< ଯିରିମୀୟ 21 >

1 ସିଦିକୀୟ ରାଜା ଯେଉଁ ସମୟରେ ମଲ୍‍କୀୟର ପୁତ୍ର ପଶ୍‍ହୂରକୁ ଓ ମାସେୟର ପୁତ୍ର ସଫନୀୟ ଯାଜକକୁ ଯିରିମୀୟଙ୍କ ନିକଟକୁ ପଠାଇ କହିଲା,
Hili ndilo neno lililotoka kwa Bwana kwa Yeremia wakati mfalme Sedekia alimtuma Pashuri mwana wa Malkiya na Sefania mwana wa Maaseya, kuhani. Wakamwambia,
2 “ଯଥା, ବିନୟ କରୁଅଛୁ, ତୁମ୍ଭେ ଆମ୍ଭମାନଙ୍କ ପକ୍ଷରୁ ସଦାପ୍ରଭୁଙ୍କୁ ପଚାର; କାରଣ ବାବିଲର ରାଜା ନବୂଖଦ୍‍ନିତ୍ସର ଆମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଅଛି; କେଜାଣି ସଦାପ୍ରଭୁ ଆପଣାର ସକଳ ଆଶ୍ଚର୍ଯ୍ୟ କ୍ରିୟାନୁସାରେ ଆମ୍ଭମାନଙ୍କ ପ୍ରତି ବ୍ୟବହାର କରିବେ, ତାହାହେଲେ ସେ ଆମ୍ଭମାନଙ୍କ ନିକଟରୁ ଉଠି ପ୍ରସ୍ଥାନ କରିବ,” ସେସମୟରେ ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ଉପସ୍ଥିତ ହେଲା।
“Pata ushauri kutoka kwa Bwana kwa ajili yetu, kwa kuwa Nebukadreza, mfalme wa Babeli, analeta vita. Labda Bwana atafanya miujiza kwetu, kama ilivyokuwa zamani, na kumfanya aondoke kwetu.”
3 ତହିଁରେ ଯିରିମୀୟ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସିଦିକୀୟକୁ ଏହି କଥା କହିବ;
Basi Yeremia akawaambia, “Hivi ndivyo mtakavyomwambia Sedekia
4 ‘ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଦେଖ, ତୁମ୍ଭେମାନେ ଆପଣା ହସ୍ତସ୍ଥିତ ଯେଉଁ ସକଳ ଯୁଦ୍ଧାସ୍ତ୍ର ଦ୍ୱାରା ବାବିଲର ରାଜା ଓ ତୁମ୍ଭମାନଙ୍କର ଅବରୋଧକାରୀ କଲ୍‍ଦୀୟମାନଙ୍କ ସହିତ ପ୍ରାଚୀରର ବାହାରେ ଯୁଦ୍ଧ କରୁଅଛ, ଆମ୍ଭେ ସେହି ସବୁକୁ ଫେରାଇ ଦେବା ଓ ଆମ୍ଭେ ଏହି ନଗର ମଧ୍ୟରେ ସେସବୁକୁ ସଂଗ୍ରହ କରିବା।
'Bwana, Mungu wa Israeli, asema hivi: Tazama, niageuza nyuma vyombo vya vita vilivyo mkononi mwenu, ambavyo mnapigana dhidi ya mfalme wa Babeli na Wakaldayo wanaokufunga kutoka nje ya kuta! Kwa maana nitawakusanya katikati ya jiji hili.
5 ପୁଣି, ଆମ୍ଭେ ଆପେ ବିସ୍ତୃତ ହସ୍ତ ଓ ବଳବାନ ବାହୁ ଦ୍ୱାରା କ୍ରୋଧରେ, ପ୍ରଚଣ୍ଡ ରୋଷରେ ଓ ମହାକୋପରେ ତୁମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା।
Nami nitapigana nanyi kwa mkono ulioinuka na mkono wenye nguvu, na ukali, ghadhabu, na hasira kubwa.
6 ଆଉ, ଆମ୍ଭେ ଏହି ନଗରବାସୀ ମନୁଷ୍ୟ ଓ ପଶୁ ସମସ୍ତଙ୍କୁ ସଂହାର କରିବା; ସେମାନେ ମହାମାରୀରେ ମରିବେ।
Kwa maana nitawaangamiza wenyeji wa mji huu, wanadamu na wanyama, watakufa kwa tauni kali.
7 ଆଉ, ସଦାପ୍ରଭୁ କହନ୍ତି, ତହିଁ ଉତ୍ତାରେ ଆମ୍ଭେ ଯିହୁଦାର ରାଜା ସିଦିକୀୟକୁ, ତାହାର ଦାସଗଣକୁ ଓ ଲୋକମାନଙ୍କୁ, ଅର୍ଥାତ୍‍, ଏହି ନଗରର ଯେଉଁ ସକଳ ଲୋକ ମହାମାରୀ, ଖଡ୍ଗ ଓ ଦୁର୍ଭିକ୍ଷରୁ ଅବଶିଷ୍ଟ ରହିବେ, ସେମାନଙ୍କୁ ବାବିଲର ରାଜା ନବୂଖଦ୍‍ନିତ୍ସରର ହସ୍ତରେ ଓ ସେମାନଙ୍କ ଶତ୍ରୁଗଣର ହସ୍ତରେ ଓ ସେମାନଙ୍କ ପ୍ରାଣନାଶର ଚେଷ୍ଟାକାରୀମାନଙ୍କ ହସ୍ତରେ ସମର୍ପଣ କରିବା; ଆଉ, ସେ ସେମାନଙ୍କୁ ଖଡ୍ଗଧାରରେ ବଧ କରିବ; ସେ ସେମାନଙ୍କୁ କ୍ଷମା, ଦୟା କି କରୁଣା କରିବ ନାହିଁ।’
Baada ya hayo- hii ndiyo ahadi ya Bwana-Sedekia mfalme wa Yuda, watumishi wake, watu, na kila mtu aishiye katika mji huu baada ya tauni, upanga na njaa, nitawatia wote mkononi mwa Nebukadreza mfalme wa Babeli, na mikononi mwa adui zao, na katika mkono wa wale wanaotaka uhai wao. Ndipo atawaua kwa makali ya upanga. Hatawahurumia, hatawaokoa, au kuwa na rehema.'
8 ପୁଣି, ତୁମ୍ଭେ ଏହି ଲୋକମାନଙ୍କୁ କହିବ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ତୁମ୍ଭମାନଙ୍କ ସମ୍ମୁଖରେ ଜୀବନର ପଥ ଓ ମୃତ୍ୟୁର ପଥ ରଖୁଅଛୁ।
Basi uwaambie watu hawa, 'Bwana asema hivi Angalia, nitaweka mbele yako njia ya uzima na njia ya mauti.
9 ଯେଉଁ ଲୋକ ଏହି ନଗର ମଧ୍ୟରେ ରହିବ, ସେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀରେ ମରିବ; ମାତ୍ର ଯେଉଁ ଲୋକ ବାହାରିଯାଇ ତୁମ୍ଭମାନଙ୍କର ଅବରୋଧକାରୀ କଲ୍‍ଦୀୟମାନଙ୍କର ପକ୍ଷ ହେବ, ସେ ବଞ୍ଚିବ ଓ ତାହାର ପ୍ରାଣ ତାହା ପ୍ରତି ଲୁଟିତ ଦ୍ରବ୍ୟ ତୁଲ୍ୟ ହେବ।
Mtu yeyote anayeishi katika mji huu atakufa kwa upanga, njaa, na tauni; lakini mtu yeyote atakayetoka na kuanguka kwa magoti mbele ya Wakaldayo ambao wamefungwa dhidi yako ataishi. Yeye ataokoka na maisha yake.
10 କାରଣ ସଦାପ୍ରଭୁ କହନ୍ତି, ମଙ୍ଗଳର ନିମନ୍ତେ ନୁହେଁ, ପୁଣି ଅମଙ୍ଗଳର ନିମନ୍ତେ ଏହି ନଗର ପ୍ରତି ଆମ୍ଭେ ଆପଣା ମୁଖ ରଖିଅଛୁ; ତାହା ବାବିଲ ରାଜାର ହସ୍ତଗତ କରାଯିବ ଓ ସେ ଅଗ୍ନିରେ ତାହା ଦଗ୍ଧ କରିବ।
Kwa maana nimeweka uso wangu juu ya mji huu ili kuleta maafa na sio kuleta mema-hili ndilo tamko la Bwana. Utatiwa mkononi mwa mfalme wa Babeli naye atauteketeza.'
11 ଆଉ, ଯିହୁଦାର ରାଜବଂଶ ବିଷୟରେ ତୁମ୍ଭେମାନେ ‘ସଦାପ୍ରଭୁଙ୍କର ବାକ୍ୟ ଶୁଣ;
Kuhusu nyumba ya mfalme wa Yuda, sikiliza neno la Bwana.
12 ହେ ଦାଉଦ ବଂଶ, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ପ୍ରଭାତରେ ବିଚାର ନିଷ୍ପତ୍ତି କର ଓ ଲୁଟିତ ଲୋକକୁ ଉପଦ୍ରବୀର ହସ୍ତରୁ ଉଦ୍ଧାର କର, ନୋହିଲେ ତୁମ୍ଭମାନଙ୍କ ଦୁଷ୍ଟାଚରଣ ହେତୁରୁ ଆମ୍ଭର ପ୍ରଚଣ୍ଡ କ୍ରୋଧ ଅଗ୍ନି ତୁଲ୍ୟ ବାହାରି ଦଗ୍ଧ କରିବ ଓ କେହି ତାହା ଲିଭାଇ ପାରିବ ନାହିଁ।’
Nyumba ya Daudi, Bwana asema, “Hukumuni kwa haki asubuhi. Umuokoe yule aliyeibiwa kwa mkono wa mwenye kuonea, au ghadhabu yangu itatoka kama moto na kuchoma, na hakuna mtu anayeweza kuizima, kwa sababu ya matendo yako mabaya.
13 ହେ ଉପତ୍ୟକା ଓ କ୍ଷେତ୍ରସ୍ଥ ଶୈଳନିବାସିନୀ, ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ; ତୁମ୍ଭେମାନେ କହୁଅଛ, ‘ଆମ୍ଭମାନଙ୍କ ବିରୁଦ୍ଧରେ କିଏ ଆସିବ? ଅବା କିଏ ଆମ୍ଭମାନଙ୍କ ନିବାସ ସ୍ଥାନରେ ପ୍ରବେଶ କରିବ?’
Angalia, mwenyeji wa bonde na mwamba wa nchi ya wazi! Mimi niko juu yako, - hii ndiyo ahadi ya Bwana- Mimi ni juu ya mtu yeyote anayesema, 'Ni nani atashuka kutupiga?' au 'Ni nani atakayeingia kwenye nyumba zetu?'
14 ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭମାନଙ୍କ କର୍ମର ଫଳାନୁସାରେ ତୁମ୍ଭମାନଙ୍କୁ ଶାସ୍ତି ଦେବା; ପୁଣି, ଆମ୍ଭେ ତାହାର ବନରେ ଅଗ୍ନି ଜ୍ୱଳାଇବା, ତହିଁରେ ତାହା ତାହାର ଚତୁର୍ଦ୍ଦିଗସ୍ଥ ସକଳ ଗ୍ରାସ କରିବ।”
Nitawaadhibu kutokana na matunda ya matendo yako-hili ndilo tamko la Bwana- na nitawasha moto katika misitu, na utateketeza kila kitu.'”

< ଯିରିମୀୟ 21 >