< ଯାକୁବ 2 >

1 ହେ ମୋହର ଭାଇମାନେ, ଆମ୍ଭମାନଙ୍କ ଗୌରବମୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବାରୁ ମନୁଷ୍ୟର ମୁଖାପେକ୍ଷା କର ନାହିଁ।
ବୟାଁଇଂ ଆନେକେ ଲିବିସଃ ମାପ୍‌ରୁ ଜିସୁ କିସ୍‌ଟନେ ବିସ୍‌ବାସ୍‌‌ଣ୍ଡ୍ରେ ସୁଗୁଆ ପେଇଂ ରେମୁଆଁଇଂନେ ବିନ୍‌ନେ ସାଜବାଜ କେଚେଃ ଆଇଂସାଗେପା ।
2 କାରଣ ଯଦି ସୁବର୍ଣ୍ଣ ମୁଦ୍ରିକା ଓ ଚାକଚକ୍ୟ ବସ୍ତ୍ର ପରିଧାନ କରି କୌଣସି ଲୋକ ତୁମ୍ଭମାନଙ୍କ ସଭାକୁ ଆସେ, ପୁଣି, ଜଣେ ଦରିଦ୍ର ଲୋକ ମଳିନ ବସ୍ତ୍ର ପରିଧାନ କରି ଆସେ,
ମନେ ଡିଂପା, ପେ କୁକପାର୍‌ ଡାଗ୍ରା ମୁଇଂଜା ସୁନା ୱାର୍ତି ଆରି ଜବର୍‌ ଦାମ୍‌ନେ ପାଟାଇ ୱାଃଡ଼େଗ୍‌ଚେ ପାଂଲେଃକେ । ବିନ୍‌ନେ ମୁଇଂଜା ମ୍‌ମାର୍‌କ୍ନେ ଆରି ସ୍ୟାଃକ୍ନେ ପାଟାଇ ୱାଃଡ଼େଗ୍‌ଚେ ପାଂଲେଃକେ ।
3 ଆଉ, ତୁମ୍ଭେମାନେ ଚାକଚକ୍ୟ ବସ୍ତ୍ର ପରିଧାନ କରିଥିବା ଲୋକକୁ ମର୍ଯ୍ୟାଦା କରି କୁହ, ଏଠାରେ ଉତ୍ତମ ସ୍ଥାନରେ ବସନ୍ତୁ, ଆଉ ଦରିଦ୍ର ଲୋକକୁ କୁହ, ସେଠାରେ ଠିଆ ହୁଅ,
ଜଦି ପେ ଜବର୍‌ ଦାମ୍‌ନେ ପାଟାଇ ୱାଃଡ଼େଗ୍‌ ପେଲେଃକେ ରେମୁଆଁକେ ମାଲେ ସନ୍‌ମାନ୍‌ ଆଃସ୍ୱେଚେଃ ପେବାସଂଏ, “ଏନ୍‌ ଆସନ୍‌ ଗ୍ର‍ଅନ୍‌‌ ଡିଂପା,” ଡାଗ୍ଲା ଗରିବ୍‌ ରେମୁଆଁକେ ବାସଂ, “ଆତ୍‌ଡାଗ୍ରା ତୁଆଁ, ଆରି ନିଂ ଞ୍ଚ ଆଲ କଲା,”
4 କିମ୍ବା ମୋହର ଗୋଡ଼ ତଳେ ବସ, ତାହାହେଲେ ତୁମ୍ଭେମାନେ କଅଣ ଆପଣା ଆପଣା ମଧ୍ୟରେ ଭେଦାଭେଦ ରଖି ବିପରୀତ ବ୍ୟବହାର ଏବଂ ମନ୍ଦ ଭାବରେ ବିଚାର କରୁ ନାହଁ?
ତେଲାଲେଃ ନିଜେ ନିଜେ ବିତ୍ରେ ମ୍ନା ଡାଆଁ ବାବ୍‌ନା ଉବ୍‌ଜେ ପେଡିଂକେ ବାରି ନାଲେନେ ମନ୍‌ ବାବ୍‌ନା ଡିଂଚେଃ ଇଂସା ବିଚାର୍‌ ଡିଂପେଡିଂକେ ।
5 ହେ ମୋହର ପ୍ରିୟ ଭାଇମାନେ, ଶୁଣ, ଈଶ୍ବର କଅଣ ଏହି ଜଗତର ଦୃଷ୍ଟିରେ ଦରିଦ୍ରମାନଙ୍କୁ ବିଶ୍ୱାସରୂପ ଧନରେ ଧନୀ ହେବା ପାଇଁ, ପୁଣି, ଆପଣା ପ୍ରେମକାରୀମାନଙ୍କୁ ଯେଉଁ ରାଜ୍ୟ ଦେବାକୁ ପ୍ରତିଜ୍ଞା କରିଅଛନ୍ତି, ସେଥିର ଅଧିକାରୀ ହେବା ପାଇଁ ମନୋନୀତ କରି ନାହାନ୍ତି?
ନିଜର୍ ବୟାଁ ବାରି ତନାଇଂ ଅଁପା, ଇସ୍‌ପର୍‌ ମେଃନେ ଏନ୍ ମଞ୍ଚ୍‌ପୁର୍‌ନେ ରେମୁଆଁଇଂକେ ବିସ୍‌ବାସ୍‌ ଦନ୍‌ନ୍ନିଆ ସାକାର୍‌ ଡିଙ୍ଗ୍‌ନେ ବାରି ନିଜର୍‌ ରେମୁଆଁଇଂକେ ଆଣ୍ଡିନେ ରାଜି ବିଃନେ ପାର୍‌ମାନ୍‌ ଡିଂବକେ, ଆତେନ୍‌ ଅଦିକାର୍‌ ଡିଙ୍ଗ୍‌ନେ ସ୍ରି ବକେ ।
6 କିନ୍ତୁ ତୁମ୍ଭେମାନେ ଦରିଦ୍ରକୁ ହତାଦର କରିଅଛ। ଧନୀମାନେ କଅଣ ତୁମ୍ଭମାନଙ୍କ ପ୍ରତି ଉପଦ୍ରବ କରନ୍ତି ନାହିଁ ଏବଂ ତୁମ୍ଭମାନଙ୍କୁ ବିଚାର-ସ୍ଥାନକୁ ଟାଣିନିଅନ୍ତି ନାହିଁ?
ତେଲା ପେ ଗରିବ୍‌ଣ୍ଡ୍ରେଇଂକେ ଅମାନି ଡିଂପେଡିଂକେ । ଆଣ୍ଡିଣ୍ଡ୍ରେ ଆପେକେ ବଗ୍‌ଟୁ ଡିଂଆର୍‌ଏ ଆରି ବିଚାର୍‌ ଡୁଆ ଡାଗ୍ରା ଗୁଃଡୁଂୱେଏ ମେଇଂ ଜାଣ୍ଡେଃ? ମେଇଂ ତ ଆତେନ୍‌‌ ସାକାର୍‌ଣ୍ଡ୍ରେ ।
7 ଯେଉଁ ମହତ‍ ନାମରେ ତୁମ୍ଭେମାନେ ଖ୍ୟାତ ସେମାନେ କଅଣ ସେହି ନାମର ନିନ୍ଦା କରନ୍ତି ନାହିଁ?
ଆଣ୍ଡିନେ ମ୍ନି ଆପେକେ ବିବକେ ମେଁଇଂ ଆତେନ୍‌‌ ମ୍ନା ମ୍ନିରେ ନିନ୍ଦା ଡିଂଆର୍‌ଏ ।
8 ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର, ଶାସ୍ତ୍ରର ଏହି ରାଜକୀୟ ବ୍ୟବସ୍ଥା ଯଦି ପ୍ରକୃତରେ ପାଳନ କର,
“ସାଇପଡ଼ିସାଣ୍ଡ୍ରେକେ ଜିବନ୍‌ ସୁଗୁଆ ବଲ୍ ବାପା” ସାସ୍ତର୍‌ନ୍ନିଆ ଗ୍ନୁଆର୍‌କ୍ନେ ଇସ୍‌ପର୍‌ନେ ରାଜିନେ ଏନ୍‌ ନିୟମ୍‌ ଜଦି ପାଲେ ପେଡିଂକେ ତେଲା ପେ ନିୟମ୍‌ କାମ୍ ଡିଂପେଡିଂକେ ।
9 ତାହାହେଲେ ଭଲ କରିଥାଅ; କିନ୍ତୁ ଯଦି ମନୁଷ୍ୟର ମୁଖାପେକ୍ଷା କର, ତାହାହେଲେ ପାପ କରୁଅଛ, ପୁଣି, ସେହି ବ୍ୟବସ୍ଥା ଦ୍ୱାରା ଦୋଷୀ ବୋଲି ପ୍ରମାଣିତ ହୋଇଥାଅ।
ମାତର୍ ଜଦି ବିନ୍‌ନେ ସାଜବାଜ କେଚେଃ ରେମୁଆଁଇଂନେ ଡାଗ୍ରା ଇଂସା ବେବଆର୍‌ ଡିଂପେଡିଂକେ ତେଲା ପେ ପାପ୍‌ ଡିଂପେଡିଂକେ ଆରି ନିୟମ୍‌ ଇସାବ୍‌ରେ ପେ ମୁଇଂ ସାମୁଆଁ ମାସାଣ୍ଡ୍ରେ ।
10 କାରଣ ଯେ କେହି ସମସ୍ତ ବ୍ୟବସ୍ଥା ପାଳନ କରି କେବଳ ଗୋଟିକ ବିଷୟରେ ଝୁଣ୍ଟିପଡ଼େ, ତେବେ ସେ ସମସ୍ତ ବ୍ୟବସ୍ଥା ଲଙ୍ଘନ ଦୋଷରେ ଦଣ୍ଡନୀୟ ହୁଏ।
ଜା ମୁଇଂ ସାମୁଆଁ ଆମାନେଃ ମେଁ ସାପା ସାମୁଆଁ ମାମାନେଃ ଅପରାଦ୍‌ନ୍ନିଆ ଦସି ଡିଂଏ ।
11 ଯେଣୁ ଯେ ବ୍ୟଭିଚାର କର ନାହିଁ ବୋଲି କହିଥିଲେ, ସେ ନରହତ୍ୟା କର ନାହିଁ ବୋଲି ମଧ୍ୟ କହିଥିଲେ, ଏଣୁ ତୁମ୍ଭେ ଯଦି ବ୍ୟଭିଚାର ନ କରି ନରହତ୍ୟା କର, ତେବେ ବ୍ୟବସ୍ଥା ଲଙ୍ଘନକାରୀ ହୋଇଅଛ।
ତେସାଃ ଜାଣ୍ଡେଃ ଅଡ଼ାରେଗ୍‌ ଆଡିଂଗେପା ଡାଗ୍‌ଚେ ବାସଙ୍ଗ୍‌ବଗେ, ମେଁ ଡିଗ୍ ରେମୁଆଁ ଆବାଗୁଏଃଗ୍‌ପା ଡାଗ୍‌ଚେ ବାସଙ୍ଗ୍‌ବଗେ, ଏନ୍‌ସା ପେ ଜଦି ଅଡ଼ାରେଗ୍‌ ମାଡିଂଚେ ରେମୁଆଁ ପେବାଗୁଏଃଏ, ତେଲା ପେ ମୋଶାନେ ନିୟମ୍ ମାମାନେଃ ରେମୁଆଁ ଡିଂପେଲେଃକେ ।
12 ସ୍ୱାଧୀନତାର ବ୍ୟବସ୍ଥା ଦ୍ୱାରା ଯେ ତୁମ୍ଭେମାନେ ବିଚାରିତ ହେବ, ଏହା ଜାଣି ସେହି ପ୍ରକାର କଥା କୁହ ଓ କାର୍ଯ୍ୟ କର।
ଆଣ୍ଡିନେ ଉଦାର୍ ବିଣ୍ଡ୍ରେ ନିୟମ୍‌ ବାନ୍ ପେ ବିଚାର୍‌ ପେଡିଂଏ ଆତେନ୍‌‌ ପେନେ ବାଲିର୍‌ବାତା ଆରି ସ୍ଲେଗ୍ନାର୍‌ନ୍ନିଆ ଉଡ୍ରା ଆଡିଂପା ।
13 କାରଣ ଯେ ଦୟା କରେ ନାହିଁ, ସେ ନିର୍ଦ୍ଦୟ ରୂପେ ବିଚାରିତ ହେବ, ଦୟା ବିଚାର ଉପରେ ଜୟଧ୍ୱନି କରେ।
ଡାଗ୍ଲା ଜା ବିନ୍‌ରେକେ ଆଲ୍‌ବିସଃ, ଇସ୍‌ପର୍ ଡିଗ୍‌ ଆମେକେ ଆଲ୍‌ବିସଃ । ନ୍ୟାୟ୍‌ ବିଚାର୍‌ ଆଡ଼ାତ୍ରା ଲିବିସଃନେ ଆଃ ଜିନେଏ ।
14 ହେ ମୋହର ଭାଇମାନେ, ଯଦି କେହି ମୋହର ବିଶ୍ୱାସ ଅଛି ବୋଲି କୁହେ, କିନ୍ତୁ ତାହାର କର୍ମ ନ ଥାଏ, ତେବେ ସେଥିରେ କି ଲାଭ? ଏପରି ବିଶ୍ୱାସ କଅଣ ତାହାର ପରିତ୍ରାଣ କରିପାରେ?
ବୟାଁ ଆରି ତନାଇଂ ଜାଣ୍ଡେଃ ଜଦି ବାସଙ୍ଗ୍‌ଏ ମେଁନେ ବିସ୍‌ବାସ୍‌ ଲେଃକେ ତେଲା କାମ୍‌ଡାଗ୍ରା ଆତେନ୍‌‌ ଆରାଃସୁଏ ଣ୍ଡୁ ତେଲା ମେଁ ସାମୁଆଁରେ ମେଃ ମୁଲ୍ୟ ଲେଃକେ? ଦେତ୍‌ରକମ୍‌ ବିସ୍‌ବାସ୍‌ ଆମେକେ ଉଦାର୍ ବିୟାଏ କି?
15 ଯଦି ଜଣେ ଭାଇ ବା ଭଉଣୀ, ବସ୍ତ୍ର ଓ ଦୈନିକ ଖାଦ୍ୟହୀନ ହୁଏ,
ମନେ ଡିଂପା ମେଃଣ୍ଡିଗ୍‌ ବୟାଁ କି ତନାନେ ପାଟାଇ ଆରି କାଦିନେ ଅବାବ୍‌ ଲେଃକେ
16 ଆଉ ତୁମ୍ଭମାନଙ୍କ ମଧ୍ୟରୁ କେହି ତାହାକୁ ଶରୀରର ପ୍ରୟୋଜନୀୟ ଦ୍ରବ୍ୟ କିଛି ହିଁ ନ ଦେଇ କୁହେ, ଉଷ୍ଣ ଓ ତୃପ୍ତ ହୋଇ କୁଶଳରେ ଯାଅ, ତେବେ ସେଥିରେ କି ଲାଭ?
ଆରି ପେନେ ବିତ୍ରେବାନ୍‌ ଜାଣ୍ଡେଃ ଆମେକେ ଗାଗ୍‌ଡ଼େନେ ଦର୍‌କାର୍‌ ଜିନିସ୍‌ ମେଃଡିଗ୍‌ ମାବିଃଚେ ବାସଙ୍ଗ୍‌ଏ, ଉସୁମ୍‌ ଆରି ଉଗ୍‌ଚଂଚେ ସାନ୍ତିରେ ୱିଗ୍‌ଲା, ତେଲା ଆତ୍‌ଅରିଆ ମେଃ ଲାବ୍‌?
17 ସେହିପରି ମଧ୍ୟ ବିଶ୍ୱାସ, କର୍ମ ବିନା ନିଜେ ମୃତ।
ବିସ୍‌ବାସ୍‌‌ ଟିକ୍ ଦେତ୍‌ରକମ୍‌ । କାମ୍ ଆଲେଃଲା ବିସ୍‌ବାସ୍‌‌ ଗୁଏୱେଏ ।
18 କିନ୍ତୁ କେହି ଅବା କହିବ, ତୁମ୍ଭର ବିଶ୍ୱାସ ଅଛି, ପୁଣି, ମୋହର କର୍ମ ଅଛି; କର୍ମ ବିନା ତୁମ୍ଭର ବିଶ୍ୱାସ ମୋତେ ଦେଖାଅ, ଆଉ ମୁଁ କର୍ମ ଦ୍ୱାରା ତୁମ୍ଭକୁ ମୋହର ବିଶ୍ୱାସ ଦେଖାଇବି।
ଡାଗ୍ଲା ଜାଣ୍ଡେଃ ତ ବାସଂୟାଏ “ମୁଇଂଜାନେ ବିସ୍‌ବାସ୍‌‌ ଲେଃକେ ବିନ୍‌ ମୁଇଂଜାନେ କାମ୍ ଲେଃକେ ।” ମାତର୍ ଏନ୍‌ ବିସୟ୍‌ରେ ନେଂ ମ୍ବାସଂଏ “କାମ୍ ମାଲେଃଚେଃ ଜାନେ ବିସ୍‌ବାସ୍‌‌ ଲେଃୟାଏ ଡାଗ୍‍ଚେ ଆନେଂକେ ସାକି ବିଃଲାପା । ନେଂ କାମ୍‌ବାନ୍ ନେଂନେ ବିସ୍‌ବାସ୍‌‌ ଲେଃକେ ଡାଗ୍‍ଚେ ସାକି ମ୍ବିଏ ।”
19 ଈଶ୍ବର ଯେ ଏକମାତ୍ର, ଏହା ତୁମ୍ଭେ ବିଶ୍ୱାସ କରୁଅଛ; ଭଲ କଥା, ଭୂତମାନେ ମଧ୍ୟ ବିଶ୍ୱାସ କରି ଥରହର ହୁଅନ୍ତି।
ପେ ମେଃଆରେ ବିସ୍‌ବାସ୍‌‌ ଡିଂପେଡିଂକେ ଜେ ଚାଃ ମୁଇଂଜା ମାତର୍‌‌ ଇସ୍‌ପର୍ ଲେଃକେ? ନିମାଣ୍ଡା! ସେଃଆଁରେଇଂ ଣ୍ଡିଗ୍‌ ଦେକ୍‌ରକମ୍‌ ବିସ୍‌ବାସ୍‌‌ ଡିଂଆର୍‌ଏ ବାରି ବୁଟଚେଃ ତରଅର ଡିଂଆର୍‌ଏ ।
20 କିନ୍ତୁ ହେ ନିର୍ବୋଧ ମନୁଷ୍ୟ, କର୍ମ ବିନା ବିଶ୍ୱାସ ଯେ ନିଷ୍ଫଳ, ଏହା କଅଣ ଜାଣିବାକୁ ଇଚ୍ଛା କରୁଅଛ?
ଆରି ନିର୍ବୁଦି! କାମ୍ ବିନା ବିସ୍‌ବାସ୍‌‌ ଜେ ମୁଲ୍ୟ ଣ୍ତୁ ଆକେନ୍‌ନେ ସାକି କିକେନ୍‌ସାଃ ପେ ମେଃଆରେ ମନ୍‌ ଡିଂପେଡିଂକେ?
21 ଆମ୍ଭମାନଙ୍କ ପିତା ଅବ୍ରହାମ ବେଦି ଉପରେ ଆପଣା ପୁତ୍ର ଇସ୍‌ହାକଙ୍କୁ ଉତ୍ସର୍ଗ କରିବା ବେଳେ କଅଣ କର୍ମ ଦ୍ୱାରା ଧାର୍ମିକ ଗଣିତ ହୋଇ ନ ଥିଲେ?
ନେଃ ଅଃସେନେ ଆବା ଅବ୍ରାହାମ୍‌ ଇସ୍‌ପର୍‌ନେ ମୁଆଃନ୍ନିଆ ଡିଡିରକମ୍‌ ଦରମ୍‌ ରେମୁଆଁ ସୁଗୁଆ ଡିଂଲେଃଆର୍‌ଗେ? ମେଁ କାମ୍ ବାନ୍ ଦରମ୍‌ ରେମୁଆଁ ରକମ୍ ଡିଂକେ ଉଡ଼ିବେଲା ମେଁ ମେଁନେ ଉଙ୍ଗ୍‌ଡେ ଇସାକ୍‌କେ ବେଦି ଆରାତ୍ରା ମାପ୍‌ରୁକେ ଅପେଃକେ ।
22 ତୁମ୍ଭେ ଦେଖୁଅଛ ଯେ, ବିଶ୍ୱାସ ତାହାଙ୍କ କର୍ମର ସହକାରୀ ଥିଲା, ଆଉ କର୍ମ ଦ୍ୱାରା ବିଶ୍ୱାସ ସିଦ୍ଧ ହେଲା;
ପେ ମେଃଆରେ ବୁଜେ ପେୟାକେ? ଅବ୍ରାହାମ୍‌ନେ ବିସ୍‌ବାସ୍‌‌ କାମ୍‌ଡାଗ୍ରା ଉଡ୍ରା ଡିଂକେ; କାମ୍ ବାନ୍ ମେଇଂନେ ବିସ୍‌ବାସ୍‌‌ ପୁରନ୍ ଡିଂକେ ।
23 ସେଥିରେ ଶାସ୍ତ୍ରର ଏହି ବାକ୍ୟ ସଫଳ ହେଲା, ଅବ୍ରହାମ ଈଶ୍ବରଙ୍କଠାରେ ବିଶ୍ୱାସ କଲେ, ଆଉ ତାହାଙ୍କ ପକ୍ଷରେ ତାହା ଧାର୍ମିକତା ବୋଲି ଗଣିତ ହେଲା, ପୁଣି, ସେ ଈଶ୍ବରଙ୍କ ମିତ୍ର ବୋଲି ଖ୍ୟାତ ହେଲେ।
ଆକେନ୍‌ ବାନ୍ ଦର୍ମସାସ୍ତର୍‌ନେ ଗୁଆର୍‌କ୍ନେ ସାମୁଆଁ ପୁରନ୍ ଡିଂକେ: “ଅବ୍ରାହାମ୍‌ ଇସ୍‌ପର୍‌କେ ବିସ୍‌ବାସ୍‌‌ ଡିଂକେ ବାରି ମେଁଇଂନେ ବିସ୍‌ବାସ୍‌‌ ନ୍‌ସାଃ ଇସ୍‌ପର୍‌ନେ ମ୍‌ମୁଁଆଃନ୍ନିଆ ମେଁ ଦରମ୍‌ରେ ଡାଗ୍‌ଚେ ଇସାବ୍‌ ଡିଂକେ ।” ବାରି ଅବ୍ରାହାମ୍‌ ଇସ୍‌ପର୍‌ନେ ସାଙ୍ଗାଡ଼ି ଡାଗ୍‍ଚେ ଅଃସାମୁଆଁ ଆର୍‌କେ ।
24 କେବଳ ବିଶ୍ୱାସ ଦ୍ୱାରା ମନୁଷ୍ୟ ଧାର୍ମିକ ଗଣିତ ନ ହୋଇ କର୍ମ ଦ୍ୱାରା ଯେ ଧାର୍ମିକ ଗଣିତ ହୁଏ, ଏହା ତୁମ୍ଭେମାନେ ଦେଖୁଅଛ।
ତେଲା ପେଇଂ ବୁଜେ ପେୟାଏ ଜେ ରେମୁଆଁ କାମ୍‌ବାନ୍ ଦରମ୍‌ରେ ଡାଗ୍‌ଚେ ସାମୁଁଆଃଏ ଚାଃ ବିସ୍‌ବାସ୍‌‌ ନ୍‌ସାଃ ଣ୍ଡୁ ।
25 ସେହି ପ୍ରକାରେ ମଧ୍ୟ ରାହାବ ବେଶ୍ୟା ଗୁପ୍ତଚରମାନଙ୍କୁ ଆତିଥ୍ୟ କରି ଅନ୍ୟ ବାଟ ଦେଇ ସେମାନଙ୍କୁ ବିଦାୟ କରିବାରୁ କଅଣ କର୍ମ ଦ୍ୱାରା ଧାର୍ମିକ ଗଣିତ ହେଲେ ନାହିଁ?
ଦେତ୍‌ରକମ୍‌ ଦାରି‍ବ‍ଏ ରାହାବ ଣ୍ଡିଗ୍‌ କାମ୍ ନ୍‌ସାଃ ଦରମ୍‌ରେ ଡିଂଲେଃଗେ । ମେଁ ଇଶ୍ରାଏଲ୍‌ନେ ତଂକେଡ଼େଇଂକେ ଟାନ୍‌ ବିଃବଗେ ବାରି ବିନ୍‌ ମୁଇଂ ଗାଲିପାକା ଲାଗ୍‌ଡନ୍‌ସାଃ ସାଇଜ ଡିଂବଗେ ।
26 କାରଣ ଆତ୍ମା ବିନା ଶରୀର ଯେପରି ମୃତ, ସେହିପରି କର୍ମ ବିନା ବିଶ୍ୱାସ ମଧ୍ୟ ମୃତ।
ଆତେନ୍‌‌ସାଃ ଆତ୍ମା ଆଲେଃଲା ଗାଗ୍‌ଡ଼େ ଡିଡିରକମ୍‌ ଗୁଏଃଏ କାମ୍ ଆଲେଃଲା ବିସ୍‌ବାସ୍‌‌ ଦେତ୍‌ରକମ୍‌ ଗୁଏଃଏ ।

< ଯାକୁବ 2 >