< ଯିଶାଇୟ 49 >
1 ହେ ଦ୍ୱୀପସମୂହ, ମୋʼ କଥା ଶୁଣ; ହେ ଦୂରସ୍ଥ ଗୋଷ୍ଠୀସମୂହ, ମନୋଯୋଗ କର; ମୁଁ ଗର୍ଭସ୍ଥ ହେବା ସମୟଠାରୁ ସଦାପ୍ରଭୁ ମୋତେ ଆହ୍ୱାନ କରିଅଛନ୍ତି; ମୁଁ ମାତାଙ୍କ ଉଦରରୁ ଭୂମିଷ୍ଠ ହେବା ସମୟଠାରୁ ସେ ମୋହର ନାମ ଉଲ୍ଲେଖ କରିଅଛନ୍ତି;
Tẹ́tí sí mi, ẹ̀yin erékùṣù: gbọ́ èyí, ẹ̀yin orílẹ̀-èdè jíjìnnà réré: kí a tó bí mi Olúwa ti pè mí; láti ìgbà bíbí mi ni ó ti dá orúkọ mi.
2 ପୁଣି, ସେ ମୋର ମୁଖ ତୀକ୍ଷ୍ଣ ଖଡ୍ଗ ସ୍ୱରୂପ କରିଅଛନ୍ତି, ଆପଣା ହସ୍ତର ଛାୟାରେ ସେ ମୋତେ ଲୁଚାଇଅଛନ୍ତି ଓ ସେ ମୋତେ ଶାଣିତ ତୀର ସ୍ୱରୂପ କରି ଆପଣା ତୂଣରେ ଘୋଡ଼ାଇ ରଖିଅଛନ୍ତି;
Ó ṣe ẹnu mi bí idà tí a pọ́n, ní abẹ́ òjìji ọwọ́ rẹ̀ ni ó ti pa mí mọ́: ó ṣe mí ní ọfà tí a ti dán, ó sì fi mí pamọ́ sínú àpò rẹ̀.
3 ପୁଣି, ସେ ମୋତେ କହିଲେ, “ତୁମ୍ଭେ ଆମ୍ଭର ଦାସ; ତୁମ୍ଭେ ଇସ୍ରାଏଲ, ତୁମ୍ଭ ଦ୍ୱାରା ଆମ୍ଭେ ମହିମାନ୍ୱିତ ହେବା।”
Ó sọ fún mi pé, “Ìránṣẹ́ mi ni ìwọ í ṣe, Israẹli nínú ẹni tí n ó ti fi ògo mi hàn.”
4 ମାତ୍ର ମୁଁ କହିଲି, “ମୁଁ ବ୍ୟର୍ଥରେ ପରିଶ୍ରମ କରିଅଛି, ମୁଁ ନିରର୍ଥକ ଓ ଅସାରତାରେ ମୋହର ଶକ୍ତି ବ୍ୟୟ କରିଅଛି; ତଥାପି ନିଶ୍ଚୟ ମୋହର ବିଚାର ସଦାପ୍ରଭୁଙ୍କ ନିକଟରେ ଓ ମୋହର କର୍ମର ଫଳ ମୋହର ପରମେଶ୍ୱରଙ୍କଠାରେ ଅଛି।”
Ṣùgbọ́n èmi sọ pé, “Mo ti ṣe wàhálà lórí asán; mo ti lo gbogbo ipá mi lórí asán àti ìmúlẹ̀mófo. Síbẹ̀síbẹ̀ ohun tí ó tọ́ sí mi ṣì wà lọ́wọ́ Olúwa, èrè mi sì ń bẹ pẹ̀lú Ọlọ́run mi.”
5 ପୁଣି, ମୋତେ ତାହାଙ୍କର ସେବକ ହେବା ପାଇଁ ଓ ଯାକୁବକୁ ତାହାଙ୍କ ନିକଟକୁ ଆଣିବା ପାଇଁ ଓ ଇସ୍ରାଏଲ ତାହାଙ୍କ ନିକଟରେ ସଂଗୃହୀତ ହେବା ପାଇଁ ଯେ ମୋତେ ଗର୍ଭରୁ ନିର୍ମାଣ କଲେ, ସେହି ସଦାପ୍ରଭୁ ଏବେ କହନ୍ତି; (କାରଣ ମୁଁ ସଦାପ୍ରଭୁଙ୍କ ଦୃଷ୍ଟିରେ ଆଦରଣୀୟ ଅଟେ ଓ ମୋହର ପରମେଶ୍ୱର ମୋହର ବଳ ସ୍ୱରୂପ ହୋଇଅଛନ୍ତି);
Nísinsin yìí Olúwa wí pé ẹni tí ó mọ̀ mí láti inú wá láti jẹ́ ìránṣẹ́ rẹ̀ láti mú Jakọbu padà tọ̀ mí wá àti láti kó Israẹli jọ sọ́dọ̀ ara rẹ̀, nítorí pé a bọ̀wọ̀ fún mi ní ojú Olúwa Ọlọ́run mi sì ti jẹ́ agbára mi,
6 ଏଣୁ ସେ କହନ୍ତି, “ତୁମ୍ଭେ ଯେ ଯାକୁବର ଗୋଷ୍ଠୀବର୍ଗକୁ ଉତ୍ଥାପନ କରିବା ପାଇଁ ଓ ଇସ୍ରାଏଲର ରକ୍ଷିତ ଲୋକମାନଙ୍କୁ ପୁନର୍ବାର ଆଣିବା ପାଇଁ ଆମ୍ଭର ସେବକ ହେବ, ଏହା ଅତି କ୍ଷୁଦ୍ର ବିଷୟ; ତୁମ୍ଭେ ପୃଥିବୀର ସୀମା ପର୍ଯ୍ୟନ୍ତ ଯେପରି ଆମ୍ଭର କୃତ ପରିତ୍ରାଣ ସ୍ୱରୂପ ହେବ, ଏଥିପାଇଁ ଆମ୍ଭେ ତୁମ୍ଭକୁ ଅନ୍ୟଦେଶୀୟମାନଙ୍କର ଦୀପ୍ତି ସ୍ୱରୂପ ମଧ୍ୟ କରିବା।”
Òun wí pé: “Ó jẹ́ ohun kékeré fún ọ láti jẹ́ ìránṣẹ́ mi láti mú ẹ̀yà Jakọbu padà bọ̀ sípò àti láti mú àwọn ti Israẹli tí mo ti pamọ́. Èmi yóò sì fi ọ́ ṣe ìmọ́lẹ̀ fún àwọn kèfèrí, kí ìwọ kí ó lè mú ìgbàlà mi wá sí òpin ilẹ̀ ayé.”
7 ଯାହାକୁ ମନୁଷ୍ୟ ଅବଜ୍ଞା କରେ, ଯାହାକୁ ଦେଶୀୟ ଲୋକମାନେ ଘୃଣା କରନ୍ତି, ଯେ ଶାସନକର୍ତ୍ତାମାନଙ୍କର ଦାସ, ତାହାକୁ ଇସ୍ରାଏଲର ମୁକ୍ତିଦାତା ଓ ତାହାର ଧର୍ମସ୍ୱରୂପ ସଦାପ୍ରଭୁ ଏହି କଥା କହନ୍ତି, “ବିଶ୍ୱାସନୀୟ ଓ ଇସ୍ରାଏଲର ଧର୍ମସ୍ୱରୂପ ଯେଉଁ ସଦାପ୍ରଭୁ ତୁମ୍ଭକୁ ମନୋନୀତ କରିଅଛନ୍ତି, ତାହାଙ୍କ ସକାଶୁ ରାଜାମାନେ ତୁମ୍ଭକୁ ଦେଖିଲେ ଉଠିବେ; ଅଧିପତିମାନେ ତୁମ୍ଭକୁ ପ୍ରଣାମ କରିବେ।”
Ohun tí Olúwa wí nìyìí, Olùdáǹdè àti Ẹni Mímọ́ Israẹli— sí ẹni náà tí a gàn tí a sì kórìíra lọ́wọ́ àwọn orílẹ̀-èdè, sí ìránṣẹ́ àwọn aláṣẹ: “Àwọn ọba yóò rí ọ wọn yóò sì dìde sókè, àwọn ọmọ ọba yóò rí i wọn yóò sì wólẹ̀, nítorí Olúwa ẹni tí í ṣe olóòtítọ́, Ẹni Mímọ́ Israẹli tí ó ti yàn ọ́.”
8 ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଗ୍ରାହ୍ୟ ସମୟରେ ତୁମ୍ଭକୁ ଉତ୍ତର ଦେଇଅଛୁ ଓ ପରିତ୍ରାଣ ଦିନରେ ଆମ୍ଭେ ତୁମ୍ଭର ସାହାଯ୍ୟ କରିଅଛୁ; ପୁଣି, ଆମ୍ଭେ ତୁମ୍ଭକୁ ରକ୍ଷା କରିବା ଓ ଦେଶର ଉନ୍ନତି ସାଧନ ନିମନ୍ତେ, ଲୋକମାନଙ୍କୁ ସେମାନଙ୍କର ଧ୍ୱଂସିତ ଉତ୍ତରାଧିକାର ଭୋଗ କରାଇବା ନିମନ୍ତେ ଆମ୍ଭେ ତୁମ୍ଭକୁ ଲୋକମାନଙ୍କର ନିୟମ ସ୍ୱରୂପ ନିଯୁକ୍ତ କରିବା;
Ohun tí Olúwa wí nìyìí: “Ní àkókò ojúrere mi, èmi yóò dá ọ lóhùn, àti ní ọjọ́ ìgbàlà, èmi yóò ràn ọ́ lọ́wọ́; Èmi yóò pa ọ́ mọ́, n ó sì ṣe ọ́ láti jẹ́ májẹ̀mú fún àwọn ènìyàn, láti mú ilẹ̀ padà bọ̀ sípò àti láti ṣe àtúnpín ogún rẹ̀ tí ó ti dahoro,
9 ତୁମ୍ଭେ ‘ବନ୍ଦୀଗଣକୁ ବାହାରି ଯାଅ’ ବୋଲି, ଅନ୍ଧକାରସ୍ଥିତ ଲୋକମାନଙ୍କୁ ‘ଆପଣାମାନଙ୍କୁ ଦେଖାଅ’ ବୋଲି କହିବ। ସେମାନେ ପଥରେ ଚରିବେ ଓ ବୃକ୍ଷଶୂନ୍ୟ ଉଚ୍ଚସ୍ଥଳୀସକଳ ସେମାନଙ୍କର ଚରାସ୍ଥାନ ହେବ।
láti sọ fún àwọn ìgbèkùn pé, ‘Ẹ jáde wá,’ àti fún àwọn tí ó wà nínú òkùnkùn pé, ‘Ẹ gba òmìnira!’ “Wọn yóò máa jẹ ní ẹ̀bá ọ̀nà àti koríko tútù lórí òkè aláìléwéko.
10 ସେମାନେ କ୍ଷୁଧାର୍ତ୍ତ କି ତୃଷାର୍ତ୍ତ ହେବେ ନାହିଁ; କିଅବା ଗ୍ରୀଷ୍ମ ଅଥବା ସୂର୍ଯ୍ୟତାପ ସେମାନଙ୍କୁ କାଟିବ ନାହିଁ; କାରଣ ଯେ ସେମାନଙ୍କୁ ଦୟା କରନ୍ତି, ସେ ସେମାନଙ୍କୁ ଚଳାଇବେ, ଜଳ ନିର୍ଝର ନିକଟ ଦେଇ ସେ ସେମାନଙ୍କୁ କଢ଼ାଇ ନେବେ।
Ebi kì yóò pa wọ́n bẹ́ẹ̀ ni òǹgbẹ kì yóò gbẹ wọ́n, tàbí kí ooru inú aṣálẹ̀ tàbí oòrùn kí ó pa wọ́n. Ẹni tí ó ṣàánú fún wọn ni yóò máa tọ́ wọn, tí yóò sì mú wọn lọ sí ibi orísun omi.
11 ପୁଣି, ଆମ୍ଭେ ଆପଣାର ପର୍ବତସବୁକୁ ଏକ ପଥ କରିବା ଓ ଆମ୍ଭର ରାଜପଥସକଳ ଉଚ୍ଚ କରାଯିବ।
Èmi yóò sọ gbogbo àwọn òkè ńlá mi di ojú ọ̀nà àti gbogbo òpópónà mi ni a ó gbé sókè.
12 ଦେଖ, ଏମାନେ ଦୂରରୁ ଆସିବେ; ଆଉ ଦେଖ, ଏମାନେ ଉତ୍ତର ଓ ପଶ୍ଚିମ ଦିଗରୁ ଆସିବେ; ପୁଣି, ଏମାନେ ସୀନୀମ୍ ଦେଶରୁ ଆସିବେ।”
Kíyèsi i, wọn yóò wá láti ọ̀nà jíjìn àwọn díẹ̀ láti àríwá àti àwọn díẹ̀ láti ìwọ̀-oòrùn, àwọn díẹ̀ láti ẹkùn Siene.”
13 ହେ ଆକାଶମଣ୍ଡଳ, ଗାନ କର; ହେ ପୃଥିବୀ, ଉଲ୍ଲସିତ ହୁଅ; ହେ ପର୍ବତମାଳ, ଉଚ୍ଚସ୍ୱରେ ଗାନ କର; କାରଣ ସଦାପ୍ରଭୁ ଆପଣା ଲୋକମାନଙ୍କୁ ସାନ୍ତ୍ୱନା କରିଅଛନ୍ତି ଓ ଆପଣାର କ୍ଳିଷ୍ଟ ଲୋକମାନଙ୍କୁ କରୁଣା କରିବେ।
Ẹ hó fún ayọ̀, ẹyin ọ̀run; yọ̀, ìwọ ilẹ̀ ayé; bú sórin, ẹ̀yin òkè ńlá! Nítorí Olúwa tu àwọn ènìyàn rẹ̀ nínú yóò sì ṣàánú fún àwọn ẹni tí a ń pọ́n lójú.
14 ମାତ୍ର ସିୟୋନ କହିଲା, “ସଦାପ୍ରଭୁ ମୋତେ ତ୍ୟାଗ କରିଅଛନ୍ତି, ପ୍ରଭୁ ମୋତେ ପାସୋରିଅଛନ୍ତି।”
Ṣùgbọ́n Sioni sọ pé, “Olúwa ti kọ̀ mí sílẹ̀, Olúwa ti gbàgbé è mi.”
15 “ସ୍ତ୍ରୀଲୋକ ଆପଣା ଗର୍ଭଜାତ ପୁତ୍ରକୁ ସ୍ନେହ ନ କରି କି ଆପଣା ସ୍ତନ୍ୟପାୟୀ ଶିଶୁକୁ ପାସୋରି ପାରିବ? ହଁ, ଏମାନେ ପାସୋରି ପାରନ୍ତି, ତଥାପି ଆମ୍ଭେ ତୁମ୍ଭକୁ ପାସୋରିବା ନାହିଁ।
“Ǹjẹ́ abiyamọ ha le gbàgbé ọmọ ọmú rẹ̀ kí ó má sì ṣàánú fún ọmọ rẹ̀ tí ó ti bí? Bí ó tilẹ̀ jẹ́ pé òun le gbàgbé, Èmi kì yóò gbàgbé rẹ!
16 ଦେଖ, ଆମ୍ଭେ ଆପଣା ହସ୍ତଦ୍ୱୟର ପାପୁଲିରେ ତୁମ୍ଭର ଆକୃତି ଲେଖିଅଛୁ; ତୁମ୍ଭର ପ୍ରାଚୀର ସର୍ବଦା ଆମ୍ଭ ସମ୍ମୁଖରେ ଅଛି।
Kíyèsi i, mo ti kọ ọ́ sí àtẹ́lẹwọ́ mi ògiri rẹ wà níwájú mi nígbà gbogbo.
17 ତୁମ୍ଭର ସନ୍ତାନମାନେ ଶୀଘ୍ର ଆସୁଅଛନ୍ତି, ତୁମ୍ଭର ଉତ୍ପାଟନକାରୀମାନେ ଓ ଯେଉଁମାନେ ତୁମ୍ଭକୁ ଉତ୍ସନ୍ନ କଲେ, ସେମାନେ ତୁମ୍ଭ ମଧ୍ୟରୁ ବାହାରି ଯିବେ।
Àwọn ọmọ rẹ ti kánjú padà, àti àwọn tí ó sọ ọ́ dahoro ti padà lẹ́yìn rẹ.
18 ତୁମ୍ଭେ ଚକ୍ଷୁ ମେଲାଇ ଚତୁର୍ଦ୍ଦିଗ ଦେଖ; ଏସମସ୍ତେ ଏକତ୍ରିତ ହୋଇ ତୁମ୍ଭ ନିକଟକୁ ଆସୁଅଛନ୍ତି। ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ତୁମ୍ଭେ ଭୂଷଣ ତୁଲ୍ୟ ଏହି ସମସ୍ତଙ୍କୁ ପରିଧାନ କରିବ, ପୁଣି କନ୍ୟାର କଟିଭୂଷଣ ତୁଲ୍ୟ ସେମାନଙ୍କୁ ଧାରଣ କରିବ।”
Gbójú rẹ sókè kí o sì wò yíká; gbogbo àwọn ọmọkùnrin rẹ kórajọ wọ́n sì wá sọ́dọ̀ rẹ. Níwọ́n ìgbà tí mo bá wà láààyè,” ni Olúwa wí, “Ìwọ yóò wọ gbogbo wọ́n gẹ́gẹ́ bí ohun ọ̀ṣọ́; ìwọ yóò wọ̀ wọ́n gẹ́gẹ́ bí ìyàwó.
19 କାରଣ ନିଶ୍ଚୟ ଏବେ ତୁମ୍ଭେ, “ତୁମ୍ଭ ଉତ୍ସନ୍ନ ଓ ଶୂନ୍ୟସ୍ଥାନସକଳ ଓ ତୁମ୍ଭର ନଷ୍ଟ ଦେଶ, ନିବାସୀଗଣ ନିମନ୍ତେ ସଂକୀର୍ଣ୍ଣ ହେବ ଓ ତୁମ୍ଭର ଗ୍ରାସକାରୀମାନେ ଦୂରରେ ରହିବେ।
“Bí ó tilẹ̀ jẹ́ pé a tí run ọ́, a sì sọ ọ́ di ahoro tí gbogbo ilẹ̀ rẹ sì di ìparun, ní ìsinsin yìí, ìwọ yóò kéré jù fún àwọn ènìyàn rẹ, bẹ́ẹ̀ ni àwọn tí ó jẹ ọ́ run ni yóò wà láti ọ̀nà jíjìn réré.
20 ତୁମ୍ଭର ଅପହୃତ ସନ୍ତାନଗଣ ପୁନର୍ବାର ତୁମ୍ଭ କର୍ଣ୍ଣଗୋଚରରେ କହିବେ, ‘ମୋʼ ପାଇଁ ଏହି ସ୍ଥାନ ଅତି ସଂକୀର୍ଣ୍ଣ; ମୋତେ ସ୍ଥାନ ଦିଅ, ମୁଁ ବାସ କରିବି।’
Àwọn ọmọ tí a bí ní àkókò ọ̀fọ̀ rẹ yóò sọ ní etígbọ̀ọ́ rẹ, ‘Ibi yìí ti kéré jù fún wa; ẹ fún wa láyè sí i tí a ó máa gbé.’
21 ସେତେବେଳେ ତୁମ୍ଭେ ମନେ ମନେ କହିବ, ‘ମୋର ସନ୍ତାନଗଣ ଅପହୃତ ହୋଇଅଛନ୍ତି, ମୁଁ ଏକାକିନୀ, ନିର୍ବାସିତା ହୋଇ ଏଣେତେଣେ ଭ୍ରମଣ କରୁଅଛି, ମୋହର ଏହି ସମସ୍ତଙ୍କୁ କିଏ ଜନ୍ମ ଦେଇଅଛି? ଓ ଏମାନଙ୍କୁ କିଏ ପ୍ରତିପାଳନ କରିଅଛି? ଦେଖ, ମୁଁ ଏକାକିନୀ ଅବଶିଷ୍ଟା ଥିଲି; ଏମାନେ କେଉଁଠାରେ ଥିଲେ?’”
Nígbà náà ni ìwọ yóò sọ ní ọkàn rẹ pé, ‘Ta ló bí àwọn yìí fún mi? Mo ti ṣọ̀fọ̀ mo sì yàgàn; a sọ mi di àtìpó a sì kọ̀ mí sílẹ̀. Ta ló wo àwọn yìí dàgbà? A fi èmi nìkan sílẹ̀, ṣùgbọ́n àwọn wọ̀nyí níbo ni wọ́n ti wá?’”
22 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଆମ୍ଭେ ଅନ୍ୟ ଦେଶୀୟମାନଙ୍କ ପ୍ରତି ଆପଣା ହସ୍ତ ଉଠାଇବା ଓ ଗୋଷ୍ଠୀସମୂହର ପ୍ରତି ଆପଣା ଧ୍ୱଜା ଟେକିବା; ତହିଁରେ ସେମାନେ ତୁମ୍ଭ ପୁତ୍ରଗଣକୁ କୋଳରେ ଆଣିବେ ଓ ତୁମ୍ଭର କନ୍ୟାଗଣ ସେମାନଙ୍କ ସ୍କନ୍ଧରେ ବୁହାଯିବେ।
Ohun tí Olúwa Olódùmarè wí nìyìí, “Kíyèsi i, Èmi yóò ké sí àwọn aláìkọlà, Èmi yóò gbé àsíá mi sókè sí ọ̀pọ̀lọpọ̀ àwọn ènìyàn; wọn yóò kó àwọn ọmọkùnrin yín wá ní apá wọn wọn yóò sì gbé àwọn ọ̀dọ́mọbìnrin ní èjìká wọn.
23 ପୁଣି, ରାଜାଗଣ ତୁମ୍ଭର ପାଳନକାରୀ ପିତା ଓ ସେମାନଙ୍କର ରାଣୀମାନେ ତୁମ୍ଭର ପାଳନକାରିଣୀ ମାତା ହେବେ; ସେମାନେ ଭୂମିକୁ ମୁଖ କରି ତୁମ୍ଭକୁ ପ୍ରଣାମ କରିବେ ଓ ତୁମ୍ଭ ପାଦର ଧୂଳି ଚାଟିବେ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଓ ଆମ୍ଭର ଅପେକ୍ଷାକାରୀମାନେ ଯେ ଲଜ୍ଜିତ ହେବେ ନାହିଁ, ଏହା ତୁମ୍ଭେ ଜାଣିବ।”
Àwọn ọba ni yóò jẹ́ alágbàtọ́ baba fún ọ, àwọn ayaba wọn ni yóò sì jẹ́ ìyá-alágbàtọ́. Wọn yóò foríbalẹ̀ ní iwájú rẹ̀ pẹ̀lú ojú wọn dídàbolẹ̀; wọn yóò máa lá erùpẹ̀ lẹ́bàá ẹsẹ̀ rẹ. Nígbà náà ni ìwọ yóò mọ̀ pé, Èmi ni Olúwa; gbogbo àwọn tí wọ́n ní ìrètí nínú mi ni a kì yóò jákulẹ̀.”
24 ବୀରଠାରୁ କି ଲୁଟିତ ଦ୍ରବ୍ୟ ହରଣ କରାଯିବ, ଅବା ନ୍ୟାୟରେ ବନ୍ଦୀକୃତ ଲୋକମାନେ କି ମୁକ୍ତ କରାଯିବେ?
Ǹjẹ́ a le gba ìkógun lọ́wọ́ jagunjagun, tàbí kí á gba ìgbèkùn lọ́wọ́ akíkanjú?
25 ମାତ୍ର ସଦାପ୍ରଭୁ ଏହି କଥା କହନ୍ତି, “ବୀରର ବନ୍ଦୀକୃତ ଲୋକମାନେ ହିଁ ଅପହୃତ ହେବେ ଓ ଭୟଙ୍କର ଲୋକର ଲୁଟିତ ଦ୍ରବ୍ୟ ମୁକୁଳା ଯିବ; କାରଣ ତୁମ୍ଭ ବିରୋଧକାରୀର ସଙ୍ଗେ ଆମ୍ଭେ ବିରୋଧ କରିବା ଓ ତୁମ୍ଭ ସନ୍ତାନଗଣକୁ ଆମ୍ଭେ ରକ୍ଷା କରିବା।
Ṣùgbọ́n ohun tí Olúwa wí nìyìí: “Bẹ́ẹ̀ ni, a ó gba àwọn ìgbèkùn lọ́wọ́ àwọn jagunjagun, àti ìkógun lọ́wọ́ àwọn akíkanjú; ẹni tí ó bá ọ jà ni èmi ó bá jà, àti àwọn ọmọ rẹ ni èmi ó gbàlà.
26 ପୁଣି, ଆମ୍ଭେ ତୁମ୍ଭର ଉପଦ୍ରବକାରୀମାନଙ୍କୁ ସେମାନଙ୍କର ନିଜ ମାଂସ ଭୋଜନ କରାଇବା ଓ ମିଷ୍ଟ ଦ୍ରାକ୍ଷାରସରେ ମତ୍ତ ହେବା ତୁଲ୍ୟ ସେମାନେ ନିଜ ରକ୍ତରେ ମତ୍ତ ହେବେ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ, ତୁମ୍ଭର ତ୍ରାଣକର୍ତ୍ତା ଓ ତୁମ୍ଭର ମୁକ୍ତିଦାତା, ଯାକୁବର ବଳଦାତା, ଏହା ସର୍ବ ପ୍ରାଣୀ ଜାଣିବେ।”
Èmi yóò mú kí àwọn aninilára rẹ̀ jẹ ẹran-ara wọn; wọn yóò mu ẹ̀jẹ̀ ara wọn yó bí ẹni mu wáìnì. Nígbà náà ni gbogbo ènìyàn yóò mọ̀ pé, Èmi, Olúwa, èmi ni Olùgbàlà rẹ, Olùdáǹdè rẹ, Alágbára kan ṣoṣo ti Jakọbu.”