< ଯିଶାଇୟ 43 >

1 ମାତ୍ର ହେ ଯାକୁବ, ଯେ ତୁମ୍ଭକୁ ସୃଷ୍ଟି କଲେ, ହେ ଇସ୍ରାଏଲ, ଯେ ତୁମ୍ଭକୁ ନିର୍ମାଣ କଲେ, ସେହି ସଦାପ୍ରଭୁ ଏବେ ଏହି କଥା କହନ୍ତି; “ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭକୁ ମୁକ୍ତ କରିଅଛୁ; ଆମ୍ଭେ ତୁମ୍ଭର ନାମ ଧରି ତୁମ୍ଭକୁ ଆହ୍ୱାନ କରିଅଛୁ, ତୁମ୍ଭେ ଆମ୍ଭର।
但是現今,雅各伯啊!那創造你的,以色列啊!那形成你的上主這樣說:「你不要害怕!因為我救贖了你,我以你的名子召叫了你,你是我的。
2 ତୁମ୍ଭେ ଜଳ ମଧ୍ୟଦେଇ ଯିବା ବେଳେ ଆମ୍ଭେ ତୁମ୍ଭର ସଙ୍ଗୀ ହେବା ନଦ-ନଦୀ ମଧ୍ୟରେ ଗମନ କଲେ, ସେହି ସବୁ ତୁମ୍ଭକୁ ମଗ୍ନ କରିବ ନାହିଁ; ତୁମ୍ଭେ ଅଗ୍ନି ମଧ୍ୟରେ ଗମନ କରିବା ବେଳେ ଦଗ୍ଧ ହେବ ନାହିଁ, କିଅବା ଅଗ୍ନିଶିଖା ତୁମ୍ଭର ଦାହ ଜନ୍ମାଇବ ନାହିଁ।
當你由水中經過時,我必與你在一起;當你渡河時,河水不得淹沒你;當你在火中走過時,你不致烙傷,火燄也燒不著你。
3 କାରଣ ଆମ୍ଭେ ସଦାପ୍ରଭୁ, ତୁମ୍ଭ ପରମେଶ୍ୱର, ଇସ୍ରାଏଲର ଧର୍ମସ୍ୱରୂପ, ତୁମ୍ଭର ତ୍ରାଣକର୍ତ୍ତା ଅଟୁ; ଆମ୍ଭେ ତୁମ୍ଭ ମୁକ୍ତିର ମୂଲ୍ୟ ସ୍ୱରୂପେ ମିସର ଓ ତୁମ୍ଭ ପରିବର୍ତ୍ତେ କୂଶ ଓ ସବା ଦେଶ ଦେଇଅଛୁ।
因為我是上主,你的天主;以色列的聖者,你的救主;我使埃及作你的贖價,以雇士和色巴來代替你。
4 ତୁମ୍ଭେ ଆମ୍ଭ ଦୃଷ୍ଟିରେ ବହୁମୂଲ୍ୟ ଓ ସମ୍ଭ୍ରାନ୍ତ ହୋଇଅଛ ଓ ଆମ୍ଭେ ତୁମ୍ଭକୁ ପ୍ରେମ କରିଅଛୁ; ଏହେତୁ ଆମ୍ଭେ ତୁମ୍ଭ ପରିବର୍ତ୍ତେ ମନୁଷ୍ୟମାନଙ୍କୁ ଓ ତୁମ୍ଭ ପ୍ରାଣର ପରିବର୍ତ୍ତେ ଗୋଷ୍ଠୀବର୍ଗକୁ ଦେବା।
因為你在我眼中是寶貴的,是貴重的,我愛慕你;所以我拿別人交換了你,拿別的民族交換了你的性命。
5 ଭୟ କର ନାହିଁ; କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ; ଆମ୍ଭେ ପୂର୍ବ ଦିଗରୁ ତୁମ୍ଭ ବଂଶକୁ ଆଣିବା ଓ ପଶ୍ଚିମ ଦିଗରୁ ତୁମ୍ଭକୁ ସଂଗ୍ରହ କରିବା;
不要害怕!因為我同你在一起,我要從東方領回你的子女,從西方將你召集在一起;
6 ଆମ୍ଭେ ଉତ୍ତର ଦିଗକୁ କହିବା, ‘ଛାଡ଼ିଦିଅ’ ଓ ଦକ୍ଷିଣ ଦିଗକୁ କହିବା, ‘ଅଟକାଇ ରଖ ନାହିଁ;’ ଆମ୍ଭ ପୁତ୍ରଗଣକୁ ଦୂରରୁ ଓ ଆମ୍ଭ କନ୍ୟାଗଣଙ୍କୁ ପୃଥିବୀର ପ୍ରାନ୍ତରୁ ଆଣି ଦିଅ;
我要向北方說:「交出來!」向南方說:「不要攔阻他們,要將我的兒子們從遠方帶來,要將我的女兒們由地極領回,
7 ଆମ୍ଭ ନାମରେ ଖ୍ୟାତ ଓ ଯାହାକୁ ଆମ୍ଭେ ଆପଣା ଗୌରବାର୍ଥେ ସୃଷ୍ଟି କରିଅଛୁ, ଏପରି ପ୍ରତ୍ୟେକ ଲୋକକୁ ଆଣ; ଆମ୍ଭେ ତାହାକୁ ଗଢ଼ିଅଛୁ; ହଁ, ଆମ୍ଭେ ତାହାକୁ ନିର୍ମାଣ କରିଅଛୁ।”
就是凡歸於我名下,並為了我的光榮而創造、形成和造化的人。」
8 ଚକ୍ଷୁ ଥାଇ ଅନ୍ଧ ଓ କର୍ଣ୍ଣ ଥାଇ ବଧିର, ଏହି ଲୋକଙ୍କୁ ବାହାର କରି ଆଣ।
領那有眼而瞎,有耳而聾的民族出來罷!
9 ସର୍ବଦେଶୀୟମାନେ ସଂଗୃହୀତ ହେଉନ୍ତୁ ଓ ଗୋଷ୍ଠୀସମୂହ ଏକତ୍ରୀକୃତ ହେଉନ୍ତୁ; ସେମାନଙ୍କ ମଧ୍ୟରେ କିଏ ଏହା ପ୍ରକାଶ କରିପାରେ ଓ ଆଦ୍ୟ ବିଷୟମାନ ଆମ୍ଭମାନଙ୍କୁ ଦେଖାଇ ପାରେ? ସେମାନେ ନିର୍ଦ୍ଦୋଷୀକୃତ ହେବା ନିମନ୍ତେ ଆପଣା ଆପଣା ସାକ୍ଷୀଗଣକୁ ଆଣନ୍ତୁ; ଅଥବା ସେମାନେ ଶୁଣି ଏହା ସତ୍ୟ ବୋଲି କୁହନ୍ତୁ।
讓列國聚在一起,萬民集合起來!他們中誰能預言這事呢﹖誰能預先報告給我們過去的事呢﹖讓他們找出證人來,為證實自己有理,好讓聽眾能說:「對啊! 」
10 ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ଯେପରି ଜାଣି ଆମ୍ଭଠାରେ ବିଶ୍ୱାସ କରିବ ଓ ଆମ୍ଭେ ସେହି ଅଟୁ ବୋଲି ବୁଝିବ, ଏଥିପାଇଁ ତୁମ୍ଭେମାନେ ଆମ୍ଭର ସାକ୍ଷୀ ଓ ଆମ୍ଭର ମନୋନୀତ ଦାସ ଅଟ, ଆମ୍ଭ ପୂର୍ବରେ କୌଣସି ଈଶ୍ୱର ନିର୍ମିତ ହେଲା ନାହିଁ, କିଅବା ଆମ୍ଭ ଉତ୍ତାରେ ହେବ ନାହିଁ।
你們就是我的證人--上主的斷語--你們是我揀選的僕人,為叫你們認識和信仰我,並明白我就是「那位;」在我以前,沒有受造的神,在我以後,也決不會有。
11 ଆମ୍ଭେ, ଆମ୍ଭେ ହିଁ ସଦାପ୍ରଭୁ ଅଟୁ ଓ ଆମ୍ଭ ଛଡ଼ା ଆଉ ତ୍ରାଣକର୍ତ୍ତା ନାହିଁ।
我,只有我是上主,我以外沒有救主;
12 ଆମ୍ଭେ ପ୍ରକାଶ କରିଅଛୁ, ଆମ୍ଭେ ଉଦ୍ଧାର କରିଅଛୁ ଓ ଆମ୍ଭେ ଦେଖାଇଅଛୁ, ଆଉ ତୁମ୍ଭମାନଙ୍କ ମଧ୍ୟରେ କୌଣସି ବିଦେଶୀୟ ଦେବତା ନ ଥିଲା; ଏହେତୁ ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ଆମ୍ଭର ସାକ୍ଷୀ ଅଟ ଓ ଆମ୍ଭେ ପରମେଶ୍ୱର ଅଟୁ।”
是我預言了,是我施行了拯救,是我宣佈過的;你們中沒有別的神。你們是我的證人--上主的斷語--我是天主,
13 “ହଁ, ଦିବସର ପୂର୍ବରୁ ଆମ୍ଭେ ସେହି ଅଟୁ ଓ ଆମ୍ଭ ହସ୍ତରୁ ଉଦ୍ଧାରକାରୀ କେହି ନାହିଁ; ଆମ୍ଭେ କାର୍ଯ୍ୟ କରିବା, ଆଉ କିଏ ତାହା ଅନ୍ୟଥା କରିବ?”
且由永遠就是;沒有人能從我手中救出誰來;我要做的,誰能扭轉﹖
14 ତୁମ୍ଭମାନଙ୍କର ମୁକ୍ତିଦାତା, ଇସ୍ରାଏଲର ଧର୍ମସ୍ୱରୂପ ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ତୁମ୍ଭମାନଙ୍କ ସକାଶେ ବାବିଲକୁ ଲୋକ ପଠାଇଅଛୁ ଓ ଆମ୍ଭେ ସେସମସ୍ତଙ୍କୁ ପଳାତକଗଣ ତୁଲ୍ୟ ଆଣିବା; କଲ୍‍ଦୀୟମାନଙ୍କୁ ହିଁ ସେମାନଙ୍କର ଆନନ୍ଦଗାନର ନୌକାରେ ଆଣିବା।
上主,你們的救主,以色列的聖者這樣說:「為了你們,我派了人到巴比倫去,我要打斷一切門閂,將加色丁人的狂歡變為悲哀。
15 ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ଧର୍ମସ୍ୱରୂପ, ଇସ୍ରାଏଲର ସୃଷ୍ଟିକର୍ତ୍ତା, ତୁମ୍ଭମାନଙ୍କର ରାଜା ଅଟୁ।”
我是上主,你們的聖者,以色列的造主,你們的君王。」
16 ଯେ ସମୁଦ୍ରରେ ପଥ ଓ ମହାଜଳରାଶିରେ ମାର୍ଗ କରନ୍ତି;
上主這樣說:--他曾在海中開了一條路,在怒潮中闢了一條道;
17 ଯେ ରଥ ଓ ଅଶ୍ୱ, ସୈନ୍ୟ ଓ ବୀରଗଣକୁ ବାହାର କରି ଆଣନ୍ତି; ସେମାନେ ଏକତ୍ର ତଳେ ଶୋଇ ଆଉ ଉଠିବେ ନାହିଁ, ସେମାନେ ଲୁପ୍ତ ଓ ଛଣପଟ ପରି ଲିଭିଯାʼନ୍ତି; ସେହି ସଦାପ୍ରଭୁ ଏହି କଥା କହନ୍ତି;
曾使車、馬、軍隊和將領一同前來,使他們沉沒,再未浮起,他們遂被消滅,像燈心一樣被熄滅--「
18 “ତୁମ୍ଭେମାନେ ଆଦ୍ୟ ବିଷୟସବୁ ସ୍ମରଣ କର ନାହିଁ, କିଅବା ପୁରାତନ ବିଷୟସବୁ ବିବେଚନା କର ନାହିଁ।
你們不必追念古代的事,也不必回憶過去的事!
19 ଦେଖ, ଆମ୍ଭେ ଏକ ନୂତନ କାର୍ଯ୍ୟ କରିବା; ତାହା ଏବେ ଅଙ୍କୁରିତ ହେବ; ତୁମ୍ଭେମାନେ କି ତାହା ଜାଣିବ ନାହିଁ? ଆହୁରି, ଆମ୍ଭେ ପ୍ରାନ୍ତର ମଧ୍ୟରେ ପଥ ଓ ମରୁଭୂମିରେ ନଦ-ନଦୀ କରିବା।
看哪!我要行一件新事,如今即要發生,你們不知道嗎﹖看哪!我要在荒野中開闢道路,在沙漠裏開掘河流。
20 କ୍ଷେତ୍ରର ପଶୁଗଣ, ଶୃଗାଳ ଓ ଓଟପକ୍ଷୀଗଣ ଆମ୍ଭର ଗୌରବ କରିବେ; କାରଣ ଆମ୍ଭେ ଆପଣା ମନୋନୀତ ଲୋକମାନଙ୍କର ପାନାର୍ଥେ ପ୍ରାନ୍ତର ମଧ୍ୟରେ ଜଳ ଓ ମରୁଭୂମିରେ ନଦ-ନଦୀ ଯୋଗାଉ;
田野間的走獸、豺狼和鴕鳥都要讚美我,因為我在曠野中使水湧出,在沙漠裏使河流成渠,為賜給我揀選的百姓喝:
21 ସେହି ଲୋକମାନଙ୍କୁ ଆମ୍ଭେ ଆପଣା ପ୍ରଶଂସା ବର୍ଣ୍ଣନା କରିବା ନିମନ୍ତେ ସୃଷ୍ଟି କରିଅଛୁ।
就是我為自己所造化的人民,好叫他們講述我的榮耀。」「
22 ତଥାପି ହେ ଯାକୁବ, ତୁମ୍ଭେ ଆମ୍ଭ ନିକଟରେ ପ୍ରାର୍ଥନା କରି ନାହଁ; ହେ ଇସ୍ରାଏଲ, ତୁମ୍ଭେ ଆମ୍ଭ ବିଷୟରେ କ୍ଳାନ୍ତ ହୋଇଅଛ।
但是,雅各伯啊!你並沒有呼號我;以色列啊!你竟厭煩了我。
23 ତୁମ୍ଭେ ଆପଣା ହୋମାର୍ଥକ ମେଷାଦି ଆମ୍ଭ ନିକଟକୁ ଆଣି ନାହଁ; କିଅବା ତୁମ୍ଭେ ଆପଣା ବଳିଦାନ ଦ୍ୱାରା ଆମ୍ଭର ସମାଦର କରି ନାହଁ। ଆମ୍ଭେ ନୈବେଦ୍ୟ ନିମନ୍ତେ ତୁମ୍ଭକୁ ଦାସ୍ୟକର୍ମ କରାଇ ନାହୁଁ; କିଅବା କୁନ୍ଦୁରୁ ନିମନ୍ତେ ତୁମ୍ଭକୁ କ୍ଳାନ୍ତ କରାଇ ନାହୁଁ।
你沒有獻給我全燔祭羔羊,也沒有用你的犧牲光榮我;我從來沒有因了素祭而勞累你,也沒有因了馨香祭而煩擾你。
24 ତୁମ୍ଭେ ରୌପ୍ୟ ମୁଦ୍ରା ଦେଇ ଆମ୍ଭ ପାଇଁ ସୁଗନ୍ଧି ବଚ କ୍ରୟ କରି ନାହଁ, କିଅବା ତୁମ୍ଭ ବଳିର ମେଦରେ ଆମ୍ଭକୁ ତୃପ୍ତ କରି ନାହଁ; ମାତ୍ର ତୁମ୍ଭେ ଆପଣା ପାପ ଦ୍ୱାରା ଆମ୍ଭକୁ ଦାସ୍ୟକର୍ମ କରାଇଅଛ, ତୁମ୍ଭେ ଆପଣା ନାନା ଅଧର୍ମରେ ଆମ୍ଭକୁ କ୍ଳାନ୍ତ କରିଅଛ।
你不但沒有花錢給我買香蒲,也沒有以你犧牲的肥脂供養我,反而用你的罪惡勞累了我,以你的愆尤煩擾了我。
25 ଆମ୍ଭେ, ଆମ୍ଭେ ହିଁ ଆପଣା ଲାଗି ତୁମ୍ଭର ଅଧର୍ମସବୁ ମାର୍ଜନା କରୁ ଓ ତୁମ୍ଭର ପାପସବୁ ଆମ୍ଭେ ସ୍ମରଣ କରିବା ନାହିଁ।
是我,是我自己,為了我自己的緣故,免除了你的過犯,不再懷念你的罪惡。
26 ଆମ୍ଭଙ୍କୁ ସ୍ମରଣ କରାଅ; ଆମ୍ଭେମାନେ ପରସ୍ପରର ବିଚାର କରୁ; ତୁମ୍ଭେ ନିର୍ଦ୍ଦୋଷୀକୃତ ହେବା ନିମନ୍ତେ ଆପଣା କଥା କୁହ।
請你提醒我,讓我們一起來辯論:你先說罷!好表示你無罪。
27 ତୁମ୍ଭର ଆଦିପିତା ପାପ କଲା ଓ ତୁମ୍ଭର ମଧ୍ୟସ୍ଥିମାନେ ଆମ୍ଭ ବିରୁଦ୍ଧରେ ଅଧର୍ମ କରିଅଛନ୍ତି।
你的祖先犯了罪,你的中保背叛了我!
28 ଏନିମନ୍ତେ ଆମ୍ଭେ ପବିତ୍ର ସ୍ଥାନର ଅଧିପତିମାନଙ୍କୁ ଅପବିତ୍ର କରିବା, ଆମ୍ଭେ ଯାକୁବକୁ ଅଭିଶାପ ଓ ଇସ୍ରାଏଲକୁ ନିନ୍ଦାପାତ୍ର କରିବା।
為此,我使你的聖君受了褻瀆,使雅各伯遭受了毀滅,使以色列遭到了恥辱。」

< ଯିଶାଇୟ 43 >