< ଯାକୁବ 2 >
1 ହେ ମୋହର ଭାଇମାନେ, ଆମ୍ଭମାନଙ୍କ ଗୌରବମୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବାରୁ ମନୁଷ୍ୟର ମୁଖାପେକ୍ଷା କର ନାହିଁ।
୧ଏ ବାଇବଇନିମନ୍ ଆମର୍ ଡାକ୍ପୁଟା ମାପ୍ରୁ ଜିସୁ କିରିସ୍ଟକେ ବିସ୍ବାସ୍ କଲାର୍ଲାଗି, ଲକ୍ମନର୍ ଅଲ୍ଗା ପିନ୍ଦାଅଡା ଦେକିକରି, ନିଜର୍ ଚଲାଚଲ୍ତି ବାଦ୍ଲାଇବାଟା ଟିକ୍ ନାଇ ।
2 କାରଣ ଯଦି ସୁବର୍ଣ୍ଣ ମୁଦ୍ରିକା ଓ ଚାକଚକ୍ୟ ବସ୍ତ୍ର ପରିଧାନ କରି କୌଣସି ଲୋକ ତୁମ୍ଭମାନଙ୍କ ସଭାକୁ ଆସେ, ପୁଣି, ଜଣେ ଦରିଦ୍ର ଲୋକ ମଳିନ ବସ୍ତ୍ର ପରିଧାନ କରି ଆସେ,
୨ଜଦି ସବାଇ ଗଟେକ୍ ଲକ୍ ସୁନାର୍ ମୁନ୍ଦି ଆରି ଜକ୍ମକି ଜାଇତେରଇବା ବସ୍ତର୍ ପିନ୍ଦିକରି ତମର୍ଲଗେ ଆଇସି, ଆରି ଗଟେକ୍ ଲକ୍ ମୁର୍କି ରଇ ଚିର୍ବୁର୍ଅଇରଇବା ବସ୍ତର୍ ପିନ୍ଦିକରି ଆଇସି ।
3 ଆଉ, ତୁମ୍ଭେମାନେ ଚାକଚକ୍ୟ ବସ୍ତ୍ର ପରିଧାନ କରିଥିବା ଲୋକକୁ ମର୍ଯ୍ୟାଦା କରି କୁହ, ଏଠାରେ ଉତ୍ତମ ସ୍ଥାନରେ ବସନ୍ତୁ, ଆଉ ଦରିଦ୍ର ଲୋକକୁ କୁହ, ସେଠାରେ ଠିଆ ହୁଅ,
୩ଆରି ତମେ ସୁନ୍ଦର୍ ବସ୍ତର୍ ପିନ୍ଦିଆସି ରଇବା ଲକ୍କେ ଅଦିକ୍ ସନ୍ମାନ୍ ଦେଇକରି କଇସା, “ଆସା ଏ ନିକ କୁର୍ଚି ଉପ୍ରେ ବସା ।” ମାତର୍ ଅର୍କିତ୍ ଲକ୍କେ କଇସା “ତେଇ ଜାଇ ଟିଆ ଅ ।” ନଇଲେ “ତଲେ ବସ୍ ।” ବଲିକରି କଇସୁ ।
4 କିମ୍ବା ମୋହର ଗୋଡ଼ ତଳେ ବସ, ତାହାହେଲେ ତୁମ୍ଭେମାନେ କଅଣ ଆପଣା ଆପଣା ମଧ୍ୟରେ ଭେଦାଭେଦ ରଖି ବିପରୀତ ବ୍ୟବହାର ଏବଂ ମନ୍ଦ ଭାବରେ ବିଚାର କରୁ ନାହଁ?
୪ସେନ୍ତାର୍ ଆଲେତା ତମେ ନିଜର୍ ନିଜର୍ ବିତ୍ରେ ବଡ୍ସାନ୍ ବଲିକରି ଅଲ୍ଗା ଇସାବେ ଦେକ୍ଲାସ୍ନି । ଆରି କାରାପ୍ ଇସାବେ ମୁ ଦେକି, ବିଚାର୍ କଲାସ୍ନି ।
5 ହେ ମୋହର ପ୍ରିୟ ଭାଇମାନେ, ଶୁଣ, ଈଶ୍ବର କଅଣ ଏହି ଜଗତର ଦୃଷ୍ଟିରେ ଦରିଦ୍ରମାନଙ୍କୁ ବିଶ୍ୱାସରୂପ ଧନରେ ଧନୀ ହେବା ପାଇଁ, ପୁଣି, ଆପଣା ପ୍ରେମକାରୀମାନଙ୍କୁ ଯେଉଁ ରାଜ୍ୟ ଦେବାକୁ ପ୍ରତିଜ୍ଞା କରିଅଛନ୍ତି, ସେଥିର ଅଧିକାରୀ ହେବା ପାଇଁ ମନୋନୀତ କରି ନାହାନ୍ତି?
୫ଏ ମର୍ ଆଲାଦର୍ ମଇତର୍ମନ୍ ସୁନା, ପର୍ମେସର୍ ଏ ଜଗତର୍ ଅର୍କିତ୍ ଲକ୍ମନ୍କେ ବାଚି ଆଚେ । ସେମନ୍ ତାକେ ବିସ୍ବାସ୍ କର୍ବାଇ ଆରି ତାର୍ ରାଇଜେ କେଟ୍ବାଇ । ତାକେ ଆଲାଦ୍କର୍ବା ସବୁ ଲକ୍କେ ସେ ରାଇଜ୍ ଦେବିବଲି କାତା ଦେଏ ନାଇ କି?
6 କିନ୍ତୁ ତୁମ୍ଭେମାନେ ଦରିଦ୍ରକୁ ହତାଦର କରିଅଛ। ଧନୀମାନେ କଅଣ ତୁମ୍ଭମାନଙ୍କ ପ୍ରତି ଉପଦ୍ରବ କରନ୍ତି ନାହିଁ ଏବଂ ତୁମ୍ଭମାନଙ୍କୁ ବିଚାର-ସ୍ଥାନକୁ ଟାଣିନିଅନ୍ତି ନାହିଁ?
୬ମାତର୍ ତମେ ଅର୍କିତ୍ ଲକ୍ମନ୍କେ ସନ୍ମାନ୍ ଦିଆସ୍ ନାଇ । ସାଉକାର୍ ଲକ୍ମନ୍ସେ ତମ୍କେ କସ୍ଟ ଦେଲାଇନି । ସେମନ୍ସେ ତମ୍କେ ବିଚାର୍ନା ଜାଗାଇ ଜିକି ନେଲାଇନି ।
7 ଯେଉଁ ମହତ ନାମରେ ତୁମ୍ଭେମାନେ ଖ୍ୟାତ ସେମାନେ କଅଣ ସେହି ନାମର ନିନ୍ଦା କରନ୍ତି ନାହିଁ?
୭ତମ୍କେ ଜନ୍ ନାଉଁ ଜିସୁ କିରିସ୍ଟ ଦିଆଅଇଆଚେ, ସେ ନାଉଁ ନେଇକରି ନିନ୍ଦା କଲାଇନି ।
8 ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର, ଶାସ୍ତ୍ରର ଏହି ରାଜକୀୟ ବ୍ୟବସ୍ଥା ଯଦି ପ୍ରକୃତରେ ପାଳନ କର,
୮ନିଜ୍କେ ଆଲାଦ୍ କଲାପାରା ବିନ୍ ଲକ୍ମନ୍କେ ଆଲାଦ୍ କରା । ସାସ୍ତରେ ଲେକା ଅଇରଇଲାପାରା ପର୍ମେସରର୍ ରାଇଜର୍ ଏ ନିୟମ୍ ଜଦି ତମେ ମାନ୍ସା, ସେନ୍ତାର୍ ଆଲେ ଟିକ୍ କଲାସ୍ନି ।
9 ତାହାହେଲେ ଭଲ କରିଥାଅ; କିନ୍ତୁ ଯଦି ମନୁଷ୍ୟର ମୁଖାପେକ୍ଷା କର, ତାହାହେଲେ ପାପ କରୁଅଛ, ପୁଣି, ସେହି ବ୍ୟବସ୍ଥା ଦ୍ୱାରା ଦୋଷୀ ବୋଲି ପ୍ରମାଣିତ ହୋଇଥାଅ।
୯ମାତର୍ ତମେ ଜଦି ବଡ୍ ସାନ୍ ଦେକ୍ଲାସ୍ନି, ପାପ୍ କଲାସ୍ନି । ଆରି ସେ ରିତିନିତିର୍ ଲାଗି ଦସି ବଲାଇ ଅଇଲାସ୍ନି ।
10 କାରଣ ଯେ କେହି ସମସ୍ତ ବ୍ୟବସ୍ଥା ପାଳନ କରି କେବଳ ଗୋଟିକ ବିଷୟରେ ଝୁଣ୍ଟିପଡ଼େ, ତେବେ ସେ ସମସ୍ତ ବ୍ୟବସ୍ଥା ଲଙ୍ଘନ ଦୋଷରେ ଦଣ୍ଡନୀୟ ହୁଏ।
୧୦କାଇକେବଇଲେ ଜେ ମିସା ସବୁ ନିଅମ ମାନିକରି ଗଟେକ୍ ନିୟମ୍ ଚାଡିଦେଲେ, କାଇ ନିୟମ୍ ନ ମାନ୍ଲା ଲକର୍ ପାରା ଦସିଅଇ ଡଣ୍ଡ୍ ପାଇସା ।
11 ଯେଣୁ ଯେ ବ୍ୟଭିଚାର କର ନାହିଁ ବୋଲି କହିଥିଲେ, ସେ ନରହତ୍ୟା କର ନାହିଁ ବୋଲି ମଧ୍ୟ କହିଥିଲେ, ଏଣୁ ତୁମ୍ଭେ ଯଦି ବ୍ୟଭିଚାର ନ କରି ନରହତ୍ୟା କର, ତେବେ ବ୍ୟବସ୍ଥା ଲଙ୍ଘନକାରୀ ହୋଇଅଛ।
୧୧କାଇକେବଇଲେ ପର୍ମେସର୍ କଇଲାଆଚେ “ତମେ ବେସିଆ କାମ୍ କର୍ବାର୍ନାଇ, ଆରି ନର୍ ମାର୍ବାର୍ ନାଇ” ବଲିକରି । ତେବେ ତମେ ଜଦି ବେସିଆ କାମ୍ ନ କରି, ଲକ୍ମନ୍କେ ମାର୍ସା, ତେବେ ତାର୍ ନିଅମ୍ ମାନାସ୍ ନାଇ ।
12 ସ୍ୱାଧୀନତାର ବ୍ୟବସ୍ଥା ଦ୍ୱାରା ଯେ ତୁମ୍ଭେମାନେ ବିଚାରିତ ହେବ, ଏହା ଜାଣି ସେହି ପ୍ରକାର କଥା କୁହ ଓ କାର୍ଯ୍ୟ କର।
୧୨ପର୍ମେସର୍ ବିଚାର୍ନା କର୍ସି ବଲି ଜାନିକରି ସେନ୍ତାରି କାତା କଇ କାମ୍ କରି ଦେକାଆ । ଜନ୍ ନିୟମ୍ ଆମ୍କେ ମୁକ୍ଲାଇସି, ସେ ନିୟମ୍ ଇସାବେ ଆମ୍କେ ବିଚାର୍ନା କର୍ସି ।
13 କାରଣ ଯେ ଦୟା କରେ ନାହିଁ, ସେ ନିର୍ଦ୍ଦୟ ରୂପେ ବିଚାରିତ ହେବ, ଦୟା ବିଚାର ଉପରେ ଜୟଧ୍ୱନି କରେ।
୧୩କାଇକେବଇଲେ ଜନ୍ଲକ୍ ବିନ୍ ଲକ୍କେ ଦୟା ନ ଦେକାଏ, ପର୍ମେସର୍ ବିଚାର୍ନା କର୍ବାବେଲେ ତାକେ ମିସା ଦୟା ନ ଦେକାଏ । ଜନ୍ ଲକ୍ମନ୍ ବିନ୍ ଲକ୍ମନ୍କେ ଦୟା କରିଆଚେ, ସେମନ୍ ବିଚାର୍ନାଟାନେ ଡର୍ବାର୍ ନାଇ ।
14 ହେ ମୋହର ଭାଇମାନେ, ଯଦି କେହି ମୋହର ବିଶ୍ୱାସ ଅଛି ବୋଲି କୁହେ, କିନ୍ତୁ ତାହାର କର୍ମ ନ ଥାଏ, ତେବେ ସେଥିରେ କି ଲାଭ? ଏପରି ବିଶ୍ୱାସ କଅଣ ତାହାର ପରିତ୍ରାଣ କରିପାରେ?
୧୪ଏ ମର୍ ବାଇବଇନିମନ୍, ଜଦି ଗଟେକ୍ ଲକ୍ ମୁଇ ବିସ୍ବାସ୍ କଲିନି ବଲି କଇସି । ମାତର୍ ତାର୍ କାମ୍ କଲାଟାନେ ସେଟା ନ ଡିସେ ବଇଲେ, ତାର୍ ପାଇ କାଇ ମୁଲିଅ ନାଇ । ଏନ୍ତାରି ବିସ୍ବାସ୍ ତାକେ କାଇ ମୁକ୍ତି ଦେଇ ନାପାରେ ।
15 ଯଦି ଜଣେ ଭାଇ ବା ଭଉଣୀ, ବସ୍ତ୍ର ଓ ଦୈନିକ ଖାଦ୍ୟହୀନ ହୁଏ,
୧୫ଜଦି ଗଟେକ୍ ବିସ୍ବାସି ବାଇ କି ବଇନିକେ, ସେ ଦିନର୍ ପାଇ କାଇବାକେ କି ପିନ୍ଦ୍ବାକେ ନ ରଇଲେ,
16 ଆଉ ତୁମ୍ଭମାନଙ୍କ ମଧ୍ୟରୁ କେହି ତାହାକୁ ଶରୀରର ପ୍ରୟୋଜନୀୟ ଦ୍ରବ୍ୟ କିଛି ହିଁ ନ ଦେଇ କୁହେ, ଉଷ୍ଣ ଓ ତୃପ୍ତ ହୋଇ କୁଶଳରେ ଯାଅ, ତେବେ ସେଥିରେ କି ଲାଭ?
୧୬ତମର୍ ବିତ୍ରେ କେଆଲେ ଗଟେକ୍ ଲକ୍ ତାର୍ ଲଗେ ଜାଇ, ତକେ ପେଟ୍କେ କାଦି ଆରି ଗାଗଡ୍କେ ଲୁଗା ମିଲ ବଲି କଇସା । ତମେ ତାକେ ଲଡାକେ ଲାଗ୍ବାଟା ନ ଦେଇ ଏନ୍ତାରି କଇଲେ କାଇ ଲାବ୍?
17 ସେହିପରି ମଧ୍ୟ ବିଶ୍ୱାସ, କର୍ମ ବିନା ନିଜେ ମୃତ।
୧୭ସେନ୍ତାରିସେ ଗଟେକ୍ ବିସ୍ବାସ୍ କର୍ବା ଲକ୍ ତାର୍ ବିସ୍ବାସ୍ ସଙ୍ଗ୍ ନିକ କାମ୍ ମିସା ନ ଡିସ୍ଲେ ତାର୍ ବିସ୍ବାସ୍ ମରିଗାଲା ଆଚେ ।
18 କିନ୍ତୁ କେହି ଅବା କହିବ, ତୁମ୍ଭର ବିଶ୍ୱାସ ଅଛି, ପୁଣି, ମୋହର କର୍ମ ଅଛି; କର୍ମ ବିନା ତୁମ୍ଭର ବିଶ୍ୱାସ ମୋତେ ଦେଖାଅ, ଆଉ ମୁଁ କର୍ମ ଦ୍ୱାରା ତୁମ୍ଭକୁ ମୋହର ବିଶ୍ୱାସ ଦେଖାଇବି।
୧୮ମାତର୍ କେ ଆଲେ ମକେ କଇସି, ଗଟେକ୍ ଲକର୍ ବିସ୍ବାସ୍ ଆଚେ ଆରି ଗଟେକ୍ ଲକର୍ ନିକ କାମ୍ ଆଚେ, ମୁଇ ତାକେ କଇବି ନିକ କାମ୍ ଚାଡି, ଗଟେକ୍ ଲକ୍କେ କେନ୍ତି ବିସ୍ବାସ୍ ଅଇସି? । ଅବ୍କା ବିସ୍ବାସ୍ କର୍ତେରଇବା ଲକ୍ ରଇଲେ ମକେ ଦେକାଆ । ମର୍ କର୍ବା ନିକ କାମ୍ ସଙ୍ଗ୍ ମର୍ ବିସ୍ବାସ୍ ମୁଇ ଦେକାଇବି ।
19 ଈଶ୍ବର ଯେ ଏକମାତ୍ର, ଏହା ତୁମ୍ଭେ ବିଶ୍ୱାସ କରୁଅଛ; ଭଲ କଥା, ଭୂତମାନେ ମଧ୍ୟ ବିଶ୍ୱାସ କରି ଥରହର ହୁଅନ୍ତି।
୧୯ପର୍ମେସର୍ ଗଟେକ୍ସେ ଆଚେବଲି ତମେ ବିସ୍ବାସ୍ କଲାସ୍ନି, ସେଟା ନିକ । ଡୁମାମନ୍ ମିସା ସେନ୍ତାରି ବିସ୍ବାସ୍ କଲାଇନି ଆରି ଡରିକରି ଗଜ୍ଗଜି ଜିବାଇ ।
20 କିନ୍ତୁ ହେ ନିର୍ବୋଧ ମନୁଷ୍ୟ, କର୍ମ ବିନା ବିଶ୍ୱାସ ଯେ ନିଷ୍ଫଳ, ଏହା କଅଣ ଜାଣିବାକୁ ଇଚ୍ଛା କରୁଅଛ?
୨୦ମାତର୍ ଏ ନିଲ୍ଜାଇ ଲକ୍ମନ୍ ତମେ ବୁଜିନାପାରାସ୍, ଜଦି ଗଟେକ୍ ଲକ୍ ମୁଇ ବିସ୍ବାସ୍ କଲିନି, ବଲି କଇସି ଆରି ନିକ କାମ୍ ନ କରେ, ସେନ୍ତାର୍ଆଲେ ତାର୍ ବିସ୍ବାସ୍ କର୍ବାଟା ଚୁଚାଇସେ ।
21 ଆମ୍ଭମାନଙ୍କ ପିତା ଅବ୍ରହାମ ବେଦି ଉପରେ ଆପଣା ପୁତ୍ର ଇସ୍ହାକଙ୍କୁ ଉତ୍ସର୍ଗ କରିବା ବେଳେ କଅଣ କର୍ମ ଦ୍ୱାରା ଧାର୍ମିକ ଗଣିତ ହୋଇ ନ ଥିଲେ?
୨୧ଆମର୍ ପୁର୍ବର୍ ଆନିଦାଦି ଅବ୍ରାଆମ୍ କେ ଦେକା, ପର୍ମେସର୍ ତାକେ ଦରମ୍ ଲକ୍ ବଲି ଡାକ୍ଲା । ସେଟା ତାର୍ ନିକ କାମ୍ ପାଇ । ଜେଡେବେଲେ ନିଜର୍ ପିଲା ଇସାକ୍କେ ବେଦିଟାନେ ବଲି ଦେବାବେଲେ ନେଇରଇଲା ।
22 ତୁମ୍ଭେ ଦେଖୁଅଛ ଯେ, ବିଶ୍ୱାସ ତାହାଙ୍କ କର୍ମର ସହକାରୀ ଥିଲା, ଆଉ କର୍ମ ଦ୍ୱାରା ବିଶ୍ୱାସ ସିଦ୍ଧ ହେଲା;
୨୨ତମେ ଦେକ୍ଲାସ୍ନିଜେ, ତାର୍ ବିସ୍ବାସ୍ ଆରି କରମ୍ ମିସିକରି ରଇଲା । ସେ କରିରଇବା କରମର୍ ଲାଗି ବିସ୍ବାସ୍ ସିଦ୍ ଅଇଲା ।
23 ସେଥିରେ ଶାସ୍ତ୍ରର ଏହି ବାକ୍ୟ ସଫଳ ହେଲା, ଅବ୍ରହାମ ଈଶ୍ବରଙ୍କଠାରେ ବିଶ୍ୱାସ କଲେ, ଆଉ ତାହାଙ୍କ ପକ୍ଷରେ ତାହା ଧାର୍ମିକତା ବୋଲି ଗଣିତ ହେଲା, ପୁଣି, ସେ ଈଶ୍ବରଙ୍କ ମିତ୍ର ବୋଲି ଖ୍ୟାତ ହେଲେ।
୨୩ଏଟାର୍ ଲାଗି ଦରମ୍ ସାସ୍ତରର୍ ଏ ବାକିଅ ପୁରାପୁରୁନ୍ ଅଇଲା । ଅବ୍ରାଆମ୍ ପର୍ମେସର୍କେ ବିସ୍ବାସ୍ କଲା । ତାର୍ ବିସ୍ବାସର୍ ଲାଗି ପର୍ମେସର୍ ଦେକ୍ବା ଇସାବେ ଦରମ୍ ଲକ୍ ବଲି ଏଜାଇଅଇଲା । ଆରି ଲକ୍ମନ୍ ତାକେ ପର୍ମେସରର୍ ମଇତର୍ ବଲି ଡାକିରଇଲାଇ ।
24 କେବଳ ବିଶ୍ୱାସ ଦ୍ୱାରା ମନୁଷ୍ୟ ଧାର୍ମିକ ଗଣିତ ନ ହୋଇ କର୍ମ ଦ୍ୱାରା ଯେ ଧାର୍ମିକ ଗଣିତ ହୁଏ, ଏହା ତୁମ୍ଭେମାନେ ଦେଖୁଅଛ।
୨୪ଅବ୍କା ବିସ୍ବାସ୍ କଲେସେ ଗଟେକ୍ ଲକ୍ ଦରମ୍ ବଲି ନାମାଇଅଇ ନଏଁ, ମାତର୍ ତାର୍ କର୍ବା ନିକ କାମର୍ ଲାଗି ଅଇସି । ଏଟା ତମେ ଦେକ୍ଲାସ୍ନି ।
25 ସେହି ପ୍ରକାରେ ମଧ୍ୟ ରାହାବ ବେଶ୍ୟା ଗୁପ୍ତଚରମାନଙ୍କୁ ଆତିଥ୍ୟ କରି ଅନ୍ୟ ବାଟ ଦେଇ ସେମାନଙ୍କୁ ବିଦାୟ କରିବାରୁ କଅଣ କର୍ମ ଦ୍ୱାରା ଧାର୍ମିକ ଗଣିତ ହେଲେ ନାହିଁ?
୨୫ସେନ୍ତାରିସେ ବେସିଆ ମାଇଜି ରାଆବ୍କେ ମିସା ଅଇଲା । ସେ ଇସ୍ରାଏଲର୍ ଦେକାଦେକି କର୍ବା ଲକ୍ମନ୍କେ ଡାକିନେଲା ଆରି ବିନ୍ ବାଟେ ବାରଇଜିବାକେ ସାଇଜ କଲା । ସେ ଏନ୍ତାରି କଲାକେ ପର୍ମେସର୍ ଦେକ୍ବା ଇସାବେ ଗଟେକ୍ ଦରମ୍ ଲକ୍ ବଲି ଜାନାଇଅଇଲା ।
26 କାରଣ ଆତ୍ମା ବିନା ଶରୀର ଯେପରି ମୃତ, ସେହିପରି କର୍ମ ବିନା ବିଶ୍ୱାସ ମଧ୍ୟ ମୃତ।
୨୬ତେବେ, ଆତ୍ମା ଚାଡିଗାଲେ ଲକ୍ମନର୍ ଗାଗଡ୍ ଜେନ୍ତିକି ମଲା ସମାନ୍, ସେନ୍ତାରିସେ ନିକ କାମ୍ ନ କଲେ, ବିସ୍ବାସ୍ ମିସା ମଲା ସମାନ୍ ଆଚେ ।