< ଯାକୁବ 3 >
1 ହେ ମୋହର ଭାଇମାନେ, ତୁମ୍ଭେମାନେ ଅନେକେ ଶିକ୍ଷକ ହୁଅ ନାହିଁ; ଏହା ଜାଣ ଯେ, ଆମ୍ଭେମାନେ ଯିଏ ଶିକ୍ଷା ଦେଉ, ଗୁରୁତର ଦଣ୍ଡ ପାଇବା।
ဟေ မမ ဘြာတရး, ၑိက္ၐကဲရသ္မာဘိ ရ္ဂုရုတရဒဏ္ဍော လပ္သျတ ဣတိ ဇ္ဉာတွာ ယူယမ် အနေကေ ၑိက္ၐကာ မာ ဘဝတ၊
2 ଯେଣୁ ଆମ୍ଭେମାନେ ସମସ୍ତେ ଅନେକ ବିଷୟରେ ଝୁଣ୍ଟିପଡ଼ୁ। ଯଦି କେହି ବାକ୍ୟରେ ଝୁଣ୍ଟି ନ ପଡ଼େ, ତେବେ ସେ ସିଦ୍ଧ ପୁରୁଷ, ସମସ୍ତ ଶରୀରକୁ ମଧ୍ୟ ବଶରେ ରଖିବାକୁ ସମର୍ଥ।
ယတး သရွွေ ဝယံ ဗဟုဝိၐယေၐု သ္ခလာမး, ယး ကၑ္စိဒ် ဝါကျေ န သ္ခလတိ သ သိဒ္ဓပုရုၐး ကၖတ္သ္နံ ဝၑီကရ္တ္တုံ သမရ္ထၑ္စာသ္တိ၊
3 ଦେଖ, ଆମ୍ଭେମାନେ ଅଶ୍ୱମାନଙ୍କୁ ବଶୀଭୂତ କରିବା ନିମନ୍ତେ ସେମାନଙ୍କ ମୁଖରେ ଲଗାମ ଦେଲେ, ତଦ୍ୱାରା ସେମାନଙ୍କ ସମସ୍ତ ଶରୀର ମଧ୍ୟ ବୁଲାଉଥାଉ।
ပၑျတ ဝယမ် အၑွာန် ဝၑီကရ္တ္တုံ တေၐာံ ဝက္တြေၐု ခလီနာန် နိဓာယ တေၐာံ ကၖတ္သ္နံ ၑရီရမ် အနုဝရ္တ္တယာမး၊
4 ଏବଂ ଜାହାଜ ମଧ୍ୟ ଏତେ ବଡ଼ ହୋଇ ପ୍ରଚଣ୍ଡ ପବନରେ ଚାଳିତ ହେଲେ ହେଁ ଗୋଟିଏ ଅତି କ୍ଷୁଦ୍ର ମଙ୍ଗ ଦ୍ୱାରା ମଙ୍ଗଧରାର ଇଚ୍ଛାନୁସାରେ ବୁଲିଥାଏ।
ပၑျတ ယေ ပေါတာ အတီဝ ဗၖဟဒါကာရား ပြစဏ္ဍဝါတဲၑ္စ စာလိတာသ္တေ'ပိ ကရ္ဏဓာရသျ မနော'ဘိမတာဒ် အတိက္ၐုဒြေဏ ကရ္ဏေန ဝါဉ္ဆိတံ သ္ထာနံ ပြတျနုဝရ္တ္တန္တေ၊
5 ସେହିପରି ଜିହ୍ୱା ମଧ୍ୟ ଗୋଟିଏ କ୍ଷୁଦ୍ର ଅଙ୍ଗ, କିନ୍ତୁ ମହାଗର୍ବର କଥା କହେ। ଦେଖ, କେଡ଼େ କ୍ଷୁଦ୍ର ଅଗ୍ନିକଣିକା ଦ୍ୱାରା କେଡ଼େ ବଡ଼ ଅରଣ୍ୟରେ ନିଆଁ ଲାଗିଯାଏ।
တဒွဒ် ရသနာပိ က္ၐုဒြတရာင်္ဂံ သန္တီ ဒရ္ပဝါကျာနိ ဘာၐတေ၊ ပၑျ ကီဒၖင်္မဟာရဏျံ ဒဟျတေ 'လ္ပေန ဝဟ္နိနာ၊
6 ଜିହ୍ୱା ମଧ୍ୟ ଅଗ୍ନି ସ୍ୱରୂପ; ତାହା ଆମ୍ଭମାନଙ୍କ ଅଙ୍ଗସମୂହ ମଧ୍ୟରେ ସମସ୍ତ ଅଧର୍ମର ମୂଳାଧାର ସ୍ୱରୂପେ ଅବସ୍ଥିତ; ତାହା ସମସ୍ତ ଶରୀରକୁ ଅଶୁଚି କରେ ଓ ନିଜେ ନର୍କରେ ପ୍ରଜ୍ୱଳିତ ହୋଇ ପ୍ରକୃତିର ଚକ୍ରକୁ ଜ୍ୱଳାଏ। (Geenna )
ရသနာပိ ဘဝေဒ် ဝဟ္နိရဓရ္မ္မရူပပိၐ္ဋပေ၊ အသ္မဒင်္ဂေၐု ရသနာ တာဒၖၑံ သန္တိၐ္ဌတိ သာ ကၖတ္သ္နံ ဒေဟံ ကလင်္ကယတိ သၖၐ္ဋိရထသျ စကြံ ပြဇွလယတိ နရကာနလေန ဇွလတိ စ၊ (Geenna )
7 କାରଣ ସମସ୍ତ ପ୍ରକାର ପଶୁ, ପକ୍ଷୀ, ସରୀସୃପ ଓ ଜଳଚର ପ୍ରାଣୀମାନଙ୍କୁ ମାନବ ଦ୍ୱାରା ବଶରେ ରଖାଯାଇପାରେ, ପୁଣି, ବଶରେ ରଖାଯାଇଅଛି;
ပၑုပက္ၐျုရောဂဇလစရာဏာံ သရွွေၐာံ သွဘာဝေါ ဒမယိတုံ ၑကျတေ မာနုၐိကသွဘာဝေန ဒမယာဉ္စကြေ စ၊
8 କିନ୍ତୁ ଜିହ୍ୱାକୁ କେହି ବଶରେ ରଖି ପାରେ ନାହିଁ, ଅନିଷ୍ଟ ସାଧନରେ ତାହାର ବିରାମ ନାହିଁ, ମାରାତ୍ମକ ଗରଳରେ ତାହା ପରିପୂର୍ଣ୍ଣ।
ကိန္တု မာနဝါနာံ ကေနာပိ ဇိဟွာ ဒမယိတုံ န ၑကျတေ သာ န နိဝါရျျမ် အနိၐ္ဋံ ဟလာဟလဝိၐေဏ ပူရ္ဏာ စ၊
9 ତଦ୍ୱାରା ଆମ୍ଭେମାନେ ପ୍ରଭୁ ଓ ପିତାଙ୍କର ଧନ୍ୟବାଦ କରିଥାଉ, ପୁଣି, ତଦ୍ୱାରା ଈଶ୍ବରଙ୍କ ସାଦୃଶ୍ୟରେ ସୃଷ୍ଟ ମନୁଷ୍ୟକୁ ଅଭିଶାପ ଦେଇଥାଉ;
တယာ ဝယံ ပိတရမ် ဤၑွရံ ဓနျံ ဝဒါမး, တယာ စေၑွရသျ သာဒၖၑျေ သၖၐ္ဋာန် မာနဝါန် ၑပါမး၊
10 ଏକ ମୁଖରୁ ଧନ୍ୟବାଦ ଓ ଅଭିଶାପ ନିର୍ଗତ ହୁଏ। ହେ ମୋହର ଭାଇମାନେ, ଏପରି ହେବା ଉଚିତ୍ ନୁହେଁ।
ဧကသ္မာဒ် ဝဒနာဒ် ဓနျဝါဒၑာပေါ် နိရ္ဂစ္ဆတး၊ ဟေ မမ ဘြာတရး, ဧတာဒၖၑံ န ကရ္တ္တဝျံ၊
11 ନିର୍ଝର କଅଣ ଏକ ବାଟ ଦେଇ ମିଠା ଓ ପିତା ଦୁଇ ପ୍ରକାର ଜଳ ବାହାର କରେ?
ပြသြဝဏး ကိမ် ဧကသ္မာတ် ဆိဒြာတ် မိၐ္ဋံ တိက္တဉ္စ တောယံ နိရ္ဂမယတိ?
12 ହେ ମୋହର ଭାଇମାନେ, ଡିମ୍ବିରିବୃକ୍ଷ କଅଣ ଜୀତଫଳ, ଅବା ଦ୍ରାକ୍ଷାଲତା କଅଣ ଡିମ୍ବିରି ଫଳ ଫଳି ପାରେ? ଲବଣାକ୍ତ ନିର୍ଝର ମଧ୍ୟ ମିଷ୍ଟ ଜଳ ଦେଇ ପାରେ ନାହିଁ।
ဟေ မမ ဘြာတရး, ဥဍုမ္ဗရတရုး ကိံ ဇိတဖလာနိ ဒြာက္ၐာလတာ ဝါ ကိမ် ဥဍုမ္ဗရဖလာနိ ဖလိတုံ ၑက္နောတိ? တဒွဒ် ဧကး ပြသြဝဏော လဝဏမိၐ္ဋေ တောယေ နိရ္ဂမယိတုံ န ၑက္နောတိ၊
13 ତୁମ୍ଭମାନଙ୍କ ମଧ୍ୟରେ ଜ୍ଞାନୀ ଓ ବୁଦ୍ଧିମାନ କିଏ ଅଛି? ସେ ଜ୍ଞାନସଙ୍ଗତ ନମ୍ରତା ସହ ସଦାଚରଣ ଦ୍ୱାରା ଆପଣା କର୍ମ ପ୍ରକାଶ କରୁ।
ယုၐ္မာကံ မဓျေ ဇ္ဉာနီ သုဗောဓၑ္စ က အာသ္တေ? တသျ ကရ္မ္မာဏိ ဇ္ဉာနမူလကမၖဒုတာယုက္တာနီတိ သဒါစာရာတ် သ ပြမာဏယတု၊
14 କିନ୍ତୁ ଯଦି ତୁମ୍ଭମାନଙ୍କ ହୃଦୟରେ ତିକ୍ତ ଈର୍ଷାଭାବ ଓ ସ୍ୱାର୍ଥପରତା ଥାଏ, ତାହାହେଲେ ସତ୍ୟ ବିରୁଦ୍ଧରେ ଗର୍ବ କର ନାହିଁ ଓ ମିଥ୍ୟା କୁହ ନାହିଁ।
ကိန္တု ယုၐ္မဒန္တးကရဏမဓျေ ယဒိ တိက္တေရ္ၐျာ ဝိဝါဒေစ္ဆာ စ ဝိဒျတေ တရှိ သတျမတသျ ဝိရုဒ္ဓံ န ၑ္လာဃဓွံ နစာနၖတံ ကထယတ၊
15 ଏପରି ଜ୍ଞାନ ଊର୍ଦ୍ଧ୍ୱରୁ ଆଗତ ନୁହେଁ, ମାତ୍ର ତାହା ପାର୍ଥିବ, ଅନାତ୍ମିକ ଓ ଶୟତାନଠାରୁ ଅଟେ;
တာဒၖၑံ ဇ္ဉာနမ် ဦရ္ဒ္ဓွာဒ် အာဂတံ နဟိ ကိန္တု ပါရ္ထိဝံ ၑရီရိ ဘော်တိကဉ္စ၊
16 କାରଣ ଯେଉଁ ସ୍ଥାନରେ ଈର୍ଷା ଓ ସ୍ୱାର୍ଥପରତା ଥାଏ, ସେହି ସ୍ଥାନରେ ସମସ୍ତ ପ୍ରକାର ଦୁଷ୍କର୍ମ ଥାଏ।
ယတော ဟေတောရီရ္ၐျာ ဝိဝါဒေစ္ဆာ စ ယတြ ဝေဒျေတေ တတြဲဝ ကလဟး သရွွံ ဒုၐ္ကၖတဉ္စ ဝိဒျတေ၊
17 କିନ୍ତୁ ଊର୍ଦ୍ଧ୍ୱରୁ ଆଗତ ଜ୍ଞାନ ପ୍ରଥମରେ ପବିତ୍ର, ଦ୍ୱିତୀୟରେ ଶାନ୍ତିପ୍ରିୟ, ମୃଦୁଶୀଳ, ବାଧ୍ୟ, ଦୟା ଓ ଉତ୍ତମ ଫଳରେ ପରିପୂର୍ଣ୍ଣ, ସନ୍ଦେହଶୂନ୍ୟ ଓ ନିଷ୍କପଟ।
ကိန္တူရ္ဒ္ဓွာဒ် အာဂတံ ယတ် ဇ္ဉာနံ တတ် ပြထမံ ၑုစိ တတး ပရံ ၑာန္တံ က္ၐာန္တမ် အာၑုသန္ဓေယံ ဒယာဒိသတ္ဖလဲး ပရိပူရ္ဏမ် အသန္ဒိဂ္ဓံ နိၐ္ကပဋဉ္စ ဘဝတိ၊
18 ପୁଣି, ଶାନ୍ତିକାରକ ଲୋକମାନେ ଶାନ୍ତିର ବୀଜ ବୁଣନ୍ତି, ସେମାନେ ଧାର୍ମିକତା ରୂପ ଫଳ କାଟିବେ।
ၑာန္တျာစာရိဘိး ၑာန္တျာ ဓရ္မ္မဖလံ ရောပျတေ၊