< ଯିଶାଇୟ 56 >

1 ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ନ୍ୟାୟବିଚାର ପାଳନ କର; ଧର୍ମକର୍ମ କର; କାରଣ ଆମ୍ଭର ପରିତ୍ରାଣର ଆଗମନ ଓ ଆମ୍ଭ ଧର୍ମର ପ୍ରକାଶ ସନ୍ନିକଟ।
Сия глаголет Господь: сохраните суд и сотворите правду, приближися бо спасение Мое приити и милость Моя открытися.
2 ଯେଉଁ ମନୁଷ୍ୟ ଏହା କରେ ଓ ଯେଉଁ ମନୁଷ୍ୟ-ସନ୍ତାନ ଏହା ଦୃଢ଼ ରୂପେ ଅବଲମ୍ବନ କରେ; ଯେ ବିଶ୍ରାମବାର ପାଳନ କରି ତାହା ଅଶୁଚି ନ କରେ ଓ ସବୁ ପ୍ରକାର କୁକର୍ମରୁ ଆପଣା ହସ୍ତକୁ ନିବାରଣ କରେ, ସେ ଧନ୍ୟ।”
Блажен муж творяй сия, и человек держайся их, и храняй субботы не оскверняти, и блюдый руце свои не творити неправды.
3 “ନିଶ୍ଚୟ ସଦାପ୍ରଭୁ ଆପଣା ଲୋକମାନଙ୍କଠାରୁ ମୋତେ ପୃଥକ କରିବେ,” ଏହା ସଦାପ୍ରଭୁଙ୍କଠାରେ ଆସକ୍ତ ବିଦେଶୀ ଲୋକ ନ କହୁ; ଅଥବା “ଦେଖ, ମୁଁ ଗୋଟିଏ ଶୁଷ୍କ ବୃକ୍ଷ, ଏହା ନପୁଂସକ ନ କହୁ।”
Да не глаголет иноплеменник приложивыйся ко Господеви: еда отлучит мя Господь от людий Своих? И да не глаголет каженик, яко аз есмь древо сухо.
4 କାରଣ, ନପୁଂସକମାନଙ୍କ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି, “ଯେଉଁମାନେ ଆମ୍ଭର ବିଶ୍ରାମବାର ପାଳନ କରନ୍ତି ଓ ଆମ୍ଭର ତୁଷ୍ଟିକର ବିଷୟ ମନୋନୀତ କରନ୍ତି ଓ ଆମ୍ଭର ନିୟମ ଅବଲମ୍ବନ କରନ୍ତି;”
Сия глаголет Господь кажеником: елицы сохранят субботы Моя и изберут яже Аз хощу и содержат завет Мой,
5 “ସେମାନଙ୍କୁ ଆମ୍ଭେ ଆମ୍ଭ ଗୃହ ମଧ୍ୟରେ ଓ ଆମ୍ଭ ପ୍ରାଚୀର ଭିତରେ ପୁତ୍ରକନ୍ୟା ଅପେକ୍ଷା ଉତ୍ତମ ସ୍ମରଣାର୍ଥକ ସ୍ତମ୍ଭ ଓ ନାମ ଦେବା; ଆମ୍ଭେ ସେମାନଙ୍କୁ ଅନନ୍ତକାଳସ୍ଥାୟୀ ନାମ ଦେବା, ତାହା କଟା ହେବ ନାହିଁ।
дам им в дому Моем и во ограде Моей место именито, лучшее от сынов и дщерей, имя вечно дам им, и не оскудеет:
6 ଆହୁରି, ଯେଉଁ ବିଦେଶୀୟମାନେ ସଦାପ୍ରଭୁଙ୍କର ପରିଚର୍ଯ୍ୟା କରିବା ପାଇଁ ଓ ସଦାପ୍ରଭୁଙ୍କ ନାମକୁ ପ୍ରେମ କରିବା ପାଇଁ ଓ ତାହାଙ୍କର ଦାସ ହେବା ନିମନ୍ତେ ସଦାପ୍ରଭୁଙ୍କଠାରେ ଆସକ୍ତ ହୁଅନ୍ତି, ଅର୍ଥାତ୍‍, ଯେଉଁମାନେ ବିଶ୍ରାମବାର ପାଳନ କରି ତାହା ଅଶୁଚି ନ କରନ୍ତି ଓ ଆମ୍ଭର ନିୟମ ଅବଲମ୍ବନ କରନ୍ତି;
и иноплеменником приложившымся Господеви работати Ему и любити имя Господне, еже быти Ему в рабы и рабыни, и вся снабдящыя субботы Моя не оскверняти и держащыя завет Мой,
7 ସେହି ସମସ୍ତଙ୍କୁ ଆମ୍ଭେ ଆପଣା ପବିତ୍ର ପର୍ବତକୁ ଆଣିବା ଓ ଆମ୍ଭର ପ୍ରାର୍ଥନାଗୃହରେ ସେମାନଙ୍କୁ ଆନନ୍ଦିତ କରିବା; ସେମାନଙ୍କର ହୋମବଳି ଓ ପ୍ରାୟଶ୍ଚିତ୍ତ ବଳିସବୁ ଆମ୍ଭ ଯଜ୍ଞବେଦି ଉପରେ ଗ୍ରାହ୍ୟ ହେବ; କାରଣ ଆମ୍ଭର ଗୃହ ସର୍ବଗୋଷ୍ଠୀୟ ଲୋକଙ୍କର ପ୍ରାର୍ଥନାଗୃହ ବୋଲି ବିଖ୍ୟାତ ହେବ।
введу я в гору святую Мою и возвеселю я в дому молитвы Моея: всесожжения их и жертвы их будут приятны на требнице Моем: дом бо Мой дом молитвы наречется всем языком,
8 ଯେ ଇସ୍ରାଏଲର ଦୂରୀକୃତ ଲୋକଙ୍କୁ ସଂଗ୍ରହ କରନ୍ତି, ସେହି ପ୍ରଭୁ, ସଦାପ୍ରଭୁ କହନ୍ତି, ତାହାର ସଂଗୃହୀତ ନିଜ ଲୋକ ଛଡ଼ା ଆମ୍ଭେ ଅନ୍ୟ ଲୋକମାନଙ୍କୁ ତାହା ନିକଟରେ ସଂଗ୍ରହ କରିବା।”
глаголет Господь, собираяй разсеяныя Израилевы, яко соберу к нему собор.
9 ହେ କ୍ଷେତ୍ରସ୍ଥ ପଶୁସବୁ, ହେ ବନସ୍ଥ ସମସ୍ତ ପଶୁ, ତୁମ୍ଭେମାନେ ଗ୍ରାସ କରିବାକୁ ଆସ।
Вси зверие дивии, приидите, ядите, вси зверие дубравнии.
10 ତାହାର ପ୍ରହରୀଗଣ ଅନ୍ଧ, ସେମାନେ ସମସ୍ତେ ଜ୍ଞାନହୀନ; ସେସମସ୍ତେ ଘୁଙ୍ଗା କୁକ୍କୁର, ସେମାନେ ଭୁକି ପାରନ୍ତି ନାହିଁ; ସେମାନେ ସ୍ୱପ୍ନଦର୍ଶୀ, ନିଦ୍ରାଳୁ, ଢୁଳାଇବାକୁ ଭଲ ପାʼନ୍ତି।
Видите, яко вси ослепоша, не разумеша смыслити, вси пси немии не возмогут лаяти, видяще сны на ложи, любяще дремати,
11 ଆହୁରି, ସେହି କୁକ୍କୁରମାନେ ପେଟୁକ, ସେମାନେ କେବେ ତୃପ୍ତ ନୁହନ୍ତି; ଆଉ, ଏମାନେ ବିବେଚନାଶକ୍ତି ଶୂନ୍ୟ ପାଳକ; ସେସମସ୍ତେ ଚାରିଆଡ଼ରୁ ଆପଣା ଆପଣା ଲାଭ ଚେଷ୍ଟାରେ ଆପଣା ଆପଣା ବାଟ ଆଡ଼େ ଫେରିଅଛନ୍ତି।
и пси безстуднии душею, не ведяще сытости: и суть лукави, не ведяще смысла, вси путем своим последоваша, кийждо уклонишася в лихоимство свое, от перваго и до последняго.
12 ପ୍ରତ୍ୟେକେ କହନ୍ତି, “ଆସ, ଆମ୍ଭେ ଦ୍ରାକ୍ଷାରସ ଆଣିବା ଓ ଆମ୍ଭେମାନେ ସୁରାପାନରେ ମତ୍ତ ହେବା; ପୁଣି, ଯେପରି ଆଜି, ସେହିପରି କାଲି ହେବ, ତାହା ଅପରିମିତ ମହାଦିନ ହେବ।”
Приидите, да возмем вино и наполнимся пиянства, и будет яко днесь, тако и заутра, и много множае.

< ଯିଶାଇୟ 56 >