< ଯିଶାଇୟ 41 >

1 ହେ ଦ୍ୱୀପଗଣ, ଆମ୍ଭ ସାକ୍ଷାତରେ ନୀରବ ହୁଅ ଓ ଶୁଣ; ଲୋକମାନେ ନୂଆ ନୂଆ ବଳ ପ୍ରାପ୍ତ ହେଉନ୍ତୁ; ସେମାନେ ନିକଟକୁ ଆସନ୍ତୁ; ତେବେ କଥା କୁହନ୍ତୁ; ଆମ୍ଭେମାନେ ଏକତ୍ର ହୋଇ ବିଚାର କରୁ।
“Ẹ dákẹ́ jẹ́ẹ́ níwájú mi ẹ̀yin erékùṣù! Jẹ́ kí àwọn orílẹ̀-èdè tún agbára wọn ṣe! Jẹ́ kí wọn wá síwájú kí wọn sọ̀rọ̀, jẹ́ kí a pàdé pọ̀ ní ibi ìdájọ́.
2 ସେ ଧାର୍ମିକତାରେ ଯାହାକୁ ଆପଣା ଚରଣ ନିକଟକୁ ଡାକନ୍ତି, ଏପରି ଏକ ଜଣକୁ ପୂର୍ବ ଦିଗରୁ କିଏ ଉତ୍ପନ୍ନ କରିଅଛନ୍ତି? ସେ ନାନା ଦେଶସ୍ଥ ଲୋକଙ୍କୁ ତାହା ସମ୍ମୁଖରେ ସମର୍ପି ଦିଅନ୍ତି ଓ ରାଜାଗଣଙ୍କ ଉପରେ ତାହାକୁ କର୍ତ୍ତୃତ୍ୱ କରାନ୍ତି; ସେ ତାହାର ଖଡ୍ଗ ସମ୍ମୁଖରେ ସେମାନଙ୍କୁ ଧୂଳି ତୁଲ୍ୟ ଓ ତାହାର ଧନୁକର ଆଗରେ ଚାଳିତ କୁଟା ପରି ସମର୍ପି ଦିଅନ୍ତି।
“Ta ni ó ti ru ẹnìkan sókè láti ìlà-oòrùn wá, tí ó pè é ní olódodo sí iṣẹ́ tirẹ̀? Ó gbé àwọn orílẹ̀-èdè lé e lọ́wọ́ ó sì ṣẹ́gun àwọn ọba níwájú rẹ̀. Ó sọ wọ́n di erùpẹ̀ pẹ̀lú idà rẹ̀, láti kù ú ní ìyàngbò pẹ̀lú ọrun rẹ̀.
3 ସେ ସେମାନଙ୍କର ପଛେ ଗୋଡ଼ାଏ, ଯେଉଁ ପଥରେ ସେ ପଦାର୍ପଣ କରି ନାହିଁ, ସେହି ପଥରେ ହେଁ ସେ ନିରାପଦରେ ଅଗ୍ରସର ହୁଏ।
Ó ń lépa wọn ó sì ń kọjá ní àlàáfíà, ní ojú ọ̀nà tí ẹsẹ̀ rẹ̀ kò rìn rí.
4 ଆଦ୍ୟରୁ ପୁରୁଷକୁ ପୁରୁଷ ଆହ୍ୱାନ କରି କିଏ ଏ କାର୍ଯ୍ୟ ସାଧନ କରିଅଛନ୍ତି? ଆମ୍ଭେ ସଦାପ୍ରଭୁ ଆଦି, ପୁଣି ଶେଷକାଳୀନ ଲୋକମାନଙ୍କର ସଙ୍ଗରେ ହେଁ ଆମ୍ଭେ ସେହି ଅଟୁ।
Ta ni ó ti ṣe èyí tí ó sì ti jẹ́ kí ó wáyé, tí ó ti pe ìran-ìran láti àtètèkọ́ṣe? Èmi Olúwa pẹ̀lú ẹni kìn-ín-ní wọn àti ẹni tí ó gbẹ̀yìn, Èmi náà ni.”
5 ଦ୍ୱୀପଗଣ ଦେଖି ଭୀତ ହେଲେ; ପୃଥିବୀର ପ୍ରାନ୍ତସକଳ କମ୍ପିତ ହେଲେ; ସେମାନେ ନିକଟବର୍ତ୍ତୀ ହୋଇ ଆସିଲେ।
Àwọn erékùṣù ti rí i wọ́n bẹ̀rù; ìpẹ̀kun ilẹ̀ ayé wárìrì. Wọ́n súnmọ́ tòsí wọ́n sì wá síwájú;
6 ସେମାନେ ପ୍ରତ୍ୟେକେ ଆପଣା ପ୍ରତିବାସୀର ସାହାଯ୍ୟ କଲେ ଓ “ସାହସିକ ହୁଅ” ବୋଲି ପ୍ରତ୍ୟେକେ ଆପଣା ଭାଇକୁ କହିଲେ।
èkínní ran èkejì lọ́wọ́ ó sì sọ fún arákùnrin rẹ̀ pé, “Jẹ́ alágbára!”
7 ଏହିରୂପେ ସୂତ୍ରଧର ସ୍ୱର୍ଣ୍ଣକାରକୁ ସାହସ ଦେଲା ଓ ହାତୁଡ଼ିରେ ସମାନ କରିବା ଲୋକ “ଯୋଡ଼ କର୍ମ ଉତ୍ତମ ହୋଇଅଛି” ବୋଲି କହି, ନେହାଇରେ ପିଟିବା ଲୋକକୁ ଆଶ୍ୱାସ ଦେଲା; ପୁଣି, ପ୍ରତିମାଟି ଯେପରି ଟଳଟଳ ନ ହୁଏ, ଏଥିପାଇଁ ସେ କଣ୍ଟାରେ ତାହା ଦୃଢ଼ କଲା।
Oníṣọ̀nà gba alágbẹ̀dẹ wúrà níyànjú, àti ẹni tí ó fi òòlù dán mú òun lọ́kàn le, àní ẹni tí ó ń lu owú. Ó sọ nípa àjópọ̀ náà pé, “Ó dára.” Ó fi ìṣó kan ère náà mọ́lẹ̀ kí ó má ba à wó lulẹ̀.
8 ମାତ୍ର ହେ ଆମ୍ଭର ଦାସ ଇସ୍ରାଏଲ, ଆମ୍ଭର ମନୋନୀତ ଯାକୁବ, ଆମ୍ଭର ବନ୍ଧୁ ଅବ୍ରହାମର ବଂଶ;
“Ṣùgbọ́n ìwọ, ìwọ Israẹli, ìránṣẹ́ mi, Jakọbu, ẹni tí mo ti yàn, ẹ̀yin ìran Abrahamu, ọ̀rẹ́ mi,
9 ଆମ୍ଭେ ତୁମ୍ଭକୁ ଧରି ପୃଥିବୀର ପ୍ରାନ୍ତକୁ ଆଣିଅଛୁ ଓ ପୃଥିବୀର ସୀମାରୁ ତୁମ୍ଭକୁ ଆହ୍ୱାନ କରି କହିଅଛୁ, “ତୁମ୍ଭେ ଆମ୍ଭର ଦାସ, ଆମ୍ଭେ ତୁମ୍ଭକୁ ମନୋନୀତ କରିଅଛୁ ଓ ଦୂର କରି ନାହୁଁ;”
mo mú ọ láti ìpẹ̀kun ilẹ̀ ayé, láti kọ̀rọ̀ rẹ̀ tí ó jìnnà jùlọ ni mo ti pè ọ́. Èmi wí pé, ‘Ìwọ ni ìránṣẹ́ mi’; Èmi ti yàn ọ́ bẹ́ẹ̀ ni èmi kò sì tí ì kọ̀ ọ́ sílẹ̀.
10 ତୁମ୍ଭେ ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ; ନିରାଶ ହୁଅ ନାହିଁ, କାରଣ ଆମ୍ଭେ ତୁମ୍ଭର ପରମେଶ୍ୱର; ଆମ୍ଭେ ତୁମ୍ଭକୁ ସବଳ କରିବା; ହଁ, ଆମ୍ଭେ ତୁମ୍ଭର ସାହାଯ୍ୟ କରିବା; ହଁ, ଆମ୍ଭେ ଆପଣା ଧର୍ମସ୍ୱରୂପ ଦକ୍ଷିଣ ହସ୍ତରେ ତୁମ୍ଭକୁ ଧରି ରଖିବା।
Nítorí náà má bẹ̀rù, nítorí èmi wà pẹ̀lú rẹ; má ṣe jẹ́ kí àyà kí ó fò ọ́, nítorí èmi ni Ọlọ́run rẹ. Èmi yóò fún ọ lókun èmi ó sì ràn ọ́ lọ́wọ́. Èmi ó gbé ọ ró pẹ̀lú ọwọ́ ọ̀tún òdodo mi.
11 ଦେଖ, ଯେଉଁମାନେ ତୁମ୍ଭ ପ୍ରତି କୁପିତ ଅଛନ୍ତି, ସେମାନେ ସମସ୍ତେ ଲଜ୍ଜିତ ଓ ବିବ୍ରତ ହେବେ; ଯେଉଁମାନେ ତୁମ୍ଭ ସଙ୍ଗେ ବିରୋଧ କରନ୍ତି, ସେମାନେ ଅବସ୍ତୁ ତୁଲ୍ୟ ହୋଇ ବିନଷ୍ଟ ହେବେ।
“Gbogbo àwọn tí ó bínú sí ọ ni ojú yóò tì, tí wọn yóò sì di ẹlẹ́yà; àwọn tó ń bá ọ jà yóò dàbí asán, wọn yóò ṣègbé.
12 ଯେଉଁମାନେ ତୁମ୍ଭ ସଙ୍ଗେ ବିରୋଧ କରନ୍ତି, ତୁମ୍ଭେ ସେମାନଙ୍କୁ ଅନ୍ୱେଷଣ କରିବ, ମାତ୍ର ସେମାନଙ୍କର ଉଦ୍ଦେଶ୍ୟ ପାଇବ ନାହିଁ; ଯେଉଁମାନେ ତୁମ୍ଭ ସଙ୍ଗେ ଯୁଦ୍ଧ କରନ୍ତି, ସେମାନେ ଅବସ୍ତୁ ତୁଲ୍ୟ ଓ ଅକିଞ୍ଚନା ହେବେ।
Bó tilẹ̀ jẹ́ pé ìwọ yóò wá àwọn ọ̀tá rẹ, ìwọ kì yóò rí wọn. Gbogbo àwọn tí ó gbóguntì ọ́ yóò dàbí ohun tí kò sí.
13 କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର, ତୁମ୍ଭ ଦକ୍ଷିଣ ହସ୍ତ ଧରି ତୁମ୍ଭକୁ କହିବା, “ଭୟ କର ନାହିଁ; ଆମ୍ଭେ ତୁମ୍ଭର ସାହାଯ୍ୟ କରିବା।”
Nítorí Èmi ni Olúwa Ọlọ́run rẹ, tí ó di ọwọ́ ọ̀tún rẹ mú tí ó sì sọ fún ọ pé, má ṣe bẹ̀rù; Èmi yóò ràn ọ́ lọ́wọ́.
14 ହେ କୀଟ ସ୍ୱରୂପ ଯାକୁବ ଓ ହେ ଇସ୍ରାଏଲୀୟ ନରଗଣ, ଭୟ କର ନାହିଁ; ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭର ସାହାଯ୍ୟ କରିବା ଓ ଇସ୍ରାଏଲର ଧର୍ମସ୍ୱରୂପ ତୁମ୍ଭର ମୁକ୍ତିଦାତା ଅଟନ୍ତି।
Má ṣe bẹ̀rù, ìwọ Jakọbu kòkòrò, ìwọ Israẹli kékeré, nítorí Èmi fúnra mi yóò ràn ọ́ lọ́wọ́,” ni Olúwa wí, olùdáǹdè rẹ, Ẹni Mímọ́ ti Israẹli.
15 ଦେଖ, ଆମ୍ଭେ ତୁମ୍ଭକୁ ତୀକ୍ଷ୍ଣ ଛୁରିକାବିଶିଷ୍ଟ ଏକ ନୂତନ ଶସ୍ୟ ମର୍ଦ୍ଦନ ଯନ୍ତ୍ର ସ୍ୱରୂପ କରିବା; ତୁମ୍ଭେ ପର୍ବତଗଣକୁ ମର୍ଦ୍ଦନ କରି ଚୂର୍ଣ୍ଣ କରିବ ଓ ଉପପର୍ବତଗଣକୁ ତୁଷ ତୁଲ୍ୟ କରିବ।
“Kíyèsi, Èmi yóò sọ ọ́ di òòlù ìpakà tuntun, tí ó mú ti eyín rẹ̀ mú, ìwọ yóò lu àwọn òkè ńlá, ìwọ yóò fọ́ wọn túútúú, a ó sì sọ òkè kékeré di ìyàngbò.
16 ତୁମ୍ଭେ ସେମାନଙ୍କୁ କୁଲାରେ ଉଡ଼ାଇଲେ, ବାୟୁ ସେମାନଙ୍କୁ ଉଡ଼ାଇ ନେଇଯିବ ଓ ଘୂର୍ଣ୍ଣିବାୟୁ ସେମାନଙ୍କୁ ଛିନ୍ନଭିନ୍ନ କରି ପକାଇବ; ପୁଣି, ତୁମ୍ଭେ ସଦାପ୍ରଭୁଙ୍କଠାରେ ଉଲ୍ଲାସ କରିବ ଓ ଇସ୍ରାଏଲର ଧର୍ମସ୍ୱରୂପଙ୍କଠାରେ ଦର୍ପ କରିବ।
Ìwọ yóò fẹ́ wọn, afẹ́fẹ́ yóò sì gbá wọn mú, àti ẹ̀fúùfù yóò sì fẹ́ wọn dànù. Ṣùgbọ́n ìwọ yóò yọ̀ nínú Olúwa ìwọ yóò sì ṣògo nínú Ẹni Mímọ́ ti Israẹli.
17 ଦରିଦ୍ର ଓ ଦୀନହୀନମାନେ ଜଳ ଅନ୍ୱେଷଣ କରନ୍ତି, ମାତ୍ର ଜଳ ନାହିଁ, ତହିଁରେ ସେମାନଙ୍କ ଜିହ୍ୱା ତୃଷାରେ ଶୁଷ୍କ ହୁଏ; ଆମ୍ଭେ ସଦାପ୍ରଭୁ ସେମାନଙ୍କୁ ଉତ୍ତର ଦେବା, ଆମ୍ଭେ ଇସ୍ରାଏଲର ପରମେଶ୍ୱର ସେମାନଙ୍କୁ ତ୍ୟାଗ କରିବା ନାହିଁ।
“Àwọn tálákà àti aláìní wá omi, ṣùgbọ́n kò sí; ahọ́n wọn gbẹ fún òǹgbẹ. Ṣùgbọ́n Èmi Olúwa yóò dá wọn lóhùn; Èmi, Ọlọ́run Israẹli, kì yóò kọ̀ wọ́n sílẹ̀.
18 ଆମ୍ଭେ ବୃକ୍ଷଶୂନ୍ୟ ଉଚ୍ଚସ୍ଥଳୀରେ ନଦ-ନଦୀ କରିବା ଓ ସମସ୍ଥଳୀ ମଧ୍ୟରେ ନିର୍ଝରମାନ ଫିଟାଇବା; ଆମ୍ଭେ ପ୍ରାନ୍ତରକୁ ଜଳାଶୟ ଓ ଶୁଷ୍କ ଭୂମିକୁ ଜଳ ନିର୍ଝର କରିବା।
Èmi yóò mú kí odò kí ó sàn ní ibi gíga àti orísun omi ní àárín àfonífojì. Èmi yóò sọ aṣálẹ̀ di adágún omi, àti ilẹ̀ tí ó gbẹ gidigidi di orísun omi.
19 ଆମ୍ଭେ ପ୍ରାନ୍ତରରେ ଏରସ, ଶିଟୀମ୍‍ ଓ ମେହେନ୍ଦି ଓ ତୈଳବୃକ୍ଷ ରୋପଣ କରିବା; ଆମ୍ଭେ ମରୁଭୂମିରେ ଦେବଦାରୁ, ତିଧର ଓ ତାଶୂର ବୃକ୍ଷ ଏକତ୍ର ଲଗାଇବା;
Èmi yóò fi sínú aṣálẹ̀ igi kedari àti kasia, maritili àti olifi. Èmi yóò gbin junifa sí inú aginjù, igi firi àti sípírẹ́ṣì papọ̀
20 ତହିଁରେ ସଦାପ୍ରଭୁଙ୍କ ହସ୍ତ ଏହି କାର୍ଯ୍ୟ କରିଅଛି ଓ ଇସ୍ରାଏଲର ଧର୍ମସ୍ୱରୂପ ଏହା ସୃଷ୍ଟି କରିଅଛନ୍ତି ବୋଲି ଲୋକମାନେ ଏକତ୍ର ଦେଖିବେ ଓ ବିବେଚନା କରି ବୁଝିବେ।
tó bẹ́ẹ̀ tí àwọn ènìyàn yóò fi rí i tí wọn yóò sì fi mọ̀, kí wọn ṣàkíyèsí kí ó sì yé wọn, pé ọwọ́ Olúwa ni ó ti ṣe èyí, àti pé, Ẹni Mímọ́ Israẹli ni ó ti dá èyí.
21 ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ଆପଣାମାନଙ୍କ ବିବାଦ ଉପସ୍ଥିତ କର,” ଯାକୁବର ରାଜା କହନ୍ତି, “ତୁମ୍ଭେମାନେ ଆପଣାମାନଙ୍କର ଦୃଢ଼ ପ୍ରମାଣସବୁ ବାହାର କର।”
“Mú ẹjọ́ wá,” ni Olúwa wí. “Tẹ́ àwọn àwíjàre rẹ sílẹ̀,” ni ọba Jakọbu wí,
22 ସେମାନେ ତାହାସବୁ ବାହାର କରି ଯାହା ଯାହା ଘଟିବ, ତାହା ଆମ୍ଭମାନଙ୍କ ନିକଟରେ ପ୍ରକାଶ କରନ୍ତୁ; ଆଦ୍ୟର ବିଷୟମାନ କଅଣ, ତାହା ତୁମ୍ଭେମାନେ ପ୍ରକାଶ କର, ତାହା କଲେ, ଆମ୍ଭେମାନେ ବିବେଚନା କରି ତହିଁର ଶେଷ ଫଳ ଜାଣି ପାରିବା; ନୋହିଲେ ଆଗାମୀ ଘଟଣା ଆମ୍ଭମାନଙ୍କୁ ଦେଖାଅ।
“Mú àwọn ère òrìṣà rẹ wọlé láti sọ fún wa ohun tí yóò ṣẹlẹ̀. Sọ fún wa ohun tí àwọn nǹkan àtijọ́ jẹ́, kí àwa lè ṣe àgbéyẹ̀wò wọn kí àwa sì mọ àbájáde wọn ní ìparí. Tàbí kí o sọ fún wa ohun tí ó ń bọ̀ wá,
23 ଏଥିଉତ୍ତାରେ ଯାହା ଯାହା ଘଟିବ, ତାହା ପ୍ରକାଶ କର, ତହିଁରେ ତୁମ୍ଭେମାନେ ଯେ ଈଶ୍ୱରଗଣ, ଏହା ଆମ୍ଭେମାନେ ଜାଣିବା; ହଁ, ମଙ୍ଗଳ କର, ଅବା ଅମଙ୍ଗଳ କର, ତହିଁରେ ଆମ୍ଭେମାନେ ନିରାଶ ହୋଇ ଏକତ୍ର ତାହା ଦେଖିବା।
ẹ sọ fún wa ohun ti ọjọ́ iwájú mú dání kí àwa kí ó lè mọ̀ pé ọlọ́run ni yín. Ẹ ṣe nǹkan kan, ìbá à ṣe rere tàbí búburú, tó bẹ́ẹ̀ tí àyà yóò fi fò wá tí ẹ̀rù yóò sì fi kún inú wa.
24 ଦେଖ, ତୁମ୍ଭେମାନେ ଅକିଞ୍ଚିତ ଓ ତୁମ୍ଭମାନଙ୍କର କାର୍ଯ୍ୟ କିଛି ହିଁ ନୁହେଁ; ଯେଉଁ ଲୋକ ତୁମ୍ଭମାନଙ୍କୁ ମନୋନୀତ କରେ, ସେ ଘୃଣାସ୍ପଦ।
Ṣùgbọ́n ẹ̀yìn ko jásí nǹkan kan iṣẹ́ yín ni kò sì wúlò fún ohunkóhun; ẹni tí ó yàn yín jẹ́ ẹni ìríra.
25 ଆମ୍ଭେ ଉତ୍ତର ଦିଗରୁ ଏକ ଜଣକୁ ଉତ୍ପନ୍ନ କରିଅଛୁ ଓ ସେ ଉପସ୍ଥିତ; ସେ ସୂର୍ଯ୍ୟୋଦୟ ଦିଗରୁ ଆମ୍ଭ ନାମ ଆହ୍ୱାନ କରେ; ସେ ଗାନ୍ଥନୀର ମଶଲା ଓ କୁମ୍ଭକାରର ମର୍ଦ୍ଦିତ ମୃତ୍ତିକା ପରି ଦେଶାଧ୍ୟକ୍ଷମାନଙ୍କୁ ଦଳିତ କରିବ।
“Èmi ti ru ẹnìkan sókè láti àríwá, òun sì ń bọ ẹnìkan láti ìlà-oòrùn tí ó pe orúkọ mi. Òun gun àwọn aláṣẹ mọ́lẹ̀ bí ẹni pé odò ni wọ́n, àfi bí ẹni pé amọ̀kòkò nì ti ń gún amọ̀.
26 ଆମ୍ଭେମାନେ ଯେପରି ଜାଣି ପାରିବା, ଏଥିପାଇଁ ଆଦ୍ୟରୁ କିଏ ଏହା ପ୍ରକାଶ କରିଅଛି? ପୁଣି, ସେ ଧାର୍ମିକ ବୋଲି ଯେପରି ଆମ୍ଭେମାନେ କହି ପାରିବା, ଏଥିପାଇଁ ପୂର୍ବରୁ କିଏ ଏହା ପ୍ରକାଶ କରିଅଛି? ହଁ, ପ୍ରକାଶକାରୀ କେହି ନାହିଁ, ହଁ, ଦେଖାଇବା ଲୋକ କେହି ନାହିଁ, ହଁ, ତୁମ୍ଭମାନଙ୍କ କଥା ଶୁଣିବା ଲୋକ କେହି ନାହିଁ।
Ta ni ó sọ èyí láti ìbẹ̀rẹ̀ pẹ̀pẹ̀, tí àwa kò bá fi mọ̀, tàbí ṣáájú àkókò, tí àwa kò bá fi wí pé, ‘Òun sọ òtítọ́’? Ẹnikẹ́ni kò sọ nípa èyí, ẹnikẹ́ni kò sàsọtẹ́lẹ̀ rẹ̀, ẹnikẹ́ni kò gbọ́ ọ̀rọ̀ kan láti ọ̀dọ̀ rẹ̀.
27 ଆମ୍ଭେ ପ୍ରଥମେ ସିୟୋନକୁ କହିବା, “ଦେଖ, ସେମାନଙ୍କୁ ଦେଖ,” ପୁଣି ଆମ୍ଭେ ଯିରୂଶାଲମକୁ ସୁସମାଚାର ଆଣିବାର ଏକ ଲୋକ ଦେବା।
Èmi ni ẹni àkọ́kọ́ tí ó sọ fún Sioni pé, ‘Wò ó, àwọn nìyìí!’ Mo fún Jerusalẹmu ní ìránṣẹ́ ìrò ìròyìn ayọ̀ kan.
28 ଆମ୍ଭେ ଅନାଇଲା ବେଳେ କେହି ନାହିଁ; ଆମ୍ଭେ ପଚାରିଲା ବେଳେ ଯେ ପଦେ ଉତ୍ତର ଦେଇ ପାରେ, ସେମାନଙ୍କ ମଧ୍ୟରେ ଏପରି ମନ୍ତ୍ରଣାଦାତା ସୁଦ୍ଧା କେହି ନାହିଁ।
Èmi wò, ṣùgbọ́n kò sí ẹnìkan— kò sí ẹnìkan nínú wọn tí ó lè mú ìmọ̀ràn wá, kò sí ẹnìkan tí ó lè dáhùn nígbà tí mo bi wọ́n.
29 ଦେଖ, ସେସମସ୍ତେ, ସେମାନଙ୍କର କର୍ମସବୁ ଅସାର ଓ ଅବସ୍ତୁ ମାତ୍ର; ସେମାନଙ୍କର ଛାଞ୍ଚରେ ଢଳା ପ୍ରତିମାଗଣ ବାୟୁ ଓ ଶୂନ୍ୟ ମାତ୍ର।
Kíyèsi i, irọ́ ni gbogbo wọn! Gbogbo ìṣe wọn jásí asán; àwọn ère wọn kò ṣé kò yà fún afẹ́fẹ́ àti dàrúdàpọ̀.

< ଯିଶାଇୟ 41 >