< ଯିରିମୀୟ 10 >
1 ହେ ଇସ୍ରାଏଲ ବଂଶ, ସଦାପ୍ରଭୁ ତୁମ୍ଭମାନଙ୍କୁ ଯେଉଁ କଥା କହନ୍ତି, ତାହା ଶୁଣ;
Gbọ́ ọ̀rọ̀ tí Olúwa sọ fún yín ẹ̀yin ilé Israẹli.
2 ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ଅନ୍ୟଦେଶୀୟମାନଙ୍କର ବ୍ୟବହାର ଶିଖ ନାହିଁ, ଆକାଶର ଓ ନାନା ଚିହ୍ନରେ ଭୀତ ହୁଅ ନାହିଁ, କାରଣ ଅନ୍ୟ ଦେଶୀୟମାନେ ତହିଁରେ ଭୀତ ହୁଅନ୍ତି।
Báyìí ni Olúwa wí: “Má ṣe kọ́ ìwà àwọn kèfèrí, kí àmì ọ̀run kí ó má sì dààmú yín, nítorí pé wọ́n ń dààmú orílẹ̀-èdè.
3 ଅନ୍ୟଦେଶୀୟମାନଙ୍କର ବିଧିସକଳ ଅସାର; ଯେହେତୁ ବନରୁ ଜଣେ ବୃକ୍ଷ ଛେଦନ କରେ, ତାହା ଅସ୍ତ୍ର ଦ୍ୱାରା କାରିଗରର ହସ୍ତକୃତ କର୍ମ।
Nítorí pé asán ni àṣà àwọn ènìyàn, wọ́n gé igi láti inú igbó, oníṣọ̀nà sì gbẹ́ ẹ pẹ̀lú àáké rẹ̀.
4 ସେମାନେ ରୂପା ଓ ସୁନାରେ ତାହା ମଣ୍ଡନ କରନ୍ତି; ପୁଣି, ତାହା ଯେପରି ଟଳଟଳ ହେବ ନାହିଁ, ଏଥିପାଇଁ ହାତୁଡ଼ି ଦ୍ୱାରା କଣ୍ଟା ମାରି ତାହା ଦୃଢ଼ କରନ୍ତି।
Wọ́n fi fàdákà àti wúrà ṣe é lọ́ṣọ̀ọ́. Wọ́n fi òòlù kàn án àti ìṣó kí ó má ba à ṣubú.
5 ସେସବୁ ତାଳଗଛ ତୁଲ୍ୟ, କୁନ୍ଦା କର୍ମ ଓ କଥା କହନ୍ତି ନାହିଁ; ସେମାନେ ଚାଲି ପାରନ୍ତି ନାହିଁ, ଏଥିପାଇଁ ସେମାନଙ୍କୁ ବହିବାକୁ ହୁଏ। ସେମାନଙ୍କ ବିଷୟରେ ଭୀତ ହୁଅ ନାହିଁ; କାରଣ ସେମାନେ ଅମଙ୍ଗଳ କରିପାରନ୍ତି ନାହିଁ କିଅବା ମଙ୍ଗଳ କରିବାକୁ ହିଁ ସେମାନଙ୍କର ସାଧ୍ୟ ନାହିଁ।”
Wọ́n wé mọ́ igi bí ẹ̀gúnsí inú oko, òrìṣà wọn kò le è fọhùn. Wọ́n gbọdọ̀ máa gbé wọn nítorí pé wọn kò lè rìn. Má ṣe bẹ̀rù wọn; wọn kò le è ṣe ibi kankan bẹ́ẹ̀ ni wọn kò si lè ṣe rere kan.”
6 ହେ ସଦାପ୍ରଭୁ, ତୁମ୍ଭ ତୁଲ୍ୟ କେହି ନାହିଁ; ତୁମ୍ଭେ ମହାନ, ଓ ପରାକ୍ରମରେ ତୁମ୍ଭର ନାମ ମହତ।
Kò sí ẹni tí ó dàbí rẹ Olúwa; o tóbi orúkọ rẹ sì tóbi lágbára.
7 ହେ ସର୍ବଦେଶୀୟମାନଙ୍କର ରାଜନ୍, ତୁମ୍ଭଙ୍କୁ କିଏ ଭୟ ନ କରିବ? କାରଣ ତାହା ତୁମ୍ଭର ପ୍ରାପ୍ୟ; ଯେହେତୁ ନାନା ଦେଶୀୟ ସମୁଦାୟ ଜ୍ଞାନୀମାନଙ୍କ ମଧ୍ୟରେ ଓ ସେମାନଙ୍କ ସମୁଦାୟ ରାଜକୀୟ ଐଶ୍ୱର୍ଯ୍ୟଶାଳୀମାନଙ୍କ ମଧ୍ୟରେ ତୁମ୍ଭ ତୁଲ୍ୟ କେହି ନାହିଁ।
Ta ni kò yẹ kí ó bẹ̀rù rẹ? Ọba àwọn orílẹ̀-èdè? Nítorí tìrẹ ni. Láàrín àwọn ọlọ́gbọ́n ènìyàn ní orílẹ̀-èdè àti gbogbo ìjọba wọn, kò sí ẹni tí ó dàbí rẹ.
8 ସେମାନେ ସମସ୍ତେ ପଶୁବତ୍ ଓ ଅଜ୍ଞାନ ପ୍ରତିମାଗଣର ଶିକ୍ଷା କାଷ୍ଠ ମାତ୍ର।
Gbogbo wọn jẹ́ aláìlóye àti aṣiwèrè, wọ́n ń kọ́ ẹ̀kọ́ àwọn ère igi tí kò níláárí.
9 ତର୍ଶୀଶରୁ ପିଟା ରୂପାପାତ୍ର ଓ ଉଫସରୁ ସୁନା ଅଣାଯାଏ, ତାହା କାରିଗରର କର୍ମ ଓ ସ୍ୱର୍ଣ୍ଣକାରର ହସ୍ତନିର୍ମିତ; ସେମାନଙ୍କର ବସ୍ତ୍ର ନୀଳ ଓ ଧୂମ୍ରବର୍ଣ୍ଣ, ସେସବୁ ନିପୁଣ ଶିଳ୍ପକରମାନଙ୍କର କୃତ କର୍ମ।
Fàdákà tí a ti kàn ni a mú wá láti Tarṣiṣi, àti wúrà láti Upasi. Èyí tí àwọn oníṣọ̀nà àti alágbẹ̀dẹ ṣe tí wọ́n kùn ní àwọ̀ aró àti elése àlùkò, èyí jẹ́ iṣẹ́ ọwọ́ àwọn ọlọ́gbọ́n oníṣọ̀nà.
10 ମାତ୍ର ସଦାପ୍ରଭୁ ସତ୍ୟ ପରମେଶ୍ୱର ଅଟନ୍ତି; ସେ ଜୀବିତ ପରମେଶ୍ୱର ଓ ଅନନ୍ତକାଳସ୍ଥାୟୀ ରାଜା; ତାହାଙ୍କ କୋପରେ ପୃଥିବୀ କମ୍ପିତ ହୁଏ, ପୁଣି ସର୍ବଦେଶୀୟମାନେ ତାହାଙ୍କର କ୍ରୋଧ ସହି ପାରନ୍ତି ନାହିଁ।
Ṣùgbọ́n Olúwa ni Ọlọ́run tòótọ́, òun ni Ọlọ́run alààyè, ọba ayérayé. Nígbà tí ó bá bínú, ayé yóò wárìrì; orílẹ̀-èdè kò lè fi ara da ìbínú rẹ̀.
11 ତୁମ୍ଭେମାନେ ସେମାନଙ୍କୁ ଏହି କଥା କହିବ, “ଯେଉଁ ଦେବତାମାନେ ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରି ନାହାନ୍ତି, ସେମାନେ ପୃଥିବୀରୁ ଓ ଆକାଶମଣ୍ଡଳର ତଳୁ ବିନଷ୍ଟ ହେବେ।”
“Sọ èyí fún wọn: ‘Àwọn ọlọ́run kéékèèké tí kò dá ọ̀run àti ayé ni yóò ṣègbé láti ayé àti ní abẹ́ ọ̀run.’”
12 ସେ ଆପଣା ପରାକ୍ରମ ଦ୍ୱାରା ପୃଥିବୀ ନିର୍ମାଣ କରିଅଛନ୍ତି, ସେ ଆପଣା ଜ୍ଞାନ ଦ୍ୱାରା ଜଗତ ସ୍ଥାପନ କରିଅଛନ୍ତି ଓ ଆପଣାର ବୁଦ୍ଧି ଦ୍ୱାରା ସେ ଆକାଶମଣ୍ଡଳ ବିସ୍ତାର କରିଅଛନ୍ତି;
Ọlọ́run dá ayé pẹ̀lú agbára rẹ̀, ó dá àgbáyé pẹ̀lú ọgbọ́n rẹ̀, ó mú kí ọ̀run kí ó fẹ̀ síta nípa òye rẹ̀.
13 ଯେତେବେଳେ ସେ ଆପଣା ରବ ଉଚ୍ଚାରଣ କରନ୍ତି, ସେତେବେଳେ ଆକାଶରେ ଜଳରାଶିର ଶବ୍ଦ ହୁଏ, ପୁଣି ସେ ପୃଥିବୀର ପ୍ରାନ୍ତରୁ ବାଷ୍ପ ଉତ୍ଥାପନ କରାନ୍ତି; ସେ ବୃଷ୍ଟି ନିମନ୍ତେ ବିଜୁଳି ପ୍ରସ୍ତୁତ କରନ୍ତି ଓ ଆପଣା ଭଣ୍ଡାରସମୂହରୁ ବାୟୁ ବାହାର କରି ଆଣନ୍ତି।
Nígbà tí ó bá sán àrá, àwọn omi lọ́run a sì pariwo; ó mú kí ìkùùkuu ru sókè láti òpin ayé. Ó rán mọ̀nàmọ́ná pẹ̀lú òjò, ó sì ń mú afẹ́fẹ́ wá láti ilé ìṣúra rẹ̀.
14 ପ୍ରତ୍ୟେକ ମନୁଷ୍ୟ ପଶୁବତ୍ ଓ ଜ୍ଞାନହୀନ ହୋଇଅଛି; ପ୍ରତ୍ୟେକ ସ୍ୱର୍ଣ୍ଣକାର ଆପଣା ଖୋଦିତ ପ୍ରତିମା ଦ୍ୱାରା ଲଜ୍ଜିତ ହୋଇଅଛି; କାରଣ ତାହାର ଢଳା ପ୍ରତିମା ମିଥ୍ୟା ଓ ସେମାନଙ୍କଠାରେ ପ୍ରାଣବାୟୁ ନାହିଁ।
Gbogbo ènìyàn jẹ́ aṣiwèrè àti aláìnímọ̀, ojú ti gbogbo alágbẹ̀dẹ níwájú ère rẹ̀, nítorí ère dídá rẹ̀ èké ni, kò sì ṣí ẹ̀mí nínú rẹ̀.
15 ସେସବୁ ଅସାର ଓ ଭ୍ରାନ୍ତିର କର୍ମ; ସେମାନେ ଆପଣା ପ୍ରତିଫଳ ପାଇବା ସମୟରେ ବିନଷ୍ଟ ହେବେ।
Asán ni wọ́n, iṣẹ́ ìṣìnà; nígbà ìbẹ̀wò wọn, wọn yóò ṣègbé.
16 ଯେ ଯାକୁବର ବାଣ୍ଟ ସ୍ୱରୂପ, ସେ ଏମାନଙ୍କ ପରି ନୁହନ୍ତି; କାରଣ ସେ ସର୍ବ ବସ୍ତୁର ନିର୍ମାଣକର୍ତ୍ତା ଓ ଇସ୍ରାଏଲ ବଂଶ ତାହାଙ୍କର ଅଧିକାର ସ୍ୱରୂପ; ତାହାଙ୍କର ନାମ ସୈନ୍ୟାଧିପତି ସଦାପ୍ରଭୁ।
Ẹni tí ó bá jẹ́ ìpín Jakọbu kò sì dàbí èyí, nítorí òun ni ó ṣẹ̀dá ohun gbogbo àti Israẹli tí ó jẹ́ ẹ̀yà ìjogún rẹ̀. Olúwa àwọn ọmọ-ogun ni orúkọ rẹ̀.
17 ହେ ଅବରୁଦ୍ଧ ସ୍ଥାନ ନିବାସୀନ୍, ତୁମ୍ଭେ ଦେଶରୁ ଆପଣା ସାମଗ୍ରୀ ସଂଗ୍ରହ କର।
Kó ẹrù rẹ kúrò láti fi ilẹ̀ náà sílẹ̀ ìwọ tí o ń gbé ní ìlú tí a dó tì.
18 କାରଣ ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଆମ୍ଭେ ଏହି ସମୟରେ ଦେଶ ନିବାସୀମାନଙ୍କୁ ଛାଟିଣୀ ମାରିବା ପରି ଫିଙ୍ଗି ଦେବା ଓ ସେମାନଙ୍କୁ ଏପରି କ୍ଳେଶ ଦେବା ଯେ, ସେମାନେ ତାହା ବୋଧ ପାଇବେ।”
Nítorí èyí ni Olúwa wí: “Ní àkókò yìí, èmi yóò gbọn àwọn tí ó ń gbé ilẹ̀ náà jáde. Èmi yóò mú ìpọ́njú bá wọn, kí wọn kí ó lè rí wọn mú.”
19 ହାୟ ହାୟ, ମୋହର ଦୁଃଖ! ମୋହର କ୍ଷତ ଅତି ବେଦନାଯୁକ୍ତ; ତଥାପି ମୁଁ କହିଲି, “ଏହି ମୋହର ବେଦନା, ମୋତେ ଏହା ସହିବାକୁ ହେବ।”
Ègbé ni fún mi nítorí ìpalára mi! Ọgbẹ́ mi jẹ́ èyí tí kò lè sàn, bẹ́ẹ̀ ni mọ sọ fún ara mi, “Èyí ni àìsàn mi, mo sì gbọdọ̀ fi orí tì í.”
20 ମୋର ତମ୍ବୁ ଲୁଟିତ ହୋଇଅଛି ଓ ମୋର ରଜ୍ଜୁସବୁ ଛିଣ୍ଡି ଯାଇଅଛି; ମୋର ବାଳକମାନେ ମୋʼ ନିକଟରୁ ବାହାରି ଯାଇଅଛନ୍ତି, ସେମାନେ ନାହାନ୍ତି, ମୋର ତମ୍ବୁ ଆଉ ପ୍ରସାରିବାକୁ ଓ ମୋର ତମ୍ବୁର ବାଡ଼ ଲଗାଇବାକୁ କେହି ନାହିଁ।
Àgọ́ mi bàjẹ́, gbogbo okùn rẹ̀ sì já. Àwọn ọmọ mi ti lọ lọ́dọ̀ mi, wọn kò sì sí mọ́, kò sí ẹnìkankan tí yóò na àgọ́ mi ró mọ́, tàbí yóò ṣe ibùgbé fún mi.
21 କାରଣ ପାଳକଗଣ ପଶୁବତ୍ ହୋଇଅଛନ୍ତି ଓ ସଦାପ୍ରଭୁଙ୍କ ନିକଟରେ ପଚାରି ନାହାନ୍ତି; ଏହେତୁ ସେମାନେ ଉନ୍ନତି କରି ନାହାନ୍ତି ଓ ସେମାନଙ୍କର ପଲସବୁ ଛିନ୍ନଭିନ୍ନ ହୋଇଅଛନ୍ତି।
Àwọn olùṣọ́-àgùntàn jẹ́ aṣiwèrè, wọn kò sì wá Olúwa: nítorí náà wọn kì yóò ṣe rere àti pé gbogbo agbo wọn ni yóò túká.
22 କୋଳାହଳର ରବ, ଦେଖ ତାହା ଉପସ୍ଥିତ ହେଉଅଛି, ଆଉ ଯିହୁଦାର ନଗରସବୁ ଉଚ୍ଛିନ୍ନ ଓ ଶୃଗାଳମାନଙ୍କର ବାସସ୍ଥାନ କରିବା ପାଇଁ ଉତ୍ତର ଦେଶରୁ ମହାଚହଳ ଆସୁଅଛି।
Fetísílẹ̀! ariwo igbe ń bọ̀, àti ìdàrúdàpọ̀ ńlá láti ilẹ̀ àríwá wá! Yóò sì sọ ìlú Juda di ahoro, àti ihò ọ̀wàwà.
23 ହେ ସଦାପ୍ରଭୁ, ମୁଁ ଜାଣେ; ମନୁଷ୍ୟର ଗତି ତାହାର ଆୟତ୍ତ ନୁହେଁ; ନିଜ ପାଦବିକ୍ଷେପ ସ୍ଥିର କରିବାର ଗମନକାରୀ ମନୁଷ୍ୟର ସାଧ୍ୟ ନୁହେଁ।
Èmi mọ̀ Olúwa wí pé ọ̀nà ènìyàn kì í ṣe ti ara rẹ̀, kì í ṣe fún ènìyàn láti tọ́ ìgbésẹ̀ ara rẹ̀.
24 ହେ ସଦାପ୍ରଭୁ, ମୋତେ ଶାସନ କର, ମାତ୍ର ବିଚାରପୂର୍ବକ କର; କ୍ରୋଧରେ ତାହା ନ କର, କଲେ ତୁମ୍ଭେ ମୋତେ ବିନାଶ କରିବ।
Tún mi ṣe Olúwa, pẹ̀lú ìdájọ́ nìkan kí o má sì ṣe é nínú ìbínú rẹ, kí ìwọ má ṣe sọ mí di òfo.
25 ଯେଉଁ ଅନ୍ୟ ଦେଶୀୟମାନେ ତୁମ୍ଭଙ୍କୁ ଜାଣନ୍ତି ନାହିଁ ଓ ଯେଉଁ ଗୋଷ୍ଠୀସକଳ ତୁମ୍ଭ ନାମରେ ପ୍ରାର୍ଥନା କରନ୍ତି ନାହିଁ, ସେମାନଙ୍କ ଉପରେ ତୁମ୍ଭେ ଆପଣା କୋପ ଢାଳିଦିଅ; କାରଣ ସେମାନେ ଯାକୁବକୁ ଗ୍ରାସ କରିଅଛନ୍ତି, ହଁ, ସେମାନେ ତାହାକୁ ଗ୍ରାସ କରି ସଂହାର କରିଅଛନ୍ତି ଓ ତାହାର ବାସସ୍ଥାନ ଉଚ୍ଛିନ୍ନ କରିଅଛନ୍ତି।
Tú ìbínú rẹ jáde sórí àwọn orílẹ̀-èdè tí kò mọ̀ ọ́n, sórí àwọn ènìyàn tí wọn kò pe orúkọ rẹ. Nítorí pé wọ́n ti jẹ Jakọbu run, wọ́n ti jẹ ẹ́ run pátápátá, wọ́n sì sọ ibùgbé rẹ̀ di ahoro.