< ଯିଶାଇୟ 62 >

1 ଯେପର୍ଯ୍ୟନ୍ତ ସିୟୋନର ଧର୍ମ ଦୀପ୍ତିର ନ୍ୟାୟ ଓ ତାହାର ପରିତ୍ରାଣ ଜ୍ୱଳନ୍ତ ପ୍ରଦୀପର ନ୍ୟାୟ ପ୍ରକଟ ନ ହୁଏ, ସେପର୍ଯ୍ୟନ୍ତ ଆମ୍ଭେ ତାହା ନିମନ୍ତେ ନୀରବ ହେବା ନାହିଁ ଓ ଯିରୂଶାଲମ ନିମନ୍ତେ ବିଶ୍ରାମ କରିବା ନାହିଁ।
Nítorí Sioni èmi kì yóò dákẹ́, nítorí i Jerusalẹmu èmi kì yóò sinmi ẹnu, títí tí òdodo rẹ̀ yóò fi tàn bí òwúrọ̀, àti ìgbàlà rẹ̀ bí i fìtílà tí ń jó geere.
2 ପୁଣି, ଅନ୍ୟ ଦେଶୀୟମାନେ ତୁମ୍ଭର ଧର୍ମ ଓ ସକଳ ରାଜା ତୁମ୍ଭର ପ୍ରତାପ ଦେଖିବେ; ଆଉ, ତୁମ୍ଭେ ସଦାପ୍ରଭୁଙ୍କ ମୁଖ ଦ୍ୱାରା ଏକ ନୂତନ ନାମରେ ଖ୍ୟାତ ହେବ।
Àwọn orílẹ̀-èdè yóò rí òdodo rẹ, àti gbogbo ọba ògo rẹ a ó sì máa pè ọ́ ní orúkọ mìíràn èyí tí ẹnu Olúwa yóò fi fún un.
3 ଆହୁରି, ତୁମ୍ଭେ ସଦାପ୍ରଭୁଙ୍କ ହସ୍ତରେ ଗୋଟିଏ ସୁନ୍ଦର ମୁକୁଟ ସ୍ୱରୂପ ଓ ତୁମ୍ଭ ପରମେଶ୍ୱରଙ୍କ ହସ୍ତରେ ଗୋଟିଏ ରାଜକିରୀଟ ସ୍ୱରୂପ ହେବ।
Ìwọ yóò sì jẹ́ adé dídán ní ọwọ́ Olúwa, adé ọba ní ọwọ́ Ọlọ́run rẹ.
4 ତୁମ୍ଭେ ପରିତ୍ୟକ୍ତା ବୋଲି ଆଉ ନାମ ପାଇବ ନାହିଁ, କିଅବା ତୁମ୍ଭର ଦେଶ ଅନାଥା ବୋଲି ଆଉ ଡକାଯିବ ନାହିଁ; ମାତ୍ର ତୁମ୍ଭେ ହିପ୍ସୀବା (ସନ୍ତୋଷଜନିକା) ଓ ତୁମ୍ଭର ଦେଶ ବୀୟଲା (ବିବାହିତା) ନାମରେ ଖ୍ୟାତ ହେବ; କାରଣ ସଦାପ୍ରଭୁ ତୁମ୍ଭଠାରେ ସନ୍ତୋଷ ପାଆନ୍ତି ଓ ତୁମ୍ଭ ଦେଶ ବିବାହିତା ହେବ।
Wọn kì yóò pè ọ́ ní ìkọ̀sílẹ̀ mọ́ tàbí kí wọ́n pe ilẹ̀ rẹ ní ahoro. Ṣùgbọ́n a ó máa pè ọ́ ní Hẹfsiba, àti ilẹ̀ rẹ ní Beula; nítorí Olúwa yóò yọ́nú sí ọ àti ilẹ̀ rẹ ni a ó gbé níyàwó.
5 ଯୁବା ଲୋକ ଯେପରି କୁମାରୀକୁ ବିବାହ କରେ, ସେହିପରି ତୁମ୍ଭର ପୁତ୍ରଗଣ ତୁମ୍ଭକୁ ବିବାହ କରିବେ; ପୁଣି ବର ଯେପରି କନ୍ୟାଠାରେ ଆନନ୍ଦ କରେ, ସେହିପରି ତୁମ୍ଭର ପରମେଶ୍ୱର ତୁମ୍ଭଠାରେ ଆନନ୍ଦ କରିବେ।
Gẹ́gẹ́ bí ọ̀dọ́mọkùnrin tí í gbé ọ̀dọ́mọbìnrin níyàwó, bẹ́ẹ̀ ni àwọn ọmọkùnrin rẹ yóò gbé ọ níyàwó Gẹ́gẹ́ bí ọkọ ìyàwó ṣe é yọ̀ lórí ìyàwó rẹ̀, bẹ́ẹ̀ ni Ọlọ́run rẹ yóò yọ̀ lórí rẹ.
6 ହେ ଯିରୂଶାଲମ, ଆମ୍ଭେ ତୁମ୍ଭ ପ୍ରାଚୀର ଉପରେ ପ୍ରହରୀଗଣ ନିଯୁକ୍ତ କରିଅଛୁ; ସେମାନେ ଦିନ କି ରାତି କଦାପି ନୀରବ ହେବେ ନାହିଁ।
Èmi ti fi olùṣọ́ ránṣẹ́ sórí odi rẹ ìwọ Jerusalẹmu; wọn kì yóò lè dákẹ́ tọ̀sán tòru. Ẹ̀yin tí ń ké pe Olúwa, ẹ má ṣe fúnra yín ní ìsinmi,
7 ହେ ସଦାପ୍ରଭୁଙ୍କୁ ସ୍ମରଣ କରାଇବା ଲୋକମାନେ, ସେ ଯେପର୍ଯ୍ୟନ୍ତ ଯିରୂଶାଲମକୁ ସ୍ଥାପନ ନ କରନ୍ତି ଓ ପୃଥିବୀ ମଧ୍ୟରେ ତାହାକୁ ପ୍ରଶଂସାର ପାତ୍ର ନ କରନ୍ତି, ସେପର୍ଯ୍ୟନ୍ତ ତୁମ୍ଭେମାନେ ବିଶ୍ରାମ କର ନାହିଁ, କି ତାହାଙ୍କୁ ବିଶ୍ରାମ କରିବାକୁ ଦିଅ ନାହିଁ।
àti kí ẹ má ṣe fún òun pẹ̀lú ní ìsinmi títí tí yóò fi fi ìdí Jerusalẹmu múlẹ̀ tí yóò sì fi ṣe ìyìn orí ilẹ̀ ayé.
8 ସଦାପ୍ରଭୁ ଆପଣାର ଡାହାଣ ହସ୍ତ ଓ ବଳବାନ ବାହୁ ଦ୍ୱାରା ଶପଥ କରିଅଛନ୍ତି, ନିଶ୍ଚୟ ଆମ୍ଭେ ତୁମ୍ଭର ଶସ୍ୟ ତୁମ୍ଭ ଶତ୍ରୁଗଣର ଖାଦ୍ୟ ନିମନ୍ତେ ଆଉ ଦେବା ନାହିଁ ଓ ଯହିଁ ନିମନ୍ତେ ତୁମ୍ଭେ ପରିଶ୍ରମ କରିଅଛ, ତୁମ୍ଭର ସେହି ଦ୍ରାକ୍ଷାରସ ବିଦେଶୀମାନେ ଆଉ ପାନ କରିବେ ନାହିଁ।
Olúwa ti búra pẹ̀lú ọwọ́ ọ̀tún rẹ̀ àti nípa agbára apá rẹ: “Èmi kì yóò jẹ́ kí ìyẹ̀fun rẹ di oúnjẹ fún ọ̀tá rẹ bẹ́ẹ̀ ni àwọn àjèjì kì yóò mu wáìnì tuntun rẹ mọ́ èyí tí ìwọ ti ṣe làálàá fún;
9 ମାତ୍ର ଯେଉଁମାନେ ତାହା ସଞ୍ଚୟ କରିଅଛନ୍ତି, ସେମାନେ ତାହା ଭୋଜନ କରି ସଦାପ୍ରଭୁଙ୍କର ପ୍ରଶଂସା କରିବେ ଓ ଯେଉଁମାନେ ତାହା ସଂଗ୍ରହ କରିଅଛନ୍ତି, ସେମାନେ ଆମ୍ଭ ପବିତ୍ର ସ୍ଥାନର ପ୍ରାଙ୍ଗଣ ମଧ୍ୟରେ ତାହା ପାନ କରିବେ।
ṣùgbọ́n àwọn tí ó bá kóórè rẹ̀ ni yóò jẹ ẹ́, tí wọn ó sì yin Olúwa, àti àwọn tí wọ́n bá kó àjàrà jọ ni wọn ó mú un, nínú àgbàlá ilé mímọ́ mi.”
10 ତୁମ୍ଭେମାନେ ଅଗ୍ରସର ହୁଅ, ନଗର-ଦ୍ୱାର ମଧ୍ୟଦେଇ ଅଗ୍ରସର ହୁଅ; ଲୋକମାନଙ୍କର ପଥ ପ୍ରସ୍ତୁତ କର; ଉଚ୍ଚ କର, ରାଜପଥ ଉଚ୍ଚ କର; ପ୍ରସ୍ତରସବୁ ବାହାର କରି ସଂଗ୍ରହ କର; ଗୋଷ୍ଠୀସମୂହ ନିମନ୍ତେ ଏକ ଧ୍ୱଜା ଉଠାଅ।
Ẹ kọjá, ẹ kọjá ní ẹnu ibodè náà! Ẹ tún ọ̀nà ṣe fún àwọn ènìyàn. Ẹ mọ ọ́n sókè, ṣe ojú ọ̀nà òpópó! Ẹ ṣa òkúta kúrò. Ẹ gbé àsíá sókè fún àwọn orílẹ̀-èdè.
11 ଦେଖ, ସଦାପ୍ରଭୁ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଏହା ଘୋଷଣା କରିଅଛନ୍ତି, “ତୁମ୍ଭେମାନେ ସିୟୋନର କନ୍ୟାକୁ କୁହ, ଦେଖ, ତୁମ୍ଭର ପରିତ୍ରାଣ ଆସୁଅଛି, ଦେଖ, ତାହାଙ୍କ ପୁରସ୍କାର ତାହାଙ୍କ ସଙ୍ଗରେ ଅଛି ଓ ତାହାଙ୍କ ପ୍ରତିଦାନ ତାହାଙ୍କ ସମ୍ମୁଖରେ ଅଛି।”
Olúwa ti ṣe ìkéde títí dé òpin ilẹ̀ ayé: “Ẹ sọ fún ọmọbìnrin Sioni pé, ‘Kíyèsi i, Olùgbàlà rẹ ń bọ̀! Kíyèsi i, èrè ń bẹ pẹ̀lú rẹ̀, àti ẹ̀san rẹ̀ pẹ̀lú n tẹ̀lé e lẹ́yìn.’”
12 ପୁଣି, ଲୋକମାନେ ସେମାନଙ୍କୁ ପବିତ୍ର ଲୋକ, ସଦାପ୍ରଭୁଙ୍କର ମୁକ୍ତ ବୋଲି ଡାକିବେ, ଆଉ, ତୁମ୍ଭେ ଅନ୍ୱେଷିତା, ଅପରିତ୍ୟକ୍ତା ନଗରୀ ବୋଲି ଖ୍ୟାତ ହେବ।
A ó sì pè wọ́n ní Ènìyàn Mímọ́, ẹni ìràpadà Olúwa; a ó sì máa pè ọ́ ní ìwákiri, ìlú tí a kì yóò kọ̀sílẹ̀.

< ଯିଶାଇୟ 62 >