< ଯିରିମୀୟ 48 >
1 ମୋୟାବର ବିଷୟ। ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, “ହାୟ, ହାୟ, ନବୋ! କାରଣ ତାହା ଉଚ୍ଛିନ୍ନ ହେଲା; କିରୀୟାଥୟିମ୍ ଲଜ୍ଜିତ ହେଲା, ତାହା ଧୃତ ହେଲା; ମିସ୍ଗନ୍ ଲଜ୍ଜିତ ଓ ଭଗ୍ନ ହେଲା।
關於摩阿布:萬軍的上主,以色列的天主這樣說:「禍哉,乃波! 因為她遭受了浩劫;克黎雅塔殷蒙受了羞辱,被人攻佔;城堡被人侮辱,飽受驚恐。
2 ମୋୟାବର ପ୍ରଶଂସା ଆଉ ତ ନାହିଁ; ଲୋକମାନେ ହିଷ୍ବୋନରେ ତାହାର ଅମଙ୍ଗଳର ମନ୍ତ୍ରଣା କରି କହିଅଛନ୍ତି, ‘ଆସ, ଆମ୍ଭେମାନେ ତାହାକୁ ଉଚ୍ଛିନ୍ନ କରି ଗୋଟିଏ ଗୋଷ୍ଠୀ ହୋଇ ରହିବାକୁ ନ ଦେଉ। ହେ ମଦ୍ମେନା, ତୁମ୍ଭେ ମଧ୍ୟ ନୀରବ କରାଯିବ; ଖଡ୍ଗ ତୁମ୍ଭ ପଶ୍ଚାଦ୍ଗାମୀ ହେବ।
摩阿布的誇耀不再存在,在赫市朋就有人對她蓄意謀害:「來,我們將她剷除,使她不再是個民族! 」連你瑪德門,也要遭受蹂躪,在你後面緊隨著刀劍。
3 “ହୋରୋନୟିମଠାରୁ କ୍ରନ୍ଦନର, ଧନ ଅପହରଣର ଓ ମହାବିନାଶର ଶବ୍ଦ!
由曷洛納因傳來哀號的聲音:蹂躪! 絕大的蹂躪!
4 ମୋୟାବ ନଷ୍ଟ ହେଲା; ତାହାର କ୍ଷୁଦ୍ର ଲୋକମାନଙ୍କର କ୍ରନ୍ଦନର ଶବ୍ଦ ଶୁଣା ଯାଉଅଛି।
摩阿布遭受了蹂躪,哀號之聲直達祚阿爾。
5 କାରଣ ଲୂହୀତର ଉଠାଣି ପଥରେ ଲୋକମାନେ କ୍ରମାଗତ କ୍ରନ୍ଦନ କରୁ କରୁ ଉପରକୁ ଯିବେ; ଯେହେତୁ ହୋରୋନୟିମର ଗଡ଼ନ୍ତି ପଥରେ ସେମାନେ ବିନାଶ ହେତୁ ସଙ୍କଟସୂଚକ କ୍ରନ୍ଦନ ଶୁଣିଅଛନ୍ତି।
他們哭泣著攀登路希特山坡;在曷洛納因斜坡上,人們可聽到悽慘的悲號:
6 ପଳାଅ, ଆପଣା ଆପଣା ପ୍ରାଣ ରକ୍ଷା କର ଓ ପ୍ରାନ୍ତରସ୍ଥ ଝାଉଁ ବୃକ୍ଷ ତୁଲ୍ୟ ହୁଅ।
請你們逃跑,拯救你們的性命! 願你們有如曠野中的楊柳!
7 କାରଣ ତୁମ୍ଭେ ଆପଣା କର୍ମରେ ଓ ଆପଣା ଧନ ସମ୍ପତ୍ତିରେ ନିର୍ଭର ରଖିଅଛ, ଏଥିପାଇଁ ତୁମ୍ଭେ ମଧ୍ୟ ଧରାଯିବ; ଆଉ, କମୋଶ ନାମକ ଦେବତା ଆପଣାର ଯାଜକ ଓ ଅଧିପତିଗଣ ସହିତ ବନ୍ଦୀ ହୋଇଯିବ।
正因你信賴你的工作和財富,你也要被佔領;革摩士與自己的司祭和執事,也要一同充軍。
8 ପ୍ରତ୍ୟେକ ନଗର ଉପରେ ବିନାଶକ ଆସିବ, କୌଣସି ନଗର ରକ୍ଷା ପାଇବ ନାହିଁ; ସଦାପ୍ରଭୁଙ୍କ ବାକ୍ୟାନୁସାରେ ତଳଭୂମି ବିନଷ୍ଟ ହେବ ଓ ପ୍ରାନ୍ତର ଉଚ୍ଛିନ୍ନ ହେବ।
正如上主說了:蹂躪者必踏遍所有的城市,無一可以幸免;山谷必遭破壞,平原必摧殘。
9 “ମୋୟାବକୁ ଉଡ଼ି ପଳାଇବା ପାଇଁ ପକ୍ଷ ଦିଅ; ତାହାର ନଗରସକଳ ଧ୍ୱଂସିତ ହେବ, ତହିଁ ମଧ୍ୟରେ ବାସକାରୀ କେହି ରହିବ ନାହିଁ।
你們給摩阿布立墓碑,因為她已全被消滅,她的城邑全化為無人居住的荒野。──
10 “ଯେଉଁ ଜନ ହେଳା ଭାବରେ ସଦାପ୍ରଭୁଙ୍କର କାର୍ଯ୍ୟ କରେ, ସେ ଅଭିଶପ୍ତ ହେଉ ଓ ଯେଉଁ ଜନ ରକ୍ତପାତ କରିବାକୁ ଆପଣା ଖଡ୍ଗ ଅଟକାଏ, ସେ ଅଭିଶପ୍ତ ହେଉ।
那怠慢執行上主工作的,是可咒罵的;那制止自己的刀劍見血的,也是可咒罵的。──
11 “ମୋୟାବ ବାଲ୍ୟକାଳରୁ ନିଶ୍ଚିନ୍ତରେ ଅଛି, ସେ ଆପଣା ଖାଦ ଉପରେ ସୁସ୍ଥିର ହୋଇଅଛି ଓ ଏକ ପାତ୍ରରୁ ଅନ୍ୟ ପାତ୍ରକୁ ଢଳା ଯାଇ ନାହିଁ, କିଅବା ବନ୍ଦୀ ହୋଇଯାଇ ନାହିଁ; ଏଥିପାଇଁ ତାହାର ସ୍ୱାଦ ତାହା ମଧ୍ୟରେ ରହିଅଛି ଓ ତାହାର ସୁବାସ ବିକୃତ ହୋଇ ନାହିଁ।
摩阿布自少年就享安逸,安息在自己的糟粕上,從沒有由一缸內,也從沒有被擄充軍,為此她的滋味仍然存在,她的香味還未改變。
12 ଏହେତୁ ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ଆମ୍ଭେ ତାହା ନିକଟକୁ ଢାଳି ପକାଇବା ଲୋକ ପଠାଇବା, ଆଉ ସେମାନେ ତାହାକୁ ଢାଳି ଦେବେ ଓ ତାହାର ପାତ୍ରସକଳ ଶୂନ୍ୟ କରି କୁମ୍ପାସବୁ ଭାଙ୍ଗି ପକାଇବେ, ଏପରି ସମୟ ଆସୁଅଛି।
惟其如此,看,時日將到──上主的斷語──我必給她派傾倒的人來將她倒空,倒乾她的酒缸,打碎她的酒瓶;
13 ପୁଣି, ଇସ୍ରାଏଲ ବଂଶ ଆପଣା ବିଶ୍ୱାସଭୂମି ବେଥେଲ୍ ବିଷୟରେ ଯେପରି ଲଜ୍ଜିତ ହୋଇଥିଲେ, ସେପରି ମୋୟାବ କମୋଶ ବିଷୟରେ ଲଜ୍ଜିତ ହେବ।
那時,摩阿布必因革摩士而受辱,就如以色列家因他們信賴的貝特耳而受辱一樣。
14 ଆମ୍ଭେମାନେ ବୀର ଓ ଯୁଦ୍ଧ ପାଇଁ ବଳବାନ ଲୋକ,’ ଏହା ତୁମ୍ଭେମାନେ କିପରି କହୁଅଛ?
你們怎能說:「我們是勇士,善戰的力士﹖」
15 ମୋୟାବ ଉତ୍ସନ୍ନ ହୋଇଅଛି ଓ ସେମାନେ ତାହାର ନଗରସମୂହର ମଧ୍ୟକୁ ଯାଇଅଛନ୍ତି, ପୁଣି ତାହାର ମନୋନୀତ ଯୁବାମାନେ ବଧ ସ୍ଥାନକୁ ଓହ୍ଲାଇ ଯାଇଅଛନ୍ତି, ରାଜା, ସୈନ୍ୟାଧିପତି ସଦାପ୍ରଭୁ ଯାହାଙ୍କର ନାମ, ସେ ଏହି କଥା କହନ୍ତି।
蹂躪摩阿布者上來進攻她的城市,精銳的少年,下去遭受殺戮─名叫「萬軍上主」的君王的斷語──
16 ମୋୟାବର ବିପଦ ନିକଟରେ ଉପସ୍ଥିତ ଓ ତାହାର କ୍ଳେଶ ଅତି ଶୀଘ୍ର ଆସୁଅଛି।
摩阿布的災難已逼近前來,她的禍患加速進行。
17 ତାହାର ଚତୁର୍ଦ୍ଦିଗସ୍ଥିତ ଓ ତାହାର ନାମ ଜାଣିଥିବା ଯେ ତୁମ୍ଭେମାନେ, ତୁମ୍ଭେ ସମସ୍ତେ ତାହାର ପାଇଁ ବିଳାପ କର, ଆଉ କୁହ, ‘ଏହି ଦୃଢ଼ ଦଣ୍ଡ, ସୁନ୍ଦର ଯଷ୍ଟି କିପରି ଭଗ୍ନ ହୋଇଅଛି!’
你們四鄰,凡認識她聲名的,都應對她惋惜說:「怎麼,威能的權杖,光榮的柄杖,也被折斷! 」
18 ହେ ଦୀବୋନ୍ ନିବାସିନୀ କନ୍ୟେ, ତୁମ୍ଭେ ଆପଣା ଐଶ୍ୱର୍ଯ୍ୟରୁ ଓହ୍ଲାଇ ଆସି ତୃଷାରେ ବସ; କାରଣ ମୋୟାବର ବିନାଶକ ତୁମ୍ଭ ବିରୁଦ୍ଧରେ ଉଠି ଆସିଅଛି, ସେ ତୁମ୍ଭର ଦୃଢ଼ ଦୁର୍ଗସବୁ ନଷ୍ଟ କରିଅଛି।
住在狄朋的女兒! 你該由榮耀中下來,坐在乾地上,因為蹂躪摩阿布者已前來攻擊你,摧毀你的要塞。
19 ହେ ଅରୋୟେର ନିବାସିନୀ, ତୁମ୍ଭେ ପଥ ପାର୍ଶ୍ୱରେ ଠିଆ ହୋଇ ନିରୀକ୍ଷଣ କର; ପୁଣି, ପଳାତକ ଲୋକକୁ ଓ ରକ୍ଷାପ୍ରାପ୍ତା ସ୍ତ୍ରୀକୁ ପଚାର; କଅଣ କରାଯାଇଅଛି କୁହ?
阿洛厄爾的居民! 請你站在路旁觀望,向在逃亡出走的男女探問說:「發生了什麼事﹖」
20 ମୋୟାବ ଲଜ୍ଜିତ ହୋଇଅଛି; କାରଣ ତାହା ଭଗ୍ନ ହୋଇଅଛି; ତୁମ୍ଭେମାନେ ହାହାକାର ଓ କ୍ରନ୍ଦନ କର; ମୋୟାବ ଉତ୍ସନ୍ନ ହୋଇଛି ବୋଲି ଅର୍ଣ୍ଣୋନରେ ପ୍ରଚାର କର।
摩阿布已羞愧無地,因為已經瓦解;你們應悲哭哀號,在阿爾農宣布:「摩阿布遭受了蹂躪! 」
21 ପୁଣି, ମୋୟାବ ଦେଶୀୟ ଦୂରସ୍ଥ କିଅବା ନିକଟସ୍ଥ ସମସ୍ତ ନଗର ଉପରେ,
懲罰已來到了平原之地,到了曷隆、雅哈茲和默法阿特;
22 ଅର୍ଥାତ୍, ସମଭୂମିସ୍ଥ ପ୍ରଦେଶ ଉପରେ ହଲୋନ, ଯହସ ଓ ମେଫାତ୍ ଦୀବୋନ୍, ନବୋ ଓ ବେଥ୍-ଦିବ୍ଳାଥୟିମ:
到了狄朋、乃波和貝特狄貝拉塔因;
23 କିରୀୟାଥୟିମ୍, ବେଥ୍-ଗାମୁଲ୍ ଓ ବେଥ୍-ମୀୟୋନ୍;
到了克黎雅塔殷、貝特加慕耳和貝特默紅;
24 କରୀୟୋଥ୍ ଓ ବସ୍ରା ପ୍ରଭୃତି ନଗରମାନଙ୍କ ଉପରେ ବିଚାରଦଣ୍ଡ ଉପସ୍ଥିତ ହୋଇଅଛି।
到了克黎約特、波責辣和摩阿布地遠近的各城市。
25 ସଦାପ୍ରଭୁ କହନ୍ତି, ମୋୟାବର ଶୃଙ୍ଗ କଟା ଯାଇଅଛି ଓ ତାହାର ବାହୁ ଭଗ୍ନ ହୋଇଅଛି।
摩阿布的角已被砍下,她的手臂已被折斷──上主斷語。
26 ତୁମ୍ଭେମାନେ ତାହାକୁ ମତ୍ତ କରାଅ, କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ଆପଣାକୁ ବଡ଼ କରିଅଛି; ପୁଣି, ମୋୟାବ ଆପଣା ବାନ୍ତିରେ ଗଡ଼ିବ, ମଧ୍ୟ ସେ ପରିହାସାସ୍ପଦ ହେବ।
請你們灌醉她,因為她自高自大,反抗上主;摩阿布必要在自己的嘔吐中輾轉,連她自己也要成為笑柄。
27 ଇସ୍ରାଏଲ କି ତୁମ୍ଭ ପ୍ରତି ପରିହାସର ବିଷୟ ହୋଇ ନ ଥିଲା? ସେ କି ଚୋରମାନଙ୍କ ମଧ୍ୟରେ ଧରା ପଡ଼ିଥିଲା? ତୁମ୍ଭେ ଯେତେ ଥର ତାହା ବିଷୟ କହୁଅଛ, ସେତେଥର ମସ୍ତକ ହଲାଉଅଛ।
以色列為你豈不是一個笑柄﹖難道她是被人發現在盜賊之中,為什麼你一提到她,就只有搖頭﹖
28 ହେ ମୋୟାବ ନିବାସୀଗଣ, ତୁମ୍ଭେମାନେ ନଗରସବୁ ତ୍ୟାଗ କରି ଶୈଳରେ ବାସ କର ଓ ଗର୍ତ୍ତର ମୁଖ ପାର୍ଶ୍ୱରେ ବସାକାରୀ କପୋତର ତୁଲ୍ୟ ହୁଅ।
摩阿布的居民! 你們該離棄城市,住在巖石間,彷彿在深谷懸崖邊緣結巢鵓鴿。
29 ମୋୟାବ ବଡ଼ ଅହଙ୍କାରୀ, ଆମ୍ଭେମାନେ ତାହାର ଅହଙ୍କାରର କଥା, ତାହାର ଉଦ୍ଧତ ଭାବ, ତାହାର ଅହଙ୍କାର, ତାହାର ଦର୍ପ ଓ ତାହାର ଚିତ୍ତର ଅଭିମାନ କଥା ଶୁଣିଅଛୁ।
我們聽說過摩阿布的驕傲,她的確驕傲無比;我們也聽說過她的強橫、矜誇、自大和心中的傲慢。
30 ସଦାପ୍ରଭୁ କହନ୍ତି, ଆମ୍ଭେ ତାହାର କ୍ରୋଧ ଜାଣୁ, ତାହା କିଛି ନୁହେଁ, ତାହାର ଗର୍ବସବୁ କିଛି ହିଁ ସାଧନ କରି ନାହିଁ।
我知道她狂妄,好事空談,舉動輕率──上主的斷語──
31 ଏଥିପାଇଁ ଆମ୍ଭେ ମୋୟାବର ପାଇଁ ହାହାକାର କରିବା; ହଁ, ଆମ୍ଭେ ସମୁଦାୟ ମୋୟାବ ପାଇଁ କ୍ରନ୍ଦନ କରିବା; କୀର୍ହେରସର ଲୋକମାନଙ୍କ ବିଷୟରେ ସେମାନେ ଶୋକ କରିବେ।
為此,我為摩阿布哀哭,為整個摩阿布悲號,為克爾赫勒斯人嘆息。
32 ହେ ସିବ୍ମାର ଦ୍ରାକ୍ଷାଲତା, ଯାସେରର ରୋଦନ ଅପେକ୍ଷା ଆମ୍ଭେ ତୁମ୍ଭ ବିଷୟରେ ଅଧିକ ରୋଦନ କରିବା; ତୁମ୍ଭର ଶାଖାସବୁ ସମୁଦ୍ର ପାରିକୁ ଗଲା, ସେସବୁ ଯାସେର ସମୁଦ୍ର ପର୍ଯ୍ୟନ୍ତ ହିଁ ବିସ୍ତାରିତ ହେଲା; ତୁମ୍ଭର ଗ୍ରୀଷ୍ମକାଳୀନ ଫଳ ଓ ଦ୍ରାକ୍ଷାଫଳ ସଂଗ୍ରହ କରିବା ସମୟରେ ବିନାଶକ ଉପସ୍ଥିତ ହେଲା।
息貝瑪葡萄園! 我為雅則爾痛哭,更為你痛哭;你的枝葉曾越過海洋,伸展到雅則爾;現在蹂躪者竟突然來摧殘你夏季的果實和秋季的收穫。
33 ମୋୟାବର ଫଳବାନ କ୍ଷେତ୍ର ଓ ଭୂମିରୁ ଆନନ୍ଦ ଓ ଉଲ୍ଲାସ ଦୂରୀକୃତ ହୋଇଅଛି; ପୁଣି, ଆମ୍ଭେ ଦ୍ରାକ୍ଷାକୁଣ୍ଡସବୁ ଦ୍ରାକ୍ଷାରସ ଶୂନ୍ୟ କରିଅଛୁ; କେହି ହର୍ଷନାଦରେ ଦ୍ରାକ୍ଷାମର୍ଦ୍ଦନ କରିବ ନାହିଁ; ସେହି ନାଦ ହର୍ଷନାଦ ହେବ ନାହିଁ।
摩阿布的田園已再沒有歡欣喜樂;我已使槽中無酒可榨;榨酒的不再榨酒,再也聽不見歡呼。
34 ହିଷ୍ବୋନର ଚିତ୍କାର ସ୍ଥାନଠାରୁ ଇଲୀୟାଲୀ ପର୍ଯ୍ୟନ୍ତ, ମଧ୍ୟ ଯହସ ପର୍ଯ୍ୟନ୍ତ, ସୋୟରଠାରୁ ହୋରୋନୟିମ ପର୍ଯ୍ୟନ୍ତ, ଇଗ୍ଲତ୍-ଶଲୀଶୀୟା ପର୍ଯ୍ୟନ୍ତ ସେମାନେ ଚିତ୍କାର ଶବ୍ଦ ଉଠାଇଅଛନ୍ତି; କାରଣ ନିମ୍ରୀମର ଜଳସମୂହ ମଧ୍ୟ ଶୂନ୍ୟ ହେବ।
赫市朋和厄肋阿肋的哀號遠達雅哈茲,由祚阿爾發出的呼聲,直達曷洛納因和厄革拉舍里史雅,因為尼默凌的水業已枯竭。
35 ଆହୁରି, ସଦାପ୍ରଭୁ କହନ୍ତି, ଆମ୍ଭେ ମୋୟାବ ମଧ୍ୟରେ ଉଚ୍ଚସ୍ଥଳୀରେ ବଳିଦାନକାରୀ ଓ ଆପଣା ଦେବଗଣ ଉଦ୍ଦେଶ୍ୟରେ ଧୂପଦାହକାରୀ ଲୋକକୁ ଲୋପ କରିବା।
如此,我要給摩阿布滅絕上高丘向神祇獻香的人──上主的斷語──
36 ଏହେତୁ ମୋୟାବର ପାଇଁ ଆମ୍ଭର ହୃଦୟ ବଂଶୀ ପରି ବାଜୁଅଛି ଓ କୀର୍ହେରସର ଲୋକମାନଙ୍କ ପାଇଁ ଆମ୍ଭର ହୃଦୟ ବଂଶୀ ପରି ବାଜୁଅଛି; ଏଥିପାଇଁ ତାହାର ପ୍ରାପ୍ତ ବହୁତ ଧନ ନଷ୍ଟ ହୋଇଅଛି।
為此我的心像笛蕭一般為摩阿布鳴咽,我的心像笛簫一般為克爾赫勒斯人鳴咽,因為他們獲得的積蓄,都已喪失。
37 କାରଣ ପ୍ରତ୍ୟେକ ମସ୍ତକ ଟାଙ୍ଗରା ଓ ପ୍ରତ୍ୟେକ ଦାଢ଼ି କଟା ହୋଇଅଛି; ସମସ୍ତଙ୍କ ହସ୍ତରେ କଟା ଦାଗ ଓ କଟିଦେଶରେ ଚଟବସ୍ତ୍ର ଅଛି।
人人剃光頭髮,人人剪去鬍鬚,手上帶有割傷,腰間繫有苦衣;
38 ମୋୟାବର ସମସ୍ତ ଗୃହ-ଛାତ ଉପରେ ଓ ତହିଁର ସମସ୍ତ ପଥରେ ସର୍ବତ୍ର ବିଳାପ ହେଉଅଛି; କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ମୋୟାବକୁ ଅପ୍ରୀତିକର ପାତ୍ର ପରି ଭାଙ୍ଗି ପକାଇଅଛୁ।
摩阿布所有的屋頂和廣場上,處處可聽到哀聲,因為我擊碎了摩阿布,有如擊碎一不中人意的器皿──上主的斷語──
39 ସେ କିପରି ଭଗ୍ନ ହୋଇଅଛି! ଲୋକେ କିପରି ବିଳାପ କରୁଅଛନ୍ତି! ମୋୟାବ ଲଜ୍ଜାରେ କିପରି ପୃଷ୍ଠ ଫେରାଇଅଛି! ଏହିରୂପେ ମୋୟାବ ଆପଣା ଚତୁର୍ଦ୍ଦିଗସ୍ଥ ଲୋକମାନଙ୍କର ହାସ୍ୟାସ୍ପଦ ଓ ଭୟସ୍ଥାନ ହେବ।”
摩阿布崩潰得多麼悽慘! 你們真該嚎啕! 她是多麼含羞轉過背來! 摩阿布竟成了她四鄰的笑柄和恐怖。
40 କାରଣ ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ସେ ଉତ୍କ୍ରୋଶ ପକ୍ଷୀ ପରି ଉଡ଼ି ଆସିବ ଓ ମୋୟାବ ଉପରେ ଆପଣା ପକ୍ଷଦ୍ୱୟ ବିସ୍ତାର କରିବ।
因為上主這樣說:「看,敵人好像老鷹飛翔,向摩阿布展開自已的翅膀,
41 କରୀୟୋଥ୍ ହସ୍ତଗତ ହେଲା, ଦୃଢ଼ ଦୁର୍ଗସବୁ ଅକସ୍ମାତ୍ ଆକ୍ରାନ୍ତ ହେଲା, ଆଉ ସେହି ଦିନରେ ମୋୟାବର ବୀରମାନଙ୍କ ଅନ୍ତଃକରଣ ପ୍ରସବ ବେଦନାଗ୍ରସ୍ତା ସ୍ତ୍ରୀର ଅନ୍ତଃକରଣ ତୁଲ୍ୟ ହେବ।
攻取了城池,佔領了要塞;在那一日,摩阿布的勇士必心志頹喪有如臨產的婦人。
42 ପୁଣି, ମୋୟାବ ଲୁପ୍ତ ହେବ, ଆଉ ଏକ ଗୋଷ୍ଠୀ ହୋଇ ରହିବ ନାହିଁ, କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ଆପଣାକୁ ବଡ଼ କରିଅଛି।
摩阿布必要消滅,不再成為一個民族,因為她自高自大,反抗上主。
43 ସଦାପ୍ରଭୁ କହନ୍ତି, ହେ ମୋୟାବ ନିବାସୀନ୍, ତୁମ୍ଭ ପାଇଁ ତ୍ରାସ, ଖାତ ଓ ଫାନ୍ଦ ଅଛି।
摩阿布的居民! 恐怖、陷阱和羅網齊來襲擊你──上主的斷語──
44 ଯେ ତ୍ରାସରୁ ପଳାଏ, ସେ ଖାତରେ ପଡ଼ିବ ଓ ଯେ ଖାତରୁ ଉଠି ରକ୍ଷା ପାଏ, ସେ ଫାନ୍ଦରେ ଧରା ପଡ଼ିବ; କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ତାହାର ଉପରେ, ହଁ, ମୋୟାବର ଉପରେ ପ୍ରତିଫଳ ଦାନର ବର୍ଷ ଆଣିବା।
逃脫了恐怖的,必落在陷阱裏;爬出了陷阱的,必為羅網纏住;在懲罰她的那年,我要給摩阿布召來這一切──上主的斷語──
45 ଯେଉଁମାନେ ପଳାଇଗଲେ, ସେମାନେ ବଳହୀନ ହୋଇ ହିଷ୍ବୋନର ଛାୟା ତଳେ ଠିଆ ହୁଅନ୍ତି; କାରଣ ହିଷ୍ବୋନରୁ ଅଗ୍ନି ଓ ସୀହୋନ ମଧ୍ୟରୁ ଅଗ୍ନିଶିଖା ନିର୍ଗତ ହୋଇ ମୋୟାବର କୋଣ ଓ କଳହକାରୀମାନଙ୍କ ମସ୍ତକର ତାଳୁଆ ଗ୍ରାସ କରିଅଛି।
逃命的人,筋疲力盡,站在赫市朋的陰影下;但是從赫市朋發出了火,從息紅宮中冒出了火焰,吞滅了摩阿布的首領,和騷動子民的頭目。
46 ହେ ମୋୟାବ, ତୁମ୍ଭେ ସନ୍ତାପର ପାତ୍ର! କମୋଶର ଲୋକମାନେ ବିନଷ୍ଟ ହେଲେ; କାରଣ ତୁମ୍ଭର ପୁତ୍ରଗଣ ବନ୍ଦୀ ହେଲେ ଓ ତୁମ୍ଭର କନ୍ୟାଗଣ ବନ୍ଦୀତ୍ୱ ସ୍ଥାନକୁ ନୀତ ହେଲେ।
禍哉,摩阿布! 革摩士的人民! 你算完了,因為你的兒子已被擄去充軍,你的女兒流為囚徒;
47 ତଥାପି ସଦାପ୍ରଭୁ କହନ୍ତି, ଆମ୍ଭେ ଶେଷ କାଳରେ ପୁନର୍ବାର ମୋୟାବକୁ ବନ୍ଦୀତ୍ୱାବସ୍ଥାରୁ ଫେରାଇ ଆଣିବା।” ମୋୟାବର ବିଚାର କଥା ଏତିକି।
雖然如此,在末日我仍要轉變摩阿布的命運──上主的斷語。至此是關於摩阿布的判決。