< ଯାକୁବ 2 >

1 ହେ ମୋହର ଭାଇମାନେ, ଆମ୍ଭମାନଙ୍କ ଗୌରବମୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବାରୁ ମନୁଷ୍ୟର ମୁଖାପେକ୍ଷା କର ନାହିଁ।
ଏ ମର୍‌ ବାୟ୍‌ବେଣିମଃନ୍‌, ଅଃମିମଃନ୍‌ ଜଃଜ୍‌ମାନାର୍‌ ମାପ୍ରୁ ଜିସୁ କ୍ରିସ୍ଟ ତଃୟ୍‌ ବିସ୍ୱାସ୍‌ କଃରି ରିଲାକେ ମାନାୟ୍‌ମଃନାର୍‌ ମୁକ୍‌ମେଟ୍‌ ବିଚାର୍‌ କଃରାନାୟ୍‌ ।
2 କାରଣ ଯଦି ସୁବର୍ଣ୍ଣ ମୁଦ୍ରିକା ଓ ଚାକଚକ୍ୟ ବସ୍ତ୍ର ପରିଧାନ କରି କୌଣସି ଲୋକ ତୁମ୍ଭମାନଙ୍କ ସଭାକୁ ଆସେ, ପୁଣି, ଜଣେ ଦରିଦ୍ର ଲୋକ ମଳିନ ବସ୍ତ୍ର ପରିଧାନ କରି ଆସେ,
କାୟ୍‌ତାକ୍‌ବଃଲେକ୍‌ ଜଦି ସନାର୍‌ ହାଜେର୍‌ ଆର୍‌ ବୁତେକ୍‌ ମଲାର୍‌ ବଃସ୍ତର୍‌ ହିନ୍ଦିକଃରି କୁୟ୍‌ ଲକ୍‌ ତୁମାର୍‌ କୁଟୁମେ ଆସେଦ୍‌, ଆରେକ୍‌ ଗଟେକ୍‌ ଅଃର୍କିତ୍‌ ଲକ୍‌ ମେଳି ବଃସ୍ତର୍‌ ହିନ୍ଦିକଃରି ଆସେଦ୍‌,
3 ଆଉ, ତୁମ୍ଭେମାନେ ଚାକଚକ୍ୟ ବସ୍ତ୍ର ପରିଧାନ କରିଥିବା ଲୋକକୁ ମର୍ଯ୍ୟାଦା କରି କୁହ, ଏଠାରେ ଉତ୍ତମ ସ୍ଥାନରେ ବସନ୍ତୁ, ଆଉ ଦରିଦ୍ର ଲୋକକୁ କୁହ, ସେଠାରେ ଠିଆ ହୁଅ,
ଆର୍‌, ତୁମିମଃନ୍ ବୁତେକ୍‌ ମଲାର୍‌ ବଃସ୍ତର୍‌ ହିନ୍ଦିରିଲା ଲକ୍‌କେ ମାନ୍‌ତି କଃରି କଃଉଆସ୍‌, “ଆଉ ଇତି ନିକ ଟାଣେ ବଃସ୍‌ ।” ଆର୍‌ ଅଃର୍କିତ୍‌ ଲକ୍‌କେ କଃଉଆସ୍‌, “ସେତି ଟିଆ ଅଃଉ ।” ନୟ୍‌ଲେକ୍‌ “ତଃଳେ ବଃସ୍‌ ।”
4 କିମ୍ବା ମୋହର ଗୋଡ଼ ତଳେ ବସ, ତାହାହେଲେ ତୁମ୍ଭେମାନେ କଅଣ ଆପଣା ଆପଣା ମଧ୍ୟରେ ଭେଦାଭେଦ ରଖି ବିପରୀତ ବ୍ୟବହାର ଏବଂ ମନ୍ଦ ଭାବରେ ବିଚାର କରୁ ନାହଁ?
ତଃନ୍‌ଅୟ୍‌ଲେକ୍‌ ତୁମିମଃନ୍ ଅଃହ୍‌ଣା ଅଃହ୍‌ଣାର୍‌ ବିତ୍ରେ ସାନ୍ ବଃଡ୍ ବାବି ଉଲ୍‌ଟା କାମ୍‌ ଆର୍‌ କଃରାବ୍‌ ବାବେ ବିଚାର୍‌ କଃରୁଲାସ୍‌ ।
5 ହେ ମୋହର ପ୍ରିୟ ଭାଇମାନେ, ଶୁଣ, ଈଶ୍ବର କଅଣ ଏହି ଜଗତର ଦୃଷ୍ଟିରେ ଦରିଦ୍ରମାନଙ୍କୁ ବିଶ୍ୱାସରୂପ ଧନରେ ଧନୀ ହେବା ପାଇଁ, ପୁଣି, ଆପଣା ପ୍ରେମକାରୀମାନଙ୍କୁ ଯେଉଁ ରାଜ୍ୟ ଦେବାକୁ ପ୍ରତିଜ୍ଞା କରିଅଛନ୍ତି, ସେଥିର ଅଧିକାରୀ ହେବା ପାଇଁ ମନୋନୀତ କରି ନାହାନ୍ତି?
ଏ ମର୍‌ ଲାଡାର୍‌ ବାୟ୍‌ବେଣିମଃନ୍‌, ସୁଣା, ଇସ୍ୱର୍‌ କାୟ୍‌ ଇ ଜଃଗତାର୍‌ ଅଃର୍କିତ୍‌ମଃନ୍‌କେ ବିସ୍ୱାସାର୍‌ ଦଃନେ ମାଜନ୍ ଅଃଉଁକେ ବାଚି ନଃକେରେ କି? ଆରେକ୍‌ ଅଃହ୍‌ଣାର୍‌ ଲାଡ୍‌କାରିମଃନ୍‌କେ ଜୁୟ୍‌ ରାଇଜ୍‌ ଦଃୟ୍‌ଦ୍‌ ତାର୍‌ ଅଃଦିକାରି ଅଃଉଁକେ ଜଃବାଉ ନଃଦେୟ୍‌ କି?
6 କିନ୍ତୁ ତୁମ୍ଭେମାନେ ଦରିଦ୍ରକୁ ହତାଦର କରିଅଛ। ଧନୀମାନେ କଅଣ ତୁମ୍ଭମାନଙ୍କ ପ୍ରତି ଉପଦ୍ରବ କରନ୍ତି ନାହିଁ ଏବଂ ତୁମ୍ଭମାନଙ୍କୁ ବିଚାର-ସ୍ଥାନକୁ ଟାଣିନିଅନ୍ତି ନାହିଁ?
ମଃତର୍‌ ତୁମିମଃନ୍ ଅଃର୍କିତ୍‌ମଃନ୍‌କେ ମାନ୍‌ତି ନଃକେରୁଲାସ୍‌ । ମାଜନ୍‌ମଃନ୍‌ ତୁମିମଃନ୍‌କେ ଆର୍ଲା ନଃକେରୁଲାୟ୍‌ ଆର୍‌ ତୁମିମଃନ୍‌କେ ବିଚାର୍‌ କଃର୍ତା ଟାଣେ ଜିକି ନଃନେଉଁଲାୟ୍‌ କି?
7 ଯେଉଁ ମହତ‍ ନାମରେ ତୁମ୍ଭେମାନେ ଖ୍ୟାତ ସେମାନେ କଅଣ ସେହି ନାମର ନିନ୍ଦା କରନ୍ତି ନାହିଁ?
ଜୁୟ୍‌ ଜିସୁକ୍ରିସ୍ଟର୍‌ ନାଉଁଏ ତୁମିମଃନ୍ ଡାକ୍‌ ହୁଟି ଆଚାସ୍‌, ସେମଃନ୍ କାୟ୍‌ ସେ ନାଉଁକେ ଲିନ୍ଦା ନଃକେରୁଲାୟ୍‌?
8 ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର, ଶାସ୍ତ୍ରର ଏହି ରାଜକୀୟ ବ୍ୟବସ୍ଥା ଯଦି ପ୍ରକୃତରେ ପାଳନ କର,
“ତୁମିମଃନ୍ ଅଃହ୍‌ଣାର୍‌ ହାକିହଃଳ୍‌ସାକେ ଅଃହ୍‌ଣାର୍‌ ହର୍‌ ଲାଡ୍‌ କଃରା,” ଦଃର୍ମ୍‌ ସାସ୍ତରାର୍‌ ଇ ଇସ୍ୱର୍‌ ରାଇଜାର୍‌ ବିଦିକ୍‌ ଜଦି ସଃତ୍‌କଃରି ମାନୁଲାସ୍‌, ତଃବେ ବଃଲ୍‌ କଃରୁଲାସ୍‌ ।
9 ତାହାହେଲେ ଭଲ କରିଥାଅ; କିନ୍ତୁ ଯଦି ମନୁଷ୍ୟର ମୁଖାପେକ୍ଷା କର, ତାହାହେଲେ ପାପ କରୁଅଛ, ପୁଣି, ସେହି ବ୍ୟବସ୍ଥା ଦ୍ୱାରା ଦୋଷୀ ବୋଲି ପ୍ରମାଣିତ ହୋଇଥାଅ।
ମଃତର୍‌ ଜଦି ମାନାୟ୍‌ର୍‌ ମୁକ୍‌ମେଟ୍‌ ଦଃକି ବିଚାର୍‌ କଃରାସ୍‌, ତଃବେ ହାହ୍‌ କଃରୁଲାସ୍‌, ଆରେକ୍‌, ମସାର୍‌ ବିଦି ହଃର୍କାରେ ଦସି ବଃଲି ଜାଣା ହଃଳୁଲାସ୍‌ ।
10 କାରଣ ଯେ କେହି ସମସ୍ତ ବ୍ୟବସ୍ଥା ପାଳନ କରି କେବଳ ଗୋଟିକ ବିଷୟରେ ଝୁଣ୍ଟିପଡ଼େ, ତେବେ ସେ ସମସ୍ତ ବ୍ୟବସ୍ଥା ଲଙ୍ଘନ ଦୋଷରେ ଦଣ୍ଡନୀୟ ହୁଏ।
କାୟ୍‌ତାକ୍‌ବଃଲେକ୍‌ ଜୁୟ୍‌ଲକ୍‌ ସଃବୁ ବିଦି ମାନେଦ୍‌, ମଃତର୍‌ ଗଟେକ୍‌ ବିଦି ତଃୟ୍‌ଁ ଜଟ୍ୟାୟ୍‌ ଅୟ୍‌ଦ୍‌ ତଃବେ ସେ ସଃବୁ ବିଦି ନଃମାନ୍‌ତା ଦସେ ଡଃଣ୍ଡ୍‌ ହାୟ୍‌ଦ୍‌ ।
11 ଯେଣୁ ଯେ ବ୍ୟଭିଚାର କର ନାହିଁ ବୋଲି କହିଥିଲେ, ସେ ନରହତ୍ୟା କର ନାହିଁ ବୋଲି ମଧ୍ୟ କହିଥିଲେ, ଏଣୁ ତୁମ୍ଭେ ଯଦି ବ୍ୟଭିଚାର ନ କରି ନରହତ୍ୟା କର, ତେବେ ବ୍ୟବସ୍ଥା ଲଙ୍ଘନକାରୀ ହୋଇଅଛ।
ବଃଲେକ୍‌ ଜୁୟ୍‌ ଇସ୍ୱର୍‌ ଦାରିକାମ୍‌ କଃରା ନାୟ୍‌ ବଃଲି କୟ୍‌ରିଲା, ସେ ହେଁ ନଃର୍‌ ଅଃତ୍ୟା କଃରାନାୟ୍‌ ବଃଲି କୟ୍‌ରିଲା, ତଃବେ ତୁମି ଜଦି ଦାରିକାମ୍‌ ନଃକେରି ନଃର୍‌ ଅଃତ୍ୟା, କଃରାସ୍‌ ତଃବେ ତୁମି ବିଦି ନଃମାନ୍‌ତା ଲକ୍‌ ଅୟ୍‌ ଆଚାସ୍‌ ।
12 ସ୍ୱାଧୀନତାର ବ୍ୟବସ୍ଥା ଦ୍ୱାରା ଯେ ତୁମ୍ଭେମାନେ ବିଚାରିତ ହେବ, ଏହା ଜାଣି ସେହି ପ୍ରକାର କଥା କୁହ ଓ କାର୍ଯ୍ୟ କର।
ଜୁୟ୍‌ ମୁକ୍ତି ସାଦୁନ୍‌ କାରି ମସାର୍‌ ବିଦି ଦଃୟ୍‌ ଜେ ତୁମିମଃନ୍ ବିଚାର୍‌ କଃରାୟ୍‌ ଅଃଉଆସ୍‌, ଇରି ଜାଣି ସେବାନ୍ୟା କଃତା କଃଉଆ ଆର୍‌ କାମ୍‌ କଃରା ।
13 କାରଣ ଯେ ଦୟା କରେ ନାହିଁ, ସେ ନିର୍ଦ୍ଦୟ ରୂପେ ବିଚାରିତ ହେବ, ଦୟା ବିଚାର ଉପରେ ଜୟଧ୍ୱନି କରେ।
କାୟ୍‌ତାକ୍‌ବଃଲେକ୍‌ ଜୁୟ୍‌ମଃନ୍‌ ବିନ୍ ଲକେ ଦଃୟା ନଃକେର୍‌ତି, ଇସ୍ୱର୍‌ ସେମଃନ୍‌କେ ଦଃୟା ନଃକେରେ ମଃତର୍‌ ଜୁୟ୍‌ମଃନ୍‌ ବିନ୍‌ଲକେ ଦଃୟା ଦଃକାୟ୍‌ ଆଚ୍‌ତି ବିଚାର୍‌ ବଃଳ୍‌ ଇସ୍ୱର୍‌ ସେମଃନ୍‌କେ ଦଃୟା କଃରେଦ୍‌ ।
14 ହେ ମୋହର ଭାଇମାନେ, ଯଦି କେହି ମୋହର ବିଶ୍ୱାସ ଅଛି ବୋଲି କୁହେ, କିନ୍ତୁ ତାହାର କର୍ମ ନ ଥାଏ, ତେବେ ସେଥିରେ କି ଲାଭ? ଏପରି ବିଶ୍ୱାସ କଅଣ ତାହାର ପରିତ୍ରାଣ କରିପାରେ?
ଏ ମର୍‌ ବାୟ୍‌ବେଣିମଃନ୍‌, ଜଦି କେ ମର୍‌ ବିସ୍ୱାସ୍‌ ଆଚେ ବଃଲି କୟ୍‌ଦ୍‌, ମଃତର୍‌ ତାର୍‌ କାମ୍‌ ନଃରେୟ୍‌, ତଃବେ ତାର୍‌ କଃତାର୍‌ କାୟ୍‌ ଲାବ୍‌? ଇବାନ୍ୟା ବିସ୍ୱାସ୍‌ କାୟ୍‌ ତାକ୍‌ ମୁକ୍ତି କଃରୁ ହାରେ?
15 ଯଦି ଜଣେ ଭାଇ ବା ଭଉଣୀ, ବସ୍ତ୍ର ଓ ଦୈନିକ ଖାଦ୍ୟହୀନ ହୁଏ,
ଜଦି ଗଟେକ୍‌ ବାୟ୍‌ କି ବେଣିର୍‌ ବଃସ୍ତର୍‌ କି ହଃତି ଦିନାର୍‌ ହଃଳିବାତ୍ୟା ନଃରେୟ୍‌,
16 ଆଉ ତୁମ୍ଭମାନଙ୍କ ମଧ୍ୟରୁ କେହି ତାହାକୁ ଶରୀରର ପ୍ରୟୋଜନୀୟ ଦ୍ରବ୍ୟ କିଛି ହିଁ ନ ଦେଇ କୁହେ, ଉଷ୍ଣ ଓ ତୃପ୍ତ ହୋଇ କୁଶଳରେ ଯାଅ, ତେବେ ସେଥିରେ କି ଲାଭ?
ଆର୍‌ ତୁମିମଃନାର୍‌ ବିତ୍ରେ କେ ତାର୍‌ ଗଃଗାଳାର୍‌ ଗିନେ ଲଳାରିଲା କାୟ୍‌ରି ହେଁ ନଃଦେୟ୍‌ କୟ୍‌ଦ୍‌, “ଇସ୍ୱର୍‌ ତକେ ଆସିର୍ବାଦ୍‌ କଃର, ସୁସ୍ତା ଆର୍‌ ମଃନ୍‌ହୁର୍ତି ଅୟ୍‌ ସଃର୍ଦାୟ୍‌ ଜାଆ!” ତଃବେ ସେତିର୍‌ କାୟ୍‌ ଲାବ୍‌?
17 ସେହିପରି ମଧ୍ୟ ବିଶ୍ୱାସ, କର୍ମ ବିନା ନିଜେ ମୃତ।
ବିସ୍ୱାସ୍‌ ହେଁ ସେରଃକମ୍‌, କାମ୍‌ ନୟ୍‌ଲା ବିସ୍ୱାସ୍‌ ନିଜେ ମଃଲାର୍‌ ।
18 କିନ୍ତୁ କେହି ଅବା କହିବ, ତୁମ୍ଭର ବିଶ୍ୱାସ ଅଛି, ପୁଣି, ମୋହର କର୍ମ ଅଛି; କର୍ମ ବିନା ତୁମ୍ଭର ବିଶ୍ୱାସ ମୋତେ ଦେଖାଅ, ଆଉ ମୁଁ କର୍ମ ଦ୍ୱାରା ତୁମ୍ଭକୁ ମୋହର ବିଶ୍ୱାସ ଦେଖାଇବି।
ମଃତର୍‌ କେଅଲେ କୟ୍‌ଦ୍‌, “ଗଟ୍‌ଲକାର୍‌ ବିସ୍ୱାସ୍‌ ଆଚେ, ଆରେକ୍‌ ଗଟ୍‌ଲକାର୍‌ କାମ୍‌ ଆଚେ” ମଃତର୍‌ ମୁୟ୍‌ଁ କୟ୍‌ଦ୍‌, “କାମ୍‌ ନଃକେରି ତର୍‌ ବିସ୍ୱାସ୍‌ ମକ୍‌ ଦଃକାଉ, ଆର୍‌ ମୁଁୟ୍‌ କାମ୍‌ କଃରି ତୁମିକେ ମର୍‌ ବିସ୍ୱାସ୍‌ ଦଃକାୟ୍‌ନ୍ଦ୍ ।”
19 ଈଶ୍ବର ଯେ ଏକମାତ୍ର, ଏହା ତୁମ୍ଭେ ବିଶ୍ୱାସ କରୁଅଛ; ଭଲ କଥା, ଭୂତମାନେ ମଧ୍ୟ ବିଶ୍ୱାସ କରି ଥରହର ହୁଅନ୍ତି।
ଇସ୍ୱର୍‌ ଜେ ଗଟେକ୍‌, ଇରି ତୁମି ବିସ୍ୱାସ୍‌ କଃରୁଲାସ୍‌, ବଃଲ୍‌ କଃତା । ବୁତ୍‌ମଃନ୍ ହେଁ ବିସ୍ୱାସ୍‌ କଃରି ଡିରିକଃରି ତଃର୍‌ହଃର୍‌ ଅଃଉଁଲାୟ୍‌ ।
20 କିନ୍ତୁ ହେ ନିର୍ବୋଧ ମନୁଷ୍ୟ, କର୍ମ ବିନା ବିଶ୍ୱାସ ଯେ ନିଷ୍ଫଳ, ଏହା କଅଣ ଜାଣିବାକୁ ଇଚ୍ଛା କରୁଅଛ?
ମଃତର୍‌ ଏ ନିର୍ବୁଦିଆ ମାନାୟ୍‌, କାମ୍‌ ନୟ୍‌ଲା ବିସ୍ୱାସ୍‌ ଜେ ହଲ୍ୟା, ଇରି କାୟ୍‌ ଜାଣୁକ୍‌ ମଃନ୍‌ ନଃକେରୁଲିସ୍‌?
21 ଆମ୍ଭମାନଙ୍କ ପିତା ଅବ୍ରହାମ ବେଦି ଉପରେ ଆପଣା ପୁତ୍ର ଇସ୍‌ହାକଙ୍କୁ ଉତ୍ସର୍ଗ କରିବା ବେଳେ କଅଣ କର୍ମ ଦ୍ୱାରା ଧାର୍ମିକ ଗଣିତ ହୋଇ ନ ଥିଲେ?
ଅଃମିମଃନାର୍‌ ଉବା ଅବ୍ରାହାମ୍‌ ବେଦି ଉହ୍ରେ ଅଃହ୍‌ଣାର୍‌ ହୟ୍‌ସି ଇସାକ୍‌କେ ହୁଜା କଃର୍ତା ବଃଳ୍‌ କାୟ୍‌ କାମ୍‌ ତଃୟ୍‌ ଇସ୍ୱରାର୍‌ ତଃୟ୍‌ ଦଃର୍ମି ଗଃଣ୍‌ତି ଅୟ୍‌ନଃରିଲା?
22 ତୁମ୍ଭେ ଦେଖୁଅଛ ଯେ, ବିଶ୍ୱାସ ତାହାଙ୍କ କର୍ମର ସହକାରୀ ଥିଲା, ଆଉ କର୍ମ ଦ୍ୱାରା ବିଶ୍ୱାସ ସିଦ୍ଧ ହେଲା;
ତୁମି ଦଃକୁଲାସ୍‌ ଜେ, ବିସ୍ୱାସ୍‌ ତାର୍‌ କାମାର୍‌ ସଃଙ୍ଗେ ରିଲି, ଆର୍‌ କାମାର୍‌ ଗିନେ ବିସ୍ୱାସ୍‌ ହୁର୍ନ୍‌ ଅୟ୍‌ଲି ।
23 ସେଥିରେ ଶାସ୍ତ୍ରର ଏହି ବାକ୍ୟ ସଫଳ ହେଲା, ଅବ୍ରହାମ ଈଶ୍ବରଙ୍କଠାରେ ବିଶ୍ୱାସ କଲେ, ଆଉ ତାହାଙ୍କ ପକ୍ଷରେ ତାହା ଧାର୍ମିକତା ବୋଲି ଗଣିତ ହେଲା, ପୁଣି, ସେ ଈଶ୍ବରଙ୍କ ମିତ୍ର ବୋଲି ଖ୍ୟାତ ହେଲେ।
ସେତାକ୍‌ ସାସ୍ତରାର୍‌ ଇ କଃତା ହୁରୁଣ୍ ଅୟ୍‌ଲି, “ଅବ୍ରାହାମ୍‌ ଇସ୍ୱର୍‌ ତଃୟ୍‌ ବିସ୍ୱାସ୍‌ କଃଲା, ଆର୍‌ ତାର୍‌ ବିସ୍ୱାସ୍‌ ଗିନେ ଇସ୍ୱର୍‌ ତଃୟ୍‌ ସେରି ଦଃର୍ମି ବଃଲି ଗଃଣିତା ଅୟ୍‌ଲା;” ଆରେକ୍‌ ସେ ଇସ୍ୱରାର୍‌ ମିତ୍ର ବଃଲି ଡାକେହୁଟ୍‌ଲା ।
24 କେବଳ ବିଶ୍ୱାସ ଦ୍ୱାରା ମନୁଷ୍ୟ ଧାର୍ମିକ ଗଣିତ ନ ହୋଇ କର୍ମ ଦ୍ୱାରା ଯେ ଧାର୍ମିକ ଗଣିତ ହୁଏ, ଏହା ତୁମ୍ଭେମାନେ ଦେଖୁଅଛ।
ଅଃବ୍‌କା ବିସ୍ୱାସ୍‌ କଃଲେକ୍‌ ମାନାୟ୍‌ ଦଃର୍ମି ବଃଲି ଗଃଣିତା ନଃହୟ୍‌, ମଃତର୍‌ କାମ୍‌ ତଃୟ୍‌ ଜେ ଦଃର୍ମି ବଃଲି ଗଃଣିତା ଅୟ୍‌ଦ୍‌, ଇରି ତୁମିମଃନ୍ ଦଃକୁଲାସ୍‌ ।
25 ସେହି ପ୍ରକାରେ ମଧ୍ୟ ରାହାବ ବେଶ୍ୟା ଗୁପ୍ତଚରମାନଙ୍କୁ ଆତିଥ୍ୟ କରି ଅନ୍ୟ ବାଟ ଦେଇ ସେମାନଙ୍କୁ ବିଦାୟ କରିବାରୁ କଅଣ କର୍ମ ଦ୍ୱାରା ଧାର୍ମିକ ଗଣିତ ହେଲେ ନାହିଁ?
ସେରଃକମ୍‌ ରାହବ୍‌ ବେସୁଆଣି ହେଁ ଇସ୍ରାଏଲ୍‌ ଦେସାର୍‌ ସର୍‌କାରିଆମଃନ୍‌କେ ଗଃରେ ଜଃଗା ଦଃୟ୍‌ ଆର୍‌ ବିନ୍ ବାଟ୍‌ ଦଃୟ୍‌ ସେମଃନ୍‌କେ ହଃଟାୟ୍‌ଲାକେ କାୟ୍‌ କାମ୍‌ ତଃୟ୍‌ ଦଃର୍ମି ବଃଲି ଗଃଣିତା ନୟ୍‌ଲି?
26 କାରଣ ଆତ୍ମା ବିନା ଶରୀର ଯେପରି ମୃତ, ସେହିପରି କର୍ମ ବିନା ବିଶ୍ୱାସ ମଧ୍ୟ ମୃତ।
କାୟ୍‌ତାକ୍‌ବଃଲେକ୍‌ ଆତ୍ମା ନୟ୍‌ଲେକ୍‌ ଗଃଗାଳ୍‌ ଜେ ମଃଲାର୍‌, ସେରଃକମ୍‌ କାମ୍‌ ନୟ୍‌ଲା ବିସ୍ୱାସ୍‌ ହେଁ ମଃଲାର୍‌ ।

< ଯାକୁବ 2 >