< ଯିରିମୀୟ 39 >
1 ଏଥିଉତ୍ତାରେ ଯିହୁଦାର ରାଜା ସିଦିକୀୟଙ୍କ ରାଜତ୍ଵର ନବମ ବର୍ଷର ଦଶମ ମାସରେ ବାବିଲର ରାଜା ନବୂଖଦ୍ନିତ୍ସର ଓ ତାହାର ସମସ୍ତ ସୈନ୍ୟ ଯିରୂଶାଲମର ବିରୁଦ୍ଧରେ ଆସି ତାହା ଅବରୋଧ କଲେ;
Ó sì ṣe, nígbà tí a kó Jerusalẹmu, ní ọdún kẹsànán Sedekiah, ọba Juda, nínú oṣù kẹwàá, Nebukadnessari ọba Babeli gbógun ti Jerusalẹmu pẹ̀lú gbogbo ogun rẹ̀, wọ́n sì dó tì í.
2 ସିଦିକୀୟଙ୍କ ରାଜତ୍ଵର ଏକାଦଶ ବର୍ଷର ଚତୁର୍ଥ ମାସର ନବମ ଦିନରେ ନଗରର ଏକ ସ୍ଥାନ ଭଗ୍ନ ହେଲା। ଏହିରୂପେ ଯିରୂଶାଲମ ହସ୍ତଗତ ହୁଅନ୍ତେ,
Ní ọjọ́ kẹsànán, oṣù kẹrin ọdún kọkànlá Sedekiah, ni a wó odi ìlú náà.
3 ବାବିଲ ରାଜାର ଅଧିପତିସକଳ, ଅର୍ଥାତ୍, ନେର୍ଗଲ ଶରେତ୍ସର, ସମ୍ଗର-ନବୋ, ଶର୍ସଖୀମ୍, ରବ୍ସାରୀସ୍, ନେର୍ଗଲ ଶରେତ୍ସର, ରବମାଗ୍ ପ୍ରଭୃତି ବାବିଲ ରାଜାର ଅବଶିଷ୍ଟ ଅଧିପତି ସମସ୍ତେ ଭିତରେ ଆସି ମଧ୍ୟମ ଦ୍ୱାରରେ ବସିଲେ।
Nígbà náà ni gbogbo àwọn ìjòyè ọba Babeli wá, wọ́n sì jókòó ní àárín ẹnu ibodè, àní Nergali-Ṣareseri ti Samgari, Nebo-Sarsikimu olórí ìwẹ̀fà, Nergali-Ṣareseri, olórí amòye, pẹ̀lú gbogbo àwọn ìjòyè ọba Babeli yóò kú.
4 ତହିଁରେ ଯିହୁଦାର ରାଜା ସିଦିକୀୟ ଓ ଯୋଦ୍ଧା ସମସ୍ତେ ସେମାନଙ୍କୁ ଦେଖି ପଳାଇଗଲେ, ସେମାନେ ରାତ୍ରିକାଳରେ ରାଜାର ଉଦ୍ୟାନ ନିକଟସ୍ଥ ପଥ ଦେଇ ଦୁଇ ପ୍ରାଚୀରର ମଧ୍ୟସ୍ଥିତ ଦ୍ୱାରରେ ନଗରରୁ ବାହାରିଗଲେ; ପୁଣି, ସେ ଆରବା ପଥରେ ଚାଲିଗଲା।
Nígbà tí Sedekiah ọba Juda àti àwọn ọmọ-ogun rí wọn, wọ́n sá, wọ́n kúrò ní ìlú ní alẹ́, wọ́n gba ọ̀nà ọgbà ọba lọ láàrín ẹnu ibodè pẹ̀lú odi méjì, wọ́n dojúkọ aginjù.
5 ମାତ୍ର କଲ୍ଦୀୟମାନଙ୍କ ସୈନ୍ୟ ସେମାନଙ୍କ ପଛେ ଗୋଡ଼ାଇ ଯିରୀହୋ ପଦାରେ ସିଦିକୀୟ ନିକଟରେ ପହଞ୍ଚିଲେ ଓ ତାହାକୁ ଧରି ହମାତ୍ ଦେଶସ୍ଥ ରିବ୍ଲାରେ ବାବିଲର ରାଜା ନବୂଖଦ୍ନିତ୍ସର ନିକଟକୁ ଆଣିଲେ, ତହିଁରେ ସେ ତାହାର ଦଣ୍ଡାଜ୍ଞା ଦେଲା।
Ṣùgbọ́n nígbà tí àwọn ọmọ-ogun Babeli lé wọn, wọ́n bá Sedekiah láàrín aginjù Jeriko. Wọ́n mú un ní ìgbèkùn, wọ́n sì mú u tọ Nebukadnessari ọba Babeli àti Ribla ní ilẹ̀ Hamati, níbi tí wọ́n ti ṣe ìdájọ́ rẹ̀.
6 ପୁଣି, ବାବିଲର ରାଜା ରିବ୍ଲାରେ ସିଦିକୀୟର ଦୃଷ୍ଟିଗୋଚରରେ ତାହାର ପୁତ୍ରମାନଙ୍କୁ ବଧ କଲା; ମଧ୍ୟ ବାବିଲର ରାଜା ଯିହୁଦାର ଅଧିପତି ସମସ୍ତଙ୍କୁ ବଧ କଲା।
Níbẹ̀ ní Ribla, ni ọba Babeli ti dúńbú àwọn ọmọ Sedekiah lójú rẹ̀, tí ó sì tún pa gbogbo àwọn ọlọ́lá ilẹ̀ Juda.
7 ଆହୁରି, ସେ ସିଦିକୀୟର ଚକ୍ଷୁ ଉପାଡ଼ି ତାହାକୁ ବାବିଲକୁ ନେଇଯିବା ନିମନ୍ତେ ଶୃଙ୍ଖଳରେ ବଦ୍ଧ କଲା।
Nígbà náà ni ó fọ́ ojú Sedekiah, ó sì dè é pẹ̀lú ẹ̀wọ̀n láti gbé e lọ sí ilẹ̀ Babeli.
8 ପୁଣି, କଲ୍ଦୀୟମାନେ ରାଜାର ଗୃହ ଓ ଲୋକମାନଙ୍କର ଗୃହସବୁ ଅଗ୍ନିରେ ଦଗ୍ଧ କଲେ, ଆଉ ଯିରୂଶାଲମର ପ୍ରାଚୀରସବୁ ଭାଙ୍ଗି ପକାଇଲେ।
Àwọn Babeli dáná sun ààfin ọba àti ilé àwọn ènìyàn, wọ́n sì wó odi Jerusalẹmu.
9 ପୁଣି, ପ୍ରହରୀବର୍ଗର ସେନାପତି ନବୂଷରଦନ୍, ନଗରରେ ଥିବା ଅବଶିଷ୍ଟ ଲୋକମାନଙ୍କୁ, ମଧ୍ୟ ତାହାର ପକ୍ଷ ହୋଇଥିବା ପଳାତକମାନଙ୍କୁ ବନ୍ଦୀ କରି ବାବିଲକୁ ନେଇଗଲା।
Nebusaradani olórí àwọn ọmọ-ogun mú lọ sí ìgbèkùn Babeli pẹ̀lú gbogbo àwọn tí ó ṣẹ́kù nínú ìlú.
10 ମାତ୍ର ପ୍ରହରୀବର୍ଗର ସେନାପତି ନବୂଷରଦନ୍, କେତେଗୁଡ଼ିଏ ଦୀନ ଦରିଦ୍ର ଲୋକଙ୍କୁ ଯିହୁଦା ଦେଶରେ ଛାଡ଼ିକରି ଗଲା, ଆଉ ସେହି ସମୟରେ ସେମାନଙ୍କୁ ଦ୍ରାକ୍ଷାକ୍ଷେତ୍ର ଓ ଭୂମି ଦେଲା।
Ṣùgbọ́n Nebusaradani olórí ogun fi àwọn aláìní sílẹ̀ ní Juda, àwọn tí kò ní ohun kankan ní àkókò náà, ó fún wọn ní ọgbà àjàrà àti oko.
11 ପୁଣି, ବାବିଲର ରାଜା ନବୂଖଦ୍ନିତ୍ସର ଯିରିମୀୟଙ୍କ ବିଷୟରେ ପ୍ରହରୀବର୍ଗର ସେନାପତି ନବୂଷରଦନ୍କୁ ଏହି ଆଜ୍ଞା କଲା,
Nísinsin yìí, Nebukadnessari ọba àwọn Babeli pàṣẹ lórí Jeremiah, láti ọ̀dọ̀ Nebusaradani olórí ogun wá wí pé:
12 “ତୁମ୍ଭେ ତାଙ୍କୁ ନେଇ ଭଲ ରୂପେ ତାଙ୍କର ତତ୍ତ୍ୱାବଧାନ କର ଓ ତାଙ୍କର କୌଣସି କ୍ଷତି କର ନାହିଁ; ପୁଣି, ସେ ଯେପରି ତୁମ୍ଭକୁ କହନ୍ତି, ସେପରି ତାଙ୍କ ପ୍ରତି କର।”
“Ẹ gbé e, kí ẹ sì bojútó o. Ẹ má ṣe ṣe ohun búburú fún un, ṣùgbọ́n ohunkóhun tó bá béèrè ni kí ẹ fi fún un.”
13 ତହିଁରେ ପ୍ରହରୀବର୍ଗର ସେନାପତି ନବୂଷରଦନ୍ ଓ ନବୂଶସ୍ବନ୍, ରବ୍ସାରୀସ୍ ଓ ନେର୍ଗଲ ଶରେତ୍ସର, ରବମାଗ୍ ଓ ବାବିଲ ରାଜାର ସମସ୍ତ ପ୍ରଧାନବର୍ଗ ଲୋକ ପଠାଇଲେ।
Bẹ́ẹ̀ gẹ́gẹ́ pẹ̀lú, Nebusaradani balógun ìṣọ́, àti Nebusaradani olórí ìwẹ̀fà, àti Nergali-Ṣareseri, olórí amòye àti gbogbo àwọn ìjòyè ọba Babeli,
14 ସେମାନେ ଲୋକ ପଠାଇ ପ୍ରହରୀ ପ୍ରାଙ୍ଗଣରୁ ଯିରିମୀୟଙ୍କୁ ଆଣିଲେ, ପୁଣି ଗୃହକୁ ନେଇଯିବା ନିମନ୍ତେ ତାଙ୍କୁ ଶାଫନ୍ର ପୌତ୍ର ଅହୀକାମ୍ର ପୁତ୍ର ଗଦଲୀୟଙ୍କ ହସ୍ତରେ ସମର୍ପଣ କଲେ; ତହିଁରେ ଯିରିମୀୟ ଲୋକମାନଙ୍କ ମଧ୍ୟରେ ବାସ କଲେ।
ránṣẹ́ láti mú Jeremiah kúrò nínú túbú. Wọ́n gbé e lọ fún Gedaliah ọmọ Ahikamu ọmọ Ṣafani láti mú padà lọ sí ilé àti máa wà pẹ̀lú àwọn ènìyàn rẹ̀.
15 ଯିରିମୀୟ ପ୍ରହରୀ ପ୍ରାଙ୍ଗଣରେ ବନ୍ଦ ଥିବା ସମୟରେ, ତାହାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା।
Nígbà tí Jeremiah wà nínú túbú, ọ̀rọ̀ Olúwa tọ̀ ọ́ wá wí pé:
16 “ତୁମ୍ଭେ ଯାଇ କୂଶୀୟ ଏବଦ୍-ମେଲକକୁ କୁହ, ‘ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; ଦେଖ, ମଙ୍ଗଳର ନିମନ୍ତେ ନୁହେଁ, ମାତ୍ର ଅମଙ୍ଗଳର ନିମନ୍ତେ ଆମ୍ଭେ ଏହି ନଗର ଉପରେ ଆପଣାର ବାକ୍ୟସବୁ ସଫଳ କରିବା; ପୁଣି, ସେଦିନ ତୁମ୍ଭ ସାକ୍ଷାତରେ ସେସବୁ ସଫଳ ହେବ।
“Lọ sọ fún Ebedimeleki ará Kuṣi, ‘Èyí ni ohun tí Olúwa àwọn ọmọ-ogun, Ọlọ́run Israẹli wí: Èmi ṣetán láti mú ọ̀rọ̀ mi ṣẹ lórí ìlú yìí nípa àjálù kì í ṣe àlàáfíà. Ní àkókò náà ni yóò ṣẹ lójú rẹ.
17 ମାତ୍ର ସଦାପ୍ରଭୁ କହନ୍ତି, ସେଦିନରେ ଆମ୍ଭେ ତୁମ୍ଭକୁ ଉଦ୍ଧାର କରିବା; ପୁଣି, ତୁମ୍ଭେ ଯେଉଁ ଲୋକମାନଙ୍କ ବିଷୟରେ ଭୟ କରୁଅଛ, ସେମାନଙ୍କ ହସ୍ତରେ ସମର୍ପିତ ହେବ ନାହିଁ।
Ṣùgbọ́n, Èmi yóò gbà ọ́ lọ́jọ́ náà ni Olúwa wí. A kò ní fi ọ́ lé ọwọ́ àwọn tí o bẹ̀rù.
18 କାରଣ ଆମ୍ଭେ ନିଶ୍ଚୟ ତୁମ୍ଭକୁ ରକ୍ଷା କରିବା, ତୁମ୍ଭେ ଖଡ୍ଗରେ ପତିତ ହେବ ନାହିଁ, ମାତ୍ର ତୁମ୍ଭ ପ୍ରାଣ ତୁମ୍ଭ ପ୍ରତି ଲୁଟିତ ଦ୍ରବ୍ୟ ସ୍ୱରୂପ ହେବ: ଯେହେତୁ ତୁମ୍ଭେ ଆମ୍ଭଠାରେ ବିଶ୍ୱାସ କରିଅଛ, ଏହା ସଦାପ୍ରଭୁ କହନ୍ତି।’”
Èmi yóò gbà ọ́ là; o kò ní ṣubú láti ipa idà; ṣùgbọ́n ìwọ yóò sá àsálà fún ẹ̀mí rẹ, nítorí pé ìwọ ní ìgbẹ́kẹ̀lé nínú mi, ni Olúwa wí.’”