< ଯିଶାଇୟ 41 >

1 ହେ ଦ୍ୱୀପଗଣ, ଆମ୍ଭ ସାକ୍ଷାତରେ ନୀରବ ହୁଅ ଓ ଶୁଣ; ଲୋକମାନେ ନୂଆ ନୂଆ ବଳ ପ୍ରାପ୍ତ ହେଉନ୍ତୁ; ସେମାନେ ନିକଟକୁ ଆସନ୍ତୁ; ତେବେ କଥା କୁହନ୍ତୁ; ଆମ୍ଭେମାନେ ଏକତ୍ର ହୋଇ ବିଚାର କରୁ।
Que les îles se taisent devant moi, et que les nations prennent une nouvelle force; qu’elles s’approchent, et alors qu’elles parlent, et entrons ensemble en jugement.
2 ସେ ଧାର୍ମିକତାରେ ଯାହାକୁ ଆପଣା ଚରଣ ନିକଟକୁ ଡାକନ୍ତି, ଏପରି ଏକ ଜଣକୁ ପୂର୍ବ ଦିଗରୁ କିଏ ଉତ୍ପନ୍ନ କରିଅଛନ୍ତି? ସେ ନାନା ଦେଶସ୍ଥ ଲୋକଙ୍କୁ ତାହା ସମ୍ମୁଖରେ ସମର୍ପି ଦିଅନ୍ତି ଓ ରାଜାଗଣଙ୍କ ଉପରେ ତାହାକୁ କର୍ତ୍ତୃତ୍ୱ କରାନ୍ତି; ସେ ତାହାର ଖଡ୍ଗ ସମ୍ମୁଖରେ ସେମାନଙ୍କୁ ଧୂଳି ତୁଲ୍ୟ ଓ ତାହାର ଧନୁକର ଆଗରେ ଚାଳିତ କୁଟା ପରି ସମର୍ପି ଦିଅନ୍ତି।
Qui a suscité de l’Orient le juste? qui l’a appelé pour qu’il le suivît? il mettra en sa présence des nations, et lui asservira des rois; il les livrera comme de la poussière à son glaive, et comme une paille emportée par le vent à son arc.
3 ସେ ସେମାନଙ୍କର ପଛେ ଗୋଡ଼ାଏ, ଯେଉଁ ପଥରେ ସେ ପଦାର୍ପଣ କରି ନାହିଁ, ସେହି ପଥରେ ହେଁ ସେ ନିରାପଦରେ ଅଗ୍ରସର ହୁଏ।
En les poursuivant, il passera en paix, et la trace de ses pieds ne paraîtra pas.
4 ଆଦ୍ୟରୁ ପୁରୁଷକୁ ପୁରୁଷ ଆହ୍ୱାନ କରି କିଏ ଏ କାର୍ଯ୍ୟ ସାଧନ କରିଅଛନ୍ତି? ଆମ୍ଭେ ସଦାପ୍ରଭୁ ଆଦି, ପୁଣି ଶେଷକାଳୀନ ଲୋକମାନଙ୍କର ସଙ୍ଗରେ ହେଁ ଆମ୍ଭେ ସେହି ଅଟୁ।
Qui a opéré et fait ces choses, appelant les générations dès le commencement? Je suis le Seigneur; c’est moi qui suis le premier et le dernier.
5 ଦ୍ୱୀପଗଣ ଦେଖି ଭୀତ ହେଲେ; ପୃଥିବୀର ପ୍ରାନ୍ତସକଳ କମ୍ପିତ ହେଲେ; ସେମାନେ ନିକଟବର୍ତ୍ତୀ ହୋଇ ଆସିଲେ।
Les îles ont vu, et elles ont craint; les extrémités de la terre ont été dans la stupeur, elles se sont rapprochées et sont arrivées.
6 ସେମାନେ ପ୍ରତ୍ୟେକେ ଆପଣା ପ୍ରତିବାସୀର ସାହାଯ୍ୟ କଲେ ଓ “ସାହସିକ ହୁଅ” ବୋଲି ପ୍ରତ୍ୟେକେ ଆପଣା ଭାଇକୁ କହିଲେ।
Chacun portera secours à son voisin, et dira à son frère: Prends courage.
7 ଏହିରୂପେ ସୂତ୍ରଧର ସ୍ୱର୍ଣ୍ଣକାରକୁ ସାହସ ଦେଲା ଓ ହାତୁଡ଼ିରେ ସମାନ କରିବା ଲୋକ “ଯୋଡ଼ କର୍ମ ଉତ୍ତମ ହୋଇଅଛି” ବୋଲି କହି, ନେହାଇରେ ପିଟିବା ଲୋକକୁ ଆଶ୍ୱାସ ଦେଲା; ପୁଣି, ପ୍ରତିମାଟି ଯେପରି ଟଳଟଳ ନ ହୁଏ, ଏଥିପାଇଁ ସେ କଣ୍ଟାରେ ତାହା ଦୃଢ଼ କଲା।
L’ouvrier en airain, frappant du marteau, a encouragé celui qui, dans le même temps, battait sur l’enclume, disant: C’est bon pour la soudure; et il l’a assuré avec des clous, afin qu’il ne fût pas ébranlé.
8 ମାତ୍ର ହେ ଆମ୍ଭର ଦାସ ଇସ୍ରାଏଲ, ଆମ୍ଭର ମନୋନୀତ ଯାକୁବ, ଆମ୍ଭର ବନ୍ଧୁ ଅବ୍ରହାମର ବଂଶ;
Et toi, Israël mon serviteur, Jacob que j’ai choisi, race d’Abraham mon ami,
9 ଆମ୍ଭେ ତୁମ୍ଭକୁ ଧରି ପୃଥିବୀର ପ୍ରାନ୍ତକୁ ଆଣିଅଛୁ ଓ ପୃଥିବୀର ସୀମାରୁ ତୁମ୍ଭକୁ ଆହ୍ୱାନ କରି କହିଅଛୁ, “ତୁମ୍ଭେ ଆମ୍ଭର ଦାସ, ଆମ୍ଭେ ତୁମ୍ଭକୁ ମନୋନୀତ କରିଅଛୁ ଓ ଦୂର କରି ନାହୁଁ;”
Dans lequel je t’ai retiré des extrémités de la terre, et de ses pays lointains je t’ai appelé et je t’ai dit: Mon serviteur, c’est toi, je t’ai choisi et je ne t’ai pas rejeté.
10 ତୁମ୍ଭେ ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ; ନିରାଶ ହୁଅ ନାହିଁ, କାରଣ ଆମ୍ଭେ ତୁମ୍ଭର ପରମେଶ୍ୱର; ଆମ୍ଭେ ତୁମ୍ଭକୁ ସବଳ କରିବା; ହଁ, ଆମ୍ଭେ ତୁମ୍ଭର ସାହାଯ୍ୟ କରିବା; ହଁ, ଆମ୍ଭେ ଆପଣା ଧର୍ମସ୍ୱରୂପ ଦକ୍ଷିଣ ହସ୍ତରେ ତୁମ୍ଭକୁ ଧରି ରଖିବା।
Ne crains pas, parce que voici que je suis avec toi; ne te détourne pas, parce que moi je suis ton Dieu; je t’ai fortifié, je t’ai secouru, et la droite de mon juste t’a soutenu.
11 ଦେଖ, ଯେଉଁମାନେ ତୁମ୍ଭ ପ୍ରତି କୁପିତ ଅଛନ୍ତି, ସେମାନେ ସମସ୍ତେ ଲଜ୍ଜିତ ଓ ବିବ୍ରତ ହେବେ; ଯେଉଁମାନେ ତୁମ୍ଭ ସଙ୍ଗେ ବିରୋଧ କରନ୍ତି, ସେମାନେ ଅବସ୍ତୁ ତୁଲ୍ୟ ହୋଇ ବିନଷ୍ଟ ହେବେ।
Voici qu’ils seront confondus et qu’ils rougiront, tous ceux qui combattent contre toi; ils seront comme s’ils n’étaient pas, et ils périront, les hommes qui te contredisent.
12 ଯେଉଁମାନେ ତୁମ୍ଭ ସଙ୍ଗେ ବିରୋଧ କରନ୍ତି, ତୁମ୍ଭେ ସେମାନଙ୍କୁ ଅନ୍ୱେଷଣ କରିବ, ମାତ୍ର ସେମାନଙ୍କର ଉଦ୍ଦେଶ୍ୟ ପାଇବ ନାହିଁ; ଯେଉଁମାନେ ତୁମ୍ଭ ସଙ୍ଗେ ଯୁଦ୍ଧ କରନ୍ତି, ସେମାନେ ଅବସ୍ତୁ ତୁଲ୍ୟ ଓ ଅକିଞ୍ଚନା ହେବେ।
Tu les chercheras et tu ne les trouveras pas, ces hommes qui t’étaient rebelles; ils seront comme s’ils n’étaient pas; et ils seront comme consumés, les hommes qui faisaient la guerre contre toi.
13 କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର, ତୁମ୍ଭ ଦକ୍ଷିଣ ହସ୍ତ ଧରି ତୁମ୍ଭକୁ କହିବା, “ଭୟ କର ନାହିଁ; ଆମ୍ଭେ ତୁମ୍ଭର ସାହାଯ୍ୟ କରିବା।”
Parce que c’est moi, le Seigneur ton Dieu, qui te prends par la main et qui te dis: Ne crains pas; c’est moi qui suis ton aide.
14 ହେ କୀଟ ସ୍ୱରୂପ ଯାକୁବ ଓ ହେ ଇସ୍ରାଏଲୀୟ ନରଗଣ, ଭୟ କର ନାହିଁ; ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭର ସାହାଯ୍ୟ କରିବା ଓ ଇସ୍ରାଏଲର ଧର୍ମସ୍ୱରୂପ ତୁମ୍ଭର ମୁକ୍ତିଦାତା ଅଟନ୍ତି।
Ne crains pas, vermisseau de Jacob, ni vous, morts d’Israël; c’est moi qui suis venu à ton aide, dit le Seigneur; et ton rédempteur est le saint d’Israël.
15 ଦେଖ, ଆମ୍ଭେ ତୁମ୍ଭକୁ ତୀକ୍ଷ୍ଣ ଛୁରିକାବିଶିଷ୍ଟ ଏକ ନୂତନ ଶସ୍ୟ ମର୍ଦ୍ଦନ ଯନ୍ତ୍ର ସ୍ୱରୂପ କରିବା; ତୁମ୍ଭେ ପର୍ବତଗଣକୁ ମର୍ଦ୍ଦନ କରି ଚୂର୍ଣ୍ଣ କରିବ ଓ ଉପପର୍ବତଗଣକୁ ତୁଷ ତୁଲ୍ୟ କରିବ।
C’est moi qui t’ai posé comme un chariot neuf qui foule le blé, qui a des dents pointues: tu fouleras les montagnes et tu les briseras; et les collines, tu les rendras comme la poussière.
16 ତୁମ୍ଭେ ସେମାନଙ୍କୁ କୁଲାରେ ଉଡ଼ାଇଲେ, ବାୟୁ ସେମାନଙ୍କୁ ଉଡ଼ାଇ ନେଇଯିବ ଓ ଘୂର୍ଣ୍ଣିବାୟୁ ସେମାନଙ୍କୁ ଛିନ୍ନଭିନ୍ନ କରି ପକାଇବ; ପୁଣି, ତୁମ୍ଭେ ସଦାପ୍ରଭୁଙ୍କଠାରେ ଉଲ୍ଲାସ କରିବ ଓ ଇସ୍ରାଏଲର ଧର୍ମସ୍ୱରୂପଙ୍କଠାରେ ଦର୍ପ କରିବ।
Tu les vanneras, et un vent les emportera, et un tourbillon les dissipera; et tu exulteras dans le Seigneur, dans le saint d’Israël tu te réjouiras.
17 ଦରିଦ୍ର ଓ ଦୀନହୀନମାନେ ଜଳ ଅନ୍ୱେଷଣ କରନ୍ତି, ମାତ୍ର ଜଳ ନାହିଁ, ତହିଁରେ ସେମାନଙ୍କ ଜିହ୍ୱା ତୃଷାରେ ଶୁଷ୍କ ହୁଏ; ଆମ୍ଭେ ସଦାପ୍ରଭୁ ସେମାନଙ୍କୁ ଉତ୍ତର ଦେବା, ଆମ୍ଭେ ଇସ୍ରାଏଲର ପରମେଶ୍ୱର ସେମାନଙ୍କୁ ତ୍ୟାଗ କରିବା ନାହିଁ।
Les indigents et les pauvres cherchent de l’eau, et il n’y en a pas; leur langue s’est desséchée par la soif. Moi, le Seigneur, je les exaucerai. Dieu d’Israël, je ne les abandonnerai pas.
18 ଆମ୍ଭେ ବୃକ୍ଷଶୂନ୍ୟ ଉଚ୍ଚସ୍ଥଳୀରେ ନଦ-ନଦୀ କରିବା ଓ ସମସ୍ଥଳୀ ମଧ୍ୟରେ ନିର୍ଝରମାନ ଫିଟାଇବା; ଆମ୍ଭେ ପ୍ରାନ୍ତରକୁ ଜଳାଶୟ ଓ ଶୁଷ୍କ ଭୂମିକୁ ଜଳ ନିର୍ଝର କରିବା।
Je découvrirai des fleuves dans des collines en pente, et au milieu des champs, des fontaines; je changerai en un désert des étangs pleins d’eau, et une terre sans chemin en des courants d’eaux.
19 ଆମ୍ଭେ ପ୍ରାନ୍ତରରେ ଏରସ, ଶିଟୀମ୍‍ ଓ ମେହେନ୍ଦି ଓ ତୈଳବୃକ୍ଷ ରୋପଣ କରିବା; ଆମ୍ଭେ ମରୁଭୂମିରେ ଦେବଦାରୁ, ତିଧର ଓ ତାଶୂର ବୃକ୍ଷ ଏକତ୍ର ଲଗାଇବା;
Je poserai dans la solitude le cèdre, l’acacia, le myrte et l’olivier; je poserai dans le désert le sapin, l’orme et le buis ensemble;
20 ତହିଁରେ ସଦାପ୍ରଭୁଙ୍କ ହସ୍ତ ଏହି କାର୍ଯ୍ୟ କରିଅଛି ଓ ଇସ୍ରାଏଲର ଧର୍ମସ୍ୱରୂପ ଏହା ସୃଷ୍ଟି କରିଅଛନ୍ତି ବୋଲି ଲୋକମାନେ ଏକତ୍ର ଦେଖିବେ ଓ ବିବେଚନା କରି ବୁଝିବେ।
Afin que les hommes voient, qu’ils sachent, qu’ils réfléchissent, et qu’ils comprennent tous ensemble que la main du Seigneur a fait cela, et que le saint d’Israël l’a créé.
21 ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ଆପଣାମାନଙ୍କ ବିବାଦ ଉପସ୍ଥିତ କର,” ଯାକୁବର ରାଜା କହନ୍ତି, “ତୁମ୍ଭେମାନେ ଆପଣାମାନଙ୍କର ଦୃଢ଼ ପ୍ରମାଣସବୁ ବାହାର କର।”
Plaidez sans délai votre cause, dit le Seigneur, apportez vos preuves, si par hasard vous en avez quelqu’une, dit le roi de Jacob.
22 ସେମାନେ ତାହାସବୁ ବାହାର କରି ଯାହା ଯାହା ଘଟିବ, ତାହା ଆମ୍ଭମାନଙ୍କ ନିକଟରେ ପ୍ରକାଶ କରନ୍ତୁ; ଆଦ୍ୟର ବିଷୟମାନ କଅଣ, ତାହା ତୁମ୍ଭେମାନେ ପ୍ରକାଶ କର, ତାହା କଲେ, ଆମ୍ଭେମାନେ ବିବେଚନା କରି ତହିଁର ଶେଷ ଫଳ ଜାଣି ପାରିବା; ନୋହିଲେ ଆଗାମୀ ଘଟଣା ଆମ୍ଭମାନଙ୍କୁ ଦେଖାଅ।
Qu’ils s’approchent, et qu’ils nous annoncent toutes les choses qui doivent arriver; annoncez celles qui furent les premières; et nous y appliquerons notre cœur, et nous saurons leur fin; et indiquez-nous celles qui doivent arriver.
23 ଏଥିଉତ୍ତାରେ ଯାହା ଯାହା ଘଟିବ, ତାହା ପ୍ରକାଶ କର, ତହିଁରେ ତୁମ୍ଭେମାନେ ଯେ ଈଶ୍ୱରଗଣ, ଏହା ଆମ୍ଭେମାନେ ଜାଣିବା; ହଁ, ମଙ୍ଗଳ କର, ଅବା ଅମଙ୍ଗଳ କର, ତହିଁରେ ଆମ୍ଭେମାନେ ନିରାଶ ହୋଇ ଏକତ୍ର ତାହା ଦେଖିବା।
Annoncez-nous les choses qui doivent arriver dans l’avenir, et nous saurons que vous êtes dieux; faites aussi du bien ou du mal, si vous le pouvez, et nous parlerons, et nous verrons ensemble.
24 ଦେଖ, ତୁମ୍ଭେମାନେ ଅକିଞ୍ଚିତ ଓ ତୁମ୍ଭମାନଙ୍କର କାର୍ଯ୍ୟ କିଛି ହିଁ ନୁହେଁ; ଯେଉଁ ଲୋକ ତୁମ୍ଭମାନଙ୍କୁ ମନୋନୀତ କରେ, ସେ ଘୃଣାସ୍ପଦ।
Voilà que vous, vous sortez de rien, et votre œuvre de ce qui n’est pas; c’est l’abomination qui vous a choisis.
25 ଆମ୍ଭେ ଉତ୍ତର ଦିଗରୁ ଏକ ଜଣକୁ ଉତ୍ପନ୍ନ କରିଅଛୁ ଓ ସେ ଉପସ୍ଥିତ; ସେ ସୂର୍ଯ୍ୟୋଦୟ ଦିଗରୁ ଆମ୍ଭ ନାମ ଆହ୍ୱାନ କରେ; ସେ ଗାନ୍ଥନୀର ମଶଲା ଓ କୁମ୍ଭକାରର ମର୍ଦ୍ଦିତ ମୃତ୍ତିକା ପରି ଦେଶାଧ୍ୟକ୍ଷମାନଙ୍କୁ ଦଳିତ କରିବ।
Je l’ai suscité de l’aquilon, et il viendra du levant; il invoquera mon nom; et il traitera les magistrats comme de la boue, et il les foulera comme le potier foule sous ses pieds l’argile.
26 ଆମ୍ଭେମାନେ ଯେପରି ଜାଣି ପାରିବା, ଏଥିପାଇଁ ଆଦ୍ୟରୁ କିଏ ଏହା ପ୍ରକାଶ କରିଅଛି? ପୁଣି, ସେ ଧାର୍ମିକ ବୋଲି ଯେପରି ଆମ୍ଭେମାନେ କହି ପାରିବା, ଏଥିପାଇଁ ପୂର୍ବରୁ କିଏ ଏହା ପ୍ରକାଶ କରିଅଛି? ହଁ, ପ୍ରକାଶକାରୀ କେହି ନାହିଁ, ହଁ, ଦେଖାଇବା ଲୋକ କେହି ନାହିଁ, ହଁ, ତୁମ୍ଭମାନଙ୍କ କଥା ଶୁଣିବା ଲୋକ କେହି ନାହିଁ।
Qui a annoncé ces choses dès le commencement, afin que nous les sachions, et dès le principe, afin que nous disions: Vous êtes juste? Il n’y a personne qui annonce et qui prédit, ni personne qui entend vos paroles.
27 ଆମ୍ଭେ ପ୍ରଥମେ ସିୟୋନକୁ କହିବା, “ଦେଖ, ସେମାନଙ୍କୁ ଦେଖ,” ପୁଣି ଆମ୍ଭେ ଯିରୂଶାଲମକୁ ସୁସମାଚାର ଆଣିବାର ଏକ ଲୋକ ଦେବା।
Le premier, il dira à Sion: Vois, ils sont ici; et à Jérusalem je donnerai un évangéliste.
28 ଆମ୍ଭେ ଅନାଇଲା ବେଳେ କେହି ନାହିଁ; ଆମ୍ଭେ ପଚାରିଲା ବେଳେ ଯେ ପଦେ ଉତ୍ତର ଦେଇ ପାରେ, ସେମାନଙ୍କ ମଧ୍ୟରେ ଏପରି ମନ୍ତ୍ରଣାଦାତା ସୁଦ୍ଧା କେହି ନାହିଁ।
Et j’ai vu, et il n’y avait pas même parmi eux quelqu’un qui formât un dessein, et qui, interrogé, répondît un mot.
29 ଦେଖ, ସେସମସ୍ତେ, ସେମାନଙ୍କର କର୍ମସବୁ ଅସାର ଓ ଅବସ୍ତୁ ମାତ୍ର; ସେମାନଙ୍କର ଛାଞ୍ଚରେ ଢଳା ପ୍ରତିମାଗଣ ବାୟୁ ଓ ଶୂନ୍ୟ ମାତ୍ର।
Voici que tous sont injustes, et leurs ouvrages vains; du vent et du vide sont leurs simulacres.

< ଯିଶାଇୟ 41 >