< ଯିଶାଇୟ 59 >

1 ଦେଖ, ସଦାପ୍ରଭୁଙ୍କର ହସ୍ତ ଛୋଟ ହୋଇଯାଇ ନାହିଁ ଯେ, ତାହା ପରିତ୍ରାଣ କରି ନ ପାରେ, କିଅବା ତାହାଙ୍କର କର୍ଣ୍ଣ ଭାରୀ ହୋଇ ନାହିଁ, ଯେ ତାହା ଶୁଣି ନ ପାରେ।
Don't you see? The Lord's arm isn't too weak to save you, and his ear isn't too deaf to hear you!
2 ମାତ୍ର ତୁମ୍ଭମାନଙ୍କର ଅପରାଧସବୁ, ତୁମ୍ଭମାନଙ୍କର ଓ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ମଧ୍ୟରେ ବିଚ୍ଛେଦ ଘଟାଇଅଛି ଓ ତୁମ୍ଭମାନଙ୍କର ପାପସବୁ ତୁମ୍ଭମାନଙ୍କଠାରୁ ତାହାଙ୍କ ମୁଖ ଲୁଚାଇଅଛି, ଏଥିପାଇଁ ସେ ଶୁଣିବେ ନାହିଁ।
It's your guilt that has created a barrier between you and your God; your sins have hidden his face from you so he can't hear you.
3 କାରଣ ତୁମ୍ଭମାନଙ୍କର ହସ୍ତ ରକ୍ତରେ ଓ ତୁମ୍ଭେମାନେ ମିଥ୍ୟା କହିଅଛ, ଓ ତୁମ୍ଭମାନଙ୍କର ଜିହ୍ୱା ଦୁଷ୍ଟତା ବକେ;
Your hands are covered in blood and your fingers tainted with guilt, your lips speak lies and your mouth whispers evil things.
4 କେହି ନ୍ୟାୟରେ ଗୁହାରି ଶୁଣେ ନାହିଁ ଓ କେହି ସତ୍ୟରେ ପ୍ରତିବାଦ କରେ ନାହିଁ; ସେମାନେ ଅସାରତାରେ ନିର୍ଭର କରନ୍ତି ଓ ମିଥ୍ୟା କଥା କହନ୍ତି; ସେମାନେ ଅନିଷ୍ଟକୁ ଗର୍ଭରେ ଧାରଣ କରନ୍ତି ଓ ଅପରାଧ ପ୍ରସବ କରନ୍ତି।
Nobody wants justice, nobody pleads their case with honesty. They rely on false testimony, and tell lies. They conceive evil plans, and give birth to trouble.
5 ସେମାନେ କାଳସର୍ପର ଡିମ୍ବ ଫୁଟାନ୍ତି ଓ ମାକଡ଼ସାର ଜାଲ ବୁଣନ୍ତି; ଯେ ସେମାନଙ୍କର ଡିମ୍ବ ଖାଏ, ସେ ମରେ, ଆଉ ତାହା ଦଳିତ ହେଲେ ତହିଁରୁ କାଳସର୍ପ ବାହାର ହୁଏ।
They hatch viper's eggs, and weave a spider's web. If you eat their eggs you'll die; if you crush their eggs you'll only hatch snakes.
6 ସେମାନଙ୍କର ଜାଲ ବସ୍ତ୍ର ହେବ ନାହିଁ, କିଅବା ସେମାନେ ଆପଣା କର୍ମରେ ଆପଣାମାନଙ୍କୁ ଆଚ୍ଛାଦନ କରିବେ ନାହିଁ; ସେମାନଙ୍କର କର୍ମସବୁ ଅଧର୍ମର କର୍ମ ଓ ସେମାନଙ୍କ ହସ୍ତରେ ଦୌରାତ୍ମ୍ୟର କାର୍ଯ୍ୟ ଥାଏ।
Their webs can't be made into clothes; they can't cover themselves by what they produce. What they do is wicked; they use their hands to commit violence.
7 ସେମାନଙ୍କର ଚରଣ ଦୁଷ୍କର୍ମର ଆଡ଼େ ଦୌଡ଼େ ଓ ସେମାନେ ନିର୍ଦ୍ଦୋଷର ରକ୍ତପାତ କରିବାକୁ ବେଗଗାମୀ ହୁଅନ୍ତି; ସେମାନଙ୍କର ଚିନ୍ତାସବୁ ଅଧର୍ମର ଚିନ୍ତା; ସେମାନଙ୍କ ପଥରେ ଉଚ୍ଛିନ୍ନତା ଓ ବିନାଶ ଥାଏ।
They run to do evil; they're quick to murder innocent people. Their minds are full of sinful thoughts; they only cause havoc and destruction.
8 ଶାନ୍ତିର ବାଟ ସେମାନେ ଜାଣନ୍ତି ନାହିଁ ଓ ସେମାନଙ୍କ ମାର୍ଗରେ କୌଣସି ବିଚାର ନାହିଁ; ସେମାନେ ଆପଣାମାନଙ୍କ ପାଇଁ ବକ୍ର ପଥ କରିଅଛନ୍ତି; ଯେକେହି ତହିଁରେ ଗମନ କରେ, ସେ ଶାନ୍ତି ଜାଣେ ନାହିଁ।
They don't know how to live in peace; they're not straight and fair with others. Their way is totally crooked, and anyone who follows them won't experience any peace.
9 ଏନିମନ୍ତେ ବିଚାର ଆମ୍ଭମାନଙ୍କଠାରୁ ଦୂରରେ ଥାଏ, ଧାର୍ମିକତା ଆମ୍ଭମାନଙ୍କ ସଙ୍ଗ ଧରେ ନାହିଁ; ଆମ୍ଭେମାନେ ଦୀପ୍ତି ପାଇଁ ଅପେକ୍ଷା କରୁ, ମାତ୍ର ଦେଖ, ଅନ୍ଧକାର; ଆଲୁଅର ଅପେକ୍ଷା କରୁ, ମାତ୍ର ଆମ୍ଭେମାନେ ଅନ୍ଧାରରେ ଭ୍ରମଣ କରୁ।
So that's why we don't have justice, and we don't do what's right. We look for the light, but only find the dark; we look for bright light, but we walk in deep darkness.
10 ଆମ୍ଭେମାନେ ଅନ୍ଧ ଲୋକ ପରି କାନ୍ଥ ପାଇଁ ଦରାଣ୍ଡି ହେଉ, ହଁ, ଚକ୍ଷୁହୀନ ଲୋକମାନଙ୍କ ପରି ଆମ୍ଭେମାନେ ଦରାଣ୍ଡି ହେଉ; ଆମ୍ଭେମାନେ ସନ୍ଧ୍ୟାବେଳ ପରି ମଧ୍ୟାହ୍ନ କାଳରେ ଝୁଣ୍ଟି ପଡ଼ୁ; ଆମ୍ଭେମାନେ ହୃଷ୍ଟପୁଷ୍ଟ ଲୋକଙ୍କ ମଧ୍ୟରେ ମୃତ ଲୋକଙ୍କ ପରି ଅଛୁ।
We grope like blind people along a wall, feeling with our hands as if we have no eyes. We stumble at noon as if it were the evening. Among those who are full of life, we are like the dead.
11 ଆମ୍ଭେ ସମସ୍ତେ ଭଲ୍ଲୁକର ନ୍ୟାୟ ଗର୍ଜ୍ଜନ କରୁ ଓ ଘୁଘୁ ପରି ଅତିଶୟ ବିଳାପ କରୁ; ଆମ୍ଭେମାନେ ବିଚାରର ଅପେକ୍ଷା କରୁ, ମାତ୍ର ତାହା ନାହିଁ; ପରିତ୍ରାଣର ଅପେକ୍ଷା କରୁ, ମାତ୍ର ତାହା ଆମ୍ଭମାନଙ୍କଠାରୁ ଦୂରରେ ଅଛି।
All of us growl like bears and coo like doves as we wait for justice to be done, but it never happens; we wait for salvation, but never receive it.
12 କାରଣ ତୁମ୍ଭ ସାକ୍ଷାତରେ ଆମ୍ଭମାନଙ୍କର ଅଧର୍ମ ବୃଦ୍ଧି ପାଇଅଛି ଓ ଆମ୍ଭମାନଙ୍କର ପାପ ଆମ୍ଭମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେଉଅଛି; ଯେହେତୁ ଆମ୍ଭମାନଙ୍କର ଅଧର୍ମସବୁ ଆମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି ଓ ଆମ୍ଭମାନଙ୍କର ଅପରାଧସବୁ ଆମ୍ଭେମାନେ ତ ଜାଣୁ;
You are aware of all our rebellious acts; our sins witness against us. Yes, we acknowledge our rebellious acts; we know all about our sins.
13 ତାହା ଅପରାଧ ଓ ସଦାପ୍ରଭୁଙ୍କୁ ଅସ୍ୱୀକାର କରିବା ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପଶ୍ଚାଦ୍‍ଗମନରୁ ବିମୁଖ ହେବା, ଉପଦ୍ରବ ଓ ରାଜଦ୍ରୋହର କଥା କହିବା, ମିଥ୍ୟା କଥା ଧାରଣ କରି ଅନ୍ତଃକରଣରୁ ବାହାର କରିବାର ଅଟେ।
We have disobeyed and denied you, Lord; we have turned our backs on our God. We have encouraged oppression and rebellion, telling lies we've carefully thought out.
14 ଏଥିପାଇଁ ବିଚାର ପଛକୁ ହଟି ଯାଇଅଛି ଓ ଧର୍ମ ଦୂରରେ ଠିଆ ହେଉଅଛି; ଛକସ୍ଥାନରେ ସତ୍ୟତାର ପତନ ହୋଇଅଛି ଓ ସରଳତା ପ୍ରବେଶ କରି ପାରୁ ନାହିଁ।
Justice is rejected, and doing right never happens. Truth falls down in the street, and honesty is banned.
15 ହଁ, ସତ୍ୟତାର ଅଭାବ ହୋଇଅଛି ଓ ଯେ ଦୁଷ୍କର୍ମ ତ୍ୟାଗ କରେ, ସେ ଆପଣାକୁ ଲୁଟିତ ସ୍ୱରୂପ କରେ; ପୁଣି, ସଦାପ୍ରଭୁ ଏହା ଦେଖିଲେ: ଆଉ, ନ୍ୟାୟବିଚାର ନ ଥିବାରୁ ଅସନ୍ତୁଷ୍ଟ ହେଲେ।
There's no truth anywhere, and anyone who does give up evil is robbed. The Lord saw what was going on, and was upset that there was no justice.
16 ଆହୁରି, ସେ ଦେଖିଲେ ଯେ, କୌଣସି ପୁରୁଷ ବର୍ତ୍ତମାନ ନାହିଁ, ପୁଣି ମଧ୍ୟସ୍ଥ କେହି ନାହିଁ ବୋଲି ଚମତ୍କୃତ ହେଲେ; ଏହେତୁ ତାହାଙ୍କର ନିଜ ବାହୁ ତାହାଙ୍କ ନିମନ୍ତେ ପରିତ୍ରାଣ ସାଧନ କଲା ଓ ତାହାଙ୍କର ଧାର୍ମିକତା ହିଁ ତାହାଙ୍କୁ ଧରି ରଖିଲା।
He looked around, and he was appalled to find there was no one who would do anything about it, so he intervened himself, and his sense of what was right kept him going.
17 ପୁଣି, ସେ ବୁକୁପଟା ରୂପେ ଧାର୍ମିକତା ଓ ପରିତ୍ରାଣର ଟୋପର ଆପଣାର ମସ୍ତକରେ ପିନ୍ଧିଲେ; ଆଉ, ସେ ପ୍ରତିଶୋଧରୂପ ବସ୍ତ୍ର ପରିଧାନ କଲେ ଓ ଉତ୍ତରୀୟ ବସ୍ତ୍ରରୂପେ ଉଦ୍‍ଯୋଗରୂପ ବସ୍ତ୍ର ପିନ୍ଧିଲେ।
He put on integrity as a breastplate, and a helmet of salvation on his head. He put on clothes of vengeance and wrapped himself with determination as a cloak.
18 ସେମାନଙ୍କର କର୍ମ ପ୍ରମାଣେ ସେ ଆପଣା ବିପକ୍ଷମାନଙ୍କୁ ପ୍ରଚଣ୍ଡ କୋପରୂପ ପ୍ରତିଦାନ ଓ ଆପଣା ଶତ୍ରୁମାନଙ୍କୁ ପ୍ରତିଫଳ ଦେବେ; ଦ୍ୱୀପସମୂହକୁ ପ୍ରତିଫଳ ଦାନ କରିବେ।
He will repay everyone for what they've done: fury to his enemies, revenge to those who oppose him, payback to the distant lands.
19 ତହିଁରେ ଲୋକମାନେ ପଶ୍ଚିମ ଦିଗରୁ ସଦାପ୍ରଭୁଙ୍କ ନାମକୁ ଓ ସୂର୍ଯ୍ୟୋଦୟ ସ୍ଥାନରୁ ଲୋକମାନେ ତାହାଙ୍କର ପ୍ରତାପକୁ ଭୟ କରିବେ; କାରଣ ସଦାପ୍ରଭୁଙ୍କ ନିଃଶ୍ୱାସରେ ଚାଳିତ ପ୍ରବଳ ସ୍ରୋତ ପରି ଶତ୍ରୁ ମାଡ଼ି ଆସିବ।
Those in the west will be in awe of the Lord, and those in the east will be amazed at his glory, for he will arrive like a raging flood, driven by the Spirit of the Lord.
20 ପୁଣି, ସଦାପ୍ରଭୁ କହନ୍ତି, “ସିୟୋନକୁ ଓ ଯାକୁବ ମଧ୍ୟରେ ଯେଉଁମାନେ ଅଧର୍ମରୁ ଫେରନ୍ତି, ସେମାନଙ୍କ ନିକଟକୁ ଏକ ମୁକ୍ତିଦାତା ଆସିବେ।”
The Redeemer will come to Zion, to Jacob's descendants who turn from their sins, declares the Lord.
21 ନିଜ ବିଷୟରେ ସଦାପ୍ରଭୁ କହନ୍ତି, “ସେମାନଙ୍କ ସହିତ ଆମ୍ଭର ନିୟମ ଏହି, ଆମ୍ଭର ଯେଉଁ ଆତ୍ମା ତୁମ୍ଭ ଉପରେ ଅଧିଷ୍ଠାନ କରନ୍ତି ଓ ଆମ୍ଭର ଯେସକଳ ବାକ୍ୟ ଆମ୍ଭେ ତୁମ୍ଭ ମୁଖରେ ରଖିଅଛୁ, ତାହା ତୁମ୍ଭ ମୁଖରୁ ଓ ତୁମ୍ଭ ବଂଶ ମୁଖରୁ ଓ ତୁମ୍ଭ ବଂଶୋତ୍ପନ୍ନ ବଂଶର ମୁଖରୁ ଆଜିଠାରୁ ଅନନ୍ତକାଳ ପର୍ଯ୍ୟନ୍ତ ଦୂର କରାଯିବ ନାହିଁ,” ଏହା ସଦାପ୍ରଭୁ କହନ୍ତି।
This is my agreement with them, says the Lord. My Spirit, who is upon you, won't leave you, and my words that I have given you to speak will always be on your lips, on the lips of your children, and on the lips of your descendants, from now until forever, says the Lord.

< ଯିଶାଇୟ 59 >