< ଯିରିମୀୟ 18 >

1 ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କ ନିକଟରୁ ଏହି ବାକ୍ୟ ଉପସ୍ଥିତ ହେଲା;
La parole qui fut adressée à Jérémie par l'Éternel, quand Il dit:
2 “ତୁମ୍ଭେ ଉଠି କୁମ୍ଭକାରର ଗୃହକୁ ଯାଅ, ସେଠାରେ ଆମ୍ଭେ ତୁମ୍ଭକୁ ଆପଣା ବାକ୍ୟ ଶୁଣାଇବା।”
Lève-toi, et descends à la maison du potier, et là je te ferai entendre mes paroles.
3 ତେବେ ମୁଁ କୁମ୍ଭକାର ଗୃହକୁ ଗଲି, ଆଉ ଦେଖ, ସେ ଚକ୍ରରେ ଆପଣା କର୍ମ କରୁଥିଲା।
Et je descendis à la maison du potier; et voici, il travaillait au tour.
4 କୁମ୍ଭକାର ମୃତ୍ତିକାର ଯେଉଁ ପାତ୍ର ନିର୍ମାଣ କରୁଥିଲା, ତାହା ତାହାର ହସ୍ତରେ ବିଗିଡ଼ି ଯିବାରୁ କୁମ୍ଭକାର ତାହା ନେଇ ଆପଣା ଇଚ୍ଛାନୁସାରେ ଆଉ ଗୋଟିଏ ପାତ୍ର ନିର୍ମାଣ କଲା।
Et le vase qu'il faisait avec l'argile qu'il tenait en sa main, manqua, et il en refit un autre vase tel que le potier trouva bon de le faire.
5 ତହୁଁ ମୋʼ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା,
Alors la parole de l'Éternel me fut adressée en ces mots:
6 ସଦାପ୍ରଭୁ କହନ୍ତି, “ହେ ଇସ୍ରାଏଲ ବଂଶ, ଆମ୍ଭେ କି ଏହି କୁମ୍ଭକାର ପରି ତୁମ୍ଭ ପ୍ରତି କରି ନ ପାରୁ? ହେ ଇସ୍ରାଏଲ ବଂଶ, ଦେଖ, ଯେପରି ମୃତ୍ତିକା କୁମ୍ଭକାରର ହସ୍ତରେ, ସେପରି ତୁମ୍ଭେମାନେ ଆମ୍ଭ ହସ୍ତରେ ଅଛ।
Ne pourrai-je pas en agir avec vous, maison d'Israël, comme ce potier-là? dit l'Éternel. Voici, telle l'argile dans la main du potier, tels vous êtes dans ma main, maison d'Israël.
7 ଯେତେବେଳେ ଆମ୍ଭେ କୌଣସି ଗୋଷ୍ଠୀ ଓ ରାଜ୍ୟ ବିଷୟରେ ଉତ୍ପାଟନ ଓ ଅଧଃପତନ ଓ ବିନାଶର କଥା କହିବା;
Une fois je parle, touchant un peuple et un royaume, d'extirper, de détruire et de perdre.
8 ସେତେବେଳେ ଯେଉଁ ଗୋଷ୍ଠୀ ବିଷୟରେ ଆମ୍ଭେ କହିଅଛୁ, ସେମାନେ ଯଦି ଆପଣା ଆପଣା ଦୁଷ୍କର୍ମରୁ ଫେରନ୍ତି, ତେବେ ସେମାନଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟାଇବାକୁ ଆମ୍ଭେ ମନରେ କଲୁ, ତହିଁରୁ ଆମ୍ଭେ କ୍ଷାନ୍ତ ହେବା।
Mais que ce peuple, touchant lequel j'avais parlé, revienne de sa méchanceté, je me repens du mal que j'avais pensé à lui faire.
9 ପୁଣି, ଯେତେବେଳେ ଆମ୍ଭେ କୌଣସି ଗୋଷ୍ଠୀକୁ ରାଜ୍ୟ ବିଷୟରେ ଗଠନ ଓ ରୋପଣର କଥା କହିବା;
Et une autre fois je parle, touchant un peuple et un royaume, d'édifier et de planter.
10 ସେତେବେଳେ ସେ ଯଦି ଆମ୍ଭର ରବ ନ ମାନି ଆମ୍ଭ ଦୃଷ୍ଟିରେ ଦୁଷ୍କର୍ମ କରେ, ତେବେ ଆମ୍ଭେ ତାହା ପ୍ରତି ଯେଉଁ ମଙ୍ଗଳ କରିବାର କଥା କହିଲୁ, ତହିଁରୁ ଆମ୍ଭେ କ୍ଷାନ୍ତ ହେବା।
Mais qu'il fasse ce qui est mal à mes yeux, n'obéissant pas à ma voix, je me repens du bien que j'avais dit vouloir lui faire.
11 ଏନିମନ୍ତେ ଏବେ ତୁମ୍ଭେ ଯିହୁଦାର ଲୋକମାନଙ୍କ ଓ ଯିରୂଶାଲମ ନିବାସୀମାନଙ୍କ ନିକଟକୁ ଯାଇ କୁହ, ‘ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ସଂକଳ୍ପ କରୁଅଛୁ; ଏବେ ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା କୁପଥରୁ ଫେର, ପୁଣି ଆପଣା ଆପଣା ପଥ ଓ ଆପଣା ଆପଣା କ୍ରିୟାର ଶୋଧନ କର।’
Et maintenant parle aux hommes de Juda, et aux habitants de Jérusalem, et dis: Ainsi parle l'Éternel: Voici, je vous prépare des maux, et je médite un plan contre vous; ah! revenez chacun de votre mauvaise voie, et amendez vos voies et vos œuvres!
12 ମାତ୍ର ସେମାନେ କହନ୍ତି, ‘ଭରସା ନାହିଁ; କାରଣ ଆମ୍ଭେମାନେ ଆପଣା ଆପଣା ସଂକଳ୍ପ ଅନୁସାରେ ଚାଲିବା ଓ ଆମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଦୁଷ୍ଟ ଅନ୍ତଃକରଣର ଅବାଧ୍ୟତାନୁସାରେ କର୍ମ କରିବା।’
Mais ils disent: C'en est fait! nous suivrons nos pensées, et nous agirons chacun selon l'obstination de son cœur mauvais.
13 ଏଥିପାଇଁ ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେମାନେ ଏବେ ନାନା ଦେଶୀୟମାନଙ୍କ ମଧ୍ୟରେ ପଚାର, ଏପରି କଥା କିଏ ଶୁଣିଅଛି; ଇସ୍ରାଏଲର ଅନୂଢ଼ା କନ୍ୟା ଅତ୍ୟନ୍ତ ରୋମାଞ୍ଚଜନକ କାର୍ଯ୍ୟ କରିଅଛି।
C'est pourquoi ainsi parle l'Éternel: Demandez parmi les nations qui ouït parler de telles choses! La vierge d'Israël a fait de grandes horreurs!
14 ଲିବାନୋନର ହିମ କି କ୍ଷେତ୍ରସ୍ଥ ଶୈଳରେ ଅଭାବ ହେବ? କିଅବା ଦୂରରୁ ପ୍ରବାହିତ ସୁଶୀତଳ ଜଳସ୍ରୋତ କି ଶୁଷ୍କ ହେବ?
La neige cesse-t-elle des roches du Liban de venir sur mes champs? Tarissent-elles, les eaux étrangères, fraîches et ruisselantes?
15 ମାତ୍ର ଆମ୍ଭର ଲୋକମାନେ ଆମ୍ଭକୁ ପାସୋରି ଅସାର ଦେବଗଣର ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇ ଅଛନ୍ତି, ଆଉ ସେମାନେ ଅପ୍ରସ୍ତୁତ ମାର୍ଗର ନାନା ଉପପଥରେ ସେମାନଙ୍କୁ ଗମନ କରାଇବା ନିମନ୍ତେ ସେମାନଙ୍କ ପଥରେ, ପୁରାତନ ପଥରେ ସେମାନଙ୍କର ବିଘ୍ନ ଜନ୍ମାଇ ଅଛନ୍ତି;
Mais mon peuple m'oublie, il encense le néant; on les a fait broncher dans leurs voies, sentiers d'autrefois, et ils cheminent dans des routes, dans une voie non frayée,
16 ଏଥିରେ ସେମାନଙ୍କର ଦେଶକୁ ବିସ୍ମୟର ଓ ନିତ୍ୟ ଶୀସ୍‍ ଶବ୍ଦର ପାତ୍ର କରନ୍ତି; ତହିଁର ନିକଟ ଦେଇ ଗମନକାରୀ ପ୍ରତ୍ୟେକ ଲୋକ ବିସ୍ମୟାପନ୍ନ ହୋଇ ଆପଣା ମସ୍ତକ ହଲାଇବ।
pour faire de leur pays une désolation et une dérision éternelle: quiconque passera près de là, frissonnera et hochera la tête.
17 ଆମ୍ଭେ ଶତ୍ରୁ ସମ୍ମୁଖରେ ପୂର୍ବୀୟ ବାୟୁ ଦ୍ୱାରା ଛିନ୍ନ ହେଲା ପରି ସେମାନଙ୍କୁ ଛିନ୍ନଭିନ୍ନ କରିବା; ଆମ୍ଭେ ସେମାନଙ୍କ ବିପଦ ଦିନରେ ସେମାନଙ୍କ ପ୍ରତି ଅଭିମୁଖ ନ ହୋଇ ବିମୁଖ ହେବା।”
Pareil à un vent d'Orient, je les dissiperai devant l'ennemi; c'est la tête détournée et non de ma face que je les regarderai au jour de leur peine.
18 ତେବେ ସେମାନେ କହିଲେ, “ଆସ, ଆମ୍ଭେମାନେ ଯିରିମୀୟ ବିରୁଦ୍ଧରେ ପରାମର୍ଶ କରୁ; କାରଣ ଯାଜକ ନିକଟରୁ ବ୍ୟବସ୍ଥା ଅବା ଜ୍ଞାନବାନ ନିକଟରୁ ମନ୍ତ୍ରଣା ଅଥବା ଭବିଷ୍ୟଦ୍‍ବକ୍ତା ନିକଟରୁ ବାକ୍ୟ ଲୁପ୍ତ ହେବ ନାହିଁ। ଆସ, ଆମ୍ଭେମାନେ ଜିହ୍ୱା ଦ୍ୱାରା ତାହାକୁ ପ୍ରହାର କରୁ, ପୁଣି ତାହାର କୌଣସି କଥାରେ ମନୋଯୋଗ ନ କରୁ।”
Mais ils disent: Venez et formons des complots contre Jérémie, car la loi ne périra point faute de sacrificateurs, ni la prudence faute de sages, ni la parole [de Dieu] faute de prophètes. Venez et tuons-le avec la langue, et n'ayons égard à aucun de ses propos!
19 ହେ ସଦାପ୍ରଭୁ, ମୋʼ ପ୍ରତି ମନୋଯୋଗ କର ଓ ମୋʼ ସଙ୍ଗେ ବିରୋଧକାରୀମାନଙ୍କର କଥାରେ ଅବଧାନ କର।
« Aie égard à moi, Éternel, et entends la voix de mes adversaires!
20 ମଙ୍ଗଳର ପରିଶୋଧରେ କି ଅମଙ୍ଗଳ କରାଯିବ? କାରଣ ସେମାନେ ମୋʼ ପ୍ରାଣ ପାଇଁ ଗର୍ତ୍ତ ଖୋଳିଅଛନ୍ତି। ମୁଁ ସେମାନଙ୍କଠାରୁ ତୁମ୍ଭର ପ୍ରଚଣ୍ଡ କ୍ରୋଧ ଫେରାଇବା ନିମନ୍ତେ ସେମାନଙ୍କ ପକ୍ଷରେ ମଙ୍ଗଳଜନକ କଥା କହିବା ପାଇଁ କିପରି ତୁମ୍ଭ ସମ୍ମୁଖରେ ଠିଆ ହେଲି, ଏହା ସ୍ମରଣ କର।
Le mal sera-t-il rendu pour le bien, qu'ils creusent une fosse contre ma vie? Rappelle-toi comme je me suis tenu devant toi, afin de parler pour leur bien, et de détourner d'eux ton courroux!
21 ଏହେତୁ ତୁମ୍ଭେ ସେମାନଙ୍କ ସନ୍ତାନଗଣକୁ ଦୁର୍ଭିକ୍ଷରେ ସମର୍ପଣ କର ଓ ସେମାନଙ୍କୁ ଖଡ୍ଗର ପରାକ୍ରମରେ ଛାଡ଼ିଦିଅ; ଆଉ, ସେମାନଙ୍କର ଭାର୍ଯ୍ୟାମାନେ ସନ୍ତାନହୀନା ଓ ବିଧବା ହେଉନ୍ତୁ ଓ ସେମାନଙ୍କର ପୁରୁଷମାନେ ମୃତ୍ୟୁୁରେ ସଂହାରିତ ହେଉନ୍ତୁ ଓ ସେମାନଙ୍କର ଯୁବାଗଣ ଯୁଦ୍ଧରେ ଖଡ୍ଗରେ ହତ ହେଉନ୍ତୁ।
Aussi, livre leurs fils à la famine, et abandonne-les à l'épée; que leurs femmes tombent dans l'orbité et dans le veuvage, et que leurs hommes soient tués par la peste, et leurs jeunes gens frappés par l'épée dans le combat!
22 ତୁମ୍ଭେ ଯେଉଁ ସମୟରେ ହଠାତ୍‍ ସେମାନଙ୍କ ବିରୁଦ୍ଧରେ ସୈନ୍ୟଦଳ ଆଣିବ, ସେହି ସମୟରେ ସେମାନଙ୍କର ସକଳ ଗୃହରୁ କ୍ରନ୍ଦନର ସ୍ୱର ଶୁଣାଯାଉ; କାରଣ ସେମାନେ ମୋତେ ଧରିବା ପାଇଁ ଗର୍ତ୍ତ ଖୋଳିଅଛନ୍ତି ଓ ମୋʼ ଚରଣ ପାଇଁ ଗୋପନରେ ଫାନ୍ଦ ପାତିଅଛନ୍ତି।
Qu'on entende des cris sortir de leurs maisons, quand tu feras fondre sur eux des escadrons soudain; car ils ont creusé une fosse pour me prendre, et tendu des lacs devant mes pieds.
23 ତଥାପି ହେ ସଦାପ୍ରଭୁ, ମୋତେ ବଧ କରିବା ପାଇଁ ସେମାନଙ୍କର ମନ୍ତ୍ରଣାସବୁ ତୁମ୍ଭେ ଜାଣୁଅଛ; ତୁମ୍ଭେ ସେମାନଙ୍କର ଅଧର୍ମ କ୍ଷମା କର ନାହିଁ, କିଅବା ତୁମ୍ଭ ଦୃଷ୍ଟିରୁ ସେମାନଙ୍କ ପାପ ଲିଭାଇ ଦିଅ ନାହିଁ; ମାତ୍ର ସେମାନେ ତୁମ୍ଭ ସମ୍ମୁଖରେ ନିପାତିତ ହେଉନ୍ତୁ; ତୁମ୍ଭେ ଆପଣା କ୍ରୋଧ ସମୟରେ ସେମାନଙ୍କ ପ୍ରତି ବ୍ୟବହାର କର।
Cependant, Éternel, tu sais que ce qu'ils méditent contre moi c'est la mort; ne mets pas le voile sur leur crime, et ne mets pas en l'effaçant leur péché hors de ta vue, qu'ils trébuchent à ton aspect! au moment de ta colère agis contre eux! »

< ଯିରିମୀୟ 18 >