< ଯିରିମୀୟ 41 >

1 ଏଥିଉତ୍ତାରେ ସପ୍ତମ ମାସରେ ରାଜାର ଅମାତ୍ୟମାନଙ୍କ ମଧ୍ୟରେ ଗଣିତ ରାଜବଂଶୀୟ, ଇଲୀଶାମାର ପୌତ୍ର ନଥନୀୟର ପୁତ୍ର ଇଶ୍ମାୟେଲ ଓ ତାହା ସଙ୍ଗେ ଦଶ ଜଣ ପୁରୁଷ ମିସ୍ପାକୁ ଅହୀକାମ୍‍‍ର ପୁତ୍ର ଗଦଲୀୟ ନିକଟକୁ ଆସିଲେ; ଆଉ, ସେମାନେ ମିସ୍ପାରେ ଏକତ୍ର ଭୋଜନ କଲେ।
Ní oṣù keje Iṣmaeli, ọmọ Netaniah ọmọ Eliṣama, nínú irú-ọmọ ọba, àti àwọn ìjòyè ọba, àti àwọn ọkùnrin mẹ́wàá pẹ̀lú rẹ̀, wọ́n tọ Gedaliah ọmọ Ahikamu wá ní Mispa; níbẹ̀ ni wọ́n jùmọ̀ jẹun ní Mispa.
2 ସେତେବେଳେ ନଥନୀୟର ପୁତ୍ର ଇଶ୍ମାୟେଲ ଓ ତାହାର ସଙ୍ଗୀ ସେହି ଦଶ ଲୋକ ଉଠି ବାବିଲ ରାଜା ଦ୍ୱାରା ଦେଶର ଶାସନକର୍ତ୍ତା ପଦରେ ନିଯୁକ୍ତ, ଶାଫନ୍‍ର ପୌତ୍ର ଅହୀକାମ୍‍‍ର ପୁତ୍ର ଗଦଲୀୟଙ୍କୁ ଖଡ୍ଗାଘାତରେ ବଧ କଲେ।
Iṣmaeli ọmọ Netaniah àti àwọn ọkùnrin mẹ́wàá tí wọ́n wà pẹ̀lú rẹ̀, sì dìde wọ́n kọlu Gedaliah ọmọ Ahikamu, ọmọ Ṣafani pẹ̀lú idà. Wọ́n sì pa á, ẹni tí ọba Babeli ti fi jẹ baálẹ̀ lórí ilẹ̀ náà.
3 ଆହୁରି, ମିସ୍ପାରେ ଗଦଲୀୟ ସଙ୍ଗେ ଥିବା ସମସ୍ତ ଯିହୁଦୀୟ ଲୋକଙ୍କୁ ଓ ସେଠାରେ ଯେଉଁ କଲ୍‍ଦୀୟମାନେ ଦେଖାଗଲେ, ସେମାନଙ୍କୁ, ଅର୍ଥାତ୍‍, ଯୋଦ୍ଧାମାନଙ୍କୁ ଇଶ୍ମାୟେଲ ବଧ କଲା।
Iṣmaeli sì tún pa gbogbo àwọn Júù tí wọ́n wà pẹ̀lú Gedaliah ní Mispa, àti gbogbo àwọn ọmọ-ogun Babeli tí wọ́n wà níbẹ̀ bákan náà.
4 ପୁଣି, ସେ ଗଦଲୀୟଙ୍କୁ ବଧ କଲା ଉତ୍ତାରେ, ସେ ବିଷୟ କେହି ନ ଜାଣିବା ପୂର୍ବରୁ,
Ní ọjọ́ kejì tí wọ́n pa Gedaliah kí ó tó di wí pé ẹnikẹ́ni mọ̀,
5 ଶିଖିମ, ଶୀଲୋ ଓ ଶମରୀୟାରୁ ଅଶୀ ଜଣ ପୁରୁଷ କ୍ଷୌର ଦାଢ଼ି ଓ ଛିନ୍ନବସ୍ତ୍ର ପରିହିତ ହୋଇ, ଆଉ ଆପଣା ଆପଣା ଶରୀରରେ ଅସ୍ତ୍ରାଘାତ କରି, ପୁଣି ସଦାପ୍ରଭୁଙ୍କ ଗୃହରେ ଉତ୍ସର୍ଗ କରିବା ପାଇଁ ଆପଣା ଆପଣା ହସ୍ତରେ ନୈବେଦ୍ୟ ଓ କୁନ୍ଦୁରୁ ନେଇ ଆସୁଥିଲେ।
àwọn ọgọ́rin ọkùnrin wá láti Ṣekemu, Ṣilo àti Samaria, wọ́n fa irùngbọ̀n wọn, wọ́n ya aṣọ wọn, wọ́n ṣá ara wọn lọ́gbẹ́, wọ́n mú ẹbọ ọpẹ́ àti tùràrí wá sí ilé Olúwa.
6 ତହିଁରେ ନଥନୀୟର ପୁତ୍ର ଇଶ୍ମାୟେଲ ସେମାନଙ୍କୁ ଭେଟିବା ପାଇଁ ମିସ୍ପାଠାରୁ ଗଲା; ଆଉ, ଯାଉ ଯାଉ ସେ ବାଟଯାକ କ୍ରନ୍ଦନ କରି କରି ଗଲା; ପୁଣି, ସେମାନଙ୍କ ସହିତ ସାକ୍ଷାତ ହୁଅନ୍ତେ, ସେ ସେମାନଙ୍କୁ କହିଲା, “ଅହୀକାମ୍‍‍ର ପୁତ୍ର ଗଦଲୀୟ ନିକଟକୁ ଆସ।”
Iṣmaeli ọmọkùnrin Netaniah jáde kúrò láti Mispa láti lọ pàdé wọn. Ó sì ń sọkún bí ó ti ṣe ń lọ, nígbà tí ó pàdé wọn, ó wí pé, “Ẹ wá sọ́dọ̀ Gedaliah ọmọkùnrin Ahikamu.”
7 ଏଉତ୍ତାରେ ସେମାନେ ନଗରର ମଧ୍ୟସ୍ଥାନରେ ଉପସ୍ଥିତ ହୁଅନ୍ତେ, ନଥନୀୟର ପୁତ୍ର ଇଶ୍ମାୟେଲ ଓ ତାହାର ସଙ୍ଗୀ ପୁରୁଷମାନେ ସେମାନଙ୍କୁ ବଧ କରି କୂପରେ ପକାଇଦେଲେ।
Nígbà tí wọ́n dé ìlú náà; Iṣmaeli ọmọkùnrin Netaniah àti àwọn ọkùnrin tí ó wà pẹ̀lú rẹ̀ pa wọ́n, wọ́n sì sọ òkú wọn sínú ihò kan.
8 ମାତ୍ର ସେମାନଙ୍କ ମଧ୍ୟରୁ ଦଶ ଜଣ ଇଶ୍ମାୟେଲକୁ କହିଲେ, “ଆମ୍ଭମାନଙ୍କୁ ବଧ କର ନାହିଁ; କାରଣ ଆମ୍ଭେମାନେ କ୍ଷେତ୍ରରେ ଗହମ, ଯବ, ତୈଳ ଓ ମଧୁ ସଞ୍ଚୟ କରି ପୋତି ଲୁଚାଇ ରଖିଅଛୁ।” ତହିଁରେ ସେ କ୍ଷାନ୍ତ ହୋଇ ସେମାନଙ୍କ ଭ୍ରାତୃଗଣ ମଧ୍ୟରେ ସେମାନଙ୍କୁ ବଧ କଲା ନାହିଁ।
Ṣùgbọ́n mẹ́wàá nínú wọn sọ fún Iṣmaeli pé, “Má ṣe pa wá! Àwa ní ọkà àti barle, òróró àti oyin ní ìpamọ́ nínú oko.” Nítorí náà, ó fi wọ́n sílẹ̀: kò sì pa wọ́n pẹ̀lú àwọn yòókù.
9 ଇଶ୍ମାୟେଲ ଯେଉଁ କୂପରେ ଆପଣା ଦ୍ୱାରା ହତ ଲୋକମାନଙ୍କର ଶବ ଗଦଲୀୟଙ୍କ ଶବ ନିକଟରେ ପକାଇଦେଲା, ସେହି କୂପ ଆସା ରାଜା, ଇସ୍ରାଏଲର ବାଶା ରାଜାର ଭୟରେ ପ୍ରସ୍ତୁତ କରିଥିଲେ; ପୁଣି, ନଥନୀୟର ପୁତ୍ର ଇଶ୍ମାୟେଲ ହତ ଲୋକମାନଙ୍କ ଶବରେ ତାହା ପରିପୂର୍ଣ୍ଣ କଲା।
Nísinsin yìí, ihò náà tí ó kó gbogbo ara àwọn ọkùnrin tí ó ti pa pẹ̀lú Gedaliah sí ni ọba Asa ń lò gẹ́gẹ́ bí i ààbò nítorí ọba Baaṣa ti Israẹli. Iṣmaeli ọmọ Netaniah sì ti kó òkú kún inú rẹ̀.
10 ଏଥିଉତ୍ତାରେ ଇଶ୍ମାୟେଲ, ମିସ୍ପାରେ ଅବଶିଷ୍ଟ ଥିବା ସମସ୍ତ ଲୋକଙ୍କୁ, ଅର୍ଥାତ୍‍, ସମସ୍ତ ରାଜକନ୍ୟାଗଣକୁ ଓ ମିସ୍ପାରେ ଅବଶିଷ୍ଟ ଥିବା ଯେସମସ୍ତ ଲୋକଙ୍କୁ ପ୍ରହରୀବର୍ଗର ସେନାପତି ନବୂଷରଦନ୍‍ ଅହୀକାମ୍‍‍ର ପୁତ୍ର ଗଦଲୀୟ ହସ୍ତରେ ସମର୍ପଣ କରିଥିଲା, ସେମାନଙ୍କୁ ବନ୍ଦୀ କରି ନେଇଗଲା; ନଥନୀୟର ପୁତ୍ର ଇଶ୍ମାୟେଲ ସେମାନଙ୍କୁ ବନ୍ଦୀ କରି ଅମ୍ମୋନ-ସନ୍ତାନଗଣର ନିକଟକୁ ଯିବା ପାଇଁ ପ୍ରସ୍ଥାନ କଲା।
Iṣmaeli sì kó gbogbo àwọn ènìyàn tí ó wà ní Mispa nígbèkùn, ọmọbìnrin ọba àti gbogbo àwọn ènìyàn tókù síbẹ̀ lórí àwọn tí Nebusaradani balógun àwọn ẹ̀ṣọ́ ti fi yan Gedaliah ọmọkùnrin Ahikamu ṣe olórí. Iṣmaeli ọmọkùnrin Netaniah kó wọn ní ìgbèkùn, ó sì jáde rékọjá sí ọ̀dọ̀ àwọn Ammoni.
11 ମାତ୍ର ନଥନୀୟର ପୁତ୍ର ଇଶ୍ମାୟେଲର ଏହିସବୁ ଦୁଷ୍କର୍ମ ବିଷୟ କାରେହର ପୁତ୍ର ଯୋହାନନ୍‍ ଓ ତାହାର ସଙ୍ଗୀ ସେନାପତି ସମସ୍ତେ ଶୁଣନ୍ତେ,
Nígbà tí Johanani ọmọkùnrin Karea àti gbogbo àwọn olórí ogun tí wọ́n wà pẹ̀lú rẹ̀ gbọ́ nípa gbogbo ìpànìyàn náà tí Iṣmaeli ọmọ Netaniah ti ṣe.
12 ସେମାନେ ସମସ୍ତ ଲୋକଙ୍କୁ ନେଇ ନଥନୀୟର ପୁତ୍ର ଇଶ୍ମାୟେଲ ସଙ୍ଗେ ଯୁଦ୍ଧ କରିବାକୁ ଗଲେ ଓ ଗିବୀୟୋନ୍‍ସ୍ଥିତ ମହାଜଳାଶୟ ନିକଟରେ ତାହାକୁ ଦେଖିଲେ।
Wọ́n kó gbogbo àwọn ọkùnrin wọn, wọ́n sì, lọ bá Iṣmaeli ọmọ Netaniah jà. Wọ́n pàdé rẹ̀ ní odò kan lẹ́bàá Gibeoni.
13 ସେତେବେଳେ ଇଶ୍ମାୟେଲ ସଙ୍ଗେ ଥିବା ସମସ୍ତ ଲୋକ କାରେହର ପୁତ୍ର ଯୋହାନନ୍‍କୁ ଓ ତାହାର ସଙ୍ଗୀ ସେନାପତିମାନଙ୍କୁ ଦେଖି ଆନନ୍ଦିତ ହେଲେ।
Nígbà tí gbogbo àwọn ènìyàn Iṣmaeli tí wọ́n wà pẹ̀lú rẹ̀ rí Johanani ọmọkùnrin Karea àti àwọn olórí ogun rẹ̀ pẹ̀lú rẹ̀, wọ́n sì yọ̀.
14 ତହିଁରେ ଇଶ୍ମାୟେଲ ଯେଉଁ ଲୋକମାନଙ୍କୁ ମିସ୍ପାରୁ ବନ୍ଦୀ କରି ନେଇଯାଇଥିଲା, ସେସମସ୍ତେ ଲେଉଟି କାରେହର ପୁତ୍ର ଯୋହାନନ୍‍ ନିକଟକୁ ଫେରି ଆସିଲେ।
Gbogbo àwọn ènìyàn tí Iṣmaeli ti kó ní ìgbèkùn ní Mispa yípadà, wọ́n sì lọ sọ́dọ̀ Johanani ọmọ Karea.
15 ମାତ୍ର ନଥନୀୟର ପୁତ୍ର ଇଶ୍ମାୟେଲ ଆଠ ଜଣ ଲୋକ ସହିତ ଯୋହାନନ୍‍ ନିକଟରୁ ପଳାଇ ଅମ୍ମୋନ-ସନ୍ତାନଗଣର ନିକଟକୁ ଗଲା।
Ṣùgbọ́n Iṣmaeli ọmọkùnrin Netaniah àti àwọn mẹ́jọ nínú àwọn ọkùnrin rẹ̀ bọ́ lọ́wọ́ Johanani, wọ́n sì sálọ sí Ammoni.
16 ତହୁଁ ନଥନୀୟର ପୁତ୍ର ଇଶ୍ମାୟେଲ ଅହୀକାମ୍‍‍ର ପୁତ୍ର ଗଦଲୀୟଙ୍କୁ ବଧ କଲା ଉତ୍ତାରେ କାରେହର ପୁତ୍ର ଯୋହାନନ୍‍ ଆପଣା ସଙ୍ଗୀ ସେନାପତିଗଣ ସହିତ ଯେସମସ୍ତ ଅବଶିଷ୍ଟ ଲୋକଙ୍କୁ ତାହା ହସ୍ତରୁ ଉଦ୍ଧାର କରି ମିସ୍ପାରୁ ଆଣିଥିଲା, ସେମାନଙ୍କୁ, ଅର୍ଥାତ୍‍, ଗିବୀୟୋନ୍‍ରୁ ଆଣିଥିବା ଯୋଦ୍ଧା ପୁରୁଷମାନଙ୍କୁ ଓ ସ୍ତ୍ରୀଲୋକ, ବାଳକ ବାଳିକା ଓ ନପୁଂସକମାନଙ୍କୁ ସେ ସଙ୍ଗେ ନେଲା।
Lẹ́yìn náà Johanani ọmọkùnrin Karea àti gbogbo àwọn ọmọ-ogun tí wọn wà pẹ̀lú rẹ̀ sì kó gbogbo àwọn tí ó kù ní Mispa; àwọn tí ó ti rí gbà lọ́wọ́ Iṣmaeli ọmọkùnrin Netaniah; lẹ́yìn ìgbà tí ó ti pa Gedaliah ọmọ Ahikamu. Àwọn ọmọ-ogun, àwọn obìnrin, àwọn ọmọdé àti àwọn olórí ilé ẹjọ́ tí ó ti kó wa láti Gibeoni.
17 ଆଉ, ସେମାନେ କଲ୍‍ଦୀୟମାନଙ୍କ ସକାଶୁ ମିସରରେ ପ୍ରବେଶ କରିବା ନିମନ୍ତେ ପ୍ରସ୍ଥାନ କରି ବେଥଲିହିମ ନିକଟସ୍ଥ ଗେରୁତ୍ତ୍ୱ କିମ୍‍ହମ୍‍ରେ ବାସ କଲେ;
Wọ́n sì kúrò níbẹ̀, wọ́n dúró ní Geruti Kimhamu ní ẹ̀bá Bẹtilẹhẹmu ní ọ́nà ìrìnàjò wọn sí Ejibiti.
18 କାରଣ ନଥନୀୟର ପୁତ୍ର ଇଶ୍ମାୟେଲ, ବାବିଲ ରାଜାର ନିଯୁକ୍ତ ଦେଶର ଶାସନକର୍ତ୍ତା ଅହୀକାମ୍‍‍ର ପୁତ୍ର ଗଦଲୀୟଙ୍କୁ ବଧ କରିବା ହେତୁରୁ ସେମାନେ କଲ୍‍ଦୀୟମାନଙ୍କ ବିଷୟରେ ଭୀତ ହୋଇଥିଲେ।
Láti gba àwọn Babeli sílẹ̀. Wọ́n bẹ̀rù wọn nítorí wí pé, “Iṣmaeli ọmọ Netaniah ti pa Gedaliah ọmọ Ahikamu èyí tí ọba Babeli ti yàn gẹ́gẹ́ bí i gómìnà lórí ilẹ̀ náà.”

< ଯିରିମୀୟ 41 >