< ଯିରିମୀୟ 36 >
1 ଏଥିଉତ୍ତାରେ ଯୋଶୀୟର ପୁତ୍ର, ଯିହୁଦାର ରାଜା ଯିହୋୟାକୀମ୍ଙ୍କ ରାଜତ୍ଵର ଚତୁର୍ଥ ବର୍ଷରେ ସଦାପ୍ରଭୁଙ୍କଠାରୁ ଯିରିମୀୟଙ୍କ ନିକଟରେ ଏହି ବାକ୍ୟ ଉପସ୍ଥିତ ହେଲା, ଯଥା,
Ngomnyaka wesine kaJehoyakhimi indodana kaJosiya inkosi yakoJuda ilizwi leli lafika kuJeremiya livela kuThixo, lisithi:
2 “ତୁମ୍ଭେ ଖଣ୍ଡେ ନଳାକାର ପୁସ୍ତକ ନିଅ, ପୁଣି ଆମ୍ଭେ ତୁମ୍ଭକୁ କଥା କହିବା ଦିନଠାରୁ, ଯୋଶୀୟଙ୍କ ରାଜତ୍ୱ ଦିନଠାରୁ ଆଜି ପର୍ଯ୍ୟନ୍ତ ଇସ୍ରାଏଲର, ଯିହୁଦାର ଓ ସମସ୍ତ ଗୋଷ୍ଠୀର ବିରୁଦ୍ଧରେ ଯାହା ଯାହା ତୁମ୍ଭକୁ କହିଅଛୁ, ସେହି ସମସ୍ତ ବାକ୍ୟ ତହିଁରେ ଲେଖ।
“Thatha umqulu ulobe kuwo wonke amazwi engawatsho kuwe ngo-Israyeli, uJuda lezinye zonke izizwe kusukela ngiqalisa ukukhuluma kuwe ekubuseni kukaJosiya kuze kube khathesi.
3 ହୋଇପାରେ, ଆମ୍ଭେ ଯିହୁଦା ବଂଶ ପ୍ରତି ଯେସକଳ ଅମଙ୍ଗଳ ଘଟାଇବାର ସଂକଳ୍ପ କରିଅଛୁ, ସେମାନେ ତାହାସବୁ ଶୁଣି ପ୍ରତ୍ୟେକେ ଆପଣା ଆପଣା କୁପଥରୁ ଫେରିବେ; ତାହାହେଲେ, ଆମ୍ଭେ ସେମାନଙ୍କର ଅଧର୍ମ ଓ ପାପ କ୍ଷମା କରିବା।”
Mhlawumbe lapho abantu bakoJuda besizwa ngawo wonke umonakalo engiceba ukuwehlisela phezu kwabo, omunye lomunye wabo uzaphenduka ezindleleni zakhe ezimbi; kulapho-ke ngizabathethelela ububi babo lezono zabo.”
4 ତହିଁରେ ଯିରିମୀୟ ନେରୀୟର ପୁତ୍ର ବାରୂକକୁ ଡାକିଲେ; ଆଉ, ବାରୂକ ଯିରିମୀୟଙ୍କ ପ୍ରତି କଥିତ ସଦାପ୍ରଭୁଙ୍କର ବାକ୍ୟସବୁ ତାହାର ମୁଖରୁ ଶୁଣି ଏକ ନଳାକାର ପୁସ୍ତକରେ ଲେଖିଲା।
Ngakho uJeremiya wabiza uBharukhi indodana kaNeriya. Kwathi uJeremiya ewatsho wonke amazwi ayekhulunywe nguThixo, uBharukhi ewaloba emqulwini.
5 ପୁଣି, ଯିରିମୀୟ ବାରୂକକୁ ଆଜ୍ଞା କରି କହିଲେ, “ମୁଁ ରୁଦ୍ଧ ଅଛି; ମୁଁ ସଦାପ୍ରଭୁଙ୍କ ଗୃହକୁ ଯାଇ ପାରୁ ନାହିଁ;
UJeremiya wasesithi kuBharukhi, “Mina ngivalelwe; ngingeke ngiye ethempelini likaThixo.
6 ଏଣୁ ତୁମ୍ଭେ ଯାଅ, ପୁଣି ମୋʼ ମୁଖରୁ ଶୁଣି ଯାହା ଯାହା ଏହି ନଳାକାର ପୁସ୍ତକରେ ଲେଖିଅଛ, ସଦାପ୍ରଭୁଙ୍କର ସେହି ସକଳ ବାକ୍ୟ ଉପବାସ ଦିନ ସଦାପ୍ରଭୁଙ୍କ ଗୃହରେ ଲୋକମାନଙ୍କ କର୍ଣ୍ଣଗୋଚରରେ ପାଠ କର; ମଧ୍ୟ ଆପଣା ଆପଣା ନଗରରୁ ଆଗତ ଯିହୁଦାର ସମସ୍ତ ଲୋକଙ୍କ କର୍ଣ୍ଣଗୋଚରରେ ତୁମ୍ଭେ ତାହା ପାଠ କରିବ।
Ngakho yana endlini kaThixo ngosuku lokuzila ukudla ubalele abantu amazwi kaThixo asemqulwini owawaloba ngikutshela. Abalele bonke abantu bakoJuda abangena bevela emadolobheni akibo.
7 ହୋଇପାରେ, ସେମାନେ ସଦାପ୍ରଭୁଙ୍କ ସାକ୍ଷାତରେ ଆପଣା ଆପଣାର ନିବେଦନ ଜଣାଇବେ ଓ ପ୍ରତ୍ୟେକେ ଆପଣା ଆପଣା କୁପଥରୁ ଫେରିବେ; କାରଣ ସଦାପ୍ରଭୁ ଏହି ଲୋକମାନଙ୍କ ବିରୁଦ୍ଧରେ ମହାକ୍ରୋଧ ଓ ପ୍ରଚଣ୍ଡ କୋପର କଥା କହିଅଛନ୍ତି।”
Engxenye bazaletha isicelo sabo phambi kukaThixo, omunye lomunye aphenduke ezindleleni zakhe ezimbi, ngoba intukuthelo lolaka okumenyezelwe kulababantu nguThixo kukhulu.”
8 ତହିଁରେ ନେରୀୟର ପୁତ୍ର ବାରୂକ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କର ସକଳ ଆଜ୍ଞାନୁସାରେ କାର୍ଯ୍ୟ କରି ସେହି ପୁସ୍ତକରେ ଲିଖିତ ସଦାପ୍ରଭୁଙ୍କର ବାକ୍ୟ ସଦାପ୍ରଭୁଙ୍କ ଗୃହରେ ପାଠ କଲା।
UBharukhi indodana kaNeriya wenza konke ayekutshelwe nguJeremiya umphrofethi ukuba akwenze; ethempelini likaThixo wabala amazwi kaThixo emqulwini.
9 ଏଥିଉତ୍ତାରେ ଯୋଶୀୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍ଙ୍କ ରାଜତ୍ଵର ପଞ୍ଚମ ବର୍ଷର ନବମ ମାସରେ, ଯିରୂଶାଲମସ୍ଥ ସମସ୍ତ ଲୋକ ଓ ଯିହୁଦାର ନଗରସମୂହରୁ ଯିରୂଶାଲମକୁ ଆଗତ ସମସ୍ତ ଲୋକ, ସଦାପ୍ରଭୁଙ୍କ ସାକ୍ଷାତରେ ଉପବାସ ଘୋଷଣା କଲେ।
Ngenyanga yesificamunwemunye yomnyaka wesihlanu kaJehoyakhimi indodana kaJosiya inkosi yakoJuda, kwamenyezelwa isikhathi sokuzila ukudla phambi kukaThixo ebantwini bonke baseJerusalema lakulaba ababeze bevela emadolobheni akoJuda.
10 ସେତେବେଳେ ବାରୂକ ସଦାପ୍ରଭୁଙ୍କ ଗୃହର ଉପର ପ୍ରାଙ୍ଗଣରେ, ସଦାପ୍ରଭୁଙ୍କ ଗୃହର ନୂତନ ଦ୍ୱାରର ପ୍ରବେଶ ସ୍ଥାନ ନିକଟରେ, ଶାଫନ୍ ଲେଖକର ପୁତ୍ର ଗମରୀୟର କୋଠରିରେ, ସେହି ନଳାକାର ପୁସ୍ତକରୁ ଯିରିମୀୟଙ୍କ କଥା, ସମସ୍ତ ଲୋକଙ୍କ କର୍ଣ୍ଣଗୋଚରରେ ପାଠ କଲା।
Esendlini kaGemariya indodana kaShafani umabhalani, eyayisegumeni langaphezulu ekungeneni kweSango eLitsha lethempeli, uBharukhi wawabalela abantu bonke ethempelini likaThixo amazwi kaJeremiya asemqulwini.
11 ପୁଣି, ଶାଫନ୍ର ପୌତ୍ର ଗମରୀୟର ପୁତ୍ର ମୀଖାୟ ସେହି ନଳାକାର ପୁସ୍ତକରୁ ସଦାପ୍ରଭୁଙ୍କର ବାକ୍ୟସବୁ ଶୁଣନ୍ତେ,
Kwathi uMikhaya indodana kaGemariya, indodana kaShafani, esezwe wonke amazwi kaThixo ayesemqulwini,
12 ସେ ରାଜଗୃହକୁ ଓହ୍ଲାଇ ଲେଖକର କୋଠରିକୁ ଗଲା; ଆଉ ଦେଖ, ସେ ସ୍ଥାନରେ, ଅଧିପତି ସମସ୍ତେ, ଅର୍ଥାତ୍, ଇଲୀଶାମା ଲେଖକ, ଶମୟୀୟର ପୁତ୍ର ଦଲୟିୟ, ଅକ୍ବୋରର ପୁତ୍ର ଇଲ୍ନାଥନ୍, ଶାଫନ୍ର ପୁତ୍ର ଗମରୀୟ, ହନାନୀୟର ପୁତ୍ର ସିଦିକୀୟ ଓ ସମସ୍ତ ଅଧିପତି ଉପବିଷ୍ଟ ଥିଲେ।
waya phansi endlini kamabhalani esigodlweni, lapho izikhulu zonke ezazihlezi khona: u-Elishama umabhalani, uDelaya indodana kaShemaya, u-Elinathani indodana ka-Akhibhori, uGemariya indodana kaShafani, uZedekhiya indodana kaHananiya kanye lezinye zonke izikhulu.
13 ତେବେ ବାରୂକ ଲୋକମାନଙ୍କ କର୍ଣ୍ଣଗୋଚରରେ ନଳାକାର ପୁସ୍ତକ ପାଠ କଲା ବେଳେ ମୀଖାୟ ଯାହା ଯାହା ଶୁଣିଥିଲା, ସେସବୁ କଥା ସେମାନଙ୍କୁ ଜଣାଇଲା।
Emva kokuba uMikhaya esebatshele konke ayezwe uBharukhi ekubalela abantu emqulwini,
14 ଏହେତୁ ଅଧିପତି ସମସ୍ତେ କୂଶୀର ପ୍ରପୌତ୍ର, ଶେଲିମୀୟର ପୌତ୍ର, ନଥନୀୟର ପୁତ୍ର ଯିହୁଦୀକୁ ବାରୂକ ନିକଟକୁ ପଠାଇ କହିଲେ, “ତୁମ୍ଭେ ଲୋକମାନଙ୍କ କର୍ଣ୍ଣଗୋଚରରେ ଯେଉଁ ନଳାକାର ପୁସ୍ତକ ପାଠ କରିଅଛ, ତାହା ହସ୍ତରେ ଘେନିଆସ।” ତହିଁରେ ନେରୀୟର ପୁତ୍ର ବାରୂକ ନଳାକାର ପୁସ୍ତକଟି ହସ୍ତରେ ଘେନି ସେମାନଙ୍କ ନିକଟରେ ଉପସ୍ଥିତ ହେଲା।
izikhulu zonke zathuma uJehudi indodana kaNethaniya, indodana kaShelemiya, indodana kaKhushi, ukuba ayekuthi kuBharukhi, “Woza lomqulu owubalele abantu.” Ngakho uBharukhi indodana kaNeriya waya kubo lomqulu ewuphethe ngesandla.
15 ତହିଁରେ ସେମାନେ ତାହାକୁ କହିଲେ, “ଏବେ ବସି ଆମ୍ଭମାନଙ୍କ କର୍ଣ୍ଣଗୋଚରରେ ତାହା ପାଠ କର।” ତହୁଁ ବାରୂକ ସେମାନଙ୍କ କର୍ଣ୍ଣଗୋଚରରେ ତାହା ପାଠ କଲା।
Bathi kuye, “Ake uhlale phansi usibalele wona.” Ngakho uBharukhi wababalela.
16 ସେତେବେଳେ ସେମାନେ ସବୁ କଥା ଶୁଣି ଭୟରେ ଏକଆରେକ ପ୍ରତି ଅନାଇଲେ, ଆଉ ବାରୂକକୁ କହିଲେ, “ଆମ୍ଭେମାନେ ରାଜାଙ୍କୁ ଏହିସବୁ କଥାର ବିଷୟ ଅବଶ୍ୟ ଜ୍ଞାତ କରାଇବୁ।”
Sebezwe wonke amazwi la bakhangelana ngokwesaba, basebesithi kuBharukhi, “Amazwi la kumele siwabike wonke enkosini.”
17 ପୁଣି, ସେମାନେ ବାରୂକକୁ ପଚାରିଲେ, “କହିଲ, ତୁମ୍ଭେ କିପରି ତାହା ମୁଖରୁ ଏସବୁ କଥା ଶୁଣି ଲେଖିଲ?”
Babuya bambuza uBharukhi bathi, “Sitshele, kwenzakale njani ukuthi ubhale konke lokhu? Kukhulunywe nguJeremiya na?”
18 ତହିଁରେ ବାରୂକ ସେମାନଙ୍କୁ ଉତ୍ତର କଲା, “ସେ ଆପଣା ମୁଖରେ ଏହିସବୁ କଥା ମୋʼ ନିକଟରେ ଉଚ୍ଚାରଣ କଲେ, ଆଉ ମୁଁ କାଳୀ ନେଇ ନଳାକାର ପୁସ୍ତକରେ ଲେଖିଲି।”
UBharukhi waphendula wathi, “Ye, amazwi wonke la uwakhulume kimi, mina ngawaloba nge-inki emqulwini.”
19 ସେତେବେଳେ ଅଧିପତିମାନେ ବାରୂକକୁ କହିଲେ, “ତୁମ୍ଭେ ଓ ଯିରିମୀୟ ଯାଇ ଲୁଚ; ଆଉ, ତୁମ୍ଭେମାନେ କେଉଁଠାରେ ଅଛ, ଏହା କେହି ନ ଜାଣୁ।”
Izikhulu zasezisithi kuBharukhi, “Wena loJeremiya hambani liyecatsha. Lingatsheli muntu ukuthi lingaphi.”
20 ଏଥିଉତ୍ତାରେ ସେମାନେ ପ୍ରାଙ୍ଗଣରେ ରାଜା ନିକଟକୁ ଗଲେ; ମାତ୍ର ନଳାକାର ପୁସ୍ତକଟି ଇଲୀଶାମା ଲେଖକର କୋଠରିରେ ଛାଡ଼ି ଯାଇଥିଲେ; ଆଉ, ସେମାନେ ରାଜାର କର୍ଣ୍ଣଗୋଚରରେ ଏସବୁ କଥା ଜଣାଇଲେ।
Sebefake umqulu endlini ka-Elishama umabhalani, baya enkosini egumeni bayibikela konke,
21 ତହୁଁ ରାଜା ନଳାକାର ପୁସ୍ତକ ଆଣିବା ପାଇଁ ଯିହୁଦୀକୁ ପଠାନ୍ତେ, ସେ ଇଲୀଶାମା ଲେଖକର କୋଠରିରୁ ତାହା ଆଣିଲା। ପୁଣି, ଯିହୁଦୀ ରାଜାଙ୍କ କର୍ଣ୍ଣଗୋଚରରେ ଓ ତାହାଙ୍କ ଛାମୁରେ ଠିଆ ହୋଇଥିବା ସମସ୍ତ ଅଧିପତିଙ୍କ କର୍ଣ୍ଣଗୋଚରରେ ତାହା ପାଠ କଲା।
inkosi yathuma uJehudi ukuba ayethatha umqulu lowo, uJehudi weza lawo ewuthethe endlini ka-Elishama umabhalani wawubalela inkosi lezikhulu zonke ezazimi phansi kwayo.
22 ଏହି ସମୟରେ, ଅର୍ଥାତ୍, ନବମ ମାସରେ ରାଜା ଶୀତକାଳ କ୍ଷେପଣର ଗୃହରେ ବସିଥିଲେ ଓ ତାଙ୍କ ସମ୍ମୁଖରେ ଅଗ୍ନିପାତ୍ରରେ ଅଗ୍ନି ଜ୍ୱଳୁଥିଲା।
Kwakuyinyanga yesificamunwemunye, njalo inkosi yayihlezi ekamelweni lebusika, kulomlilo ovuthayo eziko phambi kwayo.
23 ଏଥିଉତ୍ତାରେ ଯିହୁଦୀ ନଳାକାର ପୁସ୍ତକରୁ ତିନି ଚାରି ପତ୍ର ପାଠ କଲା ଉତ୍ତାରେ ରାଜା କଲମତ୍ରାସରେ ତାହା କାଟି ଅଗ୍ନିପାତ୍ରରେ ଥିବା ଅଗ୍ନିରେ ତାହା ପକାଇଦେଲେ, ତହୁଁ ସେହି ପାତ୍ରରେ ଥିବା ଅଗ୍ନିରେ ସମୁଦାୟ ନଳାକାର ପୁସ୍ତକ ଭସ୍ମସାତ୍ ହେଲା।
Kwakusithi uJehudi angabala izigaba ezintathu loba ezine zomqulu, inkosi iziqume ngengqamu iziphosele eziko umqulu waze watsha wonke emlilweni.
24 ମାତ୍ର ରାଜା କିଅବା ତାହାର ଦାସଗଣ, ଯେଉଁମାନେ ସେହି ସବୁ ବାକ୍ୟ ଶୁଣିଲେ, ସେମାନେ କେହି ଭୀତ ହେଲେ ନାହିଁ, କିଅବା ଆପଣା ଆପଣା ବସ୍ତ୍ର ଚିରିଲେ ନାହିଁ।
Inkosi lezinceku zayo zonke ezawezwayo amazwi la kabesabanga loba badabule izigqoko zabo.
25 ଆହୁରି, ରାଜା ଯେପରି ନଳାକାର ପୁସ୍ତକ ପୋଡ଼ି ନ ପକାନ୍ତି, ଏଥିପାଇଁ ଇଲ୍ନାଥନ୍, ଦଲୟିୟ ଓ ଗମରୀୟ ତାଙ୍କୁ ନିବେଦନ କରିଥିଲେ, ମାତ୍ର ସେ ସେମାନଙ୍କ କଥା ଶୁଣିଲେ ନାହିଁ।
Lanxa u-Elinathani loDelaya kanye loGemariya bayincenga inkosi ukuba ingatshisi umqulu, kayibalalelanga.
26 ପୁଣି ରାଜା, ବାରୂକ ଲେଖକଙ୍କୁ ଓ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କୁ ଧରିବା ପାଇଁ ରାଜପୁତ୍ର ଯିରହମେଲକୁ ଓ ଅସ୍ରୀୟେଲର ପୁତ୍ର ସରାୟକୁ ଓ ଅବ୍ଦୀୟେଲର ପୁତ୍ର ଶେଲିମୀୟକୁ ଆଜ୍ଞା କଲେ; ମାତ୍ର ସଦାପ୍ରଭୁ ସେମାନଙ୍କୁ ଲୁଚାଇ ରଖିଲେ।
Esikhundleni salokho inkosi yalaya uJerameli, indodana yenkosi, loSeraya indodana ka-Aziriyeli kanye loShelemiya indodana ka-Abhideli ukuba babophe uBharukhi umbhali kanye loJeremiya umphrofethi. Kodwa uThixo wayesebafihlile.
27 ଯିରିମୀୟଙ୍କ ମୁଖରୁ ଶୁଣି ବାରୂକ ଯେସକଳ ବାକ୍ୟ ଲେଖିଥିଲା, ସେହି ସମସ୍ତ ନଳାକାର ପୁସ୍ତକ ରାଜା ଦଗ୍ଧ କଲା ଉତ୍ତାରେ ସଦାପ୍ରଭୁଙ୍କର ଏହି ବାକ୍ୟ ଯିରିମୀୟଙ୍କ ନିକଟରେ ଉପସ୍ଥିତ ହେଲା, ଯଥା,
Inkosi isitshise umqulu owawulamazwi ayebhalwe nguBharukhi ewatshelwa nguJeremiya, ilizwi likaThixo lafika kuJeremiya lisithi,
28 “ଯିହୁଦାର ରାଜା ଯିହୋୟାକୀମ୍ ଯେଉଁ ନଳାକାର ପୁସ୍ତକ ପୋଡ଼ି ପକାଇଅଛି, ସେହି ପ୍ରଥମ ନଳାକାର ପୁସ୍ତକରେ ଲିଖିତ ଆଦ୍ୟ ସକଳ ବାକ୍ୟ, ତୁମ୍ଭେ ଆଉ ଖଣ୍ଡେ ପୁସ୍ତକ ନେଇ ପୁନର୍ବାର ଲେଖ।
“Thatha omunye umqulu ulobe kuwo wonke amazwi abesemqulwini wakuqala, otshiswe nguJehoyakhimi inkosi yakoJuda.
29 ପୁଣି, ଯିହୁଦାର ରାଜା ଯିହୋୟାକୀମ୍ ବିଷୟରେ ତୁମ୍ଭେ କହିବ, ‘ସଦାପ୍ରଭୁ ଏହି କଥା କହନ୍ତି: ବାବିଲର ରାଜା ନିଶ୍ଚୟ ଆସିବ ଓ ଏହି ଦେଶ ନଷ୍ଟ କରିବ, ଆଉ ତାହାକୁ ମନୁଷ୍ୟ ଓ ପଶୁଶୂନ୍ୟ କରିବ, ଏପରି କଥା ତୁମ୍ଭେ କାହିଁକି ଲେଖିଅଛ? ଏହା କହି ତୁମ୍ଭେ ଏହି ନଳାକାର ପୁସ୍ତକ ଦଗ୍ଧ କରିଅଛ।
Umtshele uJehoyakhimi inkosi yakoJuda uthi, ‘UThixo uthi: Utshise umqulu lowana wathi, “Kungani ulobe kuwo ukuthi inkosi yaseBhabhiloni izakuza ngempela ichithe ilizwe leli, iqothule abantu lezinyamazana kulo na?”
30 ଏହେତୁ ଯିହୁଦାର ରାଜା ଯିହୋୟାକୀମ୍ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି; ଦାଉଦର ସିଂହାସନରେ ବସିବା ପାଇଁ ତାହାର କେହି ରହିବ ନାହିଁ; ଆଉ ତାହାର ମୃତ ଶରୀର ଦିନ ବେଳେ ଖରାରେ ଓ ରାତ୍ରି ବେଳେ କାକରରେ ପକାଯିବ।
Ngakho mayelana loJehoyakhimi inkosi yakoJuda, uThixo uthi: Akayikuba lomuntu ozahlala esihlalweni sobukhosi sikaDavida; isidumbu sakhe sizaphoselwa phandle sichayeke ekutshiseni kwelanga lakungqwaqwane webusuku.
31 ପୁଣି, ଆମ୍ଭେ ତାହାକୁ ଓ ତାହାର ବଂଶକୁ ଓ ତାହାର ଦାସଗଣକୁ ସେମାନଙ୍କର ଅଧର୍ମ ସକାଶୁ ଶାସ୍ତି ଦେବା; ଆଉ, ଆମ୍ଭେ ସେମାନଙ୍କ ପ୍ରତିକୂଳରେ ଯେ ଯେ ଅମଙ୍ଗଳର କଥା କହିଅଛୁ, ସେସବୁ ସେମାନଙ୍କ ଉପରେ, ଯିରୂଶାଲମ ନିବାସୀମାନଙ୍କ ଉପରେ ଓ ଯିହୁଦାର ଲୋକମାନଙ୍କ ଉପରେ ବର୍ତ୍ତାଇବା; ମାତ୍ର ସେମାନେ ଶୁଣିଲେ ନାହିଁ।’”
Ngizamjezisa labantwana bakhe kanye lezinceku zakhe ngenxa yobubi babo. Ngizakwehlisela phezu kwabo laphezu kwalabo abahlala eJerusalema kanye labantu bakoJuda, wonke umonakalo engawumemezela kubo, ngoba kabalalelanga.’”
32 ତହୁଁ ଯିରିମୀୟ ଆଉ ଖଣ୍ଡେ ନଳାକାର ପୁସ୍ତକ ନେଇ ନେରୀୟର ପୁତ୍ର ବାରୂକ ଲେଖକଙ୍କୁ ଦେଲେ; ଯିହୁଦାର ରାଜା ଯିହୋୟାକୀମ୍ ଯେଉଁ ନଳାକାର ପୁସ୍ତକ ଅଗ୍ନିରେ ଦଗ୍ଧ କରିଥିଲା, ତହିଁର ସମସ୍ତ କଥା ସେ ଯିରିମୀୟଙ୍କ ମୁଖରୁ ଶୁଣି ତହିଁରେ ଲେଖିଲା; ପୁଣି, ତାହା ଛଡ଼ା ସେହି ପ୍ରକାର ଆଉ ଅନେକ କଥା ତହିଁରେ ଯୁକ୍ତ କରାଗଲା।
Ngakho uJeremiya wathatha omunye umqulu wawunika umbhali uBharukhi indodana kaNeriya, njalo kwathi uJeremiya emtshela uBharukhi waloba kuwo wonke amazwi omqulu owawutshiswe emlilweni nguJehoyakhimi inkosi yakoJuda. Kwengezelelwa ngamanye amazwi amanengi ayefana lalawo.