< ଯିରିମୀୟ 38 >

1 ଏଥିଉତ୍ତାରେ ମତ୍ତନର ପୁତ୍ର ଶଫଟୀୟ, ପଶ୍‍ହୂର ପୁତ୍ର ଗଦଲୀୟ, ଶେଲିମୀୟର ପୁତ୍ର ଯିହଖଲ ଓ ମଲ୍‍କୀୟର ପୁତ୍ର ପଶ୍‍ହୂର, ସମସ୍ତ ଲୋକଙ୍କ ନିକଟରେ ଯିରିମୀୟଙ୍କ କଥିତ ଏହି ବାକ୍ୟ ଶୁଣିଲେ, ଯଥା,
וישמע שפטיה בן מתן וגדליהו בן פשחור ויוכל בן שלמיהו ופשחור בן מלכיה את הדברים אשר ירמיהו מדבר אל כל העם לאמר׃
2 “ସଦାପ୍ରଭୁ ଏହି କଥା କହନ୍ତି, ଯେକେହି ଏହି ନଗରରେ ରହିବ, ସେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀରେ ମରିବ; ମାତ୍ର ଯେକେହି ବାହାର ହୋଇ କଲ୍‍ଦୀୟମାନଙ୍କ ନିକଟକୁ ଯିବ, ସେ ବଞ୍ଚିବ, ତାହାର ପ୍ରାଣ ତାହା ପ୍ରତି ଲୁଟିତ ଦ୍ରବ୍ୟ ତୁଲ୍ୟ ହେବ ଓ ସେ ବଞ୍ଚିବ।”
כה אמר יהוה הישב בעיר הזאת ימות בחרב ברעב ובדבר והיצא אל הכשדים יחיה והיתה לו נפשו לשלל וחי׃
3 ସଦାପ୍ରଭୁ ଏହି କଥା କହନ୍ତି, “ଏହି ନଗର ବାବିଲ ରାଜାର ସୈନ୍ୟ ହସ୍ତରେ ନିଶ୍ଚୟ ସମର୍ପିତ ହେବ ଓ ସେ ତାହା ହସ୍ତଗତ କରିବ।”
כה אמר יהוה הנתן תנתן העיר הזאת ביד חיל מלך בבל ולכדה׃
4 ତହିଁରେ ଅଧିପତିମାନେ ରାଜାକୁ କହିଲେ, “ଆମ୍ଭେମାନେ ବିନୟ କରୁଅଛୁ, ଏହି ଲୋକର ପ୍ରାଣଦଣ୍ଡର ଆଜ୍ଞା ହେଉ; କାରଣ ସେ ଏହି ପ୍ରକାର କଥା କହି ଏହି ନଗରରେ ଥିବା ଅବଶିଷ୍ଟ ଯୋଦ୍ଧାମାନଙ୍କ ହସ୍ତ ଓ ସକଳ ଲୋକଙ୍କ ହସ୍ତ ଦୁର୍ବଳ କରୁଅଛି; ପୁଣି, ଏ ବ୍ୟକ୍ତି ଏହି ଲୋକମାନଙ୍କର ମଙ୍ଗଳ ନୁହେଁ, କେବଳ ଅମଙ୍ଗଳର ଚେଷ୍ଟା କରୁଅଛି।”
ויאמרו השרים אל המלך יומת נא את האיש הזה כי על כן הוא מרפא את ידי אנשי המלחמה הנשארים בעיר הזאת ואת ידי כל העם לדבר אליהם כדברים האלה כי האיש הזה איננו דרש לשלום לעם הזה כי אם לרעה׃
5 ଏଥିରେ ସିଦିକୀୟ ରାଜା କହିଲା, “ଦେଖ, ସେ ତୁମ୍ଭମାନଙ୍କ ହସ୍ତରେ ଅଛି; କାରଣ ରାଜା ତୁମ୍ଭମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟ କରିବା ଲୋକ ନୁହନ୍ତି।”
ויאמר המלך צדקיהו הנה הוא בידכם כי אין המלך יוכל אתכם דבר׃
6 ତହିଁରେ ସେମାନେ ଯିରିମୀୟଙ୍କୁ ଧରି ପ୍ରହରୀ ପ୍ରାଙ୍ଗଣସ୍ଥିତ, ମଲ୍‍କୀୟ ରାଜପୁତ୍ରର କୂପରେ ପକାଇଦେଲେ; ଅର୍ଥାତ୍‍, ସେମାନେ ରଜ୍ଜୁ ଦ୍ୱାରା ଯିରିମୀୟଙ୍କୁ ଓହ୍ଲାଇ ଦେଲେ। ପୁଣି, ସେହି କୂପରେ ଜଳ ନ ଥିଲା, କେବଳ ପଙ୍କ ଥିଲା। ଆଉ, ଯିରିମୀୟ ସେହି ପଙ୍କରେ ମଗ୍ନପ୍ରାୟ ହେଲେ।
ויקחו את ירמיהו וישלכו אתו אל הבור מלכיהו בן המלך אשר בחצר המטרה וישלחו את ירמיהו בחבלים ובבור אין מים כי אם טיט ויטבע ירמיהו בטיט׃
7 ଏଥିମଧ୍ୟରେ ସେମାନେ ଯିରିମୀୟଙ୍କୁ କୂପରେ ପକାଇ ଦେଇଅଛନ୍ତି ବୋଲି, ରାଜଗୃହସ୍ଥିତ ଏବଦ୍‍-ମେଲକ ନାମକ ଜଣେ କୂଶୀୟ ନପୁଂସକ ଲୋକ ଶୁଣିଲା; ସେସମୟରେ ରାଜା ବିନ୍ୟାମୀନ୍ ଦ୍ୱାରରେ ଉପବିଷ୍ଟ ଥିଲା।
וישמע עבד מלך הכושי איש סריס והוא בבית המלך כי נתנו את ירמיהו אל הבור והמלך יושב בשער בנימן׃
8 ଏବଦ୍‍-ମେଲକ ରାଜଗୃହରୁ ବାହାରି ରାଜାକୁ କହିଲା,
ויצא עבד מלך מבית המלך וידבר אל המלך לאמר׃
9 “ହେ ଆମ୍ଭର ପ୍ରଭୁ ମହାରାଜ, ଏହି ଲୋକମାନେ ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କ ପ୍ରତି ନିତାନ୍ତ ମନ୍ଦ ବ୍ୟବହାର କରିଅଛନ୍ତି, ସେମାନେ ତାଙ୍କୁ କୂପରେ ପକାଇଅଛନ୍ତି; ସେ ଯେଉଁଠାରେ ଅଛନ୍ତି, ଦୁର୍ଭିକ୍ଷ ସକାଶୁ ସେଠାରେ ସେ ମଲା ପରି ଅଛନ୍ତି, କାରଣ ନଗରରେ ଆଉ ରୁଟି ନାହିଁ।”
אדני המלך הרעו האנשים האלה את כל אשר עשו לירמיהו הנביא את אשר השליכו אל הבור וימת תחתיו מפני הרעב כי אין הלחם עוד בעיר׃
10 ସେତେବେଳେ ରାଜା କୂଶୀୟ ଏବଦ୍‍-ମେଲକକୁ ଆଜ୍ଞା କଲା, “ତୁମ୍ଭେ ଏଠାରୁ ତିରିଶ ଜଣ ଲୋକ ଆପଣା ସଙ୍ଗରେ ନେଇ ଯିରିମୀୟ ଭବିଷ୍ୟଦ୍‍ବକ୍ତା ମରିବା ପୂର୍ବରୁ ତାଙ୍କୁ କୂପରୁ ବାହାର କରି ଆଣ।”
ויצוה המלך את עבד מלך הכושי לאמר קח בידך מזה שלשים אנשים והעלית את ירמיהו הנביא מן הבור בטרם ימות׃
11 ତହିଁରେ ଏବଦ୍‍-ମେଲକ ଆପଣା ସଙ୍ଗେ ସେହି ଲୋକମାନଙ୍କୁ ନେଇ ରାଜଗୃହକୁ ଯାଇ ଭଣ୍ଡାରର ତଳରୁ କେତେଗୁଡ଼ିଏ ପୁରୁଣା ତ୍ୟକ୍ତ ବସ୍ତ୍ର ଓ ଚିରାକନା ନେଲା, ଆଉ ରଜ୍ଜୁ ଦ୍ୱାରା ସେସବୁ କୂପରେ ଯିରିମୀୟଙ୍କୁ ଦେଲା।
ויקח עבד מלך את האנשים בידו ויבא בית המלך אל תחת האוצר ויקח משם בלוי הסחבות ובלוי מלחים וישלחם אל ירמיהו אל הבור בחבלים׃
12 ପୁଣି, କୂଶୀୟ ଏବଦ୍‍-ମେଲକ ଯିରିମୀୟଙ୍କୁ କହିଲା, “ସେହି ପୁରୁଣା ତ୍ୟକ୍ତ ବସ୍ତ୍ର ଓ ଚିରାକନା ଆପଣା କକ୍ଷମୂଳରେ ରଜ୍ଜୁ ତଳେ ଦିଅ।”
ויאמר עבד מלך הכושי אל ירמיהו שים נא בלואי הסחבות והמלחים תחת אצלות ידיך מתחת לחבלים ויעש ירמיהו כן׃
13 ତହିଁରେ ଯିରିମୀୟ ସେପରି କଲେ। ତହୁଁ ସେମାନେ ରଜ୍ଜୁ ଧରି ଟାଣି ଯିରିମୀୟଙ୍କୁ କୂପରୁ ବାହାର କରି ଆଣିଲେ। ପୁଣି, ଯିରିମୀୟ ପ୍ରହରୀ ପ୍ରାଙ୍ଗଣରେ ରହିଲେ।
וימשכו את ירמיהו בחבלים ויעלו אתו מן הבור וישב ירמיהו בחצר המטרה׃
14 ଏଥିଉତ୍ତାରେ ସିଦିକୀୟ ରାଜା ଲୋକ ପଠାଇ ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କୁ ସଦାପ୍ରଭୁଙ୍କ ଗୃହର ତୃତୀୟ ପ୍ରବେଶ ସ୍ଥାନରେ ଆପଣା ନିକଟକୁ ଅଣାଇଲା। ଆଉ, ରାଜା ଯିରିମୀୟଙ୍କୁ କହିଲା, “ମୁଁ ତୁମ୍ଭକୁ ଗୋଟିଏ କଥା ପଚାରିବି; ତୁମ୍ଭେ ମୋʼ ଠାରୁ କିଛି ଗୋପନ କରିବ ନାହିଁ।”
וישלח המלך צדקיהו ויקח את ירמיהו הנביא אליו אל מבוא השלישי אשר בבית יהוה ויאמר המלך אל ירמיהו שאל אני אתך דבר אל תכחד ממני דבר׃
15 ତେବେ ଯିରିମୀୟ ସିଦିକୀୟକୁ କହିଲେ, “ମୁଁ ଯଦି ଆପଣଙ୍କୁ ତାହା ଜଣାଇବି, ତେବେ ଆପଣ କି ମୋତେ ନିଶ୍ଚୟ ବଧ କରିବେ ନାହିଁ? ଆଉ, ମୁଁ ଯଦି ଆପଣଙ୍କୁ ପରାମର୍ଶ ଦେବି, ତେବେ ଆପଣ ମୋʼ କଥା ଶୁଣିବେ ନାହିଁ।”
ויאמר ירמיהו אל צדקיהו כי אגיד לך הלוא המת תמיתני וכי איעצך לא תשמע אלי׃
16 ତହିଁରେ ସିଦିକୀୟ ରାଜା ଗୋପନରେ ଯିରିମୀୟଙ୍କ ନିକଟରେ ଶପଥ କରି କହିଲା, “ଆମ୍ଭମାନଙ୍କର ଏହି ଜୀବାତ୍ମାର ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କର ଶପଥ, ମୁଁ ତୁମ୍ଭକୁ ବଧ କରିବି ନାହିଁ, କିଅବା ତୁମ୍ଭ ପ୍ରାଣନାଶର ଚେଷ୍ଟାକାରୀ ଏହି ଲୋକମାନଙ୍କ ହସ୍ତରେ ସମର୍ପଣ କରିବି ନାହିଁ।”
וישבע המלך צדקיהו אל ירמיהו בסתר לאמר חי יהוה את אשר עשה לנו את הנפש הזאת אם אמיתך ואם אתנך ביד האנשים האלה אשר מבקשים את נפשך׃
17 ସେତେବେଳେ ଯିରିମୀୟ ସିଦିକୀୟକୁ କହିଲେ, “ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର, ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; ଯଦି ତୁମ୍ଭେ ବାହାର ହୋଇ ବାବିଲ ରାଜାର ଅଧିପତିମାନଙ୍କ ନିକଟକୁ ଯିବ, ତେବେ ତୁମ୍ଭର ପ୍ରାଣ ବଞ୍ଚିବ ଓ ଏହି ନଗର ଅଗ୍ନିରେ ଦଗ୍ଧ ହେବ ନାହିଁ; ପୁଣି, ତୁମ୍ଭେ ଓ ତୁମ୍ଭ ପରିବାର ବଞ୍ଚିବ।
ויאמר ירמיהו אל צדקיהו כה אמר יהוה אלהי צבאות אלהי ישראל אם יצא תצא אל שרי מלך בבל וחיתה נפשך והעיר הזאת לא תשרף באש וחיתה אתה וביתך׃
18 ମାତ୍ର ଯଦି ତୁମ୍ଭେ ବାହାର ହୋଇ ବାବିଲ ରାଜାର ଅଧିପତିମାନଙ୍କ ନିକଟକୁ ଯିବ ନାହିଁ, ତେବେ ଏହି ନଗର କଲ୍‍ଦୀୟମାନଙ୍କ ହସ୍ତରେ ସମର୍ପିତ ହେବ ଓ ସେମାନେ ଅଗ୍ନିରେ ତାହା ଦଗ୍ଧ କରିବେ, ଆଉ ତୁମ୍ଭେ ସେମାନଙ୍କ ହସ୍ତରୁ ରକ୍ଷା ପାଇବ ନାହିଁ।”
ואם לא תצא אל שרי מלך בבל ונתנה העיר הזאת ביד הכשדים ושרפוה באש ואתה לא תמלט מידם׃
19 ଏଥିରେ ସିଦିକୀୟ ରାଜା ଯିରିମୀୟଙ୍କୁ କହିଲା, “ଯେଉଁ ଯିହୁଦୀ ଲୋକମାନେ କଲ୍‍ଦୀୟମାନଙ୍କ ପକ୍ଷକୁ ଯାଇଅଛନ୍ତି, ସେମାନଙ୍କୁ ମୁଁ ଭୟ କରୁଅଛି, କେଜାଣି ଲୋକେ ମୋତେ ସେମାନଙ୍କ ହସ୍ତରେ ସମର୍ପଣ କରିବେ, ଆଉ ସେମାନେ ମୋତେ ପରିହାସ କରିବେ।”
ויאמר המלך צדקיהו אל ירמיהו אני דאג את היהודים אשר נפלו אל הכשדים פן יתנו אתי בידם והתעללו בי׃
20 ମାତ୍ର ଯିରିମୀୟ କହିଲେ, “ସେମାନେ ଆପଣଙ୍କୁ ସମର୍ପଣ କରିବେ ନାହିଁ। ବିନୟ କରୁଅଛି, ମୋʼ ଦ୍ୱାରା କଥିତ ସଦାପ୍ରଭୁଙ୍କର ବାକ୍ୟ ଆପଣ ମାନନ୍ତୁ; ତହିଁରେ ଆପଣଙ୍କର ମଙ୍ଗଳ ହେବ ଓ ଆପଣଙ୍କ ପ୍ରାଣ ବଞ୍ଚିବ।
ויאמר ירמיהו לא יתנו שמע נא בקול יהוה לאשר אני דבר אליך וייטב לך ותחי נפשך׃
21 ମାତ୍ର ଯଦି ଆପଣ ବାହାରି ଯିବା ପାଇଁ ଅସମ୍ମତ ହୁଅନ୍ତି, ତେବେ ସଦାପ୍ରଭୁ ଯେଉଁ କଥା ମୋତେ ଜଣାଇ ଅଛନ୍ତି, ତାହା ଏହି:
ואם מאן אתה לצאת זה הדבר אשר הראני יהוה׃
22 ଦେଖନ୍ତୁ, ଯେତେ ସ୍ତ୍ରୀଲୋକ ଯିହୁଦାର ରାଜଗୃହରେ ଅବଶିଷ୍ଟ ଅଛନ୍ତି, ସେମାନେ ସମସ୍ତେ ବାବିଲ ରାଜାର ଅଧିପତିମାନଙ୍କ ନିକଟକୁ ଅଣାଯିବେ, ଆଉ ସେହି ସ୍ତ୍ରୀମାନେ କହିବେ, ‘ତୁମ୍ଭର ସୁହୃଦମାନେ ତୁମ୍ଭକୁ ପ୍ରବର୍ତ୍ତାଇ ତୁମ୍ଭକୁ ପରାସ୍ତ କରିଅଛନ୍ତି; ଆଉ, ଏବେ ତୁମ୍ଭର ପାଦ ପଙ୍କରେ ମଗ୍ନ ହେବାରୁ ସେମାନେ ତୁମ୍ଭଠାରୁ ବିମୁଖ ହୋଇଅଛନ୍ତି।’
והנה כל הנשים אשר נשארו בבית מלך יהודה מוצאות אל שרי מלך בבל והנה אמרות הסיתוך ויכלו לך אנשי שלמך הטבעו בבץ רגלך נסגו אחור׃
23 ପୁଣି, ଲୋକମାନେ ଆପଣଙ୍କ ଭାର୍ଯ୍ୟା ଓ ସନ୍ତାନ ସମସ୍ତଙ୍କୁ ବାହାର କରି କଲ୍‍ଦୀୟମାନଙ୍କ ନିକଟକୁ ଆଣିବେ; ଆଉ, ଆପଣ ସେମାନଙ୍କ ହସ୍ତରୁ ରକ୍ଷା ପାଇବେ ନାହିଁ, ମାତ୍ର ବାବିଲ ରାଜାର ହସ୍ତରେ ଧରାଯିବେ ଓ ଆପଣ ଏହି ନଗରକୁ ଅଗ୍ନିରେ ଦଗ୍ଧ କରାଇବେ।”
ואת כל נשיך ואת בניך מוצאים אל הכשדים ואתה לא תמלט מידם כי ביד מלך בבל תתפש ואת העיר הזאת תשרף באש׃
24 ଏଥିରେ ସିଦିକୀୟ ଯିରିମୀୟଙ୍କୁ କହିଲା, “ଏସବୁ କଥା କେହି ନ ଜାଣୁ, ତହିଁରେ ତୁମ୍ଭେ ମରିବ ନାହିଁ।
ויאמר צדקיהו אל ירמיהו איש אל ידע בדברים האלה ולא תמות׃
25 ମାତ୍ର ମୁଁ ତୁମ୍ଭ ସଙ୍ଗେ କଥାବାର୍ତ୍ତା କରିଅଛି ବୋଲି ଯଦି ଅଧିପତିମାନେ ଶୁଣନ୍ତି ଓ ତୁମ୍ଭ ନିକଟକୁ ଆସି କହନ୍ତି, ‘ତୁମ୍ଭେ ରାଜାଙ୍କୁ କି କି କଥା କହିଅଛ, ତାହା ଆମ୍ଭମାନଙ୍କୁ ଜଣାଅ; ସେ କଥା, ମଧ୍ୟ ରାଜା ତୁମ୍ଭକୁ ଯାହା କହିଅଛନ୍ତି, ତାହା, ଆମ୍ଭମାନଙ୍କଠାରୁ ଗୋପନ ନ କର, ତହିଁରେ ଆମ୍ଭେମାନେ ତୁମ୍ଭକୁ ବଧ କରିବୁ ନାହିଁ।’
וכי ישמעו השרים כי דברתי אתך ובאו אליך ואמרו אליך הגידה נא לנו מה דברת אל המלך אל תכחד ממנו ולא נמיתך ומה דבר אליך המלך׃
26 ସେତେବେଳେ ତୁମ୍ଭେ ସେମାନଙ୍କୁ କହିବ, ‘ମୋତେ ଯୋନାଥନ ଗୃହରେ ମରିବା ପାଇଁ ରାଜା ଯେପରି ଫେରି ନ ପଠାନ୍ତି, ଏଥିପାଇଁ ମୁଁ ତାଙ୍କ ଛାମୁରେ ନିବେଦନ କଲି।’”
ואמרת אליהם מפיל אני תחנתי לפני המלך לבלתי השיבני בית יהונתן למות שם׃
27 ଏଥିଉତ୍ତାରେ ଅଧିପତି ସମସ୍ତେ ଯିରିମୀୟଙ୍କ ନିକଟକୁ ଆସି ତାଙ୍କୁ ପଚାରିଲେ; ତହିଁରେ ସେ ରାଜାଙ୍କ ଆଜ୍ଞାନୁସାରେ ଏହିସବୁ କଥା ସେମାନଙ୍କୁ ଜଣାଇଲେ। ତହୁଁ ସେମାନେ ତାଙ୍କ ସଙ୍ଗେ କଥା କହିବାର ତ୍ୟାଗ କଲେ; କାରଣ କଥା ପ୍ରକାଶ ପାଇଲା ନାହିଁ।
ויבאו כל השרים אל ירמיהו וישאלו אתו ויגד להם ככל הדברים האלה אשר צוה המלך ויחרשו ממנו כי לא נשמע הדבר׃
28 ତହିଁରେ ଯିରୂଶାଲମର ପରାଜୟ ଦିନ ପର୍ଯ୍ୟନ୍ତ ଯିରିମୀୟ ପ୍ରହରୀ ପ୍ରାଙ୍ଗଣରେ ରହିଲେ।
וישב ירמיהו בחצר המטרה עד יום אשר נלכדה ירושלם והיה כאשר נלכדה ירושלם׃

< ଯିରିମୀୟ 38 >