< ଯିଶାଇୟ 37 >

1 ଏଥିରେ ହିଜକୀୟ ରାଜା ତାହା ଶୁଣନ୍ତେ, ଆପଣା ବସ୍ତ୍ର ଚିରି ଓ ଅଖା ଘୋଡ଼ାଇ ହୋଇ ସଦାପ୍ରଭୁଙ୍କ ଗୃହକୁ ଗଲା।
Nígbà tí ọba Hesekiah gbọ́ èyí, ó fa aṣọ rẹ̀ ya, ó sì fi aṣọ ọ̀fọ̀ bo ara rẹ̀, ó sì wọ inú tẹmpili Olúwa lọ.
2 ପୁଣି, ସେ ରାଜଗୃହାଧ୍ୟକ୍ଷ ଇଲିୟାକୀମ୍‍କୁ, ଶିବ୍‍ନ ଲେଖକଙ୍କୁ ଓ ଯାଜକମାନଙ୍କର ପ୍ରାଚୀନବର୍ଗଙ୍କୁ ଅଖା ଘୋଡ଼ାଇ ଆମୋସଙ୍କ ପୁତ୍ର ଯିଶାଇୟ ଭବିଷ୍ୟଦ୍‍ବକ୍ତାଙ୍କ ନିକଟକୁ ପଠାଇଲା।
Òun sì rán Eliakimu alákòóso ààfin, Ṣebna akọ̀wé, àti aṣíwájú àwọn àlùfáà, gbogbo wọn nínú aṣọ ọ̀fọ̀ lọ sí ọ̀dọ̀ wòlíì Isaiah ọmọ Amosi.
3 ତହିଁରେ ସେମାନେ ତାଙ୍କୁ କହିଲେ, “ହିଜକୀୟ ଏହିପରି କହିଅଛନ୍ତି, ‘ଆଜି ଦିନ ଆପଦ, ଅନୁଯୋଗ ଓ ଅପମାନର ଦିନ; କାରଣ ସନ୍ତାନଗଣ ପ୍ରସବ-ଦ୍ୱାରରେ ଉପସ୍ଥିତ, ମାତ୍ର ପ୍ରସବ କରିବାକୁ ଶକ୍ତି ନାହିଁ।
Wọ́n sọ fún un pé, “Báyìí ni Hesekiah wí, ọjọ́ òní jẹ́ ọjọ́ ìbànújẹ́, ìbáwí àti ẹ̀gàn gẹ́gẹ́ bí ìgbà ìbí àwọn ọmọdé tí kò sì ṣí agbára láti bí wọn.
4 ହୋଇପାରେ, ଜୀବିତ ପରମେଶ୍ୱରଙ୍କୁ ଧିକ୍କାର କରିବା ପାଇଁ ଆପଣା ପ୍ରଭୁ ଅଶୂରୀୟ ରାଜା ଦ୍ୱାରା ପ୍ରେରିତ ରବ୍‍ଶାକିର ସମସ୍ତ କଥା ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଶୁଣିବେ, ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ କଥା ଶୁଣିଅଛନ୍ତି, ତହିଁ ଲାଗି ଅନୁଯୋଗ କରିବେ; ଏହେତୁ ଯେଉଁ ଅବଶିଷ୍ଟାଂଶ ଅଛନ୍ତି, ସେମାନଙ୍କ ନିମନ୍ତେ ତୁମ୍ଭେ ପ୍ରାର୍ଥନା କର।’”
Ó lè jẹ́ pé Olúwa Ọlọ́run rẹ yóò gbọ́ ọ̀rọ̀ ọ̀gágun ẹni tí ọ̀gá rẹ̀ ọba Asiria ti rán láti fi Ọlọ́run alààyè ṣe ẹlẹ́yà, àti pé òun ni yóò bá a wí nítorí àwọn ọ̀rọ̀ tí Olúwa Ọlọ́run rẹ ti gbọ́. Nítorí náà gbàdúrà fún àwọn tí ó ṣẹ́kù tí wọ́n sì wà láààyè.”
5 ଏହିରୂପେ ହିଜକୀୟ ରାଜାର ଦାସମାନେ ଯିଶାଇୟଙ୍କ ନିକଟରେ ଉପସ୍ଥିତ ହେଲେ।
Nígbà tí àwọn ìjòyè ọba Hesekiah dé ọ̀dọ̀ Isaiah,
6 ତହିଁରେ ଯିଶାଇୟ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଆପଣା ପ୍ରଭୁଙ୍କୁ ଏହିପରି କହିବ, ‘ସଦାପ୍ରଭୁ କହନ୍ତି, ଅଶୂରୀୟ ରାଜାର ଦାସମାନେ ଆମ୍ଭଙ୍କୁ ନିନ୍ଦା କରିବାର ଯେଉଁ କଥା ତୁମ୍ଭେ ଶୁଣିଅଛ, ତହିଁରେ ଭୀତ ହୁଅ ନାହିଁ।
Isaiah sọ fún wọn pé, “Ẹ sọ fún ọ̀gá yín pé, ‘Ohun tí Olúwa sọ nìyìí. Má ṣe bẹ̀rù ohun tí ẹ ti gbọ́ gbogbo ọ̀rọ̀ tí ọba Asiria tí ó wà nínú ìdè ti fi sọ̀rọ̀-òdì sí mi.
7 ଦେଖ, ଆମ୍ଭେ ତାହା ମଧ୍ୟରେ ଏକ ଆତ୍ମା ଦେବା, ପୁଣି ସେ କୌଣସି ଜନରବ ଶୁଣି ଆପଣା ଦେଶକୁ ଫେରିଯିବ; ଆଉ, ଆମ୍ଭେ ତାହାର ନିଜ ଦେଶରେ ଖଡ୍ଗ ଦ୍ୱାରା ତାହାକୁ ନିପାତ କରିବା।’”
Tẹ́tí sílẹ̀! Èmi yóò fi ẹ̀mí kan sínú rẹ̀ tó bẹ́ẹ̀ tí ó fi jẹ́ pé bí o bá ti gbọ́ ìròyìn kan, òun yóò padà sí orílẹ̀-èdè rẹ̀, níbẹ̀ ni n ó sì ti jẹ́ kí wọn ké e lulẹ̀ pẹ̀lú idà.’”
8 ଏଥିଉତ୍ତାରେ ଅଶୂରୀୟ ରାଜା ଲାଖୀଶ୍‍ଠାରୁ ପ୍ରସ୍ଥାନ କରିଅଛି ବୋଲି ରବ୍‍ଶାକି ଶୁଣି ଫେରିଗଲା ଓ ତାହାକୁ ଲିବ୍‍ନା ବିରୁଦ୍ଧରେ ଯୁଦ୍ଧ କରୁଥିବାର ଦେଖିଲା।
Nígbà tí ọ̀gágun gbọ́ pé ọba Asiria ti fi Lakiṣi sílẹ̀, ó padà sẹ́yìn, ó sì bá ọba tí ń bá Libina jà.
9 ପୁଣି, ଅଶୂରୀୟ ରାଜା କୂଶଦେଶୀୟ ତିର୍ହକ ରାଜା ବିଷୟରେ ଏହି କଥା ଶୁଣିଲା ଯେ, ସେ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଅଛି; ଏହା ଶୁଣି ସେ ହିଜକୀୟ ନିକଟକୁ ଦୂତଗଣ ପଠାଇ କହିଲା,
Ní àkókò yìí Sennakeribu gbọ́ ìròyìn kan pé Tirakah ará Kuṣi ọba Ejibiti ń jáde bọ̀ wá bá òun jà. Nígbà tí ó gbọ́ èyí, ó rán oníṣẹ́ sí Hesekiah pẹ̀lú ọ̀rọ̀ wọ̀nyí,
10 “ତୁମ୍ଭେମାନେ ଯିହୁଦାର ରାଜା ହିଜକୀୟକୁ ଏହି କଥା କହିବ, ‘ଯିରୂଶାଲମ ଅଶୂରୀୟ ରାଜାର ହସ୍ତଗତ ହେବ ନାହିଁ, ଏହି କଥା କହି ତୁମ୍ଭର ବିଶ୍ୱାସଭୂମି ପରମେଶ୍ୱର ତୁମ୍ଭକୁ ନ ଭୁଲାଉନ୍ତୁ।
“Ẹ sọ fún Hesekiah ọba Juda pé: Má ṣe jẹ́ kí òrìṣà tí ìwọ gbẹ́kẹ̀lé tàn ọ́ jẹ nígbà tí ó sọ pé, ‘A kì yóò jọ̀wọ́ Jerusalẹmu fún ọba Asiria.’
11 ଦେଖ, ଅଶୂରୀୟ ରାଜାମାନେ ନିଃଶେଷ ରୂପେ ବିନାଶ କରିବା ଦ୍ୱାରା ସମୁଦାୟ ଦେଶ ପ୍ରତି ଯାହା କରିଅଛନ୍ତି, ତାହା ତୁମ୍ଭେ ଶୁଣିଅଛ; ଆଉ, ତୁମ୍ଭେ କʼଣ ଉଦ୍ଧାର ପାଇବ?
Dájúdájú, ìwọ ti gbọ́ ohun tí ọba Asiria ti ṣe sí àwọn orílẹ̀-èdè, tí ó pa wọ́n run pátápátá. Ǹjẹ́ a ó ha dá ọ nídè bí?
12 ମୋʼ ପିତୃଲୋକମାନେ ଯେଉଁ ଗୋଶନ, ହାରଣ, ରେତ୍ସଫ ଦେଶୀୟମାନଙ୍କୁ ଓ ତଳଃସର ନିବାସୀ ଏଦନ ସନ୍ତାନମାନଙ୍କୁ ବିନାଶ କଲେ, ସେମାନଙ୍କର ଦେବତାମାନେ କʼଣ ସେମାନଙ୍କୁ ଉଦ୍ଧାର କଲେ?
Ǹjẹ́ àwọn òrìṣà àwọn orílẹ̀-èdè tí àwọn baba ńlá mi parun ha gbà wọ́n sílẹ̀ bí àwọn òrìṣà Gosani, Harani, Reṣefu àti àwọn ènìyàn Edeni tí wọ́n wà ní Teli-Assari?
13 ହମାତର ରାଜା, ଅର୍ପଦର ରାଜା, ସଫର୍ବୟିମ ନଗରର, ହେନାର ଓ ଅବ୍ବାର ରାଜା କାହାନ୍ତି?’”
Níbo ni ọba Hamati wà, ọba Arpadi, ọba ìlú Sefarfaimi tàbí Hena tàbí Iffa?”
14 ତହିଁରେ ହିଜକୀୟ ଦୂତଗଣର ହସ୍ତରୁ ପତ୍ର ଗ୍ରହଣ କରି ତାହା ପାଠ କଲା; ଆଉ, ହିଜକୀୟ ସଦାପ୍ରଭୁଙ୍କ ଗୃହକୁ ଯାଇ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ମେଲାଇଲା।
Hesekiah gba ìwé náà lọ́wọ́ àwọn oníṣẹ́ ó sì kà á. Lẹ́yìn náà ni ó gòkè lọ sí tẹmpili Olúwa ó sì tẹ́ ìwé náà sílẹ̀ níwájú Olúwa.
15 ଆଉ, ହିଜକୀୟ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲା,
Hesekiah sì gbàdúrà sí Olúwa:
16 “ହେ କିରୂବଗଣ ଉପରେ ଉପବିଷ୍ଟ ସୈନ୍ୟାଧିପତି ସଦାପ୍ରଭୋ, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ, କେବଳ ତୁମ୍ଭେ ପୃଥିବୀସ୍ଥ ସମୁଦାୟ ରାଜ୍ୟର ପରମେଶ୍ୱର ଅଟ; ତୁମ୍ଭେ ସ୍ୱର୍ଗ ଓ ପୃଥିବୀ ନିର୍ମାଣ କରିଅଛ।
Olúwa àwọn ọmọ-ogun, Ọlọ́run Israẹli, tí ó gúnwà láàrín àwọn kérúbù, ìwọ nìkan ni Ọlọ́run lórí i gbogbo ìjọba orílẹ̀ ayé. Ìwọ ti dá ọ̀run àti ayé.
17 ହେ ସଦାପ୍ରଭୋ, ଆପଣା କର୍ଣ୍ଣ ଡେରି ଶୁଣ; ହେ ସଦାପ୍ରଭୋ, ଆପଣା ଚକ୍ଷୁ ଫିଟାଇ ଦେଖ; ପୁଣି, ଜୀବିତ ପରମେଶ୍ୱରଙ୍କୁ ଧିକ୍କାର କରିବା ପାଇଁ ସନ୍‍‌‌ହେରୀବ ଯାହା କହି ପଠାଇଅଛି, ତାହାର ସେହି ସବୁ କଥା ଶୁଣ।
Tẹ́tí sílẹ̀, ìwọ Olúwa, kí o gbọ́, ya ojú rẹ, Ìwọ Olúwa, kí o rí i; tẹ́tí sí gbogbo ọ̀rọ̀ tí Sennakeribu rán láti fi àbùkù kan Ọlọ́run alààyè.
18 ହେ ସଦାପ୍ରଭୋ, ଅଶୂରୀୟ ରାଜାମାନେ ସର୍ବଦେଶୀୟ ଲୋକମାନଙ୍କୁ, ସେମାନଙ୍କର ଦେଶକୁ ଉଚ୍ଛିନ୍ନ କରିଅଛନ୍ତି
“Òtítọ́ ni Olúwa pé àwọn ọba Asiria ti sọ àwọn ènìyàn àti ilẹ̀ wọn di asán.
19 ଓ ସେମାନଙ୍କର ଦେବତାଗଣକୁ ଅଗ୍ନିରେ ନିକ୍ଷେପ କରିଅଛନ୍ତି, ଏହା ସତ୍ୟ; କାରଣ ସେମାନେ ପରମେଶ୍ୱର ନୁହନ୍ତି, ମନୁଷ୍ୟର ହସ୍ତକୃତ କର୍ମ, କାଷ୍ଠ ଓ ପ୍ରସ୍ତର ମାତ୍ର; ଏହେତୁ ସେମାନେ ସେମାନଙ୍କୁ ବିନାଶ କରିଅଛନ୍ତି।
Wọ́n ti da àwọn òrìṣà wọn sínú iná wọ́n sì ti pa wọ́n run, nítorí àwọn wọ̀nyí kì í ṣe ọlọ́run bí kò ṣe igi àti òkúta lásán, tí a ti ọwọ́ ènìyàn ṣe.
20 ଏଣୁ ଏବେ, ହେ ସଦାପ୍ରଭୋ, ଆମ୍ଭମାନଙ୍କ ପରମେଶ୍ୱର, ତାହାର ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କର, ତହିଁରେ ତୁମ୍ଭେ, କେବଳ ତୁମ୍ଭେ ଯେ ସଦାପ୍ରଭୁ ଅଟ, ଏହା ପୃଥିବୀସ୍ଥ ସମୁଦାୟ ରାଜ୍ୟ ଜାଣିବେ।”
Nísinsin yìí, ìwọ Olúwa, Ọlọ́run wa, gbà wá lọ́wọ́ rẹ̀, tí ó fi jẹ́ pé gbogbo ìjọba ilẹ̀ ayé yóò fi mọ̀ pé Ìwọ, Ìwọ nìkan, Olúwa ni Ọlọ́run.”
21 ଏଉତ୍ତାରେ ଆମୋସଙ୍କ ପୁତ୍ର ଯିଶାଇୟ ହିଜକୀୟ ନିକଟକୁ କହି ପଠାଇଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭେ ଅଶୂରର ରାଜା ସନ୍‍‌‌ହେରୀବ ବିରୁଦ୍ଧରେ ଆମ୍ଭ ନିକଟରେ ପ୍ରାର୍ଥନା କରିବାରୁ,
Lẹ́yìn náà Isaiah ọmọ Amosi rán iṣẹ́ kan sí Hesekiah: “Èyí ni ohun tí Olúwa, Ọlọ́run Israẹli sọ pé, nítorí pé ìwọ ti gbàdúrà sí mi nípa Sennakeribu ọba Asiria,
22 ସଦାପ୍ରଭୁ ତାହା ବିଷୟରେ ଏହି କଥା କହିଅଛନ୍ତି; ସିୟୋନର ଅନୂଢ଼ା କନ୍ୟା ତୁମ୍ଭକୁ ତୁଚ୍ଛ କରିଅଛି ଓ ତୁମ୍ଭକୁ ପରିହାସ କରିଅଛି; ଯିରୂଶାଲମର କନ୍ୟା ତୁମ୍ଭଆଡ଼େ ମୁଣ୍ଡ ହଲାଇଅଛି।
èyí ni ọ̀rọ̀ tí Olúwa ti sọ nípa rẹ̀: “Wúńdíá ọmọbìnrin Sioni ti kẹ́gàn rẹ, ó sì ti fi ọ ṣe ẹlẹ́yà. Ọmọbìnrin Jerusalẹmu ti mi orí rẹ̀ bí ó ti ń sálọ.
23 ତୁମ୍ଭେ କାହାକୁ ଧିକ୍କାର ଓ ନିନ୍ଦା କରିଅଛ? ଓ ତୁମ୍ଭେ କାହା ବିରୁଦ୍ଧରେ ଆପଣା ରବ ଉଚ୍ଚ କରିଅଛ ଓ ଆପଣା ଚକ୍ଷୁ ଊର୍ଦ୍ଧ୍ୱକୁ ଉଠାଇଅଛ? ଇସ୍ରାଏଲର ଧର୍ମସ୍ୱରୂପଙ୍କ ବିରୁଦ୍ଧରେ ତ।
Ta ni ìwọ ti bú tí ìwọ sì ti sọ̀rọ̀-òdì sí? Sí ta ní ìwọ ti gbé ohùn rẹ sókè tí o sì gbé ojú rẹ sókè ní ìgbéraga? Sí Ẹni Mímọ́ Israẹli!
24 ତୁମ୍ଭେ ଆପଣା ଦାସଗଣ ଦ୍ୱାରା ପ୍ରଭୁଙ୍କୁ ଧିକ୍କାର କରିଅଛ ଓ କହିଅଛ, ଆମ୍ଭେ ଆପଣା ଅପାର ରଥରେ ପର୍ବତଗଣର ଊର୍ଦ୍ଧ୍ୱକୁ ଲିବାନୋନର ଅଭ୍ୟନ୍ତରକୁ ଆସିଅଛୁ: ଆଉ, ଆମ୍ଭେ ତହିଁର ଉଚ୍ଚ ଏରସ ବୃକ୍ଷ ଓ ତହିଁର ଉତ୍କୃଷ୍ଟ ଦେବଦାରୁ ବୃକ୍ଷସବୁ କାଟି ପକାଇବା; ପୁଣି, ଆମ୍ଭେ ତାହାର ଦୂରବର୍ତ୍ତୀ ଉଚ୍ଚସ୍ଥାନରେ ଓ ତାହାର ଫଳପୂର୍ଣ୍ଣ କ୍ଷେତ୍ରରୂପ ଅରଣ୍ୟରେ ପ୍ରବେଶ କରିବା।
Nípa àwọn ìránṣẹ́ rẹ, ìwọ ti sọ̀rọ̀ búburú sí Olúwa. Tì wọ sì wí pé, ‘Pẹ̀lú ọ̀pọ̀ kẹ̀kẹ́ mi ni èmi sì fi dé orí àwọn òkè ńlá, sí ibi gíga jùlọ Lebanoni. Èmi a sì ké igi kedari gíga rẹ̀ lulẹ̀, àti ààyò igi firi rẹ̀. Èmi ti dé ibi rẹ̀ tí ó ga jùlọ, igbó rẹ̀ tí ó dára jùlọ.
25 ଆମ୍ଭେ ଖୋଳି ଜଳ ପାନ କରିଅଛୁ, ଆଉ ଆମ୍ଭେ ଆପଣା ପଦତଳରେ ମିସରର ନଦୀସବୁ ଶୁଷ୍କ କରିବା।
Èmi ti gbẹ́ kànga ní ilẹ̀ àjèjì mo sì mu omi ní ibẹ̀, pẹ̀lú àtẹ́lẹsẹ̀ mi Èmi ti gbẹ́ gbogbo omi àwọn odò Ejibiti.’
26 କିପରି ଆମ୍ଭେ ଦୀର୍ଘକାଳରୁ ଏହା ନିରୂପଣ କରିଅଛୁ ଓ ପୂର୍ବକାଳରୁ ଏହା ସ୍ଥିର କରିଅଛୁ, ଏହା କʼଣ ତୁମ୍ଭେ ଶୁଣି ନାହଁ? ତୁମ୍ଭେ ଯେ ପ୍ରାଚୀର-ବେଷ୍ଟିତ ନଗରମାନ ବିନାଶ କରି ସେହି ସବୁକୁ ଢିପି କରିବ, ଏହା ଏବେ ଆମ୍ଭେ ସଫଳ କରିଅଛୁ।
“Ṣé o kò tí ì gbọ́? Tipẹ́tipẹ́ ni mo ti fìdí rẹ̀ mulẹ̀. Láti ìgbà pípẹ́ ni mo ti ṣètò rẹ̀; ní àkókò yìí ni mo mú wá sí ìmúṣẹ, pé o ti sọ àwọn ìlú olódi di àkójọpọ̀ àwọn òkúta.
27 ଏହେତୁ ତନ୍ନିବାସୀମାନେ ଅଳ୍ପ ଶକ୍ତିବିଶିଷ୍ଟ ହେଲେ, ସେମାନେ ହତାଶ ଓ ଉଦ୍‍ବିଗ୍ନ ହେଲେ; ସେମାନେ କ୍ଷେତ୍ରର ଘାସ ଓ ନବୀନ ତୃଣ, ଗୃହଛାତର ଉପରିସ୍ଥ ଘାସ ଓ ଅପକ୍ୱ ଶସ୍ୟକ୍ଷେତ୍ର ତୁଲ୍ୟ ହେଲେ।
Àwọn ènìyàn, tí agbára ti wọ̀ lẹ́wù, ni wọ́n banújẹ́ tí a sì dójútì. Wọ́n dàbí ohun ọ̀gbìn nínú pápá, gẹ́gẹ́ bí ọ̀jẹ̀lẹ̀ èhíhù tuntun, gẹ́gẹ́ bí i koríko tí ó ń hù lórí òrùlé, tí ó jóná kí ó tó dàgbàsókè.
28 ତୁମ୍ଭର ବସିବାର, ବାହାରେ ଯିବାର, ଭିତରେ ଆସିବାର ଓ ଆମ୍ଭ ବିରୁଦ୍ଧରେ କ୍ରୋଧ କରିବାର ଆମ୍ଭେ ଜାଣୁ।
“Ṣùgbọ́n mo mọ ibi tí o wà àti ìgbà tí o wá tí o sì lọ àti bí inú rẹ ṣe ru sí mi.
29 ତୁମ୍ଭେ ଆମ୍ଭ ବିରୁଦ୍ଧରେ କ୍ରୋଧ କରିଅଛ ଓ ତୁମ୍ଭର ଦର୍ପ କଥା ଆମ୍ଭ କର୍ଣ୍ଣରେ ଉପସ୍ଥିତ ହୋଇଅଛି, ଏଥିପାଇଁ ଆମ୍ଭେ ତୁମ୍ଭ ନାସିକାରେ ଆପଣା ଅଙ୍କୁଶ ଓ ତୁମ୍ଭ ଓଷ୍ଠରେ ଆପଣା ଲଗାମ ଦେବା, ପୁଣି ତୁମ୍ଭେ ଯେଉଁ ବାଟରେ ଆସିଲ, ସେହି ବାଟରେ ଆମ୍ଭେ ତୁମ୍ଭକୁ ଫେରାଇ ଦେବା।
Nítorí pé inú rẹ ru sí mi àti nítorí pé orí kunkun rẹ ti dé etí ìgbọ́ mi, Èmi yóò fi ìwọ̀ mi sí ọ ní imú, àti ìjẹ mi sí ọ lẹ́nu, èmi yóò sì jẹ́ kí o padà láti ọ̀nà tí o gbà wá.
30 ଏଣୁ (ହେ ହିଜକୀୟ, ) ତୁମ୍ଭ ପ୍ରତି ଏହି ଚିହ୍ନ ହେବ; ତୁମ୍ଭେମାନେ ଏହି ବର୍ଷ ସ୍ୱୟଂ ଉତ୍ପନ୍ନ ଶସ୍ୟ ଓ ଦ୍ୱିତୀୟ ବର୍ଷ ତହିଁରୁ ଅଙ୍କୁରିତ ଶସ୍ୟ ଭୋଜନ କରିବ; ପୁଣି, ତୃତୀୟ ବର୍ଷ ବୀଜ ବୁଣି ଶସ୍ୟ କାଟିବ ଓ ଦ୍ରାକ୍ଷାକ୍ଷେତ୍ର କରି ତହିଁର ଫଳ ଭୋଗ କରିବ।
“Èyí ni yóò ṣe àmì fún ọ, ìwọ Hesekiah: “Ní ọdún yìí, ìwọ yóò jẹ ohun tí ó hù fúnra rẹ̀, àti ní ọdún kejì ohun tí ó jáde láti ara rẹ. Ṣùgbọ́n ní ọdún kẹta, ẹ gbìn kí ẹ sì kórè, ẹ gbin ọgbà àjàrà kí ẹ sì jẹ èso wọn.
31 ପୁଣି, ଯିହୁଦା ବଂଶର ରକ୍ଷାପ୍ରାପ୍ତ ଅବଶିଷ୍ଟ ଲୋକମାନେ ପୁନର୍ବାର ତଳକୁ ଚେର ମାଡ଼ିବେ ଓ ଉପରେ ଫଳ ଫଳିବେ।
Lẹ́ẹ̀kan sí i, àṣẹ́kù láti ilé Juda yóò ta gbòǹgbò nísàlẹ̀ yóò sì ṣo èso lókè.
32 କାରଣ ଯିରୂଶାଲମରୁ ଏକ ଅବଶିଷ୍ଟାଂଶ ଲୋକେ ଓ ରକ୍ଷାପ୍ରାପ୍ତ ଲୋକେ ସିୟୋନ ପର୍ବତରୁ ବାହାରିବେ; ସୈନ୍ୟାଧିପତି ସଦାପ୍ରଭୁଙ୍କର ଉଦ୍‍ଯୋଗ ଏହା ସିଦ୍ଧ କରିବ।
Nítorí láti Jerusalẹmu ni àwọn àṣẹ́kù yóò ti wá, àti láti òkè Sioni ni ikọ̀ àwọn tí ó sálà. Ìtara Olúwa àwọn ọmọ-ogun ni yóò mú èyí ṣẹ.
33 ଏହେତୁ ସଦାପ୍ରଭୁ ଅଶୂରୀୟ ରାଜା ବିଷୟରେ ଏହି କଥା କହନ୍ତି, ସେ ଏହି ନଗରକୁ ଆସିବ ନାହିଁ, ଅବା ସେଠାରେ ତୀର ମାରିବ ନାହିଁ, କିଅବା ତହିଁ ସମ୍ମୁଖକୁ ଢାଲ ଧରି ଆସିବ ନାହିଁ, ଅଥବା ତହିଁ ବିରୁଦ୍ଧରେ ବନ୍ଧ ବାନ୍ଧିବ ନାହିଁ।
“Nítorí náà, èyí ni ohun tí Olúwa wí nípa ọba Asiria, “Òun kì yóò wọ ìlú yìí wá tàbí ta ẹyọ ọfà kan níhìn-ín Òun kì yóò wá síwájú rẹ pẹ̀lú asà tàbí kí ó kó dágunró sílẹ̀ fún un.
34 ସଦାପ୍ରଭୁ କହନ୍ତି, ସେ ଯେଉଁ ବାଟରେ ଆସିଲା, ସେହି ବାଟରେ ଫେରିଯିବ ଓ ସେ ଏହି ନଗରକୁ ଆସିବ ନାହିଁ।
Nípa ọ̀nà tí ó gbà wá náà ni yóò padà lọ; òun kì yóò wọ inú ìlú yìí,” ni Olúwa wí.
35 କାରଣ ଆମ୍ଭେ ଆପଣା ସକାଶୁ ଓ ଆମ୍ଭ ଦାସ ଦାଉଦ ସକାଶୁ ଏହି ନଗରକୁ ରକ୍ଷା କରିବା ପାଇଁ ସପକ୍ଷ ହେବା।”
“Èmi yóò dáàbò bo ìlú yìí èmi ó sì gbà á là, nítorí mi àti nítorí Dafidi ìránṣẹ́ mi!”
36 ଏଥିଉତ୍ତାରେ ସଦାପ୍ରଭୁଙ୍କ ଦୂତ ବାହାରି ଅଶୂରୀୟମାନଙ୍କ ଛାଉଣିରେ ଏକ ଲକ୍ଷ ପଞ୍ଚାଅଶୀ ସହସ୍ର ଲୋକ ସଂହାର କଲେ; ପୁଣି, ଲୋକମାନେ ଅତି ପ୍ରଭାତରେ ଉଠନ୍ତେ, ଦେଖ, ସମସ୍ତେ ମୃତ ଶବ।
Lẹ́yìn náà ni angẹli Olúwa jáde lọ ó sì pa ọ̀kẹ́ mẹ́sàn-án ó lé ẹgbẹ̀ẹ́dọ́gbọ̀n ènìyàn ní i ibùdó àwọn Asiria. Nígbà tí àwọn ènìyàn yìí jí ní òwúrọ̀ ọjọ́ kejì gbogbo wọn ti dòkú!
37 ତହିଁରେ ଅଶୂରର ରାଜା ସନ୍‍‌‌ହେରୀବ ପ୍ରସ୍ଥାନ କଲା ଓ ଫେରିଯାଇ ନୀନିବୀରେ ବାସ କଲା।
Nítorí náà Sennakeribu ọba Asiria fọ́ bùdó ó sì pẹsẹ̀dà. Òun sì padà sí Ninefe, ó sì dúró síbẹ̀.
38 ଏଉତ୍ତାରେ ସେ ଆପଣାର ନିଷ୍ରୋକ ନାମକ ଦେବତାର ଗୃହରେ ପୂଜା କରିବା ବେଳେ ଅଦ୍ରମ୍ମେଲକ୍‍ ଓ ଶରେତ୍ସର ନାମକ ତାହାର ଦୁଇ ପୁତ୍ର ତାହାକୁ ଖଡ୍ଗରେ ବଧ କଲେ। ତହୁଁ ସେମାନେ ଆରାରାଟ୍‍ ଦେଶକୁ ପଳାୟନ କଲେ। ପୁଣି, ତାହାର ପୁତ୍ର ଏସର୍‍ହଦ୍ଦୋନ୍‍ ତାହାର ପଦରେ ରାଜ୍ୟ କଲା।
Ní ọjọ́ kan, bí ó ti ń jọ́sìn nínú tẹmpili Nisroki òrìṣà rẹ̀, àwọn ọmọ rẹ̀ Adrameleki àti Ṣareseri gé e lulẹ̀ pẹ̀lú idà, wọ́n sì sálọ sí ilẹ̀ Ararati. Bẹ́ẹ̀ ni Esarhadoni ọmọ rẹ̀ sì gba ipò rẹ̀ gẹ́gẹ́ bí ọba.

< ଯିଶାଇୟ 37 >