< ଯିରିମୀୟ 35 >
1 ଯୋଶୀୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍ର ଅଧିକାର ସମୟରେ ସଦାପ୍ରଭୁଙ୍କଠାରୁ ଯିରିମୀୟଙ୍କ ନିକଟରେ ଏହି ବାକ୍ୟ ଉପସ୍ଥିତ ହେଲା,
Pawòl ki te rive a Jérémie soti nan SENYÈ a nan jou a Jojakim yo, fis a Josias la, wa Juda a, te di:
2 “ତୁମ୍ଭେ ରେଖବୀୟ ବଂଶ ନିକଟକୁ ଯାଇ ସେମାନଙ୍କ ସଙ୍ଗେ ଆଳାପ କର ଓ ସଦାପ୍ରଭୁଙ୍କ ଗୃହର ଏକ କୋଠରିକୁ ଆଣି ସେମାନଙ୍କୁ ଦ୍ରାକ୍ଷାରସ ପାନ କରିବାକୁ ଦିଅ।”
“Ale lakay Rekabit yo. Pale avèk yo e mennen yo antre lakay SENYÈ a, nan youn nan chanm yo, e bay yo diven pou yo bwè.”
3 ତହୁଁ ମୁଁ ହବତ୍ସିନୀୟର ପୌତ୍ର, ଯିରିମୀୟର ପୁତ୍ର ଯାସନୀୟକୁ ଓ ତାହାର ଭ୍ରାତୃଗଣକୁ ଓ ତାହାର ସବୁ ପୁତ୍ରଙ୍କୁ, ଆଉ ସମୁଦାୟ ରେଖବୀୟ ବଂଶକୁ ସଙ୍ଗେ ନେଇ,
Konsa, mwen te pran Jaazania, fis a Jérémie an, fis a Habazinia a, frè li yo, tout fis li yo ak tout kay Rekabit yo,
4 ସେମାନଙ୍କୁ ସଦାପ୍ରଭୁଙ୍କ ଗୃହରେ, ପରମେଶ୍ୱରଙ୍କ ଲୋକ ଯିଗ୍ଦଲୀୟର ପୁତ୍ର ହାନନ୍ର ପୁତ୍ରମାନଙ୍କର କୋଠରିକୁ ନେଇଗଲି, ସେହି କୋଠରି ଶଲ୍ଲୁମ୍ର ପୁତ୍ର ମାସେୟ ନାମକ ଦ୍ୱାରପାଳର କୋଠରି ଉପରେ, ଅଧିପତିଗଣର କୋଠରି ନିକଟରେ ଥିଲା;
epi mwen te mennen yo lakay SENYÈ la, nan chanm a fis a Hanan yo, fis a Jigdalia a, nonm Bondye ki te toupre chanm ofisye yo, ki te anwo chanm Maaséja a, fis a Schallum nan, gadyen pòt la.
5 ପୁଣି, ମୁଁ ରେଖବ ବଂଶୀୟ ଲୋକମାନଙ୍କ ସମ୍ମୁଖରେ ଦ୍ରାକ୍ଷାରସପୂର୍ଣ୍ଣ କେତେକ ପାତ୍ର ଓ ପାନପାତ୍ର ରଖି ସେମାନଙ୍କୁ କହିଲି, “ତୁମ୍ଭେମାନେ ଦ୍ରାକ୍ଷାରସ ପାନ କର।”
Epi mwen te plase devan mesye lakay Rekabit yo, krich plen ak diven ak tas, epi mwen te di yo: “Bwè diven!”
6 ମାତ୍ର ସେମାନେ କହିଲେ, “ଆମ୍ଭେମାନେ ଦ୍ରାକ୍ଷାରସ ପାନ କରିବୁ ନାହିଁ; କାରଣ ଆମ୍ଭମାନଙ୍କର ପୂର୍ବପୁରୁଷ ରେଖବର ପୁତ୍ର ଯିହୋନାଦବ୍ ଆମ୍ଭମାନଙ୍କୁ ଏହି ଆଜ୍ଞା ଦେଇଅଛନ୍ତି, ‘ତୁମ୍ଭେମାନେ ଓ ତୁମ୍ଭମାନଙ୍କର ସନ୍ତାନଗଣ କେହି କେବେ ଦ୍ରାକ୍ଷାରସ ପାନ କରିବ ନାହିଁ;
Men yo te di: “Nou p ap bwè diven, paske Jonadab, fis a Récab la, papa nou, te bannou lòd e te di: ‘Nou p ap bwè diven, ni nou menm, ni fis nou yo jis pou tout tan.
7 ତୁମ୍ଭେମାନେ ଗୃହ ନିର୍ମାଣ କରିବ ନାହିଁ କିଅବା ବୀଜ ବୁଣିବ ନାହିଁ, ଅଥବା ଦ୍ରାକ୍ଷାକ୍ଷେତ୍ର ରୋପଣ କରିବ ନାହିଁ, ଅବା ତହିଁର ଅଧିକାରୀ ହେବ ନାହିଁ; ମାତ୍ର ତୁମ୍ଭେମାନେ ଯାବଜ୍ଜୀବନ ତମ୍ବୁରେ ବାସ କରିବ, ତହିଁରେ ତୁମ୍ଭେମାନେ ଯେଉଁ ଦେଶରେ ପ୍ରବାସ କରୁଅଛ, ସେହି ଦେଶରେ ଅନେକ କାଳ ବଞ୍ଚିବ।’
Nou pa pou bati kay e nou pa pou simen semans, ni plante chan rezen, ni achte youn; men se nan tant nou dwe viv pandan tout jou nou yo, pou nou kapab viv anpil jou nan peyi kote nou demere a.’
8 ଏଣୁ ଆମ୍ଭମାନଙ୍କର ଯାବଜ୍ଜୀବନ ଦ୍ରାକ୍ଷାରସ ପାନ ନ କରିବାକୁ ଓ ବାସ କରିବା ନିମନ୍ତେ ଗୃହ ନିର୍ମାଣ ନ କରିବାକୁ, ଆମ୍ଭମାନଙ୍କର ପୂର୍ବପୁରୁଷ ରେଖବର ପୁତ୍ର ଯିହୋନାଦବ୍ ଆମ୍ଭମାନଙ୍କୁ ଯେସବୁ ଆଜ୍ଞା ଦେଇଅଛନ୍ତି, ଆମ୍ଭେମାନେ, ଆମ୍ଭମାନଙ୍କର ଭାର୍ଯ୍ୟାମାନେ ଓ ପୁତ୍ରକନ୍ୟାମାନେ ତାହାଙ୍କର ସେହି ବାକ୍ୟ ପାଳନ କରି ଆସୁଅଛୁ;
Nou te obeyi a vwa Jonadab, fis a Récab la, papa nou, nan tout sa li te kòmande nou, pou pa bwè diven pandan tout jou nou yo, nou menm, madanm nou, fis nou yo ak fi nou yo,
9 ଅଥବା ଆମ୍ଭମାନଙ୍କର ଦ୍ରାକ୍ଷାକ୍ଷେତ୍ର କି ଶସ୍ୟକ୍ଷେତ୍ର ବା ବୀଜ ନାହିଁ;
ni bati pou nou menm kay pou nou ta viv ladann. Nou pa genyen chan rezen yo, ni chan kiltive, ni semans,
10 ମାତ୍ର ଆମ୍ଭେମାନେ ତମ୍ବୁରେ ବାସ କରି, ଆମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ପୂର୍ବପୁରୁଷ ଯିହୋନାଦବ୍ର ସମସ୍ତ ଆଜ୍ଞା ପ୍ରମାଣେ କର୍ମ କରି ଆସୁଅଛୁ।
“Men se sèlman nan tant nou te rete yo. Nou te obeyi e te fè selon tout sa ke Jonadab, papa nou, te kòmande nou yo.
11 ମାତ୍ର ବାବିଲର ରାଜା ନବୂଖଦ୍ନିତ୍ସର ଯେତେବେଳେ ଏହି ଦେଶକୁ ଆସିଲେ, ସେତେବେଳେ ଆମ୍ଭେମାନେ କହିଲୁ, ‘ଆସ, କଲ୍ଦୀୟ ସୈନ୍ୟର ଓ ଅରାମୀୟ ସୈନ୍ୟର ଭୟ ସକାଶୁ ଆମ୍ଭେମାନେ ଯିରୂଶାଲମକୁ ଯାଉ,’ ଏହେତୁ ଆମ୍ଭେମାନେ ଯିରୂଶାଲମରେ ବାସ କରୁଅଛୁ।”
Men lè Nebucadnetsar, wa Babylone nan, te monte kont peyi a, nou te di: ‘Vini! Annou ale Jérusalem akoz lakrent lame Kaldeyen yo ak lakrent lame Siryen yo. Konsa, nou va rete Jérusalem.’”
12 ଏଥିଉତ୍ତାରେ ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା, ଯଥା,
Epi pawòl SENYÈ a te vini a Jérémie. Li te di:
13 ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, “ତୁମ୍ଭେ ଯାଇ ଯିହୁଦାର ଲୋକମାନଙ୍କୁ ଓ ଯିରୂଶାଲମର ନିବାସୀମାନଙ୍କୁ କୁହ, ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ଆମ୍ଭ ବାକ୍ୟରେ ମନୋଯୋଗ କରିବା ପାଇଁ କି ଶିକ୍ଷା ଗ୍ରହଣ କରିବ ନାହିଁ?
“Konsa pale SENYÈ a, Bondye Israël la: ‘Ale di a mesye Juda yo, e a sila k ap viv Jérusalem yo: “Èske nou p ap resevwa lenstriksyon pou koute pawòl Mwen yo?” deklare SENYÈ a.
14 ରେଖବର ପୁତ୍ର ଯିହୋନାଦବ୍ ଆପଣା ସନ୍ତାନଗଣକୁ ଦ୍ରାକ୍ଷାରସ ପାନ ନ କରିବା ପାଇଁ ଯେଉଁ ଆଜ୍ଞା ଦେଇଥିଲା, ତାହାର ସେହି ବାକ୍ୟ ପ୍ରତିପାଳିତ ହେଉଅଛି ଓ ସେମାନେ ଆଜି ପର୍ଯ୍ୟନ୍ତ ଦ୍ରାକ୍ଷାରସ ପାନ କରନ୍ତି ନାହିଁ; କାରଣ ସେମାନେ ଆପଣା ପିତୃପୁରୁଷର ଆଜ୍ଞା ପାଳନ କରନ୍ତି, ମାତ୍ର ଆମ୍ଭେ ତୁମ୍ଭମାନଙ୍କୁ କହିଅଛୁ, ପ୍ରଭାତରେ ଉଠି କହିଅଛୁ; ଆଉ, ତୁମ୍ଭେମାନେ ଆମ୍ଭ କଥାରେ ମନୋଯୋଗ କରି ନାହଁ।
“Pawòl a Jonadab, fis a Récab la, ke li te kòmande fis li yo pou pa bwè diven yo, byen obsève. Pou sa, yo pa bwè diven jis rive jou sa a, paske yo te obeyi lòd papa yo. Men Mwen te pale ak nou ankò e ankò, e nou pa t koute Mwen.
15 ମଧ୍ୟ ଆମ୍ଭେ ଆପଣାର ସମସ୍ତ ଦାସ ଭବିଷ୍ୟଦ୍ବକ୍ତାଗଣଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇଅଛୁ, ପ୍ରଭାତରେ ଉଠି ସେମାନଙ୍କୁ ପଠାଇ ତୁମ୍ଭମାନଙ୍କୁ କହିଅଛୁ, ‘ତୁମ୍ଭେମାନେ ପ୍ରତ୍ୟେକେ ଏବେ ଆପଣା ଆପଣା କୁପଥରୁ ଫେର, ଆପଣମାନଙ୍କର ଆଚରଣ ସୁଧରାଅ ଓ ଅନ୍ୟ ଦେବଗଣର ସେବା କରିବା ନିମନ୍ତେ ସେମାନଙ୍କର ପଶ୍ଚାଦ୍ଗାମୀ ହୁଅ ନାହିଁ, ତହିଁରେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କୁ ଆମ୍ଭର ଦତ୍ତ ଦେଶରେ ତୁମ୍ଭେମାନେ ବାସ କରିବ;’ ମାତ୍ର ତୁମ୍ଭେମାନେ କର୍ଣ୍ଣପାତ କରି ନାହଁ, କିଅବା ଆମ୍ଭ ବାକ୍ୟରେ ମନୋଯୋଗ କରି ନାହଁ।
Anplis, Mwen te voye a nou menm tout sèvitè Mwen yo, pwofèt yo. Mwen te voye yo ankò e ankò e yo te di: ‘Vire koulye a chak moun kite move chemen li, korije zèv mechan nou yo, e pa kouri dèyè lòt dye yo pou adore yo. Konsa, nou va demere nan peyi ke M te ba a nou menm e a papa zansèt nou yo;’ men nou pa t enkline zòrèy nou, ni nou pa t koute Mwen.
16 ରେଖବର ପୁତ୍ର ଯିହୋନାଦବ୍ର ସନ୍ତାନଗଣ ସେମାନଙ୍କ ପ୍ରତି ଆଜ୍ଞାପିତ ପିତୃପୁରୁଷର ଆଜ୍ଞା ପ୍ରତିପାଳନ କରିଅଛନ୍ତି, ମାତ୍ର ଏହି ଲୋକମାନେ ଆମ୍ଭ କଥାରେ ମନୋଯୋଗ କରି ନାହାନ୍ତି।
Anverite, fis a Jonadab yo, fis a Récab la te swiv lòd a papa yo ak sila li te kòmande yo, men pèp sa a pa t koute Mwen.”’
17 ଏହେତୁ ସଦାପ୍ରଭୁ, ସୈନ୍ୟାଧିପତି ପରମେଶ୍ୱର, ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; ଦେଖ, ଆମ୍ଭେ ଯିହୁଦାର ଓ ଯିରୂଶାଲମ ନିବାସୀ ସମସ୍ତଙ୍କ ବିରୁଦ୍ଧରେ ଯେଉଁ ଅମଙ୍ଗଳର କଥା କହିଅଛୁ, ତାହାସବୁ ସେମାନଙ୍କ ପ୍ରତି ଘଟାଇବା; କାରଣ ଆମ୍ଭେ ସେମାନଙ୍କୁ କଥା କହିଅଛୁ, ମାତ୍ର ସେମାନେ ଶୁଣି ନାହାନ୍ତି ଓ ଆମ୍ଭେ ସେମାନଙ୍କୁ ଡାକିଅଛୁ, ମାତ୍ର ସେମାନେ ଉତ୍ତର ଦେଇ ନାହାନ୍ତି।”
“Akoz sa, pale SENYÈ a, Bondye dèzame yo, Bondye Israël la: ‘Gade byen, Mwen ap mennen sou Juda ak sou tout sila ki rete Jérusalem yo, tout dezas ke M te pwononse kont yo, akoz Mwen te pale ak yo, men yo pa t koute, e Mwen te rele yo, men yo pa t reponn.’”
18 ପୁଣି, ଯିରିମୀୟ ରେଖବୀୟ ବଂଶକୁ କହିଲେ, “ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; ତୁମ୍ଭେମାନେ ଆପଣାମାନଙ୍କର ପୂର୍ବପୁରୁଷ ଯିହୋନାଦବ୍ର ଆଜ୍ଞା ମାନିଅଛ ଓ ତାହାର ବିଧାନସବୁ ପାଳନ କରିଅଛ ଓ ତୁମ୍ଭମାନଙ୍କ ପ୍ରତି ତାହାର ସମସ୍ତ ଆଜ୍ଞା ପ୍ରମାଣେ କାର୍ଯ୍ୟ କରିଅଛ,
Epi Jérémie te di a lakay Rekabit yo: “Konsa pale SENYÈ dèzame yo, Bondye Israël la: ‘Akoz nou te obeyi lòd a Jonadab, papa nou an, nou te swiv tout lòd li yo, e te fè tout sa ke li te kòmande nou;’
19 ଏହେତୁ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; ଆମ୍ଭ ସମ୍ମୁଖରେ ଠିଆ ହେବା ପାଇଁ ରେଖବର ପୁତ୍ର ଯିହୋନାଦବ୍ ବଂଶୀୟ ଲୋକର ଅଭାବ କଦାପି ହେବ ନାହିଁ।”
Pou sa, konsa pale SENYÈ dèzame yo, Bondye Israël la: ‘Jonadab, fis a Récab la, p ap manke yon nonm ki pou toujou kanpe devan M.’”