< ଯିଶାଇୟ 35 >

1 ପ୍ରାନ୍ତର ଓ ଶୂନ୍ୟସ୍ଥାନ ଆନନ୍ଦିତ ହେବ; ଆଉ, ମରୁଭୂମି ଉଲ୍ଲସିତ ହୋଇ ଗୋଲାପ ତୁଲ୍ୟ ପ୍ରଫୁଲ୍ଲ ହେବ।
Aginjù àti ìyàngbẹ ilẹ̀ yóò yọ̀ fún wọn; aginjù yóò ṣe àjọyọ̀ yóò sì kún fún ìtànná. Gẹ́gẹ́ bí ewéko,
2 ତାହା ଅତିଶୟ ପ୍ରଫୁଲ୍ଲ ହେବ, ପୁଣି ଆନନ୍ଦ ଓ ଗାନ କରି ଉଲ୍ଲସିତ ହେବ; ଲିବାନୋନର ପ୍ରତାପ, କର୍ମିଲ ଓ ଶାରୋଣର ଶୋଭା ତାହାକୁ ଦତ୍ତ ହେବ; ସେମାନେ ସଦାପ୍ରଭୁଙ୍କର ପ୍ରତାପ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କର ଶୋଭା ଦେଖିବେ।
ní títanná yóò tanná; yóò yọ ayọ̀ ńlá ńlá yóò sì kọrin. Ògo Lebanoni ni a ó fi fún un, ẹwà Karmeli àti Ṣaroni; wọn yóò rí ògo Olúwa, àti ẹwà Ọlọ́run wa.
3 ତୁମ୍ଭେମାନେ ଦୁର୍ବଳ ହସ୍ତକୁ ସବଳ କର ଓ ଥରଥର ଆଣ୍ଠୁକୁ ସୁସ୍ଥିର କର।
Fún ọwọ́ àìlera lókun, mú orúnkún tí ń yẹ̀ lókun.
4 ଭୀତାନ୍ତଃକରଣମାନଙ୍କୁ କୁହ, “ସାହସିକ ହୁଅ, ଭୟ କର ନାହିଁ; ଦେଖ, ତୁମ୍ଭମାନଙ୍କ ପରମେଶ୍ୱର ପ୍ରତିଶୋଧ ସହିତ, ପରମେଶ୍ୱରଙ୍କର ପ୍ରତିଫଳ ସହିତ ଆସିବେ; ସେ ଆସି ତୁମ୍ଭମାନଙ୍କର ପରିତ୍ରାଣ କରିବେ।”
Sọ fún àwọn oníbẹ̀rù ọkàn pé, “Ẹ ṣe gírí, ẹ má bẹ̀rù; Ọlọ́run yín yóò wá, òun yóò wá pẹ̀lú ìgbẹ̀san; pẹ̀lú ìgbẹ̀san mímọ́ òun yóò wá láti gbà yín là.”
5 ସେତେବେଳେ ଅନ୍ଧମାନଙ୍କର ଚକ୍ଷୁ ପ୍ରସନ୍ନ ହେବ ଓ ବଧିରମାନଙ୍କର କର୍ଣ୍ଣ ମୁକ୍ତ ହେବ।
Nígbà náà ni a ó la ojú àwọn afọ́jú àti etí àwọn odi kì yóò dákẹ́.
6 ସେତେବେଳେ ନେଙ୍ଗଡ଼ା ଲୋକ ହରିଣ ପରି ଡିଆଁ ମାରିବ ଓ ଘୁଙ୍ଗାମାନଙ୍କର ଜିହ୍ୱା ଗାନ କରିବ; କାରଣ ପ୍ରାନ୍ତରରେ ଜଳ ଓ ମରୁଭୂମିରେ ସ୍ରୋତ ବାହାରିବ।
Nígbà náà ni àwọn arọ yóò máa fò bí àgbọ̀nrín, àti ahọ́n odi yóò ké fún ayọ̀. Odò yóò tú jáde nínú aginjù àti àwọn odò nínú aṣálẹ̀.
7 ପୁଣି, ମୃଗତୃଷ୍ଣା ଜଳାଶୟ ହେବ ଓ ଶୁଷ୍କ ଭୂମି ନିର୍ଝରମୟ ହେବ; ଶୃଗାଳମାନଙ୍କର ନିବାସ ମଧ୍ୟରେ, ସେମାନଙ୍କର ଶୟନ ସ୍ଥାନରେ ଘାସ, ନଳ ଓ ତଣ୍ଡିବଣ ହେବ।
Ilẹ̀ iyanrìn yíyan yóò di àbàtà, ilẹ̀ tí ń pòǹgbẹ yóò di orísun omi. Ní ibùgbé àwọn dragoni, níbi tí olúkúlùkù dùbúlẹ̀, ni ó jẹ́ ọgbà fún eèsún àti papirusi.
8 ପୁଣି, ସେଠାରେ ଏକ ରାଜଦାଣ୍ଡ ଓ ପଥ ହେବ, ତାହା ପବିତ୍ରତାର ପଥ ବୋଲି ବିଖ୍ୟାତ ହେବ; ତାହା କେବଳ ସେମାନଙ୍କ ନିମନ୍ତେ ହେବ, ମାତ୍ର କୌଣସି ଅଶୁଚି ଲୋକ ତହିଁ ଉପରେ ଗମନ କରିବ ନାହିଁ; ପଥିକମାନେ ଓ ଅଜ୍ଞାନମାନେ ମଧ୍ୟ ତହିଁରେ ଭ୍ରାନ୍ତ ହେବେ ନାହିଁ।
Àti òpópónà kan yóò wà níbẹ̀: a ó sì máa pè é ní ọ̀nà ìwà mímọ́. Àwọn aláìmọ́ kì yóò tọ ọ̀nà náà; yóò sì wà fún àwọn tí ń rìn ní ọ̀nà náà, àwọn ìkà búburú kì yóò gba ibẹ̀ kọjá.
9 ସେଠାରେ କୌଣସି ସିଂହ ନ ଥିବ, କିଅବା କୌଣସି ହିଂସ୍ରକ ଜନ୍ତୁ ତହିଁ ଉପରକୁ ଯିବ ନାହିଁ, ସେମାନେ ସେଠାରେ ଦେଖାଯିବେ ନାହିଁ; ମାତ୍ର ମୁକ୍ତିପ୍ରାପ୍ତ ଲୋକମାନେ ସେଠାରେ ଗମନ କରିବେ;
Kì yóò sí kìnnìún níbẹ̀, tàbí kí ẹranko búburú kí ó dìde lórí i rẹ̀; a kì yóò rí wọn níbẹ̀. Ṣùgbọ́n àwọn ẹni ìràpadà nìkan ni yóò rìn níbẹ̀,
10 ପୁଣି, ସଦାପ୍ରଭୁଙ୍କ ନିସ୍ତାରିତ ଲୋକମାନେ ଫେରି ଆସିବେ ଓ ଗାନ କରୁ କରୁ ସିୟୋନରେ ଉପସ୍ଥିତ ହେବେ ଓ ନିତ୍ୟସ୍ଥାୟୀ ଆନନ୍ଦ ସେମାନଙ୍କର ମସ୍ତକର ଭୂଷଣ ହେବ; ସେମାନେ ଆନନ୍ଦ ଓ ଆହ୍ଲାଦ ପ୍ରାପ୍ତ ହେବେ, ପୁଣି ଶୋକ ଓ ଆର୍ତ୍ତସ୍ୱର ଦୂରକୁ ପଳାଇଯିବ।
àwọn ẹni ìràpadà Olúwa yóò padà wá. Wọn yóò wọ Sioni wá pẹ̀lú orin; ayọ̀ ayérayé ni yóò dé wọn ní orí. Ìdùnnú àti ayọ̀ ni yóò borí i wọn, ìkorò àti ìtìjú yóò sì sá kúrò lọ́dọ̀ wọn.

< ଯିଶାଇୟ 35 >