< ଯିଶାଇୟ 7 >

1 ଯିହୁଦା-ରାଜା ଉଷୀୟର ପୌତ୍ର ଯୋଥମ୍‍ର ପୁତ୍ର ଆହସ୍‌ର ସମୟରେ ଅରାମର ରତ୍ସୀନ ରାଜା ଓ ରମଲୀୟର ପୁତ୍ର ପେକହ ନାମେ ଇସ୍ରାଏଲର ରାଜା ଯିରୂଶାଲମର ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ସେଠାକୁ ଗଲେ; ମାତ୍ର ତାହା ପରାସ୍ତ କରି ପାରିଲେ ନାହିଁ।
Nígbà tí Ahasi ọmọ Jotamu ọmọ Ussiah jẹ́ ọba Juda, ọba Resini ti Aramu àti Peka ọmọ Remaliah ọba Israẹli gòkè wá láti bá Jerusalẹmu jà, ṣùgbọ́n wọn kò sì le è borí i rẹ̀.
2 ଏଥିଉତ୍ତାରେ ଦାଉଦ-ବଂଶକୁ ଜ୍ଞାତ କରାଗଲା ଯେ, ଅରାମ ଇଫ୍ରୟିମର ସହାୟ ହୋଇଅଛି। ଏଥିରେ ତାହାର ହୃଦୟ ଓ ତାହାର ଲୋକମାନଙ୍କ ହୃଦୟ ବାୟୁରେ କମ୍ପିତ ଓ ବନବୃକ୍ଷ ତୁଲ୍ୟ କମ୍ପିତ ହେଲା।
Báyìí, a sọ fún ilé Dafidi pé, “Aramu mà ti lẹ̀dí àpò pọ̀ mọ́ Efraimu”; fún ìdí èyí, ọkàn Ahasi àti àwọn ènìyàn rẹ̀ wárìrì gẹ́gẹ́ bí igi oko ṣe ń wárìrì níwájú afẹ́fẹ́.
3 ସେତେବେଳେ ସଦାପ୍ରଭୁ ଯିଶାଇୟଙ୍କୁ କହିଲେ, “ତୁମ୍ଭେ ଓ ତୁମ୍ଭ ପୁତ୍ର ଶାର-ଯାଶୂବ, ରଜକ କ୍ଷେତ୍ରର ରାଜପଥସ୍ଥ ଉପର ପୁଷ୍କରିଣୀର ନାଳ ମୁଣ୍ଡରେ ଆହସ୍‌ର ସଙ୍ଗେ ସାକ୍ଷାତ କରିବାକୁ ଯାଅ।
Lẹ́yìn èyí, Olúwa sọ fún Isaiah pé, “Jáde, ìwọ àti ọ̀dọ́mọkùnrin rẹ Ṣeari-Jaṣubu láti pàdé Ahasi ní ìpẹ̀kun ìṣàn omi ti adágún òkè, ní òpópó ọ̀nà tí ó lọ sí pápá Alágbàfọ̀.
4 ଓ ତାହାକୁ କୁହ, ‘ସାବଧାନ ଓ ସୁସ୍ଥିର ହୁଅ; ଏହି ଧୂମମୟ କାଷ୍ଠର ଦୁଇ ଲାଞ୍ଜ, ଅର୍ଥାତ୍‍, ରତ୍ସୀନ, ଅରାମର ଓ ରମଲୀୟର ପୁତ୍ରର ପ୍ରଚଣ୍ଡ କ୍ରୋଧ ସକାଶୁ ଭୀତ ହୁଅ ନାହିଁ, କିଅବା ଆପଣା ହୃଦୟକୁ ନିରାଶ ହେବାକୁ ଦିଅ ନାହିଁ।
Sọ fún un, ‘Ṣọ́ra à rẹ, fi ọkàn balẹ̀, kí o má ṣe bẹ̀rù. Má ṣe ba ọkàn jẹ́ nítorí kùkùté igi ìdáná méjèèjì yìí, nítorí ìbínú gbígbóná Resini àti Aramu àti ti ọmọ Remaliah.
5 କାରଣ ଅରାମ, ମଧ୍ୟ ଇଫ୍ରୟିମ ଓ ରମଲୀୟର ପୁତ୍ର ତୁମ୍ଭ ବିରୁଦ୍ଧରେ କୁମନ୍ତ୍ରଣା କରି କହୁଅଛନ୍ତି,
Aramu, Efraimu àti Remaliah ti dìtẹ̀ ìparun rẹ, wọ́n wí pé,
6 ଆସ, ଆମ୍ଭେମାନେ ଯିହୁଦା ବିରୁଦ୍ଧରେ ଯାଇ ତାହାକୁ ଅଧୈର୍ଯ୍ୟ କରୁ ଓ ଆମ୍ଭମାନଙ୍କ ନିମନ୍ତେ ତହିଁ ମଧ୍ୟରେ ଭଗ୍ନ ସ୍ଥାନ କରି ଏକ ରାଜାକୁ, ଅର୍ଥାତ୍‍, ଟାବେଲର ପୁତ୍ରକୁ ସ୍ଥାପନ କରୁ।
“Jẹ́ kí a kọlu Juda; jẹ́ kí a fà á ya pẹ́rẹpẹ̀rẹ, kí a sì pín in láàrín ara wa, kí a sì fi ọmọ Tabeli jẹ ọba lórí i rẹ̀.”
7 ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ତାହା ସ୍ଥିର ହେବ ନାହିଁ ଅବା ସିଦ୍ଧ ହିଁ ହେବ ନାହିଁ।
Síbẹ̀ èyí ni ohun tí Olúwa Olódùmarè wí: “‘Èyí kò ní wáyé èyí kò le ṣẹlẹ̀,
8 କାରଣ ଅରାମର ମସ୍ତକ ଦମ୍ମେଶକ ଓ ଦମ୍ମେଶକର ମସ୍ତକ ରତ୍ସୀନ; ପୁଣି, ପଞ୍ଚଷଠି ବର୍ଷ ମଧ୍ୟରେ ଇଫ୍ରୟିମ ଖଣ୍ଡ ଖଣ୍ଡ ହୋଇ ଏପରି ଭଗ୍ନ ହେବ ଯେ, ସେ ଆଉ ଏକ ଗୋଷ୍ଠୀ ହୋଇ ରହିବ ନାହିଁ;
nítorí Damasku ni orí Aramu, orí Damasku sì ni Resini. Láàrín ọdún márùnlélọ́gọ́ta Efraimu yóò ti fọ́ tí kì yóò le jẹ́ ènìyàn mọ́.
9 ଆଉ, ଇଫ୍ରୟିମର ମସ୍ତକ ଶମରୀୟା ଓ ଶମରୀୟାର ମସ୍ତକ ରମଲୀୟର ପୁତ୍ର। ଯଦି ତୁମ୍ଭେମାନେ ବିଶ୍ୱାସ ନ କରିବ, ତେବେ ସ୍ଥିରୀକୃତ ହେବ ନାହିଁ, ଏହା ନିଶ୍ଚୟ।’”
Orí Efraimu sì ni Samaria, orí Samaria sì ni ọmọ Remaliah. Bí ẹ̀yin kí yóò bá gbàgbọ́, lóòtítọ́, a kì yóò fi ìdí yín múlẹ̀.’”
10 ଏଥିଉତ୍ତାରେ ସଦାପ୍ରଭୁ ଆହସ୍‌କୁ ଆହୁରି କହିଲେ,
Bákan náà Olúwa tún bá Ahasi sọ̀rọ̀,
11 “ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ଏକ ଚିହ୍ନ ମାଗ; ଅଧୋଲୋକରେ କି ଊର୍ଦ୍ଧ୍ୱଲୋକରେ ହେଉ, ମାଗ।” (Sheol h7585)
“Béèrè fún àmì lọ́wọ́ Olúwa Ọlọ́run rẹ, bóyá ní ọ̀gbun tí ó jì jùlọ tàbí àwọn òkè tí ó ga jùlọ.” (Sheol h7585)
12 ମାତ୍ର ଆହସ୍‌ କହିଲା, “ମୁଁ ମାଗିବି ନାହିଁ କି ସଦାପ୍ରଭୁଙ୍କୁ ପରୀକ୍ଷା କରିବି ନାହିଁ।”
Ṣùgbọ́n Ahasi sọ pé, “Èmi kì yóò béèrè; Èmi kò ní dán Olúwa wò.”
13 ଏଥିରେ ସେ କହିଲେ, “ହେ ଦାଉଦର ବଂଶ, ତୁମ୍ଭେମାନେ ଏବେ ଶୁଣ; ମନୁଷ୍ୟର ଧୈର୍ଯ୍ୟକୁ ପରୀକ୍ଷା କରିବାର ତୁମ୍ଭମାନଙ୍କ ପ୍ରତି କ୍ଷୁଦ୍ର ବିଷୟ ବୋଲି କି ତୁମ୍ଭେମାନେ ମୋʼ ପରମେଶ୍ୱରଙ୍କ ଧୈର୍ଯ୍ୟ ମଧ୍ୟ ପରୀକ୍ଷା କରିବ?
Lẹ́yìn náà Isaiah sọ pé, “Gbọ́ ní ìsinsin yìí, ìwọ ilé Dafidi, kò ha tọ́ láti tán ènìyàn ní sùúrù, ìwọ yóò ha tan Ọlọ́run ní sùúrù bí?
14 ଏହେତୁ ପ୍ରଭୁ ଆପେ ତୁମ୍ଭମାନଙ୍କୁ ଏକ ଚିହ୍ନ ଦେବେ; ଦେଖ, ଏକ କନ୍ୟା ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କରିବ ଓ ତାହାର ନାମ ଇମ୍ମାନୁୟେଲ (ଆମ୍ଭମାନଙ୍କ ସହିତ ପରମେଶ୍ୱର) ରଖିବ।
Nítorí náà, Olúwa fúnra ara rẹ̀ ni yóò fún ọ ní àmì kan. Wúńdíá kan yóò lóyún, yóò sì bí ọmọkùnrin kan, yóò sì pe orúkọ rẹ̀ ní Emmanueli.
15 ମନ୍ଦକୁ ଅଗ୍ରାହ୍ୟ ଓ ଭଲକୁ ମନୋନୀତ କରିବାର ଜାଣିବା ବେଳେ ସେ ଦହି ଓ ମଧୁ ଖାଇବ।
Òun yóò jẹ wàrà àti oyin nígbà tí ó bá ní ìmọ̀ tó láti kọ ẹ̀bi àti láti yan rere.
16 କାରଣ ବାଳକ ମନ୍ଦକୁ ଅଗ୍ରାହ୍ୟ ଓ ଭଲକୁ ମନୋନୀତ କରିବାର ଜାଣିବା ପୂର୍ବେ ଯେଉଁ ଦେଶର ଦୁଇ ରାଜାଙ୍କୁ ତୁମ୍ଭେ ଘୃଣା କରୁଅଛ, ସେହି ଦେଶ ପରିତ୍ୟକ୍ତ ହେବ।
Ṣùgbọ́n kí ọ̀dọ́mọkùnrin náà tó mọ bí a ti ń kọ ẹ̀bi àti láti yan rere, ilẹ̀ àwọn ọba méjèèjì tí ń bà ọ́ lẹ́rù wọ̀nyí yóò ti di ahoro.
17 ଇଫ୍ରୟିମ ଯିହୁଦାଠାରୁ ପୃଥକ ହେବା ଦିନଠାରୁ ଯେପ୍ରକାର ସମୟ କେବେ ହୋଇ ନାହିଁ, ସେପ୍ରକାର ସମୟ ସଦାପ୍ରଭୁ ତୁମ୍ଭ ପ୍ରତି ଓ ତୁମ୍ଭ ଲୋକମାନଙ୍କ ପ୍ରତି ଓ ତୁମ୍ଭ ପିତୃବଂଶ ପ୍ରତି ଘଟାଇବେ; ଅର୍ଥାତ୍‍, ଅଶୂରର ରାଜାକୁ ଆଣିବେ।”
Olúwa yóò mú àsìkò mìíràn wá fún ọ àti àwọn ènìyàn rẹ àti lórí ilé baba rẹ irú èyí tí kò sí láti ìgbà tí Efraimu ti yà kúrò ní Juda, yóò sì mú ọba Asiria wá.”
18 ପୁଣି, ସେହି ଦିନ ସଦାପ୍ରଭୁ ମିସର ଦେଶୀୟ ନଦୀସବୁର ପ୍ରାନ୍ତସ୍ଥ ମକ୍ଷିକାର ପ୍ରତି ଓ ଅଶୂର ଦେଶୀୟ ମହୁମାଛି ପ୍ରତି ଶିଷ୍‍ ଦେବେ।
Ní ọjọ́ náà ni Olúwa yóò súfèé pe àwọn eṣinṣin láti àwọn odò tó jìnnà ní Ejibiti wá, àti fún àwọn oyin láti ilẹ̀ Asiria.
19 ତହିଁରେ ସେସମସ୍ତେ ଆସି ଉଚ୍ଛିନ୍ନ ଉପତ୍ୟକାସମୂହରେ ଓ ଶୈଳମାନଙ୍କର ଛିଦ୍ର ସ୍ଥାନରେ ଓ କଣ୍ଟକ ବନରେ ଓ ଚରାଭୂମିସମୂହରେ ବସିବେ।
Gbogbo wọn yóò sì wá dó sí gẹ̀rẹ́gẹ̀rẹ́ òkè àti pàlàpálá òkúta, lára koríko ẹ̀gún àti gbogbo ibi ihò omi.
20 ସେହି ଦିନ ପ୍ରଭୁ ନଦୀର ସେପାରିସ୍ଥ ଭଡ଼ାଟିଆ କ୍ଷୁର ଦ୍ୱାରା, ଅର୍ଥାତ୍‍, ଅଶୂରର ରାଜା ଦ୍ୱାରା ମସ୍ତକ, ପଦର ଲୋମ କ୍ଷୌର କରିବେ ଓ ତଦ୍ଦ୍ୱାରା ଦାଢ଼ି ମଧ୍ୟ ନଷ୍ଟ ହେବ।
Ní ọjọ́ náà, Olúwa yóò lo abẹ fífẹ́lẹ́ tí a yá láti ìkọjá odò Eufurate, ọba Asiria, láti fá irun orí àti ti àwọn ẹsẹ̀ ẹ yín, àti láti mú irùngbọ̀n yín kúrò pẹ̀lú.
21 ସେହି ଦିନ କେହି ଗୋଟିଏ ଯୁବତୀ ଗାଭୀ ଓ ଦୁଇଗୋଟି ମେଷ ପୋଷିଲେ,
Ní ọjọ́ náà, ọkùnrin kan yóò máa sin ọ̀dọ́ abo màlúù kan àti ewúrẹ́ méjì.
22 ସେମାନଙ୍କ ଦତ୍ତ ଦୁଗ୍ଧର ବାହୁଲ୍ୟରେ ସେ ଦହି ଖାଇବ; କାରଣ ଦେଶ ମଧ୍ୟରେ ଅବଶିଷ୍ଟ ସମସ୍ତ ଲୋକ ଦହି ଓ ମଧୁ ଖାଇବେ।
Àti nítorí ọ̀pọ̀lọpọ̀ wàrà tí wọn yóò máa fún un, yóò ní wàràǹkàṣì láti jẹ. Gbogbo àwọn tí ó bá kù ní ilẹ̀ náà yóò jẹ wàràǹkàṣì àti oyin.
23 ଆହୁରି, ଯେଉଁ ଯେଉଁ ସ୍ଥାନରେ ସହସ୍ର ରୌପ୍ୟ ମୁଦ୍ରା ମୂଲ୍ୟର ଦ୍ରାକ୍ଷାଲତା ଥିଲା, ସେହି ଦିନ ସେ ପ୍ରତ୍ୟେକ ସ୍ଥାନ କାନକୋଳି ଓ କଣ୍ଟକ ବୃକ୍ଷମୟ ହେବ।
Ní ọjọ́ náà, ni gbogbo ibi tí àjàrà tí ó tó ẹgbẹ̀rún ṣékélì fàdákà, ẹ̀gún àti ẹ̀wọ̀n nìkan ni yóò wà níbẹ̀.
24 ପୁଣି, ସମୁଦାୟ ଦେଶ କାନକୋଳି ଓ କଣ୍ଟକ ବୃକ୍ଷମୟ ହେବାରୁ ଲୋକେ ତୀର ଓ ଧନୁ ନେଇ ସେସ୍ଥାନକୁ ଯିବେ।
Àwọn ènìyàn yóò máa lọ síbẹ̀ pẹ̀lú ọrun àti ọfà nítorí pé ẹ̀gún àti ẹ̀wọ̀n ni yóò bo gbogbo ilẹ̀ náà.
25 ଆଉ, ଯେସବୁ ପର୍ବତ କୋଡ଼ିରେ ଖୋଳା ହୋଇଥିଲା, ତୁମ୍ଭେ କାନକୋଳି ଓ କଣ୍ଟକ ବନର ଭୟରେ ସେ ସ୍ଥାନକୁ ଗମନ କରିବ ନାହିଁ, ମାତ୍ର ତାହା ବଳଦର ଚରାସ୍ଥାନ ଓ ମେଷର ପାଦ ତଳେ ଦଳିତ ହେବାର ସ୍ଥାନ ହେବ।
Àti ní orí àwọn òkè kéékèèké tí a ti ń fi ọkọ́ ro nígbà kan rí, ẹ kò ní lọ síbẹ̀ mọ́ nítorí ìbẹ̀rù ẹ̀gún àti ẹ̀wọ̀n, wọn yóò di ibi tí a ń da màlúù lọ, àti ibi ìtẹ̀mọ́lẹ̀ fún àwọn àgùntàn kéékèèké.

< ଯିଶାଇୟ 7 >