ ଯିହୁଦାର ସନ୍ତାନଗଣ ଏକତ୍ର ଉପଦ୍ରୁତ ହେଉଅଛନ୍ତି ଓ ଯେଉଁମାନେ ସେମାନଙ୍କୁ ବନ୍ଦୀ କରି ନେଇଗଲେ, ସେସମସ୍ତେ ଦୃଢ଼ କରି ସେମାନଙ୍କୁ ଧରି ରଖିଅଛନ୍ତି; ସେମାନଙ୍କୁ ଛାଡ଼ିଦେବାକୁ ଅସମ୍ମତ ହେଉଅଛନ୍ତି;
Hæc dicit Dominus exercituum: Calumniam sustinent filii Israël, et filii Juda simul: omnes qui ceperunt eos, tenent: nolunt dimittere eos.
34 (ମାତ୍ର) ସେମାନଙ୍କର ମୁକ୍ତିଦାତା ବଳବାନ; ସୈନ୍ୟାଧିପତି ସଦାପ୍ରଭୁ ତାହାଙ୍କର ନାମ, ସେ ପୃଥିବୀକୁ ଶାନ୍ତ ଓ ବାବିଲ ନିବାସୀମାନଙ୍କୁ ଉଦ୍ବିଗ୍ନ କରିବା ନିମନ୍ତେ ସେମାନଙ୍କର ବିବାଦ ସମ୍ପୂର୍ଣ୍ଣ ରୂପେ ନିଷ୍ପତ୍ତି କରିବେ।
Redemptor eorum fortis, Dominus exercituum nomen ejus: judicio defendet causam eorum, ut exterreat terram, et commoveat habitatores Babylonis.
35 ସଦାପ୍ରଭୁ କହନ୍ତି, କଲ୍ଦୀୟମାନଙ୍କ ଉପରେ, ବାବିଲ ନିବାସୀମାନଙ୍କ ଉପରେ, ତାହାର ଅଧିପତିମାନଙ୍କ ଓ ଜ୍ଞାନୀମାନଙ୍କ ଉପରେ ଗୋଟିଏ ଖଡ୍ଗ ଅଛି।
Gladius ad Chaldæos, ait Dominus, et ad habitatores Babylonis, et ad principes, et ad sapientes ejus.
36 ଦର୍ପବାଦୀମାନଙ୍କ ଉପରେ ଗୋଟିଏ ଖଡ୍ଗ ଅଛି, ଆଉ ସେମାନେ ହତବୁଦ୍ଧି ହେବେ; ତାହାର ବୀରମାନଙ୍କ ଉପରେ ଗୋଟିଏ ଖଡ୍ଗ ଅଛି, ଆଉ ସେମାନେ ବିସ୍ମିତ ହେବେ।
Gladius ad divinos ejus, qui stulti erunt: gladius ad fortes illius, qui timebunt.
37 ସେମାନଙ୍କର ଅଶ୍ୱଗଣର ଉପରେ, ଆଉ ରଥସମୂହର ଉପରେ ଓ ତନ୍ମଧ୍ୟସ୍ଥ ମିଶ୍ରିତ ଲୋକସମସ୍ତଙ୍କ ଉପରେ ଗୋଟିଏ ଖଡ୍ଗ ଅଛି, ଆଉ ସେମାନେ ସ୍ତ୍ରୀମାନଙ୍କ ପରି ହେବେ; ସେମାନଙ୍କର ଭଣ୍ଡାରସମୂହ ଉପରେ ଗୋଟିଏ ଖଡ୍ଗ ଅଛି, ଆଉ ସେ ସବୁ ଲୁଟିତ ହେବ।
Gladius ad equos ejus, et ad currus ejus, et ad omne vulgus quod est in medio ejus: et erunt quasi mulieres: gladius ad thesauros ejus, qui diripientur.
38 ତାହାର ଜଳାଶୟ ଉପରେ ଉତ୍ତାପ ଅଛି ଓ ତାହା ଶୁଷ୍କ ହୋଇଯିବ; କାରଣ ସେ ଖୋଦିତ ପ୍ରତିମାଗଣର ଦେଶ, ଆଉ ଲୋକମାନେ ଆପଣା ଆପଣା ଦେବଗଣରେ ଉନ୍ମତ୍ତ ଅଟନ୍ତି।
Siccitas super aquas ejus erit, et arescent, quia terra sculptilium est, et in portentis gloriantur.
39 ଏଥିପାଇଁ ବନ-ପଶୁ ଓ କେନ୍ଦୁଆମାନେ ସେଠାରେ ବାସ କରିବେ ଓ ଓଟପକ୍ଷୀମାନେ ତହିଁ ମଧ୍ୟରେ ବାସ କରିବେ; ତାହା ଆଉ କେବେ ହେଁ ବସତି ସ୍ଥାନ ହେବ ନାହିଁ ଓ ପୁରୁଷାନୁକ୍ରମେ ତହିଁ ମଧ୍ୟରେ ବାସ କରାଯିବ ନାହିଁ।
Propterea habitabunt dracones cum faunis ficariis, et habitabunt in ea struthiones: et non inhabitabitur ultra usque in sempiternum, nec exstruetur usque ad generationem et generationem.
40 ସଦାପ୍ରଭୁ କହନ୍ତି, ପରମେଶ୍ୱର ସଦୋମ, ହମୋରା ଓ ତନ୍ନିକଟବର୍ତ୍ତୀ ନଗରସବୁ ଉତ୍ପାଟନ କଲା ବେଳେ ଯେରୂପ ହୋଇଥିଲା, ସେରୂପ କୌଣସି ମନୁଷ୍ୟ ସେଠାରେ ବାସ କରିବ ନାହିଁ, କିଅବା କୌଣସି ମନୁଷ୍ୟପୁତ୍ର ତହିଁ ମଧ୍ୟରେ ପ୍ରବାସ କରିବ ନାହିଁ।
Sicut subvertit Dominus Sodomam et Gomorrham, et vicinas ejus, ait Dominus, non habitabit ibi vir, et non incolet eam filius hominis.
41 ଦେଖ, ଉତ୍ତର ଦିଗରୁ ଏକ ଜନବୃନ୍ଦ ଆସୁଅଛନ୍ତି ଓ ପୃଥିବୀର ପ୍ରାନ୍ତରୁ ଏକ ମହାଗୋଷ୍ଠୀ ଓ ଅନେକ ରାଜା ଉତ୍ତେଜିତ ହେବେ।
Ecce populus venit ab aquilone, et gens magna, et reges multi consurgent a finibus terræ.
42 ସେମାନେ ଧନୁ ଓ ବର୍ଚ୍ଛା ଧରନ୍ତି; ସେମାନେ ନିଷ୍ଠୁର ଓ ଦୟାହୀନ; ସେମାନଙ୍କର ରବ ସମୁଦ୍ର ପରି ଗର୍ଜ୍ଜନ କରେ ଓ ସେମାନେ ଅଶ୍ୱାରୋହଣ କରନ୍ତି; ଗୋ ବାବିଲର କନ୍ୟେ, ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ସେମାନଙ୍କର ପ୍ରତ୍ୟେକେ ଯୋଦ୍ଧା ପରି ସସଜ୍ଜ ହେଉଅଛନ୍ତି।
Arcum et scutum apprehendent: crudeles sunt, et immisericordes: vox eorum quasi mare sonabit, et super equos ascendent, sicut vir paratus ad prælium contra te, filia Babylon.
43 ବାବିଲର ରାଜା ସେମାନଙ୍କ ବିଷୟରେ ଜନରବ ଶୁଣିଅଛି ଓ ତାହାର ହସ୍ତ ଦୁର୍ବଳ ହୁଏ; ଯନ୍ତ୍ରଣା ଓ ପ୍ରସବକାରିଣୀ ସ୍ତ୍ରୀର ବେଦନା ତୁଲ୍ୟ ବେଦନା ତାହାକୁ ଆକ୍ରାନ୍ତ କରିଅଛି।
Audivit rex Babylonis famam eorum, et dissolutæ sunt manus ejus: angustia apprehendit eum, dolor quasi parturientem.
44 ଦେଖ, ସେ ଦୃଢ଼ ନିବାସ ସ୍ଥାନ ବିରୁଦ୍ଧରେ ସିଂହ ପରି ଯର୍ଦ୍ଦନର ଦର୍ପ ସ୍ଥାନରୁ ଉଠି ଆସିବ; ମାତ୍ର ଆମ୍ଭେ ହଠାତ୍ ତାହା ନିକଟରୁ ସେମାନଙ୍କୁ ଦୂର କରିଦେବା; ଆଉ, ମନୋନୀତ ଯେଉଁ ଲୋକ, ତାହାକୁ ଆମ୍ଭେ ତାହା ଉପରେ ନିଯୁକ୍ତ କରିବା; କାରଣ ଆମ୍ଭ ପରି କିଏ ଅଛି? ଆମ୍ଭ ପାଇଁ ସମୟ କିଏ ନିରୂପଣ କରିବ ଓ ଆମ୍ଭ ସମ୍ମୁଖରେ ଯେ ଠିଆ ହେବ, ଏପରି ପାଳକ କିଏ ଅଛି?”
Ecce quasi leo ascendet, de superbia Jordanis ad pulchritudinem robustam, quia subito currere faciam eum ad illam. Et quis erit electus, quem præponam ei? quis est enim similis mei? et quis sustinebit me? et quis est iste pastor, qui resistat vultui meo?
45 ଏହେତୁ ସଦାପ୍ରଭୁ ବାବିଲର ବିରୁଦ୍ଧରେ ଯେଉଁ ମନ୍ତ୍ରଣା ଓ କଲ୍ଦୀୟମାନଙ୍କ ଦେଶ ବିରୁଦ୍ଧରେ ଯେଉଁ ସଂକଳ୍ପ କରିଅଛନ୍ତି, ତାହା ଶୁଣ; ଲୋକମାନେ ସେମାନଙ୍କୁ, ପଲର ଛୁଆମାନଙ୍କୁ ମଧ୍ୟ ଟାଣି ନେଇଯିବେ; ସେ ନିଶ୍ଚୟ ସେମାନଙ୍କର ନିବାସ ସ୍ଥାନ ସହିତ ସେମାନଙ୍କୁ ଉତ୍ସନ୍ନ କରିବ।
Propterea audite consilium Domini quod mente concepit adversum Babylonem, et cogitationes ejus quas cogitavit super terram Chaldæorum: nisi detraxerint eos parvuli gregum, nisi dissipatum fuerit cum ipsis habitaculum eorum.
46 ବାବିଲ ଶତ୍ରୁହସ୍ତଗତ ହେବାର ଶବ୍ଦରେ ପୃଥିବୀ କମ୍ପୁଅଛି ଓ ଗୋଷ୍ଠୀଗଣ ମଧ୍ୟରେ କ୍ରନ୍ଦନର ଶବ୍ଦ ଶୁଣା ଯାଉଅଛି।
A voce captivitatis Babylonis commota est terra, et clamor inter gentes auditus est.]