< ଯିରିମୀୟ 2 >

1 ଆହୁରି, ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା,
Et la parole de l’Éternel vint à moi, disant:
2 “ଯାଅ ଓ ଯିରୂଶାଲମର କର୍ଣ୍ଣଗୋଚରରେ ପ୍ରଚାର କରି କୁହ, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭ ଯୌବନାବସ୍ଥାର ଭକ୍ତି, ତୁମ୍ଭ ବିବାହ ସମୟର ପ୍ରେମ, ତୁମ୍ଭେ ପ୍ରାନ୍ତରରେ ଅବୁଣା ଦେଶରେ କିରୂପେ ଆମ୍ଭ ପଶ୍ଚାଦ୍‍ଗମନ କଲ, ଏହା ତୁମ୍ଭ ପକ୍ଷରେ ଆମ୍ଭେ ସ୍ମରଣ କରୁଅଛୁ।
Va, et crie aux oreilles de Jérusalem, disant: Ainsi dit l’Éternel: Je me souviens de toi, de la grâce de ta jeunesse, de l’amour de tes fiançailles, quand tu marchais après moi dans le désert, dans un pays non semé.
3 ଇସ୍ରାଏଲ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର, ତାହାଙ୍କ ଆୟର ପ୍ରଥମ ଫଳ ସ୍ୱରୂପ ଥିଲା। ଯେଉଁମାନେ ତାହାକୁ ଗ୍ରାସ କରନ୍ତି, ସେସମସ୍ତେ ଦୋଷୀ ଗଣାଯିବେ; ସେମାନଙ୍କ ପ୍ରତି ଅମଙ୍ଗଳ ଘଟିବ,” ଏହା ସଦାପ୍ରଭୁ କହନ୍ତି।
Israël était saint à l’Éternel, les prémices de ses fruits. Tous ceux qui le dévorent sont coupables; il viendra sur eux du mal, dit l’Éternel.
4 ହେ ଯାକୁବର ବଂଶ, ଆଉ ହେ ଇସ୍ରାଏଲ ବଂଶର ଗୋଷ୍ଠୀସବୁ, ସଦାପ୍ରଭୁଙ୍କର ବାକ୍ୟ ଶୁଣ;
Écoutez la parole de l’Éternel, maison de Jacob, et [vous], toutes les familles de la maison d’Israël!
5 ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭମାନଙ୍କର ପିତୃପୁରୁଷମାନେ ଆମ୍ଭଠାରେ କେଉଁ ଅନ୍ୟାୟ ଦେଖିଲେ ଯେ, ସେମାନେ ଆମ୍ଭଠାରୁ ଦୂରକୁ ଯାଇଅଛନ୍ତି ଓ ଅସାର ପ୍ରତିମାଗଣର ପଶ୍ଚାଦ୍‍ଗମନ କରି ନିଜେ ଅସାର ହୋଇଅଛନ୍ତି?
Ainsi dit l’Éternel: Quelle iniquité vos pères ont-ils trouvée en moi, qu’ils se soient éloignés de moi, et soient allés après la vanité, et soient devenus vains?
6 ଅଥବା ‘ଯେ ଆମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲେ, ଯେ ପ୍ରାନ୍ତରର, ମରୁଭୂମି ଓ ଗର୍ତ୍ତମୟ ଦେଶର, ଆଉ ନିର୍ଜଳ ଓ ମୃତ୍ୟୁୁଚ୍ଛାୟାରୂପ ଦେଶର, ପୁଣି ପଥିକବିହୀନ ଓ ନିବାସୀଶୂନ୍ୟ ଦେଶର ମଧ୍ୟରେ ଆମ୍ଭମାନଙ୍କୁ କଢ଼ାଇ ଆଣିଲେ, ସେହି ସଦାପ୍ରଭୁ କାହାନ୍ତି,’ ଏହା ସେମାନେ କହିଲେ ନାହିଁ।
Et ils n’ont pas dit: Où est l’Éternel qui nous a fait monter du pays d’Égypte, qui nous a fait marcher dans le désert, dans un pays stérile et plein de fosses, dans un pays aride et d’ombre de mort, dans un pays où personne ne passe et où aucun homme n’habite?
7 ପୁଣି, ତୁମ୍ଭେମାନେ ଯେପରି ଫଳ ଓ ଅତ୍ୟୁତ୍ତମ ଦ୍ରବ୍ୟ ଭୋଜନ କରିବ, ଏଥିପାଇଁ ଆମ୍ଭେ ତୁମ୍ଭମାନଙ୍କୁ ଏକ ଅତି ଉର୍ବରା ଦେଶକୁ ଆଣିଲୁ; ମାତ୍ର ତୁମ୍ଭେମାନେ ପ୍ରବେଶ କରି ଆମ୍ଭ ଦେଶକୁ ଅଶୁଚି ଓ ଆମ୍ଭ ଅଧିକାରକୁ ଘୃଣାସ୍ପଦ କଲ।
Et je vous ai amenés dans un pays fertile, pour en manger les fruits et les biens; et vous y êtes venus, et vous avez rendu impur mon pays, et de mon héritage vous avez fait une abomination.
8 ‘ସଦାପ୍ରଭୁ କାହାନ୍ତି,’ ଏହା ଯାଜକମାନେ କହିଲେ ନାହିଁ, ଆଉ ଯେଉଁମାନେ ବ୍ୟବସ୍ଥା ହସ୍ତରେ ଧରନ୍ତି, ସେମାନେ ଆମ୍ଭକୁ ଜାଣିଲେ ନାହିଁ; ଶାସନକର୍ତ୍ତାମାନେ ମଧ୍ୟ ଆମ୍ଭ ବିରୁଦ୍ଧରେ ଅଧର୍ମାଚରଣ କଲେ, ଆଉ ଭବିଷ୍ୟଦ୍‍ବକ୍ତାମାନେ ବାଲ୍‍ଦେବ ନାମରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ ଓ ନିଷ୍ଫଳ ବସ୍ତୁମାନର ପଶ୍ଚାଦ୍‍ଗମନ କଲେ।
Les sacrificateurs n’ont pas dit: Où est l’Éternel? et ceux qui s’occupaient de la loi ne m’ont point connu, et les pasteurs se sont rebellés contre moi, et les prophètes ont prophétisé par Baal et ont marché après des choses qui ne profitent pas.
9 ଏହେତୁ ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭମାନଙ୍କ ସହିତ ଆହୁରି ପ୍ରତିବାଦ କରିବା ଓ ତୁମ୍ଭମାନଙ୍କ ସନ୍ତାନଗଣର ସନ୍ତାନ ସହିତ ଆମ୍ଭେ ପ୍ରତିବାଦ କରିବା।
C’est pourquoi je contesterai encore avec vous, dit l’Éternel, et je contesterai avec les fils de vos fils.
10 ପାର ହୋଇ କିତ୍ତୀୟମାନଙ୍କର ଦ୍ୱୀପସମୂହକୁ ଯାଇ ଦେଖ, ଆଉ କେଦାରକୁ ଲୋକ ପଠାଅ ଓ ସୂକ୍ଷ୍ମ ରୂପେ ବିବେଚନା କର; ଆଉ ଦେଖ, ଏପରି କାର୍ଯ୍ୟ କି କେବେ ହୋଇଅଛି?
Car passez par les îles de Kittim, et voyez; et envoyez en Kédar, et considérez bien, et voyez s’il y a eu rien de tel.
11 ଦେବତାମାନେ ଈଶ୍ୱର ନୋହିଲେ ହେଁ କୌଣସି ଦେଶୀୟ ଲୋକେ କି ଆପଣା ଦେବତାମାନଙ୍କୁ ବଦଳ କରିଅଛନ୍ତି? ମାତ୍ର ଆମ୍ଭର ଲୋକମାନେ ନିଷ୍ଫଳ ବସ୍ତୁ ନିମନ୍ତେ ଆପଣାମାନଙ୍କର ଗୌରବସ୍ୱରୂପଙ୍କୁ ବଦଳ କରିଅଛନ୍ତି।
Y a-t-il une nation qui ait changé de dieux? – et ce ne sont pas des dieux. Mais mon peuple a changé sa gloire contre ce qui n’est d’aucun profit.
12 ହେ ଆକାଶମଣ୍ଡଳ, ଏଥିରେ ଚମତ୍କୃତ ହୁଅ ଓ ମହାଭୟଗ୍ରସ୍ତ ହୋଇ ସଙ୍କୁଚିତ ହୁଅ, ଏହା ସଦାପ୍ରଭୁ କହନ୍ତି।
Cieux, soyez étonnés de ceci, frissonnez, et soyez extrêmement confondus, dit l’Éternel.
13 କାରଣ ଆମ୍ଭର ଲୋକମାନେ ଦୁଇଟି ଦୋଷ କରିଅଛନ୍ତି; ସେମାନେ ଅମୃତ ଜଳର ନିର୍ଝର ସ୍ୱରୂପ ଯେ ଆମ୍ଭେ, ଆମ୍ଭକୁ ପରିତ୍ୟାଗ କରିଅଛନ୍ତି, ପୁଣି ଆପଣାମାନଙ୍କ ନିମନ୍ତେ ନାନା କୂପ ଖୋଳିଅଛନ୍ତି, ସେସବୁ ଭଗ୍ନ କୂପ, ଜଳଧାରଣ କରି ନ ପାରେ।
Car mon peuple a fait deux maux: ils m’ont abandonné, moi, la source des eaux vives, pour se creuser des citernes, des citernes crevassées qui ne retiennent pas l’eau.
14 ଇସ୍ରାଏଲ କି ଦାସ? ସେ କି ଗୃହଜାତ ଜନ୍ମରୁ ଦାସ? ତେବେ ସେ କାହିଁକି ଲୁଟିତ ଦ୍ରବ୍ୟ ହୋଇଅଛି?
Israël est-il un serviteur? Est-il un [esclave] né dans la maison? Pourquoi est-il mis au pillage?
15 ଯୁବା ସିଂହମାନେ ତାହା ଉପରେ ଗର୍ଜ୍ଜନ ଓ ହୁଙ୍କାର କରିଅଛନ୍ତି ଓ ସେମାନେ ତାହାର ଦେଶ ଉଜାଡ଼ କରିଅଛନ୍ତି; ତାହାର ନଗରସବୁ ଦଗ୍ଧ ହୋଇ ନିବାସବିହୀନ ହୋଇଅଛି।
Les jeunes lions ont rugi contre lui, ils ont fait retentir leur voix, et ils ont mis son pays en désolation; ses villes sont brûlées, de sorte qu’il n’y a plus d’habitant.
16 ଆହୁରି ନୋଫର ଓ ତଫନ୍‍ହେଷର ସନ୍ତାନଗଣ ତୁମ୍ଭ ମସ୍ତକର ମୁକୁଟକୁ ଭାଙ୍ଗିଅଛନ୍ତି।
Même les fils de Noph et de Takhpanès te brouteront le sommet de la tête.
17 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ପଥରେ କଢ଼ାଇ ଘେନିଯିବା ସମୟରେ ତୁମ୍ଭେ ତାହାଙ୍କୁ ପରିତ୍ୟାଗ କରିବାରୁ ଏହା କି ଆପଣା ପ୍ରତି ଆପେ ଘଟାଇ ନାହଁ?
N’est-ce pas toi qui t’es fait cela, en ce que tu as abandonné l’Éternel, ton Dieu, dans le temps où il te faisait marcher dans le chemin?
18 ଆଉ, ଏବେ ଶୀହୋରର ଜଳ ପାନ କରିବା ନିମନ୍ତେ ତୁମ୍ଭେ ମିସରର ପଥରେ କାହିଁକି ଯାଉଅଛ? ଅଥବା ଫରାତ୍‍ ନଦୀର ଜଳ ପାନ କରିବା ନିମନ୍ତେ ତୁମ୍ଭେ ଅଶୂରର ପଥରେ କାହିଁକି ଯାଉଅଛ?
Et maintenant, qu’as-tu affaire d’aller en Égypte pour boire les eaux du Shikhor? Et qu’as-tu affaire d’aller vers l’Assyrie pour boire les eaux du fleuve?
19 ତୁମ୍ଭ ନିଜର ଦୁଷ୍ଟତା ତୁମ୍ଭକୁ ଶାସ୍ତି ଦେବ ଓ ତୁମ୍ଭର ବିପଥଗମନ ତୁମ୍ଭକୁ ଅନୁଯୋଗ କରିବ; ଏହେତୁ ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ପରିତ୍ୟାଗ କରିବାର ଓ ଆମ୍ଭ ବିଷୟକ ଭୟ ତୁମ୍ଭ ମଧ୍ୟରେ ନ ଥିବାର ଯେ ମନ୍ଦ ଓ ତିକ୍ତ ବିଷୟ, ଏହା ଜ୍ଞାତ ହୋଇ ବୁଝ।
Ton iniquité te châtie, et tes rébellions te reprennent; et connais, et vois, que c’est une chose mauvaise et amère que tu aies abandonné l’Éternel, ton Dieu, et que ma crainte ne soit pas en toi, dit le Seigneur, l’Éternel des armées.
20 ପୂର୍ବକାଳରେ ଆମ୍ଭେ ତୁମ୍ଭର ଯୁଆଳି ଭାଙ୍ଗି ତୁମ୍ଭର ବନ୍ଧନସକଳ ଛେଦନ କଲୁ; ଆଉ, ତୁମ୍ଭେ କହିଲ, ‘ଆମ୍ଭେ ଦାସ୍ୟକର୍ମ କରିବା ନାହିଁ;’ କାରଣ ପ୍ରତ୍ୟେକ ଉଚ୍ଚ ପର୍ବତ ଉପରେ ଓ ପ୍ରତ୍ୟେକ ସବୁଜ ବୃକ୍ଷ ତଳେ ତୁମ୍ଭେ ବ୍ୟଭିଚାର କରିବା ପାଇଁ ନତ ହୋଇଅଛ।
Car d’ancienneté tu as rompu ton joug, arraché tes liens, et tu as dit: Je ne servirai pas. Car, sur toute haute colline et sous tout arbre vert tu t’inclines, tu te prostitues.
21 ତଥାପି ଆମ୍ଭେ ତୁମ୍ଭକୁ ସର୍ବତୋଭାବେ ପ୍ରକୃତ ବୀଜରୁ ଉତ୍ପନ୍ନ ଉତ୍ତମ ଦ୍ରାକ୍ଷାଲତା କରି ରୋପଣ କରିଥିଲୁ; ତେବେ ତୁମ୍ଭେ କିପରି ଆମ୍ଭ ନିକଟରେ ବିଜାତୀୟ ଦ୍ରାକ୍ଷାଲତାରୁ ଉତ୍ପନ୍ନ ବିକୃତ ଚାରା ହେଲ?
Et moi je t’avais plantée, un cep exquis, une toute vraie semence; comment t’es-tu changée pour moi en sarments dégénérés d’une vigne étrangère?
22 ପ୍ରଭୁ, ସଦାପ୍ରଭୁ କହନ୍ତି, ଯଦ୍ୟପି ତୁମ୍ଭେ ଆପଣାକୁ ସୋଡ଼ାରେ ଧୌତ କର ଓ ବହୁତ ସାବୁନ ଲଗାଅ, ତଥାପି ଆମ୍ଭ ଦୃଷ୍ଟିରେ ତୁମ୍ଭ ଅଧର୍ମ ଚିହ୍ନିତ ହୋଇ ରହିଅଛି।
Quand tu te laverais avec du nitre, et que tu emploierais beaucoup de potasse, ton iniquité reste marquée devant moi, dit le Seigneur, l’Éternel.
23 ‘ଆମ୍ଭେ ଅଶୁଚି ନୋହୁଁ, ଆମ୍ଭେ ବାଲ୍‍ ଦେବଗଣର ପଶ୍ଚାଦ୍‍ଗାମୀ ହୋଇ ନାହୁଁ ବୋଲି’ ତୁମ୍ଭେ କିପରି କହିପାର? ଉପତ୍ୟକାରେ ତୁମ୍ଭ ଗତାୟାତ ପଥ ଦେଖ, ଯାହା ତୁମ୍ଭେ କରିଅଛ, ତାହା ଜ୍ଞାତ ହୁଅ; ତୁମ୍ଭେ ଆପଣା ପଥରେ ଭ୍ରମଣକାରିଣୀ ଦ୍ରୁତଗାମିନୀ ଉଷ୍ଟ୍ରୀ;
Comment dis-tu: Je ne me suis pas rendue impure, je n’ai pas marché après les Baals? Regarde ton chemin dans la vallée, reconnais ce que tu as fait, dromadaire légère, qui vas çà et là croisant tes chemins.
24 ତୁମ୍ଭେ ପ୍ରାନ୍ତର ପରିଚିତା ବନ୍ୟ ଗର୍ଦ୍ଦଭୀ ଅଟ; ସେ ଆପଣା ଅଭିଳାଷକ୍ରମେ ବାୟୁ ଆଘ୍ରାଣ କରେ, ତାହାର ଋତୁ ସମୟରେ କିଏ ତାହାକୁ ଫେରାଇ ପାରଇ? ତାହାର ଅନ୍ବେଷଣକାରୀମାନଙ୍କର ଆପଣାମାନଙ୍କୁ କ୍ଳାନ୍ତ କରିବାର ପ୍ରୟୋଜନ ନାହିଁ; ସେମାନେ ତାହାର ନିୟମିତ ମାସରେ ତାହାକୁ ପାଇବେ।
Ânesse sauvage accoutumée au désert, dans le désir de son âme elle hume le vent: dans son ardeur, qui la détournera? Tous ceux qui la cherchent ne se fatigueront point; ils la trouveront en son mois.
25 ‘ତୁମ୍ଭେ ଆପଣା ଚରଣ ପାଦୁକାରହିତ ଓ କଣ୍ଠ ଶୁଷ୍କ ହେବାକୁ ଦିଅ ନାହିଁ; ମାତ୍ର ତୁମ୍ଭେ କହିଲ, ଆଉ ଭରସା ନାହିଁ; ନା, କାରଣ ମୁଁ ବିଦେଶୀୟମାନଙ୍କୁ ପ୍ରେମ କରିଅଛି ଓ ମୁଁ ସେମାନଙ୍କର ପଶ୍ଚାଦ୍‍ଗାମିନୀ ହେବି।’
Retiens ton pied de se laisser déchausser; et ton gosier d’avoir soif. Mais tu dis: C’est en vain; non, car j’aime les étrangers, et j’irai après eux.
26 ଚୋର ଧରା ପଡ଼ିଲେ ଯେପରି ଲଜ୍ଜିତ ହୁଏ, ସେପରି ଇସ୍ରାଏଲ ବଂଶ, ସେମାନଙ୍କର ରାଜାଗଣ, ସେମାନଙ୍କର ଅଧିପତିଗଣ, ସେମାନଙ୍କର ଯାଜକଗଣ ଓ ସେମାନଙ୍କର ଭବିଷ୍ୟଦ୍‍ବକ୍ତାଗଣ ସମସ୍ତେ ଲଜ୍ଜିତ ହୋଇଅଛନ୍ତି;
Comme un voleur est confus quand il est trouvé, ainsi sera confuse la maison d’Israël, eux, leurs rois, leurs princes, et leurs sacrificateurs, et leurs prophètes;
27 ସେମାନେ ଖଣ୍ଡେ କାଠମୁଣ୍ଡାକୁ କହନ୍ତି, ‘ତୁମ୍ଭେ ଆମ୍ଭର ପିତା’ ଓ ପଥରକୁ କହନ୍ତି, ‘ତୁମ୍ଭେ ଆମ୍ଭକୁ ଜନ୍ମ କରିଅଛ,’ ସେମାନେ ଆମ୍ଭ ଆଡ଼କୁ ମୁଖ ନ ଫେରାଇ ଆପଣା ଆପଣା ପିଠି ଫେରାଇ ଅଛନ୍ତି; ବିପଦ ସମୟରେ ସେମାନେ କହିବେ, ‘ତୁମ୍ଭେ ଉଠ, ଆମ୍ଭମାନଙ୍କୁ ଉଦ୍ଧାର କର।’
ils disent à un bois: Tu es mon père; et à une pierre: Tu m’as engendré. Car ils m’ont tourné le dos, et non la face; et, dans le temps de leur malheur, ils diront: Lève-toi, et délivre-nous!
28 ମାତ୍ର ତୁମ୍ଭେ ନିଜ ପାଇଁ ଯେଉଁ ଦେବତାମାନଙ୍କୁ ନିର୍ମାଣ କରିଅଛ, ସେମାନେ କାହାନ୍ତି? ସେମାନେ ଉଠନ୍ତୁ, ଯେବେ ପାରନ୍ତି, ତେବେ ତୁମ୍ଭ ବିପଦ ସମୟରେ ତୁମ୍ଭକୁ ଉଦ୍ଧାର କରନ୍ତୁ; କାରଣ ହେ ଯିହୁଦା, ତୁମ୍ଭ ନଗରସମୂହର ସଂଖ୍ୟା ପ୍ରମାଣେ ତୁମ୍ଭର ଦେବତାମାନେ ଅଛନ୍ତି।
Et où sont tes dieux que tu t’es faits? Qu’ils se lèvent, s’ils peuvent te sauver au temps de ton malheur! Car le nombre de tes dieux est celui de tes villes, ô Juda!
29 ତୁମ୍ଭେମାନେ କାହିଁକି ଆମ୍ଭ ସଙ୍ଗେ ବିବାଦ କରିବ? ସଦାପ୍ରଭୁ କହନ୍ତି, ତୁମ୍ଭେ ସମସ୍ତେ ଆମ୍ଭ ବିରୁଦ୍ଧରେ ଅପରାଧ କରିଅଛ।
Pourquoi contesteriez-vous avec moi? Vous vous êtes tous rebellés contre moi, dit l’Éternel.
30 ଆମ୍ଭେ ବ୍ୟର୍ଥରେ ତୁମ୍ଭ ସନ୍ତାନଗଣକୁ ଆଘାତ କରିଅଛୁ; ସେମାନେ ଶାସ୍ତି ଗ୍ରାହ୍ୟ କଲେ ନାହିଁ; ତୁମ୍ଭମାନଙ୍କର ନିଜ ଖଡ୍ଗ, ବିନାଶକ ସିଂହ ତୁଲ୍ୟ ତୁମ୍ଭମାନଙ୍କର ଭବିଷ୍ୟଦ୍‍ବକ୍ତାଗଣଙ୍କୁ ଗ୍ରାସ କରିଅଛି।
J’ai frappé vos fils en vain, ils ne reçoivent pas la correction; votre épée a dévoré vos prophètes, comme un lion destructeur.
31 ହେ ବର୍ତ୍ତମାନ କାଳର ଲୋକମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଆଲୋଚନା କର, ଆମ୍ଭେ କି ଇସ୍ରାଏଲ ପ୍ରତି ପ୍ରାନ୍ତର ସ୍ୱରୂପ, ଅବା ନିବିଡ଼ ଅନ୍ଧକାରମୟ ଦେଶ ସ୍ୱରୂପ ହୋଇଅଛୁ? ଆମ୍ଭର ଲୋକମାନେ କାହିଁକି କହୁଅଛନ୍ତି, ‘ଆମ୍ଭେମାନେ ବନ୍ଧନଛିଣ୍ଡା ହୋଇଅଛୁ; ଆମ୍ଭେମାନେ ଆଉ ତୁମ୍ଭ ନିକଟକୁ ଆସିବୁ ନାହିଁ?’
Ô génération! voyez la parole de l’Éternel! Ai-je été un désert pour Israël, ou un pays de ténèbres? Pourquoi mon peuple a-t-il dit: Nous sommes maîtres, nous ne viendrons plus à toi?
32 କନ୍ୟା କି ଆପଣା ଅଳଙ୍କାର ଓ ବିବାହିତା କନ୍ୟା କି ଆପଣା ଭୂଷଣ ପାସୋରି ପାରେ? ତଥାପି ଆମ୍ଭର ଲୋକେ ଆମ୍ଭକୁ ଅସଂଖ୍ୟ ଦିନ ପାସୋରିଅଛନ୍ତି।
La vierge oublie-t-elle sa parure? l’épouse, ses atours? Mais mon peuple m’a oublié pendant des jours sans nombre.
33 ତୁମ୍ଭେ ପ୍ରେମର ଚେଷ୍ଟାରେ କିପରି ଆପଣା ପଥ ସଜାଡ଼ୁଅଛ! ଏହି କାରଣରୁ ଦୁଷ୍ଟା ସ୍ତ୍ରୀମାନଙ୍କୁ ହିଁ ତୁମ୍ଭେ ଆପଣା ପଥ ଶିଖାଇଅଛ।
Comme tu es habile dans tes voies pour chercher l’amour! C’est pourquoi aussi tu as accoutumé tes voies aux choses iniques.
34 ଆହୁରି, ତୁମ୍ଭ ବସ୍ତ୍ରର ଅଞ୍ଚଳରେ ନିର୍ଦ୍ଦୋଷ ଦୀନହୀନମାନଙ୍କ ପ୍ରାଣର ରକ୍ତ ଦେଖାଯାଏ; ତାହା ସିନ୍ଧି କାଟିବା ସ୍ଥାନରେ ନୁହେଁ, ମାତ୍ର ଏହିସବୁର ଉପରେ ଆମ୍ଭେ ଦେଖିଅଛୁ।
Même dans les pans de ta robe a été trouvé le sang des pauvres innocents, que tu n’avais point trouvés faisant effraction; mais [il y a été trouvé] à cause de toutes ces choses-là.
35 ତଥାପି ତୁମ୍ଭେ କହିଲ, ‘ଆମ୍ଭେ ନିର୍ଦ୍ଦୋଷ; ଅବଶ୍ୟ ଆମ୍ଭଠାରୁ ତାହାଙ୍କର କ୍ରୋଧ ଫେରିଅଛି।’ ତୁମ୍ଭେ କହୁଅଛ, ‘ଆମ୍ଭେ ପାପ କରି ନାହୁଁ,’ ଏହେତୁ ଦେଖ, ଆମ୍ଭେ ତୁମ୍ଭର ବିଚାର କରିବା।
Et tu dis: Oui, je suis innocente, sa colère se détournera de moi. Voici, j’entrerai en jugement avec toi sur ce que tu as dit: Je n’ai point péché.
36 ତୁମ୍ଭେ ଆପଣା ପଥ ପରିବର୍ତ୍ତନ କରିବା ପାଇଁ କାହିଁକି ଏଣେତେଣେ ମିଥ୍ୟାରେ ଏତେ ଭ୍ରମଣ କରୁଅଛ? ତୁମ୍ଭେ ଅଶୂରର ବିଷୟରେ ଯେପରି ଲଜ୍ଜିତା ହୋଇଥିଲ, ସେପରି ମିସରର ବିଷୟରେ ହେଁ ଲଜ୍ଜିତା ହେବ।
Pourquoi te donnes-tu tant de mouvement pour changer de chemin? Tu auras honte aussi de l’Égypte, comme tu as eu honte de l’Assyrie.
37 ତୁମ୍ଭେ ଆପଣା ମୁଣ୍ଡରେ ହାତ ଦେଇ ତାହା ନିକଟରୁ ମଧ୍ୟ ବାହାରି ଯିବ; କାରଣ ସଦାପ୍ରଭୁ ତୁମ୍ଭର ବିଶ୍ୱାସପାତ୍ରମାନଙ୍କୁ ଅଗ୍ରାହ୍ୟ କରିଅଛନ୍ତି ଓ ସେମାନଙ୍କ ଦ୍ୱାରା ତୁମ୍ଭେ କୃତକାର୍ଯ୍ୟ ହେବ ନାହିଁ।
De celle-là aussi tu sortiras avec tes mains sur ta tête, car l’Éternel a rejeté ceux en qui tu as eu confiance, et tu ne réussiras pas par eux.

< ଯିରିମୀୟ 2 >