< ଯାକୁବ 5 >
1 ଏବେ ଦେଖ, ହେ ଧନୀମାନେ, ତୁମ୍ଭମାନଙ୍କର ଆସନ୍ନ ଦୁର୍ଦ୍ଦଶା ନିମନ୍ତେ କ୍ରନ୍ଦନ ଓ ହାହାକାର କର।
ⲁ̅ⲧⲉⲛⲟⲩ ϭⲉ ⲛⲉⲣⲙ̅ⲙⲁⲟ ⲣⲓⲙⲉ ⲛ̅ⲧⲉⲧⲛ̅ⲱϣ ⲉⲃⲟⲗ ⲉϫⲛ̅ⲛⲉⲧⲛ̅ⲧⲁⲗⲁⲓⲡⲟⲣⲓⲁ ⲛⲏⲩ ⲉϩⲣⲁⲓ [
2 ତୁମ୍ଭମାନଙ୍କର ସମ୍ପତ୍ତି କ୍ଷୟ ପାଇଲାଣି, ତୁମ୍ଭମାନଙ୍କର ବସ୍ତ୍ର ପୋକ ଖାଇଲାଣି,
ⲃ̅ⲧⲉⲧⲛ̅ⲙⲛ̅ⲧⲣⲙ̅ⲙⲁⲟ ] ⲧⲁⲕ[ⲟ ]
3 ପୁଣି, ତୁମ୍ଭମାନଙ୍କର ସୁନା ଓ ରୂପାରେ କଳଙ୍କ ଲାଗିଲାଣି; ସେଥିରେ କଳଙ୍କ ତୁମ୍ଭମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେବ ଓ ଅଗ୍ନି ପରି ତୁମ୍ଭମାନଙ୍କ ମାଂସ ଗ୍ରାସ କରିବ। ଏହି ଶେଷକାଳରେ ତୁମ୍ଭେମାନେ ଧନ ସଞ୍ଚୟ କରିଅଛ!
ⲅ̅
4 ଦେଖ, ତୁମ୍ଭମାନଙ୍କ କ୍ଷେତ୍ରର ଶସ୍ୟଛେଦନକାରୀମାନଙ୍କୁ ପ୍ରବଞ୍ଚନା କରି ତୁମ୍ଭେମାନେ ଯେଉଁ ମୂଲ ଦେଇ ନାହଁ, ତାହା ଚିତ୍କାର କରୁଅଛି, ପୁଣି, ଶସ୍ୟଛେଦନକାରୀମାନଙ୍କର ଆର୍ତ୍ତନାଦ ବାହିନୀମାନଙ୍କ ପ୍ରଭୁଙ୍କ କର୍ଣ୍ଣରେ ପ୍ରବେଶ କରିଅଛି।
ⲇ̅ⲡⲉⲛⲧⲁⲧⲛ̅ϩⲟⲩⲣⲱⲟⲩ ⲙ̅ⲙⲟϥ ϥϫⲓϣⲕⲁⲕ ⲉⲃⲟⲗ. ⲁⲩⲱ ⲛ̅ⲁϣⲕⲁⲕ ⲛ̅ⲛⲉⲛⲧⲁⲩⲱϩⲥ̅ ⲁⲩⲃⲱⲕ ⲉϩⲟⲩⲛ ⲉⲙ̅ⲙⲁⲁϫⲉ ⲙ̅ⲡϫⲟⲉⲓⲥ ⲥⲁⲃⲃⲁⲱⲑ.
5 ତୁମ୍ଭେମାନେ ଜଗତରେ ସୁଖଭୋଗ ଓ ବିଳାସିତାରେ କାଳକ୍ଷେପଣ କରିଅଛ, ବଧ ଦିନରେ ଆପଣା ଆପଣା ହୃଦୟକୁ ତୃପ୍ତ କରିଅଛ।
ⲉ̅ⲁⲧⲉⲧⲛ̅ⲧⲣⲩⲫⲁ ⲉϩⲣⲁⲓ ⲉϫⲙ̅ⲡⲕⲁϩ. ⲁⲩⲱ ⲁⲧⲉⲧⲛ̅ⲥⲡⲁⲧⲁⲗⲁ. ⲁⲧⲉⲧⲛ̅ⲥⲁⲁⲛϣ ⲛ̅ⲛⲉⲧⲛ̅ϩⲏⲧ ⲉⲡⲉϩⲟⲟⲩ ⲙ̅ⲡⲕⲱⲛⲥ̅.
6 ତୁମ୍ଭେମାନେ ଧାର୍ମିକକୁ ଦୋଷୀ କରି ବଧ କରିଅଛ; ସେ ତୁମ୍ଭମାନଙ୍କର ପ୍ରତିରୋଧ କରେ ନାହିଁ।
ⲋ̅ⲁⲧⲉⲧⲛ̅ϭⲁⲓⲟ. ⲁⲧⲉⲧⲛ̅ϩⲱⲧⲃ̅ ⲙ̅ⲡⲇⲓⲕⲁⲓⲟⲥ. ⲛ̅ϥϯ ⲟⲩⲃⲉⲧⲏⲩⲧⲛ̅ ⲁⲛ.
7 ଅତଏବ, ହେ ଭାଇମାନେ, ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରୁହ। ଦେଖ, କୃଷକ କ୍ଷେତ୍ରର ବହୁମୂଲ୍ୟ ଫଳ ପାଇବା ନିମନ୍ତେ ଧୈର୍ଯ୍ୟ ଧରି ଆଦ୍ୟ ଓ ଶେଷ ବୃଷ୍ଟି ନ ହେବା ପର୍ଯ୍ୟନ୍ତ ଅପେକ୍ଷାରେ ରହେ।
ⲍ̅ϩⲣⲟϣ ϭⲉ ⲛ̅ϩⲏⲧ. ⲛⲁⲥⲛⲏⲩ. ϣⲁⲧⲡⲁⲣⲟⲩⲥⲓⲁ ⲙ̅ⲡⲉⲛϫⲟⲉⲓⲥ ⲉⲓⲥϩⲏⲏⲧⲉ ⲡⲟⲩⲟⲉⲓⲉ ϭⲱϣⲧ̅ ⲉⲃⲟⲗ ϩⲏⲧϥ̅ ⲙ̅ⲡⲕⲁⲣⲡⲟⲥ ⲉⲧⲧⲁⲉⲓⲏⲩ ⲛ̅ⲧⲉⲡⲕⲁϩ ⲉϥϩⲁⲣϣ̅ ⲛ̅ϩⲏⲧ ⲉϩⲣⲁⲓ ⲉϫⲱϥ. ϣⲁⲛⲧⲉϥϫⲓⲧϥ̅ ⲛ̅ϣⲟⲣⲡ̅ ⲁⲩⲱ ⲛ̅ϩⲁⲉ.
8 ତୁମ୍ଭେମାନେ ମଧ୍ୟ ଧୈର୍ଯ୍ୟ ଧରି ଆପଣା ଆପଣା ହୃଦୟକୁ ସୁସ୍ଥିର କର, କାରଣ ପ୍ରଭୁଙ୍କ ଆଗମନ ନିକଟବର୍ତ୍ତୀ।
ⲏ̅ϩⲣⲟϣ ⲛ̅ϩⲏⲧ ϩⲱⲧⲧⲏⲩⲧⲛ̅ ⲛ̅ⲧⲉⲧⲛ̅ⲧⲁϫⲣⲟ ⲛ̅ⲛⲉⲧⲛ̅ϩⲏⲧ. ϫⲉ ⲁⲥϩⲱⲛ ⲉϩⲟⲩⲛ ⲛ̅ϭⲓⲧⲡⲁⲣⲟⲩⲥⲓⲁ ⲙ̅ⲡⲉⲛϫⲟⲉⲓⲥ.
9 ହେ ଭାଇମାନେ, ତୁମ୍ଭେମାନେ ଯେପରି ଦଣ୍ଡପ୍ରାପ୍ତ ନ ହୁଅ, ଏଥିନିମନ୍ତେ ପରସ୍ପର ବିରୁଦ୍ଧରେ ବଚସା ନ କର, ଦେଖ, ବିଚାରକର୍ତ୍ତା ଦ୍ୱାର ନିକଟରେ ଦଣ୍ଡାୟମାନ ହୋଇଅଛନ୍ତି।
ⲑ̅ⲙ̅ⲡⲣ̅ⲁϣⲁϩⲟⲙ ⲉⲛⲉⲧⲛ̅ⲉⲣⲏⲩ. ⲛⲁⲥⲛⲏⲩ. ϫⲉⲕⲁⲥ ⲛ̅ⲛⲉⲩⲕⲣⲓⲛⲉ ⲙ̅ⲙⲱⲧⲛ̅. ⲉⲓⲥϩⲏⲏⲧⲉ ⲡⲉⲕⲣⲓⲧⲏⲥ ⲁϩⲉⲣⲁⲧϥ̅ ϩⲓⲣⲙ̅ⲡⲣⲟ.
10 ହେ ଭାଇମାନେ, ଯେଉଁ ଭାବବାଦୀମାନେ ପ୍ରଭୁଙ୍କ ନାମରେ କଥା କହିଥିଲେ, ସେମାନଙ୍କୁ କ୍ଳେଶଭୋଗ ଓ ଧୈର୍ଯ୍ୟର ଦୃଷ୍ଟାନ୍ତ ସ୍ୱରୂପେ ଗ୍ରହଣ କର।
ⲓ̅ϫⲓ ⲙ̅ⲡⲉⲥⲙⲟⲧ. ⲛⲁⲥⲛⲏⲩ. ⲙ̅ⲡϩⲓⲥⲉ ⲙⲛ̅ⲧⲙⲛ̅ⲧϩⲁⲣϣ̅ϩⲏⲧ ⲛ̅ⲛⲉⲡⲣⲟⲫⲏⲧⲏⲥ. ⲛⲁⲓ ⲛ̅ⲧⲁⲩϣⲁϫⲉ ϩⲙ̅ⲡⲣⲁⲛ ⲙ̅ⲡϫⲟⲉⲓⲥ.
11 ଦେଖ, ଯେଉଁମାନେ ସହିଷ୍ଣୁ ହୋଇ ରହିଥିଲେ, ଆମ୍ଭେମାନେ ସେମାନଙ୍କୁ ଧନ୍ୟ ବୋଲି କହିଥାଉ। ତୁମ୍ଭେମାନେ ଆୟୁବଙ୍କ ସହିଷ୍ଣୁତା ବିଷୟରେ ଶୁଣିଅଛ, ପୁଣି, ପ୍ରଭୁଙ୍କ ଶେଷ କାର୍ଯ୍ୟ ଦେଖି ଜାଣିଅଛ ଯେ, ସେ ଦୟାରେ ପରିପୂର୍ଣ୍ଣ ଓ କୃପାବାନ ଅଟନ୍ତି।
ⲓ̅ⲁ̅ⲉⲓⲥϩⲏⲏⲧⲉ ⲧⲛ̅ⲙⲁⲕⲁⲣⲓⲍⲉ ⲛ̅ⲛⲉⲛⲧⲁⲩϩⲩⲡⲟⲙⲓⲛⲉ. ⲁⲧⲉⲧⲛ̅ⲥⲱⲧⲙ̅ ⲉⲑⲩⲡⲟⲙⲟⲛⲏ ⲛ̅ⲓⲱⲃ. ⲁⲩⲱ ⲁⲧⲉⲧⲛ̅ⲛⲁⲩ ⲉⲑⲁⲏ ⲙ̅ⲡϫⲟⲉⲓⲥ. ϫⲉ ⲟⲩϣⲛ̅ϩⲧⲏϥ ⲡⲉ ⲡϫⲟⲉⲓⲥ ⲁⲩⲱ ⲟⲩⲛⲁⲏⲧ ⲡⲉ.
12 ବିଶେଷତଃ, ହେ ମୋହର ଭାଇମାନେ, ଶପଥ କର ନାହିଁ, ସ୍ୱର୍ଗର ଶପଥ ହେଉ ବା ପୃଥିବୀର ଶପଥ ହେଉ; ଅବା ଅନ୍ୟ କୌଣସି ଶପଥ ହେଉ; କିନ୍ତୁ ତୁମ୍ଭମାନଙ୍କ ହଁ କଥା ହଁ ହେଉ, ନା କଥା ନା ହେଉ, ଯେପରି ତୁମ୍ଭେମାନେ ବିଚାରରେ ଦଣ୍ଡନୀୟ ନ ହୁଅ।
ⲓ̅ⲃ̅ϩⲁⲑⲏ ⲇⲉ ⲛ̅ϩⲱⲃ ⲛⲓⲙ. ⲛⲁⲥⲛⲏⲩ. ⲙ̅ⲡⲣ̅ⲱⲣⲕ̅ ⲛ̅ⲗⲁⲁⲩ. ⲟⲩⲇⲉ ⲧⲡⲉ ⲟⲩⲇⲉ ⲡⲕⲁϩ ⲟⲩⲇⲉ ⲗⲁⲁⲩ ⲛ̅ⲁⲛⲁϣ. ⲙⲁⲣⲉϥϣⲱⲡⲉ ⲇⲉ ⲛ̅ϭⲓⲡⲉⲧⲛ̅ⲥⲉ ⲛ̅ⲥⲉ ⲁⲩⲱ ⲡⲉⲧⲛ̅ⲙ̅ⲙⲟⲛ ⲛ̅ⲙ̅ⲙⲟⲛ. ϫⲉⲕⲁⲥ ⲛ̅ⲛⲉⲩⲕⲣⲓⲛⲉ ⲙ̅ⲙⲱⲧⲛ̅.
13 ତୁମ୍ଭମାନଙ୍କ ମଧ୍ୟରେ କଅଣ କେହି ଦୁଃଖଭୋଗ କରୁଅଛି? ସେ ପ୍ରାର୍ଥନା କରୁ। କେହି କଅଣ ଆନନ୍ଦିତ ଅଟେ? ସେ ସ୍ତବଗାନ କରୁ।
ⲓ̅ⲅ̅ⲡⲉⲧϣⲡ̅ϩⲓⲥⲉ ⲛ̅ϩⲏⲧⲧⲏⲩⲧⲛ̅ ⲙⲁⲣⲉϥϣⲗⲏⲗ. ⲡⲉⲧⲣⲟⲟⲩⲧ ⲙⲁⲣⲉϥⲯⲁⲗⲗⲉⲓ.
14 ତୁମ୍ଭମାନଙ୍କ ମଧ୍ୟରେ କଅଣ କେହି ପୀଡ଼ିତ? ସେ ମଣ୍ଡଳୀର ପ୍ରାଚୀନମାନଙ୍କୁ ଡକାଉ ସେମାନେ ପ୍ରଭୁଙ୍କ ନାମରେ ତୈଳ ମଖାଇ ତାହା ନିମନ୍ତେ ପ୍ରାର୍ଥନା କରନ୍ତୁ।
ⲓ̅ⲇ̅ⲡⲉⲧϣⲱⲛⲉ ⲛ̅ϩⲏⲧⲧⲏⲩⲧⲛ̅ ⲙⲁⲣⲉϥⲙⲟⲩⲧⲉ ⲉⲛⲉⲡⲣⲉⲥⲃⲩⲧⲉⲣⲟⲥ ⲛ̅ⲧⲉⲕⲕⲗⲏⲥⲓⲁ. ⲛ̅ⲥⲉϣⲗⲏⲗ ⲉϩⲣⲁⲓ ⲉϫⲱϥ. ⲉⲁⲩⲧⲁϩⲥϥ̅ ⲛ̅ⲟⲩⲛⲉϩ ϩⲙ̅ⲡⲣⲁⲛ ⲙ̅ⲡϫⲟⲉⲓⲥ.
15 ବିଶ୍ୱାସଯୁକ୍ତ ପ୍ରାର୍ଥନା ସେହି ରୋଗୀକୁ ରକ୍ଷା କରିବ, ପୁଣି, ପ୍ରଭୁ ତାହାକୁ ଉଠାଇବେ ଆଉ ଯଦି ସେ ପାପ କରିଥାଏ, ତାହାହେଲେ ତାହାକୁ କ୍ଷମା ଦିଆଯିବ।
ⲓ̅ⲉ̅ⲁⲩⲱ ⲡⲉϣⲗⲏⲗ ⲙⲛ̅ⲧⲡⲓⲥⲧⲓⲥ ⲛⲁⲧⲟⲩϫⲉⲡⲉⲧϣⲱⲛⲉ. ⲁⲩⲱ ⲡϫⲟⲉⲓⲥ ⲛⲁⲧⲟⲩⲛⲟⲥϥ̅. ⲕⲁⲛ ⲉϣⲱⲡⲉ ⲁϥⲣ̅ϩⲉⲛⲕⲉⲛⲟⲃⲉ ⲥⲉⲛⲁⲕⲁⲁⲩ ⲛⲁϥ ⲉⲃⲟⲗ.
16 ଅତଏବ, ପରସ୍ପର ନିକଟରେ ଆପଣା ଆପଣାର ପାପ ସ୍ୱୀକାର କର, ପୁଣି, ସୁସ୍ଥ ହେବା ନିମନ୍ତେ ପରସ୍ପର ପାଇଁ ପ୍ରାର୍ଥନା କର। ଧାର୍ମିକ ବ୍ୟକ୍ତିର ପ୍ରାର୍ଥନା ଅନେକ କାର୍ଯ୍ୟ ସାଧନ କରିପାରେ।
ⲓ̅ⲋ̅ⲟⲩⲱⲛϩ̅ ϭⲉ ⲉⲃⲟⲗ ⲛ̅ⲛⲉⲧⲛ̅ⲛⲟⲃⲉ ⲛ̅ⲛⲉⲧⲛ̅ⲉⲣⲏⲩ ⲛ̅ⲧⲉⲧⲛ̅ϣⲗⲏⲗ ϩⲁⲛⲉⲧⲛ̅ⲉⲣⲏⲩ. ϫⲉⲕⲁⲥ ⲉⲩⲉⲕⲱ ⲛⲏⲧⲛ̅ ⲉⲃⲟⲗ. ⲡⲥⲟⲡⲥ̅ ⲙ̅ⲡⲇⲓⲕⲁⲓⲟⲥ ϭⲙ̅ϭⲟⲙ ⲉⲙⲁⲧⲉ ⲁⲩⲱ ⲉϥⲉⲛⲉⲣⲅⲉⲓ.
17 ଏଲୀୟ ଆମ୍ଭମାନଙ୍କ ପରି ସୁଖଦୁଃଖଭୋଗୀ ମନୁଷ୍ୟ ଥିଲେ; ବୃଷ୍ଟି ନ ହେବା ନିମନ୍ତେ ସେ ଏକାନ୍ତ ଚିତ୍ତରେ ପ୍ରାର୍ଥନା କଲେ, ଆଉ ତିନି ବର୍ଷ ଛଅ ମାସ ପର୍ଯ୍ୟନ୍ତ ଦେଶରେ ବୃଷ୍ଟି ହେଲା ନାହିଁ;
ⲓ̅ⲍ̅ϩⲏⲗⲓⲁⲥ ⲛⲉⲟⲩⲣⲱⲙⲉ ⲡⲉ ⲛ̅ⲧⲛ̅ϩⲉ. ⲁⲩⲱ ϩⲛ̅ⲟⲩϣⲗⲏⲗ ⲁϥϣⲗⲏⲗ ⲉⲧⲙ̅ⲧⲣⲉⲧⲡⲉ ϩⲱⲟⲩ. ⲁⲩⲱ ⲙ̅ⲡⲉⲥϩⲱⲟⲩ ⲉϩⲣⲁⲓ ⲉϫⲙ̅ⲡⲕⲁϩ ⲛ̅ϣⲟⲙⲛ̅ⲧ ⲛ̅ⲣⲟⲙⲡⲉ ⲙⲛ̅ⲥⲟⲟⲩ ⲛ̅ⲉⲃⲱⲧ.
18 ସେ ପୁନର୍ବାର ପ୍ରାର୍ଥନା କରନ୍ତେ ଆକାଶରୁ ବୃଷ୍ଟି ହେଲା, ଆଉ ଭୂମି ଆପଣା ଫଳ ଉତ୍ପନ୍ନ କଲା।
ⲓ̅ⲏ̅ⲙⲛ̅ⲛ̅ⲥⲱⲥ ⲟⲛ ⲁϥϣⲗⲏⲗ. ⲁⲧⲡⲉ ϯ ⲛ̅ⲛⲉⲥϩⲱⲟⲩ. ⲁⲡⲕⲁϩ ϯⲟⲩⲱ ⲙ̅ⲡⲉϥⲕⲁⲣⲡⲟⲥ.
19 ହେ ମୋହର ଭାଇମାନେ, ତୁମ୍ଭମାନଙ୍କ ମଧ୍ୟରୁ ଯଦି କେହି ସତ୍ୟ ପଥରୁ ଭ୍ରାନ୍ତ ହୁଏ, ପୁଣି, କେହି ତାହାକୁ ଫେରାଇ ଆଣେ,
ⲓ̅ⲑ̅ⲛⲁⲥⲛⲏⲩ. ⲉⲣϣⲁⲛⲟⲩⲁ ⲛ̅ϩⲏⲧⲧⲏⲩⲧⲛ̅ ⲡⲗⲁⲛⲁ ⲉⲃⲟⲗ ϩⲛ̅ⲧⲙⲉ. ⲛ̅ⲧⲉⲟⲩⲁ ⲕⲧⲟϥ.
20 ତେବେ ଯେ ପାପୀକୁ ଭ୍ରାନ୍ତିପଥରୁ ଫେରାଇ ଆଣେ, ସେ ଯେ ତାହାର ଆତ୍ମାକୁ ମୃତ୍ୟୁରୁ ରକ୍ଷା କରେ ଓ ବହୁତ ପାପ ଆଚ୍ଛାଦନ କରେ, ଏହା ଜାଣ।
ⲕ̅ⲡⲉⲧⲛⲁⲕⲧⲟ ⲇⲉ ⲛ̅ⲟⲩⲣⲉϥⲣ̅ⲛⲟⲃⲉ ⲉⲃⲟⲗ ϩⲛ̅ⲧⲉϩⲓⲏ ⲛ̅ⲧⲉϥⲡⲗⲁⲛⲏ ϥⲛⲁⲧⲟⲩϫⲟ ⲛ̅ⲟⲩⲯⲩⲭⲏ ⲉⲃⲟⲗ ϩⲙ̅ⲡⲙⲟⲩ. ⲛϥ̅ϩⲱⲃⲥ̅ ⲉⲃⲟⲗ ⲉϫⲛ̅ⲟⲩⲙⲏⲏϣⲉ ⲛ̅ⲛⲟⲃⲉ.