< ଯିଶାଇୟ 5 >

1 ମୁଁ ଆପଣା ପ୍ରିୟତମଙ୍କ ଉଦ୍ଦେଶ୍ୟରେ, ତାହାଙ୍କ ଦ୍ରାକ୍ଷାକ୍ଷେତ୍ର ବିଷୟରେ ମୋʼ ପ୍ରିୟତମଙ୍କର ଗୋଟିଏ ଗୀତ ଗାନ କରେ। ଅତି ଉର୍ବରା ଏକ ପର୍ବତରେ ମୋʼ ପ୍ରିୟତମଙ୍କର ଗୋଟିଏ ଦ୍ରାକ୍ଷାକ୍ଷେତ୍ର ଥିଲା;
我要为我所亲爱的唱歌, 是我所爱者的歌,论他葡萄园的事: 我所亲爱的有葡萄园在肥美的山冈上。
2 ପୁଣି, ସେ ତାହା ଖୋଳି ପ୍ରସ୍ତରସବୁ ବାହାର କଲେ ଓ ଅତ୍ୟୁତ୍ତମ ଦ୍ରାକ୍ଷାଲତା ତହିଁରେ ରୋପଣ କଲେ ଓ ତହିଁର ମଧ୍ୟସ୍ଥାନରେ ଗୋଟିଏ ଉଚ୍ଚ ଗୃହ ନିର୍ମାଣ କରି ଦ୍ରାକ୍ଷାକୁଣ୍ଡ ମଧ୍ୟ ଖୋଳିଲେ, ଆଉ ଦ୍ରାକ୍ଷାଫଳ ଫଳିବ ବୋଲି ଅପେକ୍ଷାରେ ରହିଲେ, ମାତ୍ର ତହିଁରେ ବନ୍ୟ ଦ୍ରାକ୍ଷାଫଳ ଫଳିଲା।
他刨挖园子,捡去石头, 栽种上等的葡萄树, 在园中盖了一座楼, 又凿出压酒池; 指望结好葡萄, 反倒结了野葡萄。
3 ଏଣୁ ଏବେ ହେ ଯିରୂଶାଲମ ନିବାସୀମାନେ ଓ ଯିହୁଦାର ଲୋକମାନେ, ମୁଁ ତୁମ୍ଭମାନଙ୍କୁ ବିନୟ କରେ, ତୁମ୍ଭେମାନେ ମୋହର ଓ ମୋʼ ଦ୍ରାକ୍ଷାକ୍ଷେତ୍ରର ମଧ୍ୟରେ ବିଚାର କର।
耶路撒冷的居民和犹大人哪, 请你们现今在我与我的葡萄园中,断定是非。
4 ମୁଁ ଆପଣା ଦ୍ରାକ୍ଷାକ୍ଷେତ୍ରରେ ଯାହା କରି ନାହିଁ, ଏପରି କେଉଁ ଅଧିକ କର୍ମ ତହିଁ ପ୍ରତି କରାଯାଇ ପାରନ୍ତା? ଏନିମନ୍ତେ ମୁଁ ଦ୍ରାକ୍ଷାଫଳ ଫଳିବ ବୋଲି ଅପେକ୍ଷା କଲେ, ତହିଁରେ ବନ୍ୟ ଦ୍ରାକ୍ଷାଫଳ ଫଳିଲା କାହିଁକି?
我为我葡萄园所做之外, 还有什么可做的呢? 我指望结好葡萄, 怎么倒结了野葡萄呢?
5 ଏଣୁ ଏବେ ଶୁଣ; ମୁଁ ଆପଣା ଦ୍ରାକ୍ଷାକ୍ଷେତ୍ର ପ୍ରତି ଯାହା କରିବି, ତାହା ତୁମ୍ଭମାନଙ୍କୁ ଜଣାଇବି; ମୁଁ ତହିଁର ବାଡ଼ କାଢ଼ି ପକାଇବି, ତହିଁରେ ତାହା ଗ୍ରାସ କରାଯିବ; ମୁଁ ତହିଁର ବେଢ଼ା ଭାଙ୍ଗି ପକାଇବି, ତହିଁରେ ତାହା ଦଳିତ ହେବ;
现在我告诉你们, 我要向我葡萄园怎样行: 我必撤去篱笆,使它被吞灭, 拆毁墙垣,使它被践踏。
6 ପୁଣି, ମୁଁ ତାହା ଉଜାଡ଼ କରିବି; ତାହାର ଡାଳ କଟା ହେବ ନାହିଁ କିମ୍ବା ଭୂମି କୋଡ଼ା ହେବ ନାହିଁ; ମାତ୍ର ତାହା କାନକୋଳି ଓ କଣ୍ଟକ ବୃକ୍ଷମୟ ହେବ; ମଧ୍ୟ ତହିଁ ଉପରେ ଜଳ ବର୍ଷଣ ନ କରିବା ପାଇଁ ମୁଁ ମେଘମାଳକୁ ଆଜ୍ଞା କରିବି।
我必使它荒废,不再修理, 不再锄刨,荆棘蒺藜倒要生长。 我也必命云不降雨在其上。
7 ଯେହେତୁ ଇସ୍ରାଏଲ ବଂଶ ସୈନ୍ୟାଧିପତି ସଦାପ୍ରଭୁଙ୍କର ଦ୍ରାକ୍ଷାକ୍ଷେତ୍ର ଓ ଯିହୁଦାର ଲୋକେ ତାହାଙ୍କର ମନୋରମ ଚାରା; ସେ ନ୍ୟାୟ ଅପେକ୍ଷା କଲେ, ମାତ୍ର ଦେଖ, ଉପଦ୍ରବ; ଧାର୍ମିକତା ଅପେକ୍ଷା କଲେ, ମାତ୍ର ଦେଖ, କ୍ରନ୍ଦନ।
万军之耶和华的葡萄园就是以色列家; 他所喜爱的树就是犹大人。 他指望的是公平, 谁知倒有暴虐; 指望的是公义, 谁知倒有冤声。
8 ଦେଶରେ ଯେପରି ଆଉ ସ୍ଥାନ ନ ଥିବ ଓ ତୁମ୍ଭେମାନେ ଯେପରି ତହିଁ ମଧ୍ୟରେ ଏକାକୀ ବାସ କରିବ, ଏଥିପାଇଁ ଗୃହକୁ ଗୃହ, କ୍ଷେତ୍ରକୁ କ୍ଷେତ୍ର ଲଗାଉଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ସନ୍ତାପର ପାତ୍ର!
祸哉!那些以房接房, 以地连地, 以致不留余地的, 只顾自己独居境内。
9 ସୈନ୍ୟାଧିପତି ସଦାପ୍ରଭୁ ମୋʼ କର୍ଣ୍ଣରେ କହନ୍ତି, “ନିଶ୍ଚୟ ଅନେକ ଗୃହ ଧ୍ୱଂସସ୍ଥାନ, ମଧ୍ୟ ବୃହତ ଓ ସୁନ୍ଦର ଗୃହମାନ ନିବାସବିହୀନ ହେବ।
我耳闻万军之耶和华说: 必有许多又大又美的房屋 成为荒凉,无人居住。
10 କାରଣ ଦଶ ଏକର ଦ୍ରାକ୍ଷାକ୍ଷେତ୍ରରେ ଏକ ମହଣ ଦ୍ରାକ୍ଷାରସ ଉତ୍ପନ୍ନ ହେବ ଓ ଦଶ ମହଣ ବୀଜରୁ କେବଳ ଏକ ମହଣ ଶସ୍ୟ ଉତ୍ପନ୍ନ ହେବ।”
三十亩葡萄园只出一罢特酒; 一贺梅珥谷种只结一伊法粮食。
11 ଯେଉଁମାନେ ସୁରାପାନ କରିବାକୁ ଅତି ପ୍ରଭାତରେ ଉଠନ୍ତି; ଦ୍ରାକ୍ଷାରସରେ ଉତ୍ତପ୍ତ ହେବା ପର୍ଯ୍ୟନ୍ତ ରାତ୍ରିରେ ବିଳମ୍ବ କରନ୍ତି, ସେମାନେ ସନ୍ତାପର ପାତ୍ର!
祸哉!那些清早起来追求浓酒, 留连到夜深,甚至因酒发烧的人。
12 ସେମାନଙ୍କ ଭୋଜିରେ ବୀଣା, ନେବଲ, ତବଲା, ବଂଶୀ ଓ ଦ୍ରାକ୍ଷାରସ ଥାଏ; ମାତ୍ର ସେମାନେ ସଦାପ୍ରଭୁଙ୍କର କାର୍ଯ୍ୟ ନିରୀକ୍ଷଣ କରନ୍ତି ନାହିଁ କିଅବା ତାହାଙ୍କର ହସ୍ତର କର୍ମ ସେମାନେ ବିବେଚନା କରି ନାହାନ୍ତି।
他们在筵席上 弹琴,鼓瑟,击鼓,吹笛,饮酒, 却不顾念耶和华的作为, 也不留心他手所做的。
13 ଏଥିପାଇଁ ମୋହର ଲୋକମାନେ ଜ୍ଞାନ ଅଭାବରୁ ବନ୍ଦୀ ହୋଇ ଯାଇଅଛନ୍ତି; ପୁଣି, ସେମାନଙ୍କର ସମ୍ଭ୍ରାନ୍ତ ଲୋକମାନେ କ୍ଷୁଧାର୍ତ୍ତ ଓ ସେମାନଙ୍କର ଲୋକସମୂହ ତୃଷାରେ ଶୁଷ୍କ ହେଉଅଛନ୍ତି।
所以,我的百姓因无知就被掳去; 他们的尊贵人甚是饥饿, 群众极其干渴。
14 ଏଥିପାଇଁ ପାତାଳ ଆପଣା ଉଦର ବିସ୍ତାର ଓ ଆପଣା ମୁଖ ଅପରିମିତ ରୂପେ ମେଲାଇଅଛି; ପୁଣି, ସେମାନଙ୍କର ଗୌରବ, ସେମାନଙ୍କର ଲୋକସମୂହ, ସେମାନଙ୍କର କଳହ ଓ ସେମାନଙ୍କ ମଧ୍ୟରେ ଉଲ୍ଲାସକାରୀ ଲୋକ ତହିଁ ମଧ୍ୟକୁ ଓହ୍ଲାଇଯାʼନ୍ତି। (Sheol h7585)
故此,阴间扩张其欲, 开了无限量的口; 他们的荣耀、群众、繁华, 并快乐的人都落在其中。 (Sheol h7585)
15 ପୁଣି, ସାମାନ୍ୟ ଲୋକ ଅଧୋମୁଖ ଓ ମହାନ ଲୋକ ନତ ହୁଏ, ପୁଣି ଅହଙ୍କାରୀମାନଙ୍କର ଦୃଷ୍ଟି ନତ ହୁଏ;
卑贱人被压服; 尊贵人降为卑; 眼目高傲的人也降为卑。
16 ମାତ୍ର ସୈନ୍ୟାଧିପତି ସଦାପ୍ରଭୁ ବିଚାରରେ ଉନ୍ନତ ହୁଅନ୍ତି, ପୁଣି, ଧର୍ମସ୍ୱରୂପ ପରମେଶ୍ୱର ଧାର୍ମିକତାରେ ପବିତ୍ର ରୂପେ ମାନ୍ୟ ହୁଅନ୍ତି।
惟有万军之耶和华因公平而崇高; 圣者 神因公义显为圣。
17 ସେହି ସମୟରେ ମେଷଶାବକମାନେ ଆପଣା ଚରାସ୍ଥାନରେ ଚରିବା ପରି ଚରିବେ, ପୁଣି, ଭ୍ରମଣକାରୀମାନେ ହୃଷ୍ଟପୁଷ୍ଟ ଲୋକମାନଙ୍କର ଧ୍ୱଂସସ୍ଥାନ ଭୋଗ କରିବେ।
那时,羊羔必来吃草,如同在自己的草场; 丰肥人的荒场被游行的人吃尽。
18 ଯେଉଁମାନେ ଅସାରତାରୂପ ରଜ୍ଜୁରେ ଅପରାଧ ଓ ଶଗଡ଼ ରଜ୍ଜୁରେ ପାପ ଆକର୍ଷଣ କରନ୍ତି, ସେମାନେ ସନ୍ତାପର ପାତ୍ର!
祸哉!那些以虚假之细绳牵罪孽的人! 他们又像以套绳拉罪恶,
19 ସେମାନେ କହନ୍ତି, “ଆମ୍ଭେମାନେ ଯେପରି ଖୋଜି ପାରିବା, ଏଥିପାଇଁ ସେ ତ୍ୱରା କରନ୍ତୁ, ସେ ଆପଣା କାର୍ଯ୍ୟ ଶୀଘ୍ର କରନ୍ତୁ; ଆଉ, ଆମ୍ଭେମାନେ ଯେପରି ଜାଣି ପାରିବା, ଏଥିପାଇଁ ଇସ୍ରାଏଲର ଧର୍ମସ୍ୱରୂପଙ୍କ ମନ୍ତ୍ରଣା ଉପସ୍ଥିତ ହୋଇ ଘଟୁ।”
说:任他急速行,赶快成就他的作为, 使我们看看; 任以色列圣者所谋划的临近成就, 使我们知道。
20 ଯେଉଁମାନେ ମନ୍ଦକୁ ଭଲ ଓ ଭଲକୁ ମନ୍ଦ କୁହନ୍ତି; ଯେଉଁମାନେ ଅନ୍ଧାରକୁ ଆଲୁଅ ଓ ଆଲୁଅକୁ ଅନ୍ଧାର ଭଳି ମନେ କରନ୍ତି; ଯେଉଁମାନେ ତିକ୍ତକୁ ମିଷ୍ଟ ଓ ମିଷ୍ଟକୁ ତିକ୍ତ ଭଳି ମନେ କରନ୍ତି, ସେମାନେ ସନ୍ତାପର ପାତ୍ର!
祸哉!那些称恶为善,称善为恶, 以暗为光,以光为暗, 以苦为甜,以甜为苦的人。
21 ଯେଉଁମାନେ ଆପଣା ଆପଣା ଦୃଷ୍ଟିରେ ଜ୍ଞାନବାନ ଓ ଆପଣା ଆପଣା ବୋଧରେ ବୁଦ୍ଧିମାନ, ସେମାନେ ସନ୍ତାପର ପାତ୍ର!
祸哉!那些自以为有智慧, 自看为通达的人。
22 ଯେଉଁମାନେ ଦ୍ରାକ୍ଷାରସ ପାନ କରିବାକୁ ପରାକ୍ରମୀ ଓ ମଦ୍ୟ ମିଶ୍ରିତ କରିବାକୁ ବଳବାନ;
祸哉!那些勇于饮酒, 以能力调浓酒的人。
23 ଯେଉଁମାନେ ଲାଞ୍ଚ ସକାଶେ ଦୁଷ୍ଟକୁ ନିର୍ଦ୍ଦୋଷ କରନ୍ତି ଓ ଧାର୍ମିକର ଧାର୍ମିକତା ତାହାଠାରୁ ଦୂର କରନ୍ତି, ସେମାନେ ସନ୍ତାପର ପାତ୍ର!
他们因受贿赂,就称恶人为义, 将义人的义夺去。
24 ଏଥିନିମନ୍ତେ ଅଗ୍ନିର ଜିହ୍ୱା ଯେପରି ନଡ଼ା ଗ୍ରାସ କରେ ଓ ଶୁଷ୍କ ତୃଣ ଯେପରି ଅଗ୍ନିଶିଖାରେ ଭସ୍ମସାତ୍‍ ହୁଏ, ସେହିପରି ସେମାନଙ୍କର ମୂଳ ସଢ଼ିଯିବ ଓ ସେମାନଙ୍କର ପୁଷ୍ପ ଧୂଳି ପରି ଉଡ଼ିଯିବ; କାରଣ ସେମାନେ ସୈନ୍ୟାଧିପତି ସଦାପ୍ରଭୁଙ୍କର ବ୍ୟବସ୍ଥା ଅଗ୍ରାହ୍ୟ କରିଅଛନ୍ତି ଓ ଇସ୍ରାଏଲର ଧର୍ମସ୍ୱରୂପଙ୍କ ବାକ୍ୟ ଅଗ୍ରାହ୍ୟ କରିଅଛନ୍ତି।
火苗怎样吞灭碎秸, 干草怎样落在火焰之中, 照样,他们的根必像朽物, 他们的花必像灰尘飞腾; 因为他们厌弃万军之耶和华的训诲, 藐视以色列圣者的言语。
25 ଏଥିପାଇଁ ସଦାପ୍ରଭୁଙ୍କର କ୍ରୋଧ ତାହାଙ୍କ ଲୋକମାନଙ୍କ ବିରୁଦ୍ଧରେ ପ୍ରଜ୍ୱଳିତ ହୋଇଅଛି ଓ ସେ ସେମାନଙ୍କ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରି ସେମାନଙ୍କୁ ଆଘାତ କରିଅଛନ୍ତି, ପୁଣି, ଉପପର୍ବତଗଣ କମ୍ପିଲେ ଓ ଲୋକମାନଙ୍କ ଶବ ସଡ଼କ ମଧ୍ୟରେ ଅଳିଆ ପରି ହେଲା। ଏହିସବୁ ହେଲେ ହେଁ ତାହାଙ୍କର କ୍ରୋଧ ନିବୃତ୍ତ ହୁଏ ନାହିଁ, ମାତ୍ର ତାହାଙ୍କର ହସ୍ତ ପୂର୍ବ ପରି ବିସ୍ତାରିତ ହୋଇ ରହିଅଛି।
所以,耶和华的怒气向他的百姓发作。 他的手伸出攻击他们,山岭就震动; 他们的尸首在街市上好像粪土。 虽然如此,他的怒气还未转消; 他的手仍伸不缩。
26 ପୁଣି, ସେ ଦୂରଦେଶୀୟ ଗୋଷ୍ଠୀଗଣ ପ୍ରତି ଗୋଟିଏ ଧ୍ୱଜା ଉଠାଇବେ ଓ ପୃଥିବୀର ପ୍ରାନ୍ତରୁ ସେମାନଙ୍କ ପାଇଁ ଶିଷ୍‍ ଦେବେ, ପୁଣି, ଦେଖ, ସେମାନେ ଦ୍ରୁତଗମନ କରି ଶୀଘ୍ର ଆସିବେ;
他必竖立大旗,招远方的国民, 发嘶声叫他们从地极而来; 看哪,他们必急速奔来。
27 ସେମାନଙ୍କ ମଧ୍ୟରେ କେହି କ୍ଳାନ୍ତ ହେବେ ନାହିଁ, କି ଝୁଣ୍ଟି ପଡ଼ିବେ ନାହିଁ; କେହି ଢୁଳାଇବେ ନାହିଁ କି ନିଦ୍ରା ଯିବେ ନାହିଁ; ଆଉ, ସେମାନଙ୍କର କଟିବନ୍ଧନ ଫିଟିବ ନାହିଁ କି ସେମାନଙ୍କର ପାଦୁକାର ବନ୍ଧନ ଛିଣ୍ଡିବ ନାହିଁ;
其中没有疲倦的,绊跌的; 没有打盹的,睡觉的; 腰带并不放松, 鞋带也不折断。
28 ସେମାନଙ୍କର ତୀର ତୀକ୍ଷ୍ଣ ଓ ସେମାନଙ୍କର ଧନୁସବୁ ଗୁଣଦିଆ; ସେମାନଙ୍କ ଅଶ୍ୱଗଣର ଖୁରା ଚକ୍‍ମକି ପଥର ପରି ଓ ସେମାନଙ୍କ ରଥର ଚକ୍ର ଘୂର୍ଣ୍ଣିବାୟୁ ପରି;
他们的箭快利, 弓也上了弦。 马蹄算如坚石, 车轮好像旋风。
29 ସେମାନଙ୍କର ଗର୍ଜ୍ଜନ ସିଂହୀର ଗର୍ଜ୍ଜନ ପରି, ସେମାନେ ଯୁବା ସିଂହ ପରି ଗର୍ଜ୍ଜନ କରିବେ; ଆହୁରି, ସେମାନେ ଗର୍ଜ୍ଜନ କରି ଓ ଶିକାର ଧରି ନିରାପଦରେ ତାହା ନେଇଯିବେ ଓ ଉଦ୍ଧାର କରିବାକୁ କେହି ନ ଥିବେ।
他们要吼叫,像母狮子, 咆哮,像少壮狮子; 他们要咆哮抓食, 坦然叼去,无人救回。
30 ପୁଣି, ସେମାନେ ସେହି ଦିନ ସମୁଦ୍ରର ଗର୍ଜ୍ଜନ ତୁଲ୍ୟ ଲୋକମାନଙ୍କ ଉପରେ ଗର୍ଜ୍ଜନ କରିବେ; ତହିଁରେ ଯଦି କେହି ଦେଶ ପ୍ରତି ଅନାଇବ, ତେବେ ଦେଖ, ଅନ୍ଧକାର ଓ ସଙ୍କଟ, ପୁଣି, ସେହି ସ୍ଥାନର ଦୀପ୍ତି ମେଘମାଳାରେ ଅନ୍ଧକାରମୟ ହେବ।
那日,他们要向以色列人吼叫, 像海浪匉訇; 人若望地,只见黑暗艰难, 光明在云中变为昏暗。

< ଯିଶାଇୟ 5 >