< ଯିଶାଇୟ 5 >

1 ମୁଁ ଆପଣା ପ୍ରିୟତମଙ୍କ ଉଦ୍ଦେଶ୍ୟରେ, ତାହାଙ୍କ ଦ୍ରାକ୍ଷାକ୍ଷେତ୍ର ବିଷୟରେ ମୋʼ ପ୍ରିୟତମଙ୍କର ଗୋଟିଏ ଗୀତ ଗାନ କରେ। ଅତି ଉର୍ବରା ଏକ ପର୍ବତରେ ମୋʼ ପ୍ରିୟତମଙ୍କର ଗୋଟିଏ ଦ୍ରାକ୍ଷାକ୍ଷେତ୍ର ଥିଲା;
Èmi yóò kọrin fún ẹni tí mo fẹ́ràn orin kan nípa ọgbà àjàrà rẹ̀. Olùfẹ́ mi ní ọgbà àjàrà kan ní ẹ̀gbẹ́ òkè ẹlẹ́tù lójú.
2 ପୁଣି, ସେ ତାହା ଖୋଳି ପ୍ରସ୍ତରସବୁ ବାହାର କଲେ ଓ ଅତ୍ୟୁତ୍ତମ ଦ୍ରାକ୍ଷାଲତା ତହିଁରେ ରୋପଣ କଲେ ଓ ତହିଁର ମଧ୍ୟସ୍ଥାନରେ ଗୋଟିଏ ଉଚ୍ଚ ଗୃହ ନିର୍ମାଣ କରି ଦ୍ରାକ୍ଷାକୁଣ୍ଡ ମଧ୍ୟ ଖୋଳିଲେ, ଆଉ ଦ୍ରାକ୍ଷାଫଳ ଫଳିବ ବୋଲି ଅପେକ୍ଷାରେ ରହିଲେ, ମାତ୍ର ତହିଁରେ ବନ୍ୟ ଦ୍ରାକ୍ଷାଫଳ ଫଳିଲା।
Ó tu ilẹ̀ rẹ̀, ó ṣa òkúta ibẹ̀ kúrò ó sì gbin àyànfẹ́ àjàrà sí i. Ó kọ́ ilé ìṣọ́ sí inú rẹ̀ ó sì ṣe ìfúntí kan síbẹ̀ pẹ̀lú. Lẹ́yìn náà, ó ń retí èso àjàrà dáradára, ṣùgbọ́n èso búburú ni ó ti ibẹ̀ wá.
3 ଏଣୁ ଏବେ ହେ ଯିରୂଶାଲମ ନିବାସୀମାନେ ଓ ଯିହୁଦାର ଲୋକମାନେ, ମୁଁ ତୁମ୍ଭମାନଙ୍କୁ ବିନୟ କରେ, ତୁମ୍ଭେମାନେ ମୋହର ଓ ମୋʼ ଦ୍ରାକ୍ଷାକ୍ଷେତ୍ରର ମଧ୍ୟରେ ବିଚାର କର।
“Ní ìsinsin yìí ẹ̀yin olùgbé Jerusalẹmu àti ẹ̀yin ènìyàn Juda ẹ ṣe ìdájọ́ láàrín èmi àti ọgbà àjàrà mi.
4 ମୁଁ ଆପଣା ଦ୍ରାକ୍ଷାକ୍ଷେତ୍ରରେ ଯାହା କରି ନାହିଁ, ଏପରି କେଉଁ ଅଧିକ କର୍ମ ତହିଁ ପ୍ରତି କରାଯାଇ ପାରନ୍ତା? ଏନିମନ୍ତେ ମୁଁ ଦ୍ରାକ୍ଷାଫଳ ଫଳିବ ବୋଲି ଅପେକ୍ଷା କଲେ, ତହିଁରେ ବନ୍ୟ ଦ୍ରାକ୍ଷାଫଳ ଫଳିଲା କାହିଁକି?
Kín ni ó kù tí n ò bá túnṣe sí ọgbà àjàrà mi. Ju èyí tí mo ti ṣe lọ? Nígbà tí mo ń wá èso dáradára, èéṣe tí ó fi so kíkan?
5 ଏଣୁ ଏବେ ଶୁଣ; ମୁଁ ଆପଣା ଦ୍ରାକ୍ଷାକ୍ଷେତ୍ର ପ୍ରତି ଯାହା କରିବି, ତାହା ତୁମ୍ଭମାନଙ୍କୁ ଜଣାଇବି; ମୁଁ ତହିଁର ବାଡ଼ କାଢ଼ି ପକାଇବି, ତହିଁରେ ତାହା ଗ୍ରାସ କରାଯିବ; ମୁଁ ତହିଁର ବେଢ଼ା ଭାଙ୍ଗି ପକାଇବି, ତହିଁରେ ତାହା ଦଳିତ ହେବ;
Ní ìsinsin yìí, èmi yóò wí fún ọ ohun tí n ó ṣe sí ọgbà àjàrà mi. Èmi yóò gé igi inú rẹ̀ kúrò, a ó sì pa á run, Èmi yóò wó ògiri rẹ̀ lulẹ̀ yóò sì di ìtẹ̀mọ́lẹ̀.
6 ପୁଣି, ମୁଁ ତାହା ଉଜାଡ଼ କରିବି; ତାହାର ଡାଳ କଟା ହେବ ନାହିଁ କିମ୍ବା ଭୂମି କୋଡ଼ା ହେବ ନାହିଁ; ମାତ୍ର ତାହା କାନକୋଳି ଓ କଣ୍ଟକ ବୃକ୍ଷମୟ ହେବ; ମଧ୍ୟ ତହିଁ ଉପରେ ଜଳ ବର୍ଷଣ ନ କରିବା ପାଇଁ ମୁଁ ମେଘମାଳକୁ ଆଜ୍ଞା କରିବି।
Èmi yóò sì sọ ọ́ di ahoro láì kọ ọ́ láì ro ó, ẹ̀wọ̀n àti ẹ̀gún ni yóò hù níbẹ̀. Èmi yóò sì pàṣẹ fún kurukuru láti má ṣe rọ̀jò sórí i rẹ̀.”
7 ଯେହେତୁ ଇସ୍ରାଏଲ ବଂଶ ସୈନ୍ୟାଧିପତି ସଦାପ୍ରଭୁଙ୍କର ଦ୍ରାକ୍ଷାକ୍ଷେତ୍ର ଓ ଯିହୁଦାର ଲୋକେ ତାହାଙ୍କର ମନୋରମ ଚାରା; ସେ ନ୍ୟାୟ ଅପେକ୍ଷା କଲେ, ମାତ୍ର ଦେଖ, ଉପଦ୍ରବ; ଧାର୍ମିକତା ଅପେକ୍ଷା କଲେ, ମାତ୍ର ଦେଖ, କ୍ରନ୍ଦନ।
Ọgbà àjàrà Olúwa àwọn ọmọ-ogun ni ilé Israẹli àwọn ọkùnrin Juda sì ni àyànfẹ́ ọgbà rẹ̀. Ó retí ìdájọ́ ẹ̀tọ́ ṣùgbọ́n, ìtàjẹ̀ sílẹ̀ ni ó rí. Òun ń retí òdodo ṣùgbọ́n ó gbọ́ ẹkún ìpayínkeke.
8 ଦେଶରେ ଯେପରି ଆଉ ସ୍ଥାନ ନ ଥିବ ଓ ତୁମ୍ଭେମାନେ ଯେପରି ତହିଁ ମଧ୍ୟରେ ଏକାକୀ ବାସ କରିବ, ଏଥିପାଇଁ ଗୃହକୁ ଗୃହ, କ୍ଷେତ୍ରକୁ କ୍ଷେତ୍ର ଲଗାଉଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ସନ୍ତାପର ପାତ୍ର!
Ègbé ni fún àwọn tí ń kọ́lé mọ́lé tí ó sì ń ra ilẹ̀ mọ́lẹ̀ tó bẹ́ẹ̀ tí ààyè kò ṣẹ́kù tí ó sì nìkan gbé lórí ilẹ̀.
9 ସୈନ୍ୟାଧିପତି ସଦାପ୍ରଭୁ ମୋʼ କର୍ଣ୍ଣରେ କହନ୍ତି, “ନିଶ୍ଚୟ ଅନେକ ଗୃହ ଧ୍ୱଂସସ୍ଥାନ, ମଧ୍ୟ ବୃହତ ଓ ସୁନ୍ଦର ଗୃହମାନ ନିବାସବିହୀନ ହେବ।
Olúwa àwọn ọmọ-ogun ti sọ ọ́ sí mi létí: “Ó dájú pé àwọn ilé ńlá ńlá yóò di ahoro, àwọn ilé dáradára yóò wà láìní olùgbé.
10 କାରଣ ଦଶ ଏକର ଦ୍ରାକ୍ଷାକ୍ଷେତ୍ରରେ ଏକ ମହଣ ଦ୍ରାକ୍ଷାରସ ଉତ୍ପନ୍ନ ହେବ ଓ ଦଶ ମହଣ ବୀଜରୁ କେବଳ ଏକ ମହଣ ଶସ୍ୟ ଉତ୍ପନ୍ନ ହେବ।”
Ọgbà àjàrà sáré oko mẹ́wàá yóò mú ìkòkò wáìnì kan wá, nígbà tí òsùwọ̀n homeri kan yóò mú agbọ̀n irúgbìn kan wá.”
11 ଯେଉଁମାନେ ସୁରାପାନ କରିବାକୁ ଅତି ପ୍ରଭାତରେ ଉଠନ୍ତି; ଦ୍ରାକ୍ଷାରସରେ ଉତ୍ତପ୍ତ ହେବା ପର୍ଯ୍ୟନ୍ତ ରାତ୍ରିରେ ବିଳମ୍ବ କରନ୍ତି, ସେମାନେ ସନ୍ତାପର ପାତ୍ର!
Ègbé ni fún àwọn tí wọ́n dìde ní kùtùkùtù òwúrọ̀ láti lépa ọtí líle, tí wọ́n sì mu ún títí alẹ́ fi lẹ́ títí wọ́n fi gbinájẹ pẹ̀lú wáìnì.
12 ସେମାନଙ୍କ ଭୋଜିରେ ବୀଣା, ନେବଲ, ତବଲା, ବଂଶୀ ଓ ଦ୍ରାକ୍ଷାରସ ଥାଏ; ମାତ୍ର ସେମାନେ ସଦାପ୍ରଭୁଙ୍କର କାର୍ଯ୍ୟ ନିରୀକ୍ଷଣ କରନ୍ତି ନାହିଁ କିଅବା ତାହାଙ୍କର ହସ୍ତର କର୍ମ ସେମାନେ ବିବେଚନା କରି ନାହାନ୍ତି।
Wọ́n ní dùùrù àti ohun èlò orin olókùn níbi àsè wọn, ṣaworo òun fèrè àti wáìnì, ṣùgbọ́n wọn kò ka iṣẹ́ Olúwa sí, wọn kò sí bọ̀wọ̀ fún iṣẹ́ ọwọ́ rẹ̀.
13 ଏଥିପାଇଁ ମୋହର ଲୋକମାନେ ଜ୍ଞାନ ଅଭାବରୁ ବନ୍ଦୀ ହୋଇ ଯାଇଅଛନ୍ତି; ପୁଣି, ସେମାନଙ୍କର ସମ୍ଭ୍ରାନ୍ତ ଲୋକମାନେ କ୍ଷୁଧାର୍ତ୍ତ ଓ ସେମାନଙ୍କର ଲୋକସମୂହ ତୃଷାରେ ଶୁଷ୍କ ହେଉଅଛନ୍ତି।
Nítorí náà àwọn ènìyàn mi yóò lọ sí ìgbèkùn nítorí òye kò sí fún wọn, ebi ni yóò pa àwọn ọlọ́lá wọn kú; ẹgbàágbèje wọn ni òǹgbẹ yóò sì gbẹ.
14 ଏଥିପାଇଁ ପାତାଳ ଆପଣା ଉଦର ବିସ୍ତାର ଓ ଆପଣା ମୁଖ ଅପରିମିତ ରୂପେ ମେଲାଇଅଛି; ପୁଣି, ସେମାନଙ୍କର ଗୌରବ, ସେମାନଙ୍କର ଲୋକସମୂହ, ସେମାନଙ୍କର କଳହ ଓ ସେମାନଙ୍କ ମଧ୍ୟରେ ଉଲ୍ଲାସକାରୀ ଲୋକ ତହିଁ ମଧ୍ୟକୁ ଓହ୍ଲାଇଯାʼନ୍ତି। (Sheol h7585)
Nítorí náà isà òkú ti ń dátọ́mì gidigidi, ó sì ti ya ẹnu rẹ̀ sílẹ̀ gbagada, nínú rẹ̀ ni àwọn gbajúmọ̀ àti mẹ̀kúnnù yóò sọ̀kalẹ̀ sí pẹ̀lú ọlá àti ògo wọn. (Sheol h7585)
15 ପୁଣି, ସାମାନ୍ୟ ଲୋକ ଅଧୋମୁଖ ଓ ମହାନ ଲୋକ ନତ ହୁଏ, ପୁଣି ଅହଙ୍କାରୀମାନଙ୍କର ଦୃଷ୍ଟି ନତ ହୁଏ;
Báyìí, ènìyàn yóò di ìrẹ̀sílẹ̀ àti ọmọ ènìyàn ni a sọ di onírẹ̀lẹ̀ ojú agbéraga ni a sì rẹ̀ sílẹ̀.
16 ମାତ୍ର ସୈନ୍ୟାଧିପତି ସଦାପ୍ରଭୁ ବିଚାରରେ ଉନ୍ନତ ହୁଅନ୍ତି, ପୁଣି, ଧର୍ମସ୍ୱରୂପ ପରମେଶ୍ୱର ଧାର୍ମିକତାରେ ପବିତ୍ର ରୂପେ ମାନ୍ୟ ହୁଅନ୍ତି।
Ṣùgbọ́n Olúwa àwọn ọmọ-ogun ni a ó gbéga nípa ẹ̀tọ́ rẹ̀, Ọlọ́run ẹni mímọ́ yóò sì fi ara rẹ̀ hàn ní mímọ́ nípa òdodo rẹ̀.
17 ସେହି ସମୟରେ ମେଷଶାବକମାନେ ଆପଣା ଚରାସ୍ଥାନରେ ଚରିବା ପରି ଚରିବେ, ପୁଣି, ଭ୍ରମଣକାରୀମାନେ ହୃଷ୍ଟପୁଷ୍ଟ ଲୋକମାନଙ୍କର ଧ୍ୱଂସସ୍ଥାନ ଭୋଗ କରିବେ।
Nígbà náà ni àwọn àgùntàn yóò máa jẹ́ ko ní ibùgbé e wọn, àwọn ọ̀dọ́-àgùntàn yóò máa jẹ nínú ahoro àwọn ọlọ́rọ̀.
18 ଯେଉଁମାନେ ଅସାରତାରୂପ ରଜ୍ଜୁରେ ଅପରାଧ ଓ ଶଗଡ଼ ରଜ୍ଜୁରେ ପାପ ଆକର୍ଷଣ କରନ୍ତି, ସେମାନେ ସନ୍ତାପର ପାତ୍ର!
Ègbé ni fún àwọn tí ń fi ohun asán fa ẹ̀ṣẹ̀, àti àwọn tí o dàbí ẹni pé wọ́n ń fi okùn kẹ̀kẹ́ ẹ̀sìn fa ẹsẹ̀,
19 ସେମାନେ କହନ୍ତି, “ଆମ୍ଭେମାନେ ଯେପରି ଖୋଜି ପାରିବା, ଏଥିପାଇଁ ସେ ତ୍ୱରା କରନ୍ତୁ, ସେ ଆପଣା କାର୍ଯ୍ୟ ଶୀଘ୍ର କରନ୍ତୁ; ଆଉ, ଆମ୍ଭେମାନେ ଯେପରି ଜାଣି ପାରିବା, ଏଥିପାଇଁ ଇସ୍ରାଏଲର ଧର୍ମସ୍ୱରୂପଙ୍କ ମନ୍ତ୍ରଣା ଉପସ୍ଥିତ ହୋଇ ଘଟୁ।”
sí àwọn tí ó sọ pé, “Jẹ́ kí Ọlọ́run ṣe kíákíá, jẹ́ kí ó yára ṣiṣẹ́ rẹ̀ kí a lè rí i, jẹ́ kí ó súnmọ́ bí jẹ́ kí ètò ẹni mímọ́ Israẹli kí ó dé, kí àwa kí ó le mọ̀ ọ́n.”
20 ଯେଉଁମାନେ ମନ୍ଦକୁ ଭଲ ଓ ଭଲକୁ ମନ୍ଦ କୁହନ୍ତି; ଯେଉଁମାନେ ଅନ୍ଧାରକୁ ଆଲୁଅ ଓ ଆଲୁଅକୁ ଅନ୍ଧାର ଭଳି ମନେ କରନ୍ତି; ଯେଉଁମାନେ ତିକ୍ତକୁ ମିଷ୍ଟ ଓ ମିଷ୍ଟକୁ ତିକ୍ତ ଭଳି ମନେ କରନ୍ତି, ସେମାନେ ସନ୍ତାପର ପାତ୍ର!
Ègbé ni fún àwọn tí ń pe ibi ní rere, àti rere ní ibi, tí ń fi òkùnkùn ṣe ìmọ́lẹ̀ àti ìmọ́lẹ̀ ṣe òkùnkùn, tí ń fi ìkorò ṣe adùn àti adùn ṣe ìkorò.
21 ଯେଉଁମାନେ ଆପଣା ଆପଣା ଦୃଷ୍ଟିରେ ଜ୍ଞାନବାନ ଓ ଆପଣା ଆପଣା ବୋଧରେ ବୁଦ୍ଧିମାନ, ସେମାନେ ସନ୍ତାପର ପାତ୍ର!
Ègbé ni fún àwọn tí ó gbọ́n lójú ara wọn tí wọ́n jáfáfá lójú ara wọn.
22 ଯେଉଁମାନେ ଦ୍ରାକ୍ଷାରସ ପାନ କରିବାକୁ ପରାକ୍ରମୀ ଓ ମଦ୍ୟ ମିଶ୍ରିତ କରିବାକୁ ବଳବାନ;
Ègbé ni fún àwọn akọni nínú wáìnì mímu àti àwọn akíkanjú nínú àdàlú ọtí,
23 ଯେଉଁମାନେ ଲାଞ୍ଚ ସକାଶେ ଦୁଷ୍ଟକୁ ନିର୍ଦ୍ଦୋଷ କରନ୍ତି ଓ ଧାର୍ମିକର ଧାର୍ମିକତା ତାହାଠାରୁ ଦୂର କରନ୍ତି, ସେମାନେ ସନ୍ତାପର ପାତ୍ର!
tí wọ́n dá ẹlẹ́bi sílẹ̀ nítorí àbẹ̀tẹ́lẹ̀, tí wọn sì du aláre ní ẹ̀tọ́.
24 ଏଥିନିମନ୍ତେ ଅଗ୍ନିର ଜିହ୍ୱା ଯେପରି ନଡ଼ା ଗ୍ରାସ କରେ ଓ ଶୁଷ୍କ ତୃଣ ଯେପରି ଅଗ୍ନିଶିଖାରେ ଭସ୍ମସାତ୍‍ ହୁଏ, ସେହିପରି ସେମାନଙ୍କର ମୂଳ ସଢ଼ିଯିବ ଓ ସେମାନଙ୍କର ପୁଷ୍ପ ଧୂଳି ପରି ଉଡ଼ିଯିବ; କାରଣ ସେମାନେ ସୈନ୍ୟାଧିପତି ସଦାପ୍ରଭୁଙ୍କର ବ୍ୟବସ୍ଥା ଅଗ୍ରାହ୍ୟ କରିଅଛନ୍ତି ଓ ଇସ୍ରାଏଲର ଧର୍ମସ୍ୱରୂପଙ୍କ ବାକ୍ୟ ଅଗ୍ରାହ୍ୟ କରିଅଛନ୍ତି।
Nítorí náà, gẹ́gẹ́ bí ahọ́n iná ṣe ń jó àgékù koríko run àti bí koríko ṣe rẹlẹ̀ wẹ̀sì nínú iná, bẹ́ẹ̀ ni egbò wọn yóò jẹrà tí òdodo wọn yóò sì fẹ́ lọ bí eruku: nítorí pé wọ́n ti kọ òfin Olúwa àwọn ọmọ-ogun sílẹ̀ wọ́n sì gan ọ̀rọ̀ Ẹni mímọ́ Israẹli.
25 ଏଥିପାଇଁ ସଦାପ୍ରଭୁଙ୍କର କ୍ରୋଧ ତାହାଙ୍କ ଲୋକମାନଙ୍କ ବିରୁଦ୍ଧରେ ପ୍ରଜ୍ୱଳିତ ହୋଇଅଛି ଓ ସେ ସେମାନଙ୍କ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରି ସେମାନଙ୍କୁ ଆଘାତ କରିଅଛନ୍ତି, ପୁଣି, ଉପପର୍ବତଗଣ କମ୍ପିଲେ ଓ ଲୋକମାନଙ୍କ ଶବ ସଡ଼କ ମଧ୍ୟରେ ଅଳିଆ ପରି ହେଲା। ଏହିସବୁ ହେଲେ ହେଁ ତାହାଙ୍କର କ୍ରୋଧ ନିବୃତ୍ତ ହୁଏ ନାହିଁ, ମାତ୍ର ତାହାଙ୍କର ହସ୍ତ ପୂର୍ବ ପରି ବିସ୍ତାରିତ ହୋଇ ରହିଅଛି।
Nítorí náà, ìbínú Olúwa gbóná si àwọn ènìyàn rẹ̀, ó ti gbé ọwọ́ rẹ̀ sókè, ó sì lù wọ́n bolẹ̀. Àwọn òkè sì wárìrì, òkú wọn sì dàbí ààtàn ní àárín ìgboro. Pẹ̀lú gbogbo èyí, ìbínú rẹ̀ kò yí kúrò, ṣùgbọ́n ọ̀wọ́ rẹ̀ sì ná jáde síbẹ̀.
26 ପୁଣି, ସେ ଦୂରଦେଶୀୟ ଗୋଷ୍ଠୀଗଣ ପ୍ରତି ଗୋଟିଏ ଧ୍ୱଜା ଉଠାଇବେ ଓ ପୃଥିବୀର ପ୍ରାନ୍ତରୁ ସେମାନଙ୍କ ପାଇଁ ଶିଷ୍‍ ଦେବେ, ପୁଣି, ଦେଖ, ସେମାନେ ଦ୍ରୁତଗମନ କରି ଶୀଘ୍ର ଆସିବେ;
Yóò sì gbé ọ̀págun sókè sí àwọn orílẹ̀-èdè tí ó jìnnà, yóò sì kọ sí wọn tí ó wà ní ìpẹ̀kun ilẹ̀. Sì kíyèsi, wọ́n yóò yára wá kánkán.
27 ସେମାନଙ୍କ ମଧ୍ୟରେ କେହି କ୍ଳାନ୍ତ ହେବେ ନାହିଁ, କି ଝୁଣ୍ଟି ପଡ଼ିବେ ନାହିଁ; କେହି ଢୁଳାଇବେ ନାହିଁ କି ନିଦ୍ରା ଯିବେ ନାହିଁ; ଆଉ, ସେମାନଙ୍କର କଟିବନ୍ଧନ ଫିଟିବ ନାହିଁ କି ସେମାନଙ୍କର ପାଦୁକାର ବନ୍ଧନ ଛିଣ୍ଡିବ ନାହିଁ;
Kò sí ẹni tí yóò rẹ̀ nínú wọn, tàbí tí yóò kọsẹ̀, kò sí ẹni tí yóò tòògbé tàbí tí yóò sùn; bẹ́ẹ̀ ni àmùrè ẹ̀gbẹ́ wọn kì yóò tú, bẹ́ẹ̀ ni okùn sálúbàtà wọn kì yóò ja.
28 ସେମାନଙ୍କର ତୀର ତୀକ୍ଷ୍ଣ ଓ ସେମାନଙ୍କର ଧନୁସବୁ ଗୁଣଦିଆ; ସେମାନଙ୍କ ଅଶ୍ୱଗଣର ଖୁରା ଚକ୍‍ମକି ପଥର ପରି ଓ ସେମାନଙ୍କ ରଥର ଚକ୍ର ଘୂର୍ଣ୍ଣିବାୟୁ ପରି;
Àwọn ọfà wọn múná, gbogbo ọrun wọn sì le; pátákò àwọn ẹṣin wọn le bí òkúta akọ, àwọn àgbá kẹ̀kẹ́ wọn sì dàbí ìjì líle.
29 ସେମାନଙ୍କର ଗର୍ଜ୍ଜନ ସିଂହୀର ଗର୍ଜ୍ଜନ ପରି, ସେମାନେ ଯୁବା ସିଂହ ପରି ଗର୍ଜ୍ଜନ କରିବେ; ଆହୁରି, ସେମାନେ ଗର୍ଜ୍ଜନ କରି ଓ ଶିକାର ଧରି ନିରାପଦରେ ତାହା ନେଇଯିବେ ଓ ଉଦ୍ଧାର କରିବାକୁ କେହି ନ ଥିବେ।
Bíbú wọn dàbí tí kìnnìún, wọ́n bú bí ẹgbọrọ kìnnìún, wọ́n ń kọ bí wọ́n ti di ẹran ọdẹ wọn mú tí wọn sì gbé e lọ láìsí ẹni tí yóò gbà á là.
30 ପୁଣି, ସେମାନେ ସେହି ଦିନ ସମୁଦ୍ରର ଗର୍ଜ୍ଜନ ତୁଲ୍ୟ ଲୋକମାନଙ୍କ ଉପରେ ଗର୍ଜ୍ଜନ କରିବେ; ତହିଁରେ ଯଦି କେହି ଦେଶ ପ୍ରତି ଅନାଇବ, ତେବେ ଦେଖ, ଅନ୍ଧକାର ଓ ସଙ୍କଟ, ପୁଣି, ସେହି ସ୍ଥାନର ଦୀପ୍ତି ମେଘମାଳାରେ ଅନ୍ଧକାରମୟ ହେବ।
Ní ọjọ́ náà, wọn yóò hó lé e lórí gẹ́gẹ́ bí i rírú omi Òkun. Bí ènìyàn bá sì wo ilẹ̀, yóò rí òkùnkùn àti ìbànújẹ́; pẹ̀lúpẹ̀lú ìmọ́lẹ̀ yóò di òkùnkùn pẹ̀lú kurukuru rẹ̀.

< ଯିଶାଇୟ 5 >