< ଯିରିମୀୟ 46 >

1 ଗୋଷ୍ଠୀଗଣ ବିଷୟରେ ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କ ନିକଟରେ ସଦାପ୍ରଭୁଙ୍କର ଯେଉଁ ବାକ୍ୟ ଉପସ୍ଥିତ ହେଲା, ତହିଁର ବୃତ୍ତାନ୍ତ।
Èyí ni ọ̀rọ̀ Olúwa tí ó tọ Jeremiah wòlíì wá nípa àwọn Orílẹ̀-èdè.
2 ମିସର ବିଷୟ। ଯୋଶୀୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍‍ଙ୍କ ରାଜତ୍ଵର ଚତୁର୍ଥ ବର୍ଷରେ ବାବିଲର ରାଜା ନବୂଖଦ୍‍ନିତ୍ସର, ମିସରର ରାଜା ଫାରୋ ନଖୋର ଯେଉଁ ସୈନ୍ୟସାମନ୍ତକୁ ପରାଜୟ କଲା, ଫରାତ୍‍ ନଦୀ ନିକଟସ୍ଥ କର୍କମୀଶରେ ଉପସ୍ଥିତ ସେହି ସୈନ୍ୟସାମନ୍ତ ବିଷୟକ କଥା।
Nípa Ejibiti. Èyí ni ọ̀rọ̀ nípa àwọn ọmọ-ogun Farao Neko ọba Ejibiti ẹni tí a borí rẹ̀ ní Karkemiṣi, ní odò Eufurate láti ọwọ́ Nebukadnessari ọba Babeli ní ọdún kẹrin Jehoiakimu ọmọ Josiah ọba Juda:
3 “ତୁମ୍ଭେମାନେ ଚର୍ମର ଢାଲ ଓ ଫଳକ ପ୍ରସ୍ତୁତ କର ଓ ଯୁଦ୍ଧ କରିବା ଲାଗି ନିକଟକୁ ଆସ।
“Ẹ múra àpáta, èyí tí ó tóbi, àti èyí tí ó kéré, kí ẹ sì súnmọ́ ojú ìjà!
4 ହେ ଅଶ୍ୱାରୋହୀମାନେ, ତୁମ୍ଭେମାନେ ଅଶ୍ୱଗଣକୁ ସଜ୍ଜିତ କରି ଆରୋହଣ କର ଓ ମସ୍ତକର ଟୋପର ପିନ୍ଧି ସମ୍ମୁଖରେ ଠିଆ ହୁଅ; ବର୍ଚ୍ଛା ଚିକ୍କଣ କର, ସାଞ୍ଜୁଆ ପିନ୍ଧ।
Ẹ di ẹṣin ní gàárì, kí ẹ sì gùn ún. Ẹ dúró lẹ́sẹẹsẹ pẹ̀lú àṣíborí yín! Ẹ dán ọ̀kọ̀ yín, kí ẹ sì wọ ẹ̀wù irin.
5 ଆମ୍ଭେ ସେମାନଙ୍କୁ ଉଦ୍‍ବିଗ୍ନ ଓ ପଛକୁ ଫେରି ଯିବାର କାହିଁକି ଦେଖିଅଛୁ? ସେମାନଙ୍କର ବୀରଗଣ ପରାସ୍ତ ହୋଇଅଛନ୍ତି ଓ ଶୀଘ୍ର ଶୀଘ୍ର ପଳାଇ ପଛକୁ ଅନାଉ ନାହାନ୍ତି; ଚତୁର୍ଦ୍ଦିଗରେ ଆଶଙ୍କା ଅଛି, ଏହା ସଦାପ୍ରଭୁ କହନ୍ତି।
Kí ni nǹkan tí mo tún rí? Wọ́n bẹ̀rù, wọ́n sì ń padà sẹ́yìn, wọ́n ti ṣẹ́gun àwọn jagunjagun. Wọ́n sá, wọn kò sì bojú wẹ̀yìn, ìbẹ̀rù sì wà níbi gbogbo,” ni Olúwa wí.
6 ଦ୍ରୁତଗାମୀ ପଳାୟନ ନ କରୁ, କିଅବା ବୀର ରକ୍ଷା ନ ପାଉ; ଉତ୍ତର ଦିଗରେ ଫରାତ୍‍ ନଦୀ ନିକଟରେ ସେମାନେ ଝୁଣ୍ଟି ପଡ଼ିଅଛନ୍ତି।
“Ẹni tí ó yára kì yóò le sálọ, tàbí alágbára kò ní lè sá àsálà. Ní àríwá ní ibi odò Eufurate wọn yóò kọsẹ̀, wọn yóò sì ṣubú.
7 ନୀଳ ନଦୀ ପରି ଯେ ଉଠୁଅଛି, ଯାହାର ଜଳରାଶି ନଦୀସମୂହର ତୁଲ୍ୟ ଉତ୍‍କ୍ଷିପ୍ତ ହେଉଅଛି, ସେ କିଏ?
“Ta ni èyí tí ó gòkè wá bí odò Ejibiti, tí omi rẹ̀ ń ru gẹ́gẹ́ bí odò wọ̀n-ọn-nì?
8 ମିସର ନୀଳ ନଦୀ ତୁଲ୍ୟ ଉଠୁଅଛି, ତାହାର ଜଳରାଶି ନଦୀସମୂହର ତୁଲ୍ୟ ଉତ୍‍କ୍ଷିପ୍ତ ହେଉଅଛି, ଆଉ ସେ କହୁଅଛି, ମୁଁ ଉଚ୍ଛୁଳି ଉଠିବି, ମୁଁ ପୃଥିବୀକୁ ପ୍ଲାବିତ କରିବି; ମୁଁ ନଗର ଓ ତନ୍ନିବାସୀମାନଙ୍କୁ ନଷ୍ଟ କରିବି।
Ejibiti dìde bí odò náà, bí omi odò tí ń ru. Ó sì wí pé, ‘Èmi yóò dìde, n ó sì bo gbogbo ilẹ̀ ayé.’ Èmi yóò pa ìlú àti àwọn ènìyàn rẹ̀ run.
9 ହେ ଅଶ୍ୱଗଣ, ଉଠିଯାଅ; ହେ ରଥସକଳ, ଗର୍ଜ୍ଜନ କର; ଆଉ, ବୀରମାନେ ବାହାର ହେଉନ୍ତୁ; ଢାଲବାହକ କୂଶ ଓ ପୂଟ୍‍, ଆଉ ଧନୁର୍ଦ୍ଧାରୀ ଓ ଧନୁରେ ଗୁଣଦାୟୀ ଲୁଦୀୟମାନେ, ବାହାର ହେଉନ୍ତୁ।
Ẹ gòkè wá ẹ̀yin ẹṣin, ẹ sì sáré kíkankíkan ẹ̀yin kẹ̀kẹ́. Kí àwọn alágbára túbọ̀ tẹ̀síwájú, àwọn ará Kuṣi àti àwọn ará Puti tí ń di asà mú; àti àwọn ará Lidia tí ń fa ọrun.
10 କାରଣ ସେଦିନ ପ୍ରଭୁଙ୍କର, ସୈନ୍ୟାଧିପତି ସଦାପ୍ରଭୁଙ୍କର ପ୍ରତିଶୋଧ ନେବାର ଓ ତାହାଙ୍କ ବିପକ୍ଷମାନଙ୍କୁ ପ୍ରତିଫଳ ଦେବାର ଦିନ ଅଟେ; ଖଡ୍ଗ ଗ୍ରାସ କରି ତୃପ୍ତ ହେବ ଓ ସେମାନଙ୍କର ରକ୍ତ ପାନ କରି ପରିତୃପ୍ତ ହେବ; କାରଣ ଫରାତ୍‍ ନଦୀ ନିକଟସ୍ଥ ଉତ୍ତର ଦେଶରେ ପ୍ରଭୁଙ୍କର ସୈନ୍ୟାଧିପତି ସଦାପ୍ରଭୁଙ୍କର ଏକ ଯଜ୍ଞ ଅଛି।
Ṣùgbọ́n ọjọ́ náà jẹ́ ti Olúwa, Olúwa àwọn ọmọ-ogun, ọjọ́ ìgbẹ̀san, ìgbẹ̀san lára àwọn ọ̀tá rẹ̀. Idà yóò sì jẹ́ títí yóò fi ní ìtẹ́lọ́rùn, títí yóò fi pa òǹgbẹ rẹ̀ rẹ́ pẹ̀lú ẹ̀jẹ̀. Nítorí pé Olúwa, Olúwa àwọn ọmọ-ogun yóò rú ẹbọ ní ilẹ̀ gúúsù ní odò Eufurate.
11 ଗୋ ମିସରର ଅନୁଢ଼ା କନ୍ୟେ, ତୁମ୍ଭେ ଗିଲୀୟଦକୁ ଉଠିଯାଇ ଔଷଧ ନିଅ। ତୁମ୍ଭେ ବ୍ୟର୍ଥରେ ଅନେକ ଔଷଧ ବ୍ୟବହାର କରୁଅଛ; ତୁମ୍ଭ ପାଇଁ ଆରୋଗ୍ୟ ନାହିଁ।
“Gòkè lọ sí Gileadi, kí o sì mú ìkunra, ìwọ wúńdíá ọmọbìnrin Ejibiti. Ṣùgbọ́n ní asán ni ìwọ ń lo oògùn, kì yóò sí ìwòsàn fún ọ.
12 ସମସ୍ତ ଜାତିଗଣ ତୁମ୍ଭ ଅପମାନର କଥା ଶୁଣିଅଛନ୍ତି, ତୁମ୍ଭର କାତରୋକ୍ତିରେ ପୃଥିବୀ ପରିପୂର୍ଣ୍ଣ; କାରଣ ବୀର ବୀର ଉପରେ ଝୁଣ୍ଟି ପଡ଼ିଅଛି; ସେ ଦୁହେଁ ଏକତ୍ର ପଡ଼ିଅଛନ୍ତି।”
Àwọn orílẹ̀-èdè yóò gbọ́ nípa ìtìjú rẹ, igbe rẹ yóò kún gbogbo ayé. Jagunjagun yóò máa ṣubú lu ara wọn lórí rẹ, àwọn méjèèjì yóò sì jọ ṣubú papọ̀.”
13 ବାବିଲର ରାଜା ନବୂଖଦ୍‍ନିତ୍ସର ମିସର ଦେଶକୁ ଆସି ତାହା ପରାସ୍ତ କରିବା ବିଷୟରେ ସଦାପ୍ରଭୁ ଯିରିମୀୟଙ୍କୁ ଯେଉଁ କଥା କହିଲେ, ତାହା ଏହି, ଯଥା,
Èyí ni ọ̀rọ̀ Olúwa tí ó bá Jeremiah wòlíì nì sọ nípa wíwá Nebukadnessari ọba Babeli láti lọ dojú ìjà kọ Ejibiti:
14 “ତୁମ୍ଭେମାନେ ମିସରରେ ପ୍ରଚାର କର, ମିଗ୍‍ଦୋଲରେ ଘୋଷଣା କର, ଆଉ ନୋଫ ଓ ତଫନ୍‍ହେଷରରେ ଘୋଷଣା କର; ତୁମ୍ଭେମାନେ କୁହ, ତୁମ୍ଭେ ଠିଆ ହୁଅ, ଆପଣାକୁ ପ୍ରସ୍ତୁତ କର, କାରଣ ଖଡ୍ଗ ତୁମ୍ଭ ଚାରିଆଡ଼େ ସବୁ ଗ୍ରାସ କରିଅଛି।
“Kéde èyí ní Ejibiti, sì sọ ọ́ ní Migdoli, sọ ọ́ ní Memfisi àti Tafanesi: ‘Dúró sí ààyè rẹ kí o sì múra sílẹ̀, nítorí pé idà náà ń pa àwọn tí ó yí ọ ká.’
15 ତୁମ୍ଭର ବଳବାନ ଲୋକମାନେ କାହିଁକି ଭାସିଗଲେ? ସେମାନେ ସ୍ଥିର ରହି ପାରିଲେ ନାହିଁ, କାରଣ ସଦାପ୍ରଭୁ ସେମାନଙ୍କୁ ତଡ଼ିଦେଲେ।
Èéṣe tí àwọn akọni rẹ fi ṣubú? Wọn kò ní le dìde dúró, nítorí Olúwa yóò tì wọ́n ṣubú.
16 ସେ ଅନେକଙ୍କୁ ଝୁଣ୍ଟାଇ ପକାଇଲେ, ସେମାନେ ପରସ୍ପର ଉପରେ ପଡ଼ିଲେ; ପୁଣି, ସେମାନେ କହିଲେ, ‘ଉଠ, ଆମ୍ଭେମାନେ ଉତ୍ପୀଡ଼କ ଖଡ୍ଗରୁ ପଳାଇ ଆପଣା ଲୋକମାନଙ୍କ ନିକଟକୁ ଓ ଆପଣା ଜନ୍ମ ଦେଶକୁ ପୁନର୍ବାର ଯାଉ।’
Wọn yóò máa ṣubú léraléra wọn yóò máa ṣubú lu ara wọn. Wọn yóò sọ wí pé, ‘Ẹ dìde, ẹ jẹ́ kí a padà sí ọ̀dọ̀ àwọn ènìyàn wa àti ilẹ̀ ìbí wa, kúrò níbi idà àwọn aninilára.’
17 ସେସ୍ଥାନରେ ଲୋକମାନେ ଉଚ୍ଚସ୍ୱରରେ କହିଲେ, ‘ମିସରର ରାଜା ଫାରୋ ଶବ୍ଦ ମାତ୍ର; ସେ ନିରୂପିତ ସମୟ ବହି ଯିବାକୁ ଦେଇଅଛି।’
Níbẹ̀ ni wọn ó kígbe pé, ‘Ariwo lásán ni Farao ọba Ejibiti pa, ó ti sọ àǹfààní rẹ̀ nù.’
18 ରାଜା ସୈନ୍ୟାଧିପତି ସଦାପ୍ରଭୁ ଯାହାଙ୍କ ନାମ, ସେ ଏହି କଥା କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ପର୍ବତଗଣ ମଧ୍ୟରେ ତାବୋରର ସଦୃଶ କିଅବା ସମୁଦ୍ର ନିକଟସ୍ଥ କର୍ମିଲର ସଦୃଶ ସେ ନିଶ୍ଚୟ ଆସିବ।
“Bí èmi ti wà láààyè,” ni ọba, ẹni tí orúkọ rẹ̀ ń jẹ́ Olúwa àwọn ọmọ-ogun wí pé, “Nítòótọ́ gẹ́gẹ́ bí Tabori láàrín àwọn òkè àti gẹ́gẹ́ bi Karmeli lẹ́bàá Òkun bẹ́ẹ̀ ni òun yóò dé.
19 ଆଗୋ ମିସର ନିବାସିନୀ କନ୍ୟେ, ତୁମ୍ଭେ ବନ୍ଦୀତ୍ୱକୁ ଯିବା ପାଇଁ ଆପଣାର ସମ୍ବଳ ପ୍ରସ୍ତୁତ କର; କାରଣ ନୋଫ ଧ୍ୱଂସିତ, ଦଗ୍ଧ ଓ ନିବାସୀବିହୀନ ହେବ।
Ìwọ, ọmọbìnrin ti ń gbé Ejibiti pèsè ohun èlò ìrìnàjò fún ara rẹ nítorí Memfisi yóò di ahoro a ó sì fi jóná, láìní olùgbé.
20 ମିସର ଅତି ସୁନ୍ଦରୀ ତରୁଣୀ ଗାଭୀ; ମାତ୍ର ଉତ୍ତର ଦିଗରୁ ବିନାଶ ଆସିଅଛି, ତାହା ଆସିଅଛି।
“Ẹgbọrọ abo màlúù tó lẹ́wà ní Ejibiti ṣùgbọ́n eṣinṣin ìparun dé, ó dé láti àríwá.
21 ଆହୁରି, ମିସରର ମଧ୍ୟବର୍ତ୍ତୀ ବେତନଗ୍ରାହୀ ଲୋକମାନେ ଗୋଶାଳାର ଗୋବତ୍ସ ତୁଲ୍ୟ; କାରଣ ସେମାନେ ମଧ୍ୟ ଫେରି ଯାଇଅଛନ୍ତି, ସେମାନେ ଏକତ୍ର ପଳାଇଅଛନ୍ତି, ସେମାନେ ସ୍ଥିର ହୋଇ ରହିଲେ ନାହିଁ, କାରଣ ସେମାନଙ୍କର ବିପଦର ଦିନ, ପ୍ରତିଫଳ ପାଇବାର ସମୟ ସେମାନଙ୍କର ନିକଟରେ ଉପସ୍ଥିତ ହେଲା।
Àwọn jagunjagun rẹ̀ dàbí àbọ́pa akọ màlúù. Àwọn pẹ̀lú yóò yípadà, wọn ó sì jùmọ̀ sá, wọn kò ní le dúró, nítorí tí ọjọ́ ibi ń bọ̀ lórí wọn àsìkò láti jẹ wọ́n ní ìyà.
22 ଶତ୍ରୁମାନେ ସୈନ୍ୟ ସହିତ ଅଗ୍ରସର ହେବେ ଓ କାଠକଟାଳୀମାନଙ୍କ ପରି କୁହ୍ରାଡ଼ି ନେଇ ତାହା ବିରୁଦ୍ଧରେ ଆସିବେ, ତହିଁରେ ତାହାର ଶବ୍ଦ ସର୍ପ ତୁଲ୍ୟ ଅଗ୍ରସର ହେବ।
Ejibiti yóò pòṣé bí ejò tí ń sá bí ọmọ-ogun ṣe ń tọ̀ ọ́ wá pẹ̀lú agbára. Wọn ó tọ̀ ọ́ wá pẹ̀lú àáké, gẹ́gẹ́ bí i ti agégi.
23 ସଦାପ୍ରଭୁ କହନ୍ତି, ତାହାର ଅରଣ୍ୟ ଅଗମ୍ୟ ହେଲେ ହେଁ ସେମାନେ ତାହା ହାଣି ପକାଇବେ; କାରଣ ସେମାନେ ପଙ୍ଗପାଳ ଅପେକ୍ଷା ଅନେକ ଓ ଅସଂଖ୍ୟ ଅଟନ୍ତି।
Wọn o gé igbó rẹ̀ lulẹ̀,” ni Olúwa wí, “nítorí ti a kò le rídìí rẹ̀. Nítorí pé wọ́n pọ̀ ju ẹlẹ́ǹgà lọ, wọ́n sì jẹ́ àìníye.
24 ମିସରର କନ୍ୟା ଲଜ୍ଜିତା ହେବ; ସେ ଉତ୍ତର ଦେଶୀୟ ଲୋକମାନଙ୍କ ହସ୍ତରେ ସମର୍ପିତା ହେବ।”
A ó dójútì ọmọbìnrin Ejibiti, a ó fà á lé ọwọ́ àwọn ènìyàn àríwá.”
25 ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି: “ଦେଖ, ଆମ୍ଭେ ନୋ ଦେଶୀୟ ଆମୋନ୍‍କୁ, ଆଉ ଫାରୋ, ମିସର ଓ ତାହାର ଦେବଗଣ ଓ ରାଜାଗଣଙ୍କୁ; ହଁ, ଫାରୋ ଓ ତାହାର ଶରଣାପନ୍ନ ସମସ୍ତଙ୍କୁ ଦଣ୍ଡ ଦେବା;
Olúwa àwọn ọmọ-ogun, Ọlọ́run Israẹli wí pé: “Èmi yóò rọ̀jò ìyà mi sórí Amoni òrìṣà Tebesi, sórí Farao, sórí Ejibiti àti àwọn òrìṣà rẹ̀ àti sórí àwọn ọba rẹ̀ àti sórí àwọn tó gbẹ́kẹ̀lé Farao.
26 ପୁଣି, ସେମାନଙ୍କର ପ୍ରାଣନାଶର ଚେଷ୍ଟାକାରୀ ଲୋକମାନଙ୍କ ହସ୍ତରେ ଓ ବାବିଲର ରାଜା ନବୂଖଦ୍‍ନିତ୍ସର ଓ ତାହାର ଦାସମାନଙ୍କ ହସ୍ତରେ ଆମ୍ଭେ ସେମାନଙ୍କୁ ସମର୍ପଣ କରିବା। ପୁଣି, ସଦାପ୍ରଭୁ କହନ୍ତି, ତହିଁ ଉତ୍ତାରେ ସେ ଦେଶ ପୂର୍ବକାଳର ନ୍ୟାୟ ବସତି ସ୍ଥାନ ହେବ।
Èmi ó sì fi wọ́n lé àwọn tó wá ẹ̀mí wọn lọ́wọ́, lé Nebukadnessari ọba Babeli, ṣùgbọ́n lẹ́yìn ìgbà díẹ̀, Ejibiti yóò sì di gbígbé bí i ti àtijọ́,” ni Olúwa wí.
27 ମାତ୍ର ହେ ଆମ୍ଭର ଦାସ ଯାକୁବ, ତୁମ୍ଭେ ଭୟ କର ନାହିଁ, କିଅବା ହେ ଇସ୍ରାଏଲ, ତୁମ୍ଭେ ନିରାଶ ହୁଅ ନାହିଁ: କାରଣ ଦେଖ, ଆମ୍ଭେ ଦୂରରୁ ତୁମ୍ଭକୁ ଓ ବନ୍ଦୀତ୍ୱ ଦେଶରୁ ତୁମ୍ଭ ବଂଶକୁ ଉଦ୍ଧାର କରିବା; ତହିଁରେ ଯାକୁବ ଫେରିଆସି ନିର୍ଭୟ ଓ ନିଶ୍ଚିନ୍ତରେ ରହିବ ଓ କେହି ତାହାକୁ ଭୟ ଦେଖାଇବ ନାହିଁ।
“Má bẹ̀rù, ìwọ Jakọbu ìránṣẹ́ mi, má fòyà, ìwọ Israẹli. Dájúdájú èmi ó gbà ọ́ láti ọ̀nà jíjìn, àwọn ọmọ ọmọ rẹ ní ilẹ̀ ìgbèkùn. Jakọbu yóò tún ní àlàáfíà àti ààbò, kò sì ṣí ẹni tí yóò dẹ́rùbà á.
28 ସଦାପ୍ରଭୁ କହନ୍ତି, ହେ ଆମ୍ଭର ଦାସ ଯାକୁବ, ତୁମ୍ଭେ ଭୟ କର ନାହିଁ; କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ: ଯେଉଁମାନଙ୍କ ମଧ୍ୟକୁ ଆମ୍ଭେ ତୁମ୍ଭକୁ ତଡ଼ି ଦେଇଅଛୁ, ସେହି ସବୁ ଗୋଷ୍ଠୀଙ୍କୁ ଆମ୍ଭେ ନିଃଶେଷ ରୂପେ ସଂହାର କରିବା, ମାତ୍ର ଆମ୍ଭେ ତୁମ୍ଭକୁ ନିଃଶେଷ ରୂପେ ସଂହାର କରିବା ନାହିଁ; ତଥାପି ଆମ୍ଭେ ତୁମ୍ଭକୁ ବିବେଚନାପୂର୍ବକ ଶାସ୍ତି ଦେବା ଓ କୌଣସିମତେ ତୁମ୍ଭକୁ ଅଦଣ୍ଡିତ କରି ଛାଡ଼ିବା ନାହିଁ।”
Má bẹ̀rù, Jakọbu ìránṣẹ́ mi, nítorí pé mo wà pẹ̀lú rẹ,” bẹ́ẹ̀ ni Olúwa wí. “Bí mo tilẹ̀ pa gbogbo orílẹ̀-èdè run, láàrín àwọn tí mo fọ́n yín ká sí. Èmi kò ní run yín tán. Èmi yóò jẹ ọ́ ní ìyà lórí òdodo, èmi kí yóò jọ̀wọ́ rẹ lọ́wọ́ lọ láìjẹ ọ́ ní yà.”

< ଯିରିମୀୟ 46 >