< ଯିଶାଇୟ 45 >

1 ସଦାପ୍ରଭୁ ଆପଣା ଅଭିଷିକ୍ତ ବ୍ୟକ୍ତିର, ଅର୍ଥାତ୍‍, କୋରସ୍‍ର ବିଷୟରେ ଏହି କଥା କହନ୍ତି, ଆମ୍ଭେ ତାହା ସମ୍ମୁଖରେ ନାନା ଗୋଷ୍ଠୀଙ୍କୁ ପରାସ୍ତ କରିବା ନିମନ୍ତେ ତାହାର ଡାହାଣ ହସ୍ତ ଧରିଅଛୁ ଓ ଆମ୍ଭେ ରାଜାମାନଙ୍କର କଟିବନ୍ଧନ ଫିଟାଇବା; ଆମ୍ଭେ ତାହା ସମ୍ମୁଖରେ କବାଟସବୁ ମୁକ୍ତ କରିବା ଓ ନଗରଦ୍ୱାରସବୁ ବନ୍ଦ ହେବ ନାହିଁ;
The LORD says to his anointed, to Cyrus, whose right hand I have held to subdue nations before him and strip kings of their armour, to open the doors before him, and the gates shall not be shut:
2 “ଆମ୍ଭେ ତୁମ୍ଭର ଆଗେ ଆଗେ ଗମନ କରିବା, ରଗଡ଼ା ସ୍ଥାନସବୁ ସମାନ କରିବା; ଆମ୍ଭେ ପିତ୍ତଳର କବାଟସବୁ ଭାଙ୍ଗି ଖଣ୍ଡ ଖଣ୍ଡ କରିବା ଓ ଲୌହ ଅର୍ଗଳସବୁ କାଟି ପକାଇବା;
“I will go before you and make the rough places smooth. I will break the doors of bronze in pieces and cut apart the bars of iron.
3 ପୁଣି, ଆମ୍ଭେ ଅନ୍ଧକାରାବୃତ ଧନଭଣ୍ଡାର ଓ ଗୁପ୍ତ ସ୍ଥାନରେ ସଞ୍ଚିତ ସମ୍ପତ୍ତିସବୁ ତୁମ୍ଭକୁ ଦେବା, ତହିଁରେ ତୁମ୍ଭର ନାମ ଧରି ଆହ୍ୱାନକାରୀ ଆମ୍ଭେ ଯେ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର ଅଟୁ, ଏହା ତୁମ୍ଭେ ଜାଣି ପାରିବ।
I will give you the treasures of darkness and hidden riches of secret places, that you may know that it is I, the LORD, who calls you by your name, even the God of Israel.
4 ଆମ୍ଭ ଦାସ ଯାକୁବ ଓ ଆମ୍ଭ ମନୋନୀତ ଇସ୍ରାଏଲ ସକାଶେ ଆମ୍ଭେ ତୁମ୍ଭର ନାମ ଧରି ତୁମ୍ଭକୁ ଡାକିଅଛୁ; ତୁମ୍ଭେ ଆମ୍ଭକୁ ନ ଜାଣିଲେ ହେଁ ଆମ୍ଭେ ତୁମ୍ଭକୁ ଉପାଧି ଦେଇଅଛୁ।
For Jacob my servant’s sake, and Israel my chosen, I have called you by your name. I have given you a title, though you have not known me.
5 ଆମ୍ଭେ ସଦାପ୍ରଭୁ, ଆଉ ଦ୍ୱିତୀୟ କେହି ନାହିଁ; ଆମ୍ଭ ଛଡ଼ା ଆଉ ପରମେଶ୍ୱର ନାହାନ୍ତି; ତୁମ୍ଭେ ଆମ୍ଭକୁ ନ ଜାଣିଲେ ହେଁ ଆମ୍ଭେ ତୁମ୍ଭର କଟିବନ୍ଧନ କରିବା;
I am the LORD, and there is no one else. Besides me, there is no God. I will strengthen you, though you have not known me,
6 ତହିଁରେ ଆମ୍ଭ ଛଡ଼ା ଯେ ଆଉ କେହି ନାହିଁ, ଏହା ସୂର୍ଯ୍ୟୋଦୟର ସ୍ଥାନରୁ ପଶ୍ଚିମ ଦିଗ ପର୍ଯ୍ୟନ୍ତ ଲୋକେ ଜାଣିବେ; ଆମ୍ଭେ ସଦାପ୍ରଭୁ, ଆଉ ଦ୍ୱିତୀୟ କେହି ନାହିଁ।
that they may know from the rising of the sun, and from the west, that there is no one besides me. I am the LORD, and there is no one else.
7 ଆମ୍ଭେ ଦୀପ୍ତି ନିର୍ମାଣ କରୁ ଓ ଆମ୍ଭେ ଅନ୍ଧକାର ସୃଷ୍ଟି କରୁ; ଆମ୍ଭେ ଶାନ୍ତି ରଚନା କରୁ, ଅନିଷ୍ଟ ସୃଷ୍ଟି କରୁ; ଆମ୍ଭେ ସଦାପ୍ରଭୁ ଏହାସବୁ ସାଧନ କରୁ।
I form the light and create darkness. I make peace and create calamity. I am the LORD, who does all these things.
8 ହେ ଆକାଶମଣ୍ଡଳ, ତୁମ୍ଭେମାନେ ଉପରୁ ବର୍ଷଣ କର, ମେଘମାଳ ଧର୍ମବୃଷ୍ଟି କରୁ; ଯେପରି ପରିତ୍ରାଣ ଉତ୍ପନ୍ନ ହେବ, ଏଥିପାଇଁ ପୃଥିବୀ ବିଦୀର୍ଣ୍ଣ ହେଉ ଓ ସେ ଧାର୍ମିକତା ଏକତ୍ର ଅଙ୍କୁରିତ କରାଉ; ଆମ୍ଭେ ସଦାପ୍ରଭୁ ଏହା ସୃଷ୍ଟି କରିଅଛୁ।
Rain, you heavens, from above, and let the skies pour down righteousness. Let the earth open, that it may produce salvation, and let it cause righteousness to spring up with it. I, the LORD, have created it.
9 ଯେ ଆପଣା ସୃଷ୍ଟିକର୍ତ୍ତାଙ୍କ ସଙ୍ଗେ ବିରୋଧ କରେ, ସେ ସନ୍ତାପର ପାତ୍ର! ପୃଥିବୀର ଖପରା ମଧ୍ୟରେ ଖଣ୍ଡେ ଖପରା ମାତ୍ର! ମୃତ୍ତିକା କʼଣ ତାʼର ଗଢ଼ିବା ଲୋକକୁ କହିବ, ‘ତୁମ୍ଭେ କଅଣ ନିର୍ମାଣ କରୁଅଛ?’ ଅବା ତୁମ୍ଭର କର୍ମ କʼଣ କହିବ, ‘ତାହାର ହସ୍ତ ନାହିଁ?’
Woe to him who strives with his Maker— a clay pot amongst the clay pots of the earth! Shall the clay ask him who fashions it, ‘What are you making?’ or your work, ‘He has no hands’?
10 ଯେ ପିତାକୁ କହେ, ‘ତୁମ୍ଭେ କଅଣ ଜନ୍ମାଉଅଛ,’ ଅବା ସ୍ତ୍ରୀଲୋକକୁ କହେ, ‘ତୁମ୍ଭେ କଅଣ ପ୍ରସବ କରୁଅଛ? ସେ ସନ୍ତାପର ପାତ୍ର!’”
Woe to him who says to a father, ‘What have you become the father of?’ or to a mother, ‘What have you given birth to?’”
11 ସଦାପ୍ରଭୁ, ଇସ୍ରାଏଲର ଧର୍ମସ୍ୱରୂପ ଓ ତାହାର ନିର୍ମାଣକର୍ତ୍ତା ଏହି କଥା କହନ୍ତି, “ଆଗାମୀ ଘଟଣାର ବିଷୟ ଆମ୍ଭକୁ ପଚାର; ତୁମ୍ଭେମାନେ ଆମ୍ଭ ସନ୍ତାନଗଣର ବିଷୟରେ ଓ ଆମ୍ଭ ହସ୍ତକୃତ କର୍ମ ବିଷୟରେ ଆମ୍ଭକୁ ଆଦେଶ ଦିଅ।
The LORD, the Holy One of Israel and his Maker says: “You ask me about the things that are to come, concerning my sons, and you command me concerning the work of my hands!
12 ଆମ୍ଭେ ପୃଥିବୀ ନିର୍ମାଣ କରିଅଛୁ ଓ ତହିଁ ମଧ୍ୟରେ ମନୁଷ୍ୟର ସୃଷ୍ଟି କରିଅଛୁ; ଆମ୍ଭେ, ଆମ୍ଭର ହସ୍ତ ହିଁ ଆକାଶମଣ୍ଡଳ ବିସ୍ତୀର୍ଣ୍ଣ କରିଅଛି ଓ ତହିଁର ସକଳ ବିଷୟକୁ ଆମ୍ଭେ ଆଜ୍ଞା ଦେଇଅଛୁ।
I have made the earth, and created man on it. I, even my hands, have stretched out the heavens. I have commanded all their army.
13 ଆମ୍ଭେ ଧର୍ମରେ ତାହାକୁ ଉତ୍ପନ୍ନ କରିଅଛୁ ଓ ଆମ୍ଭେ ତାହାର ସକଳ ପଥ ସରଳ କରିବା; ସେ ଆମ୍ଭର ନଗର ନିର୍ମାଣ କରିବ ଓ ସେ ଆମ୍ଭର ନିର୍ବାସିତ ଲୋକମାନଙ୍କୁ ଛାଡ଼ିଦେବ, ମୂଲ୍ୟ ନିମନ୍ତେ କିଅବା ପୁରସ୍କାର ନିମନ୍ତେ ନୁହେଁ,” ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
I have raised him up in righteousness, and I will make all his ways straight. He shall build my city, and he shall let my exiles go free, not for price nor reward,” says the LORD of Armies.
14 ସଦାପ୍ରଭୁ ଏହି କଥା କହନ୍ତି, “ମିସରର ପରିଶ୍ରମର, କୂଶର ବାଣିଜ୍ୟର ଫଳ ଓ ଦୀର୍ଘକାୟ ସବାୟୀୟମାନେ ତୁମ୍ଭ ନିକଟକୁ ଆସିବେ ଓ ତୁମ୍ଭର ହେବେ; ସେମାନେ ତୁମ୍ଭର ପଶ୍ଚାଦ୍‍ଗାମୀ ହେବେ; ଶୃଙ୍ଖଳରେ ଆବଦ୍ଧ ହୋଇ ସେମାନେ ଆସିବେ; ପୁଣି, ସେମାନେ ତୁମ୍ଭକୁ ପ୍ରଣାମ କରିବେ ଓ ନିବେଦନ କରି କହିବେ, ‘ନିଶ୍ଚୟ ପରମେଶ୍ୱର ତୁମ୍ଭ ମଧ୍ୟରେ ଅଛନ୍ତି; ତାହାଙ୍କ ବିନୁ ଆଉ କେହି ନାହିଁ, ଆଉ କେହି ପରମେଶ୍ୱର ନାହାନ୍ତି।’”
The LORD says: “The labour of Egypt, and the merchandise of Ethiopia, and the Sabeans, men of stature, will come over to you, and they will be yours. They will go after you. They shall come over in chains. They will bow down to you. They will make supplication to you: ‘Surely God is in you; and there is no one else. There is no other god.
15 ହେ ତ୍ରାଣକର୍ତ୍ତା, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ନିଶ୍ଚୟ ଆତ୍ମଗୋପନକାରୀ ପରମେଶ୍ୱର ଅଟ।
Most certainly you are a God who has hidden yourself, God of Israel, the Saviour.’”
16 ସେମାନେ ଲଜ୍ଜିତ ହେବେ, ହଁ, ସେମାନେ ସମସ୍ତେ ବିବ୍ରତ ହେବେ; ପ୍ରତିମା ନିର୍ମାଣକାରୀ ସମସ୍ତେ ଏକାସଙ୍ଗେ ଅପମାନଗ୍ରସ୍ତ ହେବେ।
They will be disappointed, yes, confounded, all of them. Those who are makers of idols will go into confusion together.
17 ମାତ୍ର ଇସ୍ରାଏଲ, ସଦାପ୍ରଭୁଙ୍କ ଦ୍ୱାରା ଅନନ୍ତକାଳସ୍ଥାୟୀ ପରିତ୍ରାଣ ପ୍ରାପ୍ତ ହେବ; ତୁମ୍ଭେମାନେ ଯୁଗଯୁଗାନ୍ତ ପର୍ଯ୍ୟନ୍ତ ଲଜ୍ଜିତ କିଅବା ବିବ୍ରତ ହେବ ନାହିଁ।
Israel will be saved by the LORD with an everlasting salvation. You will not be disappointed nor confounded to ages everlasting.
18 କାରଣ, ଆକାଶମଣ୍ଡଳର ସୃଷ୍ଟିକର୍ତ୍ତା ସଦାପ୍ରଭୁ ଏହିପରି କହନ୍ତି; “ସେ ପରମେଶ୍ୱର ଅଟନ୍ତି; ସେ ପୃଥିବୀକୁ ନିର୍ମାଣ କରି ପ୍ରସ୍ତୁତ କଲେ; ସେ ତାହା ସ୍ଥାପନ କଲେ, ସେ ତାହା ଶୂନ୍ୟ କରି ସୃଷ୍ଟି ନ କରି ବସତି ସ୍ଥାନ ହେବା ପାଇଁ ନିର୍ମାଣ କଲେ, ଆମ୍ଭେ ସଦାପ୍ରଭୁ, ଆଉ ଦ୍ୱିତୀୟ କେହି ନାହିଁ।
For the LORD who created the heavens, the God who formed the earth and made it, who established it and didn’t create it a waste, who formed it to be inhabited says: “I am the LORD. There is no other.
19 ଆମ୍ଭେ ଗୋପନରେ ଅନ୍ଧକାରମୟ ଦେଶର କୌଣସି ସ୍ଥାନରେ କହି ନାହୁଁ; ‘ତୁମ୍ଭେମାନେ ବୃଥାରେ ଆମ୍ଭର ଅନ୍ୱେଷଣ କର,’ ଏହା ଆମ୍ଭେ ଯାକୁବ ବଂଶକୁ କହି ନାହୁଁ, ଆମ୍ଭେ ସଦାପ୍ରଭୁ ଧର୍ମବାଦୀ, ଆମ୍ଭେ ସଠିକ୍ କଥା ପ୍ରକାଶ କରୁ।
I have not spoken in secret, in a place of the land of darkness. I didn’t say to the offspring of Jacob, ‘Seek me in vain.’ I, the LORD, speak righteousness. I declare things that are right.
20 ହେ ନାନା ଗୋଷ୍ଠୀ ମଧ୍ୟରୁ ରକ୍ଷାପ୍ରାପ୍ତ ଲୋକମାନେ, ତୁମ୍ଭେମାନେ ଏକତ୍ର ହୋଇ ଆସ, ଏକ ସଙ୍ଗେ ନିକଟକୁ ଆସ; ଯେଉଁମାନେ ଆପଣାମାନଙ୍କ ଖୋଦିତ ପ୍ରତିମାର କାଷ୍ଠ ବୋହି ବୁଲନ୍ତି ଓ ପରିତ୍ରାଣ କରିବାକୁ ଅସମର୍ଥ ଦେବତା ନିକଟରେ ପ୍ରାର୍ଥନା କରନ୍ତି, ସେମାନଙ୍କର କିଛି ଜ୍ଞାନ ନାହିଁ।
“Assemble yourselves and come. Draw near together, you who have escaped from the nations. Those have no knowledge who carry the wood of their engraved image, and pray to a god that can’t save.
21 ତୁମ୍ଭେମାନେ ପ୍ରକାଶ କର ଓ ତାହା ଉପସ୍ଥିତ କର; ହଁ, ସେମାନେ ପରସ୍ପର ମନ୍ତ୍ରଣା କରନ୍ତୁ; ପୂର୍ବକାଳରୁ କିଏ ଏହା ଜଣାଇଅଛି? ପୁରାତନ କାଳରୁ କିଏ ଏହା ପ୍ରକାଶ କରିଅଛି? ଆମ୍ଭେ ସଦାପ୍ରଭୁ କି ଏହା କରି ନାହୁଁ? ଆମ୍ଭ ଛଡ଼ା ଅନ୍ୟ ପରମେଶ୍ୱର ନାହିଁ, ଆମ୍ଭେ ଧର୍ମଶୀଳ ପରମେଶ୍ୱର ଓ ତ୍ରାଣକର୍ତ୍ତା; ଆମ୍ଭ ଛଡ଼ା ଆଉ କେହି ନାହିଁ।
Declare and present it. Yes, let them take counsel together. Who has shown this from ancient time? Who has declared it of old? Haven’t I, the LORD? There is no other God besides me, a just God and a Saviour. There is no one besides me.
22 ହେ ପୃଥିବୀର ପ୍ରାନ୍ତସ୍ଥ ସମସ୍ତେ, ତୁମ୍ଭେମାନେ ଆମ୍ଭ ପ୍ରତି ଅନାଇ ପରିତ୍ରାଣ ପ୍ରାପ୍ତ ହୁଅ; କାରଣ ଆମ୍ଭେ ପରମେଶ୍ୱର, ଆମ୍ଭ ଛଡ଼ା ଦ୍ୱିତୀୟ ନାହିଁ।
“Look to me, and be saved, all the ends of the earth; for I am God, and there is no other.
23 ଆମ୍ଭେ ଆପଣା ନାମ ନେଇ ଶପଥ କରିଅଛୁ ଓ ଧର୍ମମୟ ବାକ୍ୟ ଆମ୍ଭ ମୁଖରୁ ନିର୍ଗତ ହୋଇଅଛି, ତାହା ଅନ୍ୟଥା ହେବ ନାହିଁ, ‘ଆମ୍ଭ ଛାମୁରେ ପ୍ରତ୍ୟେକ ଆଣ୍ଠୁ ନତ ହେବ, ପ୍ରତ୍ୟେକ ଜିହ୍ୱା ଶପଥ କରିବ।’
I have sworn by myself. The word has gone out of my mouth in righteousness, and will not be revoked, that to me every knee shall bow, every tongue shall take an oath.
24 ଲୋକେ ଆମ୍ଭ ଉଦ୍ଦେଶ୍ୟରେ କହିବେ, କେବଳ ସଦାପ୍ରଭୁଙ୍କଠାରେ ଧାର୍ମିକତା ଓ ଶକ୍ତି ଅଛି। ତାହାଙ୍କ ନିକଟକୁ ଲୋକମାନେ ଆସିବେ, ପୁଣି ଯେଉଁମାନେ ତାହାଙ୍କ ପ୍ରତି ବିରକ୍ତ ହୋଇଥିଲେ, ସେମାନେ ସମସ୍ତେ ଲଜ୍ଜିତ ହେବେ।
They will say of me, ‘There is righteousness and strength only in the LORD.’” Even to him will men come. All those who raged against him will be disappointed.
25 ଇସ୍ରାଏଲର ସମୁଦାୟ ବଂଶ ସଦାପ୍ରଭୁଙ୍କଠାରେ ଧାର୍ମିକୀକୃତ ହେବେ ଓ ଦର୍ପ କରିବେ।”
All the offspring of Israel will be justified in the LORD, and will rejoice!

< ଯିଶାଇୟ 45 >