< ଯିଶାଇୟ 61 >

1 ପ୍ରଭୁ ସଦାପ୍ରଭୁଙ୍କର ଆତ୍ମା ମୋʼ ଠାରେ ଅଧିଷ୍ଠାନ କରନ୍ତି; କାରଣ ନମ୍ର ଲୋକମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ପାଇଁ ସଦାପ୍ରଭୁ ମୋତେ ଅଭିଷିକ୍ତ କରିଅଛନ୍ତି; ସେ ଭଗ୍ନାନ୍ତଃକରଣ ଲୋକମାନଙ୍କର କ୍ଷତ ବାନ୍ଧିବାକୁ, ବନ୍ଦୀ ଲୋକମାନଙ୍କ ପ୍ରତି ମୁକ୍ତି ଓ କାରାବଦ୍ଧ ଲୋକମାନଙ୍କ ପ୍ରତି କାରାଗାର ମୁକ୍ତ ହେବାର କଥା ପ୍ରଚାର କରିବାକୁ;
Ẹ̀mí Olúwa Olódùmarè wà lára mi nítorí Olúwa ti fi àmì òróró yàn mí láti wàásù ìyìnrere fún àwọn tálákà. Ó ti rán mi láti ṣe àwòtán oníròbìnújẹ́ láti kéde ìdásílẹ̀ fún àwọn ìgbèkùn àti ìtúsílẹ̀ kúrò nínú òkùnkùn fún àwọn ẹlẹ́wọ̀n,
2 ସଦାପ୍ରଭୁଙ୍କର ଗ୍ରାହ୍ୟ ବର୍ଷ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କର ପ୍ରତିଶୋଧର ଦିନ ଘୋଷଣା କରିବାକୁ; ଶୋକାର୍ତ୍ତ ସମସ୍ତଙ୍କୁ ସାନ୍ତ୍ୱନା କରିବାକୁ;
láti kéde ọdún ojúrere Olúwa àti ọjọ́ ẹ̀san ti Ọlọ́run wa, láti tu àwọn tí ń ṣọ̀fọ̀ nínú,
3 ସିୟୋନର ଶୋକାର୍ତ୍ତ ଲୋକମାନଙ୍କ ପାଇଁ ନିରୂପଣ କରିବାକୁ, ଅର୍ଥାତ୍‍, ଭସ୍ମର ପରିବର୍ତ୍ତେ ଭୂଷଣ, ଦୁଃଖର ପରିବର୍ତ୍ତେ ସୁଖରୂପ ତୈଳ, ଅବସନ୍ନ ଆତ୍ମାର ପରିବର୍ତ୍ତେ ପ୍ରଶଂସାରୂପ ବସ୍ତ୍ର ପ୍ରଦାନ କରିବାକୁ ସେ ମୋତେ ପ୍ରେରଣ କରିଅଛନ୍ତି; ତହିଁରେ ସଦାପ୍ରଭୁ ଯେପରି ଗୌରବାନ୍ୱିତ ହେବେ, ଏଥିପାଇଁ ସେମାନେ ଧର୍ମରୂପ ବୃକ୍ଷ ଓ ତାହାଙ୍କର ଉଦ୍ୟାନ ବୋଲି ବିଖ୍ୟାତ ହେବେ।
àti láti pèsè fún àwọn tí inú wọn bàjẹ́ ní Sioni láti dé wọn ládé ẹwà dípò eérú, òróró ayọ̀ dípò ọ̀fọ̀, àti aṣọ ìyìn dípò ìpòrúru ọkàn. A ó sì pè wọ́n ní igi óákù òdodo, irúgbìn Olúwa láti fi ọláńlá rẹ̀ hàn.
4 ପୁଣି, ସେମାନେ ପୁରାତନ ଧ୍ୱଂସିତ ସ୍ଥାନସବୁ ନିର୍ମାଣ କରିବେ, ପୂର୍ବକାଳର ନଷ୍ଟ ସ୍ଥାନସବୁ ଉଠାଇବେ, ଆଉ ସେମାନେ ଧ୍ୱଂସିତ ଓ ଅନେକ ପୁରୁଷ ପରମ୍ପରାର ନଷ୍ଟ ନଗରସକଳ ନୂତନ କରିବେ।
Wọn yóò tún àwọn ahoro àtijọ́ kọ́ wọn yóò sì mú àwọn ibi ìparun àtijọ́-tijọ́ náà bọ̀ sípò; wọn yóò jí àwọn ahoro ìlú náà padà tí a ti parun láti ìrandíran sẹ́yìn.
5 ପୁଣି, ଅପରିଚିତ ଲୋକମାନେ ତୁମ୍ଭମାନଙ୍କର ପଲ ଚରାଇବା ପାଇଁ ଠିଆ ହେବେ ଓ ବିଦେଶୀୟମାନେ ତୁମ୍ଭମାନଙ୍କର ଶସ୍ୟକ୍ଷେତ୍ରର ଓ ଦ୍ରାକ୍ଷାକ୍ଷେତ୍ରର କୃଷକ ହେବେ।
Àwọn àjèjì ni yóò máa da ọ̀wọ́ ẹran rẹ; àwọn àlejò yóò sì ṣiṣẹ́ nínú oko àti ọgbà àjàrà rẹ.
6 ମାତ୍ର ତୁମ୍ଭେମାନେ ସଦାପ୍ରଭୁଙ୍କର ଯାଜକ ବୋଲି ବିଖ୍ୟାତ ହେବ; ଲୋକମାନେ ତୁମ୍ଭମାନଙ୍କୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପରିଚାରକ ବୋଲି ଡାକିବେ; ତୁମ୍ଭେମାନେ ଅନ୍ୟ ଦେଶୀୟମାନଙ୍କ ସମ୍ପତ୍ତି ଭୋଗ କରିବ ଓ ସେମାନଙ୍କ ଐଶ୍ୱର୍ଯ୍ୟରେ ତୁମ୍ଭେମାନେ ଦର୍ପ କରିବ।
A ó sì máa pè yín ní àlùfáà Olúwa, a ó pè yín ní ìránṣẹ́ Ọlọ́run wa. Ẹ ó máa jẹ nínú ọrọ̀ àwọn orílẹ̀-èdè àti nínú ọrọ̀ wọn ni ẹ̀yin yóò máa ṣògo.
7 ତୁମ୍ଭେମାନେ ଲଜ୍ଜାର ପରିବର୍ତ୍ତେ ଦୁଇଗୁଣ ସମ୍ମାନ ପାଇବ; ପୁଣି, ଅପମାନର ପରିବର୍ତ୍ତେ ସେମାନେ ଆପଣା ଆପଣା ଅଧିକାରରେ ଆନନ୍ଦ କରିବେ; ଏନିମନ୍ତେ ସେମାନେ ଆପଣାମାନଙ୍କ ଦେଶରେ ଦୁଇଗୁଣ ଅଂଶ ପାଇବେ; ସେମାନଙ୍କର ଅନନ୍ତକାଳସ୍ଥାୟୀ ଆହ୍ଲାଦ ହେବ।
Dípò àbùkù wọn àwọn ènìyàn mi yóò gba ìlọ́po méjì, àti dípò àbùkù wọn wọn yóò yọ̀ nínú ìní wọn; bẹ́ẹ̀ ni wọn yóò sì jogún ìlọ́po méjì ní ilẹ̀ wọn, ayọ̀ ayérayé yóò sì jẹ́ tiwọn.
8 କାରଣ ଆମ୍ଭେ ସଦାପ୍ରଭୁ ନ୍ୟାୟବିଚାର ଭଲ ପାଉ, ଆମ୍ଭେ ଅଧର୍ମଯୁକ୍ତ ଅପହରଣ ଘୃଣା କରୁ; ଆଉ, ଆମ୍ଭେ ସତ୍ୟରେ ସେମାନଙ୍କୁ ପ୍ରତିଫଳ ଦେବା ଓ ସେମାନଙ୍କ ସହିତ ଅନନ୍ତକାଳସ୍ଥାୟୀ ଏକ ନିୟମ କରିବା।
“Nítorí Èmi, Olúwa fẹ́ràn ìdájọ́ òdodo; mo kórìíra olè jíjà àti ẹ̀ṣẹ̀. Ní òtítọ́ mi èmi yóò sẹ̀san fún wọn èmi yóò sì dá májẹ̀mú ayérayé pẹ̀lú wọn.
9 ପୁଣି, ସେମାନଙ୍କ ବଂଶ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ଓ ସେମାନଙ୍କ ସନ୍ତାନଗଣ ଗୋଷ୍ଠୀସମୂହର ମଧ୍ୟରେ ବିଖ୍ୟାତ ହେବେ; ସେମାନେ ସଦାପ୍ରଭୁଙ୍କର ଆଶୀର୍ବାଦ ପ୍ରାପ୍ତ ବଂଶ ବୋଲି ସେମାନଙ୍କୁ ଦେଖିବା ଲୋକ ସମସ୍ତେ ସ୍ୱୀକାର କରିବେ।
A ó mọ ìrandíran wọn láàrín àwọn orílẹ̀-èdè àti àwọn ìran wọn láàrín àwọn ènìyàn. Gbogbo àwọn tí ó bá rí wọn yóò mọ̀ pé wọ́n jẹ́ àwọn ènìyàn tí Olúwa ti bùkún.”
10 ମୁଁ ସଦାପ୍ରଭୁଙ୍କଠାରେ ଅତିଶୟ ଆନନ୍ଦ କରିବି; ମୋର ପ୍ରାଣ ମୋʼ ପରମେଶ୍ୱରଙ୍କଠାରେ ଉଲ୍ଲସିତ ହେବ; କାରଣ ବର ଯେପରି ଭୂଷଣରେ ଆପଣାକୁ ଭୂଷିତ କରେ ଓ କନ୍ୟା ଯେପରି ଆପଣା ରତ୍ନରେ ଆପଣାକୁ ଭୂଷିତା କରେ, ସେହିପରି ସେ ପରିତ୍ରାଣରୂପ ବସ୍ତ୍ରରେ ମୋତେ ବସ୍ତ୍ରାନ୍ୱିତ କରିଅଛନ୍ତି ଓ ଧର୍ମରୂପ ରାଜବସ୍ତ୍ରରେ ମୋତେ ଆଚ୍ଛାଦିତ କରିଅଛନ୍ତି।
Èmi yọ̀ gidigidi nínú Olúwa; ọkàn mi yọ̀ nínú Ọlọ́run mi. Nítorí ó ti wọ̀ mí ní aṣọ ìgbàlà ó sì ṣe mí lọ́ṣọ̀ọ́ nínú aṣọ òdodo; gẹ́gẹ́ bí ọkọ ìyàwó ti ṣe orí rẹ̀ lọ́ṣọ̀ọ́ bí àlùfáà, àti bí ìyàwó ṣe ń ṣe ara rẹ̀ lọ́ṣọ̀ọ́ pẹ̀lú ohun ọ̀ṣọ́.
11 କାରଣ ଭୂମି ଯେପରି ଆପଣା ଅଙ୍କୁର ବାହାର କରେ ଓ ଉଦ୍ୟାନ ଯେପରି ଆପଣା ମଧ୍ୟରେ ବୁଣାଯିବା ପଦାର୍ଥସବୁ ଅଙ୍କୁରିତ କରେ, ସେହିପରି ପ୍ରଭୁ ସଦାପ୍ରଭୁ ସମଗ୍ର ଦେଶୀୟମାନଙ୍କ ସାକ୍ଷାତରେ ଧର୍ମ ଓ ପ୍ରଶଂସା ଅଙ୍କୁରିତ କରିବେ।
Gẹ́gẹ́ bí ilẹ̀ ti í mú irúgbìn jáde àti bí ọgbà ṣe ń mú irúgbìn dàgbà, bẹ́ẹ̀ ni Olúwa Olódùmarè yóò ṣe mú òdodo àti ìyìn kí ó ru sókè níwájú gbogbo orílẹ̀-èdè.

< ଯିଶାଇୟ 61 >