< ଯିଶାଇୟ 47 >
1 ଆଗୋ ବାବିଲର ଅନୂଢ଼ା କନ୍ୟେ, ତୁମ୍ଭେ ଓହ୍ଲାଇ ଧୂଳିରେ ବସ; ଆଗୋ କଲ୍ଦୀୟର କନ୍ୟେ, ସିଂହାସନ ବିନା, ଭୂମିରେ ବସ; କାରଣ ତୁମ୍ଭେ ଆଉ କୋମଳା ଓ ସୁକୁମାରୀ ବୋଲି ଖ୍ୟାତା ନ ହେବ।
Descende, sede in pulvere virgo filia Babylon, sede in terra: non est solium filiae Chaldaeorum, quia ultra non vocaberis mollis et tenera.
2 ଚକି ନେଇ ଶସ୍ୟ ପେଷ, ତୁମ୍ଭର ଓଢ଼ଣି କାଢ଼, ପୋଷାକ କାଢ଼ି ପକାଅ, ପାଦ ଅନାବୃତ କର, ନଦ-ନଦୀରେ ଚାଲି କରି ଯାଅ।
Tolle molam, et mole farinam: denuda turpitudinem tuam, discooperi humerum, revela crura, transi flumina.
3 ତୁମ୍ଭର ଉଲଙ୍ଗତା ପ୍ରକାଶିତ ହେବ, ହଁ, ତୁମ୍ଭର ଲଜ୍ଜାର ବିଷୟ ଦୃଶ୍ୟ ହେବ; ଆମ୍ଭେ ପରିଶୋଧ ନେବା, ପୁଣି କାହାରି ଅନୁରୋଧ ମାନିବା ନାହିଁ।
Revelabitur ignominia tua, et videbitur opprobrium tuum: ultionem capiam, et non resistet mihi homo.
4 ଆମ୍ଭମାନଙ୍କର ମୁକ୍ତିଦାତା ଇସ୍ରାଏଲର ଧର୍ମସ୍ୱରୂପ, ସୈନ୍ୟାଧିପତି ସଦାପ୍ରଭୁ, ତାହାଙ୍କର ନାମ।
Redemptor noster, Dominus exercituum nomen illius sanctus Israel.
5 ଆଗୋ କଲ୍ଦୀୟମାନଙ୍କର କନ୍ୟେ, ତୁମ୍ଭେ ଅନ୍ଧାରକୁ ଯାଇ ତୁନି ହୋଇ ବସ; କାରଣ ରାଜ୍ୟସମୂହର କର୍ତ୍ତୃତ୍ୱକାରିଣୀ ବୋଲି ତୁମ୍ଭେ ଆଉ ଖ୍ୟାତା ହେବ ନାହିଁ।
Sede tacens, et intra in tenebras filia Chaldaeorum: quia non vocaberis ultra domina regnorum.
6 ଆମ୍ଭେ ଆପଣା ଲୋକମାନଙ୍କ ପ୍ରତି କ୍ରୁଦ୍ଧ ହୋଇ ଆପଣା ଅଧିକାର ଅପବିତ୍ର କଲୁ ଓ ତୁମ୍ଭ ହସ୍ତରେ ସେମାନଙ୍କୁ ସମର୍ପଣ କଲୁ; ତୁମ୍ଭେ ସେମାନଙ୍କ ପ୍ରତି କିଛି ଦୟା ପ୍ରକାଶ କଲ ନାହିଁ; ତୁମ୍ଭେ ବୃଦ୍ଧ ଲୋକ ଉପରେ ତୁମ୍ଭର ଯୁଆଳି ବଡ଼ ଭାରୀ କରି ଥୋଇଲ।
Iratus sum super populum meum, contaminavi hereditatem meam, et dedi eos in manu tua: non posuisti eis misericordias: super senem aggravasti iugum tuum valde.
7 ପୁଣି, ତୁମ୍ଭେ କହିଲ, “ଆମ୍ଭେ ସଦାକାଳ କର୍ତ୍ତୃତ୍ୱକାରିଣୀ ହୋଇ ରହିବା;” ଏହେତୁ ତୁମ୍ଭେ ଏହିସବୁ ବିଷୟରେ ମନୋଯୋଗ କଲ ନାହିଁ, କିଅବା ତହିଁର ଶେଷ ଫଳ ସ୍ମରଣ କଲ ନାହିଁ।
Et dixisti: In sempiternum ero domina: non posuisti haec super cor tuum, neque recordata es novissimi tui.
8 ଏହେତୁ ଗୋ ସୁଖଭୋଗିନୀ, ଏବେ ଏହା ଶୁଣ, ତୁମ୍ଭେ ନିର୍ଭୟରେ ବାସ କରି ମନେ ମନେ କହୁଅଛ, “ଆମ୍ଭେ ଅଛୁ, ଆମ୍ଭ ଛଡ଼ା ଆଉ କେହି ନାହିଁ; ଆମ୍ଭେ ବିଧବା ପରି ବସିବା ନାହିଁ, କିଅବା ସନ୍ତାନ-ବିରହ ଜାଣିବା ନାହିଁ,”
Et nunc audi haec delicata, et habitans confidenter, quae dicis in corde tuo: Ego sum, et non est praeter me amplius: non sedebo vidua, et ignorabo sterilitatem.
9 ମାତ୍ର ସନ୍ତାନ-ବିରହ ଓ ବୈଧବ୍ୟ ଏ ଦୁଇ ଏକ ମୁହୂର୍ତ୍ତରେ, ଏକ ଦିନରେ ତୁମ୍ଭ ପ୍ରତି ଘଟିବ; ତୁମ୍ଭର ଅପାର ଗଣକତା ଓ ଅତି ପ୍ରଚୁର ମାୟାବୀତ୍ୱ ଥିଲେ ହେଁ, ସେ ଦୁଇ ସମ୍ପୂର୍ଣ୍ଣ ପରିମାଣରେ ତୁମ୍ଭ ପ୍ରତି ଘଟିବ।
Venient tibi duo haec subito in die una, sterilitas et viduitas. universa venerunt super te, propter multitudinem maleficiorum tuorum, et propter duritiam incantatorum tuorum vehementem.
10 କାରଣ ତୁମ୍ଭେ ଆପଣା ଦୁଷ୍ଟତାରେ ନିର୍ଭର ରଖିଅଛ; ତୁମ୍ଭେ କହିଅଛ, “କେହି ଆମ୍ଭକୁ ଦେଖୁ ନାହିଁ,” ତୁମ୍ଭର ଜ୍ଞାନ ଓ ବିଦ୍ୟା ତୁମ୍ଭକୁ ବିପଥଗାମୀ କରିଅଛି; ପୁଣି ତୁମ୍ଭେ ଆପଣା ମନେ ମନେ କହିଅଛ, “ଆମ୍ଭେ ଅଛୁ, ଆମ୍ଭ ଛଡ଼ା ଆଉ କେହି ନାହିଁ;”
Et fiduciam habuisti in malitia tua, et dixisti: Non est qui videat me. sapientia tua et scientia tua haec decepit te. Et dixisti in corde tuo: Ego sum, et praeter me non est altera.
11 ଏହେତୁ ତୁମ୍ଭ ପ୍ରତି ଦୁର୍ଦ୍ଦଶା ଘଟିବ, ତୁମ୍ଭେ ତହିଁର ଉଦୟ ଜାଣିବ ନାହିଁ; ପୁଣି, ତୁମ୍ଭ ଉପରେ ବିପଦ ପଡ଼ିବ, ତୁମ୍ଭେ ତାହା ଦୂର କରି ପାରିବ ନାହିଁ; ଆଉ, ଯାହା ତୁମ୍ଭେ ଜାଣୁ ନାହଁ, ଏପରି ବିନାଶ ହଠାତ୍ ତୁମ୍ଭ ଉପରେ ଘଟିବ।
Veniet super te malum, et nescies ortum eius: irruet super te calamitas, quam non poteris expiare: veniet super te repente miseria, quam nescies.
12 ତୁମ୍ଭେ ବାଲ୍ୟକାଳରୁ ଆପଣାର ଯେଉଁ ମାୟାବୀତ୍ୱ ଓ ଅପାର ଗଣକତାରେ ପରିଶ୍ରମ କରି ଆସିଅଛ, ଏବେ ତାହା ଅବଲମ୍ବନ କର। କେଜାଣି ଅବା ତୁମ୍ଭେ ଉପକାର ପାଇ ପାରିବ, କେଜାଣି ଅବା ତୁମ୍ଭେ ଜୟଯୁକ୍ତ ହୋଇ ପାରିବ।
Sta cum incantatoribus tuis, et cum multitudine maleficiorum tuorum, in quibus laborasti ab adolescentia tua, si forte quod prosit tibi, aut si possis fieri fortior.
13 ତୁମ୍ଭେ ଆପଣାର ଅପାର ମନ୍ତ୍ରଣାରେ କ୍ଳାନ୍ତ ହୋଇଅଛ; ଏବେ ଜ୍ୟୋତିଷମାନେ, ନକ୍ଷତ୍ରଦର୍ଶୀମାନେ, ମାସିକ ଶୁଭାଶୁଭବାଦୀମାନେ ଠିଆ ହେଉନ୍ତୁ ଓ ତୁମ୍ଭ ପ୍ରତି ଯାହା ଯାହା ଘଟିବ, ତହିଁରୁ ତୁମ୍ଭକୁ ରକ୍ଷା କରନ୍ତୁ।
Defecisti in multitudine consiliorum tuorum: stent, et salvent te augures caeli, qui contemplabantur sidera, et supputabant menses, ut ex eis annunciarent ventura tibi.
14 ଦେଖ, ସେମାନେ କୁଟା ପରି ହେବେ; ଅଗ୍ନି ସେମାନଙ୍କୁ ଦଗ୍ଧ କରିବ; ସେମାନେ ଅଗ୍ନିଶିଖାର ବଳରୁ ଆପଣାମାନଙ୍କୁ ଉଦ୍ଧାର କରି ପାରିବେ ନାହିଁ। ତାହା ଉଷ୍ଣ ହେବା ନିମନ୍ତେ ଜ୍ୱଳନ୍ତ ଅଙ୍ଗାର ଅବା ତହିଁ ସମ୍ମୁଖରେ ବସିବା ନିମନ୍ତେ ଅଗ୍ନି ସ୍ୱରୂପ ହେବ ନାହିଁ।
Ecce facti sunt quasi stipula, ignis combussit eos: non liberabunt animam suam de manu flammae: non sunt prunae, quibus calefiant, nec focus, ut sedeant ad eum.
15 ଯେଉଁ ଯେଉଁ ବିଷୟରେ ତୁମ୍ଭେ ପରିଶ୍ରମ କରିଅଛ, ସେହି ସବୁ ତୁମ୍ଭ ପ୍ରତି ଏହିପରି ହେବ; ତୁମ୍ଭର ଯୌବନରୁ ଯେଉଁମାନେ ତୁମ୍ଭ ସହିତ ବାଣିଜ୍ୟ କରିଅଛନ୍ତି, ସେମାନଙ୍କର ପ୍ରତ୍ୟେକେ ଏଣେତେଣେ ଭ୍ରମଣ କରି ଆପଣା ଆପଣା ସ୍ଥାନକୁ ଯିବେ, ତୁମ୍ଭକୁ ରକ୍ଷା କରିବାକୁ କେହି ରହିବେ ନାହିଁ।
Sic facta sunt tibi in quibuscumque laboraveras: negotiatores tui ab adolescentia tua, unusquisque in via sua erraverunt: non est qui salvet te.