< ଯିରିମୀୟ 46 >
1 ଗୋଷ୍ଠୀଗଣ ବିଷୟରେ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କ ନିକଟରେ ସଦାପ୍ରଭୁଙ୍କର ଯେଉଁ ବାକ୍ୟ ଉପସ୍ଥିତ ହେଲା, ତହିଁର ବୃତ୍ତାନ୍ତ।
੧ਯਹੋਵਾਹ ਦਾ ਬਚਨ ਜਿਹੜਾ ਕੌਮਾਂ ਦੇ ਬਾਰੇ ਯਿਰਮਿਯਾਹ ਨਬੀ ਨੂੰ ਆਇਆ।
2 ମିସର ବିଷୟ। ଯୋଶୀୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍ଙ୍କ ରାଜତ୍ଵର ଚତୁର୍ଥ ବର୍ଷରେ ବାବିଲର ରାଜା ନବୂଖଦ୍ନିତ୍ସର, ମିସରର ରାଜା ଫାରୋ ନଖୋର ଯେଉଁ ସୈନ୍ୟସାମନ୍ତକୁ ପରାଜୟ କଲା, ଫରାତ୍ ନଦୀ ନିକଟସ୍ଥ କର୍କମୀଶରେ ଉପସ୍ଥିତ ସେହି ସୈନ୍ୟସାମନ୍ତ ବିଷୟକ କଥା।
੨ਮਿਸਰ ਲਈ। ਮਿਸਰ ਦੇ ਰਾਜੇ ਫ਼ਿਰਊਨ ਨਕੋਹ ਦੀ ਫੌਜ ਦੇ ਬਾਰੇ ਜਿਹੜੀ ਕਰਕਮੀਸ਼ ਵਿੱਚ ਦਰਿਆ ਫ਼ਰਾਤ ਉੱਤੇ ਸੀ ਜਿਹ ਨੂੰ ਬਾਬਲ ਦੇ ਰਾਜਾ ਨਬੂਕਦਨੱਸਰ ਨੇ ਯਹੂਦਾਹ ਦੇ ਰਾਜਾ ਯੋਸ਼ੀਯਾਹ ਦੇ ਪੁੱਤਰ ਯਹੋਯਾਕੀਮ ਦੇ ਚੌਥੇ ਸਾਲ ਵਿੱਚ ਫਤਹ ਕਰ ਲਿਆ ਸੀ, -
3 “ତୁମ୍ଭେମାନେ ଚର୍ମର ଢାଲ ଓ ଫଳକ ପ୍ରସ୍ତୁତ କର ଓ ଯୁଦ୍ଧ କରିବା ଲାଗି ନିକଟକୁ ଆସ।
੩ਸਿਪਰ ਅਤੇ ਢਾਲ਼ ਤਿਆਰ ਕਰੋ, ਲੜਾਈ ਲਈ ਨੇੜੇ ਆਓ!
4 ହେ ଅଶ୍ୱାରୋହୀମାନେ, ତୁମ୍ଭେମାନେ ଅଶ୍ୱଗଣକୁ ସଜ୍ଜିତ କରି ଆରୋହଣ କର ଓ ମସ୍ତକର ଟୋପର ପିନ୍ଧି ସମ୍ମୁଖରେ ଠିଆ ହୁଅ; ବର୍ଚ୍ଛା ଚିକ୍କଣ କର, ସାଞ୍ଜୁଆ ପିନ୍ଧ।
੪ਘੋੜਿਆਂ ਨੂੰ ਜੋਵੋ, ਹੇ ਅਸਵਾਰੋ, ਸਵਾਰ ਹੋਵੋ! ਟੋਪਾਂ ਨਾਲ ਖੜੇ ਹੋ ਜਾਓ, ਆਪਣਿਆਂ ਨੇਜ਼ਿਆਂ ਨੂੰ ਲਸ਼ਕਾਓ, ਸੰਜੋ ਨੂੰ ਪਹਿਨੋ!
5 ଆମ୍ଭେ ସେମାନଙ୍କୁ ଉଦ୍ବିଗ୍ନ ଓ ପଛକୁ ଫେରି ଯିବାର କାହିଁକି ଦେଖିଅଛୁ? ସେମାନଙ୍କର ବୀରଗଣ ପରାସ୍ତ ହୋଇଅଛନ୍ତି ଓ ଶୀଘ୍ର ଶୀଘ୍ର ପଳାଇ ପଛକୁ ଅନାଉ ନାହାନ୍ତି; ଚତୁର୍ଦ୍ଦିଗରେ ଆଶଙ୍କା ଅଛି, ଏହା ସଦାପ୍ରଭୁ କହନ୍ତି।
੫ਮੈਂ ਇਹ ਕਿਉਂ ਵੇਖਿਆ? ਉਹ ਘਬਰਾਏ ਹੋਏ ਹਨ, ਅਤੇ ਪਿਛਾਹਾਂ ਨੂੰ ਮੁੜੇ ਹਨ। ਉਹਨਾਂ ਦੇ ਸੂਰਮੇ ਮਾਰੇ ਗਏ ਹਨ, ਉਹ ਛੇਤੀ ਨਾਲ ਨੱਠ ਗਏ, ਉਹ ਪਿੱਛੇ ਨਹੀਂ ਵੇਖਦੇ, - ਆਲੇ-ਦੁਆਲੇ ਭੈਅ ਹੈ! ਯਹੋਵਾਹ ਦਾ ਵਾਕ ਹੈ।
6 ଦ୍ରୁତଗାମୀ ପଳାୟନ ନ କରୁ, କିଅବା ବୀର ରକ୍ଷା ନ ପାଉ; ଉତ୍ତର ଦିଗରେ ଫରାତ୍ ନଦୀ ନିକଟରେ ସେମାନେ ଝୁଣ୍ଟି ପଡ଼ିଅଛନ୍ତି।
੬ਛੋਹਲਾ ਨਾ ਨੱਠੇ, ਨਾ ਸੂਰਮਾ ਬਚੇ, - ਉੱਤਰ ਵਲ ਦਰਿਆ ਫ਼ਰਾਤ ਦੇ ਕੰਢੇ ਉੱਤੇ ਉਹਨਾਂ ਨੇ ਠੋਕਰ ਖਾਧੀ ਅਤੇ ਡਿੱਗ ਪਏ।
7 ନୀଳ ନଦୀ ପରି ଯେ ଉଠୁଅଛି, ଯାହାର ଜଳରାଶି ନଦୀସମୂହର ତୁଲ୍ୟ ଉତ୍କ୍ଷିପ୍ତ ହେଉଅଛି, ସେ କିଏ?
੭ਉਹ ਕੌਣ ਹੈ ਜਿਹੜਾ ਨੀਲ ਨਦੀ ਵਾਂਗੂੰ ਉੱਛਲਦਾ ਹੈ, ਨਦੀਆਂ ਵਾਂਗੂੰ ਜਿਹਨਾਂ ਦੇ ਪਾਣੀ ਠਾਠਾਂ ਮਾਰਦੇ ਹਨ?
8 ମିସର ନୀଳ ନଦୀ ତୁଲ୍ୟ ଉଠୁଅଛି, ତାହାର ଜଳରାଶି ନଦୀସମୂହର ତୁଲ୍ୟ ଉତ୍କ୍ଷିପ୍ତ ହେଉଅଛି, ଆଉ ସେ କହୁଅଛି, ମୁଁ ଉଚ୍ଛୁଳି ଉଠିବି, ମୁଁ ପୃଥିବୀକୁ ପ୍ଲାବିତ କରିବି; ମୁଁ ନଗର ଓ ତନ୍ନିବାସୀମାନଙ୍କୁ ନଷ୍ଟ କରିବି।
੮ਮਿਸਰ ਨੀਲ ਨਦੀ ਵਾਂਗੂੰ ਉੱਛਲਦਾ ਹੈ, ਨਦੀਆਂ ਵਾਂਗੂੰ ਉਹ ਦੇ ਪਾਣੀ ਉੱਛਲਦੇ ਹਨ। ਉਸ ਆਖਿਆ, ਮੈਂ ਉੱਛਲਾਂਗਾ, ਮੈਂ ਧਰਤੀ ਨੂੰ ਢੱਕ ਲਵਾਂਗਾ, ਮੈਂ ਸ਼ਹਿਰ ਨੂੰ, ਉਹਨਾਂ ਦੇ ਵਾਸੀਆਂ ਨੂੰ ਨਾਸ ਕਰਾਂਗਾ!
9 ହେ ଅଶ୍ୱଗଣ, ଉଠିଯାଅ; ହେ ରଥସକଳ, ଗର୍ଜ୍ଜନ କର; ଆଉ, ବୀରମାନେ ବାହାର ହେଉନ୍ତୁ; ଢାଲବାହକ କୂଶ ଓ ପୂଟ୍, ଆଉ ଧନୁର୍ଦ୍ଧାରୀ ଓ ଧନୁରେ ଗୁଣଦାୟୀ ଲୁଦୀୟମାନେ, ବାହାର ହେଉନ୍ତୁ।
੯ਹੇ ਘੋੜਿਓ, ਉਤਾਹਾਂ ਜਾਓ, ਹੇ ਰਥੋ, ਢਿਲਕਦੇ ਫਿਰੋ! ਸੂਰਮੇ ਬਾਹਰ ਨਿੱਕਲਣ, ਕੂਸ਼ੀ ਅਤੇ ਪੂਟੀ ਜਿਹਨਾਂ ਢਾਲਾਂ ਫੜ੍ਹੀਆਂ ਹੋਈਆਂ ਹਨ, ਲੂਦੀ ਜਿਹੜੇ ਧਣੁੱਖ ਨੂੰ ਫੜ੍ਹ ਕੇ ਝੁਕਾ ਲੈਂਦੇ ਹਨ।
10 କାରଣ ସେଦିନ ପ୍ରଭୁଙ୍କର, ସୈନ୍ୟାଧିପତି ସଦାପ୍ରଭୁଙ୍କର ପ୍ରତିଶୋଧ ନେବାର ଓ ତାହାଙ୍କ ବିପକ୍ଷମାନଙ୍କୁ ପ୍ରତିଫଳ ଦେବାର ଦିନ ଅଟେ; ଖଡ୍ଗ ଗ୍ରାସ କରି ତୃପ୍ତ ହେବ ଓ ସେମାନଙ୍କର ରକ୍ତ ପାନ କରି ପରିତୃପ୍ତ ହେବ; କାରଣ ଫରାତ୍ ନଦୀ ନିକଟସ୍ଥ ଉତ୍ତର ଦେଶରେ ପ୍ରଭୁଙ୍କର ସୈନ୍ୟାଧିପତି ସଦାପ୍ରଭୁଙ୍କର ଏକ ଯଜ୍ଞ ଅଛି।
੧੦ਉਹ ਸੈਨਾਂ ਦੇ ਪ੍ਰਭੂ ਯਹੋਵਾਹ ਦਾ ਦਿਨ ਹੈ, ਇੱਕ ਬਦਲਾ ਲੈਣ ਦਾ ਦਿਨ, ਭਈ ਉਹ ਆਪਣੇ ਵਿਰੋਧੀਆਂ ਤੋਂ ਬਦਲਾ ਲਵੇ। ਤਲਵਾਰ ਖਾ ਕੇ ਰੱਜੇਗੀ, ਅਤੇ ਉਹਨਾਂ ਦੇ ਲਹੂ ਨਾਲ ਮਸਤ ਹੋਵੇਗੀ, ਕਿਉਂ ਜੋ ਸੈਨਾਂ ਦੇ ਪ੍ਰਭੂ ਯਹੋਵਾਹ ਲਈ ਇੱਕ ਬਲੀ ਹੈ, ਉੱਤਰ ਦੇਸ ਵਿੱਚ ਫ਼ਰਾਤ ਦਰਿਆ ਕੋਲ।
11 ଗୋ ମିସରର ଅନୁଢ଼ା କନ୍ୟେ, ତୁମ୍ଭେ ଗିଲୀୟଦକୁ ଉଠିଯାଇ ଔଷଧ ନିଅ। ତୁମ୍ଭେ ବ୍ୟର୍ଥରେ ଅନେକ ଔଷଧ ବ୍ୟବହାର କରୁଅଛ; ତୁମ୍ଭ ପାଇଁ ଆରୋଗ୍ୟ ନାହିଁ।
੧੧ਗਿਲਆਦ ਨੂੰ ਚੜ੍ਹ ਜਾ ਅਤੇ ਬਲਸਾਨ ਲੈ, ਹੇ ਮਿਸਰ ਦੀਏ ਕੁਆਰੀਏ ਧੀਏ! ਤੂੰ ਏਵੇਂ ਬਹੁਤੀਆਂ ਦਵਾਈਆਂ ਵਰਤਦੀ ਹੈਂ, ਤੂੰ ਚੰਗੀ ਨਾ ਹੋਵੇਂਗੀ।
12 ସମସ୍ତ ଜାତିଗଣ ତୁମ୍ଭ ଅପମାନର କଥା ଶୁଣିଅଛନ୍ତି, ତୁମ୍ଭର କାତରୋକ୍ତିରେ ପୃଥିବୀ ପରିପୂର୍ଣ୍ଣ; କାରଣ ବୀର ବୀର ଉପରେ ଝୁଣ୍ଟି ପଡ଼ିଅଛି; ସେ ଦୁହେଁ ଏକତ୍ର ପଡ଼ିଅଛନ୍ତି।”
੧੨ਕੌਮਾਂ ਨੇ ਤੇਰੀ ਸ਼ਰਮ ਨੂੰ ਸੁਣਿਆ, ਧਰਤੀ ਤੇਰੀ ਦੁਹਾਈ ਨਾਲ ਭਰ ਗਈ। ਸੂਰਮੇ ਨੇ ਸੂਰਮੇ ਨਾਲ ਠੋਕਰ ਖਾਧੀ, ਉਹ ਦੋਵੇਂ ਇਕੱਠੇ ਡਿੱਗ ਪਏ।
13 ବାବିଲର ରାଜା ନବୂଖଦ୍ନିତ୍ସର ମିସର ଦେଶକୁ ଆସି ତାହା ପରାସ୍ତ କରିବା ବିଷୟରେ ସଦାପ୍ରଭୁ ଯିରିମୀୟଙ୍କୁ ଯେଉଁ କଥା କହିଲେ, ତାହା ଏହି, ଯଥା,
੧੩ਉਹ ਬਚਨ ਜਿਹੜਾ ਯਹੋਵਾਹ ਯਿਰਮਿਯਾਹ ਨੂੰ ਬਾਬਲ ਦੇ ਰਾਜਾ ਨਬੂਕਦਨੱਸਰ ਦੇ ਬਾਰੇ ਬੋਲਿਆ ਕਿ ਉਹ ਆ ਕੇ ਮਿਸਰ ਦੇਸ ਨੂੰ ਮਾਰੇਗਾ, -
14 “ତୁମ୍ଭେମାନେ ମିସରରେ ପ୍ରଚାର କର, ମିଗ୍ଦୋଲରେ ଘୋଷଣା କର, ଆଉ ନୋଫ ଓ ତଫନ୍ହେଷରରେ ଘୋଷଣା କର; ତୁମ୍ଭେମାନେ କୁହ, ତୁମ୍ଭେ ଠିଆ ହୁଅ, ଆପଣାକୁ ପ୍ରସ୍ତୁତ କର, କାରଣ ଖଡ୍ଗ ତୁମ୍ଭ ଚାରିଆଡ଼େ ସବୁ ଗ୍ରାସ କରିଅଛି।
੧੪ਮਿਸਰ ਵਿੱਚ ਦੱਸੋ, ਮਿਗਦੋਲ ਵਿੱਚ ਸੁਣਾਓ, ਨੋਫ਼ ਵਿੱਚ ਅਤੇ ਤਹਪਨਹੇਸ ਵਿੱਚ ਵੀ ਸੁਣਾਓ, ਆਖੋ, ਖਲੋ ਜਾਓ ਅਤੇ ਤਿਆਰ ਰਹੋ, ਕਿਉਂ ਜੋ ਤਲਵਾਰ ਤੇਰੇ ਆਲਿਓਂ-ਦੁਆਲਿਓਂ ਖਾ ਲਵੇਗੀ!
15 ତୁମ୍ଭର ବଳବାନ ଲୋକମାନେ କାହିଁକି ଭାସିଗଲେ? ସେମାନେ ସ୍ଥିର ରହି ପାରିଲେ ନାହିଁ, କାରଣ ସଦାପ୍ରଭୁ ସେମାନଙ୍କୁ ତଡ଼ିଦେଲେ।
੧੫ਤੇਰੇ ਜ਼ੋਰਾਵਰ ਕਿਉਂ ਹੂੰਝੇ ਗਏ? ਉਹ ਖੜੇ ਨਾ ਰਹੇ, ਯਹੋਵਾਹ ਨੇ ਉਹਨਾਂ ਨੂੰ ਦਫ਼ਾ ਜੋ ਕਰ ਦਿੱਤਾ।
16 ସେ ଅନେକଙ୍କୁ ଝୁଣ୍ଟାଇ ପକାଇଲେ, ସେମାନେ ପରସ୍ପର ଉପରେ ପଡ଼ିଲେ; ପୁଣି, ସେମାନେ କହିଲେ, ‘ଉଠ, ଆମ୍ଭେମାନେ ଉତ୍ପୀଡ଼କ ଖଡ୍ଗରୁ ପଳାଇ ଆପଣା ଲୋକମାନଙ୍କ ନିକଟକୁ ଓ ଆପଣା ଜନ୍ମ ଦେଶକୁ ପୁନର୍ବାର ଯାଉ।’
੧੬ਉਸ ਨੇ ਬਹੁਤਿਆਂ ਨੂੰ ਠੋਕਰ ਖੁਆਈ, ਹਰ ਮਨੁੱਖ ਆਪਣੇ ਸਾਥੀ ਉੱਤੇ ਡਿੱਗਿਆ, ਉਹਨਾਂ ਨੇ ਆਖਿਆ, ਉੱਠੀਏ, ਅਸੀਂ ਆਪਣੇ ਲੋਕਾਂ ਕੋਲ ਅਤੇ ਆਪਣੀ ਜਨਮ ਭੂਮੀ ਨੂੰ ਸਤਾਉਣ ਵਾਲੀ ਤਲਵਾਰ ਦੇ ਕਾਰਨ ਮੁੜ ਚੱਲੀਏ।
17 ସେସ୍ଥାନରେ ଲୋକମାନେ ଉଚ୍ଚସ୍ୱରରେ କହିଲେ, ‘ମିସରର ରାଜା ଫାରୋ ଶବ୍ଦ ମାତ୍ର; ସେ ନିରୂପିତ ସମୟ ବହି ଯିବାକୁ ଦେଇଅଛି।’
੧੭ਉਹਨਾਂ ਨੇ ਉੱਥੇ ਪੁਕਾਰਿਆ ਕਿ ਮਿਸਰ ਦਾ ਰਾਜਾ ਫ਼ਿਰਊਨ ਸ਼ੋਰ ਹੀ ਹੈ! ਉਸ ਨੇ ਮਿਥੇ ਹੋਏ ਵੇਲੇ ਨੂੰ ਲੰਘਣ ਦਿੱਤਾ।
18 ରାଜା ସୈନ୍ୟାଧିପତି ସଦାପ୍ରଭୁ ଯାହାଙ୍କ ନାମ, ସେ ଏହି କଥା କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ପର୍ବତଗଣ ମଧ୍ୟରେ ତାବୋରର ସଦୃଶ କିଅବା ସମୁଦ୍ର ନିକଟସ୍ଥ କର୍ମିଲର ସଦୃଶ ସେ ନିଶ୍ଚୟ ଆସିବ।
੧੮ਮੈਨੂੰ ਆਪਣੀ ਹਯਾਤੀ ਦੇ ਸਹੁੰ, ਰਾਜਾ ਦਾ ਵਾਕ ਹੈ, ਉਸ ਦਾ ਨਾਮ ਸੈਨਾਂ ਦਾ ਯਹੋਵਾਹ ਹੈ, ਨਿਸੰਗ ਜਿਵੇਂ ਪਹਾੜਾਂ ਵਿੱਚ ਤਾਬੋਰ, ਅਤੇ ਜਿਵੇਂ ਸਮੁੰਦਰ ਕੋਲ ਕਰਮਲ, ਓਵੇਂ ਉਹ ਆਵੇਗਾ।
19 ଆଗୋ ମିସର ନିବାସିନୀ କନ୍ୟେ, ତୁମ୍ଭେ ବନ୍ଦୀତ୍ୱକୁ ଯିବା ପାଇଁ ଆପଣାର ସମ୍ବଳ ପ୍ରସ୍ତୁତ କର; କାରଣ ନୋଫ ଧ୍ୱଂସିତ, ଦଗ୍ଧ ଓ ନିବାସୀବିହୀନ ହେବ।
੧੯ਗ਼ੁਲਾਮੀ ਲਈ ਆਪਣਾ ਲਕਾ ਤੁਕਾ ਤਿਆਰ ਕਰ, ਹੇ ਮਿਸਰ ਦੀਏ ਵਸਨੀਕ ਧੀਏ! ਕਿਉਂ ਜੋ ਨੋਫ਼ ਵਿਰਾਨ ਹੋਵੇਗਾ, ਉਹ ਭਸਮ ਕੀਤਾ ਜਾਵੇਗਾ, ਜਿਹ ਦੇ ਵਿੱਚ ਕੋਈ ਨਾ ਵੱਸੇਗਾ।
20 ମିସର ଅତି ସୁନ୍ଦରୀ ତରୁଣୀ ଗାଭୀ; ମାତ୍ର ଉତ୍ତର ଦିଗରୁ ବିନାଶ ଆସିଅଛି, ତାହା ଆସିଅଛି।
੨੦ਮਿਸਰ ਇੱਕ ਬਹੁਤ ਸੁੰਦਰ ਵੱਛੀ ਹੈ, ਪਰ ਉੱਤਰ ਵੱਲੋਂ ਮੱਖ ਉਸ ਉੱਤੇ ਲਗਾ ਆਉਂਦਾ ਹੈ।
21 ଆହୁରି, ମିସରର ମଧ୍ୟବର୍ତ୍ତୀ ବେତନଗ୍ରାହୀ ଲୋକମାନେ ଗୋଶାଳାର ଗୋବତ୍ସ ତୁଲ୍ୟ; କାରଣ ସେମାନେ ମଧ୍ୟ ଫେରି ଯାଇଅଛନ୍ତି, ସେମାନେ ଏକତ୍ର ପଳାଇଅଛନ୍ତି, ସେମାନେ ସ୍ଥିର ହୋଇ ରହିଲେ ନାହିଁ, କାରଣ ସେମାନଙ୍କର ବିପଦର ଦିନ, ପ୍ରତିଫଳ ପାଇବାର ସମୟ ସେମାନଙ୍କର ନିକଟରେ ଉପସ୍ଥିତ ହେଲା।
੨੧ਉਹ ਦੇ ਭਾੜੇ ਦੇ ਸਿਪਾਹੀ ਵੀ ਉਹ ਦੇ ਵਿਚਕਾਰ ਪਲੇ ਹੋਏ ਵੱਛਿਆਂ ਵਾਂਗੂੰ ਹਨ। ਹਾਂ, ਉਹ ਮੁੜ ਕੇ ਇਕੱਠੇ ਨੱਠ ਗਏ, ਉਹ ਖਲੋ ਨਾ ਸਕੇ, ਕਿਉਂ ਜੋ ਉਹਨਾਂ ਦੀ ਬਿਪਤਾ ਦਾ ਦਿਨ ਉਹਨਾਂ ਉੱਤੇ ਆਇਆ ਹੈ, ਉਹਨਾਂ ਦੀ ਸਜ਼ਾ ਦਾ ਸਮਾਂ।
22 ଶତ୍ରୁମାନେ ସୈନ୍ୟ ସହିତ ଅଗ୍ରସର ହେବେ ଓ କାଠକଟାଳୀମାନଙ୍କ ପରି କୁହ୍ରାଡ଼ି ନେଇ ତାହା ବିରୁଦ୍ଧରେ ଆସିବେ, ତହିଁରେ ତାହାର ଶବ୍ଦ ସର୍ପ ତୁଲ୍ୟ ଅଗ୍ରସର ହେବ।
੨੨ਉਹ ਦੀ ਅਵਾਜ਼ ਸੱਪ ਵਾਂਗੂੰ ਉੱਠੇਗੀ, ਉਹ ਫੌਜ ਨਾਲ ਆਉਣਗੇ, ਉਹ ਉਸ ਦੇ ਉੱਤੇ ਲੱਕੜਹਾਰਿਆਂ ਵਾਂਗੂੰ ਕੁਹਾੜਿਆਂ ਨਾਲ ਆਉਣਗੇ!
23 ସଦାପ୍ରଭୁ କହନ୍ତି, ତାହାର ଅରଣ୍ୟ ଅଗମ୍ୟ ହେଲେ ହେଁ ସେମାନେ ତାହା ହାଣି ପକାଇବେ; କାରଣ ସେମାନେ ପଙ୍ଗପାଳ ଅପେକ୍ଷା ଅନେକ ଓ ଅସଂଖ୍ୟ ଅଟନ୍ତି।
੨੩ਉਹ ਉਸ ਦੇ ਜੰਗਲ ਵੱਢ ਸੁੱਟਣਗੇ, ਯਹੋਵਾਹ ਦਾ ਵਾਕ ਹੈ, ਭਾਵੇਂ ਉਹ ਦੀ ਮਿਣਤੀ ਨਾ ਹੋ ਸਕੇ, ਕਿਉਂ ਜੋ ਉਹ ਸਲਾ ਨਾਲੋਂ ਬਹੁਤ ਵਧੀਕ ਹਨ, ਉਹਨਾਂ ਨੂੰ ਕੋਈ ਗਿਣ ਨਹੀਂ ਸਕਦਾ।
24 ମିସରର କନ୍ୟା ଲଜ୍ଜିତା ହେବ; ସେ ଉତ୍ତର ଦେଶୀୟ ଲୋକମାନଙ୍କ ହସ୍ତରେ ସମର୍ପିତା ହେବ।”
੨੪ਮਿਸਰ ਦੀ ਧੀ ਲੱਜਿਆਵਾਨ ਹੋਵੇਗੀ, ਉਹ ਉੱਤਰ ਵੱਲ ਦੇ ਲੋਕਾਂ ਦੇ ਹੱਥ ਵਿੱਚ ਦਿੱਤੀ ਜਾਵੇਗੀ।
25 ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି: “ଦେଖ, ଆମ୍ଭେ ନୋ ଦେଶୀୟ ଆମୋନ୍କୁ, ଆଉ ଫାରୋ, ମିସର ଓ ତାହାର ଦେବଗଣ ଓ ରାଜାଗଣଙ୍କୁ; ହଁ, ଫାରୋ ଓ ତାହାର ଶରଣାପନ୍ନ ସମସ୍ତଙ୍କୁ ଦଣ୍ଡ ଦେବା;
੨੫ਸੈਨਾਂ ਦਾ ਯਹੋਵਾਹ ਇਸਰਾਏਲ ਦਾ ਪਰਮੇਸ਼ੁਰ ਆਖਦਾ ਹੈ, ਵੇਖੋ, ਮੈਂ ਨੋ ਦੇ ਆਮੋਨ ਦੀ, ਫ਼ਿਰਊਨ ਦੀ, ਮਿਸਰ ਦੀ, ਉਹ ਦੇ ਦੇਵਤਿਆਂ ਦੀ, ਉਹ ਦੇ ਰਾਜਿਆਂ ਦੀ, ਫ਼ਿਰਊਨ ਦੀ ਅਤੇ ਉਹਨਾਂ ਦੀ ਜਿਹੜੇ ਉਹ ਦਾ ਭਰੋਸਾ ਕਰਦੇ ਹਨ ਖ਼ਬਰ ਲੈਂਦਾ ਹਾਂ
26 ପୁଣି, ସେମାନଙ୍କର ପ୍ରାଣନାଶର ଚେଷ୍ଟାକାରୀ ଲୋକମାନଙ୍କ ହସ୍ତରେ ଓ ବାବିଲର ରାଜା ନବୂଖଦ୍ନିତ୍ସର ଓ ତାହାର ଦାସମାନଙ୍କ ହସ୍ତରେ ଆମ୍ଭେ ସେମାନଙ୍କୁ ସମର୍ପଣ କରିବା। ପୁଣି, ସଦାପ୍ରଭୁ କହନ୍ତି, ତହିଁ ଉତ୍ତାରେ ସେ ଦେଶ ପୂର୍ବକାଳର ନ୍ୟାୟ ବସତି ସ୍ଥାନ ହେବ।
੨੬ਮੈਂ ਉਹਨਾਂ ਨੂੰ ਉਹਨਾਂ ਦੀ ਜਾਨ ਦੇ ਗਾਹਕਾਂ ਦੇ ਹੱਥ ਵਿੱਚ, ਅਰਥਾਤ ਬਾਬਲ ਦੇ ਰਾਜਾ ਨਬੂਕਦਨੱਸਰ ਅਤੇ ਉਹ ਦੇ ਟਹਿਲੂਆਂ ਦੇ ਹੱਥ ਵਿੱਚ ਦਿਆਂਗਾ। ਇਸ ਦੇ ਪਿੱਛੋਂ ਉਹ ਅਜਿਹੀ ਅਬਾਦ ਹੋਵੇਗੀ ਜਿਵੇਂ ਪਹਿਲਿਆਂ ਦਿਨਾਂ ਵਿੱਚ ਸੀ, ਯਹੋਵਾਹ ਦਾ ਵਾਕ ਹੈ।
27 ମାତ୍ର ହେ ଆମ୍ଭର ଦାସ ଯାକୁବ, ତୁମ୍ଭେ ଭୟ କର ନାହିଁ, କିଅବା ହେ ଇସ୍ରାଏଲ, ତୁମ୍ଭେ ନିରାଶ ହୁଅ ନାହିଁ: କାରଣ ଦେଖ, ଆମ୍ଭେ ଦୂରରୁ ତୁମ୍ଭକୁ ଓ ବନ୍ଦୀତ୍ୱ ଦେଶରୁ ତୁମ୍ଭ ବଂଶକୁ ଉଦ୍ଧାର କରିବା; ତହିଁରେ ଯାକୁବ ଫେରିଆସି ନିର୍ଭୟ ଓ ନିଶ୍ଚିନ୍ତରେ ରହିବ ଓ କେହି ତାହାକୁ ଭୟ ଦେଖାଇବ ନାହିଁ।
੨੭ਪਰ ਤੂੰ, ਹੇ ਯਾਕੂਬ ਮੇਰੇ ਦਾਸ, ਨਾ ਡਰ, ਹੇ ਇਸਰਾਏਲ, ਨਾ ਘਬਰਾ, ਕਿਉਂ ਜੋ ਵੇਖ, ਮੈਂ ਤੈਨੂੰ ਦੂਰ ਤੋਂ, ਅਤੇ ਤੇਰੀ ਨਸਲ ਨੂੰ ਗ਼ੁਲਾਮੀ ਦੇ ਦੇਸ ਤੋਂ ਬਚਾਵਾਂਗਾ। ਯਾਕੂਬ ਮੁੜੇਗਾ ਅਤੇ ਆਰਾਮ ਅਤੇ ਚੈਨ ਕਰੇਗਾ, ਉਹ ਨੂੰ ਕੋਈ ਨਾ ਡਰਾਵੇਗਾ।
28 ସଦାପ୍ରଭୁ କହନ୍ତି, ହେ ଆମ୍ଭର ଦାସ ଯାକୁବ, ତୁମ୍ଭେ ଭୟ କର ନାହିଁ; କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ: ଯେଉଁମାନଙ୍କ ମଧ୍ୟକୁ ଆମ୍ଭେ ତୁମ୍ଭକୁ ତଡ଼ି ଦେଇଅଛୁ, ସେହି ସବୁ ଗୋଷ୍ଠୀଙ୍କୁ ଆମ୍ଭେ ନିଃଶେଷ ରୂପେ ସଂହାର କରିବା, ମାତ୍ର ଆମ୍ଭେ ତୁମ୍ଭକୁ ନିଃଶେଷ ରୂପେ ସଂହାର କରିବା ନାହିଁ; ତଥାପି ଆମ୍ଭେ ତୁମ୍ଭକୁ ବିବେଚନାପୂର୍ବକ ଶାସ୍ତି ଦେବା ଓ କୌଣସିମତେ ତୁମ୍ଭକୁ ଅଦଣ୍ଡିତ କରି ଛାଡ଼ିବା ନାହିଁ।”
੨੮ਹੇ ਯਾਕੂਬ ਮੇਰੇ ਦਾਸ, ਨਾ ਡਰ, ਯਹੋਵਾਹ ਦਾ ਵਾਕ ਹੈ, ਮੈਂ ਤੇਰੇ ਨਾਲ ਜੋ ਹਾਂ, ਮੈਂ ਸਾਰੀਆਂ ਕੌਮਾਂ ਦਾ ਅੰਤ ਕਰ ਦਿਆਂਗਾ, ਜਿਹਨਾਂ ਵਿੱਚ ਮੈਂ ਤੈਨੂੰ ਹੱਕ ਦਿੱਤਾ, ਪਰ ਮੈਂ ਤੇਰਾ ਅੰਤ ਨਾ ਕਰਾਂਗਾ, ਮੈਂ ਨਰਮਾਈ ਨਾਲ ਤੇਰਾ ਸੁਧਾਰ ਕਰਾਂਗਾ, ਪਰ ਤੈਨੂੰ ਸਜ਼ਾ ਦਿੱਤੇ ਬਿਨ੍ਹਾਂ ਨਾ ਛੱਡਾਂਗਾ।