< ଯିରିମୀୟ 23 >

1 ସଦାପ୍ରଭୁ କହନ୍ତି, “ଯେଉଁ ପାଳକମାନେ ଆମ୍ଭ ଚରାସ୍ଥାନର ମେଷମାନଙ୍କୁ ନଷ୍ଟ ଓ ଛିନ୍ନଭିନ୍ନ କରନ୍ତି, ସେମାନେ ସନ୍ତାପର ପାତ୍ର!”
Ουαί εις τους ποιμένας τους φθείροντας και διασκορπίζοντας τα πρόβατα της βοσκής μου, λέγει Κύριος.
2 ଏନିମନ୍ତେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଆପଣା ଲୋକମାନଙ୍କର ପାଳନକାରୀ ପାଳକମାନଙ୍କ ବିରୁଦ୍ଧରେ ଏହି କଥା କହନ୍ତି; “ତୁମ୍ଭେମାନେ ଆମ୍ଭର ପଲକୁ ଛିନ୍ନଭିନ୍ନ କରି ଦୂରକୁ ତଡ଼ି ଦେଇଅଛ ଓ ସେମାନଙ୍କର ତତ୍ତ୍ୱାନୁସନ୍ଧାନ କରି ନାହଁ, ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କ ଦୁଷ୍କର୍ମର ପ୍ରତିଫଳ ଦେବା।
Διά τούτο ούτω λέγει Κύριος, ο Θεός του Ισραήλ, κατά των ποιμένων, οίτινες ποιμαίνουσι τον λαόν μου. Σεις διεσκορπίσατε τα πρόβατά μου και απεδιώξατε αυτά και δεν επεσκέφθητε αυτά· ιδού, εγώ θέλω επισκεφθή εφ' υμάς την κακίαν των έργων υμών, λέγει Κύριος.
3 ପୁଣି, ଆମ୍ଭେ ଯେଉଁ ଯେଉଁ ଦେଶକୁ ଆପଣା ପଲକୁ ତଡ଼ି ଦେଇଅଛୁ, ସେହି ସବୁ ଦେଶରୁ ସେମାନଙ୍କର ଅବଶିଷ୍ଟାଂଶ ସଂଗ୍ରହ କରିବା, ଆଉ ପୁନର୍ବାର ସେମାନଙ୍କୁ ସେମାନଙ୍କ ଖୁଆଡ଼କୁ ଆଣିବା; ତହିଁରେ ସେମାନେ ପ୍ରଜାବନ୍ତ ଓ ବହୁସଂଖ୍ୟକ ହେବେ।
Και εγώ θέλω συνάξει το υπόλοιπον των προβάτων μου εκ πάντων των τόπων, όπου εδίωξα αυτά, και θέλω επιστρέψει αυτά πάλιν εις τας βοσκάς αυτών, και θέλουσι καρποφορήσει και πληθυνθή·
4 ଆଉ, ଆମ୍ଭେ ସେମାନଙ୍କ ଉପରେ ପାଳକଗଣ ନିଯୁକ୍ତ କରିବା, ସେମାନେ ସେମାନଙ୍କୁ ଚରାଇବେ; ପୁଣି, ସେମାନେ ଆଉ ଭୀତ କି ନିରାଶ ହେବେ ନାହିଁ, କିଅବା ସେମାନଙ୍କର କେହି ଅନୁପସ୍ଥିତ ହେବେ ନାହିଁ, ଏହା ସଦାପ୍ରଭୁ କହନ୍ତି।
και θέλω καταστήσει ποιμένας επ' αυτά και θέλουσι ποιμαίνει αυτά· και δεν θέλουσι φοβηθή πλέον ουδέ τρομάξει ουδέ εκλείψει, λέγει Κύριος.
5 ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ଆମ୍ଭେ ଦାଉଦ-ବଂଶରେ ଏକ ଧାର୍ମିକ ଶାଖା ଉତ୍ପନ୍ନ କରିବା, ଏପରି ସମୟ ଆସୁଅଛି, ତହିଁରେ ସେ ରାଜା ହୋଇ ରାଜତ୍ୱ କରିବେ ଓ ଜ୍ଞାନରେ ବ୍ୟବହାର କରିବେ, ପୁଣି ଦେଶରେ ସୁବିଚାର ଓ ନ୍ୟାୟ ପ୍ରଚଳିତ କରିବେ।
Ιδού, έρχονται ημέραι, λέγει Κύριος, και θέλω ανεγείρει εις τον Δαβίδ βλαστόν δίκαιον, και βασιλεύς θέλει βασιλεύσει και ευημερήσει και εκτελέσει κρίσιν και δικαιοσύνην επί της γης.
6 ତାହାଙ୍କ ସମୟରେ ଯିହୁଦା ପରିତ୍ରାଣ ପାଇବ ଓ ଇସ୍ରାଏଲ ନିରାପଦରେ ବାସ କରିବ; ପୁଣି, ସଦାପ୍ରଭୁ ଆମ୍ଭମାନଙ୍କର ଧର୍ମ, ଏହି ନାମରେ ସେ ବିଖ୍ୟାତ ହେବେ।
Εν ταις ημέραις αυτού ο Ιούδας θέλει σωθή και ο Ισραήλ θέλει κατοικήσει εν ασφαλεία· και τούτο είναι το όνομα αυτού, με το οποίον θέλει ονομασθή, Ο Κύριος η δικαιοσύνη ημών.
7 ଏଣୁକରି ‘ସଦାପ୍ରଭୁ କହନ୍ତି, ଦେଖ, ଇସ୍ରାଏଲ-ସନ୍ତାନଗଣକୁ ଯେ ମିସର ଦେଶରୁ ବାହାର କରି ଆଣିଲେ, ସେହି ଜୀବିତ ସଦାପ୍ରଭୁ, ଯେଉଁ ସମୟରେ ଲୋକମାନେ ଏହି କଥା କହିବେ ନାହିଁ;’
Διά τούτο, ιδού, έρχονται ημέραι, λέγει Κύριος, και δεν θέλουσιν ειπεί πλέον, Ζη ο Κύριος, όστις ανήγαγε τους υιούς Ισραήλ εκ γης Αιγύπτου·
8 ମାତ୍ର ‘ଇସ୍ରାଏଲ କୁଳଜାତ ବଂଶକୁ ଉତ୍ତର ଦେଶରୁ ଓ ଯେଉଁ ଯେଉଁ ସ୍ଥାନରେ ଆମ୍ଭେ ସେମାନଙ୍କୁ ତଡ଼ି ଦେଇଥିଲୁ, ସେହି ସବୁ ଦେଶରୁ ଯେ ସେମାନଙ୍କୁ ବାହାର କରି ଆଣିଲେ, ସେହି ଜୀବିତ ସଦାପ୍ରଭୁ ବୋଲି କହିବେ,’ ଏପରି ସମୟ ଆସୁଅଛି; ଆଉ, ସେମାନେ ଆପଣାମାନଙ୍କ ଦେଶରେ ବାସ କରିବେ।”
αλλά, Ζη ο Κύριος, όστις ανήγαγε και όστις έφερε το σπέρμα του οίκου Ισραήλ εκ της γης του βορρά και εκ πάντων των τόπων, όπου είχα διώξει αυτούς· και θέλουσι κατοικήσει εν τη γη αυτών.
9 ଭବିଷ୍ୟଦ୍‍ବକ୍ତାମାନଙ୍କ ବିଷୟ। ମୋର ଅନ୍ତରସ୍ଥ ହୃଦୟ ଭଗ୍ନ ହୋଇଅଛି, ମୋର ଅସ୍ଥିସବୁ କମ୍ପୁଅଛି; ସଦାପ୍ରଭୁଙ୍କର ଓ ତାହାଙ୍କ ପବିତ୍ର ବାକ୍ୟ ହେତୁରୁ ମୁଁ ମତ୍ତ ଲୋକ ତୁଲ୍ୟ ଓ ଦ୍ରାକ୍ଷାରସରେ ପରାଜିତ ଲୋକ ତୁଲ୍ୟ ଅଛି।
Ένεκεν των προφητών η καρδία μου συντρίβεται εντός μου· σαλεύονται πάντα τα οστά μου· είμαι ως άνθρωπος μεθύων και ως άνθρωπος συνεχόμενος υπό οίνου, εξ αιτίας του Κυρίου και εξ αιτίας των λόγων της αγιότητος αυτού.
10 କାରଣ ଦେଶ ବ୍ୟଭିଚାରୀଗଣରେ ପରିପୂର୍ଣ୍ଣ ଓ ଅଭିଶାପ ସକାଶୁ ଦେଶ ଶୋକ କରୁଅଛି; ପ୍ରାନ୍ତରସ୍ଥ ଚରାସ୍ଥାନସବୁ ଶୁଷ୍କ ହୋଇଅଛି ଓ ଲୋକମାନଙ୍କର ବ୍ୟବହାର ମନ୍ଦ, ଆଉ ସେମାନଙ୍କର ପରାକ୍ରମ ନ୍ୟାୟସଙ୍ଗତ ନୁହେଁ।
Διότι η γη είναι πλήρης μοιχών· διότι εξ αιτίας του όρκου πενθεί η γή· εξηράνθησαν αι βοσκαί της ερήμου και η οδός αυτών έγεινε πονηρά και η δύναμις αυτών άδικος.
11 “କାରଣ ଭବିଷ୍ୟଦ୍‍ବକ୍ତା ଓ ଯାଜକ ଉଭୟ ପାଷାଣ୍ଡ; ହଁ, ସଦାପ୍ରଭୁ କହନ୍ତି, ଆମ୍ଭେ ଆପଣା ଗୃହ ମଧ୍ୟରେ ସେମାନଙ୍କର ଦୁଷ୍କ୍ରିୟା ଦେଖିଅଛୁ।
Διότι και ο προφήτης και ο ιερεύς εμολύνθησαν· ναι, εν τω οίκω μου εύρηκα τας ασεβείας αυτών, λέγει Κύριος.
12 ଏଣୁକରି ସେମାନଙ୍କର ପଥ ଅନ୍ଧକାରାବୃତ ଖସଡ଼ା ସ୍ଥାନ ହେବ; ସେମାନେ ତାଡ଼ିତ ହୋଇ ତହିଁରେ ପଡ଼ିବେ; କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କ ଉପରେ ଅମଙ୍ଗଳ, ଅର୍ଥାତ୍‍, ସେମାନଙ୍କୁ ପ୍ରତିଫଳ ଦେବାର ବର୍ଷ ଆଣିବା।
Διά τούτο η οδός αυτών θέλει είσθαι εις αυτούς ως ολίσθημα εν τω σκότει· θέλουσιν ωθηθή και πέσει εν αυτή· διότι θέλω φέρει κακόν επ' αυτούς εν τω ενιαυτώ της επισκέψεως αυτών, λέγει Κύριος.
13 ଆହୁରି, ଆମ୍ଭେ ଶମରୀୟାର ଭବିଷ୍ୟଦ୍‍ବକ୍ତାମାନଙ୍କ ମଧ୍ୟରେ ଅଜ୍ଞାନତା ଦେଖିଅଛୁ; ସେମାନେ ବାଲ୍‍ଦେବ ନାମରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି ଆମ୍ଭର ଇସ୍ରାଏଲ ଲୋକମାନଙ୍କୁ ଭ୍ରାନ୍ତ କରାଇଲେ।
Είδον μεν αφροσύνην εν τοις προφήταις της Σαμαρείας. προεφήτευσαν διά του Βάαλ και επλάνων τον λαόν μου τον Ισραήλ.
14 ଯିରୂଶାଲମର ଭବିଷ୍ୟଦ୍‍ବକ୍ତାମାନଙ୍କ ମଧ୍ୟରେ ହିଁ ଆମ୍ଭେ ରୋମାଞ୍ଚଜନକ ବିଷୟ ଦେଖିଅଛୁ; ସେମାନେ ପରଦାର ଗମନ କରନ୍ତି, ମିଥ୍ୟାଚରଣ କରନ୍ତି ଓ ଦୁଷ୍କର୍ମକାରୀମାନଙ୍କର ହସ୍ତ ଏପରି ସବଳ କରନ୍ତି ଯେ, ସେମାନଙ୍କର କେହି ଆପଣା ଆପଣା ଦୁଷ୍ଟତାରୁ ଫେରନ୍ତି ନାହିଁ; ସେମାନେ ସମସ୍ତେ ଆମ୍ଭ ପ୍ରତି ସଦୋମର ତୁଲ୍ୟ ଓ ତହିଁର ନିବାସୀମାନେ ହମୋରାର ସମାନ ଅଟନ୍ତି।”
αλλ' εν τοις προφήταις της Ιερουσαλήμ είδον φρίκην· μοιχεύουσι και περιπατούσιν εν ψεύδει και ενισχύουσι τας χείρας των κακούργων, ώστε ουδείς επιστρέφει από της κακίας αυτού· πάντες ούτοι είναι εις εμέ ως Σόδομα και οι κάτοικοι αυτής ως Γόμορρα.
15 ଏହେତୁ ସୈନ୍ୟାଧିପତି ସଦାପ୍ରଭୁ ଭବିଷ୍ୟଦ୍‍ବକ୍ତାମାନଙ୍କ ବିଷୟରେ ଏହି କଥା କହନ୍ତି; “ଦେଖ, ଆମ୍ଭେ ସେମାନଙ୍କୁ ତିକ୍ତ ଫଳ ଭୋଜନ କରାଇବା ଓ ବିଷବୃକ୍ଷର ରସ ପାନ କରାଇବା; କାରଣ ଯିରୂଶାଲମର ଭବିଷ୍ୟଦ୍‍ବକ୍ତାଗଣଠାରୁ ଦେଶଯାକରେ ଅଧାର୍ମିକତା ବ୍ୟାପିଅଛି।”
Διά τούτο ούτω λέγει ο Κύριος των δυνάμεων κατά των προφητών· Ιδού, εγώ θέλω ψωμίσει αυτούς αψίνθιον και θέλω ποτίσει αυτούς ύδωρ χολής· διότι εκ των προφητών της Ιερουσαλήμ εξήλθεν ο μολυσμός εις άπαντα τον τόπον.
16 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଯେଉଁ ଭବିଷ୍ୟଦ୍‍ବକ୍ତାମାନେ ତୁମ୍ଭମାନଙ୍କ ନିକଟରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି, ସେମାନଙ୍କର ବାକ୍ୟ ତୁମ୍ଭେମାନେ ଶୁଣ ନାହିଁ; ସେମାନେ ତୁମ୍ଭମାନଙ୍କୁ ଅସାରତା ଶିଖାନ୍ତି; ସେମାନେ ଆପଣା ହୃଦୟର ଦର୍ଶନ କଥା କହନ୍ତି ଓ ସେମାନେ ସଦାପ୍ରଭୁଙ୍କ ମୁଖର କଥା କହନ୍ତି ନାହିଁ।
Ούτω λέγει ο Κύριος των δυνάμεων· Μη ακούετε τους λόγους των προφητών των προφητευόντων εις εσάς· ούτοι σας κάμνουσι ματαίους· λαλούσιν οράσεις από της καρδίας αυτών, ουχί από στόματος Κυρίου.
17 ସେମାନେ ଆମ୍ଭର ଅବଜ୍ଞାକାରୀମାନଙ୍କୁ ଅନୁକ୍ଷଣେ କହନ୍ତି, ସଦାପ୍ରଭୁ କହିଅଛନ୍ତି, ‘ତୁମ୍ଭମାନଙ୍କର ଶାନ୍ତି ହେବ;’ ପୁଣି, ଯେଉଁମାନେ ଆପଣା ଆପଣା ହୃଦୟର ଅବାଧ୍ୟତାନୁସାରେ ଆଚରଣ କରନ୍ତି, ସେହି ପ୍ରତ୍ୟେକ ଲୋକଙ୍କୁ ସେମାନେ କହନ୍ତି, ‘ତୁମ୍ଭମାନଙ୍କ ପ୍ରତି କୌଣସି ଅମଙ୍ଗଳ ଘଟିବ ନାହିଁ।’”
Λέγουσι πάντοτε προς τους καταφρονούντάς με, Ο Κύριος είπεν, Ειρήνη θέλει είσθαι εις εσάς· και λέγουσι προς πάντα περιπατούντα κατά τας ορέξεις της καρδίας αυτού, Δεν θέλει ελθεί κακόν εφ' υμάς·
18 ମାତ୍ର ସଦାପ୍ରଭୁଙ୍କର ବାକ୍ୟ ପ୍ରତ୍ୟକ୍ଷରେ ଶୁଣିବା ପାଇଁ କିଏ ତାହାଙ୍କ ଆଗରେ ଠିଆ ହୋଇଅଛି? କିଏ ଆମ୍ଭର ବାକ୍ୟ ମନ ଦେଇ ଶୁଣିଅଛି?
διότι τις παρεστάθη εν τη βουλή του Κυρίου και είδε και ήκουσε τον λόγον αυτού; τις επρόσεξεν εις τον λόγον αυτού και ήκουσεν;
19 ଦେଖ, ସଦାପ୍ରଭୁଙ୍କର ତୋଫାନ, ତାହାଙ୍କର ପ୍ରଚଣ୍ଡ କ୍ରୋଧ, ହଁ, ଘୂର୍ଣ୍ଣାୟମାନ ତୋଫାନ ବାହାର ହୋଇଅଛି; ତାହା ଦୁଷ୍ଟମାନଙ୍କ ମସ୍ତକରେ ଲାଗିବ।
Ιδού, ανεμοστρόβιλος παρά Κυρίου εξήλθε με ορμήν, και ανεμοστρόβιλος ορμητικός θέλει εξορμήσει επί την κεφαλήν των ασεβών.
20 ଯେପର୍ଯ୍ୟନ୍ତ ସଦାପ୍ରଭୁ ଆପଣା ମନର ଅଭିପ୍ରାୟ ସଫଳ ଓ ସିଦ୍ଧ ନ କରନ୍ତି, ସେପର୍ଯ୍ୟନ୍ତ ତାହାଙ୍କ କ୍ରୋଧ ଫେରିବ ନାହିଁ; ତୁମ୍ଭେମାନେ ଶେଷ କାଳରେ ତାହା ସମ୍ପୂର୍ଣ୍ଣ ରୂପେ ବୁଝିବ।
Ο θυμός του Κυρίου δεν θέλει αποστρέψει εωσού εκτελέση και εωσού κάμη τους στοχασμούς της καρδίας αυτού· εν ταις εσχάταις ημέραις θέλετε νοήσει τούτο εντελώς.
21 “ଆମ୍ଭେ ଏହି ଭବିଷ୍ୟଦ୍‍ବକ୍ତାମାନଙ୍କୁ ପଠାଇଲୁ ନାହିଁ, ତଥାପି ସେମାନେ ଦୌଡ଼ିଲେ; ଆମ୍ଭେ ସେମାନଙ୍କୁ କଥା କହିଲୁ ନାହିଁ, ତଥାପି ସେମାନେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ।
Δεν απέστειλα τους προφήτας τούτους και αυτοί έτρεξαν· δεν ελάλησα προς αυτούς και αυτοί προεφήτευσαν·
22 ମାତ୍ର ଯେବେ ସେମାନେ ଆମ୍ଭ ସଭାରେ ଠିଆ ହୋଇଥାʼନ୍ତେ, ତେବେ ଆମ୍ଭ ଲୋକମାନଙ୍କୁ ଆମ୍ଭର ବାକ୍ୟ ଶୁଣାଇଥାʼନ୍ତେ ଓ ସେମାନଙ୍କ କୁପଥରୁ, ସେମାନଙ୍କ କୁକ୍ରିୟାରୁ ସେମାନଙ୍କୁ ଫେରାଇଥାʼନ୍ତେ।
αλλ' εάν ήθελον παρασταθή εν τη βουλή μου, τότε ήθελον κάμει τον λαόν μου να ακούση τους λόγους μου, και ήθελον αποστρέψει αυτούς από της πονηράς οδού αυτών και από της κακίας των έργων αυτών.
23 ସଦାପ୍ରଭୁ କହନ୍ତି, ଆମ୍ଭେ କି ନିକଟରେ ପରମେଶ୍ୱର ଅଟୁ ଓ ଦୂରରେ ପରମେଶ୍ୱର ନୋହୁଁ?
Θεός εγγύθεν είμαι εγώ, λέγει Κύριος, και ουχί Θεός μακρόθεν;
24 ସଦାପ୍ରଭୁ କହନ୍ତି, ଆମ୍ଭେ ଯେଉଁ ସ୍ଥାନରେ ଦେଖି ନ ପାରିବୁ, ଏପରି ଗୁପ୍ତ ସ୍ଥାନରେ କି କେହି ଆପଣାକୁ ଲୁଚାଇ ପାରେ? ସଦାପ୍ରଭୁ କହନ୍ତି, ଆମ୍ଭେ କି ସ୍ୱର୍ଗ ଓ ମର୍ତ୍ତ୍ୟ ବ୍ୟାପି ନ ଥାଉ?
Δύναταί τις να κρυφθή εν κρυφίοις τόποις και εγώ να μη ίδω αυτόν; λέγει Κύριος. Δεν πληρώ εγώ τον ουρανόν και την γην; λέγει Κύριος.
25 ‘ଆମ୍ଭେ ସ୍ୱପ୍ନ ଦେଖିଅଛୁ, ଆମ୍ଭେ ସ୍ୱପ୍ନ ଦେଖିଅଛୁ ବୋଲି କହି’ ଯେଉଁ ଭବିଷ୍ୟଦ୍‍ବକ୍ତାମାନେ ଆମ୍ଭ ନାମରେ ମିଥ୍ୟା ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି, ସେମାନଙ୍କର କଥା ଆମ୍ଭେ ଶୁଣିଅଛୁ।
Ήκουσα τι λέγουσιν οι προφήται, οι προφητεύοντες εν τω ονόματί μου ψεύδος, λέγοντες, Είδον ενύπνιον, είδον ενύπνιον.
26 ଯେଉଁ ଭବିଷ୍ୟଦ୍‍ବକ୍ତାମାନେ ମିଥ୍ୟା ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି, ଅର୍ଥାତ୍‍, ଯେଉଁମାନେ ନିଜ ଅନ୍ତଃକରଣର କପଟତାର ଭବିଷ୍ୟଦ୍‍ବକ୍ତା ଅଟନ୍ତି, ସେମାନଙ୍କ ଅନ୍ତଃକରଣରେ ଏହା କେତେ କାଳ ଥିବ?
Έως πότε θέλει είσθαι τούτο εν τη καρδία των προφητών των προφητευόντων ψεύδος; ναι, προφητεύουσι τας απάτας της καρδίας αυτών·
27 ସେମାନଙ୍କର ପିତୃପୁରୁଷମାନେ ଯେପରି ବାଲ୍‍ଦେବ ସକାଶେ ଆମ୍ଭ ନାମ ପାସୋରି ପକାଇଲେ, ସେପରି ସେମାନେ ଆପଣା ଆପଣା ପ୍ରତିବାସୀ ନିକଟରେ ନିଜ ସ୍ୱପ୍ନ କଥା କହି ଆମ୍ଭ ଲୋକମାନଙ୍କୁ ଆମ୍ଭର ନାମ ବିସ୍ମୃତ କରାଇବାକୁ ବିଚାର କରନ୍ତି।
οίτινες στοχάζονται να κάμωσι τον λαόν μου να λησμονήση το όνομά μου, διά των ενυπνίων αυτών τα οποία διηγούνται έκαστος προς τον πλησίον αυτού, καθώς ελησμόνησαν οι πατέρες αυτών το όνομά μου διά τον Βάαλ.
28 ଯେଉଁ ଭବିଷ୍ୟଦ୍‍ବକ୍ତା ସ୍ୱପ୍ନ ଦେଖିଅଛି, ସେ ସ୍ୱପ୍ନ କଥା ପ୍ରକାଶ କରୁ, ପୁଣି ଯେ ଆମ୍ଭର ବାକ୍ୟ ପାଇଅଛି, ସେ ବିଶ୍ୱସ୍ତ ରୂପେ ଆମ୍ଭର ବାକ୍ୟ କହୁ। ସଦାପ୍ରଭୁ କହନ୍ତି, ଶସ୍ୟ ନିକଟରେ ପାଳ କଅଣ?
Ο προφήτης εις τον οποίον είναι ενύπνιον, ας διηγηθή το ενύπνιον· και εκείνος, εις τον οποίον είναι ο λόγος μου, ας λαλήση τον λόγον μου εν αληθεία. Τι είναι το άχυρον προς τον σίτον; λέγει Κύριος.
29 ସଦାପ୍ରଭୁ କହନ୍ତି, ଆମ୍ଭର ବାକ୍ୟ କି ଅଗ୍ନି ସ୍ୱରୂପ ନୁହେଁ? ଓ ପାଷାଣ ଖଣ୍ଡବିଖଣ୍ଡକାରୀ ହାତୁଡ଼ି ତୁଲ୍ୟ ନୁହେଁ?
Δεν είναι ο λόγος μου ως πυρ; λέγει ο Κύριος· και ως σφύρα κατασυντρίβουσα τον βράχον;
30 ଏଥିପାଇଁ ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ଭବିଷ୍ୟଦ୍‍ବକ୍ତାମାନେ, ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀଠାରୁ ଆମ୍ଭର ବାକ୍ୟ ହରଣ କରନ୍ତି, ଆମ୍ଭେ ସେମାନଙ୍କର ବିପକ୍ଷ ଅଟୁ।
Διά τούτο, ιδού, εγώ είμαι εναντίον των προφητών, λέγει Κύριος, οίτινες κλέπτουσι τους λόγους μου, έκαστος από του πλησίον αυτού.
31 ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ଭବିଷ୍ୟଦ୍‍ବକ୍ତାମାନେ ଆପଣା ଆପଣା ଜିହ୍ୱା ବ୍ୟବହାର କରି, ‘ସେ କହନ୍ତି’ ବୋଲି କହନ୍ତି, ଆମ୍ଭେ ସେମାନଙ୍କର ବିପକ୍ଷ।
Ιδού, εγώ είμαι εναντίον των προφητών, λέγει Κύριος, οίτινες κινούσι τας γλώσσας αυτών και λέγουσιν, Αυτός λέγει.
32 ସଦାପ୍ରଭୁ କହନ୍ତି, ଦେଖ, ଯେଉଁମାନେ ମିଥ୍ୟା ସ୍ୱପ୍ନର ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି ଓ ତାହା ଜଣାଇ, ଆପଣାମାନଙ୍କର ମିଥ୍ୟା କଥା ଓ ଅସାର ଦାମ୍ଭିକତା ଦ୍ୱାରା ଆମ୍ଭ ଲୋକମାନଙ୍କୁ ଭ୍ରାନ୍ତ କରାନ୍ତି, ଆମ୍ଭେ ସେମାନଙ୍କର ବିପକ୍ଷ ଅଟୁ; ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କୁ ପଠାଇ ନାହୁଁ, କିଅବା ସେମାନଙ୍କୁ ଆଜ୍ଞା ଦେଇ ନାହୁଁ; ଅଥଚ ସେମାନେ ଏହି ଲୋକମାନଙ୍କର କିଛିମାତ୍ର ଉପକାର କରି ପାରିବେ ନାହିଁ।
Ιδού, εγώ είμαι εναντίον των προφητευόντων ενύπνια ψευδή, λέγει Κύριος, οίτινες διηγούνται αυτά και πλανώσι τον λαόν μου με τα ψεύδη αυτών και με την αφροσύνην αυτών· ενώ εγώ δεν απέστειλα αυτούς ουδέ προσέταξα αυτούς· διά τούτο ουδόλως θέλουσιν ωφελήσει τον λαόν τούτον, λέγει Κύριος.
33 ପୁଣି, ଯେତେବେଳେ ଏହି ଲୋକମାନେ, ଅବା ଭବିଷ୍ୟଦ୍‍ବକ୍ତା, ଅବା କୌଣସି ଯାଜକ ତୁମ୍ଭକୁ ପଚାରିବେ, ‘ସଦାପ୍ରଭୁଙ୍କର ଭାରୋକ୍ତି କଅଣ?’ ସେତେବେଳେ ତୁମ୍ଭେ ସେମାନଙ୍କୁ କହିବ, ‘ଭାରୋକ୍ତି କଅଣ! ଆମ୍ଭେ ତୁମ୍ଭମାନଙ୍କୁ ପରିତ୍ୟାଗ କରିବା, ଏହା ସଦାପ୍ରଭୁଙ୍କର ଉକ୍ତି।’
Και εάν ο λαός ούτος ή ο προφήτης ή ο ιερεύς σε ερωτήσωσι, λέγοντες, Τι είναι το φορτίον του Κυρίου; τότε θέλεις ειπεί προς αυτούς, Τι το φορτίον; θέλω βεβαίως σας εγκαταλείψει, λέγει Κύριος.
34 ଆଉ, ‘ସଦାପ୍ରଭୁଙ୍କର ପ୍ରତ୍ୟାଦେଶ,’ ଏହି କଥା ଭବିଷ୍ୟଦ୍‍ବକ୍ତା, ଯାଜକ ଓ ଲୋକମାନେ କହିଲେ, ଆମ୍ଭେ ସେ ଲୋକକୁ ଓ ତାହାର ବଂଶକୁ ଶାସ୍ତି ଦେବା।
Τον δε προφήτην και τον ιερέα και τον λαόν, όστις είπη, Το φορτίον του Κυρίου, εγώ βεβαίως θέλω παιδεύσει τον άνθρωπον εκείνον και τον οίκον αυτού.
35 ତୁମ୍ଭେମାନେ ପ୍ରତ୍ୟେକ ଲୋକ ଆପଣା ଆପଣା ପ୍ରତିବାସୀକୁ ଓ ଆପଣା ଭ୍ରାତାକୁ ଏହି କଥା କହିବ, ‘ସଦାପ୍ରଭୁ କି ଉତ୍ତର ଦେଇଅଛନ୍ତି? ଓ ସଦାପ୍ରଭୁ କି କଥା କହିଅଛନ୍ତି?’
Ούτω θέλετε ειπεί, έκαστος προς τον πλησίον αυτού και έκαστος προς τον αδελφόν αυτού· Τι απεκρίθη ο Κύριος; και, Τι ελάλησεν ο Κύριος;
36 ପୁଣି, ‘ସଦାପ୍ରଭୁଙ୍କର ପ୍ରତ୍ୟାଦେଶ’ ବୋଲି ଆଉ ଉଚ୍ଚାରଣ କରିବ ନାହିଁ; କାରଣ ପ୍ରତ୍ୟେକ ମନୁଷ୍ୟର ନିଜ କଥା ତାହାର ପ୍ରତ୍ୟାଦେଶ ହେବ; ଯେହେତୁ ତୁମ୍ଭେମାନେ ଜୀବିତ ପରମେଶ୍ୱରଙ୍କର, ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କର ବାକ୍ୟସକଳ ବିପରୀତ କରିଅଛ।
Και φορτίον Κυρίου δεν θέλετε αναφέρει πλέον· επειδή το φορτίον θέλει είσθαι εις έκαστον ο λόγος αυτού· διότι διεστρέψατε τους λόγους του Θεού του ζώντος, του Κυρίου των δυνάμεων, του Θεού ημών.
37 ତୁମ୍ଭେ ଭବିଷ୍ୟଦ୍‍ବକ୍ତାଙ୍କୁ ଏହି କଥା କହିବ, ‘ସଦାପ୍ରଭୁ କି ଉତ୍ତର ଦେଇଅଛନ୍ତି?’ ଓ ‘ସଦାପ୍ରଭୁ କି କଥା କହିଅଛନ୍ତି?’
Ούτω θέλεις ειπεί προς τον προφήτην· Τι σοι απεκρίθη ο Κύριος; και, Τι ελάλησεν ο Κύριος;
38 ମାତ୍ର ‘ସଦାପ୍ରଭୁଙ୍କର ଭାରୋକ୍ତି,’ ଏହି କଥା ଯେବେ ତୁମ୍ଭେମାନେ କୁହ, ତେବେ ତହିଁ ସକାଶୁ ସଦାପ୍ରଭୁ କହନ୍ତି: ‘ଆମ୍ଭେ ତୁମ୍ଭମାନଙ୍କ ନିକଟକୁ ଲୋକ ପଠାଇ,’ ‘ସଦାପ୍ରଭୁଙ୍କର ଭାରୋକ୍ତି’ ବୋଲି କହିବାକୁ ନିଷେଧ କରିଅଛୁ, ତଥାପି ତୁମ୍ଭେମାନେ ‘ସଦାପ୍ରଭୁଙ୍କର ଭାରୋକ୍ତି ବୋଲି କହୁଅଛ।’
Αλλ' επειδή λέγετε, Το φορτίον του Κυρίου, διά τούτο ούτω λέγει Κύριος· Επειδή λέγετε τον λόγον τούτον, Το φορτίον του Κυρίου, εγώ δε απέστειλα προς εσάς, λέγων, δεν θέλετε λέγει, Το φορτίον του Κυρίου·
39 ଏଣୁକରି ଦେଖ, ଆମ୍ଭେ ତୁମ୍ଭମାନଙ୍କୁ ନିତାନ୍ତ ପାସୋରିବା, ପୁଣି, ତୁମ୍ଭମାନଙ୍କୁ ଓ ଯେଉଁ ନଗର ଆମ୍ଭେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଦେଇଅଛୁ, ତାହାକୁ ଆମ୍ଭ ଛାମୁରୁ ଦୂର କରିବା;
διά τούτο, Ιδού, εγώ θέλω σας λησμονήσει παντελώς και θέλω απορρίψει υμάς και την πόλιν την οποίαν έδωκα εις υμάς και εις τους πατέρας υμών, από προσώπου μου·
40 ଆଉ, ଯାହା ବିସ୍ମୃତ ହେବ ନାହିଁ, ଏପରି ନିତ୍ୟସ୍ଥାୟୀ ଦୁର୍ନାମ ଓ ଚିରସ୍ଥାୟୀ ଲଜ୍ଜା ଆମ୍ଭେ ତୁମ୍ଭମାନଙ୍କୁ ଭୋଗ କରାଇବା।”
και θέλω φέρει εφ' υμάς όνειδος αιώνιον, και καταισχύνην αιώνιον, ήτις δεν θέλει λησμονηθή.

< ଯିରିମୀୟ 23 >