< ଯିରିମୀୟ 34 >

1 ବାବିଲର ରାଜା ନବୂଖଦ୍‍ନିତ୍ସର ଓ ତାହାର ସମସ୍ତ ସୈନ୍ୟ ଓ ତାହାର କର୍ତ୍ତୃତ୍ୱାଧୀନ ଭୂଖଣ୍ଡର ସମସ୍ତ ରାଜ୍ୟ ଆଉ ସମସ୍ତ ଗୋଷ୍ଠୀ ଯିରୂଶାଲମ ଓ ତହିଁର ନଗରସମୂହର ବିରୁଦ୍ଧରେ ଯୁଦ୍ଧ କରୁଥିବା ସମୟରେ, ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ଉପସ୍ଥିତ ହେଲା:
Nígbà tí Nebukadnessari ọba Babeli àti àwọn ọmọ-ogun rẹ̀, pẹ̀lú gbogbo ìjọba àti àwọn ènìyàn ní ilẹ̀ ọba tí ó jẹ ọba lé lórí ń bá Jerusalẹmu jà, àti gbogbo àwọn ìlú tí ó yíká, ọ̀rọ̀ yìí tọ Jeremiah wá láti ọ̀dọ̀ Olúwa pé:
2 “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭେ ଯାଇ ଯିହୁଦାର ରାଜା ସିଦିକୀୟର ସଙ୍ଗେ ଆଳାପ କରି ତାହାକୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ବାବିଲ ରାଜାର ହସ୍ତରେ ଏହି ନଗର ସମର୍ପଣ କରିବା, ତହିଁରେ ସେ ଅଗ୍ନିରେ ତାହା ଦଗ୍ଧ କରିବ।
“Èyí ni ohun tí Olúwa Ọlọ́run Israẹli ọmọ-ogun wí: Lọ sí ọ̀dọ̀ Sedekiah ọba Juda kí o sì sọ fún un pé, ‘Èyí ni ohun tí Ọlọ́run wí: Èmi fẹ́ fa ìlú yìí lé ọba Babeli lọ́wọ́, yóò sì jó palẹ̀.
3 ପୁଣି, ତୁମ୍ଭେ ତାହା ହସ୍ତରୁ ରକ୍ଷା ପାଇବ ନାହିଁ, ମାତ୍ର ନିଶ୍ଚୟ ଧରାଯିବ ଓ ତାହା ହସ୍ତରେ ସମର୍ପିତ ହେବ; ପୁଣି, ତୁମ୍ଭର ଚକ୍ଷୁ ବାବିଲ ରାଜାର ଚକ୍ଷୁକୁ ଦେଖିବ ଓ ସେ ସମ୍ମୁଖାସମ୍ମୁଖୀ ହୋଇ ତୁମ୍ଭ ସଙ୍ଗେ କଥା କହିବ ଓ ତୁମ୍ଭେ ବାବିଲକୁ ଯିବ।
Ìwọ kò ní sá àsálà, ṣùgbọ́n à ó mú ọ, bẹ́ẹ̀ ni a ó sì fà ọ́ lé e lọ́wọ́. Ìwọ yóò rí ọba Babeli pẹ̀lú ojú ara rẹ; yóò sì bá ọ sọ̀rọ̀ lójúkojú; ìwọ yóò sì lọ sí Babeli.
4 ତଥାପି ହେ ସିଦିକୀୟ ଯିହୁଦାର ରାଜନ୍‍, ସଦାପ୍ରଭୁଙ୍କର ବାକ୍ୟ ଶୁଣ; ସଦାପ୍ରଭୁ ତୁମ୍ଭ ବିଷୟରେ ଏହି କଥା କହନ୍ତି, ତୁମ୍ଭେ ଖଡ୍ଗ ଦ୍ୱାରା ମରିବ ନାହିଁ;
“‘Síbẹ̀, gbọ́ ìlérí Olúwa, ìwọ Sedekiah ọba Juda. Èyí ni ohun tí Ọlọ́run wí nípa rẹ; ìwọ kì yóò ti ipa idà kú;
5 ତୁମ୍ଭେ ଶାନ୍ତିରେ ମରିବ; ପୁଣି, ତୁମ୍ଭ ପିତୃଲୋକମାନଙ୍କ ନିମନ୍ତେ, ତୁମ୍ଭ ପୂର୍ବବର୍ତ୍ତୀ ରାଜାମାନଙ୍କ ନିମନ୍ତେ ଯେପରି ଦାହ ହୋଇଥିଲା, ସେପରି ଲୋକମାନେ ତୁମ୍ଭ ନିମନ୍ତେ ସୁଗନ୍ଧି ଧୂପଦାହ କରିବେ; ଆଉ, ‘ହାୟ ପ୍ରଭୋ! ହାୟ ପ୍ରଭୋ!’ ବୋଲି ତୁମ୍ଭ ନିମନ୍ତେ ବିଳାପ କରିବେ, କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ଏହି କଥା କହିଅଛୁ।”
ìwọ yóò kú ní àlàáfíà. Bí àwọn ènìyàn sì ti ń ṣe iná ìsìnkú ní ọlá fún àwọn baba rẹ, ọba tí ó jẹ ṣáájú rẹ, bẹ́ẹ̀ ni wọn yóò ṣe iná ní ọlá rẹ, wọn ó sì pohùnréré pé, “Yé, olúwa!” Èmi fúnra mi ni ó ṣèlérí yìí ni Olúwa wí.’”
6 ତହୁଁ ଯିରିମୀୟ ଭବିଷ୍ୟଦ୍‍ବକ୍ତା ଯିରୂଶାଲମରେ ଯିହୁଦାର ରାଜା ସିଦିକୀୟକୁ ଏହିସବୁ କଥା କହିଲେ।
Nígbà náà ni Jeremiah wòlíì sọ gbogbo nǹkan yìí fún Sedekiah ọba Juda ní Jerusalẹmu.
7 ସେସମୟରେ ବାବିଲ ରାଜାର ସୈନ୍ୟ ଯିରୂଶାଲମ ବିରୁଦ୍ଧରେ ଓ ଯିହୁଦାର ଅବଶିଷ୍ଟସକଳ ନଗର ଅର୍ଥାତ୍‍ ଲାଖୀଶ୍‍ ଓ ଅସେକା ବିରୁଦ୍ଧରେ ଯୁଦ୍ଧ କରୁଥିଲେ; କାରଣ ଯିହୁଦା ଦେଶସ୍ଥ ନଗରସମୂହ ମଧ୍ୟରେ ଏହି ଦୁଇଟି ମାତ୍ର ପ୍ରାଚୀର-ବେଷ୍ଟିତ ନଗର ଅବଶିଷ୍ଟ ଥିଲା।
Nígbà tí ogun ọba Babeli ń bá Jerusalẹmu jà, àti gbogbo àwọn orílẹ̀-èdè tí ó kù ní Juda, Lakiṣi, Aseka; àwọn nìkan ni ìlú olódi tí ó kù ní Juda.
8 ପ୍ରତ୍ୟେକ ଜଣ ଆପଣା ଆପଣା ଏବ୍ରୀୟ ଦାସକୁ ଓ ପ୍ରତ୍ୟେକ ଜଣ ଆପଣା ଆପଣା ଏବ୍ରୀୟା ଦାସୀକୁ ମୁକ୍ତ କରି ବିଦାୟ କରିବେ; କେହି ସେମାନଙ୍କୁ, ଅର୍ଥାତ୍‍ ଆପଣା ଯିହୁଦୀୟ ଭ୍ରାତାକୁ ଦାସ୍ୟକର୍ମ କରାଇବ ନାହିଁ,
Ọ̀rọ̀ Olúwa sì tọ Jeremiah wá lẹ́yìn ìgbà tí ọba Sedekiah ti dá májẹ̀mú pẹ̀lú gbogbo àwọn ènìyàn ní Jerusalẹmu láti polongo ìtúsílẹ̀ fún àwọn ẹrú.
9 ଏପରି ମୁକ୍ତି ଘୋଷଣାର ନିୟମ ସିଦିକୀୟ ରାଜା ଯିରୂଶାଲମସ୍ଥ ସବୁ ଲୋକଙ୍କ ସହିତ ସ୍ଥିର କଲା ଉତ୍ତାରେ ସଦାପ୍ରଭୁଙ୍କଠାରୁ ଯିରିମୀୟଙ୍କ ନିକଟରେ ଯେଉଁ ବାକ୍ୟ ଉପସ୍ଥିତ ହେଲା, ତହିଁର ବୃତ୍ତାନ୍ତ।
Kí oníkálùkù lè jẹ́ kí ẹrúkùnrin àti ẹrúbìnrin tí í ṣe Heberu lọ lọ́fẹ̀ẹ́, kí ẹnikẹ́ni kí ó má mú ará Juda arákùnrin rẹ̀ sìn.
10 ସମସ୍ତ ଅଧିପତି ଓ ସମସ୍ତ ଲୋକେ ଏହି ନିୟମରେ ଆବଦ୍ଧ ହୋଇ, ପ୍ରତ୍ୟେକେ ଆପଣା ଆପଣା ଦାସକୁ ଓ ପ୍ରତ୍ୟେକେ ଆପଣା ଆପଣା ଦାସୀକୁ ମୁକ୍ତ କରି ବିଦାୟ କରିଦେବେ, କେହି ସେମାନଙ୍କୁ ଆଉ ଦାସ୍ୟକର୍ମ କରାଇବେ ନାହିଁ ବୋଲି ସମ୍ମତ ହେଲେ, ସେମାନେ ସମ୍ମତ ହୋଇ ସେମାନଙ୍କୁ ବିଦାୟ କରିଦେଲେ;
Nítorí náà, gbogbo àwọn aláṣẹ àti àwọn ènìyàn tí wọ́n fi ọwọ́ sí májẹ̀mú náà láti dá ẹrúkùnrin àti ẹrúbìnrin sílẹ̀ kí wọ́n sì má ṣe fi wọ́n sínú ìgbèkùn mọ́. Wọ́n sì gbà, wọ́n sì jẹ́ kí wọn lọ lọ́fẹ̀ẹ́.
11 ମାତ୍ର ତହିଁ ଉତ୍ତାରେ ସେମାନେ ଫେରି ଯେଉଁ ଦାସଦାସୀମାନଙ୍କୁ ମୁକ୍ତ କରି ବିଦାୟ କରି ଦେଇଥିଲେ, ସେମାନଙ୍କୁ ପୁନର୍ବାର ଅଣାଇ ଆପଣାମାନଙ୍କ ଦାସଦାସୀ ହେବା ନିମନ୍ତେ ବଶୀଭୂତ କଲେ।
Ṣùgbọ́n lẹ́yìn ìgbà díẹ̀, wọ́n yí ọkàn wọn padà; wọ́n sì mú àwọn ẹrú tí wọ́n ti dá sílẹ̀ padà láti tún máa sìn wọ́n.
12 ଏହେତୁ ସଦାପ୍ରଭୁଙ୍କଠାରୁ ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, ଯଥା,
Nígbà náà ni ọ̀rọ̀ Olúwa tọ Jeremiah wá wí pé:
13 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; “ଆମ୍ଭେ ମିସର ଦେଶରୁ ଦାସଗୃହରୁ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କୁ ବାହାର କରି ଆଣିବା ସମୟରେ ସେମାନଙ୍କ ସହିତ ଏକ ନିୟମ କଲୁ, ଯଥା,
“Èyí ni ohun tí Olúwa, Ọlọ́run Israẹli wí pé: Mo dá májẹ̀mú kan pẹ̀lú àwọn baba ńlá yín nígbà tí mo mú wọn kúrò ní Ejibiti; kúrò ní oko ẹrú. Mo wí pé,
14 ‘ତୁମ୍ଭର କୌଣସି ଏବ୍ରୀୟ ଭ୍ରାତା ତୁମ୍ଭ ନିକଟରେ ବିକ୍ରୀତ ହୋଇ ଛଅ ବର୍ଷ ତୁମ୍ଭର ଦାସ୍ୟକର୍ମ କଲା ଉତ୍ତାରେ ତୁମ୍ଭେ ତାହାକୁ ମୁକ୍ତ କରି ଆପଣା ନିକଟରୁ ବିଦାୟ ଦେବ, ତୁମ୍ଭେମାନେ ପ୍ରତ୍ୟେକେ ସାତ ବର୍ଷର ଶେଷରେ ଆପଣା ଆପଣାର ସେହି ଭ୍ରାତାକୁ ମୁକ୍ତ କରିବ;’ ମାତ୍ର ତୁମ୍ଭମାନଙ୍କର ପିତୃପୁରୁଷମାନେ ଆମ୍ଭ ବାକ୍ୟ ଶୁଣିଲେ ନାହିଁ, କିଅବା କର୍ଣ୍ଣପାତ କଲେ ନାହିଁ।
‘Ní ọdún keje, ẹnìkọ̀ọ̀kan yín gbọdọ̀ tú àwọn Heberu tí wọ́n ti ta ara wọn fún un yín sílẹ̀ lẹ́yìn tí wọ́n ti sìn yín fún ọdún mẹ́fà. Ẹ gbọdọ̀ jẹ́ kí wọn kí ó lọ’; ṣùgbọ́n àwọn baba yín kò gbọ́; bẹ́ẹ̀ ni wọn kò fetí sí mi.
15 ପୁଣି, ତୁମ୍ଭେମାନେ ଏଥିପୂର୍ବେ ଫେରି ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀ ପ୍ରତି ମୁକ୍ତି ଘୋଷଣା କରି ଆମ୍ଭ ଦୃଷ୍ଟିରେ ଯଥାର୍ଥ କର୍ମ କରିଥିଲ ଓ ଆମ୍ଭ ନାମରେ ଖ୍ୟାତ ଗୃହରେ ଆମ୍ଭ ସମ୍ମୁଖରେ ନିୟମ କରିଥିଲ
Láìpẹ́ yìí ẹ ti ronúpìwàdà, ẹ sì ṣe ohun tí ó tọ́ lójú mi, ẹnìkọ̀ọ̀kan yín sì ṣe ìtúsílẹ̀ fún àwọn ènìyàn. Ẹ sì tún bá mi dá májẹ̀mú ní àwọn ilé tí a ti ń pe orúkọ mi.
16 ମାତ୍ର ତୁମ୍ଭେମାନେ ଫେରି ଆମ୍ଭ ନାମ ଅପବିତ୍ର କଲ, ଆଉ ଯେଉଁମାନଙ୍କୁ ମୁକ୍ତ କରି ସେମାନଙ୍କ ଇଚ୍ଛାନୁସାରେ ବିଦାୟ କରି ଦେଇଥିଲ, ତୁମ୍ଭମାନଙ୍କର ପ୍ରତ୍ୟେକେ ଆପଣା ଆପଣା ସେହି ଦାସଦାସୀକୁ ପୁନର୍ବାର ଅଣାଇ ଆପଣାମାନଙ୍କର ଦାସଦାସୀ ହେବା ପାଇଁ ବଶୀଭୂତ କରିଅଛ।
Ṣùgbọ́n ẹ̀yin yípadà, ẹ sì sọ orúkọ mi di èérí, olúkúlùkù sì mú kí àwọn ẹni rẹ tí ó ti sọ di òmìnira bí ọkàn wọn ti fẹ́ padà; ẹ̀yin sì tún fi wọ́n ṣe ẹrú.
17 ଏହେତୁ ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀ ପ୍ରତି ମୁକ୍ତି ଘୋଷଣା କରିବା ପାଇଁ ଆମ୍ଭ ବାକ୍ୟରେ ମନୋଯୋଗ କରି ନାହଁ; ଏଣୁ ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଖଡ୍ଗ ପ୍ରତି, ମହାମାରୀ ପ୍ରତି ଓ ଦୁର୍ଭିକ୍ଷ ପ୍ରତି ମୁକ୍ତି ଘୋଷଣା କରୁଅଛୁ; ଆଉ, ଆମ୍ଭେ ପୃଥିବୀର ସମସ୍ତ ରାଜ୍ୟରେ ଏଣେତେଣେ ବିକ୍ଷିପ୍ତ ହେବା ପାଇଁ ତୁମ୍ଭମାନଙ୍କୁ ସମର୍ପଣ କରିବା।
“Nítorí náà báyìí ni Olúwa wí: Ẹ̀yin kò fetí sí mi nípa ọ̀rọ̀ òmìnira láàrín ẹ̀gbọ́n sí àbúrò, láàrín ẹnìkan sí èkejì rẹ̀. Wò ó, èmi yóò kéde òmìnira fún un yín ni Olúwa wí. Sí idà, sí àjàkálẹ̀-ààrùn, àti sí ìyàn, èmi ó sì fi yín fún ìwọ̀sí ní gbogbo ìjọba ilẹ̀ ayé.
18 ପୁଣି, ଯେଉଁମାନେ ଆମ୍ଭର ନିୟମ ଲଙ୍ଘନ କରିଅଛନ୍ତି, ଯେଉଁମାନେ ଗୋବତ୍ସକୁ ଦୁଇ ଖଣ୍ଡ କରି ତନ୍ମଧ୍ୟ ଦେଇ ଗମନ କରିବା ବେଳେ ଆମ୍ଭ ସମ୍ମୁଖରେ ଯେଉଁ ନିୟମ କଲେ, ସେହି ନିୟମର କଥା ପାଳନ କରି ନାହାନ୍ତି, ସେମାନଙ୍କୁ,
Èmi ó ṣe àwọn ọkùnrin náà tí ó da májẹ̀mú mi, tí kò tẹ̀lé májẹ̀mú tí wọ́n ti dá níwájú mi bí ẹgbọrọ màlúù tí wọ́n gé sí méjì, tí ó sì kọjá láàrín ìpín méjì náà.
19 ଅର୍ଥାତ୍‍, ଯିହୁଦାର ଅଧିପତିଗଣକୁ ଓ ଯିରୂଶାଲମର ଅଧିପତିଗଣକୁ, ନପୁଂସକଗଣକୁ ଓ ଯାଜକମାନଙ୍କୁ ଓ ଦେଶର ସମସ୍ତ ଲୋକଙ୍କୁ, ଯେଉଁମାନେ ଗୋବତ୍ସର ଦୁଇ ଖଣ୍ଡର ମଧ୍ୟଦେଇ ଗମନ କଲେ, ସେମାନଙ୍କୁ ଆମ୍ଭେ ସମର୍ପଣ କରିବା;
Àwọn ìjòyè Juda àti àwọn ti Jerusalẹmu, àwọn aláṣẹ àti àwọn àlùfáà àti gbogbo àwọn ènìyàn ilẹ̀ náà tí ó kọjá láàrín àwọn ìpín méjèèjì ẹgbọrọ màlúù náà.
20 ଆମ୍ଭେ ସେମାନଙ୍କୁ ହିଁ ସେମାନଙ୍କ ଶତ୍ରୁଗଣର ହସ୍ତରେ ଓ ସେମାନଙ୍କର ପ୍ରାଣନାଶର ଚେଷ୍ଟାକାରୀମାନଙ୍କ ହସ୍ତରେ ସମର୍ପଣ କରିବା; ତହିଁରେ ସେମାନଙ୍କର ଶବ ଖେଚର ପକ୍ଷୀଗଣର ଓ ଭୂଚର ପଶୁଗଣର ଖାଦ୍ୟ ହେବ।
Èmi ó fi wọ́n lé ọwọ́ àwọn ọ̀tá wọn, àti lé àwọn tí ń wá ẹ̀mí wọn lọ́wọ́. Òkú wọn yóò jẹ́ oúnjẹ fún àwọn ẹyẹ ojú ọ̀run àti fún àwọn ẹranko igbó.
21 ପୁଣି, ଯିହୁଦାର ରାଜା ସିଦିକୀୟକୁ ଓ ତାହାର ଅଧିପତିଗଣକୁ ଆମ୍ଭେ ସେମାନଙ୍କ ଶତ୍ରୁଗଣର ହସ୍ତରେ ଓ ସେମାନଙ୍କର ପ୍ରାଣନାଶର ଚେଷ୍ଟାକାରୀମାନଙ୍କ ହସ୍ତରେ ଓ ବାବିଲ ରାଜାର ଯେଉଁ ସୈନ୍ୟଗଣ ତୁମ୍ଭମାନଙ୍କ ନିକଟରୁ ଉଠି ଯାଇଅଛନ୍ତି, ସେମାନଙ୍କ ହସ୍ତରେ ସମର୍ପଣ କରିବା।
“Sedekiah ọba àti àwọn ìjòyè rẹ̀ ní Juda ni èmí yóò fi lé àwọn ọ̀tá wọn lọ́wọ́, àti àwọn tí ń wá ẹ̀mí wọn àti lé ọwọ́ ogun Babeli tí ó ti lọ kúrò lọ́dọ̀ yín.
22 ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ଆଜ୍ଞା ଦ୍ୱାରା ସେମାନଙ୍କୁ ଏହି ନଗରକୁ ପୁନର୍ବାର ଅଣାଇବା; ତହିଁରେ ସେମାନେ ନଗର ବିରୁଦ୍ଧରେ ଯୁଦ୍ଧ କରି ତାହା ହସ୍ତଗତ କରି ଅଗ୍ନିରେ ଦଗ୍ଧ କରିବେ; ପୁଣି, ଆମ୍ଭେ ଯିହୁଦାର ନଗରସମୂହକୁ ନିବାସୀବିହୀନ ଧ୍ୱଂସସ୍ଥାନ କରିବା।”
Wò ó èmi ó pàṣẹ ni Olúwa wí, èmi ó sì mú wọn padà sí ìlú yìí, wọn ó sì bá a jà, wọn ó sì kó o, wọn ó fi iná jó o. Èmi ó sì sọ ìlú Juda dí ahoro.”

< ଯିରିମୀୟ 34 >