< ଯିଶାଇୟ 52 >

1 ହେ ସିୟୋନ, ଜାଗ, ଜାଗ, ଆପଣା ବଳ ପରିଧାନ କର; ହେ ପବିତ୍ର ନଗରୀ ଯିରୂଶାଲମ, ତୁମ୍ଭେ ଆପଣା ସୁନ୍ଦର ବସ୍ତ୍ରସବୁ ପିନ୍ଧ; କାରଣ ଏହି ସମୟଠାରୁ ତୁମ୍ଭ ମଧ୍ୟକୁ ଅସୁନ୍ନତ ଅବା ଅଶୁଚି ଲୋକ ଆଉ ଆସିବ ନାହିଁ।
Jí, jí, ìwọ Sioni, wọ ara rẹ ní agbára. Gbé aṣọ ògo rẹ wọ̀, ìwọ Jerusalẹmu, ìlú mímọ́ n nì. Àwọn aláìkọlà àti aláìmọ́ kì yóò wọ inú rẹ mọ́.
2 ତୁମ୍ଭେ ଆପଣା ଦେହର ଧୂଳି ଝାଡ଼ି ଦିଅ; ହେ ଯିରୂଶାଲମ, ଉଠ, ଆସନରେ ବସ; ଆଗୋ ସିୟୋନର ବନ୍ଦୀ କନ୍ୟେ, ଆପଣା ଗଳାର ବନ୍ଧନସବୁ ଫିଟାଇ ପକାଅ।
Gbọn eruku rẹ kúrò; dìde sókè, kí o sì gúnwà, ìwọ Jerusalẹmu. Bọ́ ẹ̀wọ̀n tí ń bẹ lọ́rùn rẹ kúrò, ìwọ ọ̀dọ́mọbìnrin ìgbèkùn Sioni.
3 କାରଣ ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ବିନାମୂଲ୍ୟରେ ବିକ୍ରୀତ ହୋଇଥିଲ, ଆଉ ବିନାମୂଲ୍ୟରେ ମୁକ୍ତ କରାଯିବ।
Nítorí èyí ni ohun tí Olúwa wí, “Ọ̀fẹ́ ni a tà ọ́, láìsanwó ni a ó sì rà ọ́ padà.”
4 କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭର ଲୋକମାନେ ପ୍ରଥମରେ ପ୍ରବାସ କରିବା ପାଇଁ ମିସରକୁ ଗଲେ; ପୁଣି, ଅଶୂରୀୟ ଅକାରଣରେ ସେମାନଙ୍କ ପ୍ରତି ଦୌରାତ୍ମ୍ୟ କଲା।
Nítorí èyí ni ohun tí Olúwa Olódùmarè wí. “Ní ìgbà àkọ́kọ́ àwọn ènìyàn mi sọ̀kalẹ̀ lọ sí Ejibiti láti gbé; láìpẹ́ ni Asiria pọ́n wọn lójú.
5 ଏହେତୁ ସଦାପ୍ରଭୁ କହନ୍ତି, ଆମ୍ଭର ଲୋକମାନେ ତ ଅକାରଣରେ ନିଆଯାଉଅଛନ୍ତି, ଆମ୍ଭେ ଏଠାରେ ଥାଇ କଅଣ କରୁଅଛୁ? ସଦାପ୍ରଭୁ କହନ୍ତି, ସେମାନଙ୍କ ଉପରେ କର୍ତ୍ତୃତ୍ୱକାରୀମାନେ ଗର୍ଜ୍ଜନ କରୁଅଛନ୍ତି ଓ ଆମ୍ଭର ନାମ ସାରାଦିନ ନିରନ୍ତର ନିନ୍ଦିତ ହେଉଅଛି।
“Àti ní àkókò yìí, kí ni mo ní níbí?” ni Olúwa wí. “Nítorí a ti kó àwọn ènìyàn mi lọ lọ́fẹ̀ẹ́, àwọn tí ó sì ń jẹ ọba lórí wọn fi wọ́n ṣẹlẹ́yà,” ni Olúwa wí. “Àti ní ọjọọjọ́ orúkọ mi ni asọ̀rọ̀-òdì sí nígbà gbogbo.
6 ଏଥିପାଇଁ ଆମ୍ଭର ଲୋକମାନେ ଆମ୍ଭର ନାମ ଜାଣିବେ; ଏଥିପାଇଁ ଯେ କଥା କହନ୍ତି, ସେ ଯେ ଆମ୍ଭେ ଅଟୁ, ଏହା ସେମାନେ ସେହି ଦିନ ଜାଣିବେ; ଦେଖ, ସେ ଆମ୍ଭେ।”
Nítorí náà àwọn ènìyàn mi yóò mọ orúkọ mi; nítorí ní ọjọ́ náà, wọn yóò mọ̀ pé, Èmi ni ó ti sọ àsọtẹ́lẹ̀ rẹ̀. Bẹ́ẹ̀ ni, Èmi ni.”
7 ଯେଉଁ ଜନ ସୁସମାଚାର ଆଣୁଅଛି, ଯେ ଶାନ୍ତି ପ୍ରଚାର କରୁଅଛି, ଯେ ମଙ୍ଗଳର ସୁସମାଚାର ଆଣୁଅଛି, ଯେ ପରିତ୍ରାଣ ପ୍ରଚାର କରୁଅଛି, ଯେ ସିୟୋନକୁ “ତୁମ୍ଭ ପରମେଶ୍ୱର ରାଜ୍ୟ କରନ୍ତି” ବୋଲି କହୁଅଛି, ତାହାର ଚରଣ ପର୍ବତଗଣର ଉପରେ କିପରି ଶୋଭା ପାଏ!
Báwo ni ó ṣe dára tó lórí òkè ẹsẹ̀ àwọn tí ó mú ìyìnrere ayọ̀ wá, tí wọ́n kéde àlàáfíà, tí ó mú ìyìnrere wá, tí ó kéde ìgbàlà, tí ó sọ fún Sioni pé, “Ọlọ́run rẹ ń jẹ ọba!”
8 ହେଇ, ତୁମ୍ଭ ପ୍ରହରୀଗଣର ରବ! ସେମାନେ ଉଚ୍ଚ ରବ କରୁଅଛନ୍ତି, ସେମାନେ ଏକତ୍ର ଗାନ କରୁଅଛନ୍ତି; କାରଣ ସଦାପ୍ରଭୁ ସିୟୋନକୁ ଫେରି ଆସିବା ବେଳେ ସେମାନେ ସମ୍ମୁଖାସମ୍ମୁଖୀ ହୋଇ ଦେଖିବେ।
Tẹ́tí sílẹ̀! Àwọn olùṣọ́ rẹ gbé ohùn wọn sókè wọ́n kígbe papọ̀ fún ayọ̀. Nígbà tí Olúwa padà sí Sioni, wọn yóò rí i pẹ̀lú ojú u wọn.
9 ହେ ଯିରୂଶାଲମର ଉତ୍ସନ୍ନ ସ୍ଥାନସକଳ, ଉଚ୍ଚ ଆନନ୍ଦଧ୍ୱନି କର, ଏକତ୍ର ଗାନ କର; କାରଣ ସଦାପ୍ରଭୁ ଆପଣା ଲୋକମାନଙ୍କୁ ସାନ୍ତ୍ୱନା କରିଅଛନ୍ତି, ସେ ଯିରୂଶାଲମକୁ ମୁକ୍ତ କରିଅଛନ୍ତି।
Ẹ bú sí orin ayọ̀ papọ̀, ẹ̀yin ahoro Jerusalẹmu, nítorí Olúwa ti tu àwọn ènìyàn rẹ̀ nínú, ó sì ti ra Jerusalẹmu padà.
10 ସଦାପ୍ରଭୁ ସର୍ବଦେଶୀୟମାନଙ୍କ ଦୃଷ୍ଟିରେ ଆପଣା ପବିତ୍ର ବାହୁ ଅନାବୃତ କରିଅଛନ୍ତି ଓ ପୃଥିବୀର ଆଦ୍ୟନ୍ତସ୍ଥିତ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପରିତ୍ରାଣ ଦେଖିବେ।
Olúwa yóò ṣí apá mímọ́ rẹ̀ sílẹ̀ ní ojú gbogbo orílẹ̀-èdè, àti gbogbo òpin ilẹ̀ ayé yóò rí ìgbàlà Ọlọ́run wa.
11 ତୁମ୍ଭେମାନେ ପ୍ରସ୍ଥାନ କର, ପ୍ରସ୍ଥାନ କର, ସେହି ସ୍ଥାନରୁ ବାହାରି ଯାଅ, କୌଣସି ଅଶୁଚି ବସ୍ତୁ ଛୁଅଁ ନାହିଁ; ତୁମ୍ଭେମାନେ ତାହାର ମଧ୍ୟରୁ ବାହାରି ଯାଅ; ହେ ସଦାପ୍ରଭୁଙ୍କର ପାତ୍ରବାହକଗଣ, ତୁମ୍ଭେମାନେ ଶୁଚି ହୁଅ।
Ẹ túká, ẹ túká, ẹ jáde kúrò níhìn-ín yìí! Ẹ má fọwọ́ kan ohun àìmọ́ kan! Ẹ jáde kúrò nínú rẹ̀ kí ẹ sì di mímọ́, ẹ̀yin tí ẹ̀ ń gbé ohun èlò Olúwa.
12 କାରଣ ତୁମ୍ଭେମାନେ ତରତର ହୋଇ ବାହାରି ଯିବ ନାହିଁ, କିଅବା ତୁମ୍ଭେମାନେ ପଳାୟନ କରି ବାହାରି ଯିବ ନାହିଁ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ଆଗେ ଆଗେ ଗମନ କରିବେ ଓ ଇସ୍ରାଏଲର ପରମେଶ୍ୱର ତୁମ୍ଭମାନଙ୍କର ପଶ୍ଚାଦ୍‍ବର୍ତ୍ତୀ ହେବେ।
Ṣùgbọ́n ẹ̀yin kì yóò yára kúrò tàbí kí ẹ sáré lọ; nítorí Olúwa ni yóò síwájú yín lọ, Ọlọ́run Israẹli ni yóò sì ṣe ààbò lẹ́yìn ín yín.
13 ଦେଖ, ଆମ୍ଭର ଦାସ ସୁବିବେଚନାପୂର୍ବକ ବ୍ୟବହାର କରିବେ, ସେ ଉନ୍ନତ, ଉଚ୍ଚପଦ ପ୍ରାପ୍ତ ଓ ମହାମହିମ ହେବେ।
Kíyèsi i, ìránṣẹ́ mi yóò hùwà ọlọ́gbọ́n; òun ni a ó gbé sókè tí a ó sì gbéga a ó sì gbé e lékè gidigidi.
14 ମନୁଷ୍ୟ ଅପେକ୍ଷା ତାହାଙ୍କର ଆକୃତି ଓ ମନୁଷ୍ୟ-ସନ୍ତାନଗଣ ଅପେକ୍ଷା ତାହାଙ୍କର ରୂପ ଅଧିକ ବିକୃତ ହେବାରୁ ଯେପରି ଅନେକେ ତାହାଙ୍କ ବିଷୟରେ ଚମତ୍କୃତ ହୋଇଥିଲେ,
Gẹ́gẹ́ bí a ti rí ọ̀pọ̀lọpọ̀ tí wọ́n ń bu ọlá fún un— ìwò ojú rẹ ni a ti bàjẹ́ kọjá ti ẹnikẹ́ni àti ìrísí rẹ̀ ní a ti bàjẹ́ kọjá ohun tí ènìyàn ń fẹ́.
15 ସେହିପରି ସେ ଅନେକ ଦେଶୀୟମାନଙ୍କୁ ଛିଞ୍ଚିବେ; ରାଜାମାନେ ତାହାଙ୍କ ଛାମୁରେ ଆପଣା ଆପଣା ମୁଖ ବନ୍ଦ କରିବେ; କାରଣ ଯାହା ସେମାନଙ୍କୁ କୁହାଯାଇ ନ ଥିଲା, ତାହା ସେମାନେ ଦେଖିବେ ଓ ଯାହା ସେମାନେ ଶୁଣି ନ ଥିଲେ, ତାହା ସେମାନେ ବୁଝିବେ।
Bẹ́ẹ̀ ni yóò ṣe bomirin àwọn orílẹ̀-èdè ká, àwọn ọba yóò sì pa ẹnu wọn mọ́ nítorí rẹ̀. Nítorí ohun tí a kò sọ fún wọn, wọn yóò rí i, àti ohun tí wọn kò tí ì gbọ́, ni yóò sì yé wọn.

< ଯିଶାଇୟ 52 >