< ଯାକୁବ 2 >

1 ହେ ମୋହର ଭାଇମାନେ, ଆମ୍ଭମାନଙ୍କ ଗୌରବମୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବାରୁ ମନୁଷ୍ୟର ମୁଖାପେକ୍ଷା କର ନାହିଁ।
ହେ ଆଇଁୟାଃ ହାଗା ମିଶିକ, ଆବୁଆଃ ମାନାରାଙ୍ଗ୍‌ ପ୍ରାଭୁ ୟୀଶୁ ଖ୍ରୀଷ୍ଟ୍‌ତାଃରେ ବିଶ୍ୱାସ୍‌କାଦ୍‌ ହରାତେ, ଆପେ ହଡ଼କଆଃ ମେଦ୍‌ମୁହାଁଡ଼୍‌ ନେଲ୍‌କେଦ୍‌ତେ ଆଲପେ ସୁସାର୍‌କଆ ।
2 କାରଣ ଯଦି ସୁବର୍ଣ୍ଣ ମୁଦ୍ରିକା ଓ ଚାକଚକ୍ୟ ବସ୍ତ୍ର ପରିଧାନ କରି କୌଣସି ଲୋକ ତୁମ୍ଭମାନଙ୍କ ସଭାକୁ ଆସେ, ପୁଣି, ଜଣେ ଦରିଦ୍ର ଲୋକ ମଳିନ ବସ୍ତ୍ର ପରିଧାନ କରି ଆସେ,
ହବାସାକାଅଆଃ, ଆପେୟାଃ ସାମାଜ୍‌ ଅଡ଼ାଃତେ ଜେତାଏ ମିହୁଡ଼୍‌ ସୋନାରେୟାଃ ମୁଦାମ୍ ଆଡଃ ଗନଙ୍ଗ୍‌ଆଁନ୍‌ ଲିଜାଃ ତୁସିଙ୍ଗ୍‌କେଦ୍‌ତେ ହିଜୁଃରେ ଆଡଃ ଏଟାଃ ମିହୁଡ଼୍‌ ହୁମୁ ଲିଜାଃ ଆଡଃ ଚେଚାଃ ଲିଜାଃ ତୁସିଙ୍ଗ୍‌କେଦ୍‌ତେ ହିଜୁଃ ଇମ୍‌ତା,
3 ଆଉ, ତୁମ୍ଭେମାନେ ଚାକଚକ୍ୟ ବସ୍ତ୍ର ପରିଧାନ କରିଥିବା ଲୋକକୁ ମର୍ଯ୍ୟାଦା କରି କୁହ, ଏଠାରେ ଉତ୍ତମ ସ୍ଥାନରେ ବସନ୍ତୁ, ଆଉ ଦରିଦ୍ର ଲୋକକୁ କୁହ, ସେଠାରେ ଠିଆ ହୁଅ,
ଆପେ ଗନଙ୍ଗ୍‌ଆଁନ୍‌ ଲିଜାଃ ତୁସିଙ୍ଗ୍‌ୟାଁକାନ୍‌ ହଡ଼କେ ପୁରାଃଗି ମାଇନ୍‌କେଦ୍‌ତେ “ନେତାଃ ଦେଲା ନେ ବୁଗିନ୍‌ ଠାୟାଦ୍‌ରେ ଦୁବ୍‌ମେଁ ମେନ୍ତେପେ କାଜିୟା,” ମେନ୍‌ଦ ମିଆଁଦ୍‌ ଗାରିବ୍‌ ହଡ଼କେ, “ଜୁ ଏନ୍ତାଃରେ ତିଙ୍ଗୁନ୍‌ମେଁ, ଚାଏ ଏନ୍‌ ଅତେ ଲାତାର୍‌ରେ ଦୁବ୍‌ମେଁ” ମେନ୍ତେପେ କାଜିୟା,
4 କିମ୍ବା ମୋହର ଗୋଡ଼ ତଳେ ବସ, ତାହାହେଲେ ତୁମ୍ଭେମାନେ କଅଣ ଆପଣା ଆପଣା ମଧ୍ୟରେ ଭେଦାଭେଦ ରଖି ବିପରୀତ ବ୍ୟବହାର ଏବଂ ମନ୍ଦ ଭାବରେ ବିଚାର କରୁ ନାହଁ?
ଏନ୍‌ରେଦ ଆପେ ଆପେୟାଃ ଥାଲାରେ ମାରାଙ୍ଗ୍‌ ହୁଡିଙ୍ଗ୍‌ରେୟାଃ ଭେଦ୍‌ଭାବ୍‌ ରିକାଏତାନାପେ ଆଡଃ ଏତ୍‌କାନ୍‌ ଉଡ଼ୁଃତାନ୍‌ଲଃ ମେଦ୍‌ମୁହାଁଡ଼୍‌ ନେଲ୍‌କେଦ୍‌ତେପେ ବିଚାର୍‌ତାନା ।
5 ହେ ମୋହର ପ୍ରିୟ ଭାଇମାନେ, ଶୁଣ, ଈଶ୍ବର କଅଣ ଏହି ଜଗତର ଦୃଷ୍ଟିରେ ଦରିଦ୍ରମାନଙ୍କୁ ବିଶ୍ୱାସରୂପ ଧନରେ ଧନୀ ହେବା ପାଇଁ, ପୁଣି, ଆପଣା ପ୍ରେମକାରୀମାନଙ୍କୁ ଯେଉଁ ରାଜ୍ୟ ଦେବାକୁ ପ୍ରତିଜ୍ଞା କରିଅଛନ୍ତି, ସେଥିର ଅଧିକାରୀ ହେବା ପାଇଁ ମନୋନୀତ କରି ନାହାନ୍ତି?
ହେ ଆଇଁୟାଃ ଦୁଲାଡ଼୍‌ ହାଗା ମିଶିକ ଆୟୁମେପେ, ପାର୍‌ମେଶ୍ୱାର୍‌ ଚିନାଃ ନେ ଅତେଦିଶୁମ୍‌ରେନ୍‌ ନାରାଦୁରା ହଡ଼କକେ ବିଶ୍ୱାସ୍‌ରେୟାଃ ଖୁର୍ଜିରେ କିସାଁଣଃ ନାଗେନ୍ତେ ଆଡଃ ଆଇଃକ୍‌କେ ଦୁଲାଡ଼ିତାନ୍‌ ହଡ଼କକେ ଅକ ରାଇଜ୍‌ ଏମାକ ନାଗେନ୍ତେ ବାନାର୍‌ସାଏ ଏମାକାଦ୍‌କଆ, ଏନାରେୟାଃ ଆକ୍‌ତେୟାର୍‌ ନାମେ ନାଗେନ୍ତେ କାଏଚି ସାଲାକାଦ୍‌କଆ?
6 କିନ୍ତୁ ତୁମ୍ଭେମାନେ ଦରିଦ୍ରକୁ ହତାଦର କରିଅଛ। ଧନୀମାନେ କଅଣ ତୁମ୍ଭମାନଙ୍କ ପ୍ରତି ଉପଦ୍ରବ କରନ୍ତି ନାହିଁ ଏବଂ ତୁମ୍ଭମାନଙ୍କୁ ବିଚାର-ସ୍ଥାନକୁ ଟାଣିନିଅନ୍ତି ନାହିଁ?
ମେନ୍‌ଦ, ଆପେ ଗାରିବ୍‌ ହଡ଼କକେ କାପେ ମାଇନ୍‌କତାନା । ଅକନ୍‌ ହଡ଼କ ଆପେକେ ସିଗିଦ୍‌ପେତାନାକ ଆଡଃ କାଚାଇରିତେ ଥାଇଜ୍‌ ଇଦିପେତାନାକ, ଇନ୍‌କୁ ଅକଏ ତାନ୍‌କୁ? ଇନ୍‌କୁଗି ଏନ୍‌ କିସାଁଣ୍‌ ହଡ଼କ ତାନ୍‌କୁ ।
7 ଯେଉଁ ମହତ‍ ନାମରେ ତୁମ୍ଭେମାନେ ଖ୍ୟାତ ସେମାନେ କଅଣ ସେହି ନାମର ନିନ୍ଦା କରନ୍ତି ନାହିଁ?
ଅକ ୟୀଶୁ ଖ୍ରୀଷ୍ଟ୍‌ଆଃ ନୁତୁମ୍‌ ଆପେକେ ଏମାକାନା, ଇନ୍‌କୁ ଏନ୍‌ ବୁଗିନ୍‌ ନୁତୁମ୍‌ରେୟାଃ ଏତ୍‌କାନ୍‌ କାଜିକ କାଜିୟାଃ ।
8 ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର, ଶାସ୍ତ୍ରର ଏହି ରାଜକୀୟ ବ୍ୟବସ୍ଥା ଯଦି ପ୍ରକୃତରେ ପାଳନ କର,
“ଆମାଃ ହପର୍‌ଜାପାଃ ନିଃକେ ଆମାଃ ଲେକାଗି ଦୁଲାଡ଼ିମେ,” ଧାରାମ୍‌ପୁଥିରେ ଅଲାକାନ୍‌ ପାର୍‌ମେଶ୍ୱାର୍‌ଆଃ ରାଇଜ୍‌ରାଃ ନେ ଆନ୍‌ଚୁକେପେ ମାନାତିଙ୍ଗ୍‌ତାନ୍‌ ରେଦ, ଆପେ ଠାଉକାନ୍‌ କାମିପେ କାମିତାନା ।
9 ତାହାହେଲେ ଭଲ କରିଥାଅ; କିନ୍ତୁ ଯଦି ମନୁଷ୍ୟର ମୁଖାପେକ୍ଷା କର, ତାହାହେଲେ ପାପ କରୁଅଛ, ପୁଣି, ସେହି ବ୍ୟବସ୍ଥା ଦ୍ୱାରା ଦୋଷୀ ବୋଲି ପ୍ରମାଣିତ ହୋଇଥାଅ।
ମେନ୍‌ଦ ଆପେ ହଡ଼ରାଃ ଏୟରଃତୁସିଙ୍ଗ୍‌ଅଁଃ ନେଲ୍‌କେଦ୍‌ତେ ହଡ଼କକେପେ ମାଇନ୍‌କ ତାନ୍‌ରେଦ, ଆପେ ପାପ୍‌ କାମିତାନାପେ ଆଡଃ ଆନ୍‌ଚୁ ଲେକାତେ ଆପେ ମିହୁଡ଼୍‌ ଆନ୍‌ଚୁକେ କା ମାନାତିଙ୍ଗ୍‌ତାନ୍‌ ହଡ଼ ଲେକାନ୍‌କ ତାନ୍‌ପେ ।
10 କାରଣ ଯେ କେହି ସମସ୍ତ ବ୍ୟବସ୍ଥା ପାଳନ କରି କେବଳ ଗୋଟିକ ବିଷୟରେ ଝୁଣ୍ଟିପଡ଼େ, ତେବେ ସେ ସମସ୍ତ ବ୍ୟବସ୍ଥା ଲଙ୍ଘନ ଦୋଷରେ ଦଣ୍ଡନୀୟ ହୁଏ।
୧୦ଜେତାଏ ସବେନ୍‌ ଆନ୍‌ଚୁକେ ମାନାତିଙ୍ଗ୍‌ ତାନାଏ, ମେନ୍‌ଦ ମିଆଁଦ୍‌ ଆନ୍‌ଚୁ ଏସ୍‌କାର୍‌ କାଏ ମାନାତିଙ୍ଗ୍‌ ତାନା, ଇନିଃ ସବେନ୍‌ ଆନ୍‌ଚୁକେ କା ମାନାତିଙ୍ଗ୍‌ତାନ୍‌ନିଃ ତାନିଃ ।
11 ଯେଣୁ ଯେ ବ୍ୟଭିଚାର କର ନାହିଁ ବୋଲି କହିଥିଲେ, ସେ ନରହତ୍ୟା କର ନାହିଁ ବୋଲି ମଧ୍ୟ କହିଥିଲେ, ଏଣୁ ତୁମ୍ଭେ ଯଦି ବ୍ୟଭିଚାର ନ କରି ନରହତ୍ୟା କର, ତେବେ ବ୍ୟବସ୍ଥା ଲଙ୍ଘନକାରୀ ହୋଇଅଛ।
୧୧ଚିୟାଃଚି, ପାର୍‌ମେଶ୍ୱାର୍‌ କାଜିକାଦାଏ, “ଆପାଙ୍ଗିର୍‌ କାମି ଆଲମାଃ,” ଏନ୍‌ ପାର୍‌ମେଶ୍ୱାର୍‌ଗି ଆଡଃମିଆଁଦ୍‌ କାଜିକାଦାଏ, “ହଡ଼ ଗଗଏଃ ଆଲମାଃ ।” ଏନାତେ, ଆମ୍‌ କାମ୍‌ ଆପାଙ୍ଗିର୍‌ ତାନ୍‌ରେୟଗି, ହଡ଼ ଗଗଏଃ ତାନ୍‌ରେଦମ୍‌, ଆମ୍‌ ମିହୁଡ଼୍‌ ଆନ୍‌ଚୁ କା ମାନାତିଙ୍ଗ୍‌ନିଃ ତାନ୍‌ମେ ।
12 ସ୍ୱାଧୀନତାର ବ୍ୟବସ୍ଥା ଦ୍ୱାରା ଯେ ତୁମ୍ଭେମାନେ ବିଚାରିତ ହେବ, ଏହା ଜାଣି ସେହି ପ୍ରକାର କଥା କୁହ ଓ କାର୍ଯ୍ୟ କର।
୧୨ରାଡ଼ାଅଃରେୟାଃ କାମି ଏମ୍‌ ଦାଡ଼ିତାନ୍‌ ମୁଶାରାଃ ଆନ୍‌ଚୁ ହରାତେ ଆମାଃ ବିଚାର୍‌ ହବାଅଃଆ, ଏନା ଆମାଃ ଜାଗାର୍‌ତେ ଆଡଃ କାମିତେ ଉଦୁବେମେ ।
13 କାରଣ ଯେ ଦୟା କରେ ନାହିଁ, ସେ ନିର୍ଦ୍ଦୟ ରୂପେ ବିଚାରିତ ହେବ, ଦୟା ବିଚାର ଉପରେ ଜୟଧ୍ୱନି କରେ।
୧୩ଚିୟାଃଚି ଜେତାଏ ଏଟାଃନିଃକେ କାଏ ଦାୟାଇୟା, ପାର୍‌ମେଶ୍ୱାର୍‌ ଇନିଃକେ କାଏ ଦାୟାଇୟା, ମେନ୍‌ଦ ଅକନ୍‌କ ଏଟାଃକକେ ଦାୟାକାଦ୍‌କଆକ, ଇନ୍‌କୁକେ ପାର୍‌ମେଶ୍ୱାର୍‌ ବିଚାର୍‌ ନେଡାରେ ଦାୟାକଆ ।
14 ହେ ମୋହର ଭାଇମାନେ, ଯଦି କେହି ମୋହର ବିଶ୍ୱାସ ଅଛି ବୋଲି କୁହେ, କିନ୍ତୁ ତାହାର କର୍ମ ନ ଥାଏ, ତେବେ ସେଥିରେ କି ଲାଭ? ଏପରି ବିଶ୍ୱାସ କଅଣ ତାହାର ପରିତ୍ରାଣ କରିପାରେ?
୧୪ହେ ହାଗା ମିଶିକ, ଜେତାଏ ଆଇଁୟାଃ ବିଶ୍ୱାସ୍‌ ମେନାଃ ମେନ୍ତେ କାଜିତାନା, ମେନ୍‌ଦ କାମିରେ କାଏ ଉଦୁବେତାନ୍ ରେଦ, ଇନିୟାଃ କାଜିରେ ଜେତାନ୍‌ ଲାଭ୍‌ ବାନଃଆ । ଚିନାଃ ଏନ୍‌ ଲେକାନ୍‌ ବିଶ୍ୱାସ୍‌ ଜେତାଏକେ ବାଞ୍ଚାଅ ଦାଡ଼ିୟାଃଏଚି?
15 ଯଦି ଜଣେ ଭାଇ ବା ଭଉଣୀ, ବସ୍ତ୍ର ଓ ଦୈନିକ ଖାଦ୍ୟହୀନ ହୁଏ,
୧୫ମେନ୍‌ଦ ଜେତାଏ ହାଗା ଚାଏ ମିଶିଆଃ ଲିଜାଃ ଆଡଃ ଜଜମାଃ ବାନଃରେଦ,
16 ଆଉ ତୁମ୍ଭମାନଙ୍କ ମଧ୍ୟରୁ କେହି ତାହାକୁ ଶରୀରର ପ୍ରୟୋଜନୀୟ ଦ୍ରବ୍ୟ କିଛି ହିଁ ନ ଦେଇ କୁହେ, ଉଷ୍ଣ ଓ ତୃପ୍ତ ହୋଇ କୁଶଳରେ ଯାଅ, ତେବେ ସେଥିରେ କି ଲାଭ?
୧୬ଆଡଃ ଆପେ ଇନିୟାଃ ଲାଗାତିଙ୍ଗ୍‌ତେୟାଃକେ କା ଏମ୍‌କେଦ୍‌ତେ କାଜିୟାପେ, “ପାର୍‌ମେଶ୍ୱାର୍‌ ଆମ୍‌କେ ଆଶିଷ୍‌ମେକା, ଜମ୍‌ ନୁଁକେଦ୍‌ତେ ଜୀଉସୁକୁରେ ତାଇନ୍‌ମେଁ ।”
17 ସେହିପରି ମଧ୍ୟ ବିଶ୍ୱାସ, କର୍ମ ବିନା ନିଜେ ମୃତ।
୧୭ବିଶ୍ୱାସ୍‌ହଗି ଠିକ୍‌ । ଏନ୍‌ଲେକାଗି ବେଗାର୍‌ କାମିତେ ବିଶ୍ୱାସ୍‌ ଗଜାକାନା ।
18 କିନ୍ତୁ କେହି ଅବା କହିବ, ତୁମ୍ଭର ବିଶ୍ୱାସ ଅଛି, ପୁଣି, ମୋହର କର୍ମ ଅଛି; କର୍ମ ବିନା ତୁମ୍ଭର ବିଶ୍ୱାସ ମୋତେ ଦେଖାଅ, ଆଉ ମୁଁ କର୍ମ ଦ୍ୱାରା ତୁମ୍ଭକୁ ମୋହର ବିଶ୍ୱାସ ଦେଖାଇବି।
୧୮ମେନ୍‌ଦ ଜେତାଏ କାଜି ଦାଡ଼ିୟାଏ, “ମିହୁଡ଼୍‌ରାଃ ବିଶ୍ୱାସ୍‌ ମେନାଃ, ଏଟାଃ ମିହୁଡ଼୍‌ରାଃ କାମି ମେନାଃ ।” ମେନ୍‌ଦ ଆଇଙ୍ଗ୍‌ କାଜିୟାଇଙ୍ଗ୍‌, “କାମି ବେଗାର୍‌ ଆପେୟାଃ ବିଶ୍ୱାସ୍‌ ଆଇଙ୍ଗ୍‌କେ ଉଦୁବାଇଙ୍ଗ୍‌ପେ ଆଡଃ ଆଇଙ୍ଗ୍‌ କାମି ହରାତେ ଆପେକେ ଆଇଁୟାଃ ବିଶ୍ୱାସ୍‌ ଉଦୁବାପେୟାଇଙ୍ଗ୍‌ ।”
19 ଈଶ୍ବର ଯେ ଏକମାତ୍ର, ଏହା ତୁମ୍ଭେ ବିଶ୍ୱାସ କରୁଅଛ; ଭଲ କଥା, ଭୂତମାନେ ମଧ୍ୟ ବିଶ୍ୱାସ କରି ଥରହର ହୁଅନ୍ତି।
୧୯ପାର୍‌ମେଶ୍ୱାର୍‌ ମିହୁଡ଼୍‌ଗିୟାଏ ଏନା ଆପେ ବିଶ୍ୱାସ୍‌ତାନାପେ ବୁଗିନ୍‌ କାଜିତାନାଃ । ବଙ୍ଗାକହଗି ବିଶ୍ୱାସ୍‌କେଦ୍‌ତେ ବରତେ ଥାର୍‌ଥାରାୱାଃକ ।
20 କିନ୍ତୁ ହେ ନିର୍ବୋଧ ମନୁଷ୍ୟ, କର୍ମ ବିନା ବିଶ୍ୱାସ ଯେ ନିଷ୍ଫଳ, ଏହା କଅଣ ଜାଣିବାକୁ ଇଚ୍ଛା କରୁଅଛ?
୨୦ହେ ଡଣ୍ଡକ, କାମି ବେଗାର୍‌ ବିଶ୍ୱାସ୍‌ ସାମାତାନାଃ, ନେଆଁ ଚିନାଃ କାପେ ସାରିତାନା?
21 ଆମ୍ଭମାନଙ୍କ ପିତା ଅବ୍ରହାମ ବେଦି ଉପରେ ଆପଣା ପୁତ୍ର ଇସ୍‌ହାକଙ୍କୁ ଉତ୍ସର୍ଗ କରିବା ବେଳେ କଅଣ କର୍ମ ଦ୍ୱାରା ଧାର୍ମିକ ଗଣିତ ହୋଇ ନ ଥିଲେ?
୨୧ଆବୁଆଃ ପୁର୍‌ଖା ହାଡ଼ାମ୍‌ ଆବ୍ରାହାମ୍‌, ପାର୍‌ମେଶ୍ୱାର୍‌ଆଃ ନେପେଲ୍‌ରେ ଚିଲ୍‌କା ଧାର୍‌ମାନ୍‌ ହବାୟାନାଏ? ଇନିଃ ଆୟାଃ ହନ୍‌ ଇସାକ୍‌କେ ବେଦି ଚେତାନ୍‌ରେ ଦାଣେଁ ରାକାବ୍‌କିୟାଏ ଇମ୍‌ତାଙ୍ଗ୍‌ ଆୟାଃ କାମି ହରାତେ ଧାର୍‌ମାନ୍‌ ମେନ୍ତେ କାଜିୟାନା ।
22 ତୁମ୍ଭେ ଦେଖୁଅଛ ଯେ, ବିଶ୍ୱାସ ତାହାଙ୍କ କର୍ମର ସହକାରୀ ଥିଲା, ଆଉ କର୍ମ ଦ୍ୱାରା ବିଶ୍ୱାସ ସିଦ୍ଧ ହେଲା;
୨୨ଆପେ ଚିନାଃ କାପେ ଆଟ୍‌କାର୍‌ଉରୁମ୍‌ ଦାଡ଼ିତାନା? ଆବ୍ରାହାମ୍‌ଆଃ ବିଶ୍ୱାସ୍‌, କାମିତେ ଉଦୁବ୍‌ୟାନା, କାମି ହରାତେ ଇନିୟାଃ ବିଶ୍ୱାସ୍‌ ପକ୍‌ତାୟାନା ।
23 ସେଥିରେ ଶାସ୍ତ୍ରର ଏହି ବାକ୍ୟ ସଫଳ ହେଲା, ଅବ୍ରହାମ ଈଶ୍ବରଙ୍କଠାରେ ବିଶ୍ୱାସ କଲେ, ଆଉ ତାହାଙ୍କ ପକ୍ଷରେ ତାହା ଧାର୍ମିକତା ବୋଲି ଗଣିତ ହେଲା, ପୁଣି, ସେ ଈଶ୍ବରଙ୍କ ମିତ୍ର ବୋଲି ଖ୍ୟାତ ହେଲେ।
୨୩ନେଆଁ ହରାତେ ଧାରାମ୍‌ପୁଥିରେୟାଃ କାଜି ପୁରାୟାନା: “ଆବ୍ରାହାମ୍‌ ପାର୍‌ମେଶ୍ୱାର୍‌କେ ବିଶ୍ୱାସ୍‌କିୟା ଆଡଃ ଇନିୟାଃ ବିଶ୍ୱାସ୍‌ ହରାତେ ପାର୍‌ମେଶ୍ୱାର୍‌ଆଃ ନେପେଲ୍‌ରେ ଇନିଃ ଧାର୍‌ମାନ୍‌ ମେନ୍ତେ ଲେକାୟାନା ।” ଆଡଃ ଆବ୍ରାହାମ୍‌ ପାର୍‌ମେଶ୍ୱାର୍‌ଆଃ ଗାତି ମେନ୍ତେ କାଜିୟାନା ।
24 କେବଳ ବିଶ୍ୱାସ ଦ୍ୱାରା ମନୁଷ୍ୟ ଧାର୍ମିକ ଗଣିତ ନ ହୋଇ କର୍ମ ଦ୍ୱାରା ଯେ ଧାର୍ମିକ ଗଣିତ ହୁଏ, ଏହା ତୁମ୍ଭେମାନେ ଦେଖୁଅଛ।
୨୪ଏନାତେ, ଆପେ ଆଟ୍‌କାର୍‌ଉରୁମ୍‌ ଦାଡ଼ିୟାପେ ଯେ, ହଡ଼ହନ୍‌ ବିଶ୍ୱାସ୍‌ ହରାତେ ଏସ୍‌କାର୍‌ କା ମେନ୍‌ଦ କାମି ହରାତେ ଧାର୍‌ମାନ୍‌ ମେନ୍ତେ କାଜିୟଃଆ ।
25 ସେହି ପ୍ରକାରେ ମଧ୍ୟ ରାହାବ ବେଶ୍ୟା ଗୁପ୍ତଚରମାନଙ୍କୁ ଆତିଥ୍ୟ କରି ଅନ୍ୟ ବାଟ ଦେଇ ସେମାନଙ୍କୁ ବିଦାୟ କରିବାରୁ କଅଣ କର୍ମ ଦ୍ୱାରା ଧାର୍ମିକ ଗଣିତ ହେଲେ ନାହିଁ?
୨୫ଏନ୍‌ଲେକାଗି ହଡ଼୍‌ମରେୟାଃ ଏତ୍‌କାନ୍‌ କାମିରେ ତାଇନ୍‌ତାନ୍‌ କୁଡ଼ି ରାହାବ୍‌ ହଗି ଆୟାଃ ବୁଗିନ୍‌ କାମି ହରାତେ ଧାର୍‌ମାନ୍‌ ମେନ୍ତେ କାଜିୟାନା । ଇସ୍ରାଏଲ୍‌ରେନ୍‌ ଅକନ୍‌ ହଡ଼କକେ ଉକୁକେଦ୍‌ତେ କୁଲାକାନ୍‌ ତାଇକେନା, ଇନ୍‌କୁକେ ଇନିଃ ଉକୁଃ ନାଗେନ୍ତେ ଆଡଃ ଏଟାଃ ହରାରେ ସେନଃ ନାଙ୍ଗ୍‌ ଦେଙ୍ଗାକାଦ୍‌କ ତାଇକେନାଏ, ଏନା ପାର୍‌ମେଶ୍ୱାର୍‌ଆଃ ଆୟାର୍‌ରେ ଠାଉକାନ୍‌ କାମି ତାଇକେନା ।
26 କାରଣ ଆତ୍ମା ବିନା ଶରୀର ଯେପରି ମୃତ, ସେହିପରି କର୍ମ ବିନା ବିଶ୍ୱାସ ମଧ୍ୟ ମୃତ।
୨୬ଏନାତେ, ଆତ୍ମା ବେଗାର୍‌ ହଡ଼୍‌ମ ଜେ'ଲେକା ଗଜାକାନା, ଏନ୍‌ଲେକାଗି କାମି ବେଗାର୍‌ ବିଶ୍ୱାସ୍‌ହଗି ଗଜାକାନା ।

< ଯାକୁବ 2 >