< ଯିରିମୀୟ 41 >
1 ଏଥିଉତ୍ତାରେ ସପ୍ତମ ମାସରେ ରାଜାର ଅମାତ୍ୟମାନଙ୍କ ମଧ୍ୟରେ ଗଣିତ ରାଜବଂଶୀୟ, ଇଲୀଶାମାର ପୌତ୍ର ନଥନୀୟର ପୁତ୍ର ଇଶ୍ମାୟେଲ ଓ ତାହା ସଙ୍ଗେ ଦଶ ଜଣ ପୁରୁଷ ମିସ୍ପାକୁ ଅହୀକାମ୍ର ପୁତ୍ର ଗଦଲୀୟ ନିକଟକୁ ଆସିଲେ; ଆଉ, ସେମାନେ ମିସ୍ପାରେ ଏକତ୍ର ଭୋଜନ କଲେ।
Ali u sedmom mjesecu dođe Jišmael, sin Elišamina sina Netanije, roda kraljevskoga, sa deset ljudi i potraži Gedaliju, sina Ahikamova, u Mispi. I dok su se ondje, u Mispi, zajedno gostili,
2 ସେତେବେଳେ ନଥନୀୟର ପୁତ୍ର ଇଶ୍ମାୟେଲ ଓ ତାହାର ସଙ୍ଗୀ ସେହି ଦଶ ଲୋକ ଉଠି ବାବିଲ ରାଜା ଦ୍ୱାରା ଦେଶର ଶାସନକର୍ତ୍ତା ପଦରେ ନିଯୁକ୍ତ, ଶାଫନ୍ର ପୌତ୍ର ଅହୀକାମ୍ର ପୁତ୍ର ଗଦଲୀୟଙ୍କୁ ଖଡ୍ଗାଘାତରେ ବଧ କଲେ।
diže se Jišmael, sin Netanijin, sa svojom desetoricom i mačem smakoše Gedaliju, sina Ahikamova. I tako ubi čovjeka koga kralj babilonski bijaše postavio nad zemljom.
3 ଆହୁରି, ମିସ୍ପାରେ ଗଦଲୀୟ ସଙ୍ଗେ ଥିବା ସମସ୍ତ ଯିହୁଦୀୟ ଲୋକଙ୍କୁ ଓ ସେଠାରେ ଯେଉଁ କଲ୍ଦୀୟମାନେ ଦେଖାଗଲେ, ସେମାନଙ୍କୁ, ଅର୍ଥାତ୍, ଯୋଦ୍ଧାମାନଙ୍କୁ ଇଶ୍ମାୟେଲ ବଧ କଲା।
A i sve Judejce koji bijahu s njim u Mispi, i Kaldejce, vojnike što se tu nađoše - Jišmael dade pogubiti.
4 ପୁଣି, ସେ ଗଦଲୀୟଙ୍କୁ ବଧ କଲା ଉତ୍ତାରେ, ସେ ବିଷୟ କେହି ନ ଜାଣିବା ପୂର୍ବରୁ,
Sutradan, pošto Gedalija bi ubijen, dok još nitko nije znao što se zbilo,
5 ଶିଖିମ, ଶୀଲୋ ଓ ଶମରୀୟାରୁ ଅଶୀ ଜଣ ପୁରୁଷ କ୍ଷୌର ଦାଢ଼ି ଓ ଛିନ୍ନବସ୍ତ୍ର ପରିହିତ ହୋଇ, ଆଉ ଆପଣା ଆପଣା ଶରୀରରେ ଅସ୍ତ୍ରାଘାତ କରି, ପୁଣି ସଦାପ୍ରଭୁଙ୍କ ଗୃହରେ ଉତ୍ସର୍ଗ କରିବା ପାଇଁ ଆପଣା ଆପଣା ହସ୍ତରେ ନୈବେଦ୍ୟ ଓ କୁନ୍ଦୁରୁ ନେଇ ଆସୁଥିଲେ।
dođoše ljudi iz Šekema, Šila i Samarije, njih osamdeset, obrijane brade, poderanih haljina i s urezima po tijelu, noseći u rukama prinose i tamjan da ih prinesu u Domu Jahvinu.
6 ତହିଁରେ ନଥନୀୟର ପୁତ୍ର ଇଶ୍ମାୟେଲ ସେମାନଙ୍କୁ ଭେଟିବା ପାଇଁ ମିସ୍ପାଠାରୁ ଗଲା; ଆଉ, ଯାଉ ଯାଉ ସେ ବାଟଯାକ କ୍ରନ୍ଦନ କରି କରି ଗଲା; ପୁଣି, ସେମାନଙ୍କ ସହିତ ସାକ୍ଷାତ ହୁଅନ୍ତେ, ସେ ସେମାନଙ୍କୁ କହିଲା, “ଅହୀକାମ୍ର ପୁତ୍ର ଗଦଲୀୟ ନିକଟକୁ ଆସ।”
Jišmael, sin Netanijin, iziđe im iz Mispe u susret, dok su oni, plačući, išli svojim putem. Kad ih stiže, reče im: “Dođite Gedaliji, sinu Ahikamovu!”
7 ଏଉତ୍ତାରେ ସେମାନେ ନଗରର ମଧ୍ୟସ୍ଥାନରେ ଉପସ୍ଥିତ ହୁଅନ୍ତେ, ନଥନୀୟର ପୁତ୍ର ଇଶ୍ମାୟେଲ ଓ ତାହାର ସଙ୍ଗୀ ପୁରୁଷମାନେ ସେମାନଙ୍କୁ ବଧ କରି କୂପରେ ପକାଇଦେଲେ।
A kad stigoše usred grada, Jišmael, sin Netanijin, i njegovi ljudi poklaše ih i baciše u čatrnju.
8 ମାତ୍ର ସେମାନଙ୍କ ମଧ୍ୟରୁ ଦଶ ଜଣ ଇଶ୍ମାୟେଲକୁ କହିଲେ, “ଆମ୍ଭମାନଙ୍କୁ ବଧ କର ନାହିଁ; କାରଣ ଆମ୍ଭେମାନେ କ୍ଷେତ୍ରରେ ଗହମ, ଯବ, ତୈଳ ଓ ମଧୁ ସଞ୍ଚୟ କରି ପୋତି ଲୁଚାଇ ରଖିଅଛୁ।” ତହିଁରେ ସେ କ୍ଷାନ୍ତ ହୋଇ ସେମାନଙ୍କ ଭ୍ରାତୃଗଣ ମଧ୍ୟରେ ସେମାନଙ୍କୁ ବଧ କଲା ନାହିଁ।
A među njima bijaše deset ljudi koji rekoše Jišmaelu: “Nemoj nas ubiti, jer imamo u poljima zakopanih zaliha pšenice, ječma, ulja i meda.” On tada odusta i ne ubi ih s braćom njihovom.
9 ଇଶ୍ମାୟେଲ ଯେଉଁ କୂପରେ ଆପଣା ଦ୍ୱାରା ହତ ଲୋକମାନଙ୍କର ଶବ ଗଦଲୀୟଙ୍କ ଶବ ନିକଟରେ ପକାଇଦେଲା, ସେହି କୂପ ଆସା ରାଜା, ଇସ୍ରାଏଲର ବାଶା ରାଜାର ଭୟରେ ପ୍ରସ୍ତୁତ କରିଥିଲେ; ପୁଣି, ନଥନୀୟର ପୁତ୍ର ଇଶ୍ମାୟେଲ ହତ ଲୋକମାନଙ୍କ ଶବରେ ତାହା ପରିପୂର୍ଣ୍ଣ କଲା।
A čatrnja u koju je Jišmael pobacao sva tjelesa pobijenih ljudi, velika čatrnja, bijaše ona ista koju je kralj Asa načinio protiv Baše, kralja izraelskoga. I sad ju je Jišmael, sin Netanijin, napunio pobijenim ljudima.
10 ଏଥିଉତ୍ତାରେ ଇଶ୍ମାୟେଲ, ମିସ୍ପାରେ ଅବଶିଷ୍ଟ ଥିବା ସମସ୍ତ ଲୋକଙ୍କୁ, ଅର୍ଥାତ୍, ସମସ୍ତ ରାଜକନ୍ୟାଗଣକୁ ଓ ମିସ୍ପାରେ ଅବଶିଷ୍ଟ ଥିବା ଯେସମସ୍ତ ଲୋକଙ୍କୁ ପ୍ରହରୀବର୍ଗର ସେନାପତି ନବୂଷରଦନ୍ ଅହୀକାମ୍ର ପୁତ୍ର ଗଦଲୀୟ ହସ୍ତରେ ସମର୍ପଣ କରିଥିଲା, ସେମାନଙ୍କୁ ବନ୍ଦୀ କରି ନେଇଗଲା; ନଥନୀୟର ପୁତ୍ର ଇଶ୍ମାୟେଲ ସେମାନଙ୍କୁ ବନ୍ଦୀ କରି ଅମ୍ମୋନ-ସନ୍ତାନଗଣର ନିକଟକୁ ଯିବା ପାଇଁ ପ୍ରସ୍ଥାନ କଲା।
Tada Jišmael odvede ostatak naroda iz Mispe, zajedno s kćerima kraljevim koje je Nebuzaradan, zapovjednik tjelesne straže, povjerio Gedaliji, sinu Ahikamovu: u cik zore krenu Jišmael, sin Netanijin, i zaputi se da prijeđe u zemlju Amonovih sinova.
11 ମାତ୍ର ନଥନୀୟର ପୁତ୍ର ଇଶ୍ମାୟେଲର ଏହିସବୁ ଦୁଷ୍କର୍ମ ବିଷୟ କାରେହର ପୁତ୍ର ଯୋହାନନ୍ ଓ ତାହାର ସଙ୍ଗୀ ସେନାପତି ସମସ୍ତେ ଶୁଣନ୍ତେ,
Ali kad Johanan, sin Kareahov, i svi vojni zapovjednici koji bijahu s njim saznadoše za sva zlodjela što ih Jišmael, sin Netanijin, bijaše počinio,
12 ସେମାନେ ସମସ୍ତ ଲୋକଙ୍କୁ ନେଇ ନଥନୀୟର ପୁତ୍ର ଇଶ୍ମାୟେଲ ସଙ୍ଗେ ଯୁଦ୍ଧ କରିବାକୁ ଗଲେ ଓ ଗିବୀୟୋନ୍ସ୍ଥିତ ମହାଜଳାଶୟ ନିକଟରେ ତାହାକୁ ଦେଖିଲେ।
uzeše sve svoje vojnike te krenuše u boj na Jišmaela, sina Netanijina. Nađoše ga uz veliku vodu u Gibeonu.
13 ସେତେବେଳେ ଇଶ୍ମାୟେଲ ସଙ୍ଗେ ଥିବା ସମସ୍ତ ଲୋକ କାରେହର ପୁତ୍ର ଯୋହାନନ୍କୁ ଓ ତାହାର ସଙ୍ଗୀ ସେନାପତିମାନଙ୍କୁ ଦେଖି ଆନନ୍ଦିତ ହେଲେ।
Čim oni ljudi što bijahu kod Jišmaela ugledaše Johanana, sina Kareahova, i sve vojne zapovjednike koji bijahu s njime, obradovaše se,
14 ତହିଁରେ ଇଶ୍ମାୟେଲ ଯେଉଁ ଲୋକମାନଙ୍କୁ ମିସ୍ପାରୁ ବନ୍ଦୀ କରି ନେଇଯାଇଥିଲା, ସେସମସ୍ତେ ଲେଉଟି କାରେହର ପୁତ୍ର ଯୋହାନନ୍ ନିକଟକୁ ଫେରି ଆସିଲେ।
i sav narod što ga je Jišmael odveo iz Mispe okrenu se i potrča Johananu, sinu Kareahovu.
15 ମାତ୍ର ନଥନୀୟର ପୁତ୍ର ଇଶ୍ମାୟେଲ ଆଠ ଜଣ ଲୋକ ସହିତ ଯୋହାନନ୍ ନିକଟରୁ ପଳାଇ ଅମ୍ମୋନ-ସନ୍ତାନଗଣର ନିକଟକୁ ଗଲା।
Ali Jišmael, sin Netanijin, sa osam ljudi, pobježe od Johanana i ode k sinovima Amonovim.
16 ତହୁଁ ନଥନୀୟର ପୁତ୍ର ଇଶ୍ମାୟେଲ ଅହୀକାମ୍ର ପୁତ୍ର ଗଦଲୀୟଙ୍କୁ ବଧ କଲା ଉତ୍ତାରେ କାରେହର ପୁତ୍ର ଯୋହାନନ୍ ଆପଣା ସଙ୍ଗୀ ସେନାପତିଗଣ ସହିତ ଯେସମସ୍ତ ଅବଶିଷ୍ଟ ଲୋକଙ୍କୁ ତାହା ହସ୍ତରୁ ଉଦ୍ଧାର କରି ମିସ୍ପାରୁ ଆଣିଥିଲା, ସେମାନଙ୍କୁ, ଅର୍ଥାତ୍, ଗିବୀୟୋନ୍ରୁ ଆଣିଥିବା ଯୋଦ୍ଧା ପୁରୁଷମାନଙ୍କୁ ଓ ସ୍ତ୍ରୀଲୋକ, ବାଳକ ବାଳିକା ଓ ନପୁଂସକମାନଙ୍କୁ ସେ ସଙ୍ଗେ ନେଲା।
Tada Johanan, sin Kareahov, i svi vojni zapovjednici koji bijahu s njim uzeše sav preostali narod što ga Jišmael, sin Netanijin, pošto ubi Gedaliju, sina Ahikamova, bijaše doveo iz Mispe: muškarce, žene i djecu i dvorjane koje dovede iz Gibeona.
17 ଆଉ, ସେମାନେ କଲ୍ଦୀୟମାନଙ୍କ ସକାଶୁ ମିସରରେ ପ୍ରବେଶ କରିବା ନିମନ୍ତେ ପ୍ରସ୍ଥାନ କରି ବେଥଲିହିମ ନିକଟସ୍ଥ ଗେରୁତ୍ତ୍ୱ କିମ୍ହମ୍ରେ ବାସ କଲେ;
Krenuše, a kod Svratišta Kimhama, koje je kraj Betlehema, oni se odmarahu da bi mogli nastaviti put i stići u Egipat,
18 କାରଣ ନଥନୀୟର ପୁତ୍ର ଇଶ୍ମାୟେଲ, ବାବିଲ ରାଜାର ନିଯୁକ୍ତ ଦେଶର ଶାସନକର୍ତ୍ତା ଅହୀକାମ୍ର ପୁତ୍ର ଗଦଲୀୟଙ୍କୁ ବଧ କରିବା ହେତୁରୁ ସେମାନେ କଲ୍ଦୀୟମାନଙ୍କ ବିଷୟରେ ଭୀତ ହୋଇଥିଲେ।
što dalje od Kaldejaca, kojih se bojahu: jer je Jišmael, sin Netanijin, ubio Gedaliju, sina Ahikamova, koga kralj babilonski bijaše postavio za namjesnika u zemlji.