< ଯାକୁବ 1 >

1 ଈଶ୍ବରଙ୍କ ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦାସ ଯାକୁବର ଛିନ୍ନଭିନ୍ନ ଦ୍ୱାଦଶ ଗୋଷ୍ଠୀଙ୍କୁ ନମସ୍କାର।
ମୁଇ ଜାକୁବ ମାପ୍‌ରୁ ଜିସୁକିରିସ୍‌ଟ ଆରି ବାବା ପର୍‌ମେସରର୍‌ ଗଟେକ୍‌ ଗତିଦାଙ୍ଗ୍‌ଡା । ଗୁଲାଇ ଜଗତେ ଚିନ୍‌ଚତର୍‌ ଅଇଜାଇରଇବା ପର୍‌ମେସରର୍‌ ବାର୍‌ଟା କୁଟୁମର୍‌ ଲକ୍‌ମନ୍‌କେ ମୁଇ ଜୁଆର୍‌ ଜାନାଇକରି ଏ ଚିଟି ଲେକ୍‌ଲିନି ।
2 ହେ ମୋହର ଭାଇମାନେ, ତୁମ୍ଭେମାନେ ଯେତେବେଳେ ନାନା ପ୍ରକାର ପରୀକ୍ଷାରେ ପରୀକ୍ଷିତ ହୁଅ,
ଏ ମର୍‌ ବାଇବଇନିମନ୍‌ ଜିବନ୍‌ ବିତାଇଲାବେଲେ ତମର୍‌ ବିସ୍‌ବାସ୍‌ ଡାଁଟ୍‌ ଆଚେ କି ନାଇ ବଲି, ଜେତ୍‌କି ଦୁକ୍‌ କସ୍‌ଟର୍‌ ପରିକା ଆଇଲେ, ଏଟା ଗଟେକ୍‌ ନିକ କରମର୍‌ ବିସଇ ବଲି ଏତାଆ ।
3 ସେତେବେଳେ ତାହା ବିଶେଷ ଆନନ୍ଦର ବିଷୟ ବୋଲି ମନେ କର; ପରୀକ୍ଷାସିଦ୍ଧ ବିଶ୍ୱାସ ଯେ ସହିଷ୍ଣୁତା ଉତ୍ପନ୍ନ କରେ, ଏହା ତ ଜାଣିଅଛ।
କାଇକେବଇଲେ, ଏନ୍ତାରି ଦୁକ୍‌ କସ୍‌ଟ ଆଇଲେ ତମର୍‌ ବିସ୍‌ବାସ୍‌ ପରିକାକରି ଡାଁଟ୍‌ ଆଚେବଲି ଦେକାଇସି । ଆରି ମୁରଚ୍‌ବାଟା ଅଦିକ୍‌ ଅଦିକ୍‌ ଅଇସି ବଲି ତମେ ଜାନିଆଚାସ୍‌ ।
4 ଆଉ, ତୁମ୍ଭେମାନେ ଯେପରି କୌଣସି ବିଷୟରେ ଊଣା ନ ପଡ଼ି ସିଦ୍ଧ ଓ ସମ୍ପୂର୍ଣ୍ଣ ହୁଅ, ଏଥିପାଇଁ ସହିଷ୍ଣୁତା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟ ସାଧନ କରୁ।
ତମେ ସାରାସାରିଜାକ ମୁର୍‌ଚିକରି ରଇଲେ, କାଇ ବିସଇଟାନେ ମିସା ଉନା ନ ଅଇକରି ପୁରାପୁରୁନ୍‌ ସିଦ୍‌ ଅଇସା ।
5 କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ ଯେବେ କାହାରି ଜ୍ଞାନର ଅଭାବ ଥାଏ, ତେବେ ଯେଉଁ ଈଶ୍ବର ଦୋଷ ନ ଧରି ମୁକ୍ତ ହସ୍ତରେ ସମସ୍ତଙ୍କୁ ଦାନ କରନ୍ତି, ତାହାଙ୍କ ଛାମୁରେ ସେ ପ୍ରାର୍ଥନା କରୁ, ସେଥିରେ ତାହାକୁ ଦିଆଯିବ।
ମାତର୍‌ ତମର୍‌ ବିତ୍‌ରେ ଜଦି କାକେ ଗିଆନ୍‌ ଉନା ରଇ, ଗିଆନ୍‌ ପାଇବାର୍‌ଆଲେ ପର୍‌ମେସର୍‌କେ ମାଙ୍ଗା । ସେ ତାର୍‍ ଆତ୍‌ ମେଲାକରି, ଦସ୍‌ ନ ଦାରି ସବୁକେ ଦାନ୍‌ କର୍‌ସି ।
6 କିନ୍ତୁ ସେ କିଛିମାତ୍ର ସନ୍ଦେହ ନ କରି ବିଶ୍ୱାସ ସହ ପ୍ରାର୍ଥନା କରୁ, କାରଣ ଯେ ସନ୍ଦେହ କରେ, ସେ ବାୟୁରେ ଇତଃସ୍ତତଃ ଚାଳିତ ସମୁଦ୍ରର ତରଙ୍ଗ ସଦୃଶ।
ମାତର୍‌ ସେ ଅଇସି କି ନ ଅଏ ବଲିକରି ନ ବାବି, ବିସ୍‌ବାସର୍‌ ସଙ୍ଗ୍‍ ପାର୍‌ତନା କର୍‌ବାର୍‌ଆଚେ । କାଇକେ ବଇଲେ ଜେ ଅଇସି କି ନ ଅଏ ବଲିକରି ବାବ୍‌ସି, ସେ ପବନ୍‌ସଙ୍ଗ୍‍ ଇଣ୍ଡ୍‌ତେ ରଇବା ସମ୍‌ଦୁରର୍‌ ଉଲ୍‌କା ପାନି ପାରା ଗଟେକ୍‌ ଲକ୍‌ ।
7 ସେପରି ଲୋକ ପ୍ରଭୁଙ୍କଠାରୁ କିଛି ପାଇବ ବୋଲି ମନେ ନ କରୁ;
ସେ ରକାମ୍‌ ଲକ୍‌ ମାପ୍‌ରୁର୍‌ ଟାନେଅନି କାଇଟା ଆଲେ ପାଇବି ବଲିକରି ଆସା ନ କର ।
8 ସେ ତ ଦ୍ୱିମନା ଲୋକ, ଆପଣାର ସମସ୍ତ ଗତିରେ ଅସ୍ଥିର।
ସେ ତା, ଦୁଇମନିଆ ଲକ୍‌, ସେ କର୍‌ବା ସବୁ କାମ୍‌ଟାନେ ତବିର୍‌ ନ ରଏ ।
9 ଦୀନ ଅବସ୍ଥାର ଭ୍ରାତା ଆପଣାର ଉନ୍ନତ ଅବସ୍ଥାରେ ଦର୍ପ କରୁ,
ଗଟେକ୍‌ କାକୁର୍‌ତି ଅଇ ରଇବା ବିସ୍‌ବାସି ବାଇକେ ପର୍‌ମେସର୍‌ ସାଉକାର୍‌ କଲେ ସେ ସାର୍‌ଦା ଅ ।
10 ଧନୀ ଆପଣା ଦୀନାବସ୍ଥାରେ ଦର୍ପ କରୁ, କାରଣ ଘାସର ଫୁଲ ପରି ସେ ଝଡ଼ିପଡ଼ିବ।
୧୦ସେନ୍ତାରିସେ ଗଟେକ୍‍ ସାଉକାର୍‍ ବିସ୍‌ବାସିକେ ସେ ଅର୍‌କିତ୍‌ କଲେ, ସେ ମିସା ସାର୍‌ଦା ଅ । କାଇକେବଇଲେ ସାଉକାର୍‌ ଲକ୍‌ ପଦାର୍‌ ଗାଁସର୍‌ ପୁଲ୍‌ ପାରା ଜାଉଁଲି ଜାଇସି ।
11 ଯେଣୁ ସୂର୍ଯ୍ୟ ସତାପରେ ଉଦୟ ହୁଅନ୍ତେ, ଘାସ ଯେପରି ଶୁଖିଯାଏ ଓ ତାହାର ଫୁଲ ଝଡ଼ିପଡ଼େ ପୁଣି, ତାହାର ରୂପର ସୌନ୍ଦର୍ଯ୍ୟ ନାଶ ହୁଏ, ସେହିପରି ଧନୀ ଲୋକ ହିଁ ଆପଣାର ସବୁ ଗତିରେ ଝାଉଁଳି ପଡ଼ିବ।
୧୧ଜେନ୍ତି କି ବେଲ୍‌ ଉଦିକରି ବେସି ତାତିକଲେ ଗାଁସ୍‌ ସୁକିଜାଇସି, ତାର୍‌ ପୁଲ୍‌ ଜଡିଜାଇସି ଆରି ତାର୍‌ ବାନିମୁର୍‌ତି ନସି ଜାଇସି । ସେନ୍ତାରିସେ, ସାଉକାର୍‌ ଲକ୍‌ମନ୍‌ କାମ୍‌ କରି କରି ମରିଜିବାଇ ।
12 ଯେଉଁ ଲୋକ ପରୀକ୍ଷା ସହ୍ୟ କରେ, ସେ ଧନ୍ୟ, କାରଣ ପ୍ରଭୁ ଆପଣା ପ୍ରେମ କରୁଥିବା ଲୋକମାନଙ୍କୁ ଯେଉଁ ଜୀବନରୂପ ମୁକୁଟ ଦେବାକୁ ପ୍ରତିଜ୍ଞା କରିଅଛନ୍ତି, ପରୀକ୍ଷାସିଦ୍ଧ ହେଲା ଉତ୍ତାରେ ସେହି ଲୋକ ସେହି ମୁକୁଟ ପ୍ରାପ୍ତ କରିବ।
୧୨ଜନ୍‌ ଲକ୍‌ମନ୍‌ ପରିକା ଆଇଲେ ମିସା ମୁର୍‌ଚି କରି ରଇବାଇ, ସେମନ୍‌ କେଡେକ୍‌ ନିକ କରମର୍‍ ଲକ୍‌ । କାଇକେବଇଲେ ସେ ସବୁ ପରିକାଇ ସେମନ୍‌ ଡାଁଟ୍‌ ସଙ୍ଗ୍‌ ଟିଆଅଇଲାପଚେ, ପୁରୁସ୍‌କାର୍‌ ପାଇବାଇ । ପର୍‌ମେସର୍‌ ତାର୍‌ ନିଜର୍‌ ଲକ୍‌ମନ୍‌କେ ଜନ୍‌ ଜିବନର୍‌ ମୁକୁଟ୍‌ ଦେବାକେ ସପତ୍‌ କଲାଆଚେ, ସେମନ୍‌ ସେଟା ପୁରୁସ୍‌କାର୍‌ ଇସାବେ ମିଲାଇବାଇ ।
13 କେହି ପରୀକ୍ଷିତ ହେଲେ, ମୋହର ଏହି ପରୀକ୍ଷା ଈଶ୍ବରଙ୍କ ଆଡ଼ୁ ହେଉଅଛି ବୋଲି ନ କହୁ, କାରଣ ଈଶ୍ବର ମନ୍ଦରେ ପରୀକ୍ଷିତ ହୋଇପାରନ୍ତି ନାହିଁ, ଆଉ ସେ ନିଜେ କାହାକୁ ପରୀକ୍ଷା କରନ୍ତି ନାହିଁ।
୧୩କାକେ ମିସା ଦୁକ୍‌କସ୍‌ଟ ପାଇବା ପରିକା ଆଇଲେ, ଏ ପରିକା ପର୍‌ମେସର୍‌ ପାଟାଇଆଚେ ବଲିକରି କଇବାର୍‌ ନାଇ । କାଇକେବଇଲେ ପର୍‌ମେସର୍‌କେ କେ ମିସା ପରିକାକରି ନାପାରେ । ଆରି ସେ ନିଜେ କାକେ ପରିକା ନ କରେ ।
14 କିନ୍ତୁ ପ୍ରତ୍ୟେକ ଲୋକ ଆପଣା କାମନା ଦ୍ୱାରା ଆକର୍ଷିତ ଓ ପ୍ରବଞ୍ଚିତ ହୋଇ ପରୀକ୍ଷିତ ହୁଏ;
୧୪ମାତର୍‌ ଗଟେକ୍‌ ଲକର୍‍ କରାପ୍‌ ଗୁନ୍‌ଚଲନ୍‌ ତାକେ ପରିକା କରାଇ ଅଇବାକେ ଡାକିନେଇସି ।
15 ତାହା ପରେ କାମନା ଗର୍ଭଧାରଣ କରି ପାପ ପ୍ରସବ କରେ, ପୁଣି, ପାପ ପୂର୍ଣ୍ଣମାତ୍ରାରେ ବୃଦ୍ଧି ପାଇ ମୃତ୍ୟୁକୁ ଜନ୍ମ ଦିଏ।
୧୫ତାର୍‌ପଚେ ତାର୍‌ କାରାପ୍‌ ଗୁନ୍‌ଚଲନେଅନି ପାପ୍‌ ବାରଇସି । ଆରି ପାପ୍‌ ଅଦିକ୍‌ ଅଦିକ୍‌ ବଡିଜାଇକରି ମରନ୍‌ ଆଇସି ।
16 ହେ ମୋହର ପ୍ରିୟ ଭାଇମାନେ, ଭ୍ରାନ୍ତ ହୁଅ ନାହିଁ।
୧୬ଏ ମର୍‌ ଆଲାଦର୍‌ ବାଇବଇନିମନ୍‌, ତମେ ନାଡାଇଉଆ ନାଇ ।
17 ସମସ୍ତ ଉତ୍ତମ ଦାନ ଓ ସମସ୍ତ ସିଦ୍ଧ ବର ଊର୍ଦ୍ଧ୍ୱରୁ, ଅର୍ଥାତ୍‍, ଜ୍ୟୋତିଃର୍ଗଣର ପିତାଙ୍କଠାରୁ ଆସେ, ଯାହାଙ୍କଠାରେ କୌଣସି ପରିବର୍ତ୍ତନ ବା ଲେଶମାତ୍ର ବିକାର ନାହିଁ।
୧୭ସବୁ ନିକ ଆରି ସିଦ୍‌ ରଇବା ଦାନ୍‌ ପର୍‌ମେସର୍‌ ଦେଲା ଆଚେ । ବାଦ୍‌ଲେ ଉଜଲ୍‌ ଅଇବା ସବୁଜାକ ସେ ତିଆର୍‌କଲା ଆଚେ । ସେଟାମନ୍‌ ବାଦ୍‌ଲେ ବୁଲ୍‌ବାବେଲେ ବାଦଲ୍‌ସି ଆରି ଚାଇଁ ଏନେତେନେ ଅଇସି । ମାତର୍‌ ପର୍‌ମେସର୍‌ ଅଲପ୍‌ ମିସା ସେନ୍ତାରି ନ କରେ ।
18 ଆମ୍ଭେମାନେ ଯେପରି ତାହାଙ୍କ ସୃଷ୍ଟ ବିଷୟମାନଙ୍କ ମଧ୍ୟରୁ ଏକ-ପ୍ରକାର ପ୍ରଥମ ଫଳ ସ୍ୱରୂପ ହେଉ, ଏଥିନିମନ୍ତେ ସେ ଆପଣା ଇଚ୍ଛାନୁସାରେ ସତ୍ୟ ବାକ୍ୟ ଦ୍ୱାରା ଆମ୍ଭମାନଙ୍କୁ ଜନ୍ମ ଦେଲେ।
୧୮ତାର୍‌ ସତ୍‌ ବାକିଅ ଆମ୍‌କେ ଜାନାଇକରି ତାର୍‌ତେଇଅନି ଆମ୍‌କେ ଜିବନ୍‌ ଦେବାକେ ସେ ମନ୍‍ କଲା । ଜେତ୍‌କି ସବୁ ବିସଇ ସେ ତିଆର୍‌କଲା ମିସା ଆମେ ଅବ୍‌କା ତାର୍‌ପାଇସେ ଅଇବାକେ ସେ ମନ୍‍ କଲା ।
19 ହେ ମୋହର ପ୍ରିୟ ଭାଇମାନେ, ତୁମ୍ଭେମାନେ ଏହା ଜ୍ଞାତ ଅଛ। ପ୍ରତ୍ୟେକ ଜଣ ଶୁଣିବାରେ ତତ୍ପର, କହିବାରେ ଧୀର ପୁଣି, କ୍ରୋଧ କରିବାରେ ଧୀର ହେଉ,
୧୯ଏ ମର୍‌ ଆଲାଦର୍‌ ବାଇବଇନିମନ୍‌, ମନେ ରକିରୁଆ । ତମେ ଆଗ୍‌ତୁ ନିକକରି ସୁନା । ମାତର୍‌ ବାବିଚିନ୍ତିକରି କାତା କୁଆ । ଦାପ୍‌ରେ ରିସା ଉଆନାଇ ।
20 କାରଣ ମନୁଷ୍ୟର କ୍ରୋଧ ଈଶ୍ବରଙ୍କ ଗ୍ରାହ୍ୟ ଧାର୍ମିକତା ସାଧନ କରେ ନାହିଁ।
୨୦କାଇକେବଇଲେ ମୁନୁସର୍‌ ରିସାର୍‌ ଲାଗି ପର୍‌ମେସର୍‌ ସୁକଲ୍‌ସଙ୍ଗ୍‍ ଜଜ୍‌ନା କଲାଟା ନସିଜାଇସି ।
21 ଅତଏବ, ତୁମ୍ଭେମାନେ ସମସ୍ତ ଅଶୁଚିତା ଓ ସବୁପ୍ରକାର ଦୁଷ୍ଟତା ପରିତ୍ୟାଗ କରି ଯେଉଁ ରୋପିତ ବାକ୍ୟ ତୁମ୍ଭମାନଙ୍କ ଆତ୍ମାକୁ ପରିତ୍ରାଣ କରିବା ନିମନ୍ତେ ସମର୍ଥ, ତାହା ନମ୍ର ଭାବରେ ଗ୍ରହଣ କର।
୨୧ସେଟାର୍‌ ପାଇ ତମର୍‌ ଚଲାଚଲ୍‌ତି ଟାନେଅନି ବାରଇବା ସବୁ ରକାମର୍‌ କାରାପ୍‌ ଅବିଆସ୍‌ ଚାଡିଦିଆସ୍‌ । ପର୍‌ମେସର୍‌କେ ନିଜର୍‌ ମନ୍‌ ସର୍‌ପି ଦିଆସ୍‌ । ତମର୍‌ ମନ୍‌ ବିତ୍‌ରେ ସେ ଜନ୍‌ ବାକିଅ ରପିଆଚେ ସେଟାକେ ଦିଆନ୍‌ ଦିଆ । ସେ ବାକିଅ ତମ୍‌କେ ରକିଆ କର୍‌ସି ।
22 କିନ୍ତୁ ଶ୍ରୋତାମାତ୍ର ହୋଇ ଆପଣାମାନଙ୍କୁ ପ୍ରବଞ୍ଚନା ନ କରି ବାକ୍ୟର କର୍ମକାରୀ ହୁଅ।
୨୨ବାକିଅ ଜନ୍‌ଟା କରା ବଲି କଇଲାନି, ସେଟା କରା । ଅବ୍‌କା ସୁନିକରି ରଇବା ଲକ୍‌ମନର୍‌ପାରା ଉଆ ନାଇ । ଏନ୍ତାରିକଲେ ତମେ ନିଜେ ନାଡାଇ ଅଇଲାସ୍‌ନି ।
23 କାରଣ ଯଦି କେହି ବାକ୍ୟର କର୍ମକାରୀ ନ ହୋଇ ଶ୍ରୋତାମାତ୍ର ହୁଏ, ତେବେ ସେ ଦର୍ପଣରେ ଆପଣା ସ୍ୱାଭାବିକ ମୁଖ ଦର୍ଶନ କରୁଥିବା ମନୁଷ୍ୟର ତୁଲ୍ୟ,
୨୩ଜନ୍‌ଲକ୍‌ ପର୍‌ମେସରର୍‌ ବାକିଅ ଅବ୍‌କା ସୁନ୍‌ସି, ମାତର୍‌ ତେଇର୍‌ କାତା ନ ନାମେ, ସେ ତାର୍‌ ମୁଏ ରଇବା ଆର୍‌ଲା, ଦର୍‌ପନେ ଦେକ୍‌ବା ଲକ୍‌ ପାରା ।
24 ଯେଣୁ ସେ ଆପଣାକୁ ଦେଖିଲା ଉତ୍ତାରେ ଚାଲିଯାଇ, ସେ କି ପ୍ରକାର ଲୋକ, ତାହା ସେହିକ୍ଷଣି ଭୁଲିଯାଏ।
୨୪ସେ ନିକ କରି ନିଜର୍‌ ଚାଁଇ ଦେକି ଅଇତେରଇସି । ମାତର୍‌ ତେଇଅନି ଉଟିଗାଲା ପଚେ ତାର୍‌ ବାନିମୁର୍‌ତି ପାସ୍‌ରି ଜାଇସି ।
25 କିନ୍ତୁ ଯେ ସିଦ୍ଧ, ଅର୍ଥାତ୍‍, ସ୍ୱାଧୀନତାର ବ୍ୟବସ୍ଥା ପ୍ରତି ନିରୀକ୍ଷଣ କରି ସେଥିରେ ନିବିଷ୍ଟ ଥାଏ, ପୁଣି, ବିସ୍ମରଣକାରୀ ଶ୍ରୋତାମାତ୍ର ନ ହୋଇ ବରଂ କାର୍ଯ୍ୟକାରୀ ହୁଏ, ସେ ଆପଣା କାର୍ଯ୍ୟରେ ଧନ୍ୟ।
୨୫ମାତର୍‌ ମୁନୁସର୍‌ ମୁକ୍‌ତି ପାଇ ଗଟେକ୍‌ ପୁରାପୁରୁନ୍‌ ନିୟମ୍‌ ଆଚେ । ଜେ ସେ କାତା ସୁନିକରି ନ ପାସ୍‌ରେ, ଆରି ତାର୍‌ଲାଗି ସବୁ ମନ୍‌ପରାନ୍‌ ଦେଇକରି ନିଜର୍‌ ଜିବନ୍‌ତେଇ ମାନିକରି ରଇସି ବଇଲେ ପର୍‌ମେସର୍‌ ତାର୍‌ କରିରଇବା ସବୁ କାମ୍‌ ମଙ୍ଗଲ୍‍ କର୍‌ସି ।
26 ଯଦି କେହି ଆପଣାକୁ ଧର୍ମପରାୟଣ ବୋଲି ମନେ କରେ, ଆଉ ଆପଣା ଜିହ୍ୱାକୁ ବଶୀଭୂତ ନ କରି ନିଜ ହୃଦୟକୁ ପ୍ରବଞ୍ଚନା କରେ, ତାହାର ଧର୍ମପରାୟଣତା ବୃଥା।
୨୬କେ ଜଦି ମୁଇ ନିଜେ ଗଟେକ୍‌ ଦରମ୍‌ ଲକ୍‌ ବଲି ବାବ୍‌ଲାନି, ସେ ଜଦି ତାର୍‌ ନିଜର୍‌ ଜିବ୍‌ ଜାଗର୍‌ତା କରେ ନାଇ, ସେ ନିଜେ ଆକା ନାଡାଇ ଅଇଲାନି । ତାର୍‌ ରିତିନିତି କର୍‌ବାଟା ଚୁଚାଆଇସେ ।
27 ଅନାଥ ଓ ବିଧବାମାନଙ୍କୁ ସେମାନଙ୍କ ଦୁଃଖାବସ୍ଥାରେ ସଂଖୋଳିବା ପୁଣି, ସଂସାରରୁ ଆପଣାକୁ ନିଷ୍କଳଙ୍କ ରୂପେ ରକ୍ଷା କରିବା, ଏହା ଆମ୍ଭମାନଙ୍କ ଈଶ୍ବର ଓ ପିତାଙ୍କ ଛାମୁରେ ବିଶୁଦ୍ଧ ଓ ନିର୍ମଳ ଧର୍ମପରାୟଣତା ଅଟେ।
୨୭ପର୍‌ମେସର୍‌ ଦେକ୍‌ବା ଇସାବେ ଜନ୍‌ ରିତିନିତି ସତ୍‌ ଆରି ନିକ, ସେଟା ଅଇଲାନି ଦୁକେ ରଇବା ଟୁରାଟୁରି ପିଲାମନ୍‌ ଆରି ରାଣ୍ଡିଜୁଣ୍ଡିମନର୍‌ ଜତନ୍‌ କର୍‌ବାଟା । ପଚେ ଜଗତର୍‌ ଜଞ୍ଜାଲେଅନି ମୁକଲ୍‌ବାଟା, ଜେନ୍ତାରିକି ସେ ସବୁ ତାକେ ନ ନସାଏ ।

< ଯାକୁବ 1 >